Smruti Tume Sradhanjali (A true Story ) Page-134


ସମସ୍ତେ ବହୁତ ଖୁସି ହେଇଯାଇଥିଲେ ତାପରେ ସମସ୍ତେ କେଶବ ଆଉ ସରିତାକୁ Congratulation ଜଣାଇଲେ । 

ତାପରେ କେଶବ ଆଉ ସରିତା କୁମାର ର ବାବାକୁ ପ୍ରଣାମ କଲେ, ଆଉ କୃତଜ୍ଞତା ଜଣାଇଲେ ତାପରେ ସମସ୍ତେ ବସିକି କଥାରେ ମଜି ରହିଲେ ଆଉ ଏପଟେ ସନ୍ଧ୍ୟା ହୋଟେଲରେ ଥିବା ଛେନାପୋଡ଼ ଥାଳିକୁ ଖାଲି ଦେଖୁଥାଏ । 
କୁମାର ର ମା ସନ୍ଧ୍ୟା କୁ ଦେଖୁଥାନ୍ତି ।ସନ୍ଧ୍ୟା ଧିରେ ଧିରେ ଯାଇ ସେଇ ଛେନାପୋଡ଼ ଥିବା ଥାଳି ଉଠେଇ ନେଇ ହୋଟେଲ ଭିତରେ ଥିବା ରୁମକୁ ନେଇ ଖାଇବାକୁ ଗଲାବେଳ କୁମାର ର “ମା” ଦେଖି ଦେଇଥିଲେ, ଆଉ କହିଲେ ଆଲୋ ମା ତତେ ଯଦି ଛେନାପୋଡ଼ ଏତେ ପସନ୍ଦ ମତେ କହିଲୁନି ଏମିତି ଲୁଚେଇକି କାହିଁକି ଆଣିଲୁ ।

ସନ୍ଧ୍ୟା କହୁଥାଏ- ସେ କଥା କଣ କି ମାଉସୀ, ମୁଁ ଛେନାପୋଡ଼ ଦେଖି ଆଉ ରହିପାରିଲିନି, ଆଉ ମୁଁ ମୋ ନିଜକୁ ସମ୍ଭାଳି ପାରିଲିନି ସେଥିପାଇଁ ନେଇଆସିଲି । 
ଏଇ ସମୟରେ ସନ୍ଧ୍ୟାକୁ ଖୋଜି ଖୋଜି କୁମାର ଆସି ପହଞ୍ଚି ଯାଇଥାଏ ।

ମା:- ଶାନ୍ତନୁ, ଦେଖିଲୁ ତୋ ସାଙ୍ଗ କେମିତି ଚୋରି କରିକି ଛେନାପୋଡ଼ ଖାଉଛି ।

କୁମାର:- ମା ଇଏ ଗୋଟେ ବଡ଼ ଚୋରଣିଟା ଦେଖୁନୁ କେମିତି
 ଖାଇଯାଉଛି ।
 ଏଇ ବାୟାଣୀ ତମେ ପରା ଘରେ ଖାଇକି ଆସିଥିଲ ତମକୁ ଏତେ ଭୋକ ଲାଗିଲା ଯେ ଏମିତି ଚୋରେଇକି ଖାଉଛ ।
 ମୋତେ ଲାଗୁଛି ବାହାଘର ପରେ ତମେ ମୋତେ ବି ଖାଇଯିବ ।

ସନ୍ଧ୍ୟା:-  ସେମିତି କଣ କହୁଛ ଯେ । ତମେ କଣ ଜାଣିନ କି ଛେନାପୋଡ଼ ମୋର ପସନ୍ଦ ବୋଲି, ହେଲେ ତମେ କଣ ଛେନାପୋଡ଼ ଯେ ? ମୁଁ ତମକୁ ଖାଇଦେବି ।


To be continued…….


Promo: (ବାବା ଆଉ ମା, କୁମାର ଆଉ ସନ୍ଧ୍ୟା ର ସମ୍ପର୍କ ବିଷୟରେ ଜାଣି ବହୁତ ଖୁସି ହେଲେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-134



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_134
Smruti+tume+sradhanjali+in+odia+by+kumars+diary+part+134

Leave a Reply

Your email address will not be published. Required fields are marked *