ସନ୍ଧ୍ୟା:- ଏଠି କଣ କିଣିବ ? ମୋ ପାଇଁ କିଛି କିଣିବ ବୋଧେ ??
କୁମାର:- ତମେ କଣ ବାହା ହଉଛ କି ତମ ପାଇଁ କିଣା ହବ ଯେ!! ଭିତରକୁ ଆସ ସରିତା, କେଶବ ପାଇଁ ମୁଦି କିଣିବାକୁ ପଡିବ ।
ସନ୍ଧ୍ୟା ତମ ଆଙ୍ଗୁଠି ମାପଟା ଦେଲ, ତମ ଆଙ୍ଗୁଠି ମାପରେ ସରିତା ପାଇଁ ମୁଦି ଆଣିଲେ ହେଇଯିବ ।
ମୁଁ ମୋ ମାପରେ କେଶବ ପାଇଁ ନେଇଯାଉଛି ।
ସେଠୁ ମୁଦି କିଣି ଆସିବା ବାଟରେ ଜଣେ ପାଣିପୁରି ବିକୁଥିବା ଲୋକକୁ ଦେଖି କୁମାର-ସନ୍ଧ୍ୟା କୁ କହୁଥାଏ ।
କୁମାର:- ସନ୍ଧ୍ୟା ତମ ପାଈଁ ବଢିଆ ଜିନିଷ ଟେ କିଣା ହବ ଆସ ।
ସନ୍ଧ୍ୟା ପୁରା ଖୁସି ହେଇ ଆସିଯାଇଥାଏ ।
ଦେଖ ସେ ଗଛ ପାଖରେ ଯୋଉ ପାଣିପୁରି ଵାଲା ଠିଆହେଇଛି ସେଠିକି ଚାଲ ।
ତମର ପାଣିପୁରି ବହୁତ ପସନ୍ଦ ନା ଚାଲ ଯିବା ।
ସନ୍ଧ୍ୟା:- ମୋର ପାଣିପୁରି ପସନ୍ଦ ବୋଲି କେମିତି ଜାଣିଲ ??
କୁମାର:- ସେ କଥା କଣ କି ତମ ଝିଅ ମାନଙ୍କର ପାଣିପୁରି ପସନ୍ଦ ନା ସେଥିପାଇଁ ମୁଁ ଭାବିନେଲି ତମର ବି ହେଇଥିବ । ତମର ପସନ୍ଦ ନାହିଁ କି ??
ସନ୍ଧ୍ୟା:- କିଏ କହିଲା ନାହିଁ ବୋଲି, ମୋର ତ ବହୁତ ପସନ୍ଦ, ଚାଲ ଜଲଦି ନହଲେ ସରିଯିବ ।
କୁମାର:- ଆରେ ଧୀରେ ଚାଲ ଏତେ ଜଲଦି ସରିବନି ।
ପାଣିପୁରି ଵାଲା ପାଖରେ ପହଞ୍ଚି କୁମାର କହୁଥାଏ –
To be continued…….
Promo: (ସନ୍ଧ୍ୟା କହୁଛି କୁମାର କୁ ପାଖରେ ବସିବାକୁ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-143
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_143
Smruti+tume+sradhanjali+in+odia+by+kumars+diary+part+143