ଏପଟେ ସମୀର ତା ଲୋକମାନଙ୍କୁ ଭୁବନେଶ୍ୱର ରେ ବି କୁମାର ପଛରେ ପଠେଇଦେଇଥାଏ ।
ସେମାନେ କୁଆଡ଼େ ଯାଉଛନ୍ତି ଆଉ କଣ କରୁଛନ୍ତି ତାର ସବୁ ଟିକ୍ ନିକ୍ ଖବର ସମୀରକୁ ଦେଉଥାନ୍ତି ।
(ସରିତାର ବାପାକୁ Call କରି ସମୀର କହୁଥାଏ )
ସମୀର:-ଆଜ୍ଞା ନମସ୍କାର!! ମୁଁ ସମୀର, ସେଦିନ ଆପଣଙ୍କ ଘରକୁ ଯାଇଥିଲି । ଜାଣିପାରିଲେ ଆପଣ ??
ସରିତାର ବାପା:- ହଁ ଜାଣିପାରିଲି ହେଲେ ତମେ ସେଦିନ ଯୋଉ ମିଛ କହିଲ ସେଥିପାଇଁ ମୁଁ ମୋ ଝିଅକୁ ସନ୍ଦେହ କଲି । ଆଜି ପୁଣି କଣ କହିବ ।
ସମୀର:- ଆଜ୍ଞା, ଆସନ୍ତା କାଲି ଆପଣଙ୍କ ଝିଅ ଆଉ କେଶବର ବାହାଘର ହେଉଛି ।
ସରିତାର ବାପା:- Hello, Mister !! ତମ ମିଛ କଥାରେ ମୁଁ ଫସିବାର ନାହିଁ । ଆଉ କେତେ ମିଛ କହିବ ।
ସମୀର:- ମୁଁ ସତ କହୁଛି ଆଜ୍ଞା ଆପଣଙ୍କୁ ଯଦି ବିଶ୍ୱାସ ନହଉଛି ତାହାଲେ ଆପଣ ଆସି ଦେଖିପାରନ୍ତି
।
ଆସନ୍ତା କାଲି ଦିନ ୧୧.୦୦ ରେ ଆଉ ଲିଙ୍ଗରାଜ ମନ୍ଦିରରେ ।
ସରିତାର ବାପା:- ବହୁତ ହେଇଗଲା ।
ସେଦିନ ବି ମୋତେ ଟାଇମ କହି ଜାଗା କହି ଠକିଥିଲ, ମୋ ଟାଇମ ଖରାପ କରିଥିଲ ।
ଆଜି ପୁଣି କହୁଛ ?? ଭୁବନେଶ୍ୱର ଯିବି ମୋର କିଛି କାମ ଧନ୍ଦା ନାହିଁ ନା କଣ ??
ଫୋନ ରଖ କୁଆଡୁ କୁଆଡୁ ଚାଲିଆସୁଛନ୍ତି ସବୁ ।
ଏତିକି କହି ସରିତାର ବାପା ଫୋନ କାଟିଦେଇଥିଲେ ।
To be continued…….
Promo: ( ରାତି 12 ଟା ରେ, କୁମାର, ସନ୍ଧ୍ୟା କୁ Wish କରିବାକୁ ସନ୍ଧ୍ୟା ର Room ପହଂଚିଥାଏ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-145
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_145
Smruti+tume+sradhanjali+in+odia+by+kumars+diary+part+145
Facebook Comments