Smruti Tume Sradhanjali (A true Story ) Page-152

ଅଜିତ:- ଏ ଆକାଶ, ଶଳା ତୋତେ କଣ ଶୁଭୁନି ।

ଆକାଶ:-ମୋତେ କଣ ଶଳା କହୁଛୁ । କଣ ହେଲା ?? ଶଳା ଚାଟିଙ୍ଗ କରୁଛି ଏଠି ଆସି disturb କରୁଛି ।
ଅଜିତ:- ସିଏ ବି ତ ଏଠି ଅଛି ଯାଉନୁ ତା ପାଖରେ ବସିକି କଥା ହେଇଯିବୁ । ଏମିତି ଚାଟିଙ୍ଗ କାଇଁ କରୁଛୁ ।

ଆକାଶ:- ତୁ କଣ ଜାଣିଛୁ ପାଖରେ ଥାଇବି ଦୁରେଇ ଦୁରେଇ ରହିବାରେ ଯୋଉ ମଜା ଆସିଥାଏ ।

କେଶବ:-ଆରେ ଆକାଶ, ଦେଖତ କୁମାର କୁଆଡେ ଗଲା । ସମସ୍ତେ ଏଠି ଅଛ ହେଲେ ସେ କାଇଁ ଦେଖାଯାଉନି । କାମରେ ବ୍ୟସ୍ତ ରହିଯାଉଛି ତାକୁ ଡାକିକି ଆଣିବୁ ଗଲୁ ।

ସେହି ସମୟରେ କୁମାର ଆସିଯାଇଥାଏ ।

କୁମାର:-ଆରେ ସବୁ କାମ ସରିଲାଣି ନା ନାହିଁ, ଜଲଦି ଚାଲ ସେପଟେ ନନା ଆସିଗଲେଣି ।
 ବହୁତ ଲେଟ ହେଇଗଲାଣି ଚାଲ ଚାଲ । 
ସମସ୍ତେ କେଶବ ସହ ବେଦୀ ଉପରକୁ ଗଲେ ।
 ଏପଟେ ସରିତାକୁ ନେଇ ସମସ୍ତେ ବେଦି ଉପରକୁ ଗଲେ ବାହାଘର ଆରମ୍ଭ ହେଇଗଲା ।
 ସମସ୍ତେ ଖୁସିରେ ବାହାଘର ଦେଖୁଥାନ୍ତି । 
କେଶବ ଆଉ ସରିତାର ବାହାଘର ହଉଥାଏ ସିନା ଏପଟେ ସବୁସାଙ୍ଗମାନେ ନିଜ ବାହାଘର କଥା ଭାବୁଥାନ୍ତି । 
କୁମାର ଆଉ ସନ୍ଧ୍ୟା ଆଖିରେ ଆଖିରେ କଥା ହଉଥାନ୍ତି । 
ସେ ମୁହୂର୍ତ୍ତଟା ତ ଏମିତି କହିହବନି ତଥାପି ବହୁତ ସମୟ ଆଖିରେ ଆଖିରେ କଥା ହଉଥିଲେ ସେହି ସମୟରେ ଭାଉଜ ଆସି ସେ ଦୁଇଜଣଙ୍କୁ ଚିଡ଼େଇବା ଆରମ୍ଭ କରିଦେଲେ ।


To be continued…….


Promo: ( ସମୀର, ବାହାଘର ର ଫୋଟୋ ଆଉ ପ୍ରମାଣ ନେଇ ସରିତା ର ବାପା ପାଖରେ ପହଂଚିଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-152



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_152
Smruti+tume+sradhanjali+in+odia+by+kumars+diary+part+152

Facebook Comments

Put your Valuable feedback