ସମୀର:-ଆଜ୍ଞା ମୋ କଥା ଟିକେ ଶୁଣନ୍ତୁ ।
ସରିତାର ବାପା:- କଣ ଶୁଣେଇବ ??
ତମେ ଏୟା କହିବାକୁ ଚାହୁଁଛ କି ମୋ ଝିଅକୁ ନେଇ ସେମାନେ ବାହାଘର କରିଦେଇଛନ୍ତି ।
କଣ ଏୟା ନା ?
ସମୀର:-ଆପଣ ବିଶ୍ୱାସ କରିବେନି ଜାଣିଥିଲି, ସେଥିପାଇଁ ମୁଁ ପ୍ରମାଣ ନେଇକି ଆସିଥିଲି ।
ଦେଖନ୍ତୁ ଆପଣଙ୍କ ଝିଅର ବାହାଘର ହେଇଯାଇଛି ।
ଦେଖନ୍ତୁ କୁମାର ବି ସେଠି ଅଛି ଆଉ ତାସାଙ୍ଗମାନେ ବି ସେଠାରେ ଅଛନ୍ତି ।
ସରିତାର ବାପା ସେ ଫୋଟୋ ଆଉ ଭିଡ଼ିଓ ଦେଖିଲା ପରେ ରାଗିଯାଇଥିଲେ ।
ସମୀରକୁ ଧନ୍ୟବାଦ ଜଣେଇଲେ ସେ ସତ ଜଣେଇଥିବାରୁ ।
ସମୀର ମନେ ମନେ ବହୁତ ଖୁସି ହୋଇ ସେଠୁ ଫେରିଯାଇଥିଲା ।
ସରିତାର ବାପାକୁ ଆଉ ରାତିସାର ଆଉ ନିଦ ଲାଗୁନଥାଏ ।
ହେଲେ ସରିତାର ମା ବହୁତ ଖୁସି ହେଇଯାଇଥିଲେ ।
ରାତିପାହିବା ମାତ୍ରେ ସେ ବାହାରିଯାଇଥିଲେ ଭୁବନେଶ୍ୱର ।
ସମୀର କହିବା ଅନୁସାରେ ଠିକଣା ଖୋଜି ଖୋଜି ଯିବେ ବୋଲି ଭାବିଛନ୍ତି ।
ଏପଟେ ସବୁକାମ ସୁରୁଖୁରୁରେ ସାରିଦେଇ ସମସ୍ତେ ସକାଳୁ ଉଠି ନିତ୍ୟକର୍ମ ସାରି Breakfast କରିବା କୁ ଚାଲିଲେଣି ।
କିନ୍ତୁ କୁମାରର ନିଦ ଭାଙ୍ଗିନଥାଏ ।
ସନ୍ଧ୍ୟା, ଆସି Breakfast କରିବା ଯାଗାରେ ଦେଖିଲା “କୁମାର” ନାହିଁ ।
ଭାଉଜକୁ ପଚାରିକି ଜାଣିଲା ସେ ଶୋଇଛି ।
ଉଠେଇବାକୁ ଚାଲିଲା ।
ସନ୍ଧ୍ୟା:-କୁମାର, କୁମାର କେତେ ଟାଇମ ହେଲାଣି ଦେଖିଲଣି ???
ଆରେ ବାବା ଉଠ ସମସ୍ତେ Breakfast କରିବାକୁ ଗଲେଣି ଉଠ ମୋ ଧନଟା ପରା,ଉଠ ଜଲଦି ।
Thanks….
Smruti_tume_sradhanjali_in_odia_by_kumars_diary_part_154
Smruti+tume+sradhanjali+in+odia+by+kumars+diary+part+154
Facebook Comments