ମାଧବ ବାବୁ:-ତୁ ସତରେ ଗୋଟେ ମଣିଷ ନୁହଁ,ଟଙ୍କା କୁ ଆଉ ସମ୍ପତ୍ତିକୁ ନେଇ ତୁ ଅନ୍ଧ ହେଇଯାଇଛୁ ।
ଟଙ୍କା କିମ୍ବା ସମ୍ପତ୍ତି ଦ୍ବାରା କେବେବି ଖୁସି କିଣା ଯାଇ ପାରେନା।
ସେ ସବୁ ତ ଖାଲି ଦେଖେଇବା ପାଇଁ ହେଇଥାଏ ।
ଅସଲି ସମ୍ପତ୍ତି କଣ ଜାଣିଛୁ, ନିଜ ସନ୍ତାନର ଖୁସି ।
ସେ ପୁଅ ସହ ଯଦି ତାର ବାହାଘର ହେଇଯାଏ ନା ସେ ତ ସବୁ ସମ୍ପତ୍ତିର ମାଲିକ ହେଇଯିବ କିନ୍ତୁ ତା ମନରେ ଟିକେ ଖୁସି ନଥିବ ।
ସରିତା ଯେବେ ତୋ କଥା କହି କହି କାନ୍ଦୁଥିଲାନା ମୁଁ ବି ସହିପାରିଲିନି, କାହିଁକି ନା ମୁଁ ବି ଜଣେ ବାପା ।
ଚାଲ ମୋ ସହ ମୋ ଘରକୁ ଦେଖିବୁ ତୋ ଝିଅ କେତେ ଖୁସିରେ ଅଛି ।
ଚାଲ ମୋ ସହ….
ସରିତାର ବାପା ସମେତ ସମସ୍ତେ ଯାଇକି ଘରେ ପହଁଚିଲେ, ସରିତାର ବାପା ଝିଅକୁ ଏତେ ହସ ଖୁସିରେ ଦେଖି ନିଜର ସବୁ ଗର୍ବ ଅଂହକାର ଭାଙ୍ଗିଯାଇଥିଲା ।
ସେ ବହୁତ ଜୋରରେ ଛୋଟ ପିଲା ଭଳି କାନ୍ଦିବାକୁ ଲାଗିଲେ ।
ଏତିକି ବେଳେ ସରିତା ଦେଖିଲା ତା ବାପା ଆସିଛନ୍ତି ଆଉ କାନ୍ଦୁଛନ୍ତି ।
ସରିତା:- ବାପା !! ତମେ କାନ୍ଦୁଛ କଣ ପାଇଁ ?? ସରିତା ବି କାନ୍ଦିବାକୁ ଲାଗିଲା ।
ସରିତାର ବାପା:- କାନ୍ଦିବିନି ତ ଆଉ କଣ କରିବି । ମୋତେ କ୍ଷମା କରିଦେ ମା, ମୁଁ ଟଙ୍କା ପଛରେ ପଡି ଏତେ ଅନ୍ଧ ହେଇଯାଇଥିଲି ଯେ ମୋ ଖୁସି ଛଡା ଆଉ କାହାର ଖୁସି କି ତୋ ଖୁସି ଦେଖାଯାଉନଥିଲା ।
To be continued…….
Promo: (କେଶବ, ସରିତା ର ବାପା ଙ୍କୁ କଥା ଦେଉଛି ଯେ ସେ ସବୁବେଳେ ସରିତା କୁ ଖୁସିରେ ରଖିବ , ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-166
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_166
Smruti+tume+sradhanjali+in+odia+by+kumars+diary+part+166
Facebook Comments