ସରିତା :- ବାପା ମୋର ଭୁଲ ହେଇଯାଇଛି, ମୁଁ ତମର ଇଛା ବିରୁଦ୍ଧରେ ଯାଇ କେଶବକୁ ବାହାହେଇ ହେଇଗଲି ।
ସରିତାର ବାପା:-ତୁ ଯାହା କରିଛୁ ଠିକ୍ କରିଛୁ ।
ମୁଁ ସମ୍ପତ୍ତି ଲୋଭରେ ସିନା ସେଠି ତୋତେ ବାହାଘର କରିଦେଇଥାନ୍ତି, ହେଲେ କେଶବ ଠାରୁ ଅଧିକ ଖୁସି ଦେଇପାରିନଥାନ୍ତି ।
ମୋତେ ତ ମୋ ନିଜକୁ ଧିକାର ଲାଗୁଛି, ଯେ ମୁଁ ତୋତେ ପିଲାଦିନରୁ ନେଇକି ଆଜି ପର୍ଯ୍ୟନ୍ତ କେବେ ଖୁସିରେ ରଖିପାରିଲିନି ।
କେଶବ ମୋତେ କ୍ଷମା କରିଦବ ପୁଅ, ତମେ ମୋ ଝିଅକୁ ଯେତିକି ଖୁସି ଦେଇଛ ମୁଁ କେବେବି ଦେଇପାରିନି ।
ମୋତେ କଥା ଦିଅ ମୋ ଝିଅକୁ ସବୁବେଳେ ଖୁସିରେ ରଖିବ ।
କେଶବ:- ମୁଁ କଥା ଦଉଛି ବାପା !! ସରିତାକୁ ସବୁବେଳେ ଖୁସିରେ ରଖିବି ।
ସରିତାର ବାପା:-ମାଧବ ବାବୁ ମୋତେ କ୍ଷମା କରିଦିଅନ୍ତୁ, ମୁଁ ଆପଣଙ୍କୁ ବହୁତ କଟୁକଥା କହିଛି ଆଉ ହାତ ବି ଉଠେଇଛି ।
ମୋତେ କ୍ଷମା କରିଦିଅନ୍ତୁ ।
ସରିତାର ବାପା, ମାଧବ ବାବୁଙ୍କ ଗୋଡ଼ ଧରି କ୍ଷମା ପ୍ରାର୍ଥନା କରୁଥାନ୍ତି ।
ମାଧବ ବାବୁ:-ଆରେ…. ଆପଣ ଏ କଣ କରୁଛନ୍ତି, ଉଠନ୍ତୁ । ମୁଁ ବି ତ ଆପଣଙ୍କୁ ବହୁତ କଟୁକଥା କହିଛି ।
ଆଉ ଗୋଟେ ବାପା ହିସାବରେ ଯାହା କହିବା କଥା, ତା ଠୁ ଅଧିକା କହିଦେଇଛି, ମୋତେ ଆପଣ କ୍ଷମା କରିଦେବେ ।
କ୍ଷମା ତାକୁ ମାଗନ୍ତୁ ଯାହାପାଇଁ ଆପଣ ଆପଣଙ୍କ ଝିଅର ଖୁସି ଫେରିପାଇଛନ୍ତି ।
To be continued…….
Promo: (ସରିତା ର ବାପା ,ସରିତା ଆଉ କେଶବ କୁ ଆଶୀର୍ବାଦ କରୁଛନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-167
Follow My Pages:-
Thanks…
Smruti_tume_sradhanjali_in_odia_by_kumars_diary_part_167
Smruti+tume+sradhanjali+in+odia+by+kumars+diary+part+167