Smruti Tume Sradhanjali (A true Story ) Page-168

ସରିତାର ବାପା:-ମୋତେ କ୍ଷମା କରିଦେ କୁମାର ! 
ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି, ତୋ ଖୁସିକୁ ପଛରେ ପକେଇ ମୋ ଝିଅର ଖୁସିକୁ ତା ପାଖରେ ପହଞ୍ଚେଇ ପାରିଛୁ ।
ମୁଁ ତୋତେ ବହୁତ ଖରାପ ବ୍ୟବହାର କରିଛି, ଏତେ ମାରିଛି ହେଲେ ତୋର କିଛି ପ୍ରତିବାଦ ନଥିଲା ।
 ତୁ ସତରେ ଗୋଟେ ହୀରା ଟେ । ମୋତେ କ୍ଷମା କରିଦେ କୁମାର ….. ମୋତେ କ୍ଷମା କରିଦେ…

କୁମାର:-ଆରେ ମଉସା ମୋତେ କ୍ଷମା ମାଗି ଲଜ୍ଜିତ କରନ୍ତୁନି ।
ଆପଣ ଜଣେ ବୟସ୍କ ବ୍ୟକ୍ତି ଆଉ ମୋର ସମ୍ମାନନୀୟ ଗୁରୁଜନ ।
 ଆପଣ ଆପଣଙ୍କ ଭୁଲକୁ ବୁଝିପାରିଛନ୍ତି, ସେଇଟା ହିଁ ବଡ଼କଥା । 
ମୁଁ ଯାହା କରିଛି, ଆପଣ କଣ ? ଆପଣଙ୍କ ଜାଗାରେ ଯିଏ ବି ଥାଆନ୍ତା ମୋ ସହ ଠିକ୍ ଏୟା ହିଁ କରିଥାନ୍ତା ।
 ଯାହା ତ ହବାର ଥିଲା ହେଇଗଲା ଏବେ ଛାଡ଼ନ୍ତୁ ସେ ସବୁ ବର-କନ୍ୟା କୁ ଆଶ୍ରିବାଦ କରନ୍ତୁ ।
 ସରିତା, କେଶବ ବାପାଙ୍କୁ ପ୍ରଣାମ କର ।

ସରିତାର ବାପା:-ହଉ ହେଲା, ହେଲା, ସବୁଦିନ ଏମିତି ଖୁସିରେ ରୁହ ।

କୁମାର:-ଆଚ୍ଛା, ମଉସା ମୋତେ ଗୋଟେ କଥା କୁହନ୍ତୁ, ଆପଣ ତ ଏଠିକାର ଠିକଣା ଜାଣିନଥିଲେ । ଏଠିକି କେମିତି ଆସିଲ ??

 ଆପଣଙ୍କ ସାଙ୍ଗରେ ଯୋଉ ଲୋକମାନେ ମୋତେ ମାରୁଥିଲେ ସେମାନେ କୁଆଡେ ଗଲେ ??


To be continued…….


Promo: (ସରିତା ର ବାପା , ସମୀର ର ପ୍ରକୃତ ଯୋଜନା ବିଷୟରେ ଜାଣିପାରିଲେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-168



Advertisements
Follow My Pages:- 

Thanks….
Smruti_tume_sradhanjali_in_odia_by_kumars_diary_part_168
Smruti+tume+sradhanjali+in+odia+by+kumars+diary+part+168

Leave a Reply

Your email address will not be published. Required fields are marked *