Smruti Tume Sradhanjali (A true Story ) Page-171

ବୈଶାଳୀ(ମା):- କୁମାର(ଶାନ୍ତନୁ) ତୁ ଚାଲିଗଲାପରେ ମୁଁ ଶୁଣି ଏକୁଟିଆ ହେଇଯିବିରେ । 

ତୋତେ ଛାଡିବାକୁ ଜମାରୁ ଇଛା ହଉନି । 

ତୁ ଆଉ କିଛି ଦିନ ରହିଯାଉନୁ ??

କୁମାର:-ତୁ ଏମିତି କାହିଁକି ହଉଛୁ, ମୁଁ ପୁଣି ଆସିବି ହେଲା ମୋର କଲେଜ ପଢ଼ା ଚାଲିଛି ସରିଯାଉ ତାପରେ ପୁଣି ଆସିବି । 

ତୁ ମନ ଦୁଃଖ କରେନି ହେଲା, ଆଉ ବାବା ଶୁଣ ମୋ ମା ର ଯତ୍ନ ନବ ହେଲା । 

ତମେ ସବୁବେଳେ ଖାଇବା ଠିକ୍ ଟାଇମରେ ଖାଇବ ଆଉ ମେଡ଼ିସିନ ବି ।

ସାଗର ଭାଇ ଆଉ ଭାଉଜ ମୁଁ ଯାଉଛି ପୁଣି କେବେ ଆସିବି ।

(କୁମାର ର ବାବା କହୁଥାନ୍ତି)

ମାଧବ ବାବୁ:- କୁମାର!!  ଏଇ ଟଙ୍କା ରଖ, ତୋ କାମରେ ଆସିବ ।

କୁମାର:- ମୁଁ ଏ ଟଙ୍କା କଣ କରିବି, ମୋର କିଛି ଦରକାର ନାହିଁ ଖାଲି ତମ ମାନଙ୍କ ଆଶୀର୍ବାଦ ଦରକାର ବାସ୍ ସେତିକିରେ ମୁଁ ଖୁସି ।

 ମାଧବ ବାବୁ:- ଆରେ ରଖ ସନ୍ଧ୍ୟା ପାଇଁ ମୁଁ କିଛି କିଣିପାରିଲିନି, ତୁ ତା ପାଇଁ ତା ପସନ୍ଦର ଜିନିଷ ଆଣିବୁ ହେଲା । 

ରଖ ମୁଁ କିଛି ଶୁଣିବିନି ହେଲା ।

କୁମାର:- ହଉ ବାବା, ତମେ ଯଦି କହୁଛ ତାହାଲେ ରଖିଦେଉଛି ।

ସରିତାର ବାପା:- ମାଧବ ବାବୁ ପୁଣି କେବେ ଦେଖାହବ?? ଆପଣଙ୍କ ଋଣ ମୁଁ କେବେବି ସୁଝିପାରିବିନି ।

ମାଧବ ବାବୁ:- ମୁଁ କିଛି କରିନି, ସବୁ ଏଇ ପିଲାମାନଙ୍କ ପାଇଁ ହେଇଛି ।
 ମଝିରେ ମଝିରେ ଫୋନ କରୁଥିବେ, ମୁଁ ଆପଣଙ୍କ ଫୋନ ଅପେକ୍ଷାରେ ରହିବି okay bye…

ତାପରେ ସମସ୍ତେ ଗାଁକୁ ଯିବା ପାଇଁ ବସ୍ ରେ ବସି ଚାଲିଲେ ।
 ବସ୍ ରେ ସମସ୍ତେ ମଜାମସ୍ତି କରିଲେ ଶେଷରେ ସମସ୍ତେ ଗାଁ ରେ ପହଞ୍ଚିଗଲେ ।
 ସରିତାର ବାପା କେଶବ ଆଉ ସରିତାକୁ ନେଇ 
କେଶବ ଘରକୁ ଗଲେ ବାକି ସାଙ୍ଗମାନେ ନିଜ ନିଜ ଘରକୁ ଗଲେ । 
ସନ୍ଧ୍ୟା ଆଉ କୁମାର ବସ୍ ଷ୍ଟାଣ୍ଡରେ କଥା ହଉଥାନ୍ତି ।

କୁମାର:- କଣ ମ୍ୟାଡ଼ମ ଘରକୁ ଯିବାକୁ ଇଛା ହଉନି କି ??

ସନ୍ଧ୍ୟା:- ସତରେ ତ ଇଚ୍ଛା ହଉନି ଯିବାକୁ, ପୁଣି ଭୁବନେଶ୍ୱର ଯିବାକୁ ଇଚ୍ଛା ହଉଛି ।


To be continued…….


Promo: ( ଏଇ କାହାଣୀ ଶେଷ ହେବାକୁ ଯାଉଛି,  ଏଇ କାହାଣୀ ଦୁଃଖ ସମୟ ଆଡକୁ ଗତି କରିବ  ! ଯଦି ପୁରା ପଢିନାହାନ୍ତି ତେବେ , ପୁରା କାହାଣୀ କୁ ପ୍ରଥମରୁ ପଢନ୍ତୁ । ମୁଁ ପ୍ରଥମ page ର Link ତଳେ ଦେଇ ଦେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-171



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_171
Smruti+tume+sradhanjali+in+odia+by+kumars+diary+part+171

Facebook Comments

Put your Valuable feedback