କୁମାର:- ଆଉ ବେଶି ଭାବନି ।
ସନ୍ଧ୍ୟା:-ହଁ ସତରେ ଏଇ ତିନିଦିନ ପାଇଁ Planing କରିକି ରଖିବି । ମୋତେ ଲାଗୁଛି ମୋ ଜୀବନର ସବୁ ଖୁସି ଏଇଠି ସାରିଦେବି ।
କୁମାର:- କାଇଁ ତା ପରଦିନ କଣ ତୀର୍ଥଯାତ୍ରା ରେ ଯିବ କି ??
ସନ୍ଧ୍ୟା:-ଆରେ ନାଇମ ତୀର୍ଥ କାଇଁ ଯିବି ମୁଁ ଯୋଉଠୁ ଆସିଛି ସେଇଠି କି ଚାଲିଯିବି ।
ହଠାତ କୁମାର ଗାଡି ରଖି ଆଶ୍ଚର୍ଯ୍ୟ ହେଇ ପଚାରୁଥାଏ ।
କୁମାର:- ମାନେ କୋଉଠି କି ??
ସନ୍ଧ୍ୟା:-ଆରେ କୋଉଠି କି କଣ ??
ଆମ ଘରକୁ ଆମ ଘରୁ ହିଁ ଆସିଛିନା ।
ତମେ ଆଉ କଣ ଭାବୁଥିଲ କି ??
ଗାଡି ଅଟକେଇ ଦେଲ ଯେ !!
କୁମାର:- ହଁ !! ମୁଁ ଆଉ କିଛି ଭାବିଦେଇଥିଲି, ହଉ ଛାଡ଼ ସେ କଥା, ଚାଲ ଯିବା ।
ସନ୍ଧ୍ୟା:- ଦେଖ ସମସ୍ତେ ଆଗରେ ଚାଲିଗଲେଣି, ଆମେ ପଛରେ ରହିଗଲେଣି ।
କୁମାର:-ଆରେ ସେଥିରୁ କଣ ହେଲା, ସେମାନେ ଆମ ଘରକୁ ଯିବେ, ମୁଁ ନ ପହଂଚିବା ପର୍ଯ୍ୟନ୍ତ ସେମାନେ କେମିତି ଯିବେ । ତମେ ଏତେ ବ୍ୟସ୍ତ ହୁଅନି ହେଲା ।
ସନ୍ଧ୍ୟା:- କି Respect ଲୋ ମା, ଥାଉ ଏତେ Respect ଦିଅନି ।
କୁମାର:- ତମେ ଠିକ କହିଛ, ତମକୁ କଣ Respect ଦେବି ଯେ….
ହେଲେ ତମେ ଆମ ଘରକୁ ଯାଉଛ ନା ସେଥିପାଇଁ ଟିକେ Respect ତ ଦବାକୁ ପଡିବ ନା । Okay ଚାଲ ସେମାନେ ଗଲେଣି ।
ତାପରେ ସେମାନେ ଯାଇ ସମସ୍ତ ସାଙ୍ଗମାନଙ୍କ ସହ ମିଶିକି ଆଗକୁ ଚାଲିଲେ ।
କିଛି ସମୟ ପରେ କୁମାର ଗାଁ ରେ ପହଞ୍ଚିଗଲେ ।
ସେମାନେ ବାହାରେ ଗାଡି ରଖି ମନ୍ଦିର ଭିତରକୁ ଗଲେ ଆଉ ପ୍ରଥମେ କୁମାର ର “ମା” ସହ ଦେଖାହେଲା ।
Thanks….
Smruti_tume_sradhanjali_in_odia_by_kumars_diary_part_176
Smruti+tume+sradhanjali+in+odia+by+kumars+diary+part+176
Facebook Comments