Smruti Tume Sradhanjali (A true Story ) Page-177

କୁମାର:- ବୋଉ ମୁଁ ଆସିଗଲି ।
କୁମାର ର ବୋଉ:- କେତେ ଶିଘ୍ର ଚାଲିଆସିଲୁ ନାହିଁ, ଏତେ କାମ ଅଛି କିଏ କରିବ ?
ଏତିକି ବେଳେ ସବୁ ସାଙ୍ଗମାନେ କହିଲେ ଆମେ କରିବୁ । 
ମା ଆମେ ଆଉ କଣ ପାଇଁ ଆସିଛୁ ।
 ତମେ ବ୍ୟସ୍ତ ହୁଅନି ଆମେ ସବୁ କାମ ଜଲଦି କରିଦେବୁ ।
କୁମାର ର ବୋଉ:- କୁମାର ଏମାନେ ତୋ ସାଙ୍ଗ ନା ଏଠିକି କାଇଁ ଆଣିଲୁ ଘରକୁ ନେଇକି ଗଲୁନି । 
ପରେ ଆସିଥାନ୍ତେ । 
ହଉ ଆସିଲାଣି ଯେତେବେଳେ ବସ ମୁଁ ଟିକେ ଆସୁଛି ।
ଆଚ୍ଛା ଏ ଝିଅମାନେ କିଏ ??
କୁମାର:- ସେମାନେ ବି ମୋ ସାଙ୍ଗମାନେ ।
କୁମାରର ବୋଉ:-ଆଚ୍ଛା ଝିଅମାନଙ୍କ ସହ ବି ସାଙ୍ଗ ହେଇଗଲୁଣି ।
କୁମାର:-କଲେଜରେ ସମସ୍ତେ ସାଙ୍ଗ !! ଝିଅ କଣ!!  ପୁଅ କଣ !! 
କୁମାର ର ବୋଉ:- ହଉ ଠିକ୍ ଅଛି ଟିକେ ସାବଧାନରେ ରହିବୁ । ମୁଁ ଟିକେ ଘରକୁ ଯାଇକି ଆସୁଛି ।

ଏତିକି ବେଳେ ସନ୍ଧ୍ୟା କୁମାରର ବୋଉକୁ ପ୍ରଣାମ କରୁଥାଏ ଆଉ କୁମାରର ବୋଉ ଆଶ୍ରିବାଦ କରି ସେଠାରୁ ଚାଲିଗଲେ । 

ତାପରେ ସବୁ ସାଙ୍ଗମାନେ କାମ କରିବା ସହ କଥା ହଉଥାନ୍ତି ।

ଆକାଶ:-ତୁ ଯାହା କହୁଥିଲୁ ସତକଥାରେ ତୋ ବୋଉ ବି ତୋ ପଛରେ ଝିଅ ଦେଖିଲେ ମନା କରନ୍ତି, ତାଙ୍କ ଠୁ ଦୁରେଇକି ରହିବାକୁ କହୁଛନ୍ତି । 
ତୋ ପାଇଁ ସେ କୋଉଠି ନା କୋଉଠି ଝିଅ ଠିକ କରିସାରିଛନ୍ତି ବୋଧେ, ସେଥିପାଇଁ ସେ ଏମିତି କହୁଛନ୍ତି ।

ସନ୍ଧ୍ୟା:- ତାହାଲେ ମୁଁ କୁଆଡେ ଯିବି ??
କୁମାର:- ତମେ କୁଆଡେ ଯିବନି ମୋ ସାଙ୍ଗରେ ହିଁ ରହିବ ହେଲା, ବାୟାଣୀ କେତେ କଣ ଭାବୁଛି !!

ମନ୍ଦିର ଭିତରେ ବହୁତ ଲୋକ ଥିବାରୁ ମନ୍ଦିର ପଛକୁ କୁମାର କୁ ଟାଣି ନେଇ ସନ୍ଧ୍ୟା କହୁଥାଏ ।

ଆଉ ହାତରେ ପରିବା କଟା ଛୁରୀ ଧରିକି କହୁଥାଏ ।
To be continued…….


Promo: (ସନ୍ଧ୍ୟା କହୁଛି ତମେ ଯଦି ଆଉ କାହାକୁ ବାହା ହେବ, ତେବେ ମୁଁ ମରିଯିବି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-177



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_177
Smruti+tume+sradhanjali+in+odia+by+kumars+diary+part+177

Leave a Reply

Your email address will not be published. Required fields are marked *