କୁମାର:- ପୁଣି ସେଇ ମରିବା କଥା, ତମକୁ କେତେ ଥର କହିଛି ମରିବା କଥା କହିବନି ବୋଲି ।
ସନ୍ଧ୍ୟା:-Sorry Sorry ମୋ ପାଟିରେ ରହୁନି ବହାରିଯାଉଛି ।
ତାପରେ ଦିନେ ନା ଦିନେ ଆମକୁ ମରିବାକୁ ପଡିବନା ।
କୁମାର:- ପୁଣି ବାୟାଣୀ !! ଦେବି ଯେ ଗୋଟେ ।
ସନ୍ଧ୍ୟା:- ମୋ ପାଖକୁ ଆସିଲ, ତମ କୋଳରେ ଟିକେ ଶୋଇବାକୁ ଚାହୁଁଛି ।
ସନ୍ଧ୍ୟା କୁମାରର କୋଳରେ ଶୋଇକି କହୁଥାଏ…
ଜାଣିଛ କୁମାର ମୁଁ ଆଜି ବହୁତ ଖୁସି ଜୀବନର ସବୁ ଖୁସି ମୋତେ ମିଳି ଯାଇଛି ।
ଏବେ ଖାଲି ମୁଁ ତମ କୋଳରେ ମୁଣ୍ଡ ରଖିକି ଶୋଇବି, ଆଉ ତମେ ମୋତେ ଏମିତି ଦେଖୁଥାଅ ।
ଗୋଟେ କଥା କହିବି ତମେ ରାଗିବନି ନା ?
କୁମାର:- କୁହ !! କଣ କହିବ କୁହ ରାଗିବିନି ।
ସନ୍ଧ୍ୟା:- ମୋତେ ଆଜି ଭାରି କାନ୍ଦିବାକୁ ଇଚ୍ଛା ହଉଛି ।
ମୋତେ ଏମିତି ଲାଗୁଛି କି, ମୁଁ କାଲି ସକାଳ ଦେଖିପାରିବିନି ।
ମୋତେ ଏମିତି ଲାଗୁଛି ତମଠୁ ଦୁରେଇ ଦୁରେଇ ଯାଉଛି …
ଏହା ଶୁଣିବା ପରେ କୁମାର ମନରେ ପୁଣିଥରେ ସନ୍ଧ୍ୟାକୁ ହରେଇବାର ଭୟ ବଢି ଯାଇଥାଏ ।
ସେ Emotional ହେଇଯାଇଥାଏ, ଆଉ ସନ୍ଧ୍ୟା ମଧ୍ୟ Emotional ହେଇଯାଇଥାଏ ।
କୁମାର:-ତମେ ଏମିତି କାହିଁକି ଭାବୁଛ ?? ମୁଁ ତମ ସହିତ ଅଛି ନା ।
ସନ୍ଧ୍ୟା:- ମୁଁ ଜାଣିନି ମୋତେ ଏମିତି କାହିଁକି ଲାଗୁଛି ।
କୁମାର:- ତମେ ବେଶି ଭାବନି ହେଲା, ଦେଖିଲ ମୋତେ ଦେଖ ।
ତମକୁ କଣ ଲାଗୁଛି ତମେ ମୋଠୁ ଦୁରେଇଯିବ ।
ତମେ ଯୁଆଡେ ଯିବ ମୁଁ ବି ସିଆଡେ ଯିବି ହେଲା ।
ଏବେ ଚାଲ ସେପଟେ କେକ୍ କଟା ଆରମ୍ଭ ହେଇଯିବ ।
ତାପରେ ଆମେ ଘରକୁ ଯିବା ନା ।
ସନ୍ଧ୍ୟା:- ହଉ ଚାଲ…. ତାପରେ କେକ୍ କଟା ଚାଲିଥାଏ ।
ଏପଟେ ସମୀର ଆଉ ତା ଚେଲାମାନେ ଫୁଲ Planing କରିଚାଲିଥାନ୍ତି ।
କୁମାର ଠାରୁ ତା ସାଙ୍ଗମାନେ ଦୁରେଇ ଗଲାପରେ କୁମାରକୁ ମାରିବା ଅପେକ୍ଷାରେ ରହିଥାନ୍ତି ।
To be continued…….
Promo: (ସମୀର କୁମାର କୁ ଧମକ ଦେଉଛି ଯେ ସେ ସନ୍ଧ୍ୟା କୁ ମାରିଦେବ ବୋଲି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-185
Follow my Pages
Thanks….
Smruti_tume_sradhanjali_in_odia_by_kumars_diary_part_185
Smruti+tume+sradhanjali+in+odia+by+kumars+diary+part+185
Facebook Comments