Smruti Tume Sradhanjali (A true Story ) Page-187

ଏପଟେ ସମୀର ସେଠୁ ଯାଇ ସନ୍ଧ୍ୟାକୁ କହୁଥାଏ ।

ସେପଟେ କୁମାର ର ଭୟ 2 ଗୁଣରୁ 4 ଗୁଣ ବଢିଯାଇଥାଏ ।

ସମୀର:-ସନ୍ଧ୍ୟା !!! କଣ ବହୁତ ଖୁସି ଜଣାପଡୁଛ !!!
ହୁଅ ହୁଅ ଆଉରି ଖୁସି ହୁଅ, ହେଲେ ବହୁତ କମ ସମୟ ତାପରେ ସାରାଦିନ କାନ୍ଦିବ ଆଜି କୁମାର ର Last day…

ସମୀର ହସି ହସି ସେଠୁ ଚାଲିଯାଇଥାଏ । 

ସନ୍ଧ୍ୟା ବି ବହୁତ ଭୟଭୀତ ହେଇଯାଇଥାଏ ।

ତାପରେ ସନ୍ଧ୍ୟା ଆଉ କୁମାର ଦୁହେଁ ଏକାଠି ହେଇଯାଇଥାନ୍ତି …. ଦୁହେଁଙ୍କ ମନରେ ମରିଯିବାର ଭୟଥାଏ ହେଲେ କିଏ କାହାକୁ କହିପାରୁନାହାନ୍ତି । 

ତାପରେ କୁମାର କହୁଥାଏ…

କୁମାର:-ସନ୍ଧ୍ୟା କଥା କଣ ?? ତମେ ବ୍ୟସ୍ତ ଜଣାପଡୁଛୁ , Tension ରେ ଥିଲା ଭଳି ଜଣାପଡୁଛୁ….କଣ ହେଇଛି ???

ସନ୍ଧ୍ୟା:-ସେ କିଛି ନାହିଁ । 
ହେଲେ ତମେ କହିଁକି Tension ରେ ଥିଲାଭଳି ଲାଗୁଛ ।

କୁମାର:-କିଛି ନାହିଁ….ସମସ୍ତେ ସାଙ୍ଗମାନେ ଚାଲିଗଲେ ତ କିଛି ଭଲ ଲାଗୁନି ।

ସନ୍ଧ୍ୟା:- ମୋତେ ବି ସେୟା ଲାଗୁଛି ।

ସମୀରର କଥାକୁ ନେଇକି ସନ୍ଧ୍ୟା ମନେ ମନେ ଭାବୁଥାଏ । 
ଏଠି ଯଦି ରହିବି ତାହାଲେ କୁମାର ପ୍ରତି ବିପଦ ଅଛି ଭଲହବ ଆମେ ଗାଁ କୁ ଚାଲିଯିବା ।

ଏପଟେ କୁମାର ଭାବୁଥାଏ…ମୁଁ ଯଦି ସନ୍ଧ୍ୟାକୁ ନେଇ ଏଠି ରୁହେ  ତାହାଲେ ସନ୍ଧ୍ୟା ପ୍ରତି ବିପଦ ଅଛି, ଏଠୁ ଚାଲିଯିବା ଭଲ ହେବ ।

ସନ୍ଧ୍ୟା:-ଗୋଟେ କଥା କହିବି  କୁମାର???  ଚାଲନା ଆମେ ବି ଗାଁକୁ ଚାଲିଯିବା । ମୋତେ ଏଠି କିଛି ଭଲ ଲାଗୁନି ।

କୁମାର:-ମୁଁ ବି ସେୟା ଭାବୁଛି ।

 ହେଲେ କେମିତି ଯିବା ରାତି ଆସିବା 9:00 ହଲାଣି ।

 ମାମୁଁ ମନାକରୁଛନ୍ତି କେମିତି ଯିବା ।

ସନ୍ଧ୍ୟା:-ତମେ ଆସ ମୋ ସହ ମୁଁ କହୁଛି ।

ଦୁହେଁ ଚାଲିଲେ ମାମୁଁଙ୍କ ପାଖକୁ ସେଠି ସମସ୍ତେ ଥାଆନ୍ତି…. ମାମୁଁ ଙ୍କ ପାଖରେ ପହଞ୍ଚି ।

ସନ୍ଧ୍ୟା:-ମାମୁଁ !! ଆମେ ଗାଁ କୁ ଯିବାକୁ ବାହାରିଛୁ ।

 ସେ କଥା କଣ କି କାଲି ଟିଉସନ ରେ Exam ଅଛି ମୋର ମନେ ନଥିଲା । 

ଆମକୁ ଯିବାକୁ ହବ ।

ମାମୁଁ:- ଠିକ ଅଛି !! ଚାଲ ମୁଁ ଛାଡିକି ଆସିବି ଏତେ ରାତି ହେଲାଣି ତମେ ମାନେ କେମିତି ଯିବ ।


To be continued…….


Promo: (ସମୀର ର ଚେଲା ମାନଙ୍କୁ ସୁଯୋଗ ମିଳିବାକୁ ଯାଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-187



Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_187

Facebook Comments

Put your Valuable feedback