କୁମାର ଉଠି ସନ୍ଧ୍ୟାକୁ ଖୋଜୁଥାଏ, ବହୁତ କାନ୍ଧୁଥାଏ ।
କୁମାର ଦେଖିଲା ଗାଡିର୍ ଅବସ୍ଥା ପୁରା ଖରାପ ।
ବହୁତ କଷ୍ଟରେ ଉଠି କୁମାର ଚାରିଆଡକୁ ଦେଖିଲା ବେଳକୁ “ସନ୍ଧ୍ୟା” ରାସ୍ତା କଡରେ ଗୋଟିଏ ଆମ୍ବଗଛ ପାଖରେ ଅଚେତ ହେଇ ପଡିଛି ।
ସନ୍ଧ୍ୟା ର ଏମିତି ଅବସ୍ଥା ଦେଖି କୁମାର ବହୁତ ଜୋର ରେ କାନ୍ଦିବାକୁ ଲାଗିଲା ଆଉ କାନ୍ଦି କାନ୍ଦି ସନ୍ଧ୍ୟାକୁ ଉଠାଉଥାଏ ।
କୁମାର:- ସନ୍ଧ୍ୟା ଆଖି ଖୋଲ !! ଆଖି ଖୋଲ!! ସନ୍ଧ୍ୟା !!!!
“ତମର କିଛି ହବନି ସନ୍ଧ୍ୟା, ଆଖି ଖୋଲ !!! ।
ସନ୍ଧ୍ୟା ର ମୁଣ୍ଡକୁ ବହୁତ ଜୋର ରେ ଆଘାତ ଲାଗିଛି ଆଉ ରକ୍ତ ର ନଦୀ ବହି ଚାଲିଥାଏ । ରକ୍ତ କୁ ଦେଖି କୁମାର ବହୁତ ଡରି ଯାଇଥାଏ ସେ କଣ କରିବ ତାର ମୁଣ୍ଡ କାମ କରୁନଥିଲା । କୁମାର କୁ ମଧ୍ୟ ବହୁତ ମାଡ ହୋଇଥାଏ।
ଏମିତି ଅଦିନିଆ ବର୍ଷା ର କାଳ ରାତ୍ରି ଯେମିତି ଆମ ଦୁହିଁଙ୍କୁ ଗ୍ରାସ କରିବାକୁ ଆସିଥିଲା ।
ସୁନସାନ ରାତିରେ ଜଙ୍ଗଲ ଭିତରେ କେହି କୁଆଡ଼େ ନାହାନ୍ତି । ସେଠୁ ସନ୍ଧ୍ୟାର ଗାଁ ମଧ୍ୟ ବହୁତ ଦୂରରେ । ରାତିରେ କିଛି ଦେଖାଯାଉନଥାଏ। ବହତ ଖୋଜା ଖୋଜି ପରେ ସନ୍ଧ୍ୟାର Bag ମିଳିଲା । ତାର Mobile ବାହାର କରି ସେ ଆକାଶ କୁ Call କରି ସେଠିକି ଡାକିଲା ।
କିଛି ସମୟ ପରେ ଆକାଶ ଗାଡି ନେଇକି ଆସିଲା । ଦୁହିଁଙ୍କ ସହାୟତାରେ ସନ୍ଧ୍ୟା କୁ ହସ୍ପିଟାଲ ନେଲେ ।
କଥାରେ ଅଛି ପରା ଯେବେ ତୁମର ଶକ୍ତି ପରୀକ୍ଷାର ବେଳ ଆସିଛି ତେବେ ଗୋଟିଏ ପରେ ଗୋଟିଏ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ । ହସ୍ପିଟାଲ ପହଁଚିଲା ବେଳୁ ସେଠି ଡାକ୍ତର ନାହାଁନ୍ତି ।
ବହୁତ ଚିନ୍ତାରେ ପଡିଯାଇଥାଏ କୁମାର ଆଉ ଆକାଶ ।
କୁମାର’ ସନ୍ଧ୍ୟା ପାଖରେ ବସିଥାଏ, ସନ୍ଧ୍ୟା ର ଚେତା ଫେରି ନଥାଏ ।
କିଛି ସମୟ ପରେ ଆକାଶ ଡାକ୍ତରଙ୍କୁ ଡାକିଆଣିଲା ,
ଡାକ୍ତର କହୁଥାନ୍ତି :-
ବହୁତ Blood ଚାଲିଯାଇଛି Sense ଆସିବା ବହୁତ କଷ୍ଟ ।
ତାପରେ Emergency ward ରେ First Aid ଦେଇ Treatment ଆରମ୍ଭ କଲେ ।
ସେପଟେ Accident ଖବର ସନ୍ଧ୍ୟାର ବୋଉ ଆଉ ମାମୁଁ ପାଖରେ ପହଁଚି ଯାଇଥାଏ, ସେମାନେ ବି ଆସି ପହଁଚି ଯାଇଥିଲେ ।
ସମସ୍ତେ କାନ୍ଧୁଥାନ୍ତି ।
କୁମାର ଦେହରେ ବି ମାଡ଼ ହୋଇଥାଏ, ସେ ଠିକ୍ ସେ ଚାଲିପାରୁନଥାଏ ।
କୁମାର’ ଆକାଶ ଆଉ ମାମୁଁ ଙ୍କୁ ସବୁକଥା ଜଣେଇଲା ।
ଆଉ କେଶବର ଫୋନ କଥା ବି ଜଣେଇଲା ।
ଆକାଶ କହିଲା ଯେ କେଶବ ର ଫୋନ ହଜିଯାଇଛି,
କୁମାର ସେଠୁ ଜାଣିଗଲା ଯେ ସେ ସବୁ ସମୀର ର କାମ ।
କିଛି ଘଣ୍ଟା ପରେ ସନ୍ଧ୍ୟାର Sense ଆସିଲା । ପ୍ରଥମେ ସନ୍ଧ୍ୟାର ବୋଉ ଆଉ ମାମୁଁ, ସନ୍ଧ୍ୟା ସହ କଥା ହେଇ ବାହାରକୁ ଆସିଲେ ।
ଆକାଶ ବାହାରେ ଥାଏ ।
କୁମାର ଆଖିରେ ଲୁହ ଆସୁଥାଏ କିନ୍ତୁ ଲୁହ କୁ ଚାପି ରଖି ଧର୍ଯ୍ୟ ର ସହ ସନ୍ଧ୍ୟା ର Chamber ଭିତରକୁ ଗଲା । ସନ୍ଧ୍ୟାର ହାତକୁ ଆଉଁସି ତା ପାଖରେ ବସିଲା । ଆଉ ତାର ହାତକୁ ଧରି କୁମାର ଆଉ ସନ୍ଧ୍ୟା କଥା ହେଉଥାନ୍ତି ।
କୁମାର:- ଏ ସବୁ କଣ ହେଇଗଲା ବାୟାଣୀ!!!! ଏ ସବୁ ପାଇଁ ମୁଁ ହିଁ ଦାୟୀ ।
ମୁଁ ଯଦି ତମକୁ ଗାଡି ଚଲେଇବାକୁ ଦେଇ ନଥାନ୍ତି ତାହାଲେ ଏତେ ସବୁ ହେଇନଥାନ୍ତା ।
ବହୁତ କାନ୍ଧୁଥାଏ କୁମାର….
ସନ୍ଧ୍ୟା:-ନାହିଁ କୁମାର !!! ସେଥିରେ ତମର କିଛି ଭୁଲନାହିଁ ।
ଯାହା ହବାକୁ ଥିଲା ତାହା ହେଇଗଲା ।
ତମ ଦେହରେ ବହୁତ ମାଡ଼ ହେଇଛି ମେଡ଼ିସିନ ଲଗେଇଦେବି, ଏଠିକି ଆସ ମୋ ପାଖକୁ ।
To be continued…….
Promo: (ମୋ ଆଖିରେ ଆଖି ମିଶେଇ କଥା ହୁଅ, କୁମାର!!!, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-190
Follow my Pages
Thanks….
Smruti_tume_sradhanjali_in_odia_by_kumars_diary_part_190