Smruti Tume Sradhanjali (A true Story ) Page-192

ସନ୍ଧ୍ୟା କହୁ କହୁ ତା ଆଖି ରୁ ଲୁହ ଝରି ପଡୁଥାଏ । 
ସନ୍ଧ୍ୟା ବି କୁମାର ର ହସ ଦେଖିବା ପାଈଁ କହିଲା ଦେଖ ମୁଁ ତ ହସୁଛି ନା 
ତମେ ଭି ହସ Please ।  
ସନ୍ଧ୍ୟା:- କୁମାର ! ତମେ ଯେବେ ମୋତେ ପାଖରେ ପାଅ,
 ମୋ ସାଙ୍ଗରେ ଦୁଷ୍ଟାମୀ କର ଆଉ ମୋତେ ପପି ମାଗ । 

ଆଉ ଜାଣିଛ ମୁଁ ଜାଣିଶୁଣି ସେ ସମୟରେ ଟିକିଏ ନଖରାମି କରେ
 ଆଉ ତମର ଦୁଷ୍ଟାମୀ ମୋତେ ବହୁତ ଭଲ ଲାଗୁଥିଲା । 
ଆଉ ଆଜି ମୋର ବହୁତ ଇଛା ହେଉଛି ତମ ସାଙ୍ଗରେ ଦୁଷ୍ଟାମୀ କରିବାକୁ । 
କିନ୍ତୁ ମୁଁ ଉଠିପାରିବିନି ।
କୁମାର:- Please ସନ୍ଧ୍ୟା ସେମିତି କୁହନି, ତମର କିଛି ହେବନି 
ଆମେ ପୁଣି ଆଗ ଭଳି ଜୀବନ ବିତେଇବା ( କାନ୍ଦି,କାନ୍ଦି) 
ସନ୍ଧ୍ୟା :- କୁମାର!! ମୋତେ ଗୋଟେ ପପି ଦିଅନା Please ??
( ଏତିକି ସମୟରେ ସନ୍ଧ୍ୟା ର ଆଖିରୁ ଲୁହ ଝରି ପଡୁଥାଏ ) 

 ସନ୍ଧ୍ୟା ର ଇଛା ମୁତାବକ କୁମାର ଗୋଟେ ପପି ବି ଦେଇଥାଏ ।

ସନ୍ଧ୍ୟା କହୁଥାଏ-ଏବେ ଯାଇକି ହେଲା … ଏଥର ମୁଁ ଶାନ୍ତିରେ ମରିପାରିବି ।

 ଏ ଜନ୍ମରେ ତ ତମ ହାତରୁ ସିନ୍ଦୂର ପିନ୍ଧି ପାରିଲିନି ହେଲେ 
ଆସନ୍ତା ଜନ୍ମରେ ନିଶ୍ଚୟ ପିନ୍ଧିବି ।

 ଏଇ ନିଅ ମୋର ଗୋଟିଏ ଚୁଡି ରଖିଥାଅ ଆଉ ଏ ମୁଦି ଯେତେବେଳେ ବି ମୋ କଥା ମନେ ପଡ଼ିବ ୟାକୁ ଦେଖିକି ତମ ମନକୁ ବୁଝେଇବ । 

ଏମିତି କହି କହି ସନ୍ଧ୍ୟା ଧିରେ ଧିରେ ଆଖି ବନ୍ଦ କରିବାକୁ ଲାଗିଲା 
ଆଉ ସନ୍ଧ୍ୟା ସ୍ୱର ମଧ୍ୟ ଧୀର ହେବାକୁ ଲାଗିଲା ।  
କୁମାର ‘ ସନ୍ଧ୍ୟା କୁ  ଉଠେଇବାକୁ ଚେଷ୍ଟା କରୁଥାଏ କିନ୍ତୁ ସନ୍ଧ୍ୟା ର ଆଖି ଖୋଲୁ ନଥାଏ ।
ଏତିକି ବେଳେ ଆକାଶ ଆସିଯାଇଥାଏ, କୁମାର ଆକାଶ କୁ କହୁଛି , ଆକାଶ ଦେଖତ ସନ୍ଧ୍ୟା ଆଖି ଖୋଲୁନି । 

ଆଖି ଖୋଲ ସନ୍ଧ୍ୟା, ମୋ ସହ କଥା ହୁଅ , ସନ୍ଧ୍ୟା !!!

ତାପରେ ଡାକ୍ତର ଆସି ଦେଖିଲେ ଆଉ Nerve check କରିଲା ବେଳକୁ ସବୁ ସାରିଯାଇଥିଲା ଆଉ ଡାକ୍ତର ଙ୍କ ମୁଖରୁ ବାହାରିଲା ,I am Sorry, ” She is Dead” । ସେହି ତିନୋଟି ଶବ୍ଦ କୁମାର ର ସବୁ ଖୁସି ଛଡେଇ ନେଇ 
ମଶାଣିର ପାଉଁଶ କରିଦେଇଥିଲା । 

କୁମାର ମୁଣ୍ଡରେ ଚଡକ ପଡିଯାଇଥିଲା । 

ସେ ଦିନ ଠୁ କୁମାର ଯେମିତି ଗୋଟିଏ ନିର୍ଜୀବ ମୂର୍ତ୍ତି ହୋଇଯାଇଛି । ଚୁପଚାପ ରହିବା ଆଉ ଶାନ୍ତ  ରହିବା ତା ଜୀବନର ଗୋଟିଏ ଅବିଛେଦ୍ୟ ଅଙ୍ଗ ହେଇଗଲା ।

ଏମିତି ଏକ କାଳ ରାତ୍ରି କୁମାର ର ଅମୁଲ୍ୟ ସମ୍ପତି କୁ ଛଡେଇ ନେବ ଆମେ କେବେ ଭାବିନଥିଲୁ ।

 ଭଗବାନ ଙ୍କୁ ଦୋଷ ଦେବା ଠିକ ନୁହଁ , ଲୋକେ କୁହନ୍ତି ଯିଏ ଯାହା ପାଇଁ ଆସିଛି ସେ ସବୁ ଉପରୁ ଭଗବାନ ଲେଖି ପଠେଇ ଥାନ୍ତି ।

 ଆମେ ଗୋଟେ ରକ୍ତ ମାଂସ ଭରା ମଣିଷ ରୂପୀ ଖେଳନା । ସବୁ ତାଙ୍କର ଇଛାରେ ଆମେ ଉଠ ବସ୍ ହେବା କଥା ।

ଆକାଶ ଠାରୁ ସବୁ କାହାଣୀ ଶୁଣିବା ପରେ ସମସ୍ତେ କାନ୍ଦିପକେଇଥାନ୍ତି । 

ସୁମିତ୍ରା:-ମତେ କ୍ଷମା କରିଦେବ କୁମାର !!  ମୁଁ ତମ ଜୀବନରେ ଆସି ବହୁତ ବଡ଼ ଭୁଲ କରିଦେଇଛି…….

ତମ Love Story ସତରେ Great ।

ଏହା ଥିଲା କୁମାର ଆଉ ଶ୍ରଦ୍ଧାଞ୍ଜଳିର (ସନ୍ଧ୍ୟା)
True Love Story…….
To be continued…….


Promo: (ଏହି Diary ଲେଖିବାର କାରଣ କଣ, ମୁଁ କହିବି Next page ରେ ପଢିବାକୁ ଭୁଲିବେ ନାହିଁ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-192



Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_192

Facebook Comments

Put your Valuable feedback