ମୋର Love ରେ କୌଣସି ଅଭିଜ୍ଞତା ନାହିଁ ତଥାପି ମୋ ମତରେ ଏହା ହିଁ ଠିକ୍ । ଆଜି ମୁଁ ମୋ ବାୟାଣୀର ସବୁ ଇଚ୍ଛା ପୂରଣ କରିସାରିଛି । ସେ ପ୍ରକୃତରେ ମୋ ପାଖରେ ନାହିଁ କିନ୍ତୁ ସେ ସବୁଦିନ ମୋ ପାଖେ ପାଖେ ଅଛି । ଆଉ ଆଜି ମଧ୍ୟ ତାର ଜନ୍ମ ଦିନ ରେ ସେଇ ଜାଗାରେ ଯାଇ ବସେ। ଆଉ ତା ସହିତ ମୁଁ କଥା ହୁଏ ଆଉ ସେ ମୋ ସହିତ । କୋଉଠି ଜାଣିଛ ? ଯେଉଁଠି ସନ୍ଧ୍ୟା ଆଉ ମୁଁ ପ୍ରଥମେ କଥା ହେଇଥିଲୁ । ସେ ମୋତେ କହିଥିଲା “ମୁଁ ଖୁବ ଶୀଘ୍ର ତମ ପାଖକୁ ଫେରି ଆସିବି” ଆଉ ତାର ଅପେକ୍ଷା ରେ ଆଜି ପର୍ଯ୍ୟନ୍ତ ମୁଁ ସବୁ ଯାଗାରେ ଆଉ ସବୁ ସମୟରେ ସଫଳ ହୋଇ ଆସିଛି । ମୋର ଆଶା ସେ ତା କଥା ରଖିବ ଆଉ ସେ ମୋ ପାଇଁ ନିଶ୍ଚୟ ଫେରିବ ।
I Love You Sandhya….. & Miss You Lot…..
ମୋ କାହାଣୀ ଯାତ୍ରା ର ସଫଳତା ପଛରେ ଦୁଇ ଜଣଙ୍କର ହାତ ରହିଛି । ସେମାନେ ହେଉଛନ୍ତି Mr. & Mrs. Bhuyan ସେମାନଙ୍କୁ ଯେତେ ବି ଧନ୍ୟବାଦ ଜଣେଇଲେ କମ୍ ପଡିବ । ମୁଁ ଭାବୁଥିଲି ଯେ ମୋର ଏହି କାହାଣୀ କୁ ସମସ୍ତଙ୍କ ପାଖରେ କେମିତି ପହଞ୍ଚେଇବି । କିନ୍ତୁ ମୁଁ ଭାବେ ସଫଳ ହେବା ପଛରେ ମୋ ସନ୍ଧ୍ୟା ର ହାତ ଅଛି ଆଉ ସେ ଠିକ୍ ରାସ୍ତା ଦେଖେଇଛି । ମୋର କାହାଣୀ କୁ Mr. & Mrs. Bhuyan ଙ୍କୁ ପସନ୍ଦ ଲାଗିଲା ଆଉ ସେଥିପାଇଁ ସେ Bhuyans Blog ରେ ମୋ କାହାଣି କୁ Publish କରିଲେ। ସେଥିପାଇଁ ମୁଁ ବହୁତ ଖୁସି । ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାଥନା ଯେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏବଂ ସେମାନଙ୍କ ଚଲାପଥ କୁସୁମିତ ହେଉ । ଆଶା କରେ ଏହି କାହାଣୀ ଟି ଆପଣଙ୍କ ମନ କୁ ନିଶ୍ଚୟ ଛୁଇଁଥିବ । ଆଉ ମୋର ବିଶ୍ୱାସ ଯେ ଏହି କାହାଣୀ ପଢ଼ିଲା ପରେ ଆପଣ ଆପଣଙ୍କ ସାଙ୍ଗ ଆଉ ନିଜ ପ୍ରିୟଜନ ପାଖକୁ ନିଶ୍ଚୟ Share କରିବେ ।
କାହାଣି କୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପଢି ନିଜର ମତାମତ ଜଣାନ୍ତୁ ଏବ ଯେଉଁ ବନ୍ଧୁ ମାନେ ମୋର କାହାଣୀ କୁ ପୁରା ପଢ଼ିଛନ୍ତି ସେମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ।
Nice story