ସେତେବେଳେ ସାଇକେଲ 24 ଇଞ୍ଚ ଉଚ୍ଚତା ଥିଲା । ଆମେ ଠିଆ ହେଲେ ଆମର କାନ୍ଧ ପର୍ଯ୍ୟନ୍ତ ହିଁ ହେଉଥିଲା । ସିଟ ପର୍ଯ୍ୟନ୍ତ ପହଂଚିବା ପାଇଁ ଆମେ କେତେ ସ୍ୱପ୍ନ ଦେଖୁଥିଲି । ଆମେ କେବେ ବଡ଼ ହେବୁ ସେ କଥା ପ୍ରତିଦିନ ଭାବୁଥିଲୁ ।
ବାଙ୍କୀ- ଏହି ପଯ୍ୟାୟ ରେ ଆମେ ତିନି କୋଣିଆ ଫ୍ରେମ ଭିତରେ ପଶି ଦୁଇ ପଟେ ପେଦଲ ମାରି ସାଇକେଲ ଚଳାଉଥିଲୁ । କିଛି ସମୟ ପେଦଲ ମାରିବା ପରେ ଆମେ ପେଦଲ ଉପରେ ଠିଆ ହୋଇ ଛାତି କୁ ଚଉଡା କରି ସାମ୍ନା କୁ ଦେଖି ସାଇକେଲ ର ଘଣ୍ଟି କୁ ବାରମ୍ବାର ବଜେଇ ସମସ୍ତଙ୍କୁ ଜଣେଇବା ଗୋଟିଏ ଅଲଗା ଖୁସି ଥିଲା । ସେହି ବାଙ୍କୀ ଶିଖିବାରେ କେତେଥର ପଡି ଗୋଡ ମାଡ଼ ହେବା ଆମ ପାଇଁ ସାଧାରଣ ଥିଲା । ସେହି ବାଙ୍କୀ ପଯ୍ୟାୟ ରେ କେତେଥର Race ଭି ଆୟୋଜନ କରାଯାଇଛି ।
ସେମିତି ବାର୍ ଚଲେଇବା ସମୟରେ ଆମେ ପ୍ରକୃତ ସାଇକେଲ ଚଳେଇବାର ଅଭିଜ୍ଞତା ହାସଲ କରିସାରିଥାଉ । ଆଉ ସେହି ବାର୍ ଚଲେଇବା ସମୟରେ ବେଳେବେଳେ ସିଟ ଉପରେ ବସି କିଛି ଦୂର ଚଲେଇବା ମଧ୍ୟ ଗୋଟିଏ ଅଲଗା ଖୁସି ଥିଲା । ଆଉ ସେହି ସିଟ ଉପରେ ବସି ଯେବେ ଚଲେଇବାର ଜାଣିଲୁ ସେତେବେଳେ ଭାବିଲୁ କି ଆମେ ପକୃତ ସାଇକେଲ ଚାଳକ ନୁହଁ ଆମେ ଯେମିତି ଉଡାଯାହାଜ ଚଳେଇବାର ଖୁସି ଅନୁଭବ କରୁଥିଲୁ ।
ଆଜି ର ପରମ୍ପରା ରେ ଛୋଟ ପିଲା ମାନଙ୍କୁ ଏତେ ସୁବିଧା ପ୍ରଦାନ କରାଯାଉଛି । ଯେ ସେମାନେ ଜୀବନ ର ପକୃତ ସନ୍ତୁଳନ ଜାଣିପାରୁନାହାନ୍ତି । ଛୋଟ ବେଳୁ ସେମାନଙ୍କୁ ତାଙ୍କ ଉଚ୍ଚତା ମୁତାବକ ସାଇକେଲ ପ୍ରଦାନ କରାଯାଉଛି ସନ୍ତୁଳନ(Balance) କରିବାର ଆବଶ୍ୟକତା ହିଁ ନାହିଁ । ଦୁଇ ଚକା ବାହାର ପଟେ ସନ୍ତୁଳନ କରିବା ପାଈଁ ଛୋଟ ଛୋଟ ଚକା ଲଗା ଯାଇଥାଏ । ସେମାନେ ଦୁନିଆ କୁ ସନ୍ତୁଳନ କରିବା ଜାଣି ନାହାନ୍ତି । ଏମିତି କି ବଡ଼ ବଡ଼ ଘର ର ଲୋକମାନେ ନିଜ ପୁଅ ଝିଅ ପାଈଁ ବେଟେରୀ ଯୁକ୍ତ Bike ମଧ୍ୟ ପ୍ରଦାନ କରି ତାଙ୍କର ଅଭାବ କୁ ପୂରଣ କରୁଛନ୍ତି ।
ଆଉ ଆମ ପିଲା ଦିନ କେତେ ଅଭାବ ରେ ଯାଇଛି ତାହା ଆମ ମନ ଭିତରେ ଢାଙ୍କି ରଖିଛୁ ।
ଆଜି ର ଛୋଟ ପିଲା ମାନେ ଜାଣି ନାହାନ୍ତି ଆମେ ସେହି ସମୟରେ ପକୃତ ସନ୍ତୁଳନ ର ଅନୁଭବ କରିଥିଲୁ । ଆଉ ସେଠୁ ଆମର ଜୀବନର ସନ୍ତୁଳିତ କରିବାର ଅନୁଭୂତି ଆରମ୍ଭ ହୁଏ ।
ସାଇକେଲ ଚଲେଇବା ଆଉ ଶିଖିବା ଇଛା ଥାଏ କିନ୍ତୁ ମନରେ ଅଲଗା ଆଶା ବାନ୍ଧିଥାଏ । କାରଣ ଶ୍ରେଣୀ ବଢିବା ସାଙ୍ଗରେ ଯଦି ସାଇକେଲ ଶିଖିନଥିବୁ ତେବେ ହାଇସ୍କୁଲ କୁ ଚାଲି ଚାଲି ଯିବାକୁ ହେବ ଆଉ ଯଦି ସାଇକେଲ ଶିଖିଯାଇଛୁ ତେବେ ବାପାଙ୍କ ପାଖରେ ନୂଆ ସାଇକେଲ ପାଇଁ Demand କରିପାରିବୁ ।
ଆମ ପିଢ଼ି ପରେ କିଛି କିଛି ଖେଳ ଆଉ କିଛି ଜିନିଷ ଯେମିତି ବିଲୁପ୍ତ ହୋଇଯାଇଛି ।
ଯେମିତି ବାଟି ଖେଳ, ଡାହି ମାଙ୍କୁଡ଼ି, ପିଲି ବାଡ଼ି, ଗ୍ୟାସ ଖେଳ, ଚୋର ପୁଲିସ, ବାଡ଼ି ଡିଆଁ, ପୋଖରୀ ରେ ବୁଡି ବୁଡି ଖେଳିବା । କୂଅ ଭିତରେ ପଶି ପଙ୍କ ବାହାର କରିବା, କାହାର ବଗିଚା ରେ ନଡ଼ିଆ ଚୋରେଇବା, ମରିଚ ଆଉ ଲୁଣ ସାଙ୍ଗରେ ଧରି ବୁଲିବା ଆଉ ଯୋଉ ଜାଗାରେ ଟମାଟ,କାକୁଡି ଆଉ ତେନ୍ତୁଳି ମିଳେ ସେଠି ଲୁଣ ମରିଚ ସାଙ୍ଗରେ ଖାଇବା । ଏମିତି ବହୁତ ଜିନିଷ ଅଛି ଯାହା ଆମ ପରେ ଯେମିତି ଲୋପ ପାଇଯାଇଛି ।
ଆମ ପିଢ଼ି ପରେ ବାଲି ଖେଳ ଆଉ ବାଲି ରେ ଘର କରି ଖେଳିବା ଯେମିତି ଲୋପ ପାଇଯାଇଛି । ଦୋଳି ଖେଳିବା ଆଉ ଖାସ କରି ବାଉଁଶ ଦୋଳି ବହୁତ ଚର୍ଚ୍ଚା ରେ ଥିଲା ।
ଆମେ ବହୁତ ଥର ଜେଜେ ବାପା, ଜେଜେ ମା ଆଉ ଆଇ ମା ଠାରୁ ଗପ ଶୁଣିଛୁ ଆଉ ଆଜି ଯେମିତି ସେ ସବୁ ଲୋପ ପାଇଯାଇଛି ।
ଆମର Cooler, Air Conditioner ବିନା ମଧ୍ୟ ଦିନ ଵିତୁଥିଲା ।
ଗରମ ହେଲେ ଛାତରେ ଉପରେ ଶୋଇବା ଆଉ ମସ୍ତି କରିବା ଅଲଗା ଖୁସି ଥିଲା । ଛାତରେ ଶୋଇବା ପାଇଁ ସନ୍ଧ୍ୟା ବେଳେ ପାଣି ରେ ସେହି ଜାଗାକୁ ଓଦା କରିବା ଗୋଟିଏ ଅଲଗା ଅନୁଭୂତି ଥିଲା ।
ଶୀତ ହେଲେ ଚୁଲି ଆଉ ଧୁନି ର ଚାରି ପାଖରେ ବସି କଥା ହେବା ଯେମିତି କମ୍ ହୋଇଯାଇଛି ।
ଆମେ ସେହି ପିଢ଼ି ରେ ଥିଲୁ ସ୍କୁଲ ର ବାରଣ୍ଡା ରେ ବସି ଟିଉସନ ପଢିଥିଲୁ । ଘରେ ମିଞ୍ଜି ମିଞ୍ଜି ଲାଇଟ ର ଆଲୁଅ ଠୁ କିରୋସିନ ଦୀପ ର ଆଲୁଅରେ ଆମକୁ ସବୁ ଦେଖାଯାଉଥିଲା ।
ଆମେ ସୋରିଷ ତେଲ କୁ ଖାଇବା ଆଉ ମୁଣ୍ଡରେ ପ୍ରତିଦିନ ଲଗେଇ ସ୍କୁଲ ଯାଉଥିଲୁ ।
ପେନ ର ସାହି ସରିଗଲେ ତାକୁ ନିଆଁ ରେ ଲଗେଇ ଫୋଟକା କରିବା ଅଲଗା ମଜା ଥିଲା । ଆଉ ସେହି ସାହି ରେ ଆମ ହାତ ଆଉ ପାଟି ନୀଳ ଆଉ ରଙ୍ଗ ବହୁତ ଥର ହେଇଛି । ଭଳି ଭଳି କି ପେନ ରଖିବା ମଧ୍ୟ ପସନ୍ଦ ଥିଲା ।
ଖାତାର କାଗଜ ଚିରି ବହିରେ ରଖି ବଡ଼ Number ଯାହାର ହେବ ସେଥିରେ କାଗଜ ଜିତିବା ମଧ୍ୟ ଅନ୍ୟ ଏକ ଅନୁଭୂତି ।
ଆମେ ସେ ପିଢ଼ି ଥିଲୁ ବଡ଼ ଲୋକ ମାନଙ୍କୁ ଦେଖିଲେ ରାସ୍ତା ବଦଳେଇ ଅନ୍ୟ ରାସ୍ତାରେ ଯାଉଥିଲୁ ।
ଆମ ପରେ ସ୍କୁଲ ରେ ମାଡ଼ ଖାଇବା ଆଉ ଚୌକି ବସିବା ଯେମିତି ଲୋପ ପାଇଗଲା ।
ଆମେ ଧଳା ଦାନ୍ତ ମଞ୍ଜନ ଗୁଣ୍ଡ ଆଉ ଅଙ୍ଗାର ରେ ଦାନ୍ତ ଘଷିବା ର ମଜା ବି ନେଇଛୁ ।
ଯଦି ପାଖରେ ଏକ ଟଙ୍କା ଅଛି ତେବେ ଆମେ ଭାବୁଥିଲୁ କି ଆମ ପାଖରେ ସବୁ କିଛି ଅଛି ।
ରାତିରେ ଲାଇଟ ଗଲା ପରେ ଛାତ ଉପରେ ଯାଇ ସହର କୁ ଦେଖି ଭାବୁଥିଲୁ ପକୃତରେ ସହର ଟା ରାତିରେ ଦେଖିବାକୁ କେମିତି ତାହା ମଧ୍ୟ ଅନ୍ୟ ଏକ ଖୁସି ଥିଲା ।
ରାତିରେ ତାରା ଗଣିବା ଆଉ ଆମ ସାଙ୍ଗରେ ଜହ୍ନ ମାମୁ ଆମ ସାଙ୍ଗରେ ଚାଲୁଛନ୍ତି ଭାବିବା । ଏହି ଖୁସି ମଧ୍ୟ ଗୋଟିଏ ଅଲଗା ଅନୁଭୂତି ।
ରାତିରେ ନାମ ଆଉ ଯାତ୍ରା ଦେଖିବା ପାଈଁ ଚାଲି ଚାଲି ଯିବା ମଧ୍ୟ ଅଲଗା ଖୁସି ଥିଲା ।
ଶ୍ରୀକୃଷ୍ଣ, ମହାଭାରତ, ରାମାୟଣ,ଶକ୍ତିମାନ ଆମର ପ୍ରିୟ ଧାରାବାହିକ ଥିଲା । National channel ସବୁ କିଛି ଥିଲା ।
ଆଜି ଯେମିତି ସେ ସବୁ ପରିବର୍ତ୍ତନ ହୋଇଯାଇଛି । ସମୟ ର ତାଳେ ତାଳେ ଆମେ ମଧ୍ୟ ପରିବର୍ତ୍ତନ ହୋଇଯାଇଛୁ।
Share this link to your friends following the Share on Whatsapp button.
Bhuyans_Blog
Some-Childhood-Moments