ସ୍ମୃତି ର ରଙ୍ଗ….(3)

ସ୍ମୃତି ର ରଙ୍ଗ....(3)
ସ୍ମୃତି ର ରଙ୍ଗ….(3)
ଚିଙ୍କି ହସି, କହିଲା, ହଁ,, ମୁଁ ତୋ ଘରକୁ ଯାଇଥାନ୍ତି କିନ୍ତୁ ତୁ ଏମିତି ସମୟରେ ଆସିଲୁ ଯେ କଣ କହିବି ଏ ସବୁ ଘଟଣା ଘଟିଗଲା ।
ଚିଙ୍କି କହିଲା, ମମି ଆଜି ଆମ ସମସ୍ତଙ୍କ ପାଇଁ ଚକୁଳି ପିଠା କରିଛନ୍ତି ।
ଚାଲ ଖାଇବା ତାପରେ ହୋଲି ଖେଳିବା ।
ଚକୁଳି ପିଠା ମୋତେ ବହୁତ୍ ପସନ୍ଦ । ପିଲା ଦିନେ ମୁଁ ବହୁତ୍ ସମୟ ଚିଙ୍କି ଘରେ ରହୁଥିଲୁ ।
ଧିରେ ଧିରେ ମୋର ଯିବା ଆସିବା କମ୍ ହୋଇଗଲା । ମାଉସୀ ମୋର ପସନ୍ଦ କୁ ଜାଣନ୍ତି ।
ସବୁଠୁ ବଡ କଥା ହେଲା , ଚିଙ୍କି ମୋତେ ପିଲା ଟି ଦିନରୁ ଭଲ ପାଏ କିନ୍ତୁ ମୁଁ ତାକୁ ପସନ୍ଦ କରେନି ।
କେବଳ ସାଙ୍ଗ ହିସାବରେ ତାକୁ ଦେଖେ । ପିଠା ଖିଆ ସରିବା ପରେ ।
ତାଙ୍କର ଘର ଉପରେ ଘର ତିଆରି ହେଉଥାଏ କିନ୍ତୁ ସେ ଘର ପ୍ଲାଷ୍ଟର ହୋଇ ନଥିଲା ।
ମୁଁ ପ୍ଲାନ୍ କରିଲି ଗୋଟେ କାମ କରିବା । ତମର ଛାତ ଉପରେ ଯୋଉ ରୁମ୍ ହେଉଛି ନା ସେଠୀ ନାଚ ଗୀତ କରିବା ।
ସମସ୍ତେ ମାନିଲେ ଚାଲିଲୁ ଫାର୍ଷ୍ଟ ଫ୍ଲୋର କୁ। ଫୁଲ ସାଉଣ୍ଡ ରେ ଓଡ଼ିଆ ସମ୍ବଲପୁରୀ ଗୀତରେ ନାଚ ଗୀତ ଚାଲିଥାଏ ।
ମାଉସୀ ଆମ ପାର୍ଟି ରେ ଜଏନ କରିଲେ ନାହିଁ । ତାଙ୍କୁ ରଙ୍ଗ ପ୍ରତି ଆଲର୍ଜି ହୁଏ ।
ନାଚ ଗୀତରେ ସମସ୍ତେ ମସ ଗୁଲ । ସମସ୍ତେ ଥକି ଗଲେ । ଚିଙ୍କି କହିଲା ରଙ୍ଗ ପାଣି ନହେଲେ ମଜା ନାହିଁ ।
ବରୁଣ ପଚାରିଲା କଣ ମଦ ପିଇବୁ ?? ଚିଙ୍କି କହିଲା ଆବେ ନାହିଁ।
ଲାଲ୍ ଏବଂ ନିଲ ଏମିତି ଭଳି ଭଳି କି ରଙ୍ଗ ପାଣି ରେ ଗାଧୋଇଲେ କେତେ ମଜା ଲାଗିବ ।
ମୁଁ ଆଇଡିଆ ଦେଲି ଗୋଟେ କାମ କର, ତମ ପାଣି ଟାଙ୍କି ପାଖରୁ ପାଇପ ଲଗେଇ ଆଣେ ଏଠି ପାଣି ରେ ଖେଳିବା ଏବଂ ମଜା ମସ୍ତି କରିବା ।
ସେମିତି ହେଲା ତା ସହିତ ଚିଙ୍କି ଆଉ ଗୋଟିଏ ଭଲ କାମ ଟିଏ କରି ଆସିଲା। ଚିଙ୍କି ଟାଙ୍କି ରେ ଅଳତା ମିଶେଇ ଆସିଗଲା ।
ଆମେ ପାଣି ଚାଲୁ କରିବା ପରେ ରଙ୍ଗ ପାଣି ଦେଖି ଆଶ୍ଚର୍ଯ୍ୟ । ଆରେ ବାଃ କି ଆଇଡିଆ । ସମସ୍ତେ ନାଚ ଗୀତ କରିଲୁ ।
ଏହି ମଧ୍ୟରେ ସୁଜାତା ମୋ ସହିତ ନାଚିବାକୁ ପସନ୍ଦ କରୁଥାଏ । ମାତ୍ର ଚିଙ୍କି ତାକୁ ଦୂରେଇ ନେଇ ଚାଲି ଯାଉଥାଏ ଏବଂ ପୁଣି ଚିଙ୍କି ଆସି ମୋ ସହିତ ନାଚେ ।
ଏମିତି ଥରେ ଦୁଇ ଥର ହେବା ପରେ ସୁଜାତା ଜାଣି ଗଲା ଯେ ଚିଙ୍କି ମୋତେ ପସନ୍ଦ କରେ ବୋଲି ।
ସମସ୍ତେ କାନ୍ଧରେ ହାତ ରଖି ନାଚ କରିଲୁ।
କିଏ ଓଡ଼ିଶୀ ତ ଆଉ କିଏ ମାଇକେଲ ଜାକ୍ସନ ଏବଂ ଆଉ କିଏ ଆସାମୀ ବିହୁ ନାଚ ତ ଆଉ କିଏ ଫାଡା ଷ୍ଟାଇଲ ରେ ନାଚ କରୁଥିଲେ ।
ସମସ୍ତେ ନିଜ ନିଜର ନାଟ୍ୟ କଳା ଦେଖାଇଲେ ।
ମୋତେ ଇମ୍ପ୍ରେସ କରେଇବା ପାଇଁ ସୁଜାତା ବହୁତ୍ ଚେଷ୍ଟା କରୁଥାଏ କିନ୍ତୁ ଚିଙ୍କି ସବୁବେଳେ ତାର ପ୍ଲାନ କୁ ଭଣ୍ଡୁର କରି ଦେଉ ଥାଏ
ପ୍ରାୟ ୩ଘଣ୍ଟା ପରେ ସମସ୍ତେ ନାଚି ନାଚି ଥକି ଗଲୁ ଏବଂ ଟାଙ୍କି ପାଣି ମଧ୍ୟ ଶେଷ ।
ରଙ୍ଗ ପାଣି ସରିଲା ପରେ ଭଲ ପାଣି ଟାଙ୍କି ରେ ଭରା ଗଲା , ପୁଣି ନାଚ ଗୀତ ଆରମ୍ଭ ହେଲା । ଦିନ ୦୨ ଟା ପର୍ଯ୍ୟନ୍ତ ଚାଲିଲା ଫୁଲ ମସ୍ତି ।
ସବୁ କାମ ସରିଲା ପରେ ଯିଏ ଯାହାର ଘରକୁ ଗଲେ । ହୋଲି ସିନା ସରିଗଲା କିନ୍ତୁ ପିଲା ଦିନ ସ୍ମୃତି ପୁଣି ମନେ ପଡ଼ିଗଲା ।
ସତରେ ନିଜ ସାଙ୍ଗ ମାନଙ୍କ ସହିତ ନାଚିବା ରେ ଯୋଉ ମଜା, ସେ ମଜା ଆଉ କୋଉଠି ନାହିଁ ।
ତାହା ପୁଣି ଝିଅ ସାଙ୍ଗ ସହିତ, କି ମଜା !!!
କିଛି ଖରାପ ଭାବିବେ ନାହିଁ, ଏମିତିରେ ଆମେ ମଧ୍ୟ ଗୋଟିଏ ପ୍ରକାର ଭଲ ପିଲା। ଖରାପ ଚିନ୍ତା ଧାରା ଆମର ନାହିଁ ।
ନାଚ ଗୀତ ପରେ ମୁଁ ଭୁଲିଗଲି ମୋତେ ବାଜି ଥିବା ଶକ୍ତ ଚାପୁଡା ଟିକୁ ।
ବହୁତ୍ ଦିନ ପରେ ମଜା ମସ୍ତି ରେ ହୋଲି ଖେଳ ହେଲା । ସମସ୍ତେ ଖୁସି ଥିଲେ ।
ସେଦିନ ଠାରୁ ଚିଙ୍କି ମୋତେ ପୁଣି ଥରେ ଭଲ ପାଇ ବସିଲା । ଆମର ପ୍ରତ୍ୟେକ ଦିନ କଥା ବାର୍ତ୍ତା ପୁଣି ଆରମ୍ଭ ହୋଇଗଲା ।
ସୁଜାତା ମାରିଥିବା ଚାପୁଡା ପାଇଁ ସେ କେତେ ଥର ଦୁଃଖ କରି ମୋତେ କହିଥିବ ତାର ସୀମା ନାହିଁ ।
ସୁଜାତା ମୋତେ ଚିଙ୍କି କୁ ମିଶେଇବା ପାଇଁ ଗୋଟିଏ ଟ୍ରିକ ଲାଗୁ କରି ଦେଇ ସହରକୁ ଚାଲିଗଲା ।
ଆଜି ଦୁଇ ବର୍ଷ ହୋଇଗଲାଣି ମୋର କେତେ ଏସ ଏସ ସି ପରୀକ୍ଷା ଗଲାଣି କିନ୍ତୁ କୋଉଠି ପାସ୍ ହେବାର ନାମ ଧରୁନି, କାରଣ ଚିଙ୍କି ର ମୋର ପ୍ରେମ ଗାଡ଼ି ଜୋର୍ ସୋର୍ ରେ ଚାଲିଛି ।
ଗତ ବର୍ଷ ସବୁ ସାଙ୍ଗ ଥିଲେ ମଧ୍ୟ ଚେଷ୍ଟା କରିଲୁ ସେମିତି ହୋଲି ଖେଳିବା ପାଇଁ କିନ୍ତୁ ଚିଙ୍କି କୁ ନେଇ ଆମ ଘରେ ଗୋଟିଏ ଅଲଗା ପ୍ରକାର ମହାଭାରତ ଆରମ୍ଭ ହୋଇଥିଲା ।
ଆମ ହୋଲି ଖେଳ ସମ୍ଭବ ହେଲା ନାହିଁ ।
ସେ ହୋଲି ରେ ହୋଇଥିବା ମଜା ମସ୍ତି କୁ ଆଜି ପର୍ଯ୍ୟନ୍ତ ଭୁଲି ହେଉନି ।
ବହୁତ୍ ଶୀଘ୍ର ଚିଙ୍କି କୁ ମୁଁ ବୋହୂ କରି ଘରକୁ ଆଣିବି ।
ଘରେ କିଛି ସମସ୍ୟା ହେଉଛି କିନ୍ତୁ ମୁଁ ଘର ର ସାନ ଏବଂ ଗେହ୍ଲା ପୁଅ, ମୋତେ ଘରେ ମନେଇବା ପାଇଁ ବହୁତ୍ ଉପାୟ ଅଛି ।
ସେ ହୋଲି ରେ ମୋତେ ମୋ ପୁରୁଣା ସାଥୀ ମିଳିଯାଇଛି । ସେଥିପାଇଁ ମୁଁ ବହୁତ୍ ଖୁସି ଅଛି।
ମୁଁ ନିଷ୍ପତି ନେଇ ସାରିଛି କେତେ ଝଡ ବର୍ଷା ଆସିଲେ ମଧ୍ୟ ଚିଙ୍କି କୁ ମୁଁ ମୋ ସ୍ତ୍ରୀ କରି ଘରକୁ ଆଣିବି ।
ସେହି ହୋଲି ଦିନ ଟି ମୋ ଜୀବନ ର ଗୋଟିଏ ସ୍ମୃତିର ରଙ୍ଗ ହୋଇ ରହି ଯାଇଛି।
ଯାହା କେବେ ମଧ୍ୟ ଭୁଲି ହେବନି। ପ୍ରତ୍ୟେକ ହୋଲିରେ ସେହି ଦିନ ଟିକୁ ଭାରି ମନେ ପଡେ ।
@@@ଧନ୍ୟବାଦ@@@
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ.
( ଏହି ଦୁଇ ବର୍ଷ ର ବିରତି ଭିତରେ ଆମ ଭିତରେ ବହୁତ ସମସ୍ୟା, ଭଲ ପାଇବା, କିଛି ଦୁଃଖ ତ କିଛି ଲୁହ ଝରି ଯାଇଛି ତାହା ଅନ୍ୟ କୋଉ ଗଳ୍ପ ମାଧ୍ୟମରେ ଲେଖି ଜଣାଇବି। )

ସ୍ମୃତି ର ରଙ୍ଗ….(2)

ସ୍ମୃତି ର ରଙ୍ଗ....(2)
ସ୍ମୃତି ର ରଙ୍ଗ….(2)

ସେ ଦିନ ଚିଙ୍କି ର ଡ୍ରେସ ସୁଜାତା ପିନ୍ଧିଥିଲା , ମୁଁ ଜାଣିନି , ମୁଁ ଯାଇ ରଙ୍ଗ ଲଗେଇଲି ସୁଜାତା ମୁହଁରେ ।

ମୋତେ ହଠାତ୍ ଗୋଟିଏ ଶକ୍ତ ଚାପୁଡା ମିଳିଲା। ସମସ୍ତେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲେ । ଯୋଉ ରେଞ୍ଜ ରେ ଚାପୁଡା ଲାଗିଛି ମୋର ଗାଲ ପକ୍କା ଲାଲ୍ ହୋଇଥିବ ।
ରଙ୍ଗ ଲାଗିଥିବା ଯୋଗୁ ଜଣା ପଡିଲାନି । ବହୁତ୍ ରାଗ ଲାଗିଲା , ପ୍ରଥମ କରି କୋଉ ଝିଅ ମୋତେ ହାତ ଉଠେଇଲା।
ଇଚ୍ଛା ହେଲା ଓଲଟା ଚାପୁଡା ଲଗାଇବାକୁ କିନ୍ତୁ ମୋର ଭୁଲ ଥିଲା ସେଥିପାଇଁ ମୁଁ ପଛ ମୁହାଁ କରି ଚାଲିଲି ।
ଚିଙ୍କି ଦଉଡ଼ି ଆସି ମୋ ହାତ ଧରି କହିଲା ଶୁଣ ଅଶୋକ , ସୁଜାତା ପାଇଁ ମୁଁ ତୋତେ ଭୁଲ ମାଗୁଛି ସେ ତୋତେ ଜାଣିନି ଏବଂ ମୁଁ ଜାଣିଚି ତୁ କେମିତିକା ପୁଅ, ତୁ ଅଜାଣତେ ତାକୁ ରଙ୍ଗ ଲଗେଇ ଚାପୁଡା ଖାଇଲୁ ।
ମୁଁ ରାଗରେ ତା କଥା କୁ ଧ୍ୟାନ ନ ଦେଇ ଚାଲିଲି ବାରଣ୍ଡାକୁ ଚିଙ୍କି ପୁଣି ଥରେ କହିଲା, ଶୁଣ ମୋ କଥା, ରାଗେନି ପ୍ଲିଜ, ଘରକୁ ଆସେ ମୋ ସାଙ୍ଗ ଟା ପରା, ପ୍ଲିଜ୍ ।
ମୁଁ ତା କଥା ରଖି ଘରକୁ ଗଲି, ଯେତେ ହେଲେ ସେ ମୋର ପିଲା ଦିନ ର ସାଙ୍ଗ ।
ଚିଙ୍କି ସୁଜାତା ଉପରେ ରାଗି କହିଲା, ତୁ କଣ କଲୁ ??? ମୋର ପିଲା ଦିନ ର ସାଙ୍ଗ କୁ ଚାପୁଡା ଲଗେଇ ଦେଲୁ ।
ମୁଁ କହିଲି ଛାଡ଼ ସେ କଥା , ମୋର ଭୁଲ ଯୋଗୁ ମୁଁ ଦଣ୍ଡ ପାଇଛି । ସେଥିରେ ତାର କିଛି ଦୋଷ ନାହିଁ ।
ସୁଜାତା ମୋ ପାଖକୁ ଆସିଲା ,କାନକୁ ଧରି ସରୀ 😐 କହିଲା, ମୋର ଭୁଲ ହୋଇଯାଇଛି,
ଶ୍ରୀକାନ୍ତ ଭାବି ତମକୁ ଚାପୁଡା ଲଗେଇ ଦେଲି । କ୍ଷମା କରିଦିଅ । ମୁଁ କିଛି ନ କହି ଚୁପ୍ ରହିଲି ।
କିନ୍ତୁ ତାପରେ ଆମ ସମସ୍ତଙ୍କ ନଜର ପଡିଲା ଶ୍ରୀକାନ୍ତ ଉପରେ। ଶ୍ରୀକାନ୍ତ ରାଗରେ ଘରୁ ବାହାରି ଗଲା ।
ତା ପଛେ ପଛେ ଆମେ ତିନି ଜଣ । ତା ଘରେ ପହଂଚିଲୁ । ସେଠୀ ଚିଙ୍କି ଶ୍ରୀକାନ୍ତ କୁ ପଚାରିଲା । ତୋତେ ପୁଣି କଣ ହେଲା।
ଶ୍ରୀକାନ୍ତ କହିଲା ସେ ମୋତେ ଚାପୁଡ଼ା ମାରିବ ବୋଲି ଭାବିଥିଲା। ଚିଙ୍କି କହିଲା ସେ ତ ଠିକ୍ ଭାବିଛି, ସେ ଯୋଉ ପ୍ରକାର ଝିଅ , ତୋ ଘରେ ପଶି ତୋତେ ଚପଲ ମାରି ଆସିଥାନ୍ତା।
କେବଳ ମୋ ଯୋଗୁ ସେ ଶାନ୍ତ ଅଛି । ମୁଁ ପଚାରିଲି କଣ କରିଛି ସେ।
ଚିଙ୍କି କହିଲା ଶୁଣିବୁ ଏ ଘୁଷୁରୀ କଣ କରିଛି । ସେ ଆସିବା ଦୀନଠୁ ଶ୍ରୀକାନ୍ତ ତାକୁ ଦେଖୁଥିଲା ।
ସେ ମଧ୍ୟ ଧିରେ ଧିରେ ପସନ୍ଦ କରିବାରେ ଲାଗିଥିଲା କିନ୍ତୁ ଦୁଇ ଦିନ ପୂର୍ବରୁ ସେ ଗାଧୋଇବା ବେଳେ ଏ ଶ୍ରୀକାନ୍ତ ଛାତ ପଟୁ ଆମ ବାଥ୍ ରୁମ୍ କୁ ଦେଖୁଥାଏ।
ସେ ବାହାରକୁ ଆସିଲା ପରେ ଉପରକୁ ତା ନଜର ପଡିଲା ଦେଖିଲା ଶ୍ରୀକାନ୍ତ ଉପରେ ବସି ମୁରୁକି ହସୁଛି , ସେ ହସିବା ଯୋଗୁ ତାର ପ୍ରବଳ ରାଗ ।
ଏବଂ ଯିଏ ଭଲ ପାଏ ସେ ଏମିତି ଖରାପ ଲୋକ ଭଳି ବ୍ୟବହାର ଦେଖାନ୍ତି ନାହିଁ ।
ବରୁଣ କହିଲା , କଣ ବେ, ଏମିତି କଣ ବ୍ଯବହାର ତୋର । ଶ୍ରୀକାନ୍ତ କହିଲା ମୁଁ ଯାଇଥିଲି ଛାତ ଉପରକୁ କପଡା ସୁଖେଇବାକୁ ସେତିକି ବେଳେ ହଠାତ୍ ନଜର ପଡିଲା ସୁଜାତା ଉପରେ। ମୁଁ କଣ କରିବି ।
ମୁଁ ଜାଣିଛି କି ସେ ଏହି କାରଣ ଯୋଗୁ ରାଗିବ । ମୁଁ ପଚାରିଲି ହେଲେ ଏବେ ସେ ୟାକୁ ପସନ୍ଦ କରୁଛି ନା ନାହିଁ ।
ଚିଙ୍କି କହିଲା ଶ୍ରୀକାନ୍ତ ର ନାମ ଶୁଣିଲେ ସେ ରାଗରେ ଜଳି ଯାଉଛି । ସେ ପୁଣି ପସନ୍ଦ କରିବ।
ମୁଁ କହିଲି ହଉ ଛାଡ଼ ସେ କଥା ଏବେ ଚାଲ ହୋଲି ଖେଳିବା ।
ଚିଙ୍କି କହିଲା ଆମ ଘରକୁ ଚାଲ ସେଠୀ ମଜା ମସ୍ତି କରିବା ।
ବରୁଣ କହିଲା, ନା ଲୋ, ଆମେ ଯିବୁ DJ ରେ ନାଚିବୁ ତୁ ଯାଅ ତୋ ସାଙ୍ଗ ସହିତ ଥେଇ ଥେଇ ହେବୁ।
ଚିଙ୍କି ମୋତେ ଅନୁରୋଧ ଆଖିରେ ଦେଖିଲା ,ଅଶୋକ ତୁ କହ…. ବରୁଣ କୁ, ଆମ ର ମଧ୍ୟ ଇଚ୍ଛା ଅଛି ଖେଳିବାକୁ । ଆମ ସାଙ୍ଗରେ ଖେଳିଲେ କଣ ଅସୁବିଧା ।
ମୁଁ ତୋ ପିଲା ବେଳର ସାଙ୍ଗ । ଆମେ ତମ ଭଳି ରୋଡ଼ ରେ ନାଚି ପାରିବୁ ନାହିଁ କିନ୍ତୁ ତମେ ଯଦି ଆଜି ଆମ ସାଙ୍ଗରେ ନାଚିବ, ଆମକୁ ଭଲ ଲାଗିବ ।
ଆମେ ପଞ୍ଚମ ଶ୍ରେଣୀ ରେ ଥିଲେ ମନେ ଅଛି ନା?? ବାରିପଟେ କେତେ ମସ୍ତି କରୁଥିଲେ ।
କେତେବେଳେ କାଦୁଆ ରେ ତ କେତେବେଳେ ଶଗଡ଼ କାଳିରେ ହୋଲି ଖେଳୁଥିଲେ। ମନେ ଅଛି ନା??
ମୁଁ କହିଲି ହଁ ୟାର, ସେ ସମୟ କେତେ ମଜା ଥିଲା । ଭୂଲି ହେବନି ।
ଏତିକି କଥା ଶୁଣିଲା ପରେ ମୋର ପୁରୁଣା ସ୍ମୃତି ସହିତ ମସ୍ତି କରିବାକୁ ଇଚ୍ଛା ହେଲା । ମୁଁ କହିଲି ତାହା ହେଲେ DJ କେମିତି ହେବ ।
ଚିଙ୍କି କହିଲା ଆମର ହୋମ୍ ଥିଏଟର କେବେ କାମରେ ଆସିବ । ଆଜି ଘରେ ଆମେ ଦୁଇ ଚଣ୍ଡୀ ବାପା କିଛି କାମରେ ଭୁବନେଶ୍ୱର ଯାଇଛନ୍ତି କାଲି ଆସିବେ ଏବଂ ମମି କେବେ ମନା କରିବେ ନାହିଁ ।
ମୁଁ ପଚାରିଲି ଆରେ ମାଉସୀ ଙ୍କୁ ତ ଦେଖିଲିନି । ସେ କୁଆଡେ ଯାଇଥିଲେ।
ସେ ରୋଷେଇ ଘରେ ଥିଲେ, ସେଥିପାଇଁ ତୁ ଦେଖିନୁ (ଚିଙ୍କି କହିଲା) ।
ବରୁଣ ପଚାରିଲା ହେଲେ ରଙ୍ଗ କେମିତି ଆଣିବା। ଚିଙ୍କି କହିଲା ଆରେ ସୁଜାତା ଖାସ୍ ହୋଲି ଖେଳିବା ପାଇଁ ଆମ ଗାଁକୁ ଆସିଛି ।
ସେ ରଙ୍ଗ ନେଇ ଆସିଛି। ଆମେ ବାହାରିଲୁ ଚିଙ୍କି ଘରକୁ ।
ଶ୍ରୀକାନ୍ତ ମନା କରିଲା । କହିଲା ତମେ ଯାଅ ମୁଁ ଯିବିନି ।
ଚିଙ୍କି କହିଲା ତୋର ରଙ୍ଗ କମ୍ ନାହିଁ ଯେ, ତୋ ଯୋଗୁ ଅଶୋକ ମାଡ ଖାଇଲା , ଏବେ ସେ ମାନିଗଲା, ତୋର ନାଟକ ଆରମ୍ଭ ହେଲା ।
ବରୁଣ କହିଲା ଚାଲ୍ ବେ , ବେଶୀ ହେଉଛୁ । ସମସ୍ତେ ଚାଲିଲୁ , ସେଠୀ ସୁଜାତା ମନ ଦୁଃଖରେ ବସି ଥାଏ । ପ୍ରଥମେ ଆମେ ମାଉସୀ ପାଖକୁ ଗଲୁ, ମାଉସୀ କୁ ପ୍ରଣାମ କରିଲୁ ।
ମାଉସୀ କହିଲେ ଆଜି ମୁଁ ତମ ସାଙ୍ଗରେ ମଧ୍ୟ ହୋଲି ଖେଳିବି । ମୁଁ ପଚାରିଲି ମାଉସୀ ତମେ କେମିତି ଜାଣିଲ ଆମେ ଆସିବୁ ବୋଲି ।
ମାଉସୀ କହିଲେ, କାଲି ରାତିରେ ଚିଙ୍କି କହୁଥିଲା ବରୁଣ ଏବଂ ଅଶୋକ କୁ ଡାକିବା ସମସ୍ତେ ମିଶି ହୋଲି ଖେଳିବା ।
ମୁଁ ଆଶ୍ଚର୍ଯ୍ୟ!!! ଆରେ ବାଃ ଆମେ ଭାବିବା ପୂର୍ବରୁ ତମେ ସମସ୍ତେ ଆଗରୁ ପ୍ଲାନ୍ କରି ରଖିଛ ।
……………………………………
(ଏହି ମଧ୍ୟରେ ସୁଜାତା ମୋ ସହିତ ନାଚିବାକୁ ପସନ୍ଦ କରୁଥାଏ । ମାତ୍ର ଚିଙ୍କି ତାକୁ ଦୂରେଇ ନେଇ ଚାଲି ଯାଉଥାଏ ଏବଂ ପୁଣି ଚିଙ୍କି ଆସି ମୋ ସହିତ ନାଚେ । )
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।

ସ୍ମୃତି ର ରଙ୍ଗ…..(1)

ସ୍ମୃତି ର ରଙ୍ଗ....(1)
ସ୍ମୃତି ର ରଙ୍ଗ….(1)
ସକାଳ ୭ ଟା ରେ ଆଲାରମ୍ ଦେଇ ଉଠିଲି। ପୂର୍ବ ରାତିରୁ ସ୍ଥିର କରିଥିଲି ଯେ କାଲି ସକାଳେ କୁଆଡେ ଯିବିନି ଘରେ ହିଁ ରହିବି ଏବଂ ଦିନ ଯାକ ପଢିବି ।
ବଡ ଭାଇ ର ବାଧ୍ୟକତା ରେ ୦୨ ଦିନ ପୂର୍ବରୁ ଏସ୍ ଏସ ସି ପରୀକ୍ଷା ପାଇଁ ଏପ୍ଲାଇ କରି ଆସିଛି ।
ଠିକ୍ ଦେଢ଼ ମାସ ପରେ ପରୀକ୍ଷା ଅଛି । ସେଥିପାଇଁ ପରୀକ୍ଷା ପାଇଁ ପୁରା ଧ୍ୟାନ ଦେବାକୁ ହେବ ।
ସକାଳୁ ଗାଧୁଆ ପାଧୁଆ ସାରି ଆଜି ପ୍ରଥମ କରି ପୂଜା ଘରେ ମୁଣ୍ଡିଆ ମାରିବାକୁ ଗଲି, ମନରେ ଥିଲା କି ଆଜି ପାଠ ପଢ଼ା ର ଶୁଭାରମ୍ଭ ହେବ ।
ଭଗବାନ ପାଖରେ ଗୁହାରି କରି କହିଲି “ମୋତେ ପଢ଼ିବାକୁ ଶକ୍ତି ଦିଅ ପ୍ରଭୁ” ।
ପଢା ଘରେ ବସି ପଢିବା ଆରମ୍ଭ କରିଲି । ଗଣିତ ଏବଂ ଇଂରାଜୀ ମୋର ଘୋର ଶତ୍ରୁ , ସ୍ଥିର କରିଲି ଇତିହାସ ନହେଲେ ଭୂଗୋଳ ରୁ ଆରମ୍ଭ କରିବି।
ପ୍ରାୟ ଅଧ ଘଂଟାଏ ପଢା ସରିବା ପରେ , ଭାବିଲି ଅଳ୍ପ ବ୍ରେକ୍ ନେଇ ପୁଣି ପଢିବି। ମା ଙ୍କୁ କହିଥିଲି, ମା ଆଜି ଦିନ ଯାକ ପଢିବି , କିଏ ଯଦି ପଚାରିବ କହିବୁ, ମୋର ଦେହ ଖରାପ।
ମା ମଧ୍ୟ ରାଜି, କେତେ ଦିନରେ ମୋ ପୁଅ ପଢ଼ିବା ପାଇଁ ମନ କରିଛି। +୩ ସାରି ଛଅ ମାସ ହେଲା ଘରେ ବସିଛି ବୋଧେ ଚାକିରି ପାଇଁ ପଢୁଛି ।
ଏହା ଭାବି ମା ମୋ ପାଖରେ ପାଣି, ହର୍ଲିକ୍ସ ଏବଂ ବିସ୍କୁଟ ପ୍ୟାକେଟ ରଖି ଦେଇ ଚାଲି ଗଲେ।
ପାଠ ପଢା ଅଧା ହୋଇଛି ମୋ ସାଙ୍ଗ ବରୁଣ ଆସି ମା କୁ ପଚାରିଲା, ଅଶୋକ କୁଆଡେ ଗଲା?? ମା କହିଦେଲେ ତାର ଦେହ ଖରାପ, ସେ ଶୋଇଛି।
ବରୁଣ ଭାରି ଚାଲାକ୍, ସେ ମୋତେ ପିଲା ଦିନରୁ ଜାଣେ, ସେ ମା କୁ କହିଲା ଅଶୋକ ର କେମିତି ଦେହ ଖରାପ୍ ହେଇଥିବ ମୁଁ ଜାଣିଚି, ମା କହିଲେ ନାହିଁ ବାବୁ ତାକୁ ବିରକ୍ତ କରେନି।
ବରୁଣ କହିଲା , ମାଉସୀ ସେ ପାଠ ପଢୁଥିବ, ମୁଁ ଜାଣିଛି, ୦୨ ଦିନ ପୂର୍ବରୁ ଫର୍ମ ପକେଇଛି ସେଥିପାଇଁ ସେ ଭାବୁଥିଲା କୋଉ ଦିନ ଆରମ୍ଭ କରିବି।
ଆଜି ଭଲ ଦିନ ଦେଖି ଆରମ୍ଭ କରିଛି । ମା କହିଲେ , ହଁ ସେ ପଢୁଛି। ବରୁଣ କହିଲା ମୁଁ ସବୁ ଜାଣିଚି ମାଉସୀ !!!
ଏତିକି କହି ସେ ସିଧା ପହଞ୍ଚିଲା ମୋ ରୁମ୍ ପାଖରେ ମୁଁ ଭିତରୁ କବାଟ ବନ୍ଦ କରି ପଢ଼ିବାରେ ବ୍ୟସ୍ତ ।
ହଠାତ୍ କବାଟ ଠକ୍ ଠକ୍ ର ଶବ୍ଦ ଏବଂ ଆବେ କବାଟ ଖୋଲ, ମୁଁ ଜାଣିଛି ତୁ ଶୋଇନୁ, ପଢ଼ୁଛୁ, ଚାଲ୍ ମୁଁ ତତେ କିଛି କରିବିନି, କବାଟ ଖୋଲେ ।
ମୁଁ ବିଶ୍ୱାସ ରେ କବାଟ ଖୋଲିଲି କିନ୍ତୁ ସେ କମୀନା କବାଟ ଖୋଲୁ ଖୋଲୁ ରଙ୍ଗ ମୁଠା ଟି ସିଧା ମୋ ଉପରେ ଫୋପାଡି ଦେଲା । ମୋର କପଡା ଖରାପ କରିଦେଲା।
ମୋତେ ପ୍ରବଳ ରାଗ, କିନ୍ତୁ ରାଗ କୁ କଣ୍ଟ୍ରୋଲ କରି କହିଲି, ଆବେ କଣ କରିଲୁ । ବରୁଣ କହିଲା , ତୋତେ ଆଜି ଦିନ ଟା ମିଳିଲା, ପଢ଼ିବାକୁ ।
ମୁଁ କହିଲି, ଆବେ ସମୟ ହେଉନି ପଢିବି କେତେବେଳେ? ବରୁଣ କହିଲା, କାଲି ପଢ଼ିବୁ ଆଜି ଭଳିଆ ଦିନରେ ତୁ ହୋଲି ନ ଖେଳି ପାଠ ପଢ଼ିବୁ ଏଇଟା ହେବାକୁ ଦେବିନି ।
ଚାଲ୍ ଆଜି ହୋଲି ଖେଳିବା !!! ମୁଁ ମନା କରିଲି,
ସେ କହିଲା ବେଶୀ କଟ କଟ କରିବୁ, ମୋ ଠୁ ଖରାପ କେହି ହେବେନି, ତୁ ଭଲ ଭାବରେ ଜାଣିଛୁ । ବାଧ୍ୟ ହୋଇ ବାହାରିଲି ବରୁଣ ସାଙ୍ଗରେ ରଙ୍ଗ ଖେଳିବାକୁ।
ବରୁଣ କହିଲା , ଗୋଟେ କଥା ଶୁଣ, ଆମେ ସମସ୍ତେ DJ ଲଗେଇ ହୋଲି ଖେଳିବାକୁ ପ୍ରୋଗ୍ରାମ ହେଇଛି କିନ୍ତୁ DJ ବାଲା ଏବେ ପର୍ଯ୍ୟନ୍ତ ଆସିନି ।
ତେବେ ଆମେ ଆଉ ଗୋଟିଏ ସ୍ଥାନ କୁ ଯିବା ସେଠୀ ଅଳ୍ପ ମସ୍ତି କରିବା । ମୁଁ କହିଲି, ମସ୍ତି ମାନେ ତୁ କିଛି କିଳା କରିବୁ, ନା ନା , ମୁଁ ତୋ ସାଙ୍ଗରେ ଯିବିନି ।
ବରୁଣ କହିଲା କେତେ ଡରକୁଳା ବେ ତୁ!!
ମୋତେ ଅପମାନ ଅନୁଭବ ହେଲା, କହି ଉଠିଲି, ନା ମୁଁ ଡରକୁଳା ନୁହଁ, ଚାଲ୍ କୁଆଡେ ଯିବୁ ଚାଲ !!!
ବରୁଣ କହିଲା ଏବେ ଭଲ ପିଲା ର ସଂକେତ ଦେଖା ଦେଲା । ତେବେ ଚାଲ୍…।
ଆମେ ଚାଲିଲୁ, ଶ୍ରୀକାନ୍ତ ଘରକୁ ସେ ରେଡ୍ଡୀ ହୋଇ ବସିଥାଏ । ଶ୍ରୀକାନ୍ତ ଆମ ଠାରୁ ଗୋଟିଏ ବର୍ଷ ଜୁନିଅର କିନ୍ତୁ ଆମର ଖାସ୍ ସାଙ୍ଗ ସେ ତାର ଛୋଟ ଭଣଜା ସହିତ ତରଙ୍ଗ ମ୍ୟୁଜିକ ଲଗେଇ ନାଚ କରୁଥାଏ ।
ଆମେ ପହଞ୍ଚିଲା ପରେ ସେଠୀ ସମସ୍ତେ ମିଶି ଅଳ୍ପ ନାଚ କରିଲୁ, ତାପରେ ଶ୍ରୀକାନ୍ତ ତାର ଆଇଡିଆ କହିଲା।
ଶ୍ରୀକାନ୍ତ ର ପଡିଶା ଚିଙ୍କି ର ଘର । ତା ସାଙ୍ଗ ସୁଜାତା। ସହର ରୁ ଆସିଛି। ଯେତେବେଳେ ମଧ୍ୟ ଦେଖ ୧/୩ ର ପ୍ୟାଣ୍ଟ୍ ଏବଂ ଟପ୍ ଟେ ପିନ୍ଧି ଦାଣ୍ଡ କୁ ବାରି ହେଉଥିବ ।
ଦେଖିବାକୁ ପୁରା ରଜନୀ ଗନ୍ଧା, ମାନେ କୋଉ ସେଣ୍ଟ ଲଗାଉଛି କେଜାଣି ସେ ଯୁଆଡ଼େ ଯିବ ଖାଲି ରଜନୀ ଗନ୍ଧା ର ବାସ୍ନା ହେଉଥାଏ ।
ଶ୍ରୀକାନ୍ତ ତାକୁ ନଜର ପକେଇ ଥିଲା କିନ୍ତୁ ଲାଇନ୍ ମାରିବା ପରୀକ୍ଷା ରେ ଫେଲ୍ । ଚିଙ୍କି ଏବଂ ବରୁଣ ମୋର କ୍ଲାସମେଟ ଏବଂ ପିଲା ଦିନ ର ସାଙ୍ଗ ।
ବେଳେବେଳେ ଚିଙ୍କି ଘରକୁ ନୋଟ୍ ଏବଂ ବୁକ୍ ପାଇଁ ଆସେ କିନ୍ତୁ ପଢା ସରିବା ପରେ ଆସିନଥିଲି।
ଏବେ ଚାଲନ୍ତୁ ମୁଖ୍ୟ ଘଟଣା ଉପରକୁ ।
ଶ୍ରୀକାନ୍ତ ର ଆଇଡିଆ ହେଲା ଯେ ତୁ ଯିବୁ ଚିଙ୍କି ଘରକୁ, ତୋ ପଛେ ପଛେ ଆମେ ଦୁଇ ଜଣ ଯିବୁ , ଶ୍ରୀକାନ୍ତ ଯାଇ ରଙ୍ଗ ଲଗାଇବ ସୁଜାତା ମୁହଁରେ ଏବଂ ଆମେ ଦୁଇ ଚିଙ୍କି ମୁହଁରେ ରଙ୍ଗ ଲଗେଇବୁ ।
ଆଇଡିଆ ଅନୁସାରେ ଘରେ ପ୍ରବେଶ କରିଲୁ। ଦୁହେଁ ଟିଭି ଦେଖୁଥିଲେ । ପଛ ପଟୁ ଧିରେ ଧୀରେ ଯାଇ ପହଞ୍ଚିଲୁ ତାଙ୍କ ପାଖରେ ।
ଯାହା ପ୍ଲାନ୍ ଥିଲା ତାହା ହିଁ ହେଲା କିନ୍ତୁ ଏ କଣ ସବୁ ଓଲଟା।
……………………………………
(ମୋତେ ହଠାତ୍ ଗୋଟିଏ ଶକ୍ତ ଚାପୁଡା ମିଳିଲା। ସମସ୍ତେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲେ । ଯୋଉ ରେଞ୍ଜ ରେ ଚାପୁଡା ଲାଗିଛି ମୋର ଗାଲ ପକ୍କା ଲାଲ୍ ହୋଇଥିବ )
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।

ମୋ ଲୋପାମୁଦ୍ରା…(End)

ମୋ ଲୋପାମୁଦ୍ରା....
ମୋ ଲୋପାମୁଦ୍ରା……
ସବୁ ଜାଗାରେ କେବଳ କାନ୍ଦ କଟା ସହିତ ଲୋକ ଙ୍କ ଭିଡ ।
ମୋ ମନରେ ପାପ ଛୁଇଁବାକୁ ଲାଗିଲା। ଭିଡ କୁ ସାଇଡ କରି ପହଞ୍ଚିଲି ଲୋପାମୁଦ୍ରା ଘରେ।
ଦେଖିଲି ଜନ ସମୁଦ୍ର ମଧ୍ୟରେ ଦୁଃଖର ଲହରୀ ବାରମ୍ବାର କୂଳ ଛୁଇଁ ସମସ୍ତ ଙ୍କ ମନ ଉଦାସ କରୁଥାଏ ।
ପୁଣି ଥରେ ଆଗେଇ ଚାଲିଲି ଲୋପାମୁଦ୍ରା ର ଶୋଇବା ଘରକୁ ।
ସେଠୀ ଯାଇ ଦେଖିଲା ପରେ ମୋ ପାଦ ତଳୁ ମାଟି ଖସି ଗଲା।
କିଛି ସମୟ ପାଇଁ ମୋ ହୃଦୟ ସ୍ପନ୍ଦନ ବନ୍ଦ ହୋଇଗଲା ।
ମୋ ସାମ୍ନାରେ ନିସ୍ତେଜ ଅବସ୍ଥାରେ ପଡ଼ି ରହି ଥିଲା….
ଲୋପାମୁଦ୍ରା ର ଶବ……….
ଆଖିରେ ଆଖିଏ ଲୁହ ଧାର ର ଚିହ୍ନ ।
ଲୋପାମୁଦ୍ରା ଯେମିତି ନିଘୋଡ଼ ନିଦ୍ରା ରେ ଶୋଇ ଯାଇଛି।
ତାକୁ କେହି ଉଠେଇବାକୁ ଚେଷ୍ଟା କରୁ ନାହାନ୍ତି।
ଦଉଡ଼ି ଯାଇ ପହଞ୍ଚିଲି ଲୋପାମୁଦ୍ରା ପାଖରେ ।
ତା ହାତକୁ ଧରି ପାଟି କରି ଉଠେଇଲି କିନ୍ତୁ ସେ ନିସ୍ତେଜ ।
ସଙ୍ଗେ ସଙ୍ଗେ ଉଠେଇ ତାକୁ ଜାବୁଡି ଧରିଲି।
କାନ୍ଦିବାକୁ ଚେଷ୍ଟା କରୁଥିଲି କିନ୍ତୁ ମୋତେ ଅନୁଭବ ହେଉଥାଏ ମୁଁ ଯେମିତି ମୁକ ପାଲଟି ଯାଇଛି।
ମୋ ଆଖିରୁ ଲୁହ ଧାର ବହି ଚାଲିଥାଏ ।
ସେହି କ୍ଷଣ ଥିଲା ଆମ ଦୁଇ ଜଣଙ୍କ ଅନ୍ତିମ ଶରୀର ମିଳନ ।
ପାଖରେ ସମସ୍ତ ଙ୍କ କ୍ରନ୍ଦନ ର ଶବ୍ଦ କିନ୍ତୁ ମୁଁ ବଧିର ହୋଇ ସାରିଥିଲି।
ମୁଁ ଧିରେ ଧିରେ ଅଲଗା ଦୁନିଆକୁ ଗତି କରୁୁଥିଲି ।
ଲୋପାମୁଦ୍ରା କୁ କୁଣ୍ଢେଇ ତାକୁ ଉଠେଇବାକୁ ବହୁତ୍ ଚେଷ୍ଟା କରିଲି କିନ୍ତୁ ସେ କିଛି ଜବାବ ଦେଉ ନଥିଲା ।
ତାର ଶୀତଳ ଦେହ ମୋତେ ଅନୁଭବ ହେଉଥାଏ ।
ଆଙ୍ଗୁଠି ରେ ଥିଲା କେବଳ ମୋ ଗିଫ୍ଟ ରିଙ୍ଗ ।
ଅନ୍ୟ ହାତରେ ମୋର Teddy କୁ ଜାବୁଡି ଧରି ଶୋଇଥାଏ ।
ଲୋପାମୁଦ୍ରା ର ମା କହିଲେ ପୁଅ, ସେ ଆଉ ନାହିଁ ସେ ଆମକୁ ଛାଡ଼ି ବହୁ ଦୂରକୁ ଚାଲି ଯାଇଛି ।
ଏହି କଥା ପଦକ ଶୁଣି ଏକ ଶକ୍ତ ବିଜୁଳି ଝଟକା ପୁଣି ଥରେ ମୋ ଦେହରେ ପ୍ରବାହିତ ହେଲା।
ଏକ ଲମ୍ବା ନିଃଶ୍ୱାସ ନେବା ପରେ ମୋର କ୍ରନ୍ଦନ ଶବ୍ଦ ଶୁଣାଗଲା।
ମୁଁ କାରଣ ଖୋଜିବାକୁ ଚେଷ୍ଟା କରିଲି କିନ୍ତୁ ସବୁ କିଛି ସାଧାରଣ ଥିଲା।
ଆତ୍ମହତ୍ୟା କରିବାର କିଛି ପ୍ରମାଣ ନାହିଁ।
ମୁକ ସାକ୍ଷୀ ଭାବରେ ସାନ ଭାଇ ସେହି ରୁମ୍ ରେ ତଳେ ବିଛଣା ପାରି ଶୋଇଥିଲା।
ସେ କହୁଥାଏ ଯୋଉ ସ୍ଥାନରେ ବାପା ପଡ଼ି ମୁଣ୍ଡ ମାଡ ହୋଇଥିଲା ସେହି ସ୍ଥାନରେ ରାତି ୧୨ ଟା ରୁ ୧ଟା ପର୍ଯ୍ୟନ୍ତ ବସିଥିଲା।
ପ୍ରାୟ ଘଣ୍ଟାଏ ବସିବା ପରେ ମୁଁ ଘରକୁ ଡ଼ାକି ଆଣି ଶୋଇବାକୁ କହିଲି ।
ରାତି ୨ଟା ରେ ମୋ ରୁମ୍ କୁ ଦିଦି ଆସି କହିଲା କି ମୋତେ ଡର ମାଡ଼ୁଛି ତୁ ଆସେ ମୋ ରୁମ୍ ରେ ଶୋଇପଡେ ।
ସେ କାନ୍ଦୁଥାଏ, ବାପା ଠିକ୍ ହୋଇଯିବେ ବୋଲି ବୁଝେଇବା ପରେ ସେ ମାନି ଗଲା ।
ସେ ଖଟ ଉପରେ ଶୋଇଲା ଏବଂ ମୁଁ ତଳେ…
କିନ୍ତୁ ସକାଳ ହେଲା ପରେ ସେ ଆଉ ଉଠୁନି।
ସବୁ ସ୍ପଷ୍ଟ ହୋଇ ଯାଇଥିଲା ଯେ ଏହା ଆତ୍ମହତ୍ୟା ନୁହେଁ ହେଲେ ଏମିତି ସମୟରେ ଲୋପାମୁଦ୍ରା ର ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରି ଦେଇଥିଲା ।
ସମସ୍ତ ଙ୍କ ପାଇଁ ଲୋପାମୁଦ୍ରା ର ମୃତ୍ୟୁ ଅଜଣା ରହସ୍ୟ ହୋଇ ରହିଗଲା ।
କୋକେଇ ସଜା ହେଲା ।
କିନ୍ତୁ ମୁଁ ଲୋପାମୁଦ୍ରା କୁ ଛାଡ଼ିବାକୁ ନାରାଜ।
ସମସ୍ତେ ମୋତେ ବୁଝାଇଲେ।
ଏବଂ ମୋ ଠାରୁ ଲୋପାମୁଦ୍ରା କୁ ଛଡେଇ ନେଇ କୋକେଇରେ ଶୁଆଇ ଦେଲେ ।
ମୁଁ ଦୌଡ଼ି ଯାଇ ତାକୁ ପୁଣି ଉଠେଇ ବାକୁ ଚେଷ୍ଟା କରିଲି।
ତାହା ଥିଲା ମୋର ଶେଷ ପ୍ରୟାସ।
(ଥରେ ମଜାରେ ମଜାରେ ଲୋପାମୁଦ୍ରା ମୋତେ କହିଥିଲା ଯେ ଯଦି ବାହାଘର ପୁର୍ବରୁ ମୋର ମୃତ୍ୟୁ ହୋଇଯାଏ ତମେ କଣ କରିବ??
ମୁଁ ରାଗରେ ତାର ମୁହଁ ବନ୍ଦ କରିଦେଇଥିଲି,
କିନ୍ତୁ ସେ କହିଥିଲା ଯଦି କିଛି କାରଣ ବଶତଃ ମୁଁ ମରିଯାଏ ତେବେ ମୋ ମଥାରେ ତମେ ନିଶ୍ଚୟ ସିନ୍ଦୂର ଦେବ ଏବଂ ତମେ ହିଁ ମୋ ଚିତାରେ ନିଆଁ ଲଗେଇବ,
ମୁଁ ସେହି କଥାରେ ରାଗି ଗୋଟିଏ ଦିନ ତା ସହିତ କଥା ହୋଇ ନଥିଲି।
ଆଜି ମନେ ହେଉଛି ଯେ,
ପ୍ରକୃତରେ ସେ ଜାଣିଥିଲା ଯେ ମୋତେ ଅଧ ବାଟରେ ସେ ଛାଡ଼ି ଚାଲିଯିବ )
ତାର କଥାକୁ ରଖି ଲୋପାମୁଦ୍ରା ର ମଥାରେ ସିନ୍ଦୂର ଦେଲି ।
ତାର ଇଚ୍ଛା କୁ ପୂରଣ କରିବାକୁ ଯାଇ ବାପାଙ୍କ ଠାରୁ ଅନୁମତି ମାଗି ତାର ଚିତାରେ ନିଆଁ ଲଗେଇଲି ।
କ୍ଷଣକ ମଧ୍ୟରେ ମୋ ଲୋପାମୁଦ୍ରା ପାଉଁଶ ରେ ପରିଣତ ହୋଇଗଲା।
ଦୁହେଁ ବହୁତ୍ ଆଶା ରଖିଥିଲୁ ।
ଭବିଷ୍ୟତ ରେ କଣ କଣ କରିବୁ ସବୁ ଆଗୁଆ ସ୍ଥିର ଥିଲା।
ସବୁ କିଛି କ୍ଷଣକ ମଧ୍ୟ ରେ ଉଭେଇ ଗଲା।
ଶବ ସତ୍କାର କାମ ସରି ମୁଁ ଘରକୁ ଫେରିଲି।
ମୋବାଇଲ ଖୋଲିଲା ପରେ ଲୋପାମୁଦ୍ରା ର କିଛି ମେସେଜ ଆସିଥିଲା ।
ସେହି ମେସେଜ ପଢ଼ି ମୋତେ ବହୁତ୍ କଷ୍ଟ ହେଲା,
ଆଖିରୁ ଲୁହ ରୋକିବାକୁ ଚେଷ୍ଟା କରିବାରେ ମୁଁ ଅସଫଳ ହେଉଥିଲି ।
ସେହି ମେସେଜ ମୋ ପାଇଁ ଅନ୍ତିମ ବାର୍ତ୍ତା ଥିଲା।
ଲୋପାମୁଦ୍ରା ର ସେହି ପୂର୍ବ ରାତିର ମେସେଜ ଆଜି ପର୍ଯ୍ୟନ୍ତ ମୋ ମୋବାଇଲ ରେ ସାଇତି ରହିଛି । ତାହା ଥିଲା ;
ରାତି ୧.୧୫
ମୋତେ ଆଜି ବହୁତ୍ ଏକା ଏକା ମନେ ହେଉଛି।
ରାତି ୧.୧୭
ତମେ ଯେବେ ଘରକୁ ଆସିବ, ପ୍ରଥମେ ମୋତେ ଦେଖା କରିବାକୁ ଆସିବ।
ରାତି ୧.୨୦
ଜାଣିଛ ମୋତେ ବାରଣ୍ଡାରେ ମୋ ଜେଜେ ମା ଦେଖା ଦେଲେ ଏବଂ ସେ ବୁଝେଇ କହିଲେ ତୋ ବାପା ଶୀଘ୍ର ଠିକ୍ ହୋଇଯିବେ।
ରାତି ୧.୩୬
ଗୋଟିଏ ସତ କଥା ହେଲା , ବାପା ଙ୍କ ହସ୍ପିଟାଲ ଯିବା ଦିନ ଠାରୁ ମୁଁ ଭଲ ରେ ଖାଇ ପାରିନି ଏବଂ ଆଜି ମଧ୍ୟ ଭୋକରେ ଅଛି।
କାଲି ତମେ ଆସିଲେ, ତମେ ମୋତେ ତୁମ ନିଜ ହାତରେ ଖୁଆଇ ଦେବ ଏବଂ ମୁଁ ପେଟ ପୁରା ଖାଇବି।
ରାତି ୧.୪୫
ମୋତେ ଆଜି ଭାରି ଡର ଲାଗୁଛି….
ରାତି ୧.୪୮
ତମକୁ କହିଥିବା ମିଛ ଯୋଗୁ ମୋତେ ଏବଂ ମୋ ପରିବାର କୁ ଏତେ ସବୁ ଦଣ୍ଡ ଭୋଗିବାକୁ ପଡୁଛି।
ମୋ ଭୁଲ ପାଇଁ ମୋତେ କ୍ଷମା କରିଦେବ ।
ରାତି ୧.୫୫
ମୁଁ ଏବେ ଶୋଉଛି, ସକାଳେ ବାପା ଆସିବେ , ସକାଳୁ ଉଠି ରୋଷେଇ କରିବାକୁ ପଡ଼ିବ ।
ରାତି ୨.୨୫
ମୋତେ ନିଦ ଲାଗୁନି, କଣ କରିବି, ମୋତେ ଖାଲି ଡର ଡର ଲାଗୁଛି…………..
ରାତି ୨.୨୮
Love You, good night.
ତାପରେ ଆଉ କିଛି ମେସେଜ ନାହିଁ ।
ତୁମର ଏହି ମେସେଜ ମୋର ଶେଷ ଅନୁଭବ ଏବଂ ଶେଷ ସ୍ମୃତି ହୋଇ ରହିଗଲା ।
ମୋ ଭଲ ପାଇବା ଅଧୁରା ରହିଗଲ….
ସବୁ ସ୍ୱପ୍ନ ଅଧା କରି ଚାଲିଗଲ…
ଭଗବାନ କାହିଁକି ମୋ ଠାରୁ ତମକୁ ଅଲଗା କରିଦେଲେ ତାର ଉତ୍ତର ଆଜି ପର୍ଯ୍ୟନ୍ତ ଖୋଜି ପାଉନି।
ବେଳେବେଳେ ଭାବେ ମୋ ଯୋଗୁ ତୁମର ମୃତ୍ୟୁ ହୋଇନି ତ??
କିନ୍ତୁ ଏହି ପ୍ରଶ୍ନ ର ଉତ୍ତର ମୁଁ ମଧ୍ୟ ଖୋଜି ପାଉନି ।
ଲୋକେ କୁହନ୍ତି କିଛି ଆଶା ରଖି କାହାର ମୃତ୍ୟୁ ହୁଏ ତେବେ ସେ ପୁଣି ଏ ପୃଥିବୀ କୁ ଆସନ୍ତି ।
ଏବଂ ନିଜ ଆଶା ପୂରଣ କରି ପୁଣି ଫେରିଯାଆନ୍ତି
କିନ୍ତୁ ତାହା ମଧ୍ଯ ସମ୍ପୂର୍ଣ୍ଣ ମିଥ୍ୟା ।
ଆଜକୁ ୩ ବର୍ଷ ବିତିବାରେ ଲାଗିଲାଣି, ଆଜି ପର୍ଯ୍ୟନ୍ତ ତୁମର ଭଲ ପାଇବା କୁ ଭୂଲି ପାରୁନି ।
ତୁମ ବାଟକୁ ଚାହିଁ ରହିଛି ।
ଥରେ ଆସି ଦେଖା କରି ଯାଅ ।
ତୁମ ସାନୁ ତମ ଅପେକ୍ଷାରେ ଅଛି,
ସତରେ ନହେଲେ ନାହିଁ ସ୍ୱପ୍ନରେ ଆସି ଥରେ ଦେଖା କରି ଯାଅ ।
ଆଶା ଅଛି କେବଳ ଥରେ ମୋ ସାମ୍ନାରେ ଦଣ୍ଡାୟ ମାନ ହୋଇ ମୋ ଅଶାନ୍ତ ମନ କୁ ଶୀତଳ କରି ଚାଲିଯାଅ।
ଆମ ଭଲ ପାଇବା କୁ ଅମର କରିବା ପ୍ରୟାସ ରେ ତୁମ ଅପେକ୍ଷାରେ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ।
ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତୁମକୁ ଭୂଲିବି ନା ଭୁଲି ପାରିବି ।
ଆଜି ମଧ୍ୟ ତୁମର ସେଇ ଶ୍ମଶାନ ମାଟି କୁ ସାଇତି ରଖିଥିବା ମାଟି କଳସ କୁ ବାରମ୍ବାର ସ୍ପର୍ଷ କରି ସେ ଭିତରେ ତୁମକୁ ବାରମ୍ଵାର ଖୋଜେ ।
ଚାଲିଯାଏ ତୁମର ସେ ସମାଧି ପାଖକୁ, ସେଠୀ ତୁମ ସ୍ମୃତିରେ ଲେଖା ଥିବା ଅକ୍ଷରକୁ ପଢ଼ିଦେଲେ ।
ମୋତେ ତୁମ ଉପସ୍ଥିତ ହେଲା ଭଳି ମନେ ହୁଏ ।
ସେ ଅକ୍ଷର ଏତେ ଲୋଭନିୟ ଯେ ସବୁଦିନ ପାଇଁ ମୋ ମନ ରେ ସ୍ମୃତି ହୋଇ ରହିଯାଇଛି ।
ସମାଧିରେ ଲେଖା ଥିବା ଅକ୍ଷର ଗୁଡିକ ହେଲା ” ମୋ ଲୋପାମୁଦ୍ରା…..”
ମୋ ଲୋପାମୁଦ୍ରା.......
ମୋ ଲୋପାମୁଦ୍ରା……..
ତୁମର ସାନୁ…………….
ନୀଳମାଧବ ଭୂୟାଁ (ଗାଳ୍ପିକ)
ବୁଗୁଡ଼ା, ଗଞ୍ଜାମ।
Click Here
If you like this story so share to your friends.

ମୋ ଲୋପାମୁଦ୍ରା….(୭)

ମୋ ଲୋପାମୁଦ୍ରା....(୭)
ମୋ ଲୋପାମୁଦ୍ରା….(୭)
ଦିନେ ରଞ୍ଜିତ ଲୋପାମୁଦ୍ରା ଘରକୁ ଆସି ଲୋପାମୁଦ୍ରା ର ବାପା କୁ କହିଲା କି, ମାମୁଁ ମୁଁ ଲୋପାମୁଦ୍ରା କୁ ବିବାହ କରିବାକୁ ଚାହେଁ ।
ଲୋପାମୁଦ୍ରା ର ବାପା ମନା କରିଲେ ।
ବାପା କହିଲେ, ତାର ଆଉ ଅଳ୍ପ ଦିନ ପରେ ବାହାଘର ହେବ ।
ତୁ କଣ ପାଗଳ ହୋଇଗଲୁଣି ନା କଣ?
ରଞ୍ଜିତ କହିଲା , ମାମୁଁ, ଲୋପାମୁଦ୍ରା କୁ କେବଳ ମୁଁ ହିଁ ବିବାହ କରିବି ।
ନହେଲେ ସବୁ ଅନର୍ଥ ହୋଇଯିବ ।
ଲୋପାମୁଦ୍ରା କୁ କହିଲା ତମେ ଚାଲ ମୋ ସାଙ୍ଗରେ କିନ୍ତୁ ଲୋପାମୁଦ୍ରା ମନା କରିଲା ।
ରଞ୍ଜିତ ଲୋପାମୁଦ୍ରା କୁ ମଧ୍ୟ ଧମକ ଦେଇ କହିଲା ତମେ ଯଦି ମୋତେ ବିବାହ କରିବନି ତେବେ ତମକୁ ଆଉ କାହାର ମଧ୍ୟ ହେବାକୁ ଦେବିନି ଏବଂ ତମ ଦୁଇ ଜଣଙ୍କୁ ସିଧା ଉପରକୁ ପଠେଇ ଦେବୀ ।
ଏତିକି କହି ରଞ୍ଜିତ ସେଠୁ ଚାଲିଗଲା ।
ସଙ୍ଗେ ସଙ୍ଗେ ଲୋପାମୁଦ୍ରା ମୋତେ ଫୋନ୍ କରି ଜଣାଇଲା ।
ମୁଁ ତାଙ୍କୁ ବୁଝେଇଲି କିଛି ହେବନି ଏବଂ ମୁଁ କିଛି କରୁଛି ।
ଏହି କଥା ମୁଁ ସୌରଭ କୁ କହିଲି , ସୌରଭ ର ସାଙ୍ଗ ଜଣେ ପୋଲିସ ରେ ଅଛନ୍ତି ।
ସୌରଭ ର ସାଙ୍ଗ ରଞ୍ଜିତ କୁ ଧମକ ଦେଇ ଆସିଲେ କି ସେ ଝିଅ ର ବାହାଘର ଠିକ୍ ହୋଇଯାଇଛି ।
ତୁ ତାକୁ ଧମକ ଦେଉଛୁ କହି ଦୁଇ ଚାପୁଡା ମାରି ଆସିଲେ ।
ସେଇ ଦୁଇଟି ଚାପୁଡା ପରେ ରଞ୍ଜିତ ବହୁତ୍ ରାଗ ସଞ୍ଚୟ କରି ରଖିଥାଏ ।
କିଛି ଦିନ ପର୍ଯ୍ୟନ୍ତ ପରିବେଶ ଶାନ୍ତ ରହିଲା ।
ତାର ଠିକ୍ ୮ ଦିନ ପରେ ହଠାତ୍ ରଞ୍ଜିତ ମଦ ରେ ଟୁନ୍ ହୋଇ ଲୋପାମୁଦ୍ରା ଘରକୁ ତାର ଦୁଇ ସାଙ୍ଗ ସହିତ ଆସିଲା ।
ଲୋପମୁଦ୍ରା କୁ ଜୋର୍ ଜବରଦସ୍ତି ଟାଣି ଆଣି କାର୍ ରେ ବସେଇ ବାକୁ ନେଲା। ଏତିକି ବେଳେ ଲୋପାମୁଦ୍ରା ର ବାପା ଲୋପାମୁଦ୍ରା କୁ ଛଡେଇ ବାକୁ ଆସିଲେ ।
ରଞ୍ଜିତ ନିଶା ରେ ଧୃତ ସେ ଲୋପାମୁଦ୍ରା ର ବାପା କୁ ଠେଲିଦେଲା।
ରଞ୍ଜିତ ଠେଲିବା ଫଳରେ ଲୋପାମୁଦ୍ରା ର ବାପା ବାରଣ୍ଡା ରୁ ତଳକୁ ଗଡି ଗଡି ଚାଲିଗଲେ।
ମୁଣ୍ଡ ତଥା କାନ ରୁ ରକ୍ତ ବହି ଚାଲିଲା ।
ସଙ୍ଗେ ସଙ୍ଗେ ବେହୋସ୍ ।
ଏତିକି ଦେଖି ରଞ୍ଜିତ ଏବଂ ତାଙ୍କ ସାଙ୍ଗ ମାନେ ସେଠୁ କାର୍ ନେଇ ଚାଲିଗଲେ ।
ସଙ୍ଗେ ସଙ୍ଗେ ଲୋପାମୁଦ୍ରା ହସ୍ପିଟାଲ ତଥା ପୋଲିସ ଷ୍ଟେସନ ଫୋନ୍ କରି ଜଣାଇଲା ପରେ ଆମ୍ବୁଲାନ୍ସ ଆସି ବାପା ଙ୍କୁ ହସ୍ପିଟାଲ ନିଆ ଗଲା ।
ପାଖରେ ଯେଉଁ ହସ୍ପିଟାଲ ଥିଲା ସେଠୀ ଚିକିତ୍ସା ସମ୍ଭବ ନୁହେଁ କହିବା ପରେ ତାଙ୍କୁ ଅନ୍ୟ ଏକ ସହରର ହସ୍ପିଟାଲ କୁ ରେଫର୍ କରାଗଲା ।
ସହର ର ହସ୍ପିଟାଲ ରେ ଚିକିତ୍ସା ଯୋଗୁ ସେ ଅଳ୍ପ ସୁସ୍ଥ ହେଲେ କିନ୍ତୁ ମୁଣ୍ଡ ରେ ଆଘାତ ଯୋଗୁ ଶରୀର ର ବାମ ପଟର ପ୍ରତ୍ୟେକ ଅଙ୍ଗ କାମ କରିବା ବନ୍ଦ କରିଦେଲା( ପାରାଲିଶିସ୍) ।
ସେ ଏକ ଅର୍ଦ୍ଧ ଜିଅନ୍ତା ଶବ ହୋଇ ପଡ଼ି ରହିଲେ ।
ଲୋପାମୁଦ୍ରା ର ବିବାହ ପାଇଁ ଯେତକ ଟଙ୍କା ଯୋଗାଡ କରି ରଖା ଯାଇଥିଲା ତାହା ଧିରେ ଧିରେ ଖର୍ଚ୍ଚ ହେବାକୁ ଲାଗିଥିଲା ।
ଏପଟେ ବାହାଘର ହେବାକୁ ୨୫ ଦିନ ବାକି ଥିଲା।
ସମସ୍ତେ ଚିନ୍ତାରେ ଦିନ କାଟୁଥାଆନ୍ତି
ଲୋପାମୁଦ୍ରା ଏବଂ ତାଙ୍କ ମା ଙ୍କ ପୋଲିସ ରିପୋର୍ଟ ପରେ ରଞ୍ଜିତ ଏବଂ ତାଙ୍କ ଦୁଇ ସାଙ୍ଗ କୁ ଗିରଫ କରି ଜେଲ ପଠାଗଲା ।
ପ୍ରାୟ ତିନି ଦିନ ଚିକିତ୍ସା ପରେ ଡାକ୍ତର ବାବୁ କହିଲେ ଆପଣଙ୍କ ସ୍ବାମୀ କେବେ ଠିକ୍ ହେବେ କିଛି କହିପାରିବୁ ନାହିଁ କିନ୍ତୁ ତାଙ୍କୁ ପ୍ରତିଦିନ ସେବା କରନ୍ତୁ ।
ଯଦି ଭଗବାନ ଙ୍କ କୃପା ହୁଏ ତେବେ ସେ ବହୁତ୍ ଶୀଘ୍ର ଠିକ୍ ହୋଇଯିବେ ।
କିଛି ସମୟ ପରେ ଡ଼ାକ୍ତର ବାବୁ କହିଲେ ଯେ ଆସନ୍ତା କାଲି ଆପଣଙ୍କ ସ୍ବାମୀ କୁ ଏଠୁ ନେଇ ନିଜ ଘରକୁ ଯାଇ ପାରିବେ ।
ଘରକୁ ନେବା ପାଇଁ ଆମ୍ବୁଲାନ୍ସ ଦିଆଗଲା କିନ୍ତୁ ସେଥିରେ କେବଳ ୦୨ ଜଣ ଯାଇପାରିବେ ବୋଲି କହିବା ପରେ ଲୋପାମୁଦ୍ରା ଏବଂ ସାନ ପୁଅ କୁ ବସ୍ ରେ ଘରକୁ ପଠେଇ ଦେଲେ ।
ଲୋପାମୁଦ୍ରା ର ବାପା ଏବଂ ମା ସେ ଆମ୍ବୁଲାନ୍ସ ରେ ଆସିଲେ ।
ଏପଟେ ମୁଁ ଗାଁ କୁ ଯିବା ପାଇଁ ଟିକେଟ କାଟିଲି।
ଯେତେବେଳେ ଲୋପାମୁଦ୍ରା ର ବାପା ଘରକୁ ପହଞ୍ଚିବେ ସେଦିନ ମୁଁ ମଧ୍ୟ ଘରେ ପହଞ୍ଚିବି ।
ମୁଁ ଚାଲିଲି ଘର ଅଭିମୁଖେ ।
ସେଦିନ ରାତିରେ ଟ୍ରେନ ରେ ବସି ରାତି ୧୨ଟା ପର୍ଯ୍ୟନ୍ତ ଲୋପାମୁଦ୍ରା ସହ କଥା ହୋଇ ରଖିଲି ।
ସେ କେବଳ ନିଜକୁ ଦୋଷ ଦେଇ ଚାଲିଥିଲା । ଯାହା ସବୁ ହେଉଛି ସବୁ ମୋର ଯୋଗୁ ହେଉଛି।
ମୁଁ କଳଙ୍କିନି, ମୁଁ ଖରାପ କହି ନିଜକୁ ଦୋଷ ଦେଇ କାନ୍ଦି କାନ୍ଦି କହୁଥାଏ ।
ମୁଁ ବାରମ୍ବାର ବୁଝେଇ ତାକୁ ଫୋନ ରଖି ଶୋଇବାକୁ କହିଲି, ତାପରେ ସେ ଶୋଇବାକୁ ଗଲା ।
ମୋର ମୋବାଇଲ ର ଚାର୍ଜ ସରିବା ଯୋଗୁ ସ୍ୱିଚ ଅଫ ହୋଇଗଲା । ପାୱାର ବ୍ୟାଙ୍କ୍ ର ଚାର୍ଜ ମଧ୍ୟ ସରି ଯାଇଥିଲା ।
ସକାଳୁ ଟ୍ରେନ ରୁ ଓହ୍ଲାଇ ବସ ଷ୍ଟାଣ୍ଡ ରେ ଭାବିଲି ମୋବାଇଲ୍ ଚାର୍ଜ କରିବି କିନ୍ତୁ ଘଣ୍ଟାକ ପରେ ପହଞ୍ଚି ଯିବି ଭାବି ଚାର୍ଜ ନ କରି ସିଧା ଘରକୁ ଗଲି।
ନିଜ ଘରେ ପହଞ୍ଚି ଶୀଘ୍ର ଫ୍ରେସ୍ ହୋଇ ଚାଲିଲି ଲୋପାମୁଦ୍ରା ଘରକୁ ।
ମୋବାଇଲ୍ ଘରେ ଚାର୍ଜ ରେ ଲାଗିଛି , ଫୋନ୍ ON କରିଲି ନାହିଁ ।
ଭାବିଲି ଯଦି ଘରେ ପହଞ୍ଚି ଗଲିଣି ।
ଲୋପାମୁଦ୍ରା କୁ ଫୋନ୍ କରି କାହିଁକି କହିବି।
ମୁଁ ଚାଲିଲି ଲୋପାମୁଦ୍ରା ଘରକୁ ଏବଂ ସେଠୀ ଯାଇ ଲୋପାମୁଦ୍ରା କୁ ସରପ୍ରାଇଜ ଦେବି ।
ମୋବାଇଲ କୁ ସେଠୀ ଛାଡ଼ି ଆସିଲି ।
ମନରେ କେତେ ଆଶା ବାନ୍ଧି ଆସିଛି।
୪ ଦିନ ପରେ ସୌରଭ ଆସିବ ଏବଂ ଆମେ ଦୁଇ ପରିବାର ମିଶି ବଣ ଭୋଜି କରିବୁ ।
ଲୋପାମୁଦ୍ରା କହିଥିଲା ବାହାଘର ପୂର୍ବରୁ ତାକୁ ବାଇକ୍ ଚଳେଇବା ଶିଖେଇ ଦେବା ପାଇଁ ।
ବାହାଘର ରେ କଣ ଲାଗିବ , କେମିତି କରା ଯିବ ସବୁ ଆଇଡିଆ ଦୁହେଁ ସ୍ଥିର କରିବୁ।
ଏମିତି ବହୁତ୍ କିଛି ଭାବି ଭାବି ମୁଁ ପହଞ୍ଚିଲି ଲୋପାମୁଦ୍ରା ର ଗାଁ ରେ ।
……………………………………..
Click Here
ଅନ୍ତିମ ଭାଗ ରେ ପଢ଼ିବେ…..
( ଲୋପାମୁଦ୍ରା ଘରେ ମୋତେ ବିଚିତ୍ର ପରିବେଶ ଦେଖିବାକୁ ମିଳିଥିଲା )
If you like this story so share to your friends.

ମୋ ଲୋପାମୁଦ୍ରା…(6)

ମୋ ଲୋପାମୁଦ୍ରା...(6)
ମୋ ଲୋପାମୁଦ୍ରା…(6)
ରଞ୍ଜିତ ର ସାଙ୍ଗ: ଭାଇ ଗୋଟିଏ କାମ କର, ଗୋଟିଏ ଭିଡିଓ ମଧ୍ୟ ବନେଇବ । ବ୍ଲାକ ମେଲ୍ କରିବାକୁ ତମକୁ ଅସୁବିଧା ହେବନି ।
ରଞ୍ଜିତ: ମୋର ମୁଖ୍ୟ କାମ ହେଲା, ତା ବାପା ମା ଙ୍କ ଏବଂ ଲୋପାମୁଦ୍ରା ର ଇଜ୍ଜତ୍ ଯୋଉ ପର୍ଯ୍ୟନ୍ତ ମାଟିରେ ମିଶେଇନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବିନି ।
ବହୁତ୍ ଥର ଚେଷ୍ଟା କରିଛି କିନ୍ତୁ ସବୁ ଜାଗାରେ ଲୋପାମୁଦ୍ରା ମନା କରିଛି କିନ୍ତୁ ଆଜି ନିଶ୍ଚିତ ହେବ ।
ରଞ୍ଜିତ ର ସାଙ୍ଗ: ସେ ତୋଟା କୁ ଆସିବ ତ??
ରଞ୍ଜିତ: ମୋ ପାଖରେ ତାକୁ ମନେଇବା ର ବହୁତ୍ ଉପାୟ ଅଛି । ସେ ମୋ ଉପରେ ବହୁତ୍ ବିଶ୍ୱାସ କରେ ।
ଏତିକି ଶୁଣି ଲୋପାମୁଦ୍ରା କାନ୍ଦ କାନ୍ଦ ହୋଇ ମନ୍ଦିର ରୁ ବାହାରି ଗଲା ଏବଂ ଦଉଡ଼ି ଚାଲିଲା ନିଜ ଘର ଆଡ଼କୁ ।
ସନ୍ତୁ ଲୋପାମୁଦ୍ରା କୁ ଦେଖୁଥାଏ , ହଠାତ୍ କୁନା କୁ କହିଲା ଭାଉଜ ମନ୍ଦିର ରୁ ବାହାରି ରୋଡ କୁ ଗଲେଣି ମାତ୍ର କାନ୍ଦି କାନ୍ଦି ଯାଉଛନ୍ତି ।
କୁନା ସନ୍ତୁ କୁ କହିଲେ ତୁ ଏଠି ରହ ମୁଁ ଦେଖି ଆସୁଛି କହି ବାଇକ୍ ଧରି ଚାଲିଲା ।
ରାସ୍ତାରେ ଲୋପାମୁଦ୍ରା କୁ ଦେଖି ପଚାରିଲା, ଭାଉଜ ତମେ ଏଠି????
ଲୋପାମୁଦ୍ରା ଲୁହ କୁ ପୋଛି, କିଛି ନ କହି ଧିରେ ଧୀରେ ଚାଲିବାକୁ ଲାଗିଲା ।
କୁନା: ଭାଉଜ ଡର ନାହିଁ, ମୁଁ ସାନୁ ଭାଇ ଙ୍କ କ୍ଲାସ୍ ମେଟ୍ ।
ଲୋପାମୁଦ୍ରା: (ମନରେ ଭୟ ଥାଇ) ତମକୁ ମୁଁ ଜାଣିନି, ତମେ ଯାଅ। କହି ଅଳ୍ପ କାନ୍ଦ କାନ୍ଦ ହୋଇ ଚାଲି ବାକୁ ଲାଗିଲେ ।
କୁନା: (ମୋବାଇଲ୍ ବାହାର କରି) ଦେଖ ଭାଉଜ, ସୌରଭ ଭାଇ ର ବାହାଘର ଫୋଟୋ ସେଠୀ ସାନୁ ଭାଇ ମଧ୍ୟ ଅଛନ୍ତି ଏବଂ ତମେ ମଧ୍ୟ ଆସିଥିଲ ସେଠୀ ।
(ଫଟୋ ଦେଖି ଲୋପାମୁଦ୍ରା ର ବିଶ୍ୱାସ ହେଲା)
କୁନା: କୁଆଡେ ଯାଇଥିଲ?
ଲୋପାମୁଦ୍ରା: (ଆଖି ଲୁହ କୁ ପୋଛି) ଏହି ମନ୍ଦିର କୁ ଆସିଥିଲି , ମୋତେ ଭଲ ଲାଗୁନି ତ ଚାଲିଯିବି ।
କୁନା: କେମିତି ଯିବ, ଏଠୁ ତ ଘର ୫ କିମି ହେବ ।
ଚାଲ ମୁଁ ଛାଡ଼ି ଦେବୀ
ଲୋପାମୁଦ୍ରା: ନା ନା, ମୁଁ ଚାଲିଯିବି।
କୁନା: ତମେ ମନା କରନି, ମୋ ଉପରେ ବିଶ୍ବାସ କର, ମୁଁ ତୁମକୁ ଘରେ ଛାଡ଼ି ଦେବୀ।
ତାପରେ କୁନା ଲୋପାମୁଦ୍ରା କୁ ଘରେ ଛାଡ଼ି ସନ୍ତୁ କୁ ଆଣିବାକୁ ଗଲା ।
ଘରେ ପହଞ୍ଚିଲା ପର୍ଯ୍ୟନ୍ତ ଲୋପାମୁଦ୍ରା ର କାନ୍ଦ ବନ୍ଦ ହୋଇ ନଥିଲା ।
ଘରେ ପହଞ୍ଚି ସିଧା ବେଡ ରୁମ୍ କୁ ଯାଇ କାନ୍ଦିବାକୁ ଲାଗିଲା।
ଲୋପାମୁଦ୍ରା ର ମା ପଚାରିଲେ କଣ ହେଲା? ଝିଅ???
ଲୋପାମୁଦ୍ରା ମା କୁ କହିଲେ, ମା ମୁଁ କିଛି ସମୟ ଏକା ରହିବାକୁ ଚାହୁଁଛି କହି ବାଥରୁମ୍ କୁ ଚାଲିଗଲା ।
ବାଥରୁମ୍ ରେ ବହୁତ୍ ସମୟ କାନ୍ଦିବା ପରେ । ବାହାରକୁ ଆସିଲା।
ଏପଟେ କୁନା ସଙ୍ଗେ ସଙ୍ଗେ ମୋତେ ସବୁ କଥା କହିଲା ।
ମୁଁ ବାରମ୍ବାର କଲ୍ କରିଲି କିନ୍ତୁ ଲୋପାମୁଦ୍ରା ଫୋନ୍ କୁ Silent କରି ରଖିଥିଲା ।
ପ୍ରାୟ ୧୫-୨୦ ଥର କଲ୍ ପରେ , ମୋତେ ଗୋଟିଏ ମେସେଜ ଆସିଲା, ମୁଁ ଯାହା କରୁଥିଲି ସବୁ ଭୁଲ କରୁଥିଲି ।
Sorry!!!
ପ୍ରକୃତରେ ତମେ ଠିକ୍ ଥିଲ ମୁଁ ଭୁଲ ଥିଲି।
Sorry!!!
ମୋତେ କ୍ଷମା କରିଦେବ ।
ତମ କଥା ମାନି ନଥିଲି ଏବଂ ମୁଁ ଭାବୁଥିଲି ତମେ ମୋ ଉପରେ ଜାଣିଶୁଣି ବାରଣ କରୁଛ ।
ମୁଁ ତୁମକୁ ଖରାପ ଭାବୁଥିଲି, ସେଥିପାଇଁ ମୁଁ ଆଜି ନିଜକୁ ଖରାପ ମନେ କରୁଛି ।
ଲୋପାମୁଦ୍ରା ନିଜ ଭୁଲ ବୁଝି ପାରିଲା ଏବଂ ସବୁ କଥା କହିଲା ଏବଂ ସେତେବେଳେ ମୁଁ କହିଲି ଯେ , ତମେ ଯେଉଁ କଥା ଆଜି କହୁଛ ମୁଁ ସେହି ଦିନ ସେହି ସମୟର ସବୁ କଥା ଜାଣି ପାରୁଥିଲି ।
ସେ ସବୁ ଘଟଣା ର ପ୍ରମାଣ ହିସାବରେ ମୋ ପାଖରେ ଫୋଟୋ ଏବଂ ଭିଡିଓ ଅଛି ।
ଏତିକି ଶୁଣି ଲୋପାମୁଦ୍ରା ଆଶ୍ଚର୍ଯ୍ୟ ରେ କହିଲା ତମେ ସବୁ ଜାଣି ଥିଲ ତେବେ ମୋତେ ସତ ସତ କହି ଦେଇ ଥାନ୍ତ।
ମୁଁ କହିଲି କି ତମେ ମିଛ ଉପରେ ମିଛ କହି ଚାଲିଥିଲ କିନ୍ତୁ ମୁଁ ପ୍ରମାଣ ଯୋଗାଡ କରିବାରେ ଲାଗିଥିଲି।
ଆଜି ପର୍ଯ୍ୟନ୍ତ ତମେ ମିଛ କହିଛ କିନ୍ତୁ ଭୁଲ ରାସ୍ତା କୁ ଗତି କରିନ ଏବଂ ତମ ଭୁଲ କୋଉଠି ଦେଖା ଯାଇନି।
ଯେବେ ତମେ ଭୁଲ କରିଥାନ୍ତ ସେଦିନ ତମକୁ କହିଥାନ୍ତି ।
ଲୋପାମୁଦ୍ରା କାନ୍ଦି କାନ୍ଦି ନିଜର ପ୍ରତିଟି ଭୁଲ କୁ ସ୍ବୀକାର କରି ମୋତେ କ୍ଷମା ମାଗିଲା ଏବଂ ରଞ୍ଜିତ ର ଫୋନ୍ କଲ୍ ବିଷୟରେ ସବୁ କଥା କହିଲା ।
ମୁଁ ବୁଝେଇଲି , ସତର୍କ ରୁହ ସେ ରଞ୍ଜିତ ଠାରୁ ମୁଁ ଆଗରୁ ଜାଣିଥିଲି ତାର ଚରିତ୍ର ଠିକ୍ ନୁହେଁ ।
ସେ ମୋ ରାଣ ଖାଇ କହିଲା, ଆଉ କେବେ ଭୁଲ ହେବନି। ଏଇ ଭୁଲ ପାଇଁ ମୋତେ କ୍ଷମା କରିଦିଅ ।
ଲୋପାମୁଦ୍ରା ର ପ୍ରତିଟି ଭୁଲ କୁ ମୁଁ କ୍ଷମା କରିଦେଲି ।
ଲୋପାମୁଦ୍ରା ଘରେ କହିଲା ଯେ ରଞ୍ଜିତ ଆମ ଘରର ଅମଙ୍ଗଳ ଚାହୁଁଚି ଏବଂ ଆମକୁ ସମସ୍ତଙ୍କ ସାମ୍ନାରେ ଅପମାନ କରି ମୋ ଜୀବନ ନଷ୍ଟ କରିବାକୁ ଚାହୁଁଛି।
ସନ୍ଧ୍ୟାବେଳେ ରଞ୍ଜିତ ଘରକୁ ଆସିଲା ।
ଲୋପାମୁଦ୍ରା କୁ ପଚାରିଲା ତମେ ସେଠୁ ମୋତେ ନ କହି କେମିତି ଚାଲି ଆସିଲ ।
ରଞ୍ଜିତ ଫୋନ୍ ରେ କହିଥିବା କଥା ବିଷୟରେ ଘରେ ରଞ୍ଜିତ କୁ ପଚାରିଲେ କିନ୍ତୁ ରଞ୍ଜିତ ନିଜ ଭୁଲ ମାନିଲା ନାହିଁ ଏବଂ ମିଛ ଉପରେ ମିଛ କହି ଚାଲିଲା।
କିନ୍ତୁ ସେଠୀ ଲୋପାମୁଦ୍ରା ରଞ୍ଜିତ ର ସବୁ କଥା ର ରେକର୍ଡିଂ କରି ରଖି ଥାଏ।
ସେ ସମସ୍ତଙ୍କ ସାମ୍ନାରେ ସେ ସବୁ ରେକଡିଂ ଶୁଣେଇଲା।
ତାପରେ ରଞ୍ଜିତ ପାଖରେ କିଛି ଉତ୍ତର ନଥିଲା ସେ ମାମୁଁ, ମାଇଁ କୁଁ ଭୁଲ ମାଗି କହିଲା ମଦ ନିଶାରେ ଏମିତି କହିଛି ବୋଲି, ମାମୁଁ, ମାଇଁ ଙ୍କ ଗୋଡ଼ ତଳେ ପଡି କ୍ଷମା ମାଗିଲା ।
ଲୋପାମୁଦ୍ରା ର ବାପା ତାକୁ କହିଲେ , ତୁ ଯେତେ ଶୀଘ୍ର ପାରୁଛୁ ଏଠୁ ବାହାରି ଯାଆ ।
ରଞ୍ଜିତ ସେଠୁ ବାହାରିଗଲା ।
ତା ପର ଠାରୁ ଲୋପାମୁଦ୍ରା ଏବଂ ମୋର ପ୍ରେମ ଗାଡି ପୁଣି ଥରେ ଦ୍ରୁତ ଗତିରେ ଆଗେଇ ଚାଲିଲା ।
ତାପର ଠାରୁ ସବୁ ଯେମିତି ସାଧାରଣ ହୋଇ ଗଲା ।
ଦିନେ ରାତି 12 ଟା ରେ ଲୋପାମୁଦ୍ରା ର ଫୋନ୍ ଆସିଲା । ସେତେବେଳେ ମୋତେ ଅଳ୍ପ ନିଦ ଆସିଲାଣି ।
ଲୋପାମୁଦ୍ରା ର ଫୋନ୍ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି ।
ଫୋନ୍ ଉଠେଇବା ପରେ ଜାଣିଲି ଲୋପାମୁଦ୍ରା ଖୁସିରେ ପାଗଳ।
ସେ ଏତେ ଖୁସି ଯେ କିଛି କହିବା ପୂର୍ବରୁ।
ମୋତେ ୫ ଥର I Love You କହି ସାରିଲାଣି ।
ସାନୁ : ଆରେ କଣ ହୋଇଛି କୁହ।
ଲୋପାମୁଦ୍ରା: ତମେ ଏତେ ବଡ଼ ଜିନିଷ ଟିଏ ଦେଇଛ ମୋତେ କାହିଁକି କହି ନଥିଲ ।
ସାନୁ : କଣ, ବଡ ଜିନିଷ???
ଲୋପାମୁଦ୍ରା: ତମ Teddy !!! ମନେ ପଡ଼ିଲା।
ସାନୁ : (ଅଳ୍ପ ହସି ପଚାରିଲି) , କଣ ହେଲା କି ?
ଲୋପାମୁଦ୍ରା: କଣ ହେଲା, ତମେ ଯେବେଠୁ ଦେଇଛ ନା, ସେହି ଦିନ ଠୁ ଆଜି ପର୍ଯ୍ୟନ୍ତ ତାକୁ ସାଇତି ରଖିଥିଲି ।
ତମେ ଥରେ ମୋତେ ପଚାରିଥିଲ ନା, ସେ Teddy କୁଆଡେ ଗଲା ।
ମୁଁ କହିଥିଲି ଆଲମାରୀ ରେ ରଖିଛି ।
କିଛି ସମୟ ପୂର୍ବରୁ ତମେ ଦେଇଥିବା ସବୁ ଜିନିଷ ଦେଖୁଥିଲି ।
ଏବଂ ତୁମର Teddy ମଧ୍ୟ ଦେଖିଲି।
ସତରେ ତମେ ବହୁତ୍ ଖରାପ।
ତମେ ସବୁ ଜାଣି କାହିଁକି ଚୁପ୍ ରହିଛ?
ସାନୁ : କଣ ହେଇଛି କହିବ??
ଲୋପାମୁଦ୍ରା: ତମ Teddy ପେଟରେ ଗୋଟିଏ ଛୁଆ ଥିଲା ।
ଆଜି ତାକୁ ପାଇଲି, ସେ ଥିଲା ଗୋଟିଏ Gold Ring 💍 !!!! ।
ସାନୁ : ଯାହା ହେଉ, ଆଜି ଜାଣିଲ, ତ ମୁଁ ଭାବୁଥିଲି, ବାହାଘର ପରେ ମୋତେ ହିଁ କହିବାକୁ ପଡ଼ିବ ।
ଲୋପାମୁଦ୍ରା: ଏତେ ଦାମୀ ଜିନିଷ ତମେ ଗୋଟିଏ ଛୋଟିଆ Teddy ଭିତରେ ଦେଇଛ, ପୁଣି ମୋତେ କହିନ?? ସେଥିପାଇଁ ମୁଁ ତୁମ ଉପରେ ବହୁତ୍ ରାଗିଛି ।
ସାନୁ : ଏବେ ଅଳ୍ପ ସମୟ ପୂର୍ବରୁ ଖୁସିରେ ପାଗଳ ଥିଲ, ଏବେ ପୁଣି କଣ ହେଲା?
ଲୋପାମୁଦ୍ରା: ଏତେ ଦାମୀ ଜିନିଷ ଦେବା ପରେ ମୋତେ କହି ଦେଉଥାଅ ।
ଯଦି ତାକୁ କିଏ ନେଇ ଚାଲି ଯାଆନ୍ତା ତେବେ କଣ ହୋଇଥାନ୍ତା।
ସାନୁ : ତମକୁ ବେଳେବେଳେ ମୋର ପ୍ରଥମ ଗିଫ୍ଟ ବିଷୟରେ ପଚାରେ ନା?
ମୁଁ ଜାଣିଛି ସେ ସୁରକ୍ଷିତ ସ୍ଥାନରେ ଅଛି ।
ସେଥିପାଇଁ ମୁଁ ଚୁପ୍ ଥିଲି ।
ସେଦିନ ରାତି ରେ ବହୁତ୍ କଥା ହେଲୁ , ଶୋଇଲା ବେଳକୁ ସକାଳ ୪.୩୦ ହେଲାଣି ।
ସବୁଠୁ ଅଧିକା ସମୟ ସେ ରାତିରେ କଥା ହୋଇଥିଲି ।
………………………………………….
ଭାଗ-୦୭ ରେ ପଢ଼ିବେ…
(ତମେ ଯଦି ମୋତେ ବିବାହ କରିବନି ତେବେ ତମକୁ ଆଉ କାହାର ମଧ୍ୟ ହେବାକୁ ଦେବିନି ଏବଂ ତମ ଦୁଇ ଜଣଙ୍କୁ ସିଧା ଉପରକୁ ପଠେଇ ଦେବୀ )
If you like this story so share to your friends.

ମୋ ଲୋପାମୁଦ୍ରା…(5)

ମୋ ଲୋପାମୁଦ୍ରା...(5)
ମୋ ଲୋପାମୁଦ୍ରା…(5)
ପାଞ୍ଚ ମାସ ପରେ ସୌରଭ ଏବଂ ମୁଁ ଛୁଟି ଆସିଲୁ । ଦିନ ଧାର୍ଯ୍ୟ ହେଲା ଏବଂ Engagement ମଧ୍ୟ ସରିଲା । ସବୁ କାମ ଠିକ୍ ଠାକ୍ ରେ ସରିଲା ।
ଘରୁ ଆଦେଶ ମିଳିବା ପରେ ବାଇକ୍ ରେ ବୁଲାବୁଲି ମଧ୍ୟ ଚାଲିଲା ।
ଦୁହେଁ ବହୁତ୍ ସ୍ଥାନ ବୁଲିଲୁ।
ଆମର ପ୍ରତି ଟି ମୁହୂର୍ତ୍ତ ଏକା ସାଙ୍ଗରେ ବିତେଇଲୁ ।
ସୌରଭ ମଧ୍ୟ ସାହାଯ୍ୟ କରୁ ଥାଏ । ପ୍ଲାନ୍ କେବଳ ସୌରଭ ର ।
କିଛି ଦିନ ବୁଲା ବୁଲି ପରେ ପୁଣି ଫେରି ଆସିଲି ବାଙ୍ଗାଲୋର କୁ ।
ଏବେ ସିଧା ଯିବାର ଅଛି ବାହାଘର କୁ..
ଇତି ମଧ୍ୟରେ ଆଉ ଜଣେ ଖଳ ନାୟକ ଆମ ଜୀବନ ରେ ପ୍ରବେଶ କରିଲା ।
ରଞ୍ଜିତ,
ରଞ୍ଜିତ ହେଉଛି ଲୋପାମୁଦ୍ରା ର ପିଉସୀ ପୁଅ।
ମାସ ପରେ ରଞ୍ଜିତ ଦିଲ୍ଲୀ ରୁ ଫେରିଛି ।
ସେ ଲୋପାମୁଦ୍ରା କୁ ବିବାହ କରିବାକୁ ଚାହୁଁଥିଲା ମାତ୍ର ଲୋପାମୁଦ୍ରା ର ପରିବାର ଲୋକ ରଞ୍ଜିତ ସହିତ ବିବାହ ଦେବାକୁ ବିଲକୁଲ ଇଚ୍ଛା ନାହିଁ।
ଲୋପାମୁଦ୍ରା ର ବାପା ଙ୍କ ମତ ଯେ ସମ୍ପର୍କ ଭିତରେ ମୁଁ ମୋ ଝିଅ କୁ ବାହା ଦେବିନି କିନ୍ତୁ ରଞ୍ଜିତ ସବୁବେଳେ ଆଶା କରି ରହିଥାଏ ।
ଅନ୍ୟ ଏକ କାରଣ ଅଛି ଯାହା ସମୟ ସହିତ ଗୁପ୍ତ ହୋଇ ଢାଙ୍କି ହୋଇଯାଇଛି। ତାହା ହେଲା, ରଞ୍ଜିତ ର ବାପା ମା ପ୍ରେମ ବିବାହ କରିଥିଲେ ।
ଏହି ଘଟଣା ଯୋଗୁ ରଞ୍ଜିତ ର ମାମୁଁ ମାନେ ଲୋପାମୁଦ୍ରା ର ବାପା ତାଙ୍କ ଭଉଣୀ ଉପରେ ରାଗି ତାଙ୍କୁ ସେ ଘର ସହିତ ସବୁ ସମ୍ପର୍କ କାଟି ଘରୁ ବାହାରି ଯିବାକୁ ଆଦେଶ ଦେଇ ଥିଲେ।
ଯେତେବେଳେ ରଞ୍ଜିତ ଜନ୍ମ ହେଲା, ସେତେବେଳେ ଲୋପାମୁଦ୍ରା ର ବାପା ଭଉଣୀ ର ଦାରିଦ୍ର୍ୟ ଦୁର୍ଦ୍ଦଶା ଦେଖି ପୁଣି ଥରେ ଭଉଣୀ କୁ ନିଜ ପରିବାର ର ସଦସ୍ୟ ଭାବେ ମାନ୍ୟତା ଦେଲେ।
ବର୍ତମାନ ଏହି ଘଟଣା ବିଷୟରେ ରଞ୍ଜିତ ଜାଣିପାରିଛି । ସେ ନିଜ ମାମୁଁ, ମାଇଁ ଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନ କରିବ ଏବଂ ଲୋପାମୁଦ୍ରା ର ଜୀବନ ନଷ୍ଟ କରିବା ତାର ମୁଖ୍ୟ ଲକ୍ଷ୍ୟ ଥାଏ ।
ମାତ୍ର ଲୋପାମୁଦ୍ରା କୁ ଏ ବିଷୟରେ କିଛି ଖବର ନଥିଲା।
ଲୋପାମୁଦ୍ରା ଏବଂ ରଞ୍ଜିତ ଭଲ ସାଙ୍ଗ ହୋଇ ପିଲା ରୁ ବଡ ହୋଇ ଆସିଛନ୍ତି ।
ରଞ୍ଜିତ ଯେବେ ଦିଲ୍ଲୀ ରୁ ଆସେ ସେ ଦୁଇ ଜଣ ସାଥୀ ହୋଇ ବୁଲନ୍ତି ମଜା ମସ୍ତି କରନ୍ତି ।
ଲୋପାମୁଦ୍ରା କୁ ମଜା ମସ୍ତି କରିବା ପାଇଁ ତାର ପୁରୁଣା ବନ୍ଧୁ ମିଳିଯାଇଛି ।
ସେଥିରେ ଭଲପାଇବା ନାହିଁ, ଥିଲା କେବଳ ବନ୍ଧୁତା ।
ହଠାତ୍ ଦିନେ ମୋର ସାଙ୍ଗ କୁନା Whatsapp ରେ ଗୋଟିଏ ଫୋଟୋ ପଠାଇଲା ।
ସେଥିରେ ଲୋପାମୁଦ୍ରା ଏବଂ ରଞ୍ଜିତ ପାଣି ପୁରୀ ଖାଉଥିବା ଫୋଟୋ ଥିଲା ।
ସେ ଫୋଟୋ ଦେଖି ମୋତେ ରାଗ ଲାଗିଲା କଣ କରିବି ଭାବି କୁନା କୁ କହିଲି ତୁ ନଜର ରଖ ତାଙ୍କ ଉପରେ ।
ଏପଟେ ଫୋନରେ କଥା ବାର୍ତ୍ତା ଚାଲିଥାଏ । ଲୋପାମୁଦ୍ରା ମୋତେ ରଞ୍ଜିତ ବିଷୟରେ କହିବା ପରେ ମୁଁ ତାକୁ ତାଗିଦ୍ କରି କହିଲି ତା ଠୁ ଦୂରେଇ ରୁହ ।
ମୋ କଥାକୁ ଲୋପାମୁଦ୍ରା ଖାତିର୍ ନ କରି ରଞ୍ଜିତ ସାଙ୍ଗରେ ବୁଲାବୁଲି ଚାଲୁ ରଖିଥାଏ ।
ଏମିତି ବେଳେବେଳେ ବହୁତ୍ ଫୋଟୋ ମୋତେ ମିଳୁଥାଏ ।
ମୁଁ ପ୍ରତ୍ୟେକ ଥର ମନା କରୁଥାଏ କିନ୍ତୁ ଲୋପାମୁଦ୍ରା କହେ ଏଥର ଭୁଲ ହେଇଗଲା ଆଉ ଯିବିନି ରଞ୍ଜିତ ସାଙ୍ଗରେ କହି ପୁଣି ବୁଲିବାକୁ ଯାଉଥାଏ ।
ମୁଁ ବାରମ୍ବାର କହିବା ପରେ ଲୋପାମୁଦ୍ରା ରଞ୍ଜିତ କୁ ମୋ କଥା କହିଲା ଯେ ମୋର ସାନୁ ସହିତ ବାହାଘର ହେବ ।
ତମ ସାଙ୍ଗରେ ଆଉ ବୁଲାବୁଲି କରିବି ନାହିଁ କିନ୍ତୁ ରଞ୍ଜିତ ବାଧ୍ୟ କରି ତାକୁ ନେଇଯାଏ।
ଦିନେ ସକାଳେ ହଠାତ୍ ଲୋପାମୁଦ୍ରା ର କଲ୍ ଆସିଲା କି ବହୁତ୍ ଦିନ ହେଲା ମୁଁ କୁଆଡେ ବାହାରକୁ ଯାଇନି, ଆଜି ମୁଁ ମନ୍ଦିର ଯିବି ।
ମୁଁ ପଚାରିଲି କାହିଁକି ଆଜି ତ କିଛି ପୂଜା ନାହିଁ ।
ସେ କହିଲା କି ରଞ୍ଜିତ ର କୋଉ ସାଙ୍ଗ ଭଉଣୀ ର ପୁଅ ର ଜନ୍ମ ଦିନ ଅଛି ।
ମୁଁ ମନା କରିଲି, ରଞ୍ଜିତ ର ସାଙ୍ଗ ତମକୁ ତ ନିମନ୍ତ୍ରଣ ଦେଇନି, ପୁଣି ତମେ କାହିଁକି ଯିବ।
ଲୋପାମୁଦ୍ରା କହିଲା ତମେ ସବୁବେଳେ ମୋତେ ବାରଣ କରୁଛ ଏବଂ କୁଆଡେ ଯିବା ପାଇଁ ମନା କରୁଛ ।
ଏମିତି ପ୍ରତିଥର ବାରଣ କରିବ ତେବେ ମୁଁ ଘରେ ଏକୁଟିଆ ରହି ପାଗଳ ହେଇଯିବି ।
ସେଦିନ ବହୁତ୍ ପାଟି ତୁଣ୍ଡ ହେଲା,
ମୁଁ କହିଲି ତମ ଭଲ ପାଇଁ ଏବଂ ଆମ ସମ୍ପର୍କ ରେ କିଛି ଆଞ୍ଚ ନ ଆସୁ ବୋଲି ମୁଁ ବାରଣ କରୁଛି ।
ଏମିତି ରେ ଘରେ ଯଦି ବୋର୍ ଲାଗୁଛି ଟିଭି ଦେଖ, ଘରେ ପାଠ ପଢ, ତମ ଭାଇ ସାଙ୍ଗରେ କଥା ହୁଅ, ଘରେ ବାପା ମା ଅଛନ୍ତି ସେମାନଙ୍କ ସହିତ କଥା ହୁଅ ।
ଏମିତି ରେ ମୁଁ ପ୍ରାୟ ଦିନ ସାରା ଡ଼ିଉଟି ରେ ରହି ଅଳ୍ପ ଅଳ୍ପ କଥା ହୋଇ ଯାଉଛି । ଏତିକି ପରେ ମଧ୍ୟ ତମକୁ ବୋର୍ ଲାଗୁଛି ???
ଲୋପାମୁଦ୍ରା କହିଲା ମୋତେ ଏତେ ଫୋର୍ସ କରନି ସତରେ ମୁଁ ପାଗଳ ହେଇଯିବି ।
ମୁଁ ବୁଝେଇଲି , ହଉ ତମେ ଯଦି ଯିବାକୁ ଚାହୁଁଛ ଯାଅ, କିନ୍ତୁ ମୋର ବିଲକୁଲ ଇଚ୍ଛା ନାହିଁ ।
ଏତିକି କହି ରାଗରେ ଫୋନ୍ କଟ୍ !!
ଦୁଇ ଜଣଙ୍କ ମୁଡ୍ ଅଫ୍
କିଛି ସମୟ ପରେ ରଞ୍ଜିତ ଘରକୁ ଆସି ମାମୁଁ ମାଇଁ କୁ ଅନୁରୋଧ କରି ଲୋପାମୁଦ୍ରା କୁ ମନ୍ଦିର ନେଇ ଚାଲିଯାଇଛି ।
ଝଗଡା ଯୋଗୁ ଲୋପାମୁଦ୍ରା ର ମନ ଖରାପ ଥିଲା ।
ସେ ରଞ୍ଜିତ କୁ ସବୁ କଥା କହିବା ପରେ ମଧ୍ୟ ରଞ୍ଜିତ ତା କଥା କୁ ଖାତିର ନ କରି କହିଲା ଶୀଘ୍ର ଆସିଯିବା କହି ମନ୍ଦିର ନେଇ ଚାଲିଗଲା ।
ଏପଟେ ମୋ ସାଙ୍ଗ କୁନା ଏବଂ ତା ସାଙ୍ଗରେ ସନ୍ତୁ ରେଡ୍ଡୀ ହୋଇ ରହି ଥାନ୍ତି ଯଦି କୁଆଡେ ଯାନ୍ତି ତେବେ ମୋତେ ପ୍ରତି ସମୟର ଖବର ଦେବେ ବୋଲି।
କିଛି ସମୟ ପରେ କୁନା ର ମେସେଜ ଆସିଲା କି, ଭାଇ ଦୁହେଁ ମନ୍ଦିର ଯାଉଛନ୍ତି ।
ଏତିକି ଶୁଣି ମୋ ମୁଣ୍ଡ ଖରାପ, କଣ କରିବି ଭାବି କୁନା କୁ କହିଲି, ଲୋପାମୁଦ୍ରା ଏବଂ ରଞ୍ଜିତ ଉପରେ ନଜର ରଖି ଥା, ମୋତେ ଆଜି କିଛି ଭଲ ଲାଗୁନି ।
ବୋଧେ ଲୋପାମୁଦ୍ରା ସାଙ୍ଗରେ କିଛି ଅଘଟଣ ହେବନି ତ, ମୋତେ ସନ୍ଦେହ ହେଉଛି ।
କୁନା ମୋତେ ବିଶ୍ୱାସ ଦେଇ କହିଲା, ତୁ ଚିନ୍ତା କରନି , ମୁଁ ସବୁ ସମ୍ଭାଳୁଛି।
ସେହି ଜନ୍ମ ଦିନ ଭୋଜିରେ ବିନା ନିମନ୍ତ୍ରଣ ରେ କୁନା ଏବଂ ସନ୍ତୁ ମଧ୍ୟ ଗଲେ ।
ସେଠୀ ଲୋପାମୁଦ୍ରା କୁ ସ୍ତ୍ରୀ ଲୋକ ମେଳରେ ଛାଡ଼ି ରଞ୍ଜିତ ସାଙ୍ଗ ମାନଙ୍କ ସହିତ ପାଖରେ ଥିବା ତୋଟା କୁ ମଦ ପିଇବାକୁ ଚାଲିଗଲା।
କୁନା ନଜର ରଖିଥାଏ ।
କିଛି ସମୟ ପରେ ଲୋପାମୁଦ୍ରା ର ମୋବାଇଲ୍ କୁ ଗୋଟିଏ କଲ୍ ଆସିଲା ।
(ସେହି କଲ୍ ଥିଲା ରଞ୍ଜିତ ର!! ତାହା ମଧ୍ୟ ଭୁଲ ରେ ଲୋପାମୁଦ୍ରା କୁ ଲାଗିଯାଇଛି)
ଲୋପାମୁଦ୍ରା ଫୋନ୍ ଉଠେଇ, ହେଲୋ ହେଲୋ କହିବା ପରେ କିଛି ଉତ୍ତର ଆସିଲାନି କିନ୍ତୁ ରଞ୍ଜିତ ଏବଂ ତାଙ୍କ ସାଙ୍ଗ ମାନଙ୍କ କିଛି କଥା ହେଉଥିବା ଶୁଣା ଯାଉଥିଲା ।
ତାହା ଥିଲା:
ରଞ୍ଜିତ: କଣ ରେ ଯାହା କହିଥିଲି ତାହା କରିଛୁ ନା?
ରଞ୍ଜିତ ର ସାଙ୍ଗ: ହଁ ଭାଇ ପୁରା ଓକେ ।
ରଞ୍ଜିତ: ଆଜି ମୋ କାମ ହେଇଯିବ ନା?
(ଲୋପାମୁଦ୍ରା କିଛି ବୁଝିପାରୁ ନଥିଲା, କିନ୍ତୁ ଫୋନ୍ ନ କାଟି ଶୁଣିବାକୁ ଲାଗିଲା)
ରଞ୍ଜିତ: ବହୁତ୍ ଦିନ ର ସ୍ଵପ୍ନ ଆଜି ପୁରା ହେବ।
ରଞ୍ଜିତ ର ସାଙ୍ଗ: ସବୁ ହେଲା ଯେ ତମେ ଲୋପାମୁଦ୍ରା କୁ କୋଲ୍ଡ ଡ୍ରିଙ୍କ ପିଆଇ ପାରିଲେ ତମ କାମ ହେଇଯିବ ।
ରଞ୍ଜିତ: ଆବେ ପିଆଇ ଦେବୀ ଯେ ସଙ୍ଗେ ସଙ୍ଗେ ବେହୋସ୍ ହେବ ନା କିଛି ସମୟ ପରେ?
ରଞ୍ଜିତ ର ସାଙ୍ଗ: ଭାଇ, ଅଳ୍ପ ସମୟ ଲାଗିବ
ରଞ୍ଜିତ: ହଉ, ଅପେକ୍ଷା କରିବା !!
ରଞ୍ଜିତ ର ସାଙ୍ଗ: ଭାଇ ଖାଲି ଫୋଟୋ ଉଠେଇବ ନା ଆଉ କିଛି ହେବ ।
ରଞ୍ଜିତ: ସେଇଟା ମୁଁ ବୁଝିବି । ଫଟୋ ତ First ଉଠିବା ଦରକାର ତାପରେ ବାକି କାମ ପରେ ଦେଖିବା ।
(ଲୋପାମୁଦ୍ରା ଅଳ୍ପ ବୁଝି ପାରିଲା, ଯେ ତା ପ୍ରତି ବିପଦ ଅଛି, ଏବଂ ପୁଣି ଶୁଣିବାକୁ ଲାଗିଲା)
ରଞ୍ଜିତ ର ସାଙ୍ଗ: ଭାଇ ଫୋଟୋ ଯାକ ଅଳ୍ପ ଦେଖେଇବ ନା??
ରଞ୍ଜିତ: ଫୋଟୋ ତମକୁ କାହିଁକି ଦେଖେଇବି । ସେହି ଫୋଟୋ ତ ସିଧା ସାନୁ ପାଖକୁ ଯିବ ।
ସେ ଲୋପାମୁଦ୍ରା ବେଶୀ ଡେଉଁଛି ନା ବାହା ହେବି, ବାହା ହେବି ବୋଲି ।
ଯେତେବେଳେ ସେ ସାନୁ ଦେଖିବ ଲୋପାମୁଦ୍ରା ସହିତ ରଞ୍ଜିତ ର ଅନ୍ତରଙ୍ଗ ମୁହୂର୍ତ୍ତ ଫୋଟୋ ତାପରେ ସେ ନିଜେ କହିବ । ମୁଁ କଣ କରିବି ଏବଂ ବୁଲି ବୁଲି ସେ ଲୋପାମୁଦ୍ରା ମୋ ପାଖକୁ ଆସିବ ।
………………………………………….
Click Here
ଭାଗ-୦୬ :ରେ ପଢ଼ିବେ…..
(ତା ବାପା ମା ଙ୍କ ଏବଂ ଲୋପାମୁଦ୍ରା ର ଇଜ୍ଜତ୍ ଯୋଉ ପର୍ଯ୍ୟନ୍ତ ମାଟିରେ ମିସେଇନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବିନି ।)
If you like this story so share to your friends.

ମୋ ଲୋପାମୁଦ୍ରା…(4)

ଭାଗ-୦୩

ମୋ ଲୋପାମୁଦ୍ରା...(4)

ମିନି ବାରମ୍ବାର ମୋ ଉପରେ ପଡ଼ି କଥା ହେବାକୁ ଚାହୁଁଥିଲା କିନ୍ତୁ ମୁଁ ଜାଣିଶୁଣି ଲୋପାମୁଦ୍ରା କୁ ଚାହିଁ ରହିଥାଏ ।
ମୁଁ ଯାହା କହେ ଲୋପାମୁଦ୍ରା ଉତ୍ତର ଦେବା ପୂର୍ବରୁ ‘ମିନି’ କଥା କୁ କାଟି କିଛି ନା କିଛି ପଚାରିବା ଆରମ୍ଭ କରିଦିଏ ।
ଏମିତି ଚାଲିଲା ଅଧ ଘଣ୍ଟାଏ ତା ପରେ ମୋର ମୂଡ୍ ଅଫ୍ ଏବଂ ଲୋପାମୁଦ୍ରା ର ରାଗ ଆକାଶ ଛୁଆଁ ।
ସମସ୍ତେ ଫେରିଲୁ।
ଘରକୁ ଆସି ଲୋପାମୁଦ୍ରା ମୋତେ ଫୋନ୍ କରି ଜଣାଇଲା ଯେ ସେ ମିନି ଉପରେ ବହୁତ୍ ରାଗିଲା।
ସେ କହିଲା ମୁଁ ତାକୁ ସାଙ୍ଗରେ ନେଇଥିଲି ମୋତେ ତମ ସାଙ୍ଗରେ କଥା ହେବାରେ ସାହାଯ୍ୟ କରିବ କିନ୍ତୁ ସେ ତ ଓଲଟା ତମକୁ ଲାଇନ୍ ମାରିବା ଆରମ୍ଭ କରିଦେଲା ।
ମୋ ଉପରେ ମଧ୍ୟ ରାଗ ର ପ୍ରଭାବ ପଡ଼ିଲା। ତମେ ତାର ପ୍ରତି ପ୍ରଶ୍ନ ର ଉତ୍ତର କାହିଁକି ଦେଉଥିଲ କହି ରାଗିଲା।
ମୁଁ ତାକୁ ବୁଝେଇ କହିଲି। ଛାଡ ସେକଥା ମୁଣ୍ଡ ଥଣ୍ଡା କର । ତମେ ଖିଆ ପିଆ କର ସନ୍ଧ୍ୟା ରେ କଥା ହେବା ।
ସନ୍ଧ୍ୟାରେ ସୌରଭ ର ପ୍ଲାନ୍ ମୁତାବକ ତୃତୀୟ ଦେଖା ସୌରଭ ଘରେ ଆସନ୍ତା କାଲି ହେବ ଏବଂ ସେମିତି ହିଁ ହେଲା ।
ପର ଦିନ ମୁଁ ପହଞ୍ଚିଲି ସୌରଭ ଘରେ ତାର ଠିକ୍ 5 ମିନିଟ୍ ପରେ ଦିଦି ସହିତ ଲୋପାମୁଦ୍ରା ପହଞ୍ଚିଲା ।
ସେଦିନ ସେ ଅଳ୍ପ ଫିକା ଗୋଲାପି ରଙ୍ଗର ଶାଢ଼ୀ ରେ ସଜବାଜ ହୋଇ ପହଞ୍ଚି ଥିଲା ।
ସତ କହେ ସେଦିନ ଲୋପାମୁଦ୍ରା କୁ ଦେଖି ଏମିତି ମନେ ହେଉଥିଲା ଯେ ଆଜି ସିନ୍ଦୂର ପିନ୍ଧେଇ ସ୍ତ୍ରୀ କରି ସିଧା ଘରକୁ ନେଇଯିବି ।
ଦୁହେଁ ଆସି ପହଞ୍ଚିଲେ ସେତେବେଳେ ମୁଁ ମଉସା ଏବଂ ମାଉସୀ ସହିତ କଥା ହେଉଥିଲି ।
ସେ ଆସି ମାଉସୀ ଙ୍କୁ ମୁଣ୍ଡିଆ ମାରିଲା । ମଉସା ପାଖେ ମୁଁ ବସିଥିଲି, ମଉସା ଙ୍କ ପାଦ ଛୁଇଁବା ବାହାନାରେ ମୋ ପାଦକୁ ମଧ୍ୟ ଛୁଇଁ ପ୍ରଣାମ କରିଲା ।
ସେ ମୋର ପାଦ ଛୁଇଁବା ପରେ ସତେ ଯେମିତି ମୁଁ କିଛି ସମୟ ପାଇଁ ତାର ସ୍ବାମୀ ହୋଇଗଲି ଭଳି ମନେ ହେଲା।
ଦୁହେଁ ବସିଲୁ, ଦିଦି, କିଛି କାଗଜ ପତ୍ର କରିବା ପାଇଁ ତହସିଲ କାମରେ ବାହାରିଗଲେ ।
ମଉସା ଏବଂ ମାଉସୀ ମଧ୍ୟ ବାହାରିଗଲେ ସମ୍ପର୍କୀୟ ବାହାଘର ରେ ଯୋଗ ଦେବାକୁ ।
ଭାଉଜ ଆମକୁ ପାଛୋଟି ନେଲେ ନିଜ ବେଡ୍ ରୁମ୍ କୁ।
ସେଠୀ ଜଳଖିଆ ଆସି ପହଞ୍ଚିଲା ।
ଆମେ କିଛି ସମୟ କଥା ହେବା ପାଇଁ ଭାଉଜ ଆମକୁ ତାଙ୍କ ବେଡ ରୁମ ରେ ବସିବାକୁ କହି ଅନ୍ୟ ରୁମ୍ କୁ ଯିବାକୁ ବାହାରିଲେ କିନ୍ତୁ ଲୋପାମୁଦ୍ରା ଭାଉଜ କୁ କହିଲା ଯେ ଭାଉଜ ତମେ ମଧ୍ୟ ଏଠି ବସ, ସମସ୍ତେ କଥା ହେବା।
ଭାଉଜ ଆମ ମନ କଥା ଜାଣି କହିଲେ, ଚିନ୍ତା କରନି , ମୁଁ ମଧ୍ୟ ବସିବି, ତମେ ଅଳ୍ପ କଥା ହୋଇଯାଅ ମୁଁ ବାପା ଙ୍କ କିଛି କପଡା ପ୍ରେସ କରିବାର ଅଛି, ସେଗୁଡ଼ାକ ସାରି ଶୀଘ୍ର ଆସିବି ।
ଭାଉଜ ବାହାରି ଗଲେ ।
ସାନୁ : ଆଜି ତମେ ଶାଢ଼ୀ ରେ ଯାହା ଦେଖା ଯାଉଛ ନା, ମୁଁ ତମ ସୌନ୍ଦର୍ଯ୍ୟ କୁ ବର୍ଣ୍ଣନା କରିପାରୁନି । ସତରେ ଆଜି ହିଁ ତମକୁ ବିବାହ କରିବାକୁ ମନ ହେଲାଣି।
ଲୋପାମୁଦ୍ରା: ଗାଡି କୁ ବ୍ରେକ ଦିଅ, ବହୁତ୍ ସମୟ ଅଛି।
କଣ କହୁଥିଲ ବର୍ଣ୍ଣନା କରି ପାରିବନି ,
ମୋ ହିରୋ ପାଇଁ ମୁଁ ଏତିକି କରିପାରିବି କି ନାହିଁ କୁହ?
ସାନୁ : ଆଚ୍ଛା, ଶାଢ଼ୀ ପିନ୍ଧିବା ପ୍ଲାନ୍ ଟା କିଏ ଦେଲା ଏବଂ ତମେ ଆଜି ଶାଢ଼ୀ ପିନ୍ଧି ଆସିଛ ବୋଲି ଘରେ କିଛି କହିଲେନି ।
ଲୋପାମୁଦ୍ରା : ନା,ନା, କଣ କହିବେ, ତାର ମଧ୍ୟ ପ୍ଲାନ କରା ହୋଇଛି ନା?
ସାନୁ : କଣ???
ଲୋପାମୁଦ୍ରା: ମୋ ସାଙ୍ଗର ବାହାଘର କହି ଆସିଛୁ, ଏବଂ ଏହି ଆଇଡିଆ ଦିଦି ଙ୍କ ର ।
ସାନୁ : ଦିଦି ଙ୍କ ଆଇଡିଆ ଜବରଦସ୍ତ।
ଲୋପାମୁଦ୍ରା : ତମେ ମଧ୍ୟ ଆଜି ଚଙ୍ଗା ଲାଗୁଛ।
ସାନୁ : ଚଙ୍ଗା ମାନେ??
ଲୋପାମୁଦ୍ରା: ମାନେ, କଣ!! ସମସ୍ତେ କୁହନ୍ତି, ମୁଁ ମଧ୍ଯ କହିଦେଲି, ଏମିତି ରେ ସୁନ୍ଦର କୁ ଚଙ୍ଗା କୁହନ୍ତି ।
ସାନୁ : ଓକେ, ତମେ ଆଖି ବନ୍ଦ କର?
ଲୋପାମୁଦ୍ରା: ନା, କିଛି ଭୁଲ କାମ କରିବ ନାହିଁ??
ସାନୁ : ଟିକିଏ ଆଗୁଆ ଭାବି ଦେଉଛ? ଚିନ୍ତା କରନି, ସେମିତି କିଛି ନାହିଁ।
(ଆଖି ବନ୍ଦ ପରେ ମୁଁ ମୋ ବ୍ୟାଗ୍ ରୁ ଗୋଟିଏ Teddy ଟିଏ ବାହାର କରି ଲୋପାମୁଦ୍ରା ଆଗରେ ରଖି , ଆଖି ଖୋଲିବାକୁ କହିଲି ।
ଆଖି ଖୋଲି ଦେଖିଲା ପରେ ଲୋପାମୁଦ୍ରା ଖୁସିରେ ପାଗଳ ।
ଲୋପାମୁଦ୍ରା ଏତେ ଖୁସି ହେଲା ଯେ ତାର ଆଖିରୁ ଖୁସି ରେ ଲୁହ ବାହାରି ଗଲା ।
ସାନୁ : ତମ ଆଖିରେ ଲୁହ??
ଲୋପାମୁଦ୍ରା : ଏ ତ ଖୁସି ର ଲୁହ । ପ୍ରଥମ ଥର ମୋ ଜୀବନରେ ମୋତେ କେହି ଜଣେ ଗିଫ୍ଟ କରିଲା ଏବଂ ତାହା ମଧ୍ୟ ମୋ ପସନ୍ଦ ର ଜିନିଷ ।
ସାନୁ : ତମ ଆଖିରେ ଲୁହ ମୁଁ ଦେଖିପାରିବିନି।
ଲୋପାମୁଦ୍ରା: ହଉ, ଠିକ୍ ଅଛି, ତମେ ମଧ୍ୟ ଆଖି ବନ୍ଦ କର ।
ସାନୁ : ନା, ଭୁଲ କାମ ନାହିଁ, ସବୁ ବିବାହ ପରେ ।
(ଦୁହେଁ ହସିଲୁ)
ଲୋପାମୁଦ୍ରା: ଆଖି ବନ୍ଦ କର ପ୍ଲିଜ୍!!
(ମୁଁ ଆଖି ବନ୍ଦ କରି ରହିଲି, ଗୋଟିଏ ମିନିଟ୍ ପରେ ସେ ଆଖି ଖୋଲିବାକୁ କହିଲା )
ଲୋପାମୁଦ୍ରା: ଏଇଟା ତମ ପାଇଁ !!
ସାନୁ : ବାଃ, ବଢିଆ ହୋଇଛି ।
(ତାହା ଥିଲା ଗୋଟିଏ ଛୋଟ ଗଣେଶ ମୂର୍ତ୍ତି)
ଲୋପାମୁଦ୍ରା: କଣ ଭଲ ଲାଗିଲାନି କି?
ସାନୁ : ବହୁତ୍ ଭଲ ଲାଗିଲା, କିନ୍ତୁ ଗୋଟିଏ କଥା ଭାବିବାକୁ ବାଧ୍ୟ ହେଉଛି, ପ୍ରାୟ ପୁଅ ଝିଅ ଗିଫ୍ଟ ରେ ଭଳି ଭଳି କି ଗିଫ୍ଟ ଦିଅନ୍ତି କିନ୍ତୁ ତମ ଗିଫ୍ଟ ଟା ସବୁଠୁ ଅଲଗା ।
ଲୋପାମୁଦ୍ରା: ଏଇ ଟା ଗିଫ୍ଟ ନୁହଁ , ଏ ହେଉଛନ୍ତି ମୋ ଦେବତା। ଗଣେଶ ଭଗବାନ ଭଳି ତମେ ମଧ୍ୟ ବହୁତ୍ ଶାନ୍ତ ଏବଂ ସରଳ।
ସାନୁ : ଥେଙ୍କ୍ ୟୁ, କିନ୍ତୁ ମୁଁ ଶାନ୍ତ ସରଳ ନୁହଁ, ମୁଁ ବହୁତ୍ ଦୁଷ୍ଟ ।
ଲୋପାମୁଦ୍ରା: ମୁଁ ଜାଣିନି, କି ଜାଣିବାକୁ ଚାହୁଁନି, ତମେ ଏବେ ଯେମିତି ଅଛ , ସେମିତି ମୁଁ ସାରା ଜୀବନ ତମ ଠାରୁ ଆଶା କରିବି।
ସାନୁ : ନିଶ୍ଚୟ, ତାହା ହିଁ ହେବ ।
ଏତିକିବେଳେ ଭାଉଜ ଧିରେ ଧିରେ ପାଦ ଚାପି ରୁମ୍ ଭିତରକୁ ଆସିଲେ।
ଭାଉଜ: ମୁଁ ଡିଷ୍ଟର୍ବ କରିନି ନା?
ସାନୁ : ନା ନା, ଆସ ଭାଉଜ,
ତାପରେ ତିନି ଜଣ ବହୁତ୍ କଥା ହେଲୁ ।
ସେଦିନ ସୌରଭ ଘରେ ଦିବା ଭୋଜନ ହେଲା । ପ୍ରଥମ କରି ମୋତେ ଲୋପାମୁଦ୍ରା ନିଜ ହାତରେ ଖୁଆଇ ଦେଲା । ବହୁତ୍ ଖୁସି ହେଲି। ବହୁତ୍ ସମୟ କଥା ହେଲୁ । ଘରକୁ ଫେରିଲୁ ।
ତାପରେ ମୋର ଏବଂ ଲୋପାମୁଦ୍ରା ର ବିବାହ ପ୍ରସ୍ତାବ କଥା ସୌରଭ ବାପା ସାଙ୍ଗରେ କଥା ହେଲା ।
ଲୋପାମୁଦ୍ରା ବିଷୟରେ କହିଲା କି ସେ ଅପା ର ସାଙ୍ଗ ଏବଂ ତୁମ ଜାତିର।
ଏକଥା ଶୁଣି ବାପା ରାଜି, ପିଉସା ଏବଂ ବାପା ମିଶି ଲୋପାମୁଦ୍ରା ଘରକୁ ଗଲେ । ସେଠୀ ଲୋପାମୁଦ୍ରା କୁ ଦେଖି ସମସ୍ତଙ୍କୁ ପସନ୍ଦ ହେଲା ଏବଂ ଲୋପାମୁଦ୍ରା ର ଘର ଲୋକେ ମୋ ଫଟୋ କୁ ଦେଖି ପସନ୍ଦ କରିଲେ।
ଦୁଇ ଦିନ ପରେ ଲୋପାମୁଦ୍ରା ର ଘର ଲୋକେ ଆମ ଘରକୁ ବୁଲି ଆସିଲେ । ସେମାନେ ମଧ୍ୟ ପସନ୍ଦ କରି କହିଲେ ଯେ, ଆମେ ଏହି ପ୍ରସ୍ତାବ ରେ ରାଜି ଅଛୁ ।
ଲୋପାମୁଦ୍ରାର ବାପା ପଚାରିଲେ ବିବାହ ଉତ୍ସବ କେବେ କରିବା??
ମୋ ବାପା କହିଲେ କି ସାନୁ କହୁଛି ବର୍ଷେ ପରେ ବିବାହ କରିବା । ଲୋପାମୁଦ୍ରା ଘରେ ମଧ୍ଯ ମାନିଗଲେ ।
ମୋ ବାପା କହିଲେ ୫ ମାସ ପରେ ଭଲ ଯୋଗ ଅଛି ସେ ସମୟରେ Engagement କରି ରଖି ଦେବା ତାପରେ ଅନ୍ୟ ଯୋଗ ଦେଖି ବିବାହ ଦିନ ଧର୍ଯ୍ୟ କରିବା । ଲୋପାମୁଦ୍ରା ର ଘରେ ରାଜି ହୋଇଗଲେ।
ମୁଁ ଫେରିବାର ଗୋଟିଏ ଦିନ ପୂର୍ବରୁ ମୋତେ ତାଙ୍କ ଘରେ ନିମନ୍ତ୍ରଣ ହେଲା ।
ମୁଁ ପହଞ୍ଚିଲି, ମୋତେ ଉଚ୍ଚ ଧରଣର ଚର୍ଚ୍ଚା ମିଳିଲା କିନ୍ତୁ ଲୋପାମୁଦ୍ରା ସାଙ୍ଗରେ କଥା ହେବାକୁ ସମୟ ମିଳିଲା ନାହିଁ ।
ମନ ଦୁଃଖରେ ଫେରି ଆସିଲି । ତା ପର ଦିନ ସନ୍ଧ୍ୟାରେ ମୋତେ ଫେରିବାର ଥିଲା । ମୋତେ ମୋ ସାଙ୍ଗ ଫକୀର ବସ୍ ଷ୍ଟାଣ୍ଡ ରେ ଛାଡ଼ିବାକୁ ଆସିଲା କିନ୍ତୁ ସେହି ବସ୍ ଷ୍ଟାଣ୍ଡ ରେ ଲୋପାମୁଦ୍ରା ମୋତେ ଅପେକ୍ଷା କରିଥାଏ ।
ସାଙ୍ଗରେ ଥାଏ ସରିତା ଦିଦି । ତାଙ୍କୁ ଦେଖି ବହୁତ୍ ଖୁସି ହେଲି କିନ୍ତୁ ମନରେ ଦୁଃଖ ମଧ୍ୟ ଥାଏ ।
ଦିଦି କୁ କହିଲି, ଦିଦି ମୁଁ ଲୋପାମୁଦ୍ରା କୁ ନେଇ ଚାଲିଯାଉଛି । ଦିଦି କହିଲେ ସମୟ ଅଛି ଆର ଥରକୁ ଆସିଲେ ନେଇ ଚାଲିଯିବ।
ଅଳ୍ପ କଥା ପରେ ମୁଁ ଫେରିଗଲି ମୋ କମ୍ପାନୀ କୁ ।
ବାଙ୍ଗାଲୋର ରେ ପହଞ୍ଚି ଡିଉଟି ରେ ମନ ଲାଗୁ ନଥାଏ । ଧିରେ ଧିରେ ସମୟ ଗଡି ଚାଲିଲା ।
ପ୍ରତିଦିନ ଭିଡିଓ କଲ୍, ଚାର୍ଟିଂ ଏବଂ କଲ୍ ଚାଲିଥାଏ
………………………………………….
Click Here
ଭାଗ-୦୫ : ରେ ପଢ଼ିବେ…..
(ଲୋପାମୁଦ୍ରା ର ବାପା ତାଙ୍କ ଭଉଣୀ ଉପରେ ରାଗି ତାଙ୍କୁ ସେ ଘର ସହିତ ସବୁ ସମ୍ପର୍କ କାଟି ଘରୁ ବାହାରି ଯିବାକୁ ଆଦେଶ ଦେଇ ଥିଲେ)
If you like this story so share to your friends.

ମୋ ଲୋପାମୁଦ୍ରା…(3)

ମୋ ଲୋପାମୁଦ୍ରା...(3)
ମୋ ଲୋପାମୁଦ୍ରା…(3)
ଦିଦି: ଆଜି Maggi କରେ, ସମସ୍ତେ ଖାଇବା।
ଲୋପାମୁଦ୍ରା: କିନ୍ତୁ ମୋତେ ଅଳ୍ପ ସାହାଯ୍ୟ କରିବ?
ଦିଦି: ତୁ ଚିନ୍ତା କରନି, ଆଜି ସାନୁ କରିବ !
ସାନୁ: ଦିଦି, ମୋତେ ଆସେନି,
ଦିଦି: ଚୁପ୍ କର, ମୋତେ ସୌରଭ ସବୁ କହିଛି, ତମ ରୁମ୍ ରେ ତୁ ହିଁ ରୋଷେଇ କରୁ।
ତାପରେ ମୋ ପାଖରେ ଉତ୍ତର ନଥିଲା ।
ସାନୁ: କିନ୍ତୁ ସାହାଯ୍ୟ କରିବ ତ?
ଲୋପାମୁଦ୍ରା: ହଁ ନିଶ୍ଚୟ,
ସମସ୍ତେ ଚାଲିଲୁ, ରୋଷେଇ ଘରକୁ।
ସେଠୀ ଲୋପାମୁଦ୍ରା ପିଆଜ ଏବଂ ଟମାଟୋ କାଟି ମୋତେ ଦେଇ ଦେଲା
ଏପଟେ ଦିଦି କହିଲେ ତମେ ଦୁଇ ଜଣ କର ମୁଁ ଟିଭି ଦେଖୁଛି । ଦିଦି ଚାଲିଗଲେ ଟିଭି ଦେଖିବାକୁ ।
ସାନୁ: ତମର କଣ ପସନ୍ଦ ??
ଲୋପାମୁଦ୍ରା: ମୁଁ ପସନ୍ଦ କରେ ଯେ ଖାଲି ଘର ଲୋକେ ମାନିବାର ଅଛି?
ସାନୁ: ଆରେ ମୁଁ ପଚାରୁଛି? ଖାଇବା କଣ କଣ ପସନ୍ଦ?
ଏତିକି କଥା ଶୁଣି ଲୋପାମୁଦ୍ରା ଲାଜେଇ ଗଲା ।
ସାନୁ: ମୋତେ ମଧ୍ୟ ତମେ ବହୁତ୍ ଭଲ ଲାଗ ।
ତମେ ତ ତମ ମନ କଥା କହି ସାରିଛ । ଆମ ଘରେ ମଧ୍ୟ ସେମିତି କିଛି ଅସୁବିଧା ନାହିଁ ।
ଏତିକି ବେଳେ ହଠାତ୍ ସୌରଭ ର ଫୋନ୍ ବାଜି ଉଠିଲା ଏବଂ ମୁଁ ଶାଇଲେଣ୍ଟ କରି ଦେଲି।
ଲୋପାମୁଦ୍ରା: ତମ ସାଙ୍ଗ କଲ୍ କରିଛନ୍ତି, କଥା ହୋଇ ଯାଉନ?
ସାନୁ: ଏହି ସମୟରେ ସେ ଜାଣି ଶୁଣି କଲ୍ କରି ମୋତେ ଡିଷ୍ଟର୍ବ କରିବ।
ଫୋନ୍ ରିଙ୍ଗ ସରିଲା ପରେ ଲକ୍ ସ୍କ୍ରିନ ରେ ଲୋପାମୁଦ୍ରା ର ଫୋଟୋ ଦେଖା ଗଲା ।
ଲୋପାମୁଦ୍ରା : (ମୋ ଫୋନ୍ କୁ ହାତରେ ନେଇ) ଏହି ଫୋଟୋ ତମେ କେମିତି ପାଇଲ?
ସାନୁ: ତମ DP ରୁ।
ଲୋପାମୁଦ୍ରା: ଆଚ୍ଛା, ମୋ DP ରୁ ଫୋଟୋ Download କରି ତମ ୱାଲପେପର ରେ ।
ସାନୁ: କଣ ଭଲ ଲାଗୁନି କି?
ଲୋପାମୁଦ୍ରା: ଭଲ ଲାଗୁଛି, ଯେ କିନ୍ତୁ ଏଇଟା ୦୨ ମାସ ପୁରୁଣା ଫୋଟୋ।
ସାନୁ: ମୋତେ ମାତ୍ର ଏହି ଫୋଟୋ ଟା ବହୁତ୍ ଭଲ ଲାଗେ ।
ଏତିକି ବେଳେ Maggi ରେଡ୍ଡୀ।
Maggi ନେଇ ପହଞ୍ଚିଲୁ ଟିଭି ପାଖରେ ।
ଦିଦି: କଣ ଏତେ ସମୟ ଲାଗିଲା?
ଲୋପାମୁଦ୍ରା: ମାତ୍ର ୫ ମିନିଟ୍ ଲାଗିଲା, ଦିଦି..
ଦିଦି: ଟିଭି ରେ କହୁଛି ୨ ମିନିଟ୍ Maggi ହେଉଛି ଏବଂ ତମେ ୫ ମିନିଟ୍ ପର୍ଯ୍ୟନ୍ତ କଣ କରୁଥିଲ?
ସାନୁ: ତମେ ପରେ ଆମର ଖିଚାଇ କରିବ, ପ୍ରଥମେ Maggi ଖାଇ କୁହ କେମିତି ହେଇଛି ।
ଦିଦି: ଆରେ ବାଃ, ଏ ତ ପୁରା ଜବରଦସ୍ତ ହେଇଛି !!
ଲୋପାମୁଦ୍ରା: ହଁ ବଢିଆ ହେଇଛି !!
ସାନୁ: ଥେଙ୍କ୍ ୟୁ!!!
ଦିଦି: ପୁରା, ଭଲ ପାଇବା ଦେଇ କରି Maggi କରା ଯାଇଛି ବୋଧେ ସେଥିପାଇଁ ଟେଷ୍ଟ ହେଇଛି ।
କିଛି ସମୟ କଥା ହେଲୁ ଶେଷରେ ଦିଦି କହିଲେ ସାନୁ ଘରକୁ ଯିବା ??
ସାନୁ: ଆଉ କିଛି ସମୟ ରହିଲେ ହେବନି?
ଦିଦି: ଆରେ ଲୋପାମୁଦ୍ରା ମନେ ମନେ ଭାବୁଛି ଏମାନେ କେତେବେଳେ ଯିବେ ମୁଁ ଆରାମ୍ ରେ ଶୋଇବି ।
ଲୋପାମୁଦ୍ରା: ନା ଦିଦି, ମୁଁ ତ ଭାବିନି, ମୁଁ ତ କହୁଛି, ତମେ ଆଜି ଏଠି ରହିଯାଅ । ମୋତେ ଏକା ଏକା ଲାଗୁଛି।
ଦିଦି: କେବଳ ମୁଁ ରହିବି ନା ସାନୁ ହେଲେ ରହିବ?
ଲୋପାମୁଦ୍ରା: ନା , କେବଳ ତମେ, ତାଙ୍କ ପାଇଁ ସମୟ ଅଛି।
(ସମସ୍ତେ ହସିଲୁ)
ଦିଦି: ଏବେ ଠିକ୍ କଥା କହିଲୁ। ଶୁଣ ଆମେ ଆସୁଛୁ ତୁ ରେଷ୍ଟ କର।
ଲୋପାମୁଦ୍ରା: ଆଉ କିଛି ସମୟ ରୁହ, ପରେ ଯିବ।
ଦିଦି: ତେବେ ତମେ ଦୁହେଁ କଥା ହୁଅ, ମୁଁ ଚାଲିଲି ତୋ ବେଡ୍ ରୁମ୍ କୁ, କାଲି ରାତିରେ ନ ଶୋଇ ବହୁତ୍ ରାତି ପର୍ୟ୍ୟନ୍ତ ୟୁଟ୍ୟୁବ ଦେଖି ମୁଣ୍ଡ ବ୍ୟଥା ହେଉଛି, ମାତ୍ର ଠିକ୍ ଗୋଟିଏ ଘଣ୍ଟା ଶୋଇବି ତାପରେ ଚାଲିଯିବି।
ଦିଦି ଚାଲିଲେ ବେଡ୍ ରୁମ୍ କୁ!!
ମୁଁ ଏବଂ ଲୋପାମୁଦ୍ରା ଚାଲିଲୁ ବାଲକୋନୀ କୁ।
ସେଠୀ ଦୁହେଁ ବସିଲୁ । ବହୁତ୍ ସମୟ କଥା ହେଲୁ। ଧିରେ ଧିରେ ପ୍ରେମ ବଢ଼ିବାରେ ଲାଗିଲା, ଟିକେ ଲାଜ, ତ ଟିକେ କଥା, ପୁଣି ଟିକେ ହସ ତ, ଟିକେ ମଜା।
ଦେଖୁ ଦେଖୁ କେତେବେଳେ ଗୋଟିଏ ଘଣ୍ଟା ସରିଗଲା ଜଣା ପଡିଲାନି । ସେଇ ଘଣ୍ଟାକ ମଧ୍ୟରେ ଆମେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣି ସାରିଥିଲୁ ।
ଲୋପାମୁଦ୍ରା : ତମେ ଯେମିତି ମୋ DP କୁ ରଖିଛ, ମୁଁ ମଧ୍ୟ ତମର ପ୍ରତ୍ୟେକ DP କୁ ସେଭ୍ କରି ରଖିଛି ।
ସାନୁ: ମୁଁ ଜାଣିଛି, ସେଥିପାଇଁ ତ ତମେ ଯେବେ DP Change କର ମୁଁ ମଧ୍ୟ DP change କରେ।
ଏମିତି କଥା କଥା ରେ ଲୋପାମୁଦ୍ରା ତା ବାଲକୋନୀ ରେ ଲାଗିଥିବା ଗୋଲାପ ଫୁଲ ଗୋଟାଏ ଛିଣ୍ଡେଇ ମୋତେ ଦେଲା ।
ସାନୁ: ଏଇ ଫୁଲ ଟି କୋଉ ଖୁସି ରେ।
ଲୋପାମୁଦ୍ରା: ଏମିତି ଦେଇ ଦେଲି , ଭଲ ଲାଗିଲା, ସେଥିପାଇଁ ଦେଉଛି ।
ଦିଦି ଆସି ପହଞ୍ଚିଲେ ,
ଦିଦି: ଆରେ ବାଃ ଆଜି ପ୍ରପୋଜ ମଧ୍ୟ ସରିଲାଣି ।
ଲୋପାମୁଦ୍ରା: ନା ,ଦିଦି ତା ପାଇଁ ବହୁତ୍ ସମୟ ଅଛି।
ଲୋପାମୁଦ୍ରା ର ବହୁତ୍ କିଛି କଥା ବାକି ରହିଗଲା । ମୋର ମଧ୍ୟ ଇଚ୍ଛା ଥାଏ । ଆଉ କିଛି ସମୟ ତା ସାଙ୍ଗରେ ବୀତେଇବା ପାଇଁ କିନ୍ତୁ ସଂଧ୍ୟା ହେବାକୁ ଆସିଲା ଏବଂ ଦୁହେଁ ଫେରିବାକୁ ବାଧ୍ୟ ହେଲୁ।
ମୁଁ ଘରକୁ ଆସି ଲୋପାମୁଦ୍ରା କୁ Whatsapp ରେ ଥେଙ୍କ୍ ୟୁ ଜଣାଇଲି। ସେ ଉତ୍ତର ରେ ମୋତେ ୱେଲକମ କହି ମିସ୍ ୟୁ କହିଲା । ମୁଁ ରହି ପାରିଲିନି ।ସଙ୍ଗେ ସଙ୍ଗେ କଲ୍ ବେକ କରିଲି।
ସାନୁ: କଣ ହେଲା?
ଲୋପାମୁଦ୍ରା: କିଛି ନାହିଁ, ତମେ ଭାରି ମନେ ପଡୁଛ!!
ସାନୁ: ମୋର ମଧ୍ୟ ସେଇ ଅବସ୍ଥା ।
ଲୋପାମୁଦ୍ରା: କାଲି ତମେ କୁଆଡେ ଯିବ?
ସାନୁ: କୁଆଡେ ନାହିଁ
ଲୋପାମୁଦ୍ରା: କାଲି ପୁଣି ଆସିବ?
ସାନୁ: ମୁଁ ଗଲେ ତମ ଘର ଲୋକ, ମୋତେ ପୁରା କୁକୁଡ଼ା ଝୋଳ ବନେଇ ଦେବେ।
ଲୋପାମୁଦ୍ରା: ନା ନା, ସେମିତି କିଛି ହେବନି, ମାତ୍ର ସତ କଥା ଯେ, ବାପା ମା ଜାଣି ନାହାନ୍ତି ତମକୁ । ଅସୁବିଧା ହେଇପାରେ । ତେବେ କେମିତି ଦେଖା କରିବି ।
ସାନୁ: ଭିଡିଓ କଲ୍ କର, ଦେଖି ଦେବ।
ଲୋପାମୁଦ୍ରା: ଭିଡିଓ କଲ୍ ରେ ନୁହଁ, ମୁଁ ନିଜ ଆଖିରେ ଦେଖିବାକୁ ଚାହୁଁଛି ।
ସାନୁ: ହଉ ତମେ କୁହ?
ଲୋପାମୁଦ୍ରା: ଶୁଣ, କାଲି ସକାଳେ ମୁଁ ଜଣେଇବି, କାଲି ଯଦି ବାପା, ମା ଆସିବେ ତେବେ ଆଉ କିଛି ଭାବିବି, ଆଉ ଯଦି ଲେଟ୍ ହେବ ତେବେ ତମେ ସକାଳୁ ସକାଳୁ ବୁଲି ଆସି ଚାଲିଯିବ।
ସାନୁ: ମୁଁ ତ ଆସିଯିବି, ତମ ପଡିଶା ଘର ଲୋକେ ଆଜି ମୋତେ ଯେମିତି ସନ୍ଦେହ ଆଖିରେ ଦେଖୁଥିଲେ। ମୋତେ ଡର ମାଡ଼ୁଛି।
ଲୋପାମୁଦ୍ରା: ସେମାନଙ୍କ କାମ ସେଇୟା, ଗୋଟିଏ କାମ କର? ଦିଦି ଙ୍କୁ ନେଇ ଆସ?
ସାନୁ: ହା ହା ହା, ପାଗଳ ନା କଣ?? ନା ନା , ତାଙ୍କୁ କହିବା ଠିକ୍ ନୁହେଁ । ସେ ଯେତିକି କରିଛନ୍ତି , ଯଥେଷ୍ଟ ଏବେ ଆମର କାମ ।
ଲୋପାମୁଦ୍ରା: ହଉ ମୁଁ ସକାଳେ କଲ୍ କରି ଜଣେଇବି।
ସକାଳ ହେଉ ହେଉ ଲୋପାମୁଦ୍ରା ର ଫୋନ୍ ଆସିଲା ।
ଲୋପାମୁଦ୍ରା: ଆଜି ବାପା ମା ସକାଳେ ଆସିଯିବେ, ତମେ ମନ୍ଦିର ଆସି ପାରିବ କି??
ସାନୁ: ହଉ ଠିକ୍ ଅଛି? କହି ଫୋନ୍ କଟ୍।
ଲୋପାମୁଦ୍ରା ର ଗାଁ ଆମ ଗାଁ ର ଦୂରତା ମାତ୍ର ୩ କିମି । ତାଙ୍କ ଗାଁ ମନ୍ଦିର ରେ ଠିକ୍ ୧୦ ଟା ରେ ପହଞ୍ଚିଲି , ଲୋପାମୁଦ୍ରା ତାର ଆଉ ଜଣେ ସାଙ୍ଗ ମିନି ସହିତ ଆସିଲା।
ଲୋପାମୁଦ୍ରା : ହାଏ, କେତେବେଳେ ଆସିଲ?
ସାନୁ: ୧୦ ମିନିଟ୍ ପୂର୍ବରୁ।
ମିନି: ହାଏ, ମୁଁ ମିନି!
ମିନି ହାଣ୍ଡସେକ୍ କରିବାକୁ ମୋତେ ହାତ ବଢ଼େଇଲା କିନ୍ତୁ ମୁଁ ଜାଣି ଶୁଣି ହାତ ଯୋଡ଼ି କହିଲି, it’s Okay, ଲୋପାମୁଦ୍ରା ମିନି କୁ ରାଗରେ ଚାହୁଁଥାଏ।
ତାପରେ ତିନି ଜଣ ଯାକ ମନ୍ଦିର ଭିତରକୁ ଗଲୁ ଏବଂ ପୂଜା ଭୋଗ ସରିଲା ପରେ ମନ୍ଦିର ବେଢ଼ାରେ ବସିଲୁ।
ମିନି କେବଳ ମୋତେ ହିଁ ଦେଖୁଥାଏ ,
………………………………………….
Click Here
ଭାଗ-୦୪ ରେ ପଢ଼ିବେ…..
(ପ୍ରଥମ କରି ମୋତେ ଲୋପାମୁଦ୍ରା ନିଜ ହାତରେ ଖୁଆଇ ଦେଲା । ବହୁତ୍ ଖୁସି ହେଲି।)
If you like this story so share to your friends.

ମୋ ଲୋପାମୁଦ୍ରା…

ମୋ ଲୋପାମୁଦ୍ରା...
ମୋ ଲୋପାମୁଦ୍ରା…

ମୋ ଲୋପାମୁଦ୍ରା…(1)
ମୋ ଲୋପାମୁଦ୍ରା…(2)
ମୋ ଲୋପାମୁଦ୍ରା…(3)
ମୋ ଲୋପାମୁଦ୍ରା…(4)
ମୋ ଲୋପାମୁଦ୍ରା…(5)
ମୋ ଲୋପାମୁଦ୍ରା…(6)
ମୋ ଲୋପାମୁଦ୍ରା…(7)
ମୋ ଲୋପାମୁଦ୍ରା…(Last)

ମୋ ଲୋପାମୁଦ୍ରା…(2)

ମୋ ଲୋପାମୁଦ୍ରା...(2)
ମୋ ଲୋପାମୁଦ୍ରା…(2)
ଭାଉଜ: ଲୋପାମୁଦ୍ରା ତମ ବିଷୟରେ ପଚାରୁଥିଲା, ସେ ପଚାରିଲା କଣ କରୁଛନ୍ତି ସାନୁ? ମୁଁ କହିଲି କିଛି ନାହିଁ ସୌରଭ ର ଅଫିସ ରେ ଝାଡୁ ମାରୁଛନ୍ତି ।
ଲୋପାମୁଦ୍ରା କହିଲା ଝାଡୁ ତ ମାରୁ ନଥିବେ ଏତିକି ମୁଁ ଜାଣିଛି ।
ଭାଉଜ: ତମେ କେମିତି ଜାଣିଲ ଝାଡୁ ମାରୁ ନାହାନ୍ତି ବୋଲି??
ଲୋପାମୁଦ୍ରା: ମୁଁ ଦିଦି ଙ୍କୁ ପଚାରି ସାରିଛି, ସେ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି ।
ଭାଉଜ : ଆଉ କଣ ଜାଣିଛ?
ଲୋପାମୁଦ୍ରା: ଏତିକି ମୋ ପାଇଁ ଯଥେଷ୍ଟ ।
ଭାଉଜ: ଏମିତି ବହୁତ୍ କଥା ହେଲୁ, ତମ ଘର ବିଷୟରେ, ତମ ଦୁଷ୍ଟାମି, ମଜା ମଜା କଥା କୁହ ସେ ବିଷୟରେ, ଆଉ ଟିକେ ଟିକେ ମଦ ପିଅ ଏମିତି!!
ସାନୁ: ସବୁ କହିଲ ଯେ ମଦ ପିଇବା କଥା ଟା ଭୁଲ କହିଦେଲେ?
ଭାଉଜ: କି ତମେ ମଦ ପିଉନ କି? ସେଦିନ ତ ଆମ ଗାଁ ଲୋକମାନଙ୍କୁ ତମେ ହିଁ ମଦ ଦେଉଥିଲ??
“”””ଚିନ୍ତା କରନି , ତମ ବିଷୟରେ ମୁଁ କଣ ଜାଣିନି ଯେ, ତାକୁ ସେମିତି କହିନି, ଚିନ୍ତା କରନି??
ସାନୁ: ମୁଁ ଜାଣିଛି, ତମେ କହି ନଥିବ ?
ଭାଉଜ: ଶେଷରେ ତମ ନମ୍ୱର୍ ମାଗିଲା କିନ୍ତୁ ମୁଁ ଦେଲିନି।
ସାନୁ: କାହିଁକି ତମ ପାଖରେ ତ ମୋର ନମ୍ୱର୍ ଥିଲା ।
ଭାଉଜ: ଆରେ ଦେବର୍ ଜି , ତମ ନମ୍ୱର୍ ସେ ପାଇ ସାରିଛି ଦିଦି ଙ୍କ ଠାରୁ ।
ସାନୁ: ସେ କେବେ ମୋତେ କିଛି କଲ କି ମେସେଜ କରିନି।
ଭାଉଜ : ସେକଥା ମୁଁ ଜାଣିନି, ତମକୁ ଯଦି ତାର ନମ୍ୱର୍ ଦରକାର ତେବେ କୁହ ।
ସାନୁ: ହଁ Whatsapp କରିଦିଅ।
ଭାଉଜ: ନିଅ ତମ ସାଙ୍ଗ ସହିତ କଥା ହୁଅ ।

ଫୋନ୍ କୁ ସୌରଭ କୁ ଦେଇ ଚାଲିଗଲେ ରୋଷେଇ ଘରକୁ । କିଛି ସମୟ କଥା ହେଲୁ । ଫୋନ୍ କଟ୍।

ରାତି ୧୦ଟା ରେ ଭାଉଜ ର WhatsApp ରୁ ଲୋପାମୁଦ୍ରା ର ନମ୍ୱର୍ ପାଇଲି , ସେଭ୍ କରି ଦେଖିଲି, DP ରେ ପୁରା ହିରୋଇନ୍ । ଭାବିଲି ମେସେଜ କରିବି ନା ନାହିଁ । କରିଲି ନାହିଁ।
କେବେ କଥା ନାହିଁ କି ଚାଟ୍ ନାହିଁ କିନ୍ତୁ ପ୍ରତିଦିନ ତାର DP ଦେଖେ। ଦୁଇ ଦିନ କୁ ଥରେ DP ବଦଳି ଯାଏ।
ପ୍ରତ୍ୟେକ DP ମୁଁ ସେଭ୍ କରି ରଖେ । କିଛି ଦିନ ପରେ ସୌରଭ ଆସିଲା । ଆମେ ଦୁଇ ଜଣ ଗୋଟିଏ ରୁମ୍ ରେ ରହୁ ।
ମାତ୍ର ୧୦ ଦିନ ପରେ ବାପାଙ୍କ ଦେହ ଖରାପ ଯୋଗୁ ମୋତେ ଛୁଟି ଯିବାକୁ ପଡିଲା ।

ଗାଁ ରେ ପହଞ୍ଚିଲି , ଔଷଧ ସେବା ପରେ ବାପା ସୁସ୍ଥ ହେଲେ। ପ୍ରାୟ ୫ ଦିନ ପରେ ମୁଁ ଚାଲିଲି ସୌରଭ ଘରକୁ । ଘରେ ସମସ୍ତଙ୍କ ସାଙ୍ଗରେ ଦେଖା ହେଲା । ଜଳଖିଆ କରି ସମସ୍ତେ ନିଜ କାମରେ ଲାଗିପଡିଲେ । ମୁଁ ଭାଉଜ ଏବଂ ଦିଦି ବସି କଥା ଆରମ୍ଭ ହେଲା ।

ଦିଦି: ଆରେ ତମ ପ୍ରେମ କେତେ ଦୂର ଗଲା?
ସାନୁ: କୋଉ ପ୍ରେମ, କିଛି ନାହିଁ।
ଭାଉଜ: ତମକୁ ନମ୍ୱର୍ ଦେଇଥିଲି ପରା?
ଦିଦି: ମୁଁ ମଧ୍ୟ ଲୋପାମୁଦ୍ରା କୁ ତୋର ନମ୍ୱର୍ ଦେଇଥିଲି ।
ସାନୁ: ଡର ସହିତ ଲାଜ ଲାଗୁଛି, କେମିତି କରିବି।
ଦିଦି: ଡର କଣ ରେ, ସେ କଣ ଭୂତ?? ତୁ ଆସିବାର ଜାଣିଥିଲେ ମୁଁ ତାକୁ ଆମ ଘରକୁ ଡ଼ାକି ଥାନ୍ତି।
ଭାଉଜ: ଗୋଟେ କାମ କର, ଅପା ଆଜି ଲୋପାମୁଦ୍ରା କୁ ଘରକୁ ଡାକ ?
ଦିଦି: ରୁହ ତାକୁ କଲ୍ କରୁଛି?

ଦିଦି ଲୋପାମୁଦ୍ରା କୁ କଲ୍ କରି କହିଲେ , ତୁ ଏବେ ଆମ ଘରକୁ ଆସି ପାରିବୁ କି?
ଫୋନ୍ ରେ (ଲୋପାମୁଦ୍ରା) ଘରେ କେହି ନାହାନ୍ତି ଦିଦି , ସମସ୍ତେ ବାହାଘର ପାଇଁ ଯାଇଛନ୍ତି।

ଦିଦି: କଣ ହେଲା , ଘରେ ତାଲା ପକାଇ, ଶୀଘ୍ର ଆସେ!
ଲୋପାମୁଦ୍ରା: ଦିଦି , ମୋର ଦେହ ଭଲ ନାହିଁ, କାଲି ରାତି ଠୁ ଜ୍ଵର, ଏବେ ଅଳ୍ପ ଭଲ ଲାଗୁନି ମୁଣ୍ଡ ବ୍ୟଥା ହେଉଛି । ଗୋଟେ କାମ କରୁନ, ତମେ ଆସୁନ ।
ଦିଦି: ହଉ ଦେଖୁଛି । ( ଫୋନ୍ କଟ୍)
ଦିଦି: କଣ ସାନୁ ଯିବା??
ସାନୁ: କିଛି ଅସୁବିଧା ହେବନି ତ?
ଦିଦି: ଚାଲ୍ କିଛି ହେବନି, ଏକା ସାଙ୍ଗରେ ଯିବା ।
ମୋ ସ୍ବାମୀ ତ ଦୁବାଇ ରେଚିନ୍ତା କଣ? (ସମସ୍ତେ ହସିଲେ)

ବାଇକ୍ ଷ୍ଟାର୍ଟ ଏବଂ ସିଧା ପହଞ୍ଚିଲୁ ଲୋପାମୁଦ୍ରା ଘରେ ।
କବାଟ ଠକ୍ ଠକ୍ ପରେ ଲୋପାମୁଦ୍ରା ର ଦର୍ଶନ ହେଲା ।
ସେ ଗୋଟିଏ ନାଇଟି ଡ୍ରେସ ରେ ଏବଂ ଚୁଟି ଖୋଲା ।
ଦିଦି କୁ ଦେଖି ହସି ଘରକୁ ଡାକିଲା । ସେ ପର୍ଯ୍ୟନ୍ତ ମୋତେ ସେ ଦେଖିନି।

ଦିଦି: ଆରେ ମୋ ସାଙ୍ଗରେ ଜଣେ ଆସିଛନ୍ତି ?
ମୁଁ ଆସିଲି କବାଟ ସମ୍ମୁଖରେ! ମୋତେ ଦେଖି ଲୋପାମୁଦ୍ରା ମାରାଥନ ଭଳି ଦଉଡ଼ି ସିଧା ତା ରୁମ୍ କୁ ।
ଏମିତି ଲାଗିଲା ଯେ ଯେମିତି ସଙ୍ଗେ ସଙ୍ଗେ ତାର ଜ୍ଵର ଭଲ ହୋଇଗଲା।
(ଦିଦି ଆଉ ମୁ ହସିଲୁ )
ରୁମ୍ ଭିତରୁ ଲୋପାମୁଦ୍ରା କହିଲା ଦିଦି ୦୨ ମିନିଟ୍ ଅପେକ୍ଷା କର ମୁଁ ଆସୁଛି । ଏତିକି ବେଳେ ଦିଦି ଟେବୁଲ୍ ଉପରେ ଥିବା ପାଣି ବୋତଲ ମୋତେ ଦେଲେ ଏବଂ ସେ ମଧ୍ୟ ପିଇଲେ।

ଠିକ୍ ୭ ମିନିଟ୍ ପରେ ଲୋପାମୁଦ୍ରା ବାହାରିଲା ଗୋଟିଏ ସୁନ୍ଦର୍ ଡ୍ରେସ ରେ । ଚୁଟି ବନ୍ଧା ସରିଥିଲା ଧିରେ ଧୀରେ ପହଞ୍ଚିଲା ଆମ ପାଖରେ।

ଲୋପାମୁଦ୍ରା ମୋତେ ନମସ୍କାର କରିଲା ଏବଂ ଦିଦି କୁ କିଛି ନ କହି ମୋ ସାମ୍ନାରେ ବସିଲା

ଦିଦି: ମୋତେ ପ୍ରଣାମ କରିବୁନି?
ଲୋପାମୁଦ୍ରା: ଦିଦି ନମସ୍କାର … (ସମସ୍ତେ ହସିଲୁ)
ଦିଦି: କହ ସରପ୍ରାଇଜ୍ କେମିତି ଲାଗିଲା ।
ଲୋପାମୁଦ୍ରା: ସେତେବେଳେ କହିଲ ନାହିଁ , ମୁଁ ଏମିତି ଘରେ ଥିଲି।
ଦିଦି: ଚଳିବ, ବାହାଘର ପରେ , ସବୁ କମନ୍ ହେଇଯିବ ।
ଲୋପାମୁଦ୍ରା: ଦିଦି, ସେ କଥା ପୁଣି?? ଆଉ କଣ କୁହ??
ହଠାତ୍ ଦିଦି ଫୋନ୍ କୁ ବାହାର କରି କହିଲେ ମୁଁ ମୋ ପତିଦେବ ସାଙ୍ଗରେ ଅଳ୍ପ କଥା ହେଇଯାଉଛି, ତମେ କଥା ହୁଅ? କହି ଉଠି ଚାଲିଗଲେ ବାଲକୋନୀ କୁ ।

ସାନୁ: କେମିତି ଅଛ?
ଲୋପାମୁଦ୍ରା: ହଁ ଭଲ, ତମେ କେମିତି ଅଛ?
ସାନୁ: ମୁଁ ପୁରା ଫିଟ୍, ତମ ଦେହ ଭଲ ନଥିଲା ପରା??
ଲୋପାମୁଦ୍ରା: ହଁ ଅଳ୍ପ ଜ୍ଵର ଥିଲା । ଏବେ ଠିକ୍ ଅଛି, କେବେ ଆସିଛ?
ସାନୁ: ଦିନ ହେଲାଣି ।
ଲୋପାମୁଦ୍ରା: କେତେଦିନ ରହିବ ?
ସାନୁ: ଆଉ ୧୦ ଦିନ।
ଲୋପାମୁଦ୍ରା: ଘରେ ସମସ୍ତେ କେମିତି ଅଛନ୍ତି?
ସାନୁ: ବାପାଙ୍କ ଦେହ ଖରାପ ଥିଲା ଏବେ ସେ ସୁସ୍ଥ ଅଛନ୍ତି ।
ଲୋପାମୁଦ୍ରା: କଣ ହୋଇଥିଲା?
ସାନୁ: ବେଳେବେଳେ ରକ୍ତଚାପ ଉଠେଇ ଦେଲେ ଏମିତି ହୁଏ ଏବେ ଔଷଧ ଖାଇ ଠିକ୍ ଅଛନ୍ତି
ଲୋପାମୁଦ୍ରା: ଆଉ କଣ କୁହ?
ଏତିକି ବେଳେ ଦିଦି ଆସି ପହଞ୍ଚିଲେ ।

ଦିଦି: ଆରେ କଣ କଥା ହେଉଛ?
ସାନୁ: କିଛି ନାହିଁ ଏମିତି??
ଦିଦି: ଆରେ କଣ କଥା ହେଉଛ?
ସାନୁ: କିଛି ନାହିଁ ଏମିତି??
ଦିଦି: (ଲୋପାମୁଦ୍ରା କୁ) ତୁ ସାନୁ କୁ କଣ ପାଇଁ କଲ୍ କରିନୁ? ଲୋପାମୁଦ୍ରା ଚୁପ୍ ରହିଲା ।
ଦିଦି : (ମୋତେ କହିଲେ) ତୋତେ ମଧ୍ୟ ଭାଉଜ ଲୋପାମୁଦ୍ରା ର ନମ୍ୱର୍ ଦେଇଥିଲେ ନା? ମୁଁ ମଧ୍ୟ ଚୁପ୍।
ଦିଦି: ଆରେ ତମ ଦୁଇ ଜଣ ଙ୍କ ଯୋଡ଼ି ମସ୍ତ ହେବ। କଥା ଆଗକୁ ବଢ଼ିଲେ ଭଲ ନା?

ସେତିକିବେଳେ ଦିଦି ଙ୍କ ଫୋନ୍ ବାଜି ଉଠିଲା ସେ ଚାଲିଲେ କଥା ହେବାକୁ।

ଲୋପାମୁଦ୍ରା: ତମେ ମୋ ନମ୍ୱର୍ କାହିଁକି ମାଗିଥିଲ?
ସାନୁ: ଆଚ୍ଛା ତମେ ମଧ୍ଯ ମୋ ନମ୍ୱର୍ ଦିଦି କୁ ମାଗିଥିଲ ନା?
ଲୋପାମୁଦ୍ରା: ଏମିତି ରଖିଥିଲି।
ସାନୁ: ବାସ୍ ଏମିତି?

ଦିଦି ପୁଣି ଆସି ବସିଗଲେ ।

ଦିଦି : ଆରେ ମୁଁ ଜାଣିଛି, ତମେ ଦୁହେଁ ପରସ୍ପରକୁ ପସନ୍ଦ କର କିନ୍ତୁ କହିବାକୁ ଲାଜ କରୁଛ। ଶୁଣ ଲୋପାମୁଦ୍ରା ତୋତେ ସାନୁ ପସନ୍ଦ କରେ ଏବଂ ତୁ ତାକୁମନ ଖୋଲି କଥା ହୁଅ, ମନ ମିଶିଲେ ଘରେ କହିବ, ନହେଲେ ନାହିଁ।

ଲୋପାମୁଦ୍ରା: ଆମ ଘରେ କିଛି ଅସୁବିଧା ନାହିଁ

ଦିଦି: ଦେଖ୍ ସାନୁ , ଗ୍ରୀନ ସିଗ୍ନାଲ ମିଳିଲାଣି ହାତ ଛଡା କରେନି !!!

ଲୋପାମୁଦ୍ରା: ନା ଦିଦି ସେମିତି କଥା ନାହିଁ, ମୋର କହିବା କଥା ହେଲା, ଆମ ଘରେ ମୋ ପାଇଁ ପୁଅ ଖୋଜିବା ଆରମ୍ଭ କରିଦେଲେଣି।

ଦିଦି: ତୁ ସାନୁ କୁ ପସନ୍ଦ କରୁ କି ନାହିଁ କହ? ଲୋପାମୁଦ୍ରା ମୁଣ୍ଡ ତଳକୁ କରି ବସି ରହିଲା

ଦିଦି: ମୋତେ ପଚାରିଲେ ତୁ ଲୋପାମୁଦ୍ରା କୁ ପସନ୍ଦ କରୁ କି ନାହିଁ କହ? ମୁଁ ମଧ୍ୟ ଚୁପ୍ ରହିଲି ।
ଲୋପାମୁଦ୍ରା: କଥା କୁ ବୁଲେଇ , ଦିଦି କଣ ଖାଇବ କୁହ?

…………………………………………..
Click Here
ଭାଗ-୦୩ ରେ ପଢ଼ିବେ…..
(ଲୋପାମୁଦ୍ରା ମନେ ମନେ ଭାବୁଛି ଏମାନେ କେତେବେଳେ ଯିବେ ମୁଁ ଆରାମ୍ ରେ ଶୋଇବି )
If you like this story so share to your friends.

ମୋ ଲୋପାମୁଦ୍ରା…(1)

ମୋ ଲୋପାମୁଦ୍ରା...(1)
ମୋ ଲୋପାମୁଦ୍ରା…(1)
ସେଦିନ ସୌରଭ ର ବାହାଘର ରେ ଲୋପାମୁଦ୍ରା ସହିତ ମୋର ପ୍ରଥମ ଦେଖା। ବାରାତ୍ ଗ୍ରୁପ୍ ରେ ଡାନ୍ସ କରୁ କରୁ ଲୋପାମୁଦ୍ରା ର ହାତ ମୋ ହାତରେ ପଡ଼ିଗଲା। ସମସ୍ତେ ମିଶି ଗୋଲେଇ ହୋଇ ଡାନ୍ସ କରିଲୁ। ମୋତେ ଡାନ୍ସ ଆସେନି କେବଳ ବିକି ( ସୌରଭ ର ସାନ ଭାଇ ) ର ଅନୁରୋଧ ରେ ମୁଁ ରାଜି ହୋଇଥିଲି ଡାନ୍ସ କରିବାକୁ।

ସୌରଭ ମୋର ପିଲା ଦିନ ର ସାଙ୍ଗ । ସେ ମୋତେ “ସାନୁ” ବୋଲି ଡାକେ କିନ୍ତୁ ପ୍ରକୃତ ନାମ ହେଉଛି ସୁନ୍ଦର୍।
ଚାଲ ବାହାଘର କୁ ଯିବା ସେଠୀ ମୋର କାମ ଥିଲା ଦୂରରୁ ଆସିଥିବା ଗେଷ୍ଟ ମାନଙ୍କୁ ଚର୍ଚ୍ଚା କରିବା ଏବଂ ତାଙ୍କର ନାଲି ପାଣି ବ୍ୟବସ୍ଥା କରିବା । ସବୁ ଠିକ୍ ଠାକ୍ ରେ ସରିଲା । ମୋ ବ୍ୟବସ୍ଥା ରେ ଅବହେଳା ନାହିଁ। ସବୁ କାମ ସରୁ ସରୁ ରାତି ୧୧ଟା, ବିକି ମୋତେ କଲ୍ କରି ଡାକିଲା କି “ଭାଇ ଡାକୁଛନ୍ତି ଶୀଘ୍ର ଆସ” । ମୁଁ ପହଞ୍ଚିଲି ସୌରଭପାଖରେ ।
ମଣ୍ଡପ ସଜା ହୋଇଥିଲା ପୁରା ହାଇ ରେଟ୍ ରେ। ମଣ୍ଡପ ରେ ପହଞ୍ଚି ଦେଖିଲି ଫୋଟୋ ଉଠା ଚାଲିଛି। ସୌରଭ ଆଉ ତା ସ୍ତ୍ରୀ ସେଦିନ ସେଲିବ୍ରିଟୀ ହୋଇ ଯାଇଥିଲେ । ରାଜ ସିଂହାସନ ରେ ବସି ଭଳି ଭଳି କି ପୋଜ ଦେଇ ଫୋଟୋ ଉଠେଇବା ରେ ଲାଗିଛନ୍ତି । ମୁଁ ବିକି କୁ ପଚାରିଲି ଆରେ ଭାଇ କଣ ପାଇଁ ଡାକୁଥିଲା। ବିକି କହିଲା ଫୋଟୋ ଉଠେଇବା ପାଇଁ ଡାକୁଥିଲା । ମୁଁ ଦେଖିଲି ସରିତା ଦିଦି (ସୌରଭ ର ବଡ ଦିଦି) ତାଙ୍କ ସାଙ୍ଗ ମାନଙ୍କ ସହିତ ଫୋଟୋ ଉଠେଇବା ରେ ବ୍ୟସ୍ତ । ମୋର ନଜର ଯାଇ ପଡ଼ିଲା ଦିଦି ଙ୍କ ସାଙ୍ଗ ମାନଙ୍କ ଉପରେ। ସେ ଭିତରେ ବହୁତ୍ ସୁନ୍ଦରୀ ଥିଲେ । ସେଥିରୁ ଜଣଙ୍କ ଉପରେ ମୋ ନଜର ଲାଗି ରହିଲା ଏବଂ ତା ଉପରୁ ନଜର ହଟେଇବା ପାଇଁ ମୋ ଆଖି ମନା କରୁଥାଏ । ପଚାରିବା ବାହାନାରେ ସୌରଭପାଖକୁ ଗଲି, ପଚାରିଲି କହ , କଣ କାମ ଅଛି ? କହ ଶୀଘ୍ର ସେପଟେ ଯିବାର ଅଛି ଆଉ ଅଳ୍ପ କାମ ଅଛି। ଏତିକି ବେଳେ ସରିତା ଦିଦି ମୋତେ ଟାଣି ନେଇ ଗଲେ । ଦିଦି କହିଲେ, ସେପଟେ କାମ ହେବ ତୁ ଆସେ ଫୋଟୋ ଉଠା, ତୋ ସାଙ୍ଗର ବାହାଘର ମାତ୍ର ତୋର ଦେଖା ନାହିଁ, କହି ମୋତେ ଟାଣି ନେଇ ସେ ସୁନ୍ଦରୀ ପାଖରେ ଠିଆ କରିଦେଲେ।
ଫଟୋ ଉଠା ସରିଲା। ମୁଁ ଯିବାକୁ ବାହାରିଲି । ସୌରଭମୋତେ ଇଶାରା ରେ ଡାକିଲା। ଆବେ ଏଠି ରହ ଭୋଜି ରେ ମାମୁଁ ଏବଂ ବାପା ଅଛନ୍ତି, ତୁ ଏଠି ରହ। ମୁଁ ପଚାରିଲି ଆବେ କାମ କଣ କହ?? ସୌରଭକହିଲା ତୋ ପାଇଁ ଗୋଟେ ଝିଅ ଦେଖିଛି। ଦେଖ ସେଇ ଝିଅ କୁ । ପ୍ରକୃତ ରେ ଯାହା ଉପରେ ମୋ ନଜର ପଡ଼ିଥିଲା ତାକୁ ହିଁ ଦେଖେଇଲା । ସେ ଥିଲା ଲୋପାମୁଦ୍ରା । ଦିଦି ଲୋପାମୁଦ୍ରା କୁ ଡାକିଲେ ଏବଂ ମୁଁ ଗୋଟିଏ ସାଇଡ ରେ ଏବଂ ଲୋପାମୁଦ୍ରା ଅନ୍ୟ ସାଇଡ ରେ ରହି ଫୋଟୋ ଉଠେଇଲୁ। ଦିଦି କହିଲେ ଏହି ସିଂହାସନ ରେ ଆର ଥରକୁ ତମେ ବସିବ । ମୁଁ କହିଲି ଦିଦି ମୁଁ ବୁଝିପାରୁନାହିଁ । ଦିଦି କହିଲେ ଶୁଣ ଲୋପାମୁଦ୍ରା ତୋ ପାଇଁ ପୁରା ଫିଟ୍ । ତମେ ଦୁଇ ଜଣ ର ଯୋଡ଼ି ସୁପର୍ ହିଟ ହେବ । ଲୋପାମୁଦ୍ରା କହିଲା ଦିଦି କାହିଁକି ମଜା କରୁଛ ?? ଦିଦି କହିଲେ ତୁ ଚିନ୍ତା କରନି ମୁଁ ମଉସା ଙ୍କୁ କହିଦେବି ସାନୁ ବିଷୟରେ । ମୁଁ ମନେ ମନେ ଭାବିଲି ଦିଦି ର କଥା ସତ ହୋଇଗଲେ ଭଲ ହେବ । ସେଠୁ କିଛି ସମୟ ଆମକୁ ନେଇ ସମସ୍ତେ ବହୁତ୍ କଥା ହେଲେ । ଶେଷରେ ସୌରଭଏବଂ ମୁଁ ଭୋଜି ଖାଇଲୁ ।
ସୌରଭ : ଆବେ ଲୋପାମୁଦ୍ରା କେମିତି ଲାଗୁଛି କହ ?
ସାନୁ : ଭଲ ଲାଗୁଛି ଯେ ।
ସୌରଭ: ଆବେ ଯେ କଣ ? ଯେମିତି ତୋର ଇଛା ନାହିଁ , କିଛି ଦିନ ପୂର୍ବେ ମୋର ମନ ଯାଇ ଅଟକିଥିଲା ଲୋପାମୁଦ୍ରା ଉପରେ କିନ୍ତୁ ଯେତେବେଳେ ଜାଣିଲି ଆମ ଘରେ ଅନ୍ୟ ଯାଗାରେ ମୋର ବାହାଘର ଠିକ୍ କରି ଦେଇଛନ୍ତି । ମୁଁ ସାଇଡ ହୋଇଗଲି ଆଉ ତୋ ପାଇଁ ଛାଡ଼ିଦେଲି । ( ଦୁହେଁ ହସିଲୁ ) । ଏମିତିରେ ଲୋପାମୁଦ୍ରା ତମ ଜାତିର ।
ସାନୁ : ତୁ ଲୋପାମୁଦ୍ରା କୁ କେମିତି ଜାଣିଲୁ ?
ସୌରଭ: ଦିଦି ଆଉ ଲୋପାମୁଦ୍ରା ଏକା ସାଙ୍ଗରେ ମିଶି କମ୍ପ୍ୟୁଟର କ୍ଲାସ୍ କରୁଥିଲେ, ସେ ବେଳେ ବେଳେ ଆମ ଘରକୁ ଆସୁଥିଲା । ଏମିତି ଦେଖା ସାକ୍ଷାତ।
ସାନୁ: ହଉ ଛାଡ଼ ସେ କଥା, ଭୋଜି ଖା , ଲେଟ୍ ହେଲାଣି।
ସେଦିନ ବାହାଘର ଠିକ୍ ଠାକ୍ ରେ ସରିଲା ।
ଠିକ୍ ପାଞ୍ଚ ଦିନ ପରେ ମୁଁ ବାଙ୍ଗାଲୋର ଫେରି ଆସିଲି ।
ପ୍ରାୟ ଦେଢ଼ ମାସ ହୋଇଗଲାଣି । ସୌରଭ ର ଛୁଟି ସରି ଆସିଲାଣି। ସୌରଭମଧ୍ୟ ମୋ କମ୍ପାନୀ ରେ ଜବ୍ କରେ ।
ଦିନେ ସନ୍ଧ୍ୟା ସମୟରେ ସେ କଲ୍ କରି କହିଲା ଆରେ ଶୁଣ ତୋ ଲୋପାମୁଦ୍ରା ଆଜି ଘରକୁ ଆସି ଥିଲା । ମୁଁ ଡିଉଟି ରୁ ଆସି ମୋବାଇଲ ଘାଣ୍ଟି ବାରେ ବ୍ୟସ୍ତ ଥିଲି ।
ସାନୁ: ଆରେ ଛାଡ଼ ସେକଥା, ତୋ କଥା କହ।
ସୌରଭ : ଆରେ ସେ ଆମର ଆଲବମ୍ ଫୋଟୋ ଦେଖି କହିଲା କି ସାନୁ ସାଙ୍ଗରେ ଯୋଉ ଫୋଟୋ ଟା ଥିଲା ତାର ମୋତେ ସଫ୍ଟ କପି ମିଳିବ କି?? ମୁଁ ପଚାରିଲି କାହିଁକି ?
ଲୋପାମୁଦ୍ରା : ନା କିଛି ନାହିଁ ଯେ, ଯଦି ଦେବ ଭଲ ହୁଅନ୍ତା ।
ସାନୁ: ତାପରେ କଣ ହେଲା??
ସୌରଭ: କଣ ହେବ ? ତାର Whatsapp ରେ ଫୋଟୋ ସେଣ୍ଡ୍ କରିଦେଲି ମାତ୍ର ଗୋଟିଏ କଥା ସତ, ତୋ ପ୍ରତି ତାର ଟିକେ ଭଲ ପାଇବା ସୃଷ୍ଟି ହୋଇଛି ମୋତେ ଲାଗୁଛି । ଆଉ ଗୋଟେ କଥା ଶୁଣ ତୋ ଭାଉଜ ସାଙ୍ଗରେ ମଧ୍ୟ ତୋ ବିଷୟରେ କିଛି କଥା ହେଉଥିଲା, ମୁଁ ଯେତେବେଳେ ବେଡ୍ ରୁମ୍ ରେ ପ୍ରବେଶ କରିଲି, ସେତେବେଳେ ଟପିକ୍ ବଦଳେଇ ଦେଲେ।
ସାନୁ: କଣ କଥା ହେଲେ??
ସୌରଭ: ଏବେ ତୋ ଭାଉଜ ବାପା ଙ୍କ ପାଇଁ ଚାହା କରୁଛନ୍ତି, ସେ ଫ୍ରୀ ହେଲେ ପଚାରିଦେବି ।
ମୁଁ ଅଳ୍ପ ଖୁସି ହୋଇଗଲି । ମୁଁ କହିଲି , ତୁ କାମ କର, ପ୍ରଥମେ କଣ କଥା ହେଇଛନ୍ତି ସେ କଥା ପଚାର ତା ପରେ ମୋତେ କଲ୍ କର । ଫୋନ୍ କଟ୍, ମୁଁ ଚାଲିଲି ବାଥ୍ ରୁମ୍ କୁ । ବାଥ୍ ରୁମ୍ ରୁ ଆସିଲା ବେଳକୁ ୩ଟି ମିସ୍ କଲ୍ ତାହା ପୁଣି ସୌରଭ ର । ମୁଁ ଖୁସିରେ ପାଗଳ, କିଛି ଗୋଟେ ଭଲ ଫିଡବାକ ଦେବ ବୋଧେ । କଲ୍ ବେକ୍ କରିଲି ।
ସୌରଭ: (ରାଗରେ) କୁଆଡେ ଯାଉଛୁ ବେ??? ଫୋନ୍ ଟାକୁ ଫୋପାଡି ଦେଉନୁ ।
ସାନୁ: ହଉ ଶାନ୍ତ ହୁଅ, ମୋ ଭାଇ, କହ କଣ ହେଲା ।
ସୌରଭ : ଚୋପା କହିବି। ଠିକ୍ ଟାଇମ ରେ ଫୋନ୍ ଉଠେଇ ବୁନି ପୁଣି ପଚାରିବୁ କଣ ହେଲା।
ସାନୁ: ହଉ ଭାଇ ସରି, ମୋର ଭୁଲ ହୋଇଗଲା, ଏବେ ତ କହ ।
ସୌରଭ: ତୋ ଭାଉଜ ତୋତେ ଡାଇରେକ୍ଟ କହିବେ, ଲୋପାମୁଦ୍ରା କଣ ପଚାରୁଥିଲା ।
ସାନୁ: ହଉ ଦେ ଭାଉଜ କୁ ??
ସୌରଭ: ଏତେ ସମୟ ଅପେକ୍ଷା କରିଲା ସେ ଏବେ ରୋଷେଇ ଘରକୁ ପୁଣି ଚାଲିଗଲା ।
ସାନୁ: ତୁ ଏବେ ଯା ଏବଂ ମୋତେ ଏବେ ଭାଉଜ ସାଙ୍ଗରେ କଥା ହେବାର ଅଛି ।
ସୌରଭ: ୫ ମିନିଟ୍ ଅପେକ୍ଷା କର, ମା ଡାକିଛନ୍ତି ସେ ଶୁଣି କି ପୁଣି ଆସିଯିବ ।
ମୋର ଅଥୟ ଅବସ୍ଥା କେତେବେଳେ ଭାଉଜ ଆସିବେ। ଠିକ୍ ଗୋଟିଏ ମିନିଟ୍ ପରେ ଭାଉଜ ଆସି ଫୋନ୍ ଧରିଲେ ।
ଭାଉଜ: କଣ ଦେବର ଜି, କେମିତି ଅଛ? ଖାଲି ଭାଇ… ଭାଇ… ବେଳେବେଳେ ଭାଉଜ ଙ୍କୁ ମଧ୍ୟ ମନେ ପକାଅ ।
ସାନୁ: ନାହିଁ ଯେ। ତମେ ବ୍ୟସ୍ତ ରହୁଛ ସେଥିପାଇଁ କଥା ହୋଇପାରୁନି । କଣ କହିବ ବୋଲି ସୌରଭକହୁଥିଲା।
ଭାଉଜ: ରୁହ ଟିକେ ଅପେକ୍ଷା କର, ଏତେ ତରବର ହୁଅନି। ସବୁ କହିବି !!!
ସାନୁ: ଭାଉଜ ଶୀଘ୍ର କୁହ, ମୋ ଉତ୍ସାହ ର ସୀମା ଅସମ୍ଭାଳ ହେଲାଣି।
…………………………………………
Click Here:
ଭାଗ-୦୨ : ରେ ପଢ଼ିବେ…..
(DP ରେ ପୁରା ହିରୋଇନ୍, ଭାବିଲି ମେସେଜ କରିବି କି ନାହିଁ??, ଚାଲିଲୁ ଲୋପାମୁଦ୍ରା ଘରକୁ)
If you like this story so share to your friends.

Reasoning

Analogue, adverbs, odd word, reasoning, pqrs,
Reasoning


Topics as Under

1. Odd One Out

2. Analogy

3. Mixed Reasoning

4. Word Sequence and Formation

5. Alphabetic Reasoning

6. Number Series



1. Odd One out

Odd one out…1

Odd one Out..2

2. Analogy

Analogy…1

Analogy…2`

Analogy…3

Analogy…4

Analogy…5

Analogy…6

Analogy…7

Analogy…8

Analogy…9

Analogy…10

Analogy…11

Analogy…12

Analogy…13

Analogy…14

Analogy…15



3. Mixed Reasoning

Mixed -1 

Mixed -2 

Mixed -3 


4. Word Seq. & Formation

Word Seq. and Formation..1

Word Seq. and Formation..2


5. Alphabetic Reasoning

Alphabetic Reasoning…1

Alphabetic Reasoning…2


6. Number Series

Number Series…1

Number Series…2





 Reasoning 1

ଯନ୍ତ୍ରଣା (Pain)

ଯନ୍ତ୍ରଣା (Pain)
ଯନ୍ତ୍ରଣା (Pain)



ମୂର୍ତ୍ତିବନ୍ତ ପଥରରେ ବିଗ୍ରହ ପ୍ରତିମା
ଠାକୁର ଭାବି …..ଫୁଲମାଳ
ଧୂପ ଦୀପ ମହାର୍ଘ୍ୟ ଦେଇ
ପୂଜୁଥିବା ଲୋକେ
ପାଇବାର ଆଶା ରଖି
ହୃଦୟ ରେ ଘିଅ ଦୀପ ଜାଳି
ଯନ୍ତ୍ରଣାରେ ଜର୍ଜରିତ ହୋଇ
ଲୁହର ବର୍ଷାରେ
ପ୍ରତ୍ୟହ ଲିଭାଉ ଥାଏ
ଦେହ ଭିତରର ଆମାନସିକତାର
କ୍ଷତ…….ଗୁଡିକୁ ।

ଅରୁଣ କୁମାର ବିଷୋୟୀ ଙ୍କ
କଲମ ମୁନରୁ…..        

ସଭ୍ୟତାର ଅତଳ ଗର୍ଭରେ…..

ସଭ୍ୟତାର ଅତଳ ଗର୍ଭରେ.....
ସଭ୍ୟତାର ଅତଳ ଗର୍ଭରେ…..
ଜନ୍ମ ନିଏ ଯା’ର କୋଳରେ
ଏକ ନୂଆ କଳେବର
ନୁଆଁ ରୂପ ନେଇ
ହେବା ପାଇଁ ପୁଣି ଅଭିଶପ୍ତ
ଆରମ୍ଭ କଲି ତା’ପରେ ଶିକ୍ଷା
କରିବାକୁ ଜ୍ଞାନର ଜିଜ୍ଞାସା, 
ଶିକ୍ଷା ର ସାଗରରୁ ମୁକ୍ତା ଖୋଜୁ ଖୋଜୁ….
ପାଇ ଗଲି ମୋ ଅନ୍ତରର ଦୀକ୍ଷା
କିନ୍ତୁ….ହୋଇଯାଏ ଭ୍ରାନ୍ତିର ଶିକାର
ପିଲାଟି ବେଳରୁ।
ମା ର କୋଳରୁ ଶୁଣିଥିଲି ତୋତେ 
କେତେ ଭର୍ତ୍ସନା, ଅଟହାସ କରୁଥିବାର
ନିରୁପାୟ ଥିଲି ନିରୁପିତ କରିବା ପାଇଁ
ଲେଖାନି ଚାଲାଣ କରି ।
କର୍ଣ୍ଣ ମୋର ବଧିର ହୋଇଗଲା
ତୋ ଅପଭ୍ରଂଶ, ଅଶୁଦ୍ଧତା ଶୁଣି ଶୁଣି;
କାନ୍ଥ ବାଡ଼ରେ ଲେଖାଥିବା
ଅନେକ ଶବ୍ଦକୁ ଦେଖି ଅନ୍ଧ ପାଲଟି ଗଲି ।
ବୁଝିବାକୁ ଚେଷ୍ଟା କଲି….
ଭୂଲ ବା କାହାର…..?
ତୋର ନାଁ ଏ ସଭ୍ୟ ସମାଜର ..?
ଭାଷା ପ୍ରୀତିର କୁହୁତାନ
ମର୍ମରିତ ହୋଇ ନାହିଁ
ଏକ ବିଂଶ ଶତାବ୍ଦୀର ମାନବ ସମାଜର
ଜୀବନର ଦୃଢ଼ ବାସ୍ତବତା ଭିତରେ;
କଳ୍ପନା ମାନସରେ ଆଉ
ଅନୁକରଣରୁ ଜନ୍ମିତ
ଜୀବାଗ୍ର ଆଉ ଲେଖନୀ ମୁନରେ
ଏହି ସଭ୍ୟ ସମାଜରେ….
ଅଶ୍ଳୀଳତା ଆଉ ଅପଭ୍ରଂଶର
ଶବ୍ଦ ଗୋଟି ଗୋଟି କରି
ଶତାଧିକ ସେମାନଙ୍କୁ
“ଭାଷା….” ତୋର ଅପଵିତ୍ରକାରୀଙ୍କୁ
ଚିନ୍ତିତ ତୋ ବିଭର୍ଷତା ରେ
ଅଶ୍ରୁସିକ୍ତ ଏବେ ମୁଁ
ଗତାୟୁ ଭାଷା ସାହିତ୍ୟର
ସୁବର୍ଣ୍ଣ ଇଲକାରୁ
କୋଣାର୍କ ଚୂଡ଼ାରୁ ନେଇ
କାଳେ ଲୁଚାଇ ଦେବେ ତତେ
ସଭ୍ୟତାର ଅତଳ ଗର୍ଭରେ ।
ମନୋଜ କୁମାର ବେହେରାଙ୍କ ଲିଖିତ…..

ମୋ ଏକ ତରଫା ପ୍ରେମ (One side Love)

ମୋ ଏକ ତରଫା ପ୍ରେମ (One side Love)
ମୋ ଏକ ତରଫା ପ୍ରେମ (One side Love)

ବାପା ଙ୍କ ପ୍ରିୟ ଖେଳାଳି ହେଉଛନ୍ତି ରାହୁଲ ଦ୍ରାବିଡ। ବାପା ଙ୍କ ଇଚ୍ଛା ଅନୁସାରେ ନାମ ମୋର ହୋଇଗଲା ରାହୁଲ କିନ୍ତୁ ମୋତେ କ୍ରିକେଟ ଖେଳିବା ପସନ୍ଦ ନୁହେଁ । ଭଲ ପାଠ ପଢେ ମାନେ ମୋ ହିସାବରେ ମୁଁ ଭଲ ପଢ଼େ ବାକି ଲୋକମାନେ କଣ କୁହନ୍ତି ତାହା ମୁଁ ଖାତିର କରେନି । ଏବେ ଯିବା ସିଧା କଲେଜ୍ ଲାଇଫ କୁ ନା ନା କମ୍ପ୍ୟୁଟର କ୍ଲାସ୍ ଲାଇଫ କୁ କି ମଜା ଥିଲା , ଚାଲ ପଢ଼ିବା । ସ୍କୁଲ୍ କଥା ପରେ କେବେ କହିବି । ଏବେ କାହାଣୀ ଆରମ୍ଭ କରିବା ।

+2 ପରୀକ୍ଷା ସରିବାପରେ ମୋ ପାଖରେ ଦୁଇଟି ରାସ୍ତା ଥିଲା । +3 କିମ୍ବା CT ପରୀକ୍ଷା ପାଇଁ ପଢା ପଢ଼ି କରିବି । ଭାବିଲି ଦୁଇଟି ଯାକ ଜାଗାରେ ପଢିବି କିନ୍ତୁ ତାହା ସମ୍ଭବ ନଥିଲା। ଘରେ ମଧ୍ୟ ନିଷ୍ପତି ନେବାର ଦାୟିତ୍ଵ ମୋ ଉପରେ ଛାଡ଼ି ଦେଲେ କହିଲେ ତୋର ଯୋଉଠି ଇଚ୍ଛା ସେଠୀ ଜଏନ କର । ମୋର ଇଚ୍ଛା ଥିଲା CT ପାଇଁ ପଢ଼ାପଢ଼ି କରିବା ପାଇଁ । ସାଙ୍ଗ ମାନଙ୍କ ମନ ବଦଳି ଲାନି ଶେଷରେ ନିଜକୁ ବଦଳେଇବାକୁ ପଡିଲା । ଶେଷରେ ମୋତେ +3 କରିବାକୁ ପଡିଲା ।

+3 ରେ ପଢା ପଢ଼ି ଆରମ୍ଭ ହେଲା । କିନ୍ତୁ ସେଠୀ ମଧ୍ୟ ମୋ ସାଙ୍ଗରେ ଧୋକା ହେଲା । ମୁଁ ଯୋଉ କଲେଜ୍ ରେ ଜଏନ କରିଲି ମୋ ସାଙ୍ଗମାନେ ଅନ୍ୟ ଏକ କଲେଜ୍ ରେ ଜଏନ କରିଲେ । ମୋ ରାସ୍ତା ପୁରା ଓଲଟା ହୋଇଗଲା । କିଛିଦିନ ପରେ ମନ ପରିବର୍ତ୍ତନ ହେଲା । କଲେଜ୍ ଯିବା ଆସିବା ଚାଲିଲା ତା ସହ ପଢ଼ାପଢ଼ି ବି ଚାଲିଲା । ମୋ ଜୀବନରେ ଏକ ନୂଆ ମୋଡ଼ ଆସିଲା । ଘରେ ଅନୁମତି ମାଗିଲି, ମୁଁ କମ୍ପ୍ୟୁଟର କ୍ଲାସ୍ ଯିବି । ଘରେ ମଧ୍ୟ ଅନୁମତି ଦେଲେ । କିଛିଦିନ ପରେ କମ୍ପୁଟର କ୍ଲାସ୍ ଆଡ଼ମିଶନ ହେଲି ।

ସେପଟେ କଲେଜ୍ ଯିବା ସହ ଦୁଇ ଘଣ୍ଟା କମ୍ପୁଟର କ୍ଲାସ୍ ପାଇଁ ବାହାର କରିଲି । କମ୍ପୁଟର କ୍ଲାସରେ ଆମ ବ୍ୟାଚ୍ ରେ ୧୪ ଜଣ ରୁ ମୁଁ ଥିଲି କେବଳ ଗୋଟିଏ ପୁଅ । ଥିଓରୀ କ୍ଲାସ୍ ରେ ଠିକ୍ ଥିଲା କିନ୍ତୁ ପ୍ରାଟିକାଲ କ୍ଲାସ୍ ରେ ମୋତେ ଭାରି ଲାଜ ଲାଗୁଥିଲା। ପଢେଇବା ପାଇଁ ଜଣେ ସାର୍ ଏବଂ ଆଉ ଜଣେ ମାଡମ । ପ୍ରାଟିକାଲ ରେ ମାଡମ ଆମକୁ ଟାସ୍କ ଦେଇ ଚାଲିଯାଉଥିଲେ । ମୁଁ ଥିଲି ଟିକେ ଲାଜକୁଳା ଝିଅ ମାନେ ପ୍ରାଟିକାଲ କଲା ସମୟରେ ମୁଁ ଚୁପ୍ ଚାପ୍ ଠିଆ ହେଉ ଥାଏ । ବେଳେବେଳେ କହେ ତ ବେଳେବେଳେ ମୋ ନମ୍ୱର୍ ଆସେ ନାହିଁ ।

ସେମାନଙ୍କ ମଧ୍ୟରେ ୪-୫ ଜଣ ବୋଧେ ପିଲା ଦିନ ସାଙ୍ଗ ,ଏତେ ବକ ବକ ହୁଅନ୍ତି ଯେ କୁହନି ମାଡ଼ମ ଛାଡ଼ି ଚାଲିଗଲେ ତାଙ୍କର ଶୁଖୁଆ ହାଟ ଆରମ୍ଭ ହୋଇଯାଏ । କ୍ଲାସ୍ ର ଗୋଟିଏ ସପ୍ତାହ ପରେ ମୋର ମୁହଁ ରୁ ଅଳ୍ପ କଥା ବାର୍ତ୍ତା ବାହାରିଲା ଏବଂ ସେ ପାଞ୍ଚ ଜଣ ଏବଂ ମୁଁ ଭଲ ସାଙ୍ଗ ହେବାରେ ଲାଗିଲୁ । ସବୁବେଳେ ସମୟ ରେ ଯିବା ଆସିବା କ୍ଲାସ୍ କରିବା ଯେମିତି କଲେଜ୍ ଲାଇଫ ମନେ ହେଉଥିଲା । ଏମିତି ଦିନ ଚାଲିଥିଲା । ପାଠ ପଢା କମ୍ ମଜା ମସ୍ତି ବହୁତ୍ ଥିଲା । ବେଳେବେଳେ ମୁଁ ଚୁପ୍ ହୋଇ ଯାଏ କାରଣ ଶୁଖୁଆ ହାଟ ଆରମ୍ଭ ହୋଇଗଲେ ସେ ମୋତେ ଭୁଲି ଯାଆନ୍ତି । ମୁଁ ବେଳେ ବେଳେ ଭାବେ ଆଉ ୩-୪ ଟା ପୁଅ ଏହି ବ୍ୟାଚ ରେ ରହି ବାର ଥିଲା କିନ୍ତୁ ମୋ ଭାବନା ସ୍ଵପ୍ନ ହୋଇ ରହିଗଲା ।

ଶାନ୍ତ ସରଳ ହେବାର ଅଭିନୟ ଛଡ଼ା ମୋ ପାଖରେ ଆଉ କିଛି ଉପାୟ ନଥିଲା । ମାନେ ପୁରା ସୁସାରିଆ !!! ବେଳେ ବେଳେ ଏତେ ମଜା ମସ୍ତି ହୁଏ କଥା କମ୍ ସିଧା ବାଡା ବାଡି ଉପରେ କଥା ଯାଉଥିଲା । ତାହା ମଜାରେ ଥିଲା ସତରେ ନୁହଁ ପ୍ରକୃତରେ ସେମାନଙ୍କ ହାତରୁ ମାଡ଼ ଖାଇ ମୁଁ ମନେ ମନେ ବହୁତ୍ ଖୁସି ହେଉଥିଲି।

ଏବେ କାହାଣୀ ର ମୁଖ୍ୟ ଷ୍ଟୋରୀ ଉପରକୁ ଯିବା । ସେ ପାଞ୍ଚ ଜଣ ମଧ୍ୟରୁ ଜଣଙ୍କ ଉପରେ ମୋର ମନ ଲାଖି ଯାଇଥିଲା । ସେ ମଧ୍ୟ ବହୁତ୍ ଶାନ୍ତ ଏବଂ ସରଳ । ସ୍ଵର୍ଣ୍ଣମୟୀ ନାମ ତାକୁ କିଏ ଦେଇଥିଲା କେଜାଣି କିନ୍ତୁ ମୋ ଜୀବନ କୁ ସେ ସୁନାର ଚମକ୍ ନେଇ ଆସିଥିଲା । ଦେଖିବାକୁ ସମସ୍ତଙ୍କ ଠାରୁ ପୁରା ଅଲଗା। ମୋ ମନର ପରି ପାଖରେ ଯୋଉ ଗୁଣ ଖୋଜୁଥିଲି ସେ ସବୁ ରୂପ ଗୁଣ ଏବଂ ପାଠ ପଢ଼ା ତା ପାଖରେ ସମାନ ଭାବରେ ଥିଲା । ପ୍ରକୃତରେ ମୋ ଜୀବନରେ ସେଭଳି ଝିଅ ର ଅପେକ୍ଷାରେ ଥିଲି ମନେ ମନେ ଭାବୁଥିଲି ସମୟ ସୁଯୋଗ ଦେଖି ମୁଁ ପ୍ରପୋଜ କରିବି କିନ୍ତୁ ତାହା ବିଳମ୍ବ ହୋଇ ଚାଲିଥାଏ। ବେଳେବେଳେ ସାହାସ କରି ପାଖକୁ ଯାଏ କିଛି କଥା ହେବା ପାଇଁ କିନ୍ତୁ ମୁଁ ଯାହା ପଚାରିବାକୁ ଯାଇ ଥାଏ ତାହା ଭୁଲି ଯାଉଥିଲି ।

ସ୍ଵର୍ଣ୍ଣମୟୀ ର ବ୍ୟବହାର ଏବଂ ମୋର ବ୍ୟବହାର ଯେମିତି ସମାନ ଥିଲା । ଆମ ଗ୍ରୁପ୍ ରେ ଆମ ଦୁଇ ଜଣ କୁ ନେଇ ବହୁତ୍ କଥା ଚାଲିଥାଏ । ମୁଁ ଶୁଣି ଖୁସି ହେଉଥାଏ କିନ୍ତୁ ସ୍ଵର୍ଣ୍ଣମୟୀ ଏ କଥା କୁ ଖାତିର କରେ ନାହିଁ ଓଲଟା ଆମ ବିଷୟରେ କଥା ପଡ଼ିଲେ ସେ ଅଳ୍ପ ରାଗିଯାଏ। ଏବଂ ସେ ରାଗ ମୋତେ ଅସୀମ ଖୁସି ପ୍ରଦାନ କରୁଥିଲା ।

କିଛିଦିନ ପରେ କମ୍ପୁଟର କ୍ଲାସ୍ ରେ ବୁଲି ଯିବା ପାଇଁ ପ୍ଲାନିଗ୍ ହେଲା। ସାର୍ କହିଲେ ପାଖା ପାଖି ତ ସବୁ ବୁଲୁଛନ୍ତି । ଚାଲ ସମସ୍ତେ ଓଡ଼ିଶା ବାହାରକୁ ଯିବା । ଓଡ଼ିଶା ବାହାରକୁ ଯିବା ପାଇଁ କେତେ ଜଣ ରାଜି ହେଲେ ତ ଆଉ କେତେ ଜଣ ରାଜି ହେଲେ ନାହିଁ । ମୁଁ ରାଜି ଥିଲି କିନ୍ତୁ ସ୍ଵର୍ଣ୍ଣମୟୀ ର ଘରେ ମନା କରିଲେ। ସେ କ୍ଲାସ୍ ରେ ଆସି କହିଲା । ଶୁଣି ବହୁତ୍ ଦୁଃଖ ଲାଗିଲା କିନ୍ତୁ ତାର ବାକି ସାଙ୍ଗ ମାନେ ତାକୁ ବୁଝେଇବା ପରେ ସେ ତାଙ୍କ ଘରେ ଅନୁରୋଧ ପରେ ତାଙ୍କ ଘରେ ଅନୁମତି ଦେଲେ । ସେ ଆସିବା ଖବର ଶୁଣି ମୁଁ ପୁରା ଖୁସିରେ ପାଗଳ। ଓଡ଼ିଶା ବାହାରକୁ ଯିବା ପାଇଁ ବୋଲେରୋ ରେ ଯିବୁ ବୋଲି ସ୍ଥିର କରାଗଲା ।

ଆସନ୍ତା ରବିବାର ଦିନ ସକାଳ ୬ଟା ରେ ୧୩ ଜଣ ସହିତ ଡ଼୍ରାଇଭର ଜଣେ ମାନେ ପୁରା ୧୪ ଜଣ ଗୋଟିଏ ବୋଲେରୋ ରେ, ଭାବି ନିଅନ୍ତୁ କେମିତି ଯାଇଥିବୁ ଏବଂ ସୋମବାର ସକାଳ ୧୦ଟା ରେ ପହଞ୍ଚିଲୁ । ଗାଡି ରେ ବସି ବସି ସମସ୍ତ ଙ୍କ ଅବସ୍ଥା ଶୋଚନୀୟ । ହୋଟେଲ ଖୋଜା ଚାଲିଲା। ହୋଟେଲ ଖୋଜୁ ଖୋଜୁ ୧୨ଟା ବାଜି ଯାଇଥିଲା । ଜଣକ ପରେ ଜଣେ ଫ୍ରେସ୍ ହେଲୁ । ସେହି ହୋଟେଲ ରେ ଖାଇବା ପିଇବା ବ୍ୟବସ୍ଥା ବି ଥିଲା । ହୋଟେଲ ବହୁତ୍ ଭଲ ଥିଲା । ଲଞ୍ଚ ୧୨ଟା ରେ ଆଉ ଡିନର ୮ ଟା ରେ । ହେଲେ ଆମେ ପହଞ୍ଚିବା ବେଳେ ଖାଇବା ଲାଷ୍ଟ ହେଲାଣି । ଆମ ଭିତରୁ ୨ ଜଣ ଖାଇବାକୁ ମିଳିବନି ଭାବି ବ୍ରସ୍ ନ କରି ଖାଇବା ପାଇଁ ଚାଲିଗଲେ ।

ଆମେ ସମସ୍ତେ ଫ୍ରେସ୍ ହେଲା ପରେ ବାହାରୁ ଖାଇବା ଆଣି ଖାଇଲୁ । ତାପରେ ବାହାରକୁ ବୁଲିବା ପାଇଁ ବାହାରିଲୁ ବୁଲି ବୁଲି ଠିକ୍ ଖାଇବା ସମୟରେ ପହଞ୍ଚି ଗଲୁ । ପୁଅ ମାନଙ୍କର ଗୋଟିଏ ରୁମ୍ ଝିଅ ମାନଙ୍କର ଅଲଗା ଅଲଗା ରୁମ୍ ଥିଲା। ଗୋଟେ ରୁମ୍ ରେ ଗୋଟିଏ ବଡ ବେଡ୍ ମାତ୍ର ଦୁଇଟି ରୁମ୍ ଏବଂ ଗୋଟିଏ ବେଡ୍ ରେ ୭ ଜଣ । କଷ୍ଟ ମାତ୍ର ମଜା ଥିଲା । ଝିଅ ମାନେ ମଧ୍ୟ ସେମିତି ଗୋଟିଏ ବେଡ୍ ରେ ୭ ଜଣ । ଆମେ ବଡ କଷ୍ଟରେ ଶୋଇଲୁ କିନ୍ତୁ ସେମାନେ ଖୁବ୍ ମଜା ମସ୍ତି କରୁଥିଲେ । ତାପର ଦିନ ସକାଳୁ ସକାଳୁ ୱେଟର ରୁମ୍ କୁ ଆସି ଚା ଦେଲା। ଚା ଫ୍ରି ରେ ମିଳୁଛି ବୋଲି ସମସ୍ତେ ପିଇବା ରେ ଲାଗିଲେ । କିଏ ଦୁଇଟା କପ୍ ତ କିଏ ତିନୋଟି କପ୍ । ବୁଲାବୁଲି ସରିଲା । ରୁମ୍ ଛାଡ଼ିବା ରୁମ୍ ବିଲ୍ ସାଙ୍ଗରେ ଚା ର ବି ବିଲ୍ ଦେଖି ସମସ୍ତେ କାବା । ତାହା ଶୁଣି ସମସ୍ତେ ହସି ହସି ବେଦମ୍ । ରୁମ୍ ଚେକ୍ ଆଉଟ୍ କରିଲା ବେଳେ ଆମେ ଠିକ୍ ଠାକ୍ ଛାଡ଼ିଥିଲୁ କିନ୍ତୁ ଝିଅ ମାନେ ଗୋଟିଏ କାରନାମା କରି ଆସିଥିଲେ । ଝିଅ ମାନେ ଜୋତା ପିନ୍ଧି ବେଡ୍ ର ଅବସ୍ଥା ଢିଲା କରିଦେଇ ଥିଲେ ।

ସେତେବେଳ ସେକଥା ଶୁଣି ଖୁସି ଲାଗୁଥିଲା କିନ୍ତୁ ଏବେ ଭାବିଲେ ଲାଗୁଛି ଆମ ଝିଅ ଗ୍ରୁପ୍ ଟା ଥିଲେ ବହୁତ୍ ଦୁଷ୍ଟ । କିନ୍ତୁ ସମସ୍ତେ ଦୁଷ୍ଟ ନଥିଲେ ମାନେ ସ୍ଵର୍ଣ୍ଣମୟୀ ସେମିତି ନଥିଲା । ରୁମ୍ ଛାଡ଼ିଲା ପରେ ବୁଲିବା ପାଇଁ ବାହାରି ଗଲୁ । ମଜା ମସ୍ତି ରେ ଦିନ ଟା ତ କଟିଗଲା । ବହୁତ୍ ଜାଗାରେ ମୁଁ ସ୍ଵର୍ଣ୍ଣମୟୀ କୁ ପାଖରେ ପାଇ କିଛି କହିବାକୁ ଗଲା ବେଳେ କେହି ନା କେହି ଆସି ମଝିରେ ଷଣ୍ଢ ପଶି ଯାଉଥିଲା । କଣ କରିବି । କେତେ ଥର ଭାବିଲି କିନ୍ତୁ ଶେଷରେ ବୁଲାବୁଲି ସରିଗଲା ସିନା ମୋର ପାଟିରୁ ବଚନ ବାହାରିଲା ନାହିଁ କି ମୋ ସୁଯୋଗ କୁ ତାର ସାଙ୍ଗ ମାନେ ଭଣ୍ଡୁର କରିଦେଉଥିଲେ । ସନ୍ଧ୍ୟା ରେ ହୋଟେଲ ଖୋଜିବାରେ ଲାଗିଗଲୁ ହେଲେ ଗୋଟିଏ ବି ହୋଟେଲ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ଓଁ ଲର୍ଜ ରେ ସାରା ରାତି ଟା କଟିଗଲା । ଆଉ ସେ ଓଁ ଲର୍ଜ ଟା କୋଉଠି ମିଳିଲା ଜାଣିଛନ୍ତି ତ? ଯୋଉ ଗାଡ଼ି ମାନେ ବୋଲେରୋ ଆମେ ବୁକ୍ କରି ଯାଇଥିଲୁ ସେଇ ଗାଡ଼ିର ନାମ ହେଲା ଓଁ ଏବଂ ସେହି ଗାଡ଼ିରେ ରାତିଟା କେମିତି କଟିଥିବ ଭାବି ନିଅନ୍ତୁ । ସେ କଥା ଆମକୁ ହିଁ ଜଣା ।

ତାପର ଦିନ ସକାଳୁ ବୁଲା ବୁଲି କରି ସେଠୁ ବାହାରିଗଲୁ ଆମ ଘର ଅଭିମୁଖେ । ଆମ ଗାଁ ରେ ପହଞ୍ଚି ଗଲୁ ତା ପାର ଦିନ ସକାଳ ୧୦ ଟା ରେ । ଟୁର୍ ଟା ବହୁତ୍ ଭଲ ଲାଗିଲା କିନ୍ତୁ ବହୁତ୍ କଷ୍ଟ ଦାୟକ ମଧ୍ୟ ଥିଲା । ସେମିତି ବୁଲାବୁଲି ଆଉ ଜୀବନରେ ହେଇପାରିବ ନାହିଁ । କେହି ରାସ୍ତା ସାରା ବାନ୍ତି ରେ ଗଲା ଟା କେହି ରାସ୍ତା ସାରା ଶୋଇ ଶୋଇ ଗଲା ଟା ଆଉ କିଏ ବକ ବକ ରେ ରାସ୍ତା ଚାଲିଥିଲା । ଗାଡି ରେ ଗୀତ କେବେ ବନ୍ଦ ହେଉନଥିଲା । ବେଳେବେଳେ ଏମିତି ଲାଗୁଥିଲା ଯେମିତି କାନ ଫାଟିଯିବ କିନ୍ତୁ ଗୀତ ବାଜିବା ଯୋଗୁ ସମୟ ଜଣା ପଡୁନଥିଲା । ସାଙ୍ଗମାନଙ୍କ ସହ ବୁଲିଯିବା ସେ ସମୟ ତ ଆଉ କେବେ ବି ଆସିବନି । କିଛିଦିନ ପରେ କମ୍ପୁଟର କ୍ଲାସ୍ ରେ ପରୀକ୍ଷା ହେଲା ।

ପରୀକ୍ଷା ପରେ ୫-୬ ଦିନ ପର୍ଯ୍ୟନ୍ତ ଗଲୁ ତାପରେ ସମସ୍ତଙ୍କର ଯିବା ଆସିବା ଧିରେ ଧିରେ ବନ୍ଦ ହେଇଗଲା । ଏମିତି ରେ ବୁଲିବା ପାଇଁ ବେଳେ ବେଳେ ଯାଉ । କମ୍ପୁଟର କ୍ଲାସ୍ ସରିଗଲା ସିନା ମୁଁ ତାକୁ ପ୍ରପୋଜ କରି ପାରିଲି ନାହିଁ । ବୁଲା ବୁଲି ସମୟରେ ପ୍ରପୋଜ୍ କରି ଦେଇଥିଲେ ଭଲ ହୁଅନ୍ତା କିନ୍ତୁ ମୋର ବେଡ୍ ଲକ୍ ପ୍ରକୃତ କଥା ହେଲା ମୋତେ ଡର ଲାଗୁଥଲା। କାଳେ ସେ ମନା କରିଦେବ କିମ୍ବା ରାଗିବ । ଏମିତି ବହୁତ୍ କଥା ଯୋଗୁ ମୁଁ ପଛ ଘୁଂଚା ଦେଇଦେଲି । କମ୍ପୁଟର କ୍ଲାସ୍ ସରିବାର କିଛିଦିନ ପରେ ଜଣା ପଡିଲା ତାର ବାହାଘର ଠିକ୍ ହୋଇଯାଇଛି ଏବଂ କିଛି ଦିନ ପରେ ସେ ବିବାହ କରିବ । ଦୁଃଖ ଥିଲେ ମଧ୍ୟ ତା ଖୁସି ପାଇଁ ମୁଁ ମୁହଁ ଖୋଲି କହି ପାରିଲି ନାହିଁ ।

ଦିନେ ହଠାତ୍ ସ୍ଵର୍ଣ୍ଣମୟୀ ର ଫୋନ୍ ଆସିଲା । ମୁଁ ଉଠେଇ ପୂର୍ବରୁ କଟି ଯାଇଥିଲା । ତାପରେ ବହୁତ୍ ସମୟ ଅପେକ୍ଷା କରିଲି କିନ୍ତୁ ଆସିଲା ନାହିଁ । ବହୁତ୍ ଧର୍ଯ୍ୟ ର ସହ ସାହାସ କୁ ଏକଜୁଟ କରି କଲ୍ କରିଲି । ମନରେ ଡର ଥିଲା ତାର ସ୍ବାମୀ ପାଖରେ ଥିବେ ଯଦି ସବୁ ଗଡ଼ବଡ ହୋଇଯିବ। ପ୍ରାୟ ୪ଥର ଫୋନ୍ ବାଜିଲା ପରେ ସ୍ଵର୍ଣ୍ଣମୟୀ ର ଶବ୍ଦ ଶୁଣି ତୃପ୍ତି ଅନୁଭବ କରିଲି ।

ସେ ମୋତେ ଚୋର ବୋଲି ଡାକେ କିନ୍ତୁ ସେ ମୋତେ ଚୋର ଡାକିବାର ଶବ୍ଦ ମୁଁ ଶୁଣି ବହୁତ୍ ଖୁସି ଅନୁଭବ କରୁଥିଲି । କଥା ହେଲି ଜାଣିଲି ଯେ ସେ ନିଜ ଘରକୁ ଆସିଛି । କଥା ହେବାକୁ ଇଚ୍ଛା ଥିଲେ ମଧ୍ୟ ଅଳ୍ପ ଅନିଚ୍ଛା ରେ କଥା ହେଉଥିଲି। କିନ୍ତୁ ସେ କହିଲା ଆଜି ସବୁ ସାଙ୍ଗ ସହିତ କଥା ହେଲି ତୁ ବାକି ଥିଲୁ ସେଥିପାଇଁ କଲ୍ କରିଦେଲି । ମୁଁ ତାର ହାଲଚାଲ ପଚାରି ବୁଝିଲି । ଭଲ ଲାଗିଲା । ତାର ବାହାଘର ଦିନ ବହୁତ୍ ସାହାସ କରି ପହଞ୍ଚିଥିଲି । କଣ ଦେବୀ ଭାବି ଶେଷରେ ଗୋଟିଏ ଉପହାର ବାଛି ତାକୁ ଦେଲି ଭାବୁଥିଲି ତାକୁ ଭଲ ଲାଗିବ କି ନାହିଁ କିନ୍ତୁ ସେଦିନ କଥା ରେ ସେ ମୋ ଉପହାର କୁ ପସନ୍ଦ କରୁଛି ବୋଲି ଶୁଣି ଖୁସି ଲାଗିଲା । ସେ କାହାଠୁ ଖବର ପାଇଲା ଯେ ମୁଁ ତାକୁ ମନେ ମନେ ଭଲ ପାଉଥିଲି ।

ସେ କହିଲା ତୁ ହେଉଛୁ ଏକ ନମ୍ୱର୍ ଛୁପା ରୁସ୍ତମ ମୁଁ ପଚାରିଲି ବୁଝିଲିନି । ସେ କହିଲା ତୁ ମୋତେ ଭଲ ପାଉଛୁ ବୋଲି କାହିଁକି କହି ନଥିଲୁ । ମୁଁ ନିରବ । ସେ କହିଲା ଏବେ ତ ମୋର ବାହାଘର ସରିଗଲା। ମୁଁ ପଚାରିଲି ଯଦି ମୁଁ ସେତେବେଳେ କହିଥାନ୍ତି ତୁ କଣ କହି ଥାନ୍ତୁ । ସ୍ଵର୍ଣ୍ଣମୟୀ କହିଲା ମୋର ଲଭ ମେରେଜ୍ କରିବାର ନଥିଲା । ଯଦି ତୁ ସେ ସମୟରେ କହିଥିଲେ ମଧ୍ୟ ମୁଁ ହଁ କରି ନଥାନ୍ତି । ଦୁଇ ଜଣ ହସିଲୁ । ହଠାତ୍ ତାର ଅନ୍ୟ ସାଙ୍ଗ ର ଫୋନ୍ ଆସିଲା ଯିଏ ମୋ ବିଷୟରେ ତାକୁ କହିଥିଲା । ସ୍ଵର୍ଣ୍ଣମୟୀ ତାକୁ କନଫରେନ୍ସ ରେ ଆଣିଲା । ତିନି ଜଣ ମିଶି କଥା ହେଲୁ। ଅନ୍ୟ ଜଣେ ସାଙ୍ଗ କହିଲା ସେ ସମୟରେ ତୁ ସ୍ଵର୍ଣ୍ଣମୟୀ କୁ ପ୍ରପୋଜ୍ କରି ନଥିଲୁ ପରା ଆଜି କରିଦେ କିନ୍ତୁ ମୋ ପାଟି ପୂର୍ବ ଭଳି ଚୁପ୍ ରହିଲା । ତାପରେ ସ୍ଵର୍ଣ୍ଣମୟୀ ପଚାରିଲା କଣ କହିବୁ କି? ମୁଁ କହିଲି ନା !! ସ୍ଵର୍ଣ୍ଣମୟୀ କହିଲା , ନା କହ ନାହିଁ , ଏବଂ ତୁ କହିଲେ ମଧ୍ୟ ମୋର ମନ ବଦଳିବ ନାହିଁ ।

ସେଥିପାଇଁ ତୁ ଏବଂ ତୋ ପ୍ରପୋଜ୍ ତୋ ପାଖରେ ରଖ ଏବେ ସାଙ୍ଗ ଭଳି କଥା ହୁଅ । ସେଦିନ ବହୁତ୍ କଥା ହେଲୁ ପୁରୁଣା କଥା ବହୁତ୍ ହେଲୁ ଏବଂ ବହୁତ୍ ଖୁସି ଲାଗିଲା । ସ୍ଵର୍ଣ୍ଣମୟୀ କହିଲା ସେ ସମୟରେ ତୋର ଶାନ୍ତ ସରଳ ଚେହେରା ଦେଖି ମନରେ ଗୋଟିଏ କଥା ଉଠିଥିଲା । ସ୍ଵର୍ଣ୍ଣମୟୀ ଭାବିଥିଲା ସେ ଯଦି କେବେ PM ହୁଏ ତେବେ ମୋତେ ତାର PA କରି ରଖିବ । ଏମିତି ବହୁତ୍ କଥା । ସ୍ଵର୍ଣ୍ଣମୟୀ ର କଥା ଏବଂ ହସ ଆଜି ମଧ୍ୟ ମନେ ପଡେ କିନ୍ତୁ ମୁଁ ଚାହେଁନି ତାର ବୈବାହିକ ଜୀବନରେ କିଛି ଅସୁବିଧା ହେଉ । ଆମେ ପୁରୁଣା ସାଙ୍ଗ ସମସ୍ତେ ବେଳେବେଳେ ଗ୍ରୁପ୍ ଚାଟ କରୁ । ବର୍ତମାନ ସେ ମୋର ଭଲ ସାଙ୍ଗ । ଏବଂ ସର୍ବଦା ତାକୁ ସାଙ୍ଗ ବୋଲି ସମ୍ମାନ ଦେବୀ ବୋଲି ତାକୁ କଥା ଦେଇ ସାରିଛି ।

ଏମିତି ଥିଲା “ମୋ ଏକ ତରଫା ପ୍ରେମ” ।

ଏକ ଜୀବନ୍ତ ପ୍ରେମ କାହାଣୀ ଯାହା ମୋ ଅନାମ ସହର ରେ ସ୍ମୃତି ହୋଇ ରହିଗଲା ।

ନୀଳମାଧବ ଭୂୟାଁ ଙ୍କ

କଲମ ରୁ………..

ଆତ୍ମଲିପି

ଆତ୍ମଲିପି atmalipi
ଆତ୍ମଲିପି
ତୁମେ ବହୁତ୍ ଚାଲାକ୍
ତେଣୁ ବୁଝିପାରନି ମୋ ଶବ୍ଦର ସରଞ୍ଚନା
ମୋ ଭାଷାର ଭାବନା କୁ
ପୂର୍ଣ୍ଣତାର ପଂକ୍ତି ସବୁ;
ବିସର୍ଜନ କରିଦେଲ
ପାଗଳାମି ର ଆଖ୍ୟା ଦେଇ
ତୁମେ ନ ବୁଝିବାଟା ହିଁ ଭଲ ।
ହୃଦୟର ଅପ୍ରକାଶିତ ପାଣ୍ଡୁଲିପି
ଭିନ୍ନ ଏକ ଜହ୍ନ ରାତିର ଗଳ୍ପ
ବର୍ଷା – ବସନ୍ତ – ବୈଶାଖୀ ର କାହାଣୀ ।
ମୋ ଗଳ୍ପର ପ୍ରଥମ ପାଠିକା ଭାବେ
ପୁରୁଣା ଜହ୍ନ କୁ ଦେଖି
ତୁମେ ପରାସ୍ତ ହେବାକୁ ଚାହୁଁନ
ଭାବନାରେ…..
ସ୍ବପ୍ନ ପ୍ରଲେପ ରାତିରେ
ମୋ ଆତ୍ମ ପ୍ରତ୍ୟେୟ
ଆତ୍ମଲିପି ପାଖରେ……
ତୋ ସ୍ମୃତିରେ…..!!!!!
ମନୋଜ କୁମାର ବେହେରା ଙ୍କ
କବିତା ସଂକଳନ ରୁ……..  

ମୋ ଅଧୁରା ପ୍ରେମ

ମୋ ଅଧୁରା ପ୍ରେମ
ମୋ ଅଧୁରା ପ୍ରେମ 


ନବମ ଶ୍ରେଣୀର ଆରମ୍ଭ ହେବାର ପ୍ରାୟ ୦୫ ଦିନ ବିତିଗଲାଣି । ସ୍କୁଲ୍ ଆରମ୍ଭ ହେବାର ବେଲ୍ କିଛି ସମୟ ମଧ୍ୟରେ ବାଜିବ କିନ୍ତୁ ଠିକ୍ ସେ ସମୟରେ ମୋର ହୃଦୟର ବେଲ୍ ବାଜି ଗଲା। ସେତେବେଳେ ମୋ ସାଙ୍ଗ ଅଭୟ କୁ ହେଣ୍ଡସେକ କରି ତାର ଫେସ୍ କୁ ଦେଖିଲା ବେଳକୁ ହଠାତ୍ ଆକାଶ ର ପଛପଟେ ଗୋଟିଏ ସୁନ୍ଦରୀ ଝିଅ ଅତିକ୍ରମ କରି ସ୍କୁଲ୍ ବାରଣ୍ଡା କୁ ଯାଉଥିଲା ।

 ଅଭୟ ର ଫେସ୍ କୁ ସାଇଡ କରି ନଜର ମୋର ଲାଖି ରହିଲା ସେ ଝିଅ ଉପରେ, ନାମ ଥିଲା ତାର ପ୍ରିୟା । ସେ ଦେଖିବାକୁ କେମିତି ତାହା ଯଦି ମୁ ବର୍ଣ୍ଣନା କରିବି ତେବେ ଆପଣ ତାକୁ ପସନ୍ଦ କରିବାରେ ଲାଗିବେ କିନ୍ତୁ କହି ରଖୁଛି ସେ ସମୟ ରେ ପ୍ରିୟା କେବଳ ମୋର ଥିଲା। ତେବେ ଚାଲନ୍ତୁ ତା ବିଷୟ ରେ ଅଳ୍ପ ଜାଣି ନେବା ।

ପ୍ରିୟା ହେଉଛି ସେ ସ୍କୁଲ୍ ର ପ୍ରଥମ ଝିଅ ଯିଏ ରୂପରେ ଗୁଣରେ ଏକ ନମ୍ବର୍ । ବାକି ଝିଅ ମାନେ ମଧ୍ୟ ସୁନ୍ଦର୍ ଥିଲେ କିନ୍ତୁ ପ୍ରିୟା ଠାରୁ କମ୍। ତାର ଧିର କଥା ବାର୍ତ୍ତା ଏବଂ ମଧୁର ବାଣୀ ମନେ ପକେଇଲେ ଆଜି ମଧ୍ୟ ମୋ ମନ କୁ କିଛି ସମୟ ପାଇଁ ତାର ହେବାକୁ ଇଚ୍ଛା ହେଉଛି । ତାର କୋମଳ ହସରେ କିଛି ଅଲଗା ଭାବନା ଥିଲା। ତାର ଚେହେରା ଦେଖିବାକୁ ମୋତେ ତା ପାଖକୁ ସବୁବେଳେ ଟାଣି ନେଉଥାଏ । ସେ ଯେତେ କ୍ୟୁଟ ସେତେ ଶାନ୍ତ। କାହାକୁ କଥା ପଦେ କହିବାକୁ ଦଶ ଥର ଭାବେ ଏବଂ ଏତେ ଫୁଲେଇ ଯେ କୋଉ ପୁଅ କୁ ଚାହେଁନି। ମୁଁ ଭାବି ନେଇଥିଲେ କେତେ କଷ୍ଟ କରିବାକୁ ପଡେ କରିବି କିନ୍ତୁ ପ୍ରିୟା କୁ ମୁଁ ମୋର ଲଭର୍ ନିଶ୍ଚୟ କରିବି । 

ମୋ ବିଷୟରେ କହିବା ଭୂଲିଯାଇଛି, ମୋ ପ୍ରିୟା ଠୁ ସୁନ୍ଦରତା ରେ ସେତେ ଅଧିକା ହାଣ୍ଡସମ ନୁହଁ । ବାପା ମା ବହୁତ୍ ଭାବି ଚିନ୍ତି ଗୌତମ ନାମ ଟିଏ ରଖିଛନ୍ତି । ସାଙ୍ଗ ମାନଙ୍କ ପାଇଁ ମୁଁ ଥିଲି ଲଭ୍ ଗୁରୁ । ଲଭ ଅଫେଆର୍ ରେ ସାହାଯ୍ୟ କରିବାରେ ଗୌତମ ଥିଲା ଏକ ନମ୍ବର୍ ବୋଲି ସାଙ୍ଗ ମାନେ କୁହନ୍ତି କିନ୍ତୁ ଏହି କଥା ପାଇଁ ମୁଁ କେବେ କ୍ରେଡିଟ ନିଏ ନାହିଁ । ସମସ୍ତଙ୍କ ସେଟିଂ କରୁ କରୁ ସେ ସମୟରେ ମୁଁ ମୋ ସେଟିଂ ରେ ବ୍ୟସ୍ତ ହୋଇଗଲି । ଅନ୍ୟ ମାନଙ୍କ ଯୋଡ଼ି ମିଶେଇବାକୁ ମୋତେ କେବଳ ଗୋଟିଏ ସପ୍ତାହ ଲାଗୁଥିଲା କିନ୍ତୁ ମୋ ମୋ ଯୋଡ଼ି ପାଇଁ ମୋତେ ଗୋଟିଏ ମାସ ରୁ ଉର୍ଦ୍ଧ ଲାଗିଗଲା।  

ପାଠ ପଢା ଟାଇମ ଟେବୁଲ୍ ରେ ପ୍ରିୟା କୁ ଦେଖିବା ଥିଲା ମୋର ଗୋଟିଏ ସ୍ପେସିଆଲ ପିରିୟଡ଼। ପ୍ରଥମ ଦିନ ତାର ଚାହାଣି ମୋତେ ଛୁଞ୍ଚି ଫୋଡ଼ିଲା ଭଳି ଅନୁଭବ ହେଲା କିନ୍ତୁ ସେ ଛୁଞ୍ଚି ମୋତେ ଧୀରେ ଧୀରେ ପ୍ରେମାଘାତ କରିବାକୁ ଲାଗିଲା । ପ୍ରଥମେ ପ୍ରଥମେ ମୁହଁ କୁ ଫୁଲେଇ ଦେଖେ କିନ୍ତୁ ମୁ ମୋର ଡିଉଟି ରେ କେବେ ଅବହେଳା କରେନାହିଁ। ସବୁବେଳେ ସେ ଆସେ ପ୍ରତିଦିନ ଅପେକ୍ଷା କରିଥାଏ। ସିନିଅର ବୋଲି ଆମକୁ କିଏ କିଛି କୁହନ୍ତି ନାହିଁ ଏବଂ ସେ ଫାଇଦାରେ ମୁଁ ମୋ ପ୍ରିୟା କୁ ଲାଇନ୍ ମାରିବାରେ ଅବହେଳା କରିନଥାଏ ଏବଂ ପ୍ରିୟା ମଧ୍ୟ ଧିରେ ଧୀରେ ଚୁମ୍ବକ ଭଳି ଟାଣି ହେଉଥାଏ ପୁଣି ଶକ୍ତି ହରା ହୋଇ ଫେରି ଯାଉଥାଏ।  

ନବମ ଶ୍ରେଣୀ ର ମଧ୍ଯ ଭାଗରେ ଦିନେ ମୁଁ ସ୍କୁଲ୍ କୁ ଆସି ନଥାଏ । ମୋର ସମ୍ପର୍କୀୟ ବିବାହ ଭୋଜି କୁ ଯାଇଥିଲି। ସେଦିନ ପ୍ରିୟା ର ଭଲ ପାଇବା ର ପ୍ରମାଣ ପାଇଗଲି। ସେଦିନ ପ୍ରିୟା ସ୍କୁଲ୍ କୁ ଆସିବା ସମୟରେ ମୋ ଅନୁପସ୍ଥିତ ଦେଖି ତାକୁ ବହୁତ୍ କଷ୍ଟ ହେଲା । ମୁଁ ଠିଆ ହୋଇ ରହୁଥିବା ସ୍ଥାନ କୁ ବାରମ୍ବାର ଦେଖୁଥାଏ । ସେ ଦିନ ସେ ନବମ ଶ୍ରେଣୀ କୁ ବାରମ୍ବାର ଚାହୁଁଥାଏ। କାଳେ ଲେଟ୍ ରେ ମୁଁ ଆସିବି ବୋଲି ସେ ମୋ ବାଟକୁ ଚାହିଁ ରହିଥିଲା, କିନ୍ତୁ ମୁଁ ନଥାଏ । ଏହି ଗୁପ୍ତ ସୂଚନା ମୋ ସାଙ୍ଗ ମାନେ ମୋତେ ତା ପର ଦିନ ଜଣାଇଲେ । ଏତିକି ଶୁଣି ମୁଁ ପୁରା ପାଗଳ । ଏତେ ଖୁସି ହୋଇଗଲି ଯେ ମନେ ମନେ ଭାବିଲି ତା ଠାରୁ କିଛି ଶବ୍ଦ ଶୁଣିବା ମୋର ଦରକାର ନାହିଁ । ଏତିକି ଭଲ ପାଇବା ମୁଁ ଚାହୁଁଥିଲି। ପର ଦିନ ସ୍କୁଲ୍ ରେ ସେହି ଜାଗାରେ ମୁଁ ଠିଆ ହୋଇ ରହିଥାଏ । ପ୍ରିୟା ଆସିଲା ଏବଂ ମୋତେ ତାର ସେହି ଚାହାଣି ମୋତେ ଆଜି ମନେ ଅଛି ସେ ଚାହାଣି ରେ ମୋତେ ପ୍ରଶ୍ନ କରିଲା କି ” ଗତ କାଲି ତୁମେ କୁଆଡେ ଯାଇଥିଲ ” ମୁଁ ତାର ଉତ୍ତର ରେ କାନକୁ ଅଳ୍ପ ଛୁଇଁ ଇଶାରାରେ କହିଲି ” ଆଜି ଠାରୁ ସବୁଦିନ ଆସିବି” ଏବଂ ସେ ସ୍ମାଇଲ ଦେଇ କ୍ଲାସ୍ କୁ ଚାଲିଗଲା। ତାର ସେ ସ୍ମାଇଲ ମୋ ପାଇଁ ଲକ୍ଷ ଟଙ୍କା ସହ ସମାନ ଥିଲା।  

ତାପରେ ପ୍ରେମ ଗାଡି ଟିକେ ଜୋର୍ ରେ ଦୌଡ଼ିବାକୁ ଆରମ୍ଭ କରିଲା । ପୁରା ସ୍କୁଲ୍ ଜାଣିଗଲେ ଯେ ପ୍ରିୟା ହେଉଛି ଗୌତମ ର ଲଭର୍ । ମୋ ସାନ ଭାଇ ହେଉଛି ପ୍ରିୟା ର କ୍ଲାସ୍ ମେଟ୍ । କ୍ଲାସ୍ ର ସବୁ ଖବର ମୋ ସାନ ଭାଇ ଦିଏ । ପ୍ରିୟା କୁ କିଏ କଣ କହେ, ସାର୍ ଯଦି ପ୍ରିୟା କୁ ଗାଳି ଦେବେ ଏମିତି ସବୁ କଥା ମୋତେ ସେ ଆସି କହେ । ସେ କ୍ଲାସ୍ ରେ ପ୍ରିୟା ଭାଉଜ ହୋଇ ଯାଇଥିଲା । କାରଣ ଭାଇ ଅଛନ୍ତି ନବମ ଶ୍ରେଣୀ ରେ ଏବଂ ତାଙ୍କ ଅନୁଜ ଭାଇ ଅଛନ୍ତି ତାଙ୍କ କ୍ଲାସ୍ ରେ କିଏ ଆଖି ଉଠେଇ ଦେଖିବାକୁ ସାହାସ ମଧ୍ୟ କରନ୍ତିନି । 

ଦେଖୁ ଦେଖୁ ଚାଲିଗଲା ନବମ ଶ୍ରେଣୀ । ଦଶମ ଶ୍ରେଣୀ ରେ ମୁଁ ପ୍ରବେଶ କରିଲି । ସେହି ବର୍ଷ ବୋର୍ଡ ପରୀକ୍ଷା ଯଦି ଭଲ ନ ପଢିବି ତେବେ ନାମ ରଖିବି ଏବଂ ମୁଁ ଏତେ ତା ପ୍ରେମରେ ଏତେ ଲଟ୍ଟୁ ହୋଇଗଲି ଆଉ ଶେଷରେ ମୁଁ ନାମ ନେଲି । ଭଗବାନ ମୋତେ ମୋ ପ୍ରେମ କୁ ପ୍ରମାଣିତ କରିବାକୁ ଆଉ ଗୋଟିଏ ବର୍ଷ ସମୟ ଦେଲେ କିନ୍ତୁ ତାହା ସମ୍ଭବ ହେଲା ନାହିଁ । ମାତ୍ର ଦଶମ ଶ୍ରେଣୀ ମୋର ସବୁଠୁ ରୋମାଣ୍ଟିକ ବର୍ଷ ଥିଲା। ମୋର ଗୋଟିଏ ସ୍ଥାନ ଫିକ୍ସ ଥିଲା ମୁଁ ସେଠୀ ଛିଡା ହୋଇ ରହିଥାଏ ସବୁବେଳେ ପ୍ରିୟା କୁ ଆଖି ଠାର ଦିଏ ଏବଂ ସେ ମଧ୍ୟ ମୋତେ ତାର ପ୍ରତି ଉତ୍ତର ଦେଇଥାଏ । ମୋ ପାଖରେ ମୋ ସାଙ୍ଗ ମାନେ ଠିଆ ହୁଅନ୍ତି। ପ୍ରିୟା କ୍ଲାସ୍ ଭିତରେ ବସି ଥାଏ ଏବଂ ମୁଁ ଯୋଉଠି ଠିଆ ହୋଇଥାଏ ସେହି ସ୍ଥାନ ରୁ ପ୍ରିୟା ର ମୁହଁ ହିଁ କେବଳ ଦେଖାଯାଏ । କେତେ କଡା ସାର୍ କ୍ଲାସ୍ ନିଅନ୍ତୁ କିନ୍ତୁ ମୁଁ କେବେ ଅବହେଳା କରେନି ମୁଁ ମୋ ପ୍ରିୟା କୁ ଦେଖିବା ପିରିଅଡ୍ କେବେ ମିସ୍ କରେନି । ଯେତେବେଳେ ବ୍ରେକ ହୁଏ ସେ ବାହାନା ଖୋଜେ କି ମୋ ସାଙ୍ଗରେ କଥା ହେବା ପାଇଁ କିନ୍ତୁ ତା ସାଙ୍ଗ ସାନି ସବୁବେଳେ ବାରଣ କରେ । ପ୍ରିୟା ରାଗେ କିନ୍ତୁ କାହାକୁ କିଛି କହିପାରେନା। ଆମର ଲଭର୍ ପଏଣ୍ଟ ଥିଲା ଆମ ସ୍କୁଲ୍ ର ନଳକୂପ । ସେଠୀ ସେ ପାଣି ପିଇବା ବାହାନାରେ ଆସେ ଏବଂ ମୁଁ ମଧ୍ୟ ପାଣି ପିଇବାକୁ ଯାଏ । ସେ ପାଣି ମାରୁଥାଏ ଏବଂ ମୁଁ ପାଣି ପିଇବା ବାହାନାରେ କେବଳ ତାକୁ ହିଁ ଦେଖୁଥାଏ । ବେଳେ ବେଳେ ପାଣି ପିଇବା ଆମର ୫ ମିନିଟ୍ ରୁ ଅଧିକା ହୋଇଯାଏ । ଏତିକି ବେଳେ ମୋର କମିନା ସାଙ୍ଗ ‘ ଜଗା ‘ ସେ ମୋତେ ଚିଡାଏ, ଆଜି ପାଣି ପିଇବା ତୋର ସରିବ ନା ନାହିଁ । ଠିକ୍ ସେହିଭଳି ତା ସାଙ୍ଗ ମାନେ ମଧ୍ଯ ତାକୁ କମେଣ୍ଟ୍ କରନ୍ତି । 

ପ୍ରକୃତ କଥା ହେଲା ଏହି ଠାର ଠାର ରେ ପୁରା ହାଇସ୍କୁଲ ଚାଲିଗଲା କିନ୍ତୁ କେବେ ଭଲରେ ମୁହଁ ଖୋଲି କଥା ହୋଇନୁ। ହଁ ବେଳେ ବେଳେ ଭଲ ଅଛ? କେମିତି ଅଛ? ପଢା ପଢ଼ି କେମିତି ଚାଲିଛି ? ଏତିକି କଥା ରୁ ଆଗକୁ ବଢ଼ିନି। ଦଶମ ଶ୍ରେଣୀ ମଧ୍ୟ ଚାଲିଗଲା। ମୁଁ ବୋର୍ଡ ପରୀକ୍ଷା ରେ ଭଲରେ ନାମ ନେଲି । ଦୁଃଖ ତ ହେଲା କିନ୍ତୁ ସପ୍ଲିମେଣ୍ଟ ପରୀକ୍ଷା ଦେଇ ପୁଣି ପାସ୍ କରିଲି। ସପ୍ଲିମେଣ୍ଟ ବର୍ଷ ପ୍ରେମ ଗାଡି ଅଳ୍ପ ସ୍ପିଡ୍ ରେ ଚାଲିଲା, କିନ୍ତୁ ଚାଲିଥିଲା।  

ମୋର ଦଶମ ପାସ୍ ପରେ ମୁଁ ସିଧା ପହଞ୍ଚିଲି କଲେଜ୍ ରେ କିନ୍ତୁ ତାର ଦେଖା ମିଳିଲାନି କାରଣ ତାଙ୍କ ବାପାଙ୍କ ଅନ୍ୟ ଏକ ସ୍ଥାନ କୁ ପୋଷ୍ଟିଂ ଆସିଗଲା । ପ୍ରାୟ ୭ ମାସ ପରେ ତା ସହିତ ପୁଣି ଦେଖା ହେଲା ଅନ୍ୟ ଏକ ସ୍କୁଲ୍ ରେ ସେ କିଛି କାମ ପାଇଁ ଆସିଥିଲା। ସେତେବେଳେ ମୁଁ ମୋ ସାନ ଭାଇ ସହିତ କିଛି କାମ ପାଈଁ ଯାଇଥିଲୁ । ସେଠୀ ଅଳ୍ପ କଥା ହେଲି। ପରେ ଜଣା ପଡିଲା ସେ କଲେଜ୍ ନ ପଢ଼ି ତାର ଅଜା ପାଖକୁ ବୁଲିବାକୁ ଯାଇଛି । ମୁଁ ତାର ଗାଁ କୁ ପ୍ରତିଦିନ ଯାଏ କିନ୍ତୁ ତାର ଦେଖା ମୋ ଭାଗ୍ୟରେ ନ ଥାଏ । ଦେଖୁ ଦେଖୁ ମୋର +୨ ପ୍ରଥମ ବର୍ଷ ସରିଗଲା । +୨ ଦ୍ଵିତୀୟ ବର୍ଷ ଜଣା ପଡିଲା ଯେ ସେ ଗାଁ କୁ ଆସିଛି ବୋଧେ କଲେଜ୍ ପଢ଼ିବାକୁ ଇଛା ରଖିଛି । ମୋ ମନରେ ମଧ୍ୟ ଇଚ୍ଛା ଜାଗ୍ରତ ହେଲା । ସେତେବେଳେ ପ୍ରତିଦିନ ମୁଁ ତାର ଗାଁ କୁ ବୁଲିବାକୁ ଯିବା ମୋର ସଂଧ୍ୟା ଭ୍ରମଣ ଥିଲା । ସେ ମଧ୍ୟ ତା ଘର ଆଗରେ ମୋତେ ଅପେକ୍ଷା କରିଥାଏ । ଏମିତି ଚାଲିଲା ଅଳ୍ପ ଦିନ । 

ମୋ ଗାଁ ପାଖ କିଛି ଦୂରରେ ଅନ୍ୟ ଏକ କଲେଜ୍ ଖୋଲିଲା । ମୋ ସାଙ୍ଗ ଆକାଶ ସେହି କଲେଜ୍ ର ସାର୍ ଙ୍କ ସହିତ ଭଲ ପରିଚିତ । ସେହି କଲେଜ୍ ରେ ଜଏନ କରିବା ପାଇଁ ନୂଆ ଛାତ୍ର ଛାତ୍ରୀ ଦରକାର । ସେଥିପାଇଁ ସେ ସିଧା ପହଞ୍ଚିଛି ପ୍ରିୟା ଘରେ । ଯୋଉ ଦିନ ଆକାଶ ତା ଘରେ ପହଞ୍ଚିଛି। ଆକାଶ କବାଟ ଠକ୍ ଠକ୍ କରିଲା । ପ୍ରିୟା ର ମା କବାଟ ଖୋଲି ପଚାରିଲା । ଆକାଶ ତାର ପରିଚୟ ଦେଲା । ପ୍ରିୟା ର ମା ପ୍ରିୟା କୁ ଡାକି କହିଲା ‘ ପ୍ରିୟା ତୋ ସାଙ୍ଗ କିଏ ଆସିଛି ‘ ଠିକ୍ ସେହି ସମୟରେ ପ୍ରିୟା ପଚାରିଲା କିଏ ଗୌତମ ଭାଇ ? କିନ୍ତୁ ମା କହିଲେ ନା ତୋ ସାଙ୍ଗ ଆକାଶ ଆସିଛି ଏତିକି ଶୁଣି ପ୍ରିୟା ର ମନ ଅଳ୍ପ ଖରାପ ହେଲା ଏବଂ ଆକାଶ ସାଙ୍ଗରେ କଥା ହେଲା କିନ୍ତୁ ତାର ଇଚ୍ଛା ନଥିଲା କଲେଜ୍ ପଢ଼ିବାକୁ।   

କିଛି ଦିନ ପରେ ଆକାଶ ମୋତେ ଏହି କଥା କହିଲା ମୁଁ ଯାଇଥିଲି ପ୍ରିୟା ଘରକୁ କିନ୍ତୁ ସେ କିଛି କହିଲା ନାହିଁ ଚାଲ ପଚାରି ବୁଝିବା । ମୁଁ ମଧ୍ଯ ସୁଯୋଗ ଖୋଜୁଥିଲି । ସେହି ବାହାନାରେ ମୋତେ ତା ଘରକୁ ବୁଲି ଆସିବି । 

ଆମେ ତା ପର ଦିନ ସ୍ଥିର କରିଲୁ ଏବଂ ପ୍ରିୟା ଘରକୁ ଯିବୁ ବୋଲି। ପ୍ରିୟା ଘରକୁ ଗଲୁ ସେଠୀ ଅଳ୍ପ କଥା ବାର୍ତ୍ତା ହେଲା । ପ୍ରିୟା ର ନଜର କେବଳ ମୋ ଉପରେ ଥାଏ । କିଛି ସମୟ କଥା ବାର୍ତ୍ତା ପରେ ପ୍ରିୟା କହିଲା ଠିକ୍ ଅଛି ଯଦି ମୋର ଇଚ୍ଛା ହୁଏ ତେବେ ତମକୁ ଜଣେଇବି କହିଲା । ଆମେ ଫେରି ଆସିଲୁ। କିନ୍ତୁ ମୋର ବହୁତ୍ ଇଛା ଥିଲା ପ୍ରିୟା ସାଙ୍ଗରେ ଆଉ ଥରେ ଦେଖା ହୁଏ ଏବଂ ତା ସାଙ୍ଗରେ କଥା ହୁଏ । 

ଏମିତି ଦୁଇ ଦିନ ତା ଘର ଆଡେ ଭ୍ରମଣ ପରେ ମୁଁ ସାହାସ କରି ତା ଘର କୁ ଗଲି । ସେଠୀ ପ୍ରିୟା ର ମା କବାଟ ଖୋଲିଲେ ଏବଂ ତାଙ୍କୁ ପରିଚୟ ଦେଇ ଭିତରକୁ ଗଲି । ମା’ ଆମ ଦୁଇଜଣ କୁ କଥା ବାର୍ତ୍ତା ପାଇଁ ସୁଯୋଗ ଦେଲେ ଏବଂ ସେ ରୋଷେଇ କାମ ରେ ବ୍ୟସ୍ତ ରହିଲେ । ପ୍ରକୃତ ରେ ସେହି ଦିନ ମୋତେ ଅନୁଭବ ହେଲା ଯେ ମୋର ଭଲ ପାଇବା ଏବେ ପର୍ଯ୍ୟନ୍ତ ବଞ୍ଚି ରହିଛି । 

ପ୍ରିୟା : ତମକୁ ଆଜି ଆମ ଘରେ ଦେଖି ବହୁତ୍ ଖୁସି ହେଲି।
ଗୌତମ: କାହିଁକି ଆଗରୁ ଖୁସି ନଥିଲ କି??
ପ୍ରିୟା: ନା, ସେମିତି ନୁହଁ, ଆଜି ବହୁତ୍ ଖୁସି।
ଗୌତମ: ସତରେ??
ପ୍ରିୟା: ତମକୁ ବିଶ୍ୱାସ ହେବନି, ଜାଣିଛ ସେଦିନ ଆକାଶ ଆମ ଘରକୁ ଆସିଥିଲା, ମୁଁ ଭାବିଲି ତମେ ଆସିଥିବ ବୋଲି । ମୁଁ ତମ ନାମ ନେଇ ମା କୁ ପଚାରିଲି କିନ୍ତୁ ଆକାଶ ର ନାମ ଶୁଣି ବିରକ୍ତ ଅନୁଭବ ହେଲା । 
ଗୌତମ: ଥେଙ୍କ୍ ୟୁ ?? (ମନେ ମନେ ବହୁତ୍ ଖୁସି ହେଉଥିଲି, ମୋତେ ଅନୁଭବ ହେଲା ଯେ ପ୍ରକୃତ ମୋ ପ୍ରେମ ସାର୍ଥକ ହୋଇଗଲା)
ପ୍ରିୟା: ଥେଙ୍କ୍ ୟୁ କଣ ପାଇଁ?? 
ଗୌତମ: ବହୁତ୍ ଖୁସି ଲାଗିଲା , ତମ ପାଖରୁ ଏହି କଥା ଶୁଣି । 
ପ୍ରିୟା: ଜାଣିଛ ସ୍କୁଲ୍ ରେ ତମ ସାଙ୍ଗରେ କଥା ହେବାକୁ କେତେ ଚେଷ୍ଟା କରିଛି କିନ୍ତୁ ସେ ସାନି ପାଇଁ ମୋର ସବୁ ଇଚ୍ଛା ମାଟି ରେ ମିଶି ଯାଉଥିଲା । ବହୁତ୍ ବାହାନା ଖୋଜେ ତମକୁ ଦେଖିବାକୁ । ତମର ବାରଣ୍ଡା କଣ ରେ ଠିଆ ହୋଇ ଆଖି ଠାର ଦେବା ଏବଂ ଆଖି ମାରିବା ଆଜି ମଧ୍ଯ ମନେ ପଡେ । ସତରେ ତମକୁ ବହୁତ୍ ମିସ୍ କରୁଥିଲି ।
ଗୌତମ: ତେବେ କହୁ ନଥିଲ କଣ ପାଇଁ ? 
ପ୍ରିୟା: ସାହାସ ନଥିଲା । 

ଏମିତି ବହୁତ୍ କଥା ହେଲୁ । ସେଦିନ ଆମେ ପୁରୁଣା ସ୍କୁଲ୍ କଥା ହେଲୁ। ଶେଷରେ ସେ ମୋତେ କହିଲା ଆକାଶ କୁ ମନା କରିଦେବ ମୋର ଆଉ କଲେଜ୍ ପଢ଼ିବା ଇଚ୍ଛା ନାହିଁ । ଏତିକି ଶୁଣି ଆସି ମୁଁ ଆକାଶ କୁ କହିଲି ସେ କଲେଜ୍ ପଢ଼ିବାକୁ ଇଛା କରୁନି । ସେଦିନ ରାତିରେ ମୁଁ ତାକୁ ପୁରା ରାତି ସ୍ଵପ୍ନ ରେ କେବଳ ତାକୁ ହିଁ ଦେଖିଛି ।

ଏମିତି ପ୍ରତିଦିନ ସନ୍ଧ୍ୟାରେ ଭ୍ରମଣ କରେ ଏବଂ ଚାଲିଥାଏ ପୁରୁଣା । ଆଖି ଠାର । ଦେଖୁ ଦେଖୁ +2 ଦ୍ଵିତୀୟ ବର୍ଷ ଅତିକ୍ରମ କଲା ।
+3 ପ୍ରଥମ ବର୍ଷ ମୋ ଜୀବନରେ ବିଚ୍ଛେଦ ଶବ୍ଦ ର ଅର୍ଥ ବୁଝିପାରିଲି ।  

ଏମିତି କିଛି ଦିନ ଚାଲିଲା କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ନା ମୁଁ ତାକୁ ଆଈ ଲଭ୍ ୟୁ କହିଛି ନା ସେ ମୋତେ?? କିନ୍ତୁ ଆମ ପ୍ରେମ ଅଧୁରା ହୋଇ ରହିଗଲା । ସେ ଅପେକ୍ଷା କରିଥିଲା ମୁଁ କାଳେ କହିବି କିନ୍ତୁ ମୋର ମଧ୍ୟ ବୟସ ସୀମା ଏତେ ଅଗ୍ରସର ହୋଇ ନଥିଲା ଯେ ମୁଁ ବିବାହ ପାଇଁ ପ୍ରସ୍ତୁତ ହେବି କିନ୍ତୁ ତାର ବିବାହ ଠିକ୍ ହୋଇଯାଇଥିଲା । ତାର ବିବାହ କଥା ଶୁଣି ମୁଁ ବହୁତ ଦୁଃଖୀ ହେଲି କିନ୍ତୁ କିଛି କହିପାରିଲି ନାହିଁ । ସେ ମୋତେ ନିମନ୍ତ୍ରଣ ପତ୍ର ଦେଇଥିଲା । ସେତେବେଳେ ମୋ ପ୍ରେମ କୁ ବଞ୍ଚେଇ ରଖିବା ସ୍ମୃତି ରେ ତା ପାଇଁ ଦାମୀ ଉପହାର ନେଇ ପହଞ୍ଚିଲି ତାର ବିବାହ ଉତ୍ସବ ରେ । ସେଠୀ ମୋ ଆଖିରେ ଲୁହ ଆସି ଯାଉଥାଏ । ନିଜକୁ ବହୁତ୍ ଭୁଲ ମନେ କରିଲି। ମନେ ମନେ ଭାବିଲି କାଳେ ମୁଁ ଯଦି କହିଥାନ୍ତି ତେବେ ମୋ ପ୍ରିୟା ମୋତେ ଅପେକ୍ଷା କରିଥାନ୍ତା କିନ୍ତୁ ତାହା ଥିଲା ମୋର ପ୍ରଥମ ଭୁଲ । ଦାମୀ ଉପହାର କୁ ତାର ସାନ ଭଉଣୀ ହାତରେ ଦେଇ ଆଖିରେ ଆଖିଏ ଲୁହ ଧରି ଫେରିଗଲି ନିଜ ଘରକୁ।  

ଆଜି ସେ ବିବାହ କରି ନିଜ ଜୀବନରେ ଖୁସିରେ ଅଛି କିନ୍ତୁ ମୁଁ ମୋର ପ୍ରଥମ ପ୍ରେମ କୁ ଏବେ ମଧ୍ୟ ମନେ ପକେଇଲେ ଅଳ୍ପ କଷ୍ଟ ହୁଏ କିନ୍ତୁ ଭୁଲିବାକୁ ଚେଷ୍ଟା କରୁଛି । ମୋର ପ୍ରେମ ଏକ ଅଧୁରା ମୟ ହୋଇ ରହିଗଲା ନା ସେ କହିଲା ଏବଂ ନା ମୁଁ କହିପାରିଲି…………

True love never end…..

This story based on Goutam’s Life !!!!

By. Nilamadhab Bhuyan




If you like this story so comments your words.

Ruchi's Rakhi-1 (ରୁଚି ର ରାକ୍ଷୀ)

Ruchi's Rakhi-1 (ରୁଚି ର ରାକ୍ଷୀ)
Ruchi’s Rakhi-1 (ରୁଚି ର ରାକ୍ଷୀ)


*ରୁଚିର ରାକ୍ଷୀ*


କଲେଜ୍ ଖୋଲିବାର କିଛି ଦିନ ପରେ ପୁଣି ମୋ ପ୍ରେମିକା ରୁଚି ସହିତ ଦେଖା ହେଲା କଲେଜ୍ ଗେଟ୍ ରେ । ମୁଁ ମୋ ସାଙ୍ଗ ମାନଙ୍କ ଠାରୁ ଏକ୍ସକ୍ୟୁଜ କହି ସିଧା ପହଞ୍ଚିଲି ରୁଚି ପାଖରେ। ମୋତେ ଦେଖି ମୁରୁକି ହସ ଦେଲା।  ତା ସାଙ୍ଗ କାବେରୀ ମୋତେ ବହୁତ୍ ସାହାଯ୍ୟ କରିଛି ରୁଚିସହିତ ମିସେଇବା ପାଇଁ । ଗତ ବର୍ଷ ଶେଷରେ ମୁଁ ସଫଳ ହୋଇଥିଲି ମୁଁ ରୁଚି ର ମନ ଜିତିବାକୁ । ପରୀକ୍ଷା ଶେଷ ଏବଂ ଆଉ ଦେଖା ନାହିଁ ଆଜି ବହୁତ୍ ଦିନ ପରେ ରୁଚିକୁ ଦେଖିଲି ସେ ଆଗରୁ ଯେତିକି ଗୋରୀ ଥିଲା ଆଉ ଟିକେ ଗୋରୀ ହୋଇଯାଇଛି। ଦୁହେଁ ସାଇକେଲ ଷ୍ଟାଣ୍ଡ ରେ ସାଇକେଲ ରଖି କ୍ଲାସ୍ ରୁମ୍ କୁ ଚାଲିଗଲେ । ମୁଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି ଏ କଣ ମୋ ହାଏ ର ଜବାବ ଖାଲି ଏତିକି।  ପୁଣି ଫେରିଗଲି ସାଙ୍ଗ ପାଖକୁ । ସାଙ୍ଗ ମାନେ ଚିଡ଼େଇବା ଆରମ୍ଭ କରିଦେଲେ। କିନ୍ତୁ ସାଙ୍ଗ ମାନଙ୍କ କଥା କୁ ଖାତିର କରିଲି ନାହିଁ । ମୁଁ ମଧ୍ୟ କ୍ଲାସ୍ ରୁମ୍ ରେ ପହଞ୍ଚିଲି।


କ୍ଲାସ୍ ରେ ବସିଲା ପରେ ଗତ ବର୍ଷ ର କିଛି ସ୍ମୃତି ଫେରି ଆସୁଥିଲା ମୋ ଆଖି ପଟଳରେ । ଅର୍ଥଶାସ୍ତ୍ର ର କ୍ଲାସ୍ ରେ ମୁଁ ରୁଚି ସହିତ ବିତେଇଥିବା ସେ ପୁରୁଣା ସମୟ କୁ ଚାଲିଗଲି। 

ଯେଉଁ ଦିନ ତାକୁ ପ୍ରଥମ କରି ଦେଖିଲି ସେ ଦିନ ସେ ଏତେ ଶାନ୍ତ ଥିଲା । ଗଭାରେ ତାର ଇଟିମଳା ଫୁଲ ର ଗୁନ୍ଥା ରେ ତାର କେଶ ସହିତ ତାର ଚେହେରା ସ୍ବର୍ଗ ର ମେନକା ସଦୃଶ୍ୟ ମନେ ହେଉଥିଲା।  କିନ୍ତୁ ତାହା ଥିଲା କ୍ଷଣିକ ପାଇଁ।  ହଠାତ୍ ତା ସାଙ୍ଗ କାବେରୀ ଆସି ତାକୁ ପଛପଟୁ ହଗ୍ କରିଲା।  ମୁଁ ମନେ ମନେ ଭାବିଲି କାବେରୀ ଜାଗାରେ ମୁଁ ଯଦି ରହିଥାନ୍ତି ତେବେ କେମିତି ହୁଅନ୍ତା କିନ୍ତୁ ତାହା ଅସମ୍ଭବ । ମୋର ଆଉ ରୁଚି ର ଦୂରତା କେବଳ 02 ମିଟର । ମୁଁ ମୋ ସାଙ୍ଗ ମାନଙ୍କ ସହ କଥା ହେଉଥିଲି କିନ୍ତୁ ମୋ ନଜର କେବଳ ତା ପାଖରେ । ସେ ଦୁଇ ସାଙ୍ଗ ଙ୍କ କଥା ମୋତେ ଭଲ ଭାବରେ ଶୁଣା ଯାଉଥିଲା ।

କାବେରୀ : କଣ ଲୋ, ଟୋକା ମାନଙ୍କୁ ଦେଖେଇ ହେବାକୁ ଆସିଛୁ ନା କଣ?

ରୁଚି: କଣ ହେଲା??

କାବେରୀ: ଏଇଟା କଲେଜ୍, ଗାଁ ସ୍କୁଲ୍ ନୁହଁ !!

ରୁଚି: ତ କଣ ହେଲା?

କାବେରୀ: ଏ ଫୁଲ ମାଳ, ବାହାର କର!!!

ରୁଚି: କାହିଁକି ,ଭଲ ଲାଗୁନି କି??

କାବେରୀ: ଭଲ ଲାଗୁଚି, କହିବି ତୁ କଣ ଲାଗୁଛୁ, ଚମ୍ପି!!!

ରୁଚି: ଚମ୍ପି କଣ ଲୋ??

କାବେରୀ: ଛାଡ଼ ସେ କଥା, ତୁ ସେ ଫୁଲ ମାଳ ଛିଣ୍ଡେଇବୁ ନା ମୁଁ ଛିଣ୍ଡେଇବି??

ରୁଚି: (ଅଳ୍ପ ମନ ଦୁଃଖରେ) ହଉ ବାହାର କରି ଦେଉଛି ।

କାବେରୀ: ଏବେ ଚୋଖା ଲାଗୁଚି । ଚାଲ କ୍ଲାସ୍ କୁ।


ଦୁହେଁ କ୍ଲାସ୍ ରୁମ୍ କୁ ଚାଲିଗଲେ । ଆମେ ମଧ୍ୟ ଚାଲିଗଲୁ କ୍ଲାସ୍ କୁ ।

କିଛି ଦିନ ପରେ। କଲେଜ୍ ବଗିଚାରେ ମୁଁ ଏକା ବସିଥାଏ କାରଣ ଅର୍ଥଶାସ୍ତ୍ର ଲେକ୍ଚର୍ ସେଦିନ ଆସି ନଥାନ୍ତି । ମୋର ବାକି ସାଙ୍ଗ ମାନେ ନିଜ ନିଜ ବିଷୟ ରାଜନୀତି ବିଜ୍ଞାନ ଏବଂ ଇତିହାସ କ୍ଲାସ୍ କରୁଥାନ୍ତି। କାବେରୀମୋ ପାଖକୁ ଆସିଲା।


କାବେରୀ: ଭାଇ , ଆପଣ ଅର୍ଥଶାସ୍ତ୍ର ନେଇଛନ୍ତି ନା??

( ହଠାତ୍, ମୁଁ କାବେରୀ କୁ ଦେଖି ମନେ ପଡ଼ିଗଲା, ଯେ ଏ ହେଉଛି ରୁଚିର ସାଙ୍ଗ, ସେତେ ପର୍ଯ୍ୟନ୍ତ ମୁଁ କାବେରୀ ର ଏବଂ ରୁଚି ର ନାମ ଜାଣି ନଥାଏ)


ମନୁ: ହଁ କୁହ??

କାବେରୀ: କିଛି ସାହାଯ୍ୟ ଦରକାର?

ମନୁ: କଣ ସାହାଯ୍ୟ??

କାବେରୀ: ମୋତେ ଅର୍ଥଶାସ୍ତ୍ର ର ଲାଷ୍ଟ୍ ଇୟର ର କିଛି ନୋଟସ୍ ଦରକାର?

ମନୁ: ହଁ ଅଛି ଯେ? ( ପ୍ରକୃତରେ ମୋ ନୋଟସ୍ ସବୁ ଆଉ ଜଣଙ୍କୁ ଦେଇ ସାରିଥିଲି)

କାବେରୀ: ନାହିଁ କି??

ମନୁ: ଅଛି, ଯେ ଖୋଜିବାକୁ ପଡ଼ିବ, କୋଉଠି ଅଛି ମନେ ନାହିଁ ।

କାବେରୀ: ଯଦି ଅଛି କାଲି ନେଇକି ଆସିବ ।

ମନୁ: ହଉ ଠିକ୍ ଅଛି।

କାବେରୀ: ଥେଙ୍କ୍ ୟୁ

(ଏତିକି କହି ସେ ଚାଲିଯିବାକୁ ବାହାରିଲା )

ମନୁ: ଶୁଣ?

କାବେରୀ: ହଁ କୁହ ଭାଇ??

ମନୁ: ତମ ନାମ କଣ?? ମୁଁ କାଲି ଯଦି ଆଣିବି କେମିତି ଜାଣିବି କାହାକୁ ଦେବୀ, କାରଣ ତମ ଭଳି ଦେଖିବାକୁ ତମ କ୍ଲାସ୍ ରେ ଆଉ କେତେଜଣ ଝିଅ ଅଛନ୍ତି ।

କାବେରୀ: ନା ନା , ଆମେ ଦୁଇ ଜଣ, ହିଁ ଦେଖିବାକୁ ଏକା ଭଳି , ମୁଁ ଆଉ ମୋ ସାଙ୍ଗ ରୁଚି । ଆଉ ସେ ମଧ୍ୟ ଅର୍ଥଶାସ୍ତ୍ର ନେଇଛି ।

ମନୁ: ରୁଚିକିଏ?

କାବେରୀ: ସେ ଆଜି ଆସିନି। କାଲି ଆସିଲେ ଦେଖିଦେବ, ତମେ ଆଉ ଦ୍ଵନ୍ଦ ରେ ପଡ଼ିବନି

ମନୁ: ହଉ ଠିକ୍ ଅଛି।

କାବେରୀ ଏବଂ ରୁଚି ମୋ ଠୁ ଗୋଟିଏ ବର୍ଷ ଜୁନିଅର।


ତା ପର ଦିନ ମୁଁ ଯାହାକୁ ନୋଟସ୍ ଦେଇ ଥିଲି ତା ଠାରୁ ମାଗି ଆଣି ମୁଁ ଅପେକ୍ଷା କରିଛି।  ଗେଟ୍ ପାଖରେ, ସେ ଦୁଇ ଜଣ ଆସିଲେ ଏବଂ ମୋତେ ଦେଖି ଅଣଦେଖା କରି ଚାଲିଗଲେ । ମୋର ନୋଟସ୍ ଦେବା ର ଇଚ୍ଛା ଭାଙ୍ଗିଗଲା । ମୁଁ ସିଧା ପହଞ୍ଚିଲି କ୍ଲାସ୍ ରେ । କାହାକୁ କିଛି ନ କହି କ୍ଲାସ୍ ରେ ଧ୍ୟାନ ଦେଲି । କ୍ଲାସ୍ ସରିଲା ଏବଂ ମୁଁ ସାଇକେଲ ବାହାର କରି ଯିବାକୁ ବାହାରିଲି । ହଠାତ୍ ପଛ ପଟୁ କାବେରୀଡ଼ାକି ବାର ଶବ୍ଦ ଶୁଣାଗଲା । ମୁଁ ଅଳ୍ପ ରାଗରେ ନ ଶୁଣିବାର ଅଭିନୟ କରି ସାଇକେଲ ରେ ବସି ପେଦଲ ମାରିଲି । ପୁଣି ଥରେ କାବେରୀ” ଭାଇ ଶୁଣ” ବୋଲି ଡାକିଲା । ମୋ ମନ ତରଳି ଗଲା । ସାଇକେଲ ରୁ ଓହ୍ଲାଇ ଦେଖିଲା ବେଳକୁ କାବେରୀସହିତ ରୁଚିମୋ ସାଇକେଲ ପାଖରେ ଆସି ହାଜର ।

ମନୁ: କଣ ହେଲା ??

କାବେରୀ: ଭାଇ ଆଣିଲ??

ମନୁ: କଣ??

କାବେରୀ: (ଅଳ୍ପ ଦୁଃଖୀ ହୋଇ) ଭାଇ ନୋଟସ୍ କଥା କହୁଥିଲି ।

ମନୁ: ଆଚ୍ଛା, ନୋଟ୍?? ତମକୁ ଡାକିଲି ତମେ ତ ଶୁଣିଲ ନାହିଁ?? ସେଥିପାଇଁ ମୁଁ ଆଉ ଜଣଙ୍କୁ ଦେଇ ଦେଲି ।

କାବେରୀ: କାହାକୁ ଦେଲ??

ମନୁ: ସରି.. ଦେଇନି ତାକୁ ଦେଇ ଦେବୀ ।

କାବେରୀ: ପ୍ଲିଜ ଭାଇ, ଦେଇ ଦିଅ??



Thanking You, for giving your important time on this web page. By Bhuyans Blog

Ruchi’s Rakhi…2 (ରୁଚି ର ରାକ୍ଷୀ)

(ମୁଁ ନୋଟ୍ ବାହାର କରି କାବେରୀ କୁ ଦେଲି କିନ୍ତୁ ରୁଚି ମୋତେ ଥେଙ୍କ୍ ୟୁ କହିଲା। ମୁଁ ଅଳ୍ପ ସ୍ମାଇଲ ଦେଇ କହିଲି, ୱେଲକମ୍ । )

ମନୁ: କିନ୍ତୁ ମୋତେ ଶୀଘ୍ର ଫେରେଇ ଦେବ?
ଆଉ ଜଣକୁ ଦେବାକୁ ପଡ଼ିବ ।
ଏତିକି କହି ମୁଁ ଚାଲିଗଲି ଘରକୁ ।
ଏମିତି ସବୁଦିନ ସେ କଲେଜ୍ କୁ ଆସନ୍ତି ମୁଁ ପ୍ରତିଦିନ ଗେଟ୍ ପାଖରେ ଅପେକ୍ଷା କରେ । କାବେରୀ ଏବଂ ରୁଚି କୁ ଅଳ୍ପ ସ୍ମାଇଲ ଦିଏ ମୋର ସ୍ମାଇଲ ରେ ସେମାନେ ମଧ୍ୟ ସ୍ମାଇଲ ଦେଇ ଚାଲି ଯାଆନ୍ତି କ୍ଲାସ୍ କୁ ।
ଦିନ ଗଡ଼ି ଚାଲିଲା ଆସିଲା କାର୍ତ୍ତିକ ମାସ । କାର୍ତ୍ତିକ ମାସ ପ୍ରତ୍ୟେକ ସୋମବାର ରେ ଲୋକମାନେ ମନ୍ଦିର ଯାଆନ୍ତି ଏବଂ ତୃତୀୟ ସୋମବାର ଦିନ ଆମେ ସବୁ ସାଙ୍ଗ ନୀଳ, ଗୌତମ, ଦିଗାମ୍ବର ଏବଂ ମୁଁ ମିଶି ବୁଦ୍ଧଖୋଲ ମନ୍ଦିର କୁ ଯାଇଥିଲୁ। ବୁଦ୍ଧଖୋଲ ମନ୍ଦିର ବୁଲାବୁଲି ଚାଲିଥିବା ବେଳେ ହଠାତ୍ ମୋ ନଜର ପଡିଲା ରୁଚି ଉପରେ ସେ ତାଙ୍କ ପରିବାର ସହ ମନ୍ଦିର ବୁଲିବାକୁ ଆସିଥିଲେ । ମୁଁ ବାହାନା ଖୋଜି ସାଙ୍ଗ ମେଳରୁ ଅଲଗା ହୋଇ ପହଞ୍ଚିଲି ରୁଚି ପାଖରେ ।
ମନୁ: ହାଏ!!
ରୁଚି: ହାଏ, ତମେ ଏଠି??
ମନୁ: କଣ ମୁଁ ଆସିପାରିବିନି କି?
ରୁଚି: ନା ଆସିପାରିବ ଯେ??
ମନୁ: ତେବେ କଣ?? ତମେ ଯଦି ଆସିପାରିବ ମୁଁ ମଧ୍ୟ ଆସିପାରିବି ।
ରୁଚି: ଆଉ କିଏ ଆସିଛନ୍ତି?
ମନୁ: ଆମ ସାଙ୍ଗ ମାନେ ମିଶି ଆସିଛୁ
ମନୁ: ତମେ କିଏ କିଏ ଆସିଛ??
ରୁଚି: ମୁଁ ଏବଂ ମୋ ଭାଇ ଏବଂ ମମି ଆସିଛନ୍ତି। ଆମର ରୋଷେଇ ହେଉଛି ସେଠୀ ମୁଁ ଆସି ଏଠି ବୁଲୁଛି ।
ମନୁ: ତେବେ ଭଲ ହେଲା, ଆମକୁ ଭୋକ ଲାଗିଲାଣି, ଏଠି ଆମେ ସମସ୍ତେ ଖାଇ ନେବୁ ।
ରୁଚି: ହଁ ଖାଇ ନେବ ।
ମନୁ: ତମ ସାଙ୍ଗ କାବେରୀ ଆସିନି କି??
କାବେରୀ: ନା, ସେ ଆସିନି। ସେ ଆସିବ ବୋଲି କହୁଥିଲା କିନ୍ତୁ ପରେ ମନା କରିଲା ।
ମନୁ: ହଉ ତମେ ରୋଷେଇ କର ମୁଁ ଚାଲିଲି ।
ରୁଚି: ଖାଇବ ପରା?
ମନୁ: ନା, ନା, ମୋ ସାଙ୍ଗ ମାନେ ସେଠୀ ଅପେକ୍ଷା କରିଛନ୍ତି । ଯିବାକୁ ହେବ ।
ଏତିକି କହି ମୁଁ ସାଙ୍ଗ ମାନଙ୍କ ପାଖେ ପହଞ୍ଚିଲି ।
ତା ପର ଦିନ କଲେଜ୍ ଗେଟ୍ ରେ ଅପେକ୍ଷା କରିଲି ଏବଂ ମୁଁ କହିଲି ନୋଟ୍ ଟା ଦେଲ ନି?
କାବେରୀ: ଭାଇ, ଆଉ କିଛି ଦିନ ପରେ ଦେଲେ ଚଳିବ ନାହିଁ??
ରୁଚି: ନୋଟ୍ ଟା ମୋ ପାଖରେ ଅଛି। ମୁଁ ଶୀଘ୍ର ଦେଇ ଦେବୀ
ପ୍ରକୃତରେ ମୋର ନୋଟ୍ ରେ କିଛି କାମ ନାହିଁ, ବାହାନା ଥିଲା ପଦେ କଥା ହେବା ପାଇଁ ।
ମୁଁ ଚାଲିଲି କ୍ଲାସ୍ ଭିତରକୁ । କିଛି ଦିନ ପରେ ମୁଁ ବଗିଚା ରେ ସାଙ୍ଗ ମାନଙ୍କ ସହ କଥା ହେଉଥିଲି । ହଠାତ୍ ରୁଚି ମୋତେ ମୋ ନାଁ ଧରି ଡାକିଲା ମୁଁ ପଛକୁ ବୁଲି ଦେଖିଲା ବେଳକୁ ରୁଚି ମୁଁ ଖୁସି ହୋଇ ରୁଚି ପାଖରେ ପହଞ୍ଚିଲି ।
ରୁଚି : (ନୋଟ୍ ଫେରେଇ ) ଥେଙ୍କ୍ ୟୁ ।
ମନୁ: ୱେଲକମ (ନୋଟ୍ ଟିକୁ ଧରିଲି )। ମୋ ନାଁ ତମେ କେମିତି ଜାଣିଲ??
ରୁଚି: ତମ ନୋଟ୍ ରେ ତମ ନାଁ ଲେଖା ଥିଲା ।
ମନୁ: ସବୁ ଲେଖା ସରିଲା କି ??
ରୁଚି: ନା ନା , ଆଉ କିଛି ବାକି ରହିଗଲା । ତମେ କାହାକୁ ଦେବ ବୋଲି କହିଥିଲ ନା ସେଥିପାଇଁ ଫେରେଇ ବାକୁ ଆଣିଲି ।
ମନୁ: ଆରେ ରଖ, ସେ ଆଉ କାହାଠୁ ମାଗି ସାରିଲାଣି ।
ରୁଚି : ପକ୍କା, ( ପଛ ପଟୁ, କାବେରୀ ଆସି ପହଁଚିଲା)
କାବେରୀ: ଭାଇ , ତମ ଅକ୍ଷର ବହୁତ୍ ସୁନ୍ଦର୍ ।
ମନୁ: ଥେଙ୍କ୍ ୟୁ,
ରୁଚି କାବେରୀକୁ କହିଲା , ତୋର ସବୁ ଲେଖା ସରିଯାଇଥିଲା ନା ?
କାବେରୀ: ନା, ମୋର ମଧ୍ୟ ବାକି ଅଛି।
ରୁଚି: ଗୋଟିଏ କାମ କର, ତୁ ଏବେ ଲେଖେ ମୋତେ ଆଉ କିଛି ଦିନପରେ ଦେବୁ ।
ନୋଟ୍ ଟିକୁ କାବେରୀ ହାତରେ ଦେଇଦେଲା।
ମୋର ଅଳ୍ପ ମନ ଦୁଃଖ ହେଲା ଏବଂ କିଛି ନ କହି କ୍ଲାସ୍ କୁ ଚାଲିଗଲି ।
ତାର ଦୁଇ ଦିନ ପରେ ମୁଁ ଲାଇବ୍ରେରୀ ରେ ବହି ନେବା ପାଇଁ ଠିଆ ହୋଇଥିଲି । ସେତେବେଳେ ସେ ଦୁଇ ଜଣ ଆସି ପହଞ୍ଚିଲେ । ମୋର ବହି ଇସୁ ସରିଥିଲା । ମୋ ହାତରେ ଥିଲା ” ବର୍ଷା ବସନ୍ତ ବୈଶାଖ” ର ବହି ଟିଏ । କାବେରୀ ମୋତେ ଦେଖି ଖୁସି ହେଲା ।
କାବେରୀ: ଭାଇ ତମେ ଏତେ ବଡ ବହି ପଢ଼ୁଛ ?
ମନୁ: ହଁ,
କାବେରୀ: ଏଇ ବହି ଟା ତମ ସିଲାବସ ରେ ଅଛି?
ମନୁ: ନା ନା , ଏମିତି ପଢ଼ିବା ପାଇଁ ନେବି।
ରୁଚି: ହଉ, ପଢ଼ି ସାରିଲେ ଆମକୁ ମଧ୍ୟ ଦେବ ଆମେ ପଢ଼ିବୁ ।
ସମସ୍ତେ ଅଳ୍ପ ମୁରୁକି ହସ ଦେଲେ ଏବଂ ସେ ବହି ଇସୂ କରିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥିଲି । ତାପରେ ଆମେ ତିନି ଜଣ ଆସିଲୁ । କାରଣ କାହାର କ୍ଲାସ୍ ନଥିଲା ।
ମନୁ: କ୍ଲାସ୍ ନାହିଁ ପରା, ଚାଲ ଗାର୍ଡେନ ରେ ବସିବା ?
ରୁଚି : ନା ନା , କିଏ ଦେଖି କଣ ଭାବିବ? ତମେ ଯାଅ ବସ!!
କାବେରୀ: କ୍ଲାସ୍ ରୁମ୍ କୁ ଚାଲ, ସେଠୀ ବସିବା ।
ତାପରେ ସମସ୍ତେ ଚାଲିଲୁ । କ୍ଲାସ୍ ରୁମ୍ ରେ କିଛି ସମୟ କଥା ହେଲୁ, କିଛି ମୋ ବିଷୟରେ ତ କିଛି ସେମାନଙ୍କ ବିଷୟରେ କଥା ହେଲୁ । ପଢା ପଢ଼ି କଥା ମଧ୍ୟ ହେଲୁ।
ମୁଁ ରୁଚି କୁ ଭଲ ପାଉଥାଏ କିନ୍ତୁ କାବେରୀ ମୋତେ ଭଲ ପାଉଥାଏ । ପୁରା ତ୍ରି-କୋଣିଆ ଲଭ୍ ଷ୍ଟୋରୀ ଗଢି ଉଠି ଥିଲା । ତାପରେ ଚାଲିଲା ପ୍ରତିଦିନ ହାଏ ହେଲୋ ଏବଂ ଖାଲି ସମୟରେ କ୍ଲାସ ରେ କଥା ବାର୍ତ୍ତା, ମୋତେ ଦେଖି ତାଙ୍କ କ୍ଲାସ୍ ରେ ପିଲା ମାନେ ଈର୍ଷା କରୁଥିଲେ ମାତ୍ର ମୋତେ କିଛି ଫରକ୍ ପଡ଼ି ନଥିଲା। ଏମିତି କିଛି ଦିନ ଗଲା ପରେ କାବେରୀ କୁ ଅନୁଭବ ହେଲା ଯେ ମୁଁ ରୁଚି କୁ ଭଲ ପାଏ । କାବେରୀ ମୋତେ ପଚାରିଲା ଏବଂ ମୋ ଉତ୍ତର ଶୁଣି ସେ ବହୁତ୍ ଦୁଃଖୀ ହୋଇଗଲା । ଏବଂ ପର ଦିନ କଲେଜ୍ ମଧ୍ୟ ଆସିଲା ନାହିଁ କିନ୍ତୁ ଦୁଇ ଦିନ ପରେ ପୁଣି କାବେରୀ କଲେଜ୍ ଆସିବା ଆରମ୍ଭ କରିଲା ଏବଂ ନିଜ ମନରେ ମୋ ପାଇଁ ଥିବା ଭଲ ପାଇବା କୁ ଭୁଲି ରୁଚି ଏବଂ ମୋତେ ମିଶେଇବା ଚେଷ୍ଠା ରେ ଲାଗି ପଡ଼ିଲା କିନ୍ତୁ ତା ବଦଳରେ ମୋ ଠାରୁ ଚକୋଲେଟ୍ ଏବଂ ଗୋଲାପ ଫୁଲ ପ୍ରତି ଦିନ ନିଏ । ଯାହା ରୁଚି ପାଇଁ ଆସୁଥିଲା ତାହା କାବେରୀ ପାଇଁ ମଧ୍ୟ ଆସୁଥିଲା । କାବେରୀ ର ଗୋଟିଏ ଚିନ୍ତା ମୋର ଭଲ ପାଇବା ରୁଚି କୁ ଅନୁଭବ ହେଉ । ଏମିତି ଦିନ ଗଡି ଚାଲିଲା । ବର୍ଷ ଶେଷ ପରୀକ୍ଷା ସମୟ ଆସିଲା । ପରୀକ୍ଷା ମଧ୍ୟ ହେଲା ଏବଂ ପରୀକ୍ଷା ଶେଷ ହେବା ପରେ ଆଉ ଦେଖା ନାହିଁ ।

Ruchi's Rakhi-3 (ରୁଚି ର ରାକ୍ଷୀ)

……..ହଠାତ୍ କ୍ଲାସ୍ ସରିଲା ଏବଂ ମୁଁ ପୁରୁଣା ସ୍ମୃତି ରୁ ବର୍ତ୍ତମାନ କୁ ଫେରି ଆସି ଦେଖିଲା ବେଳକୁ ଅର୍ଥଶାସ୍ତ୍ର ଲେକ୍ଚର କ୍ଲାସ୍ ଛାଡ଼ି ଚାଲିଗଲେଣି । କ୍ଲାସ୍ ସରିଲା ବାହାରକୁ ଗଲି ଏବଂ ବାକି ସାଙ୍ଗ ମାନେ ମଧ୍ୟ ଆସିଲେ । ସମସ୍ତଙ୍କ କ୍ଲାସ୍ ସରିଗଲା। ସାଙ୍ଗ ମାନଙ୍କୁ କହିଲି ଆଉ ଗୋଟିଏ କ୍ଲାସ୍ ଅଛି ତମେ ଯାଅ କିନ୍ତୁ ମୁଁ ରୁଚି କୁ ଅପେକ୍ଷା କରିଥିଲି। ସାଙ୍ଗ ମାନେ ଚାଲିଗଲେ ଏବଂ ମୁଁ ରୁଚି କୁ ଗେଟ୍ ପାଖରେ ଅପେକ୍ଷା କରିଲି। କିଛି ସମୟ ପରେ ଦୁହେଁ ସାଇକେଲ କୁ ଗଡ଼େଇ ଗଡ଼େଇ ଗେଟ୍ ପାଖରେ ପହଞ୍ଚିଲେ । ମୁଁ ଅଳ୍ପ ମୁରୁକି ହସ ଦେଲି । କାବେରୀ ଅଳ୍ପ ହସି ଚାଲିଗଲା କିନ୍ତୁ ରୁଚି ମୋ ମୁହଁକୁ ମଧ୍ୟ ଚାହିଁଲା ନାହିଁ ।
ଦୁଇ ଦିନ ପରେ ରବିବାର, ପରିବା ମାର୍କେଟ ରେ କାବେରୀ ସହ ଦେଖା ହେଲା। ସେଠୀ ଅଳ୍ପ କଥା ହେଲୁ ଏବଂ ମୁଁ ପଚାରିଲି ରୁଚି କୁ କଣ ହୋଇଛି । କାବେରୀ କହିଲା ତାର ଘରେ କଣ ଅସୁବିଧା ଅଛି ସେଥିପାଇଁ ସେ ମୁଡ ଅଫ୍ ରେ ରହୁଛି । କିଛି ସମୟ କଥା ପରେ ମୁଁ ଫେରି ଆସିଲି ଘର କୁ।
ଗୋଟିଏ ଦିନ ପରେ ମଙ୍ଗଳ ବାର ଏବଂ ସେଦିନ ଟି ମୋ ପାଇଁ ବୋଧେ ଅଶୁଭ ଦିନ ଥିଲା । କଲେଜ୍ ଗାର୍ଡେନ ପାଖରେ ମୁଁ ମୋ ସାଙ୍ଗ ମାନଙ୍କ ସହ କଥା ହେଉଥିଲି । ସେତେବେଳେ ଆମର କ୍ଲାସ୍ ସରିଯାଇଥିଲା ଏବଂ ଆଉ ଗୋଟିଏ କ୍ଲାସ୍ କୁ ଅପେକ୍ଷା କରିଥିଲୁ । ସେ ଦୁହେଁ କ୍ଲାସ୍ ସାରି ମହିଳା କମନ୍ ରୁମ୍ ଭିତରକୁ ଗଲେ । ଆମେ ଠିଆ ହୋଇଥିଲୁ, ସେମାନଙ୍କ କିଛି ହସ ନାହିଁ କିଛି ଇଶାରା ନାହିଁ । ମୁଁ ମଧ୍ୟ ସେଦିନ ଭାବିଥିଲି ଯେ ଆଜି ଯାହା ହେଉ ପଛେ ମୁଁ ଆଜି ରୁଚି କୁ ମୋ ମନ କଥା କହିବି ଏବଂ ମୋ ସାଙ୍ଗ ମାନେ ମଧ୍ଯ ମୋତେ ସାହାସ ଦେଉଥିଲେ। ଯାହା ହେବ ପଛେ ଆଜି ପ୍ରୋପୋଜ୍ କରିଦିଅ । ଠିକ୍ ୦୨ ମିନିଟ୍ ପରେ ଦୁହେଁ କମନ୍ ରୁମ୍ ରୁ ବାହାରି କ୍ଲାସ୍ ରୁମ୍ ଭିତରେ ପଶିଲେ ଏବଂ ମୋତେ କାବେରୀ ଅଳ୍ପ ବାହାରି ଆସି ଡାକିଲା କି କ୍ଲାସ୍ କୁ ଆସ କିଛି କଥା ଅଛି । ଏତିକି ଶୁଣି ମୁଁ ମଧ୍ୟ ଖୁସି । ମୋ ସାଙ୍ଗ ମାନେ ମୋତେ ଶୁଭେଚ୍ଛା ଜଣାଇ ପଠେଇଲେ । କ୍ଲାସ୍ ରୁମ୍ ଭିତରକୁ। ବହୁତ୍ ଦିନ ପରେ ପୁଣି କ୍ଲାସ୍ ଭିତରେ ରୁଚି ସହ ପ୍ରଥମ ଦେଖା ହେବ । ରୁମ୍ ରେ କେବଳ କାବେରୀ ଏବଂ ରୁଚି ଥିଲେ ।
ରୁଚି: ଆସ ଭିତରକୁ ଆସ!
(ମୁଁ ମନେ ମନେ ଭାବିଲି ରୁଚି କେବେ ମୁହଁ ଖୋଲି କହେ ନି ଆଜି କେମିତି କହିଦେଲା )
ମନୁ: ଆଉ କେମିତି ଅଛ? ପଢା ପଢ଼ି କେମିତି ଚାଲିଛି ?
ରୁଚି: ସବୁ ଠିକ୍ ଠାକ୍।
ମନୁ: ଆଉ କଣ କୁହ?
ରୁଚି: କିଛି ବିଶେଷ କଥା ଅଛି??
ମନୁ: କୁହ କଣ??
(କାବେରୀ ମୁଣ୍ଡ ତଳକୁ କରି ବସିଥାଏ)
ମନୁ: କଣ ହେଇଛି କୁହ, ( ମୁଁ ଭାବୁଥାଏ କେତେବେଳେ ମୁଁ ତାକୁ ପ୍ରପୋଜ୍ କରିବି ଆଉ କେମିତି କହିଁବି )
ରୁଚି: ତମେ ଯାହା ଭାବୁଛ ସେମିତି କିଛି କଥା ନାହିଁ ।
ଏତିକି କହି ରୁଚି ଚେୟାର ରୁ ଉଠି ଆସି ମୋ ପାଖରେ ପହଞ୍ଚିଲା ଏବଂ ତା ହେଣ୍ଡ ବ୍ୟାଗ୍ ରୁ ଗୋଟିଏ ରାକ୍ଷୀ ବାହାର କରି ମୋ ହାତରେ ବାନ୍ଧି ଦେଲା ।
ମୋତେ ଯେମିତି ଶକ୍ତ ବିଜୁଳି ଝଟକା ଲାଗିଲା ।
କଣ କହିବି ମୋ ପାଖରେ କିଛି ଉତ୍ତର ନଥିଲା ।
ରୁଚି କହିଲା ମୋ ମନରେ ତମ ପାଇଁ କେବେ ଭଲ ପାଇବା ସୃଷ୍ଟି ହୋଇନି ଏବଂ ତମେ ଆଜି ପର୍ଯ୍ୟନ୍ତ ମୋ ସାଙ୍ଗରେ ଯାହା କଥା ହୋଇଛ ସେଥିରେ ତମ ପାଖରେ ମୁଁ କେବଳ ଭାଇ ର ପରିଚୟ ଦେଖିଛି ।
ଆଜି ଠୁ ମୁଁ ତୁମର ଭଉଣୀ ହୋଇ ଏ କଲେଜ୍ ରେ ରହିବାକୁ ଚାହୁଁଛି କଣ ତମେ ମୋତେ ଭାଇ ଭଳି ସବୁ ବିପଦ ରୁ ରକ୍ଷା କରିବ ??
ସେହି ସମୟରେ ମୋର ଶୁଣିବା ପାଇଁ ଧର୍ଯ୍ୟ ଶେଷ ହୋଇ ଆସୁଥିଲା । ସେପଟେ କାବେରୀ ଅଳ୍ପ ମୁରୁକି ହସ ଦେଇ ମୋତେ ହସେଇବାକୁ ପ୍ରେରଣା ଦେଉଥାଏ ।
ମୋ ପକେଟ୍ ରେ ଥିବା ଗୋଲାପ କଢ଼ ରେ ହଠାତ୍ ମୋତେ ଛୋଟ ଛୋଟ କଣ୍ଟା ଥିଲା ଭଳି ଅନୁଭବ ହେଲା ।
ହାତରେ ରାକ୍ଷୀ ବାନ୍ଧି ରୁଚି ମୁହଁ ରେ ହସ ଦେଖିଲି ମୁଁ ମଧ୍ୟ ବାଧ୍ୟ ହୋଇ ହସିବାକୁ ଚେଷ୍ଟା କରିଲି । ଯେଉଁ ହାତରେ ମୁଁ ଗୋଲାପ ଧରି ପ୍ରପୋଜ ପାଇଁ ଭାବୁଥିଲି ସେ ହାତରେ ଥିଲା ରାକ୍ଷୀ । ପକେଟ୍ ରେ ଥିବା ଚକୋଲେଟ୍ କୁ ବାହାର କରି ଦୁଇ ଜଣକୁ ଦେଲି ଏଵଂ ୨୦୦ ଟଙ୍କିଆ ନୋଟ୍ ଟେ ରୁଚି ହାତରେ ଧରେଇ କହି ଆସିଲି ଏ ହେଉଛି ତୋ ରାକ୍ଷୀ ପାଉଣା ।
ତା ପରେ କଣ ହେବ!! ମୁଁହ ରେ ଭରଣେ ଲାଜ ଶରମ ଧରି ସାଙ୍ଗ ପାଖରେ ପହଞ୍ଚିଲି କିନ୍ତୁ ମୋ ସାଙ୍ଗ ମାନଙ୍କ ହୃଦୟ ଏତେ ବଡ ଯେ ସେ ସମୟରେ ମୋତେ ଆଶ୍ୱାସନା ଦେଇ କହିଲେ ” ହଉ ଛାଡ଼ ସେ କଥା, ରୁଚି ବୋଧେ ତମ ପାଇଁ ନଥିଲା” ।
ବେଳେବେଳେ ମୋତେ ରୁଚି କଥା ନେଇ ମୋ ସାଙ୍ଗ ମାନେ ମୋତେ ଚିଡ଼େଇ ଥାନ୍ତି କିନ୍ତୁ ସତ କଥା ହେଲା ସେ ଚିଡ଼େଇବା କ୍ଷଣ ମୋତେ ପୁଣି ଥରେ ରୁଚି ପାଖକୁ ନେଇଯାଏ ।
ଏବେ କିଛି ଦିନ ତଳେ କାବେରୀ ସହିତ ମୋର ଦେଖା ହେଲା ସେ ବିବାହ କରି ବହୁତ୍ ଖୁସି ରେ ଅଛି ଏବଂ କଥା ହେଲା ପରେ ଜାଣି ପାରିଲି ଯେ ରୁଚି ମଧ୍ୟ ମୋତେ ବହୁତ୍ ଭଲ ପାଉଥିଲା କିନ୍ତୁ କେବେ କହି ପାରିଲା ନାହିଁ । କାରଣ ତାଙ୍କ ଘରେ ବାହାଘର ପାଇଁ ଅନ୍ୟ ଏକ ସ୍ଥାନରେ ସ୍ଥିର କରିଥିଲେ। ଘର ର ବାଧ୍ୟକତା ଆଗରେ ସେ ଝୁକି ଯାଇ ନିଜ ପ୍ରେମ କୁ ବଳୀ ଦେଇ ଚାଲିଗଲା କିନ୍ତୁ ତା ପ୍ରେମ ର ସନ୍ତକ ଭାବେ ଆଜି ପର୍ଯ୍ୟନ୍ତ ତାର ରାକ୍ଷୀ କୁ ସାଇତି ରଖିଛି।
ମନୋଜ କୁମାର ବେହେରା ଙ୍କ ହୃଦୟରୁ……
By. Nilamadhab Bhuyan