 |
Hacker |
କିଛି ବର୍ଷ ପୂର୍ବର ଘଟଣା, ଦିନେ ମୋର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ର ପାସ୍ ୱର୍ଡ ଭୁଲ ଟାଇପ ଯୋଗୁ ମୋର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ଲକ ହୋଇଯାଇଥିଲା। ମୋର ନିତିଦିନ କାମ ରେ ଏତେ ବ୍ୟସ୍ତ ରହିଗଲି ଯେ 5 ମାସ ହେବ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରିନଥିଲି ଯାହା ଫଳରେ ପାସ୍ ୱର୍ଡ ଭୁଲିଯାଇଥିଲି ।
ଏମିତି ସମୟ ବାହାର କରି ଦିନେ ପହଞ୍ଚିଲି ବ୍ୟାଙ୍କ୍ ରେ । କିଛି ସମୟ ପରେ ବ୍ୟାଙ୍କ୍ ମ୍ୟାନେଜର ର ଚେମ୍ବର୍ କୁ ଗଲି ମୋର ସମସ୍ୟା କହିବା ପରେ ସେ ଗୋଟିଏ ଫର୍ମ ଦେଲେ ଏବଂ କହିଲେ କି ଆପଣ ଫୀଲ ଅପ୍ କରି ଅନ୍ୟ ଏକ କାଉଣ୍ଟର ରେ ଜମା କରିବାକୁ କହିଲେ ଏବଂ ଦିନେ ଦୁଇ ଦିନ ଭିତରେ ଆପଣଙ୍କ ପାଖକୁ କନଫର୍ମ ମେସେଜ ଆସିବ । ଆପଣ ପାସ୍ ୱର୍ଡ ରିସେଟ୍ କରିପାରିବେ ।
ମୁଁ ପ୍ରଶ୍ନ କରିଲି କି ଏହି କାମ ତ ଶୀଘ୍ର ହୋଇଯାଏ। ବ୍ୟାଙ୍କ୍ ମ୍ୟାନେଜର କହିଲେ ଆଜିକାଲି ସର୍ଭର ଡାଉନ୍ ଚାଲିଛି । ସେଥିପାଇଁ ସମୟ ଲାଗୁଛି । ମୁଁ ତାଙ୍କ କଥା ରେ ହଁ ଭରି ଚେମ୍ବର ବାହାରକୁ ଆସିଲି ।
ଠିକ୍ ଗୋଟିଏ ଦିନ ପରେ ମୋତେ ଗୋଟିଏ ନୂଆ ନମ୍ୱର୍ ରୁ କଲ୍ ଆସିଲା। ହିନ୍ଦୀରେ କହିଲେ ଯେ ମୁଁ ବ୍ୟାଙ୍କ୍ ମ୍ୟାନେଜର କହୁଛି। ମୁଁ ମଧ୍ୟ ହିନ୍ଦୀରେ କଥା ହେବାକୁ ଲାଗିଲି । ସେ କହିଲେ ଆପଣ କିଛି କାମ ଯୋଗୁ ବ୍ୟାଙ୍କ୍ ଆସିଥିଲେ। ମୁଁ ହଁ କରି କହିଲି , ହଁ ସାର୍ ମୋର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ର ପାଶୱର୍ଡ ପାଇଁ ଆସିଥିଲି ।
ସେ କହିଲେ , ହଁ ସାର୍ ମନେ ପଡ଼ିଲା ଆପଣ ଅପେକ୍ଷା କରନ୍ତୁ ମୋର ଜଣେ କ୍ଲାଇଁଟ ଆସିଛନ୍ତି ମୁଁ ପୁଣି କଲ୍ କରୁଛି । ଆପଣ ଅପେକ୍ଷା କରନ୍ତୁ। ସେ କଲ୍ କାଟିଦେଲେ ମୁଁ ସେତେବେଳେ ଡିଉଟି ରେ ଥିଲି ଏତେ ଧ୍ୟାନ ଦେଲି ନାହିଁ ।
15 ମିନିଟ୍ ପରେ ପୁଣି କଲ୍ ଆସିଲା । ମୁଁ କହିଲି କୁହନ୍ତୁ ସାର୍, ସେ କହିଲେ କି ଆପଣକୁ ଓଟିପି ସେଣ୍ଡ କରୁଛି ସେ ଓଟିପି କନଫର୍ମ୍ କରନ୍ତୁ ତାପରେ ଆପଣଙ୍କ ମୋବାଇଲ୍ କୁ ଗୋଟିଏ ଲିଙ୍କ୍ ଆସିବ ସେ ଲିଙ୍କ୍ ଅନୁସାରେ ଆପଣ ରିସେଟ କରି ପାରିବେ। ମୋତେ ଅଳ୍ପ ସନ୍ଦେହ ହେଲା ।
ମୁଁ ଏହା ପୂର୍ବରୁ ଥରେ ଦୁଇ ଥର କରିଥିଲି କିନ୍ତୁ ମୋତେ କିଛି ଲିଙ୍କ୍ କିମ୍ବା ଓଟିପି ଆସି ନଥିଲା । ତାପରେ ଭାବିଲି ବୋଧେ ହୁଏ ବ୍ୟାଙ୍କ୍ ର ସିଷ୍ଟମ ପଲିସି ବଦଳି ଥିବ। ହାଇ ସେକ୍ୟୁରିଟୀ ପାସ ୱାର୍ଡ କୁ ଓଟିପି କହୁଥିବେ । ମୁଁ ହଁ କରିଲି ।
ସେ ସଙ୍ଗେ ସଙ୍ଗେ ଗୋଟିଏ ରିକ୍ୱେଷ୍ଟ ପଠେଇଲା ସେଥିରେ ଲେଖାଥିଲା, 30000 ଟଙ୍କା ଉଠାଣ ପାଇଁ ଓଟିପି * * * * * * । ମୋର ସନ୍ଦେହ ସତ ରେ ପରିଣତ ହୋଇଗଲା। ମେସେଜ ଦେଖି ରାଗ ହେଲା। ସେ ଲାଇନ୍ ରେ ରହି ପୁଣି ପ୍ରଶ୍ନ କରିଲା। ମୁଁ କହିଲି କୋଉ ବ୍ୟାଙ୍କ୍ ରୁ କହୁଛନ୍ତି। ସେ ବ୍ୟାଙ୍କ୍ ନାମ ଠିକ୍ କହିଲା ।
ମୁଁ ପୁଣି ପ୍ରଶ୍ନ କରିଲି କି ଆପଣଙ୍କ ନାମ କଣ, ସେ କହିଲା ବ୍ୟାଙ୍କ୍ ମ୍ୟାନେଜର ନାମ କେବେ କୁହନ୍ତି ନାହିଁ। ମୁଁ କହିଲି ଲିଙ୍କ୍ ଟା ପ୍ରଥମେ ଦିଅନ୍ତୁ ତାପରେ ଓଟିପି କହିବି, ସେ ବ୍ୟକ୍ତି ଥିଲା ଜଣେ ହେକର୍। ସେ ପର୍ଯ୍ୟନ୍ତ ମୋତେ ସାଧାରଣ ସ୍ଵରରେ କଥା ହେଉଥିଲା । ମୁଁ କହିଲି ଲିଙ୍କ୍ ଟା ଦିଅନ୍ତୁ। ସେ କହିଲା ଆପଣଙ୍କୁ କହିଛି ପରା ଓଟିପି ପରେ ଲିଙ୍କ୍ ଆସିବ ବୋଲି ।
ମୁଁ ରାଗରେ କହିଲି ମୋତେ ଠକିବାକୁ ଚେଷ୍ଟା କରନ୍ତୁ ନାହିଁ ଏବଂ ଆଜି ଦିନ ରେ ମୁଁ କେତେ ନମ୍ୱର୍ ରେ ଅଛି। ସେ କହିଲା କଣ କହୁଛନ୍ତି ମୁଁ ବୁଝି ପାରୁନି । ମୁଁ ପୁଣି କହିଲି ମୁଁ ଯଦି ଓଟିପି କହିବି ତେବେ ଚୁଟକି ରେ ମୋର 30000/- ଚାଲିଯିବ । ମୁଁ ପୁଣି ଶାନ୍ତ ହୋଇ ପଚାରିଲି ଯେ ଆଜି କେତେ ଟଙ୍କା ହଡପ କରି ସାରିଲେଣି ଆଉ ମୁଁ କେତେ ନମ୍ୱର୍ ମଣିଷ?? ଏତିକି ଶୁଣି ସେ ଚୁପ୍ ରହିଲା।
ମୁଁ କହିଲି, କିଛି କୁହନ୍ତୁ ବ୍ୟାଙ୍କ୍ ମ୍ୟାନେଜର ବାବୁ ଏବଂ ଆପଣ ଜଣେ ହେକର୍ ମୁଁ ଜାଣି ସାରିଲିଣି । ସେ ପୁଣି ଚୁପ୍ ରହିଲେ, ମୁଁ କହିଲି ଫୋନ୍ କାଟିବେ ନାହିଁ , ଗୋଟିଏ ପ୍ରଶ୍ନ ଥିଲା , ଆପଣ ମୋ ନମ୍ୱର୍ କେମିତି ପାଇଲେ । ସେ କହିଲେ ଆମକୁ ସବୁ ମିଳିଯାଏ । ମୁଁ ପଚାରିଲି କେମିତି ମିଳେ କୁହନ୍ତୁ । ସେ କହିଲା ଆମର ବହୁତ୍ ଲୋକ ଅଛନ୍ତି । ତେବେ ମୁଁ କହିଲି କଣ ଆପଣ ବ୍ୟାଙ୍କ୍ ମ୍ୟାନେଜର ସହିତ ଲିଙ୍କ୍ ରେ ଅଛନ୍ତି କି । ସେ କହିଲେ ନା, ତାଙ୍କୁ ଆମର କିଛି ସମ୍ପର୍କ ନାହିଁ କିନ୍ତୁ ଗୋଟିଏ ଗୋଟିଏ ଜାଗାରେ ଲିଙ୍କ୍ ରହେ ।
ମୁଁ ପୁଣି ପଚାରିଲି ତେବେ ମୋ ନମ୍ୱର୍ ଆପଣ କେମିତି ପାଇଲେ । ସେ କହିଲା ବହୁତ୍ ସରଳ ଭାବେ ନମ୍ୱର୍ ପାଇଯାଉଛୁ। ମୁଁ ପଚାରିଲି କେମିତି ତ କୁହନ୍ତୁ । ସେ କହିଲା, ଆପଣ ସେଦିନ ଫର୍ମ ଭରିବା ସମୟରେ ଆପଣଙ୍କୁ ଜଣେ ପେନ୍ ମାଗିଥିଲା । ମୁଁ କହିଲି ତେବେ ଆପଣ ସେ ଲୋକ । ସେ କହିଲା , ନା ,ସେମାନେ ଆମକୁ ନମ୍ୱର୍ ଦିଅନ୍ତି , ସେମାନଙ୍କ କାମ ହେଲା , ଆପଣକୁ ପେନ୍ ମାଗିବା ବାହାନାରେ ଆପଣଙ୍କ ମୋବାଇଲ ନମ୍ୱର୍ ନୋଟ୍ କରନ୍ତି ।
ମୁଁ ପଚାରିଲି ସେ ତ ମୋବାଇଲ କିମ୍ବା ପେନ୍ କିଛି ରଖି ନଥିଲା । ସେ କହିଲା, ସେମାନେ ଆପଣଙ୍କ ନମ୍ୱର୍ ଦେଖି ସଙ୍ଗେ ସଙ୍ଗେ ମନେ ରଖି ଦିଅନ୍ତି । ପରେ ସେ ନୋଟ୍ କରି ଆମକୁ ପଠାନ୍ତି । ଏଥର ମୁଁ ବୁଝିଗଲି । ସେ ତ ଗୋଟିଏ ଗରିବ ଲୋକ ଭଳି ଜଣା ପଡୁଥିଲା ଏବଂ ସେମାନଙ୍କ କାମ ହେଲା ଯେ ମୋବାଇଲ ନମ୍ୱର୍ ନୋଟ୍ କରିବା । ମୁଁ କହିଲି ତୁମର ନୂଆ ଉପାୟ ମୋତେ ପସନ୍ଦ ଲାଗିଲା । ଠିକ୍ ଅଛି ଆଗକୁ ସତର୍କ ରହିବୁ ।
ମୁଁ ପୁଣି ପଚାରିଲି, ଆଚ୍ଛା କହିଲେ ନାହିଁ ଯେ ଆଜି କେତେ ଟଙ୍କାର ର ବେପାର ହେଲାଣି । ସେ କହିଲା, ୩ ଲକ୍ଷ ହୋଇ ସାରିଲାଣି। ମୁଁ କହିଲି କେବଳ ୧୨ ଟା ଭିତରେ ୩ ଲକ୍ଷ, ପୁରା ଦିନ ବାକି ଅଛି । ସେ କହିଲା, ୩ ଲକ୍ଷ୍ୟ ତ କିଛି ନାହିଁ । ଦିନେ ଦିନେ ୧୦ ରୁ ୧୨ ଲକ୍ଷ୍ୟ ପର୍ଯ୍ୟନ୍ତ ହୋଇଯାଏ ଆଉ କେବେ କିଛି ନାହିଁ । ମୁଁ କହିଲି , ଏମିତି କାମ କାହିଁକି କରୁଛ ??
ସେ କହିଲା , ଆପଣ ଭୁଲ କରିଲେ ଆମକୁ ଲାଭ । ଏବେ ଯେମିତି ଆପଣ ଜାଣିଗଲେ ସେମିତି ବହୁତ୍ ଲୋକ ଅଛନ୍ତି ଜାଣି ପାରୁ ନାହାଁନ୍ତି । ଓଟିପୀ କୁହନ୍ତି ଏବଂ ଆମେ ଟଙ୍କା ଉଠେଇ ନେଇ ଯାଉଛୁ ।
ଯେମିତି ବୟସ୍କ ଲୋକ, ସ୍ତ୍ରୀ ଲୋକ। ମୁଁ ପଚାରିଲି କେମିତି?? ସେ କହିଲେ , ମୁଁ ଯଦି ସବୁ କହିବି ତେବେ ଆପଣ ମୋର ବେପାର ଗୋଲ୍ କରିଦେବେ । ମୁଁ କହିଲି କୁହନ୍ତୁ ନା, ମୁଁ ଜାଣିବାକୁ ଚାହୁଁଛି । ସେ ବେଶୀ କିଛି ନ କହି ଫୋନ୍ କଟ୍ କରିଦେଲା। ମୁଁ ପୁଣି ଥରେ କଲ୍ କରିବା ପରେ ସେ ନମ୍ୱର୍ ସ୍ୱିଚ ଅଫ ଆସିଲା ।
କିଛି ଲୋକ ଭାବୁଥିବେ ଏଥି ପ୍ରତି ଆମେ ସାବଧାନ ଅଛୁ କିନ୍ତୁ ଆପଣଙ୍କ ଧାରଣା ଭୁଲ । ଆପଣ ମଧ୍ୟ ଏମିତି କିଛି ଶିକାର ର ସାମ୍ନା କରିବେ ଏବଂ କରିଛନ୍ତି ।
ଯେମିତି କି
୧. ଫୋନ୍ ପେ ରିକ୍ୱେଷ୍ଟ୍ ।
୨. ଫେସବୁକ୍ ଆକାଉଣ୍ଟ ନିଜ ସାଙ୍ଗ ନାମରେ ରହି ଟଙ୍କା ମାଗିବା ।
୩. OLX ରୁ ଜିନିଷ କିଣିବା ପାଇଁ ଅଗ୍ରୀମ ଟଙ୍କା ମାଗିବା ।
୪. ମାଟି ତଳୁ ସୁନା ପଥର ମିଳିବା ପରେ ଆପଣଙ୍କ ସହିତ ବିକ୍ରି କରିବାରେ ଚୁକ୍ତି କରିବା ।
୫. ମାଛ ଧରୁଥିବାବେଳେ ମୋତି ମିଳିବା ଏବଂ ଚୁକ୍ତି କରି ବିକ୍ରି କରିବା ।
୬. ତମ ମୋବାଇଲ ର ଫୋଟୋ ଭିଡିଓ ଆମେ ଚୋରେଇ ନେଇଛୁ, ଟଙ୍କା ଦିଅ ଆମେ ଡିଲିଟ କରିଦେବୁ ।
୭. ଟଙ୍କା ହୋଲ୍ଡ କରି ଓଟିପି ମାଗିବା ।
୮. ଲଟେରୀ ଟଙ୍କା ଲୋଭ ଦେଖାଇବା ।
୯. ପାଞ୍ଚୋଟି ଦେଶରେ ତୁମ ନମ୍ୱର୍ ସିଲେକ୍ଟ ହୋଇଛି ଆପଣ ଜିତିଛନ୍ତି ୧୦ ଲକ୍ଷ ଟଙ୍କା , Whatsapp ରେ କଲ୍ କରନ୍ତୁ ବ୍ୟାଙ୍କ୍ ମ୍ୟାନେଜର ଠାରୁ ନିଜର ଟଙ୍କା Transfer କରନ୍ତୁ ।
୧୦. ତୁମ ନାମରେ ଲଟେରୀ ଆସିଛି ଏବଂ ଚାରି ଚକିଆ ଗାଡି ଆପଣ ପାଇବେ, ପ୍ରଥମେ ୧୦୦୦୦ ଜମା କରନ୍ତୁ ଏବଂ ଗାଡି ଆସି ନେଇ ଯାଆନ୍ତୁ ।
୧୧. ATM କାର୍ଡ ବଦଳି ହୋଇ ଟଙ୍କା ଉଠେଇ ନେବା ।
୧୨. ଫୋନ୍ ପେ ଦ୍ଵାରା ପଠେଇବା ସମୟରେ ଟଙ୍କା କଟିଛି କିନ୍ତୁ ଅନ୍ୟ ଲୋକ ପାଖକୁ ପହଞ୍ଚି ନାହିଁ । ଆପଣ ଚିନ୍ତାରେ ଗୁଗଲ ରେ Contact Number ସର୍ଚ୍ଚ କରି ଫୋନ୍ କରି ସବୁ ସମସ୍ୟା କୁହନ୍ତି କିନ୍ତୁ ଟଙ୍କା ଆପଣଙ୍କ ହଡ଼ପ ହୋଇଯାଏ ।
ଏମିତି କିଛି ଘଟଣା ଆପଣଙ୍କ ସହିତ ହୁଏ । ଅବା ହୋଇ ସାରିଛି ।
ଆପଣଙ୍କ ମନରେ ୬ ନମ୍ୱର୍ ଦିଆ ଯାଇଥିବା କଥା ବିଷୟରେ ପ୍ରଶ୍ନ ନିଶ୍ଚୟ ଉଠୁଥିବ। ଶୁଣନ୍ତୁ ଆପଣଙ୍କ ମୋବାଇଲ କେବେ ପାଣିରେ ପଡ଼ିଯାଏ ତେବେ ଆପଣ କଣ କରନ୍ତି ପାଣି ବାହାର କରିବା ପାଇଁ ଚାଉଳ ରେ ରଖନ୍ତି କିମ୍ବା କପଡା ଗୁଡେ଼ଇ ରଖନ୍ତି କିନ୍ତୁ ଯେତେବେଳେ ତାହା ସଫଳ ହୁଏ ନାହିଁ ସେତେବେଳେ ଆପଣ ଯାଆନ୍ତି ମୋବାଇଲ ଦୋକାନ କୁ । ସେଠୀ ମୋବାଇଲ ଦୋକାନ ବାଲା ଆପଣ ଙ୍କ ସବୁ ଡାଟା ପ୍ରଥମେ କପି କରି ନିଜ କମ୍ପ୍ୟୁଟର ରେ ରଖି ଫର୍ମାଟ କରି ଦିଅନ୍ତି । ପରେ ସେ ଦୋକାନୀ ବାଲା ଆପଣଙ୍କ କିଛି ଗୁପ୍ତ କିମ୍ବା ପର୍ସୋନାଲ ଡାଟା ଭିତରେ କିଛି ଖରାପ ଭିଡିଓ କିମ୍ବା ଫୋଟୋ ଥାଏ ତେବେ ସେ ଫୋଟୋ ବଦଳରେ ଆପଣକୁ ଟଙ୍କା ମାଗନ୍ତି । ଏମିତି ଘଟଣା ପ୍ରାୟ ବଡ ବଡ ସହର ରେ ହୁଏ । କାରଣ ଏମିତି ଘଟଣା ମୋ ସାଙ୍ଗ ସହିତ ହୋଇଛି । ଏହାର ପ୍ରତିକାର ଅଛି ଯଦି ଆପଣ ସେହି ମୋବାଇଲ କୁ ନିଜର ଜଣାଶୁଣା ମୋବାଇଲ୍ ଦୋକାନୀ କୁ ଦେଇ ତିଆରି କରି ପାରନ୍ତି ।
ଉପରୋକ୍ତ ଘଟଣା କାହିଁକି ହୁଏ କେମିତି ହୁଏ ସେ ବିଷୟରେ ଅଳ୍ପ କହି ରଖୁଛି।
ଯେମିତି ଚାକିରି ପରେ ପେନସନ ଧାରି ବୟସ୍କ ଲୋକ ଙ୍କୁ ଲଟେରୀ ର ଲୋଭ ଦେଖାଇ ଟଙ୍କା ହଡ଼ପ କରିବା ।
ଘରେ ରହୁ ଥିବା ସ୍ତ୍ରୀ ଲୋକ ଯାହାଙ୍କ ସ୍ଵାମୀଙ୍କ ଆକାଉଣ୍ଟ ସହ ଖାତା ଜଇଣ୍ଟ ଥାଏ । ସେମାନଙ୍କୁ କୁହନ୍ତି ଆପଣଙ୍କ ସ୍ବାମୀ ବ୍ୟାଙ୍କ୍ ଆସିଥିଲେ କିଛି କାମ ପାଇଁ , ଏହି କାମ କରିବା ପାଇଁ ଆପଣଙ୍କୁ ଓଟିପି କହିବାକୁ ହେବ । ତାପରେ ସବୁ ଟଙ୍କା ଉଡିଯାଏ ।
ଏହା କେବଳ ହିନ୍ଦୀ ରେ କଥା ହେବା ଲୋକ କରନ୍ତି ନାହିଁ । କିଛି ଓଡ଼ିଆ ହେକର୍ ମଧ୍ୟ ଆସିଲେଣି ।
ଏବେ ସରକାର ସଚେତନ କରୁଛନ୍ତି। କିନ୍ତୁ ଲୋକେ ସଚେତନ ହେଉ ନାହାନ୍ତି।
ଏମିତି ଘଟଣା ଆଜିକାଲି ବହୁତ୍ ଚାଲୁଛି କିନ୍ତୁ ଯିଏ ସତର୍କ ହେଉଛି ସେ ବଞ୍ଚି ଯାଉଛି ଯିଏ ସତର୍କ ରୁ ଅବହେଳା ହୁଏ ତାର ଆକାଉଣ୍ଟ ଖାଲି ହୋଇଯାଏ। ଏମିତି ଘଟଣା ମୋ ସହିତ ଥରେ ହୋଇ ନାହିଁ , ୧୦ ରୁ ୧୨ ଥର ମୋତେ ଏମିତି କଲ୍ ଆସେ । ମୁଁ ପ୍ରତ୍ୟେକ ଥର ସତର୍କ ରହେ ।
ତେଣୁ କିଛି ସତର୍କ ମୂଳକ କଥା କହିବାକୁ ଯାଉଛି ଧର୍ଯ୍ୟ ର ସହିତ ଆଗକୁ ପଢନ୍ତୁ ।
ଆପଣ ଭାବୁଥିବେ ଆପଣଙ୍କ ନମ୍ୱର୍ ଏଇ ହେକର୍ ମାନେ କୋଉଠୁ ପାଆନ୍ତି ।
ପ୍ରଥମେ ତ ଲୋଭ କରନ୍ତୁ ନାହିଁ , ଲୋଭ କରିବେ ଆପଣ ଠକାମୀ ର ଶିକାର ନିଶ୍ଚୟ ହେବେ ।
ଆପଣଙ୍କୁ କିଛି ଲୋକ ଲିଙ୍କ୍ ପଠାନ୍ତି
• ଏହି କମ୍ପାନୀ ର ୩୦ ତମ ଜନ୍ମ ଉତ୍ସବ ଯୋଗୁ କମ୍ପାନୀ ଆପଣଙ୍କୁ ମୋବାଇଲ ଗିଫ୍ଟ କରୁଛି।
• ଏହି କମ୍ପାନୀ ର ୨୫ ତମ ଜନ୍ମ ଉତ୍ସବ ଯୋଗୁ କମ୍ପାନୀ ଆପଣଙ୍କୁ ଗାଡି ଗିଫ୍ଟ କରୁଛି।
• 10GB କିମ୍ବା 50 GB ମୋବାଇଲ୍ ଡାଟା ଫ୍ରୀ ମିଳିବ ।
• ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ଉପହାର
ଏ ସବୁ କିଛି ସର୍ତ୍ତ ମୂଳକ ଭାବେ କରାଯାଏ । ଆପଣ ଲିଙ୍କ୍ ରେ କ୍ଲିକ୍ କରିଲା ପରେ ଆପଣକୁ କୁହା ଯାଏ 10 ଟି Whatsapp ଗ୍ରୁପ୍ କୁ ସେଣ୍ଡ କରନ୍ତୁ କିମ୍ବା ୧୦ ଟି ଲୋକଙ୍କୁ ପଠାନ୍ତୁ ଏବଂ ଆପଣ ସେମିତି କରନ୍ତି କାରଣ ମାଗଣା ରେ କିଛି ଜିନିଷ କିମ୍ବା ମୋବାଇଲ ଡାଟା ମିଳିବ।
ଆପଣଙ୍କ ଭାବନା ଭୁଲ । 10 ଟି ଗ୍ରୁପ ସେଣ୍ଡ କରିବା ପରେ ଆପଣ ଗୋଟିଏ ମେସେଜ ପାଆନ୍ତି କି “Try again” । ଏବଂ ଆପଣ ନିରାଶ ହୋଇ ୨ଟି ଗାଳି ଦେଇ ଚୁପ୍ ବସି ଯାଆନ୍ତି ।
କିନ୍ତୁ ଆପଣ ସିନା ଚୁପ୍ ବସିଗଲେ ଏଠି ହେକର୍ ମାନେ ନିଜ କାମ ଆରମ୍ଭ କରନ୍ତି। ଆପଣ ସେୟାର କରିଥିବା ଗ୍ରୁପ୍ କିମ୍ବା ଲୋକ ମାନଙ୍କ ଭିତରୁ ଯିଏ ଏହି ଲିଙ୍କ୍ କୁ କ୍ଲିକ୍ କରେ ସେ ମୋବାଇଲ ନମ୍ବର ହେକର୍ ମାନଙ୍କ ପାଖକୁ ଆସିଯାଏ ଏବଂ ସେ ଆପଣକୁ ଭଳି ଭଳି କି ଅଫର୍ ଦିଅନ୍ତି ଏବଂ ଉପରେ ଥିବା କାମ କରିବା ଆରମ୍ଭ କରି ଦିଅନ୍ତି । ଦେଖିଥିବେ ସେ ଲିଙ୍କ୍ କ୍ଲିକ୍ କରି ପଛକୁ ଫେରିଗଲେ ସେ page ଟି ସହଜରେ ବନ୍ଦ ହୁଏ ନାହିଁ ।
ଆପଣ ଏହି ଶେଷ ଲାଇନ୍ ପର୍ଯ୍ୟନ୍ତ ପଢ଼ି ସାରିଲେଣି ଅର୍ଥାତ୍ ଆପଣ ସତର୍କ ହେବାକୁ ଚାହୁଁଛନ୍ତି । ତେବେ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ । ଲଟେରୀ କିମ୍ବା 10GB ଡାଟା ର ମେସେଜ ବଦଳରେ ଏମିତି ସତର୍କ ମେସେଜ ନିଜ ଲୋକ ମାନଙ୍କୁ ପଠାନ୍ତୁ ଏବଂ ସତର୍କ କରାନ୍ତୁ ।
ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।
By. Nilamadhab Bhuyan
If the article/Story helpful so share to your friends, Thanking You.
Like this:
Like Loading...