Love Forever 2 ( A Story of Love Birds)

Love Forever( A Story of Love Birds) ...2
Love Forever( A Story of Love Birds) …2

ଚାରିଦିନ ପରେ ମନ୍ମଥ ମୋ ମନ କଥା ବୁଝି ସନ୍ଧ୍ୟାରେ ମିହିର କୁ ଘରକୁ ଡ଼ାକି ଆଣିଲା । ସେତେବେଳେ ମୋର ତିନୋଟି ସାଙ୍ଗ ମୋ ପାଖେ ବସିଥିଲେ ।

ଘରେ ବଡ ଲୋକ କେହି ନଥିଲେ । ଯେତେବେଳେ ମୁଁ ମିହିର କୁ ଦେଖିଲି ଆଉ ରହିପାରିଲି ନାହିଁ । ଦଉଡ଼ି ଯାଇ ତାକୁ କୁଂଢ଼େଇ ପକେଇଲି। ମୁଁ ଜାଣିନି ମୋତେ କାହିଁକି ଏତେ ଖୁସି ଲାଗିଲା । ମୁଁ ତ ଖୁସି ହୋଇଗଲି କିନ୍ତୁ ମିହିର ପୁରାପୁରି ଡରିଗଲା ।
ଥଣ୍ଡା ଦିନ ଥିଲା ମାତ୍ର ସେ ସମୟର ମିହିର ଦେହରୁ ଡରରେ ଝାଳ ବୋହିବାକୁ ଲାଗିଲା। ପ୍ରାୟ ୩ ସେକେଣ୍ଡ ପରେ ମୋତେ ମଧ୍ୟ ଅନୁଭବ ହେଲା କୁ ମୁଁ ଭୁଲ କରିଦେଲି। ଏପଟେ ସେପଟେ ଦେଖିଲି ମୋର ତିନି ଜଣ ଝିଅ ସାଙ୍ଗ ଏବଂ ମୋ ସାନ ଭାଇ ମୋତେ ବଡ ବଡ ଆଖିରେ ଅନେଇ ଥାନ୍ତି ।
ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଅନୁ କଣ କଲା ? ମୋ ଭାଗ୍ୟ ଭଲ ସେ ଘରେ ବଡ ଲୋକ କେହି ନଥିଲେ । ମୋତେ ଅନୁଭବ ହେଲା ପରେ ମୁଁ ମିହିର କୁ ଛାଡ଼ି ସାଙ୍ଗ ମାନଙ୍କ ପାଖକୁ ଯାଇ ମିହିର କୁ ସାମ୍ନାରେ ଥିବା ବିଛଣା ରେ ବସିବାକୁ କହିଲି।
ମିହିର ମଧ୍ୟ ଆଶ୍ଚର୍ଯ୍ୟ ଅବସ୍ଥାରେ ଚାହିଁ ରହିଥିଲା । ମୋ ସାଙ୍ଗ କୁନି ମୋ କାନ ପାଖକୁ ଆସି ପଚାରିଲା । ଏ କଣ କଲୁ ? ତୁ ତାକୁ ଛୁଇଁବା ଠିକ୍ ନଥିଲା । ମୁଁ ମଧ୍ୟ ମୁଣ୍ଡ ତଳକୁ କରି କହିଲି କଣ କରିବି ଲୋ, ଜାଣି ପାରିଲିନି ଖୁସିରେ ସେମିତି କରିଦେଲି ।
ମନ୍ମଥ ସେଠୁ ଚାଲି ଯିବାକୁ ବାହାରିଲା । ମନ୍ମଥ ମୋ ଠାରୁ ୨ ବର୍ଷ ସାନ । ସେ ମଧ୍ୟ ସବୁ ଜାଣୁଥିଲା । ମୋତେ ଲାଗିଲା ସେ ବୋଉ କୁ ଯାଇ କିଛି କହିଦେବ । ମୁଁ ତାକୁ ଡାକିଲି । ଏବଂ ଧିର ସ୍ଵରରେ କହିଲି କିଛି କହିବୁନି ରେ, ଅଜାଣତେ ହେଇଗଲା ।
ସେ କିଛି ଉତ୍ତର ନ ଦେଇ ଚାଲିଗଲା । ମାତ୍ର ସେ କିଛି କହିଲା ନାହିଁ । ମିହିର କିଛି ସମୟ ଚୁପ୍ ବସିଲା ପରେ ମୋ ସାଙ୍ଗ ମାନେ ମୋତେ ପଚାରିଲେ ଆମେ ଏବେ ଆସୁଛୁ । ମୁଁ କହିଲି ରୁହ,ରୁହ ତମେ ଥାଇ ମୁଁ ମିହିର ସହିତ ଅଳ୍ପ କଥା ହୋଇଯିବି।
ତାପରେ ସେମାନେ ରହିଲେ । ମୁଁ ଆଉ ମିହିର କଥା ହେଲୁ , ମିହିର କେବଳ ମୁଣ୍ଡ ହଲେଇ ଉତ୍ତର ଦେଉଥିଲା ସେ ମଧ୍ୟ ବହୁତ୍ ଲାଜକୁଳା। ତାକୁ ଦୁଇ ଦିନ ବାରମ୍ବାର କହିବା ପରେ ସେ ଆସିଛି।
ଆମେ ୫ ମିନିଟ୍ କଥା ବାର୍ତାରେ କେବଳ ହାଲଚାଲ ପଚାରିବା ହୋଇଛି ସେତେବେଳେ ବୋଉ ଆସିଗଲେ । ମିହିର ବୋଉ କୁ ଦେଖି ପ୍ରଣାମ କରିଲା । ତାପରେ ମିହିର ଉଠି କହିଲା ମୁଁ ଏବେ ଆସୁଛି କହି ଚାଲିଗଲା ।
ଆମ ଘରେ ମିହିର ଏବଂ ମୋର ବନ୍ଧୁତା ବିଷୟରେ ସମସ୍ତେ ଜାଣିଛନ୍ତି ଏବଂ ମିହିର କୁ ସମସ୍ତେ ପସନ୍ଦ ମଧ୍ୟ କରନ୍ତି କିନ୍ତୁ ବୋଉ ମୋତେ ଅଳ୍ପ ଗାଳି ଦେଇ କହିଲେ ଏ ସମୟରେ ତାକୁ କାହିଁକି ଡାକିଥିଲୁ । ମୁଁ ଚୁପ୍ ରହିଲି ।
ବୋଉ କହିଲେ ତୋର ସେ ସାଙ୍ଗ ମାତ୍ର ଏହି ସମୟରେ ତା ସହିତ ଦେଖା କରିବାର ନଥିଲା । ପଡୋଶୀ ଲୋକ କିମ୍ବା କୁଣିଆ ଲୋକ କେହି ଯଦି ଦେଖିବେ ନା କଣ କଣ କହିବେ ଜାଣିଛୁ ?? ଏତିକି ଶୁଣି ମୋ ସାଙ୍ଗ ମାନେ ମଧ୍ୟ ସେଠୁ ନିଜ ନିଜ ଘରକୁ ଯିବା ପାଇଁ ବାହାରିଲେ ।
ମୁଁ ବୋଉ କୁ କହିଲି ଦେଖିବାକୁ ଇଛା ହେଲା ସେଥିପାଇଁ ଡାକିଦେଲି । ବୋଉ କହିଲେ ପରେ ଦେଖିଥାନ୍ତୁ ଏହି ସମୟରେ ଡାକିବା ଭୁଲ ।
ମୋର ଭୁଲ ର ମୁଁ ଅନୁତାପ କରିଲି ଏବଂ ମୁଣ୍ଡ ତଳକୁ କରି ରହିଲି । ବୋଉ ମୋତେ ଏତିକି କହିବା ପରେ ସେ ମୋର ମୁହଁକୁ ଦେଖି କହିଲେ ,” ମା ଲୋ ମୁଁ ତୋତେ, ତୋ ଭବିଷ୍ୟତ ଏବଂ ଆମ ଘର ର ଇଜ୍ଜତ ପାଇଁ କହୁଛି ” ମୁଁ ମୁଣ୍ଡକୁ ହଲେଇ ହଁ ଭରିଲି ।
ବୋଉ ଚାଲିଗଲେ ରୋଷେଇ ଘରକୁ । ମାତ୍ର ମୋ ଭାଗ୍ୟ ଭଲ ଯୋଉ ସମୟରେ ମିହିର ଘରୁ ବାହାରି ଗଲା ସେ ସମୟରେ ଲାଇଟ୍ ଚାଲି ଯାଇଥିଲା ଏବଂ ପଡୋଶୀ ଲୋକ କେହି ଦେଖିନାହାନ୍ତି ।
ସେ ଘଟଣା ପରେ ମୋର ଦେଖା ହେଲା ୭ ଦିନ ପରେ । ସେ ଦିନ କ୍ଲାସ୍ ରେ ଦେଖା ହେଲା ପରେ କେବଳ ସାଧାରଣ ଭାବେ ହାଏ, ହେଲୋ ହେଲା କାରଣ ସେଦିନ ଘଟଣା ଯୋଗୁ, ସେ ଅଳ୍ପ ଲାଜ କରୁଥିଲା ଏବଂ ମୋତେ ମଧ୍ୟ ଲାଜ ଲାଗିଲା ।
କ୍ଲାସ୍ ଆରମ୍ଭ ହେଲା । ମୋର ବିରୋଧରେ କିଛି ସାଙ୍ଗ ଅଛନ୍ତି ଯେମିତି ଦିପୁ ଏବଂ ତାର ଦୁଇଟି ସାଙ୍ଗ। ଦିପୁ କ୍ଲାସ୍ ରେ ଷଷ୍ଠ ରୁ ସେ ପଯ୍ୟନ୍ତ ତୃତୀୟ ନମ୍ବର୍ ରେ ରହି ଆସୁଛି । ସେ ମୋ ଉପରେ ରାଗିବାର କାରଣ ଯେ ସେ ମଧ୍ୟ ମିହିର କୁ ପସନ୍ଦ କରୁଥାଏ ଏବଂ ତାକୁ ଆଉ ଗୋଟିଏ ସୁଯୋଗ ମିଳିଯାଇଛି ସେଦିନ ଆମ ଘର ଘଟଣା ବିଷୟରେ ସେ ଖବର ପାଇ ସେ ବହୁତ୍ ରାଗି ଯାଇଛି ଏବଂ ସେଦିନ ଠାରୁ ଦିପୁ ଯେମିତି ମୋ ପଛରେ ଜୋକ ଭଳି ଲାଗିପଡିଲା।
ଗୋଟିଏ କ୍ଲାସ୍ ପରେ ସେ ମିହିର ପାଖକୁ କିଛି ପ୍ରଶ୍ନ ର ବାହାନା କରି ଆସିଲା । ମିହିର ସମସ୍ତଙ୍କୁ ସାହାଯ୍ୟ କରେ କିନ୍ତୁ ମୁଁ କେବେ ମଧ୍ୟ ଚାହେଁନି କି ମିହିର କୋଉ ଝିଅ କୁ ସାହାଯ୍ୟ କରୁ କିନ୍ତୁ ମିହିର ସାହାଯ୍ୟ କରୁଥାଏ । ସେ ମିହିର ପାଖେ ଆସି ପ୍ରଶ୍ନ ଆଳରେ ମିହିର କୁ ଖରାପ ନଜର ରେ ଦେଖୁଥାଏ ।
ଏପଟେ ମିହିର ତାକୁ ବୁଝେଇବା ରେ ବ୍ୟସ୍ତ । ସେ କେବଳ ମୋତେ ଦେଖେଇ ହେବା ପାଇଁ ଏମିତି କରୁଥିଲା। ତାର ପ୍ରଶ୍ନ ସରିଲା ପରେ ସେ ତା ଯାଗାକୁ ଯାଇ ବସିଲା ।
ଭୂଗୋଳ କ୍ଲାସ୍ ଆରମ୍ଭ ହେଲା । ଭୂଗୋଳ କ୍ଲାସ୍ ଚାଲିଥିଲା ସିନା, ମୁଁ କେବଳ ଦିପୁ କଥା ଭାବୁଥାଏ । ମୁଁ ମୋ ରଫ୍ ଖାତାର ପଛପଟ ପୃଷ୍ଠା ରେ ମିହିର କୁ ଦେବା ପାଇଁ କିଛି ଲେଖିଲି । ସେଥିରେ ଲେଖାଥିଲା, ତୁ ଦିପୁ କୁ ବୁଝାଇବା ସମୟରେ ସେ ଖରାପ ବ୍ୟବହାର କରୁଥିଲା ବୋଲି ଲେଖିଲି ଏବଂ ସେ ଏମିତି କରିବା ଯୋଗୁ ମୋତେ ଭଲ ଲାଗିଲା ନାହିଁ । ତାକୁ ଆଗକୁ କେବେ ସାହାଯ୍ୟ କରିବୁ ନାହିଁ ବୋଲି ଲେଖି ତା ଖାତାରେ ରଖିଦେଲି ।
ମୁଁ ସେ କାଗଜ ଟିକୁ ଦେବା ସମୟରେ ଦିପୁ ଏବଂ ଅନ୍ୟ ପିଲା ମାନେ ମଧ୍ୟ ଦେଖିଛନ୍ତି । ସେତେବେଳେ ସାର୍ ବ୍ଲାକବୋର୍ଡ ରେ କିଛି ଲେଖୁଥିଲେ । କ୍ଲାସ୍ ଭିତରେ ମିହିର ସେ କାଗଜ ଟିକୁ ପଢ଼ି ମୁଣ୍ଡ ହଲେଇ ହଁ କରି ପୁଣି ତାର ଖାତା ଭିତରେ ରଖିଦେଲା ।
ଭୂଗୋଳ କ୍ଲାସ୍ ସରିଲା ପରେ ଦିପୁ ପଛପଟୁ ଧିର ସ୍ୱର ରେ କମେଣ୍ଟ କରି କହିଲା । ଆଜିକାଲି ଘରେ ରାସଲୀଳା ଏବଂ ସ୍କୁଲ ରେ ପ୍ରେମ ପତ୍ର, ଭଲ କଥା ଆମକୁ କିଏ ପଚାରେ । ଏତିକି ଶୁଣି ତା ସାଙ୍ଗ ମାନଙ୍କ ସହ ଅନ୍ୟ କିଛି ପିଲା ମଧ୍ୟ ହସିଲେ ।
ମିହିର ସବୁ ଶୁଣି କିଛି ନ କହି ଚୁପ୍ ବସି ରହିଲା କିନ୍ତୁ ମୁଁ ରହିପାରିଲି ନାହିଁ । ଠିଆ ହୋଇ ଦିପୁ କୁ ପଚାରିଲି ତୋର କଣ ପ୍ରୋବ୍ଲମ୍ ଅଛି କି କହ ? ଦିପୁ ଚୁପ୍ .. ତାକୁ କହିଲି ମୋର ଯାହା ଇଚ୍ଛା ତାହା କରିବି କାରଣ ସେ ମୋ ସାଙ୍ଗ ତମ ଭଳି ଖରାପ ନଜରରେ ତାକୁ ଦେଖିନି କି ସେ ମଧ୍ୟ ମୋତେ କେବେ ଖରାପ ନଜର ରେ କେବେ ଦେଖିନି ।

Part-3 ରେ ପଢ଼ିବେ : (ମିହିର କହିଲା , ତୋତେ କେହି କହିଲେ ମୋତେ କାହିଁକି ଦୁଃଖ ଲାଗେ ରେ। ମୁଁ ଶୁଣି ଖୁସି ହେଲି। ତାହା ମୋ ଭାଗ୍ୟ କି ତୋ ଭଳି ମୋତେ ସାଙ୍ଗ ମିଳିଛି)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 1( A Story of Love Birds)

Love Forever( A Story of Love Birds) ...1
Love Forever( A Story of Love Birds) …1



ମିହିର ସହିତ ମୋ ସମ୍ପର୍କ ସେ ଦିନ ଠାରୁ ଅଛି ଯେବେ ମୋତେ ୧୧ ବର୍ଷ ହୋଇଥିଲା ଏବଂ ସେ ଦିନ ଠାରୁ ମିହିର ତା ମାମୁଁ ଘରେ ରହି ପଢ଼ି ଆସୁଥିଲା ।

ମିହିର ବହୁତ୍ ସିଧା ଏବଂ ସରଳ । ଦେଖିବାକୁ ଯେମିତି ହାଣ୍ଡସମ ସେମିତି ଚାଲାକ୍ ମଧ୍ୟ । ତାର ପୁରା ନାମ ହେଲା ମିହିର ରଞ୍ଜନ ହୋତା। ସେ ନିଜ ଗାଁ କୁ ବେଳେବେଳେ ଯାଏ କେବଳ ଛୁଟି ହେଲେ କିନ୍ତୁ ମୋର ଅନୁମତି ପରେ। ସେ ଷଷ୍ଠ କ୍ଲାସ୍ ରୁ ମୋର ସାଙ୍ଗ।

ମୋ ବିଷୟରେ ମଧ୍ୟ ଅଳ୍ପ ଜାଣି ନିଅନ୍ତୁ। ମୁଁ ହେଉଛି ଅନୁପମା ଚୌଧୁରୀ । ଡାକ ନାମ ଅନୁ । ମୁଁ ବହୁତ୍ ସରଳ, ବହୁତ୍ କ୍ୟୁଟ ମଧ୍ୟ ଆଉ ସମସ୍ତେ ମୋତେ ଦେଖି ଜଳିଥାନ୍ତି କାରଣ ମିହିର ମୋର ବଏଫ୍ରେଣ୍ଡ ବୋଲି । ମୋର ତାରିଫ୍ ରେ ଆପଣ ବିଶ୍ୱାସ କରନ୍ତୁ କି ନାହିଁ ମୋର କିଛି ଯାଏ ଆସେ ନାହିଁ କିନ୍ତୁ ମିହିର ମୋ ଠାରୁ ବହୁତ୍ କ୍ୟୁଟ ।

ଆମ ଦୁହିଁଙ୍କ ପ୍ରଥମ ଦେଖା ଷଷ୍ଠ ଶ୍ରେଣୀ ର ପ୍ରଥମ କ୍ଲାସ୍ ରେ ହୋଇଥିଲା । ଆମର ପ୍ରଥମ କ୍ଲାସ୍ ଥିଲା ଗଣିତ । ମିହିର କୁ ଗଣିତ ଭଲ ଆସେ ଆଉ ମୁଁ ଗଣିତ କୁ ବହୁତ୍ ଡରେ କିନ୍ତୁ ଗଣିତ ଆସେ ।

ସେଦିନ କ୍ଲାସ୍ ରେ ସମସ୍ତେ ନିଜ ନିଜର ପରିଚୟ ଦେଲେ ଏବଂ କ୍ଲାସ୍ ଆରମ୍ଭ ହେଲା । ସେ ଆଗ ଧାଡ଼ିର ପ୍ରଥମ ବେଞ୍ଚ ର ବାମ ପଟେ ଏବଂ ମୁଁ ପ୍ରଥମ ବେଞ୍ଚ ର ଡାହାଣ ପଟେ । ସେଦିନ କ୍ଲାସ୍ ରେ ୧୦ ରୁ ୧୨ ଜଣ ପୁଅ ଏବଂ ଝିଅ ନୂଆ ଆସିଥିଲେ । ବାକି ଆମ ପୁରୁଣା ସ୍କୁଲ୍ ର ପିଲାମାନେ । ନୂଆ ପିଲାମାନେ ନିଜ ନିଜର ପରିଚୟ ଦେଲା ଆମେ ପୁରୁଣା ପିଲା ପରେ ଆମେ ପରିଚୟ ଦେଲୁ ।

ପରିଚୟ ସରିଲା ପରେ ଗଣିତ କ୍ଲାସ୍ ଆରମ୍ଭ ହେଲା । ପ୍ରଥମ ପ୍ରଶ୍ନ ମୋତେ । ସାର୍ ଙ୍କୁ ମନେ ମନେ କିଛି କହି ଦେଲି । ଆଉ କାହାକୁ ନ ପଚାରି ମୋତେ ହିଁ ପଚାରିବେ । ହଁ ପଚାରିବେନି କାହିଁକି , ମୁଁ ପଞ୍ଚମ କ୍ଲାସ୍ ପର୍ଯ୍ୟନ୍ତ ମନିଟର୍ ଥିଲି ସେଥିପାଇଁ ପଚରାଗଲା କିନ୍ତୁ ସେଦିନ ସେହି କ୍ଲାସ୍ ରେ ମୋର ମନିଟର ପଦ ରୁ ବହିଷ୍କାର କରି ମିହିର କୁ ଦିଆଗଲା ।

ହଉ ଚାଲ କ୍ଲାସ୍ ଭିତରକୁ । ପ୍ରଥମ ପ୍ରଶ୍ନରେ ମୁଁ କ୍ଲାସ୍ ରୁମ୍ ର ଛାତ କୁ ଅନେଇ ରହିଲି କାରଣ ଉତ୍ତର ମୋତେ ଜଣା ନଥିଲା । ମୋର ଉତ୍ତର ରେ ବିଳମ୍ବ ଯୋଗୁଁ ସାର୍ ବାକି ସମସ୍ତଙ୍କୁ ପଚାରିଲେ ।

ଏତିକିବେଳେ ମିହିର ହାତ ଟେକି ସେ ପ୍ରଶ୍ନର ଉତ୍ତର ଦେଲା। ମିହିର ଉପରେ ରାଗ ହେଲା । ମୋର ସେଠି ଘୋର ଅପମାନ। ରାଗ ହେଲା, ଛାଡିବିନି ଏ ଟୋକାକୁ ଭାବି ମନେ ମନେ ମୁଁ ଯେମିତି ଗୁଣ୍ଡା ରେ ପରିଣତ ହେବାକୁ ଯାଉଥିଲି।

ସାର୍ ଦ୍ଵିତୀୟ ପ୍ରଶ୍ନ ପୁଣି ମୋତେ। ଏଥର ମଧ୍ୟ ସେ ଅବସ୍ଥା । ସେହି ଥର ମଧ୍ୟ ମିହିର ଉତ୍ତର ଦେଇ ମୋତେ ପୁଣି ଝିଅ ମାନଙ୍କ ଆଗରେ ଅପମାନ କରିଦେଲା।

ମୁଁ ବେଞ୍ଚ ରେ ବସିବା ପୂର୍ବରୁ ସାର୍ ପୁଣି କିଛି କହି ଉଠିଲେ। ସାର୍ କହିଲେ ମୁଁ ଏହି ସ୍କୁଲ୍ ର ପ୍ରଧାନ ଶିକ୍ଷକ ମୁଁ ଏହି ସପ୍ତାହ ର ଶେଷ ଦିନ ରେ ଛୋଟ ପରୀକ୍ଷା ଟିଏ କରିବି, ସେ ପରୀକ୍ଷା ରେ ଯିଏ ଭଲ ନମ୍ୱର୍ ରଖିଲା ସେ ହେବ ଏହି କ୍ଲାସ୍ ର ମନିଟର୍ ।

ହେଡ ସାର୍ ଉପରେ ବହୁତ୍ ରାଗିଲି କିନ୍ତୁ ମୁଁ ଉପାୟ ଶୂନ୍ୟ, ସପ୍ତାହ ର ଶେଷ ଦିନ ପରୀକ୍ଷା ରେ ମିହିର ପ୍ରଥମ, ଦିପୁ ଦ୍ଵିତୀୟ ଆଉ ମୁଁ ତୃତୀୟ ।

ମୋର ମନିଟର ପଦ କୁ ଛଡେଇ ନିଆଗଲା, ହଉ ମୋ ଭାଗ୍ୟ । ଧିରେ ଧିରେ ଷଷ୍ଠ କ୍ଲାସ୍ ର ରେଳ ଗାଡ଼ି ଧିରେ ଧିରେ ଗଡି ଚାଲିଲା । ମିହିର ଯେବେ ମୋତେ କିଛି କୁହେ ମୁଁ ତା କଥା କୁ ଶୁଣେ ନାହିଁ ।

ସେ ମଧ୍ୟ ମୋତେ କିଛି କୁହେନି । କ୍ଲାସ୍ ରେ ସମସ୍ତେ ପାଟି କରୁଥିବେ । ମୋ ନାଁ ଛାଡ଼ି ସମସ୍ତଙ୍କ ନାମ ଲେଖିବ। ମୋ ନାମ ରେ ସମସ୍ତେ କଂପ୍ଲେନ୍ କରନ୍ତି କିନ୍ତୁ ମିହିର ମୋ ନାମ ନେଇ କୁହେ ସେ ଚୁପ୍ ଚାପ୍ ବସିଥିଲା ଏବଂ ବାକି ସମସ୍ତେ ପାଟି କରୁଥିଲେ ବୋଲି କହେ ।

ଏମିତି ଥର ରୁ ଚାରି ଥର ହେଲା ପରେ ମୁଁ ଶାନ୍ତ ହୋଇ ବସିଲି । ଆପଣ ଭାବୁଥିବେ ସେ ମୋତେ ପସନ୍ଦ କରୁଥିଲା ବୋଲି ମୋ ନାମ ଲେଖୁ ନଥିଲା । ପ୍ରକୃତରେ ସେ ମୋତେ ବଦଳିବା ପାଇଁ ଏମିତି ସୁଯୋଗ ଦେଉଥିଲା ଆଉ ଶେଷରେ ମୁଁ ବଦଳିଗଲି ।

ସେ ମୋତେ ପସନ୍ଦ କରୁନଥିଲା ମାତ୍ର ମୁଁ ପସନ୍ଦ କରିବାରେ ଲାଗିଲି । ଷଷ୍ଠ କ୍ଲାସ୍ ର ଅର୍ଦ୍ଧ ବାର୍ଷିକ ପରୀକ୍ଷା ବେଳକୁ ଆମେ ଦୁଇ ଜଣ ଭଲ ସାଙ୍ଗ ହୋଇ ସାରିଥିଲୁ ତାହା ମଧ୍ୟ ଗୋଟିଏ କାରଣ ଯୋଗୁ ।

ତ୍ରୟ ମାସିକ ପରୀକ୍ଷା ସମୟରେ ସେ ମୋତେ ବହୁତ୍ ପ୍ରଶ୍ନ ର ଉତ୍ତର କହିଦେଲା ଏବଂ ପରୀକ୍ଷା ପରେ ମୁଁ ଜାଣିଶୁଣି କିଛି ପ୍ରଶ୍ନ ର ଉତ୍ତର ପାଇଁ ତା ପାଖରେ ପହଞ୍ଚି ଯାଉଥିଲି । ସେ କେବେ ମନା କରେନି । ସେ ବେଳେବେଳେ ଜାଣି ପକାଏ କି ମୁଁ ଜାଣିଶୁଣି ସେ ପ୍ରଶ୍ନ ପଚାରୁଛି ବୋଲି ।

ସେତେବେଳେ ସେ ମୋ ମୁଣ୍ଡ କୁ ଥାପୁଡ଼ି ମୋତେ ବାୟାଣୀ ବୋଲି କହେ । ଆଉ ସତ କଥା ହେଲା ତା ମୁହଁରୁ ସେ ବାୟାଣୀ ଶୁଣିବା ପାଇଁ ହିଁ ଯାଇଥାଏ। ଆମେ ଏତେ ସାଙ୍ଗ ହେଲୁ ଯେ କ୍ଲାସ୍ ର ବାକି ସାଙ୍ଗ ମାନେ ଆମକୁ ଦେଖି ରାଗୁଥିଲେ ।

ସେ ବେଳେବେଳେ ମୋ ପାଇଁ ତେନ୍ତୁଳି,ଆମ୍ବ ଏବଂ ପିଜୁଳି ଆଣିଦିଏ। ମୋ ପାଇଁ ଆଣିଦିଏ ସତ କିନ୍ତୁ ପ୍ରଥମେ ମିହିର ଖାଏ ତାପରେ ମୁଁ । ଏମିତି କି ପ୍ରଥମେ ସେ ଅଇଁଠା କରେ ତା ପରେ ତାକୁ ମୁଁ ଖାଏ ।

କ୍ଲାସ୍ ରେ ସାର୍ ମାନେ ମଧ୍ୟ ଆମ ସାଙ୍ଗ ହେବାର ଦେଖୁଥାନ୍ତି କିନ୍ତୁ କେବେ କିଛି କହୁ ନଥାନ୍ତି କାରଣ ମିହିର କ୍ଲାସ୍ ରେ ପ୍ରଥମ ଆଉ ମୁଁ ଦ୍ଵିତୀୟ ରେ ରହି ଆସିଲି । ଛୁଟି ଦିନ ହେଲେ ମଧ୍ୟ ଆମେ ମିଶି ବୁଲିଥାଉ ।

ସେ ତ ଆସିଯାଏ କିନ୍ତୁ ମୋତେ ଅଳ୍ପ ବାହାନା କରିବାକୁ ପଡେ ଏବଂ ମୋ ସାନ ଭାଇ(ମନ୍ମଥ) ସହିତ ଖେଳିବାକୁ ଆସିଯାଏ। ବାରିପଟେ, ଆମ୍ବ ତୋଟା ରେ କେତେବେଳେ ନଦୀ ବନ୍ଧ ରେ ଦେଖା ହୁଏ ଏବଂ ସେଠୀ ବୁଲାବୁଲି କରୁ ।

ତା ସହିତ ତା ମାମୁଁ ଝିଅ (ରାନି) ମୋ ସହିତ ମୋ ଭାଇ ମନ୍ମଥ। ସେ ଦୁଇ ଜଣ ମଧ୍ୟ ଗୋଟିଏ କ୍ଲାସ୍ ମେଟ୍ । ଆମେ ଆସିଲେ ମିହିର ଆଉ ମୁଁ ଗୋଟିଏ ଜାଗାରେ । ଆରପଟେ ମନ୍ମଥ ଆଉ ରାନି ଗୋଟିଏ ଜାଗାରେ । ଯୋଡ଼ି ଯୋଡ଼ି ହୋଇ ଖେଳି ଥାଉ ।
ଏମିତି ପ୍ରତ୍ୟେକ ଛୁଟି ଦିନ ରେ ହୁଏ । ଯଦି କୋଉ ଦିନ ଖେଳିବାକୁ ଇଛା ନ ହେଲେ ମଧ୍ୟ ଆମେ ଘଣ୍ଟା ଘଣ୍ଟା ବସି ଗପିବାରେ ଲାଗୁ । ସାଙ୍ଗରେ ମୁଢ଼ି ସହିତ ପିଆଜ ଏବଂ ମିକ୍ସଚର୍ ନେଇ ଆସୁ । ବସି ଖାଇବା ଏବଂ କଥା ହୋଇ ସମୟ ବିତେଇବା ଆମ କାମ ଥିଲା ।

ଏମିତି ଆମ ବନ୍ଧୁତା ଏତେ ବଢ଼ିଗଲା ଯେ ଦିନେ କିଏ କାହାକୁ ନ ଦେଖିଲେ ରହି ପାରୁ ନଥିଲୁ । ଷଷ୍ଠ ରୁ ନବମ କ୍ଲାସ୍ ପର୍ୟ୍ୟନ୍ତ ଏମିତି ଚାଲିଲା । ଏହି ଚାରି ବର୍ଷ ଆମେ ମିଶି ବୁଲିବା ଖେଳିବା ଚାଲିଥିଲା ।

ଲାଜ କଣ, ଭଲ କଣ, ଖରାପ କଣ, ପୁଅ ସାଙ୍ଗରେ ଝିଅ ମାନେ ମିଶି ଖେଳିଲେ ଖରାପ ନା ଭଲ କିଛି ଜାଣି ନଥିଲୁ । ନବମ ଶ୍ରେଣୀ ର ମଧ୍ୟ ଭାଗରେ ମୋ ଦେହରେ ପରିବର୍ତ୍ତନ ଆସିଲା।


ମୋତେ ୧୦ ଦିନ ପାଇଁ ସ୍କୁଲ୍ ନ ଯାଇ ଘରେ ରହିବାକୁ ପଡ଼ିଲା। ସେ ସମୟରେ ଘରେ କୁଣିଆ ରେ ଭର୍ତି ମୋତେ ଘରୁ ବାହାରିବାକୁ ମନା । ମାତ୍ର ମୋର ମନ ମିହିର ପାଖରେ, କେବଳ ତାକୁ ଖୋଜୁଥାଏ । ମନ୍ମଥ କୁ କହିଲି ମିହିର କୁ କିଛି ବାହାନା କରି ଘରକୁ ଡ଼ାକି ଆଣେ । 
Part-2 ରେ ପଢ଼ିବେ : (ମୋ ସାଙ୍ଗ କୁନି ମୋ କାନ ପାଖକୁ ଆସି ପଚାରିଲା । ଏ କଣ କଲୁ ? ତୁ ତାକୁ ଛୁଇଁବା ଠିକ୍ ନଥିଲା । ମୁଁ ମଧ୍ୟ ମୁଣ୍ଡ ତଳକୁ କରି କହିଲି କଣ କରିବି ଲୋ, ଜାଣି ପାରିଲିନି ଖୁସିରେ ସେମିତି କରିଦେଲି)

Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।

ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।

Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।

ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ । 

Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If  you like this story so share to your friends, Thanking You.