Love Forever 12( A Story of Love Birds)

Love Forever( A Story of Love Birds) ...12
Love Forever( A Story of Love Birds) …12

ତାପର ଦିନ ଠାରୁ ୪ ଦିନ ପର୍ଯନ୍ତ ପ୍ରତ୍ୟେକ ଦିନ ଠାକୁରାଣୀ ପାଖେ ସାକ୍ଷାତ ହୁଏ ଏବଂ ଦୁଇ ଘଣ୍ଟା କଥା ବାର୍ତ୍ତା ପରେ ପୁଣି ଫେରିଯାଉ ।

ଶେଷ ଦିନ ମୁଁ ମନ୍ମଥ କୁ କହିଲି ମୁଁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବି , ମିହିର କୁ ଦେଖା କରିବା ପାଇଁ ସେ ମୋତେ ଠିକ୍ ସମୟରେ ନେଇ ପହଞ୍ଚିଲା । ମିହିର ପାଇଁ ମୁଁ ଆଳୁ ପରଟା କରି ନେଇ ଯାଇଥିଲି ଏବଂ କିଛି ରସଗୋଲା। ମୋର ପ୍ୟାକେଟ ଦେଖି ପଚାରିଲା ଏଥିରେ କଣ ଅଛି ? ମୁଁ ଆଳୁ ପରଟା କହିବା ପରେ ସେ ଖୁସି ହେଲା ଏବଂ କହିଲା ନିଶ୍ଚୟ ଭଲ ହୋଇଥିବ ।
ସେଠି ମିହିର ର ବାପା ବୋଉ ମଧ୍ୟ ଆସିଥିଲେ ଏବଂ ଶେଷ ଦେଖାରେ ମୁଁ ତାକୁ ହଗ୍ କରିବାକୁ ଚାହୁଁଥିଲି କିନ୍ତୁ ତାହା ଅସମ୍ଭବ ହେଲା । ମିହିର ଯିବା ଦୁଃଖରେ ସମସ୍ତଙ୍କ ଆଖିରେ ଲୁହ ଥିଲା କିନ୍ତୁ ମୁଁ ମୋ ଲୁହ କୁ ଚାପି ରଖିଥିଲି । ଯେତେବେଳେ ମିହିର ବସ୍ ରେ ବସିଲା ମୋର ଆଖି ଲୁହ କୁ ରୋକି ପାରିଲିନି। ବହୁତ୍ କାନ୍ଦିଲି, ମନ୍ମଥ ମୋତେ ବୁଝେଇଲା ଏବଂ ଦୁହେଁ ଫେରିଗଲୁ ଘରକୁ ।


ସେଦିନ ରାତିରେ ବହୁତ୍ ଦୁଃଖୀ ହେଲି ଖାଇବାକୁ ଇଚ୍ଛା ହେଲା ନାହିଁ । ବୋଉ ମୋତେ ବାରମ୍ବାର ଡାକିଲା କିନ୍ତୁ ମୋର ଇଚ୍ଛା ନ ଥାଇ ଅଳ୍ପ ଖାଇ ଫେରି ଆସିଲି । କୋଉଥିରେ ମଧ୍ୟ ମନ ଲାଗିଲା ନାହିଁ ।

ବାହାର କରିଲି ମୋ ଆଲବମ୍ ଯେଉଁଠି କେବଳ ମୋର ଏବଂ ମିହିର ର ଫୋଟୋ ଥାଏ । ପିଲାଦିନ ରୁ କଲେଜ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଫୋଟୋ ସେଥିରେ ଥିଲା । ଗୋଟିଏ ଗୋଟିଏ ଫୋଟୋ ଦେଖିବାରେ ଲାଗିଲି । ଗୋଟିଏ ଫୋଟୋ କୁ ଦେଖୁ ଦେଖୁ ଅଟକି ଗଲି ସେଥିରେ ମୁଁ ମିହିର କୁ ଖୁଆଇ ଦେଉ ଥାଏ । ତାହା ଥିଲା ଭଡ଼ା ଘରର ଫୋଟୋ । ଆଖି ଲୁହ ଯାଇ ପଡ଼ିଲା ଫୋଟୋ ଉପରେ । ବହୁତ୍ ଦୁଃଖ ଲାଗୁଥିଲା ।


ମୁଁ ଜାଣିଛି ମିହିର ମୋତେ ବହୁତ୍ ଭଲ ପାଏ କିନ୍ତୁ ତାର ଦେଇଥିବା ପ୍ରତିଶୃତି ପାଇଁ ମୁଁ ପଛ ଘୁଂଚା ଦେଇ ଦିଏ । ସେ ପ୍ରତିଶ୍ରୁତି ଏମିତି ଥିଲା !!

+୩ ଦ୍ଵିତୀୟ ବର୍ଷ ସମୟରେ ମିହିର ରହୁଥିବା ଭଡ଼ା ଘରେ ଗଣେଶ ପୂଜା ର ଆୟୋଜନ ହୋଇଥିଲା ସେଦିନ ମୁଁ ଶାଢ଼ୀ ପିନ୍ଧି ଆସିଥିଲି । ମିହିର କୁହେ ସେଦିନ ମୁଁ ବହୁତ୍ ସୁନ୍ଦର୍ ଦେଖା ଯାଉଥିଲି । ମୁଁ ଯେଉଁ ଡ୍ରେସ୍ କିଣି ଆଣେ ପ୍ରଥମେ ମିହିର କୁ ଦେଖାଏ। ସେ ଯଦି ପସନ୍ଦ କରେ ତା ପରେ ମୁଁ ପିନ୍ଧେ କିନ୍ତୁ ସେ ଶାଢ଼ୀ ଟି ବୋଉ ର ଥିଲା ଏବଂ ତାହା ବାବାଙ୍କ ଦିଆ ଯାଇଥିବା ଉପହାର ଥିଲା । କାହିକି ନା ବାବା ଙ୍କ ଫରେଷ୍ଟ ରେଞ୍ଜର ପଦ ରେ ପ୍ରମୋଶନ ହୋଇଥିଲା ।

ବାକି ଆମ ପାଇଁ ମଧ୍ୟ ଡ୍ରେସ ହୋଇଥିଲା । ମିହିର କହେ, ମୁଁ ସେ ଶାଢ଼ୀ ରେ ଯେମିତି ରାଜକୁମାରୀ ପରି ଲାଗୁଥିଲି। ବୋଉ ମୋତେ ସଜେଇ ଦେଇଥିଲା। ଆମ ଘରେ ମୋ ଖୁସି ପାଇଁ ସବୁ କରନ୍ତି। ଆମ ଘରେ ସମସ୍ତେ ଜାଣନ୍ତି ଯେ ମୁଁ ମିହିର କୁ ଭଲ ପାଏ ବୋଲି ।

କେହି ମୋତେ ବାରଣ କରନ୍ତି ନାହିଁ କାରଣ କାହିଁ କେଜାଣି ଆମ ଘରେ ମୋ ଉପରେ ବହୁତ୍ ବିଶ୍ୱାସ କରନ୍ତି । ମୋତେ ବୋଉ ଶାଢ଼ୀ ପିନ୍ଧେଇ ଦେଇ କହିଲା ମିହିର ତାରିଫ୍ ରେ କଣ କହିଲା ସେ କଥା ମୋତେ ଆସି ଜଣେଇବୁ । ସେଦିନ ପୂଜା ସରିବା ପରେ ମିହିର ଚନ୍ଦନ ଟିପା ସମସ୍ତଙ୍କ ମଥାରେ ଲଗେଇ ଦେଉଥିଲା ।

ସେ ଯେତେବେଳେ ମୋତେ ଲଗେଇଲା ସେତେବେଳେ ମୁଁ ଓଢଣା ଦେଇ ମିହିର କୁ ମୁଣ୍ଡିଆ ଟିଏ ମାରିଲି । ମିହିର ମୋତେ ଉଠେଇ ପଚାରିଲା ଏ କଣ? ମୁଁ କହିଲି, ମୋତେ ଇଚ୍ଛା ହେଲା ମୁଁ ମୁଣ୍ଡିଆ ମାରିଦେଲି, ଏଠି ଭୁଲ କଣ?? ମିହିର କହିଲା ଭୁଲ କିଛି ନାହିଁ କିନ୍ତୁ ଏ ସମୟରେ ଏଇ ସବୁ ସଂସ୍କାର କିଛି ଅଲଗା ଲାଗୁନି??

ମୁଁ କହିଲି ମୋର ଇଛା ହେଲା ତେଣୁ ମୁଁ କରିଦେଲି ଏଥିରେ ମୋର ଭୁଲ କଣ? ସବୁ ସାଙ୍ଗ ମିହିର କୁ କହିଲେ , ଅନୁ କୁ ଚନ୍ଦନ ଟିପା ନୁହେଁ ସିନ୍ଦୂର ପିନ୍ଧେଇ ବାର ଥିଲା। ମିହିର କହିଲା ସେ ସମୟ ପାଇଁ ବହୁତ୍ ଦିନ ଅଛି ଏବଂ ସେ ସିନ୍ଦୂର ମୋ ହାତରୁ ଲାଗିବ ନା ଆଉ କାହା ହାତରୁ ଲାଗିବ ମୁଁ କେମିତି କହିବି।

ହଁ ଯଦି ମୋ ବାୟାଣୀ ପାଇଁ ମୋତେ ଭଗବାନ ଯୋଡ଼ି ରଖିଥିବେ ତେବେ ଏ ଦୁନିଆର କେତେ ଝଡ଼ ବତାସ ଆସିଲେ ମଧ୍ୟ ଆମ ଦୁଇ ଜଣ ଙ୍କୁ କେହି ଅଲଗା କରି ପାରିବେ ନାହିଁ ।

ମିହିର କହିଲା, ସେ ଦିନ କୁ ମୁଁ ଅପେକ୍ଷା କରିଛି ଯେଉଁ ଦିନ ମୁଁ ନିଜେ ସଫଳ ମଣିଷ ହୋଇ ମୋ ବାୟାଣୀ ର ହାତ ମାଗିବାକୁ ତା ଘରକୁ ଯିବି । ସେଠି ତା ବାପାଙ୍କୁ ଅନୁରୋଧ କରିବି ଯଦି ସେ ମୋ ସହିତ ମୋ ବାୟାଣୀ ର ବିବାହ କରିବା ପାଇଁ ରାଜି ହେବେ ତେବେ ଠିକ୍ ଯଦି ସେ ମନା କରିବେ ତେବେ ମୋ ବାୟାଣୀ କୁ ଗୋଟିଏ ସୁଯୋଗ ଦେବି ।
ସେତେବେଳେ ସମସ୍ତଙ୍କ ଆଗରେ ପ୍ରଶ୍ନ କରିବି। ସେ କଣ ଚାହୁଁଚି ? ସେ ଯଦି ମୋ ସହିତ ବିବାହ କରିବ ତେବେ ନିଜ ଘର ର ଖୁସିରେ ବିବାହ କରିବାକୁ କହିବି। କିନ୍ତୁ ମୋର ଆଶା ମୋ ବାୟାଣୀ ମୋତେ ହିଁ ବିବାହ କରିବ ଏବଂ ମୁଁ ନିଶ୍ଚୟ ଆସିବି ଆଉ ସେ ପର୍ଯ୍ୟନ୍ତ ମୋ ବାୟାଣୀ ମୋତେ ଅପେକ୍ଷା କରିବ ବୋଲି ମୋର ବହୁତ୍ ଆଶା ।

ଯଦି ଅବା ମୁଁ ବାୟାଣୀ ସହିତ ବିବାହ କରିବି ତେବେ ତାକୁ ଘରଠୁ ଦୂରେଇ ନେଇ ବିବାହ କରିବା ମୋର ଇଚ୍ଛା ନାହିଁ ଯଦି ହେବ ତେବେ ରୀତି, ନୀତି ଏବଂ ତିଥି ଅନୁସାରେ ବିବାହ କରିବି । ମୋ ବାୟାଣୀ କିମ୍ବା ମୋ ବାୟାଣୀ ର ପରିବାର କୁ ଜବରଦସ୍ତି କରିବି ନାହିଁ । ଏତିକି କହି ମିହିର ମୋତେ ପଚାରିଲା ମୋତେ ଅପେକ୍ଷା କରିବୁ ନା? ବାୟାଣୀ??? ମୁଁ ମୁଣ୍ଡ ହଲେଇ ହଁ କରିଲି।

ବର୍ତ୍ତମାନ ସେ ଦିନ ପାଖେଇ ଆସିଲାଣି । ମୁଁ ଅପେକ୍ଷା କରିଛି ମିହିର କୁ। ମୋ ଘର ଲୋକଙ୍କୁ ତ ମୁଁ ମନେଇ ଦେବୀ। କେବଳ ମିହିର ଟ୍ରେନିଂ ସାରି ମୋ ଘରକୁ କେବେ ଆସିବ ସେ ଅପେକ୍ଷାରେ। କୂଳ ସମାଜ ଏବଂ ଗାଁ ଲୋକଙ୍କ ପ୍ରତିବାଦ ଯୋଗୁ ବାପା ମନା କରି ପାରନ୍ତି କିନ୍ତୁ ମୋର ଖୁସି ପାଇଁ ସେ ମନା କରିବେ ନାହିଁ ।
ସେ ସମୟରେ ଏସ୍ ଟି ଡି ଫୋନ୍ ବୁଥ ଆରମ୍ଭ ହେଲା। ମିହିର ମୁଁ ବେଳେ ବେଳେ କଥା ହୋଇ ଥାଉ କିଛି ଦିନ ପରେ ଆମ ଘରେ ମଧ୍ୟ ଲାଣ୍ଡ ଲାଇନ୍ ଆସିଲା। ବେଳେବେଳେ ସଂଧ୍ୟା ସମୟରେ ଘଣ୍ଟା ଘଣ୍ଟା ଧରି କଥା ହେଉ। ମାସ ଶେଷରେ ବିଲ ଦେଖି ବାପା ରାଗରେ ମୋ ଆଡ଼କୁ ଦେଖିଲେ ମୁଁ ମୁରୁକି ହସି ଦିଏ ବାପା କିଛି କୁହନ୍ତି ନାହିଁ । ବେଳେବେଳେ ସେ ମୋତେ ଚିଠି ଲେଖେ । ଦେଖୁ ଦେଖୁ ଚାଲିଗଲା ୩ ମାସ।
ସ୍କୁଲ ବେଳର ସାଙ୍ଗ ମାନେ ମୋ ଖରାପ ସାଙ୍ଗ ଦିପୁ ପୁରା ନାମ ଦିପ୍ତିମୟୀ ହୋତା । ସେ ଦଶମ ପର୍ଯ୍ୟନ୍ତ ମିହିର ପଛରେ ଲାଗିଥିଲା । ଦିନେ ମିହିର ପାଇଁ ଦିପୁ ର ମୋର ଚୁଟି ଧରି ଝଗଡା ମଧ୍ୟ ହୋଇଥିଲୁ ମାତ୍ର ମିହିର ସେ କଥା ଜାଣି ନଥାଏ । ସେଦିନ ମିହିର କିଛି କାରଣ ପାଇଁ ନିଜ ଗାଁ କୁ ଯାଇଥାଏ କିନ୍ତୁ ଏବେ ପୁଣି ମୋ ଜୀବନରେ ନୂଆ ସମସ୍ୟା ନେଇ ପହଁଚିଗଲା ।
Part-13 ରେ ପଢ଼ିବେ : (ବୟସ ପାଖାପାଖି 37 ରୁ 38 ଅଧା ଚନ୍ଦା ଏବଂ ବଡ ବଡ ଆଖି, ଡ୍ରେସ ପିନ୍ଧା ରୁ ଲାଗୁଥିଲା କୋଉ ଅଫିସର କିନ୍ତୁ ରଙ୍ଗରେ ପୁରା ଆଫ୍ରିକା ଦେଶ ର ଲୋକ ଭଳି)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

One thought on “Love Forever 12( A Story of Love Birds)”

Put your Valuable feedback