Love Forever 14( A Story of Love Birds)

Love Forever( A Story of Love Birds) ...14
Love Forever( A Story of Love Birds) …14

Click here part-13

ଦିନେ ରାତିରେ ଖାଇବା ପୂର୍ବରୁ ବାପା ଙ୍କୁ ମୁଁ ପଚାରିଦେଲି, ବାପା ତମେ ମଦ କାହିଁକି ପିଇ ଆସିଥିଲ । ବାପା ଚୁପ୍ ହୋଇ ରହିଲେ ,ମୁଁ ପୁଣି ପଚାରିଲି ବାପା କହିଲେ , ଆମର ଷ୍ଟାଫ୍ ମାନେ ପାର୍ଟି କରିଥିଲେ । ମୋତେ ବାଧ୍ୟ କରିଲେ ତ ମୁଁ ପିଇ ଦେଲି । ବାପାଙ୍କୁ ପଚାରିଲି କିଏ ଦେଇଥିଲା ପାର୍ଟି । ବାପା କହିଲେ ଭଗବାନ ସାର୍ । ମୋର ରାଗ ପ୍ରବଳ । ସେ ଷଣ୍ଢ ନାମ ଶୁଣି ମୁ କହିଲି ସେ ମାଗଣା ଦେଇଥିବ ଆଉ ତମକୁ ଅମୃତ ଭଳି ଲାଗିଥିବ ନା? ବାପା କହିଲେ ସେମିତି ନାହିଁ ମା, ସେ ଖୁସିରେ ଦେଲେ ।
ବୋଉ ଆସି ପହଁଚିଲେ, ଏବଂ କହିଲେ କଥା ସରିଲା ଯଦି ହାତ ଧୋଇ ଖାଇବାକୁ ବସ । ମୁଁ ବୋଉ କୁ କହିଲି ଯେ ବାପା ଙ୍କୁ କୁହ, ନା ମୋତେ ମଦ ପସନ୍ଦ ଏବଂ କୋଉଠି କାହା ସହିତ ମାଗଣା ମଦ ପିଇବା ଛାଡି ଦିଅନ୍ତୁ । ବୋଉ ବାପା ଙ୍କୁ ଚାହିଁଲେ । ବାପା ଇଶାରା ରେ ବୋଉ କୁ ହଁ ବୋଲି କହିଲେ । ତାପରେ ସମସ୍ତେ ମିଶି ଖାଇଲୁ ।
ମିହିର ଆସିବାର ୪ ମାସ ବାକି ଥିଲା ଦିନେ ସକାଳ ସମୟରେ ମିହିର ସହିତ ଫୋନ୍ ରେ କଥା ହୋଇ ଜାଣିଲି ଯେ ତାର ଦେହ ଭଲ ନାହିଁ ତାକୁ ଜ୍ଵର ହୋଇ ଯାଇଛି । ମିହିର କଥା ନେଇ ମୁଁ ଚିନ୍ତାରେ ବସିଛି। ବାପା ଡିଉଟି ଯିବା ସମୟରେ ମୋତେ ଚିନ୍ତାରେ ବସି ଥିବା ଦେଖି ପଚାରିଲେ କଣ ହେଲା ଅନୁ? ମୁଁ କହିଲି ବାପା ମିହିର ର ଦେଖ ଖରାପ ଏବଂ ସେ ସେଠୀ ମେଡିକାଲ୍ ରେ ଅଛି ଏତିକି ଶୁଣି ବାପା ଙ୍କ ମୁଡ୍ ଗରମ।
କହିଲେ ସେ ମିହିର କୁ ଭୁଲି ଯାଆ । ସବୁବେଳେ ମିହିର ମିହିର କହି ମୋତେ ଏ ଝିଅ ପାଗଳ କରିଦେବ ଲାଗୁଛି । କଣ ଅଛି ଯେ ତା ପାଖରେ, ତା ନାମକୁ ଦିନ ରାତି ଜପି ବାରେ ଲାଗିଛୁ । ସେ ତ ଆମ କୁଳ ସମାଜର ନୁହଁ ଏବଂ ଆମ କୂଳ ସମାଜ ଭାଇ ଲୋକ ତାଙ୍କ କୂଳ ରେ ତୋତେ ବିବାହ କରିବାକୁ ଅନୁମତି ଦେବେ ନାହିଁ । ତାକୁ ଭୁଲିବାକୁ ଚେଷ୍ଟା କର ।
ଏତିକି କହି ସେ ଡିଉଟି ଚାଲିଗଲେ। ବୋଉ ଏବଂ ମନ୍ମଥ ଆସି ପହଞ୍ଚିଗଲେ। ବୋଉ ମୋ ପାଖକୁ ଆସି କହିଲେ, ବାପା ଙ୍କ ର ବୋଧେ ମୁଡ୍ ଖରାପ ଅଛି ତୁ ତାଙ୍କ କଥା କୁ ଭୁଲି ଯାଆ । ଏତିକି ବାର୍ତ୍ତାଳାପ ପରେ ମୋ ଆଖିରୁ ଲୁହ ବହି ଯାଉଥାଏ। ସେପଟେ ମିହିର ର ଦେହ ଖରାପ ଆଉ ଏପଟେ ଘରେ ଗୃହ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ସେଦିନ ମୁଁ ବାପା ଙ୍କ ସହିତ କଥା ହେଲି ନାହିଁ । ରାଗରେ ଖାଇଲି ନାହିଁ କିନ୍ତୁ ବୋଉ ବୁଝେଇବା ପରେ ଖାଇଲି।
ଦିନେ ସେ ଷଣ୍ଢ ଆମ ଘରକୁ ଫୋନ୍ କରିଲା ସେତେବେଳେ ମୁଁ ଘରେ ଥିଲି। ବାପା ଡିଉଟି ରେ ଥିଲେ ମା ଏବଂ ବଡ ମା ମିଶି ଛାତ ଉପରେ ଲିଆ ବଢ଼ି ସୁଖେଇବା ରେ ଲାଗିଥିଲେ । ମନ୍ମଥ ଶୋଇଥିଲାମୁଁ ଡାଏରୀ ଲେଖିଥିଲି ।
ଫୋନ୍ ବାଜିବା ପରେ ମୁଁ ଯାଇ ଉଠେଇଲି। ସେ ଷଣ୍ଢ ଧିର ସ୍ଵରରେ ହେଲୋ ବୋଲି କହିଲା ମୁଁ ଭାବିଲି ମିହିର କରିଛି ବୋଲି ମୁଁ ମୋ ଯେମିତି ସବୁଦିନ କଥା ହୁଏ ସେମିତି କଥା ହେବା ଆରମ୍ଭ କରିଦେଲି ।
ମୋ ଗେଲୁ, ମୋ ଧନ, ଆଜି କେମିତି ଖରା ବେଳା ସମୟରେ ମନେ ପଡ଼ିଗଲା । ତମେ ତ କହୁଥିଲ ବାହାରେ କୋଉଠି ଟ୍ରେନିଂ ପାଇଁ ଯିବ । ହଉ ଭଲ ହେଲା ଗଲ ନାହିଁ । ଆଜି କଣ ଟ୍ରେନିଂ ନାହିଁ କି । ଆଉ କଣ ଖାଇଛ , ଜାଣିଛ ତମକୁ ବହୁତ୍ ମିସ୍ କରୁଛି । ତମର ଆସିବା ଦିନ କୁ ମୁଁ କ୍ୟାଲେଣ୍ଡର ରେ ଗୋଟିଏ ଗୋଟିଏ ଦିନ କାଟିବାରେ ଲାଗିଛି । ତମେ କଣ କହୁନ ଯେ, ଆଚ୍ଛା ମୋ ଧନ କୁ ମୋ କଥା, ମୋ ସ୍ୱର ବହୁତ୍ ପସନ୍ଦ ପରା । ହଉ କୁହ କେମିତି ଚାଲିଛି ଟ୍ରେନିଂ ??? ସେପଟୁ ଉତ୍ତର ଆସିଲା ଟ୍ରେନିଂ ତ କୋଉ ଦୁଇ ବର୍ଷ ପୂର୍ବରୁ ସରିଗଲାଣି।
ଏତିକି ସ୍ୱର ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ସେ ସ୍ବର ସେ ଷଣ୍ଢ ର ଥିଲା । ଡରରେ ମୋର ଦେହ ସାରା ଲୋମ ଟାଙ୍କୁରି ଗଲା । ମୁଁ ଭଗବାନ ସାର୍ କହୁଛି ବୋଲି କହିଲେ । ତାପରେ ମୋ ରାଗ ବଢ଼ିଗଲା । ମୁଁ କହିଲି, ଭୁଲ ରେ ମୋ ସାଙ୍ଗ ବୋଲି କଥା ହୋଇଗଲି । ଆପଣ ମଧ୍ୟ ସେତେବେଳୁ ଚୁପ୍ ଥିଲେ । ସେ ଷଣ୍ଢ କହିଲା କିଛି ଅସୁବିଧା ନାହିଁ ଏମିତି ବେଳେବେଳେ ହୋଇଯାଏ ।
ମୁଁ କହିଲି ବାପା ଡିଉଟି ରେ ଅଛନ୍ତି । କଣ କାମ ଥିଲା କି?? ସେ କହିଲେ ବାପା ଅଫିସ ରେ ନାହାନ୍ତି, ମୁଁ ଭାବିଲି ଘରେ ଅଛନ୍ତି ବୋଲି ଫୋନ୍ କରିଦେଲି । ମୁଁ କହିଲି ସେ ଡିଉଟି ରେ ଅଛନ୍ତି ସେଠୀ କୋଉଠି ଥିବେ, ଆଉ କଣ କାମ ଅଛି କୁହନ୍ତୁ। ସେ ମୋତେ ପଚାରିଲା ଆଉ କଣ କୁହ, ତୁମର ପଢା ପଢ଼ି କେମିତି ଚାଲିଛି । ମୁଁ କହିଲି ପଢା ପଢ଼ି ସରିଗଲାଣି । ସେ ପଚାରିଲା, ବାହାଘର ପାଇଁ ରେଡ଼ି ହେଉଛ । ମୁଁ ଚୁପ୍ ରହିଲି କାରଣ ତାର ଅସଲ ରୂପ ଜାଣି ନଥିଲି।
ଏତିକିବେଳେ ବୋଉ ଆସିଗଲେ ମୁଁ ବୋଉ କୁ ଫୋନ୍ ଦେଇ ଧିରେ କହିଲି ସେ ଷଣ୍ଢ ଫୋନ୍ କରିଛି। ବୋଉ ଫୋନ୍ ଧରିବା ପରେ ସେ ଅଳ୍ପ କଥା ହୋଇ ରଖି ଦେଲା । ସେ ସେଦିନ ମୋ ସହିତ କଥା ହେବାକୁ ଫୋନ୍ କରିଥିଲା । ବାପା ଘରକୁ ଆସିବା ପରେ ମୁଁ ବାପା ଙ୍କୁ ପଚାରିଲି । ବାପା କହିଲେ ଭଗବାନ ସାର୍ ମୋତେ ଅଫିସ କାମରେ ବ୍ୟାଙ୍କ୍ ଯିବାକୁ କହିଥିଲେ । ମୁଁ ସବୁ ସତ କଥା କହିଲି । ବାପା ଭଲ ହେଲା ସେ ଫୋନ୍ କରିଥିଲେ କଥା ହେଲୁ ତ ?
ମୁଁ ବୁଝି ନ ପାରି ପୁଣି ପଚାରିଲି କଣ ଭଲ । ବୋଉ ପଚାରିଲେ ସେ ସାର୍ କାହିଁକି ଫୋନ୍ କରିଥିଲେ । ବାପା ବୋଉ କୁ କହିଲେ ମୁଁ ପରେ କହିବି ସବୁ କଥା । ଏବେ ମୁଁ ଯାଇ ଗାଧେଇ ଆସେ । ବାପା ଚାଲିଗଲେ ବାଥରୁମ୍ କୁ ଏବଂ ମୋ ମୁଣ୍ଡରେ ସେ କଥା ଗୋଳି ଘାଣ୍ଟି ହେଉଥାଏ ।
ବୋଉ କୁ ପଚାରିଲି ବାପା ଦିନ କୁ ଦିନ ବଦଳି ବାରେ ଲାଗିଛନ୍ତି କଣ ହେଇଛି ତାଙ୍କର । ବୋଉ କହିଲେ ତୁ ଯାଅ ତୋ ରୁମ୍ କୁ ମୁଁ ବାପା ସହିତ କଥା ହେଉଛି । ମୁଁ ଚାଲିଗଲି ମୋ ରୁମ୍ କୁ । ପ୍ରାୟ ଅଧା ଘଣ୍ଟା ପରେ ମାନେ ୫ ଟା ପାଖାପାଖି ବାପା ବୋଉ ଉପରେ ଚିତ୍କାର କରି କଣ କଣ କହୁଛନ୍ତି ।
ମୁଁ ରୁମ୍ କୁ ଆସିବା ପରେ ମୋର ଆଖି ଲାଗି ଯାଇଥିଲା । ମୁଁ ଶବ୍ଦ ଶୁଣି ତଳକୁ ଗଲି ସେ ସମୟରେ ବାପା କହୁଛନ୍ତି ଯେ ତାକୁ ବୁଝେଇ ଦିଅ, ସେ ବାହାଘର ପାଇଁ ରାଜି ହେବ ନ ହେଲେ ମୋ ରୂପ ଦେଖିବ । ସେ ମିହିର କୁ ଭୁଲିବା ପାଇଁ ଚେଷ୍ଟା କରୁ । ବୋଉ କହିଲେ ଧିରେ କୁହ ସେ ଶୁଣିବ ।
ସେତେବେଳେ ମୁଁ ପହଞ୍ଚି ଗଲି । ବାପା ମୋତେ ଦେଖି ରାଗ ଆଖିରେ କିଛି ନ କହି ବାହାରକୁ ଚାଲିଗଲେ । ମୁଁ ବୋଉ କୁ ପଚାରିଲି ମୋର ବାହାଘର କାହା ସହିତ କହୁଛନ୍ତି ବାପା। ବୋଉ କହିଲେ ସେ ଭଗବାନ ସାର୍ ସହିତ । ମୋ ପାଦ ତଳୁ ମାଟି ଖସିବା ଭଳି ଅନୁଭବ ହେଲା । ମୁଁ ମୁଣ୍ଡରେ ହାତ ଦେଇ ବସିଲି । ବାପା ଏମିତି କଣ ନିଷ୍ପତି ନେଉଛନ୍ତି । ପାଖରେ ମନ୍ମଥ ସବୁ ଶୁଣିଥିଲା ମୋତେ ସବୁ କହିଲା ।

…………………………………………….
Part-15 ରେ ପଢ଼ିବେ : (ଏ ଭଗବାନ ସାର୍ କୁ ଚାନ୍ଦ ବନେଇ ମୋ ଗଳା ରେ ହାର କରି ପିନ୍ଧିବାକୁ ଚାହେଁନି ବାପା)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Facebook Comments

2 thoughts on “Love Forever 14( A Story of Love Birds)”

Put your Valuable feedback