Love Forever 2 ( A Story of Love Birds)

Love Forever( A Story of Love Birds) ...2
Love Forever( A Story of Love Birds) …2

ଚାରିଦିନ ପରେ ମନ୍ମଥ ମୋ ମନ କଥା ବୁଝି ସନ୍ଧ୍ୟାରେ ମିହିର କୁ ଘରକୁ ଡ଼ାକି ଆଣିଲା । ସେତେବେଳେ ମୋର ତିନୋଟି ସାଙ୍ଗ ମୋ ପାଖେ ବସିଥିଲେ ।

ଘରେ ବଡ ଲୋକ କେହି ନଥିଲେ । ଯେତେବେଳେ ମୁଁ ମିହିର କୁ ଦେଖିଲି ଆଉ ରହିପାରିଲି ନାହିଁ । ଦଉଡ଼ି ଯାଇ ତାକୁ କୁଂଢ଼େଇ ପକେଇଲି। ମୁଁ ଜାଣିନି ମୋତେ କାହିଁକି ଏତେ ଖୁସି ଲାଗିଲା । ମୁଁ ତ ଖୁସି ହୋଇଗଲି କିନ୍ତୁ ମିହିର ପୁରାପୁରି ଡରିଗଲା ।
ଥଣ୍ଡା ଦିନ ଥିଲା ମାତ୍ର ସେ ସମୟର ମିହିର ଦେହରୁ ଡରରେ ଝାଳ ବୋହିବାକୁ ଲାଗିଲା। ପ୍ରାୟ ୩ ସେକେଣ୍ଡ ପରେ ମୋତେ ମଧ୍ୟ ଅନୁଭବ ହେଲା କୁ ମୁଁ ଭୁଲ କରିଦେଲି। ଏପଟେ ସେପଟେ ଦେଖିଲି ମୋର ତିନି ଜଣ ଝିଅ ସାଙ୍ଗ ଏବଂ ମୋ ସାନ ଭାଇ ମୋତେ ବଡ ବଡ ଆଖିରେ ଅନେଇ ଥାନ୍ତି ।
ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଅନୁ କଣ କଲା ? ମୋ ଭାଗ୍ୟ ଭଲ ସେ ଘରେ ବଡ ଲୋକ କେହି ନଥିଲେ । ମୋତେ ଅନୁଭବ ହେଲା ପରେ ମୁଁ ମିହିର କୁ ଛାଡ଼ି ସାଙ୍ଗ ମାନଙ୍କ ପାଖକୁ ଯାଇ ମିହିର କୁ ସାମ୍ନାରେ ଥିବା ବିଛଣା ରେ ବସିବାକୁ କହିଲି।
ମିହିର ମଧ୍ୟ ଆଶ୍ଚର୍ଯ୍ୟ ଅବସ୍ଥାରେ ଚାହିଁ ରହିଥିଲା । ମୋ ସାଙ୍ଗ କୁନି ମୋ କାନ ପାଖକୁ ଆସି ପଚାରିଲା । ଏ କଣ କଲୁ ? ତୁ ତାକୁ ଛୁଇଁବା ଠିକ୍ ନଥିଲା । ମୁଁ ମଧ୍ୟ ମୁଣ୍ଡ ତଳକୁ କରି କହିଲି କଣ କରିବି ଲୋ, ଜାଣି ପାରିଲିନି ଖୁସିରେ ସେମିତି କରିଦେଲି ।
ମନ୍ମଥ ସେଠୁ ଚାଲି ଯିବାକୁ ବାହାରିଲା । ମନ୍ମଥ ମୋ ଠାରୁ ୨ ବର୍ଷ ସାନ । ସେ ମଧ୍ୟ ସବୁ ଜାଣୁଥିଲା । ମୋତେ ଲାଗିଲା ସେ ବୋଉ କୁ ଯାଇ କିଛି କହିଦେବ । ମୁଁ ତାକୁ ଡାକିଲି । ଏବଂ ଧିର ସ୍ଵରରେ କହିଲି କିଛି କହିବୁନି ରେ, ଅଜାଣତେ ହେଇଗଲା ।
ସେ କିଛି ଉତ୍ତର ନ ଦେଇ ଚାଲିଗଲା । ମାତ୍ର ସେ କିଛି କହିଲା ନାହିଁ । ମିହିର କିଛି ସମୟ ଚୁପ୍ ବସିଲା ପରେ ମୋ ସାଙ୍ଗ ମାନେ ମୋତେ ପଚାରିଲେ ଆମେ ଏବେ ଆସୁଛୁ । ମୁଁ କହିଲି ରୁହ,ରୁହ ତମେ ଥାଇ ମୁଁ ମିହିର ସହିତ ଅଳ୍ପ କଥା ହୋଇଯିବି।
ତାପରେ ସେମାନେ ରହିଲେ । ମୁଁ ଆଉ ମିହିର କଥା ହେଲୁ , ମିହିର କେବଳ ମୁଣ୍ଡ ହଲେଇ ଉତ୍ତର ଦେଉଥିଲା ସେ ମଧ୍ୟ ବହୁତ୍ ଲାଜକୁଳା। ତାକୁ ଦୁଇ ଦିନ ବାରମ୍ବାର କହିବା ପରେ ସେ ଆସିଛି।
ଆମେ ୫ ମିନିଟ୍ କଥା ବାର୍ତାରେ କେବଳ ହାଲଚାଲ ପଚାରିବା ହୋଇଛି ସେତେବେଳେ ବୋଉ ଆସିଗଲେ । ମିହିର ବୋଉ କୁ ଦେଖି ପ୍ରଣାମ କରିଲା । ତାପରେ ମିହିର ଉଠି କହିଲା ମୁଁ ଏବେ ଆସୁଛି କହି ଚାଲିଗଲା ।
ଆମ ଘରେ ମିହିର ଏବଂ ମୋର ବନ୍ଧୁତା ବିଷୟରେ ସମସ୍ତେ ଜାଣିଛନ୍ତି ଏବଂ ମିହିର କୁ ସମସ୍ତେ ପସନ୍ଦ ମଧ୍ୟ କରନ୍ତି କିନ୍ତୁ ବୋଉ ମୋତେ ଅଳ୍ପ ଗାଳି ଦେଇ କହିଲେ ଏ ସମୟରେ ତାକୁ କାହିଁକି ଡାକିଥିଲୁ । ମୁଁ ଚୁପ୍ ରହିଲି ।
ବୋଉ କହିଲେ ତୋର ସେ ସାଙ୍ଗ ମାତ୍ର ଏହି ସମୟରେ ତା ସହିତ ଦେଖା କରିବାର ନଥିଲା । ପଡୋଶୀ ଲୋକ କିମ୍ବା କୁଣିଆ ଲୋକ କେହି ଯଦି ଦେଖିବେ ନା କଣ କଣ କହିବେ ଜାଣିଛୁ ?? ଏତିକି ଶୁଣି ମୋ ସାଙ୍ଗ ମାନେ ମଧ୍ୟ ସେଠୁ ନିଜ ନିଜ ଘରକୁ ଯିବା ପାଇଁ ବାହାରିଲେ ।
ମୁଁ ବୋଉ କୁ କହିଲି ଦେଖିବାକୁ ଇଛା ହେଲା ସେଥିପାଇଁ ଡାକିଦେଲି । ବୋଉ କହିଲେ ପରେ ଦେଖିଥାନ୍ତୁ ଏହି ସମୟରେ ଡାକିବା ଭୁଲ ।
ମୋର ଭୁଲ ର ମୁଁ ଅନୁତାପ କରିଲି ଏବଂ ମୁଣ୍ଡ ତଳକୁ କରି ରହିଲି । ବୋଉ ମୋତେ ଏତିକି କହିବା ପରେ ସେ ମୋର ମୁହଁକୁ ଦେଖି କହିଲେ ,” ମା ଲୋ ମୁଁ ତୋତେ, ତୋ ଭବିଷ୍ୟତ ଏବଂ ଆମ ଘର ର ଇଜ୍ଜତ ପାଇଁ କହୁଛି ” ମୁଁ ମୁଣ୍ଡକୁ ହଲେଇ ହଁ ଭରିଲି ।
ବୋଉ ଚାଲିଗଲେ ରୋଷେଇ ଘରକୁ । ମାତ୍ର ମୋ ଭାଗ୍ୟ ଭଲ ଯୋଉ ସମୟରେ ମିହିର ଘରୁ ବାହାରି ଗଲା ସେ ସମୟରେ ଲାଇଟ୍ ଚାଲି ଯାଇଥିଲା ଏବଂ ପଡୋଶୀ ଲୋକ କେହି ଦେଖିନାହାନ୍ତି ।
ସେ ଘଟଣା ପରେ ମୋର ଦେଖା ହେଲା ୭ ଦିନ ପରେ । ସେ ଦିନ କ୍ଲାସ୍ ରେ ଦେଖା ହେଲା ପରେ କେବଳ ସାଧାରଣ ଭାବେ ହାଏ, ହେଲୋ ହେଲା କାରଣ ସେଦିନ ଘଟଣା ଯୋଗୁ, ସେ ଅଳ୍ପ ଲାଜ କରୁଥିଲା ଏବଂ ମୋତେ ମଧ୍ୟ ଲାଜ ଲାଗିଲା ।
କ୍ଲାସ୍ ଆରମ୍ଭ ହେଲା । ମୋର ବିରୋଧରେ କିଛି ସାଙ୍ଗ ଅଛନ୍ତି ଯେମିତି ଦିପୁ ଏବଂ ତାର ଦୁଇଟି ସାଙ୍ଗ। ଦିପୁ କ୍ଲାସ୍ ରେ ଷଷ୍ଠ ରୁ ସେ ପଯ୍ୟନ୍ତ ତୃତୀୟ ନମ୍ବର୍ ରେ ରହି ଆସୁଛି । ସେ ମୋ ଉପରେ ରାଗିବାର କାରଣ ଯେ ସେ ମଧ୍ୟ ମିହିର କୁ ପସନ୍ଦ କରୁଥାଏ ଏବଂ ତାକୁ ଆଉ ଗୋଟିଏ ସୁଯୋଗ ମିଳିଯାଇଛି ସେଦିନ ଆମ ଘର ଘଟଣା ବିଷୟରେ ସେ ଖବର ପାଇ ସେ ବହୁତ୍ ରାଗି ଯାଇଛି ଏବଂ ସେଦିନ ଠାରୁ ଦିପୁ ଯେମିତି ମୋ ପଛରେ ଜୋକ ଭଳି ଲାଗିପଡିଲା।
ଗୋଟିଏ କ୍ଲାସ୍ ପରେ ସେ ମିହିର ପାଖକୁ କିଛି ପ୍ରଶ୍ନ ର ବାହାନା କରି ଆସିଲା । ମିହିର ସମସ୍ତଙ୍କୁ ସାହାଯ୍ୟ କରେ କିନ୍ତୁ ମୁଁ କେବେ ମଧ୍ୟ ଚାହେଁନି କି ମିହିର କୋଉ ଝିଅ କୁ ସାହାଯ୍ୟ କରୁ କିନ୍ତୁ ମିହିର ସାହାଯ୍ୟ କରୁଥାଏ । ସେ ମିହିର ପାଖେ ଆସି ପ୍ରଶ୍ନ ଆଳରେ ମିହିର କୁ ଖରାପ ନଜର ରେ ଦେଖୁଥାଏ ।
ଏପଟେ ମିହିର ତାକୁ ବୁଝେଇବା ରେ ବ୍ୟସ୍ତ । ସେ କେବଳ ମୋତେ ଦେଖେଇ ହେବା ପାଇଁ ଏମିତି କରୁଥିଲା। ତାର ପ୍ରଶ୍ନ ସରିଲା ପରେ ସେ ତା ଯାଗାକୁ ଯାଇ ବସିଲା ।
ଭୂଗୋଳ କ୍ଲାସ୍ ଆରମ୍ଭ ହେଲା । ଭୂଗୋଳ କ୍ଲାସ୍ ଚାଲିଥିଲା ସିନା, ମୁଁ କେବଳ ଦିପୁ କଥା ଭାବୁଥାଏ । ମୁଁ ମୋ ରଫ୍ ଖାତାର ପଛପଟ ପୃଷ୍ଠା ରେ ମିହିର କୁ ଦେବା ପାଇଁ କିଛି ଲେଖିଲି । ସେଥିରେ ଲେଖାଥିଲା, ତୁ ଦିପୁ କୁ ବୁଝାଇବା ସମୟରେ ସେ ଖରାପ ବ୍ୟବହାର କରୁଥିଲା ବୋଲି ଲେଖିଲି ଏବଂ ସେ ଏମିତି କରିବା ଯୋଗୁ ମୋତେ ଭଲ ଲାଗିଲା ନାହିଁ । ତାକୁ ଆଗକୁ କେବେ ସାହାଯ୍ୟ କରିବୁ ନାହିଁ ବୋଲି ଲେଖି ତା ଖାତାରେ ରଖିଦେଲି ।
ମୁଁ ସେ କାଗଜ ଟିକୁ ଦେବା ସମୟରେ ଦିପୁ ଏବଂ ଅନ୍ୟ ପିଲା ମାନେ ମଧ୍ୟ ଦେଖିଛନ୍ତି । ସେତେବେଳେ ସାର୍ ବ୍ଲାକବୋର୍ଡ ରେ କିଛି ଲେଖୁଥିଲେ । କ୍ଲାସ୍ ଭିତରେ ମିହିର ସେ କାଗଜ ଟିକୁ ପଢ଼ି ମୁଣ୍ଡ ହଲେଇ ହଁ କରି ପୁଣି ତାର ଖାତା ଭିତରେ ରଖିଦେଲା ।
ଭୂଗୋଳ କ୍ଲାସ୍ ସରିଲା ପରେ ଦିପୁ ପଛପଟୁ ଧିର ସ୍ୱର ରେ କମେଣ୍ଟ କରି କହିଲା । ଆଜିକାଲି ଘରେ ରାସଲୀଳା ଏବଂ ସ୍କୁଲ ରେ ପ୍ରେମ ପତ୍ର, ଭଲ କଥା ଆମକୁ କିଏ ପଚାରେ । ଏତିକି ଶୁଣି ତା ସାଙ୍ଗ ମାନଙ୍କ ସହ ଅନ୍ୟ କିଛି ପିଲା ମଧ୍ୟ ହସିଲେ ।
ମିହିର ସବୁ ଶୁଣି କିଛି ନ କହି ଚୁପ୍ ବସି ରହିଲା କିନ୍ତୁ ମୁଁ ରହିପାରିଲି ନାହିଁ । ଠିଆ ହୋଇ ଦିପୁ କୁ ପଚାରିଲି ତୋର କଣ ପ୍ରୋବ୍ଲମ୍ ଅଛି କି କହ ? ଦିପୁ ଚୁପ୍ .. ତାକୁ କହିଲି ମୋର ଯାହା ଇଚ୍ଛା ତାହା କରିବି କାରଣ ସେ ମୋ ସାଙ୍ଗ ତମ ଭଳି ଖରାପ ନଜରରେ ତାକୁ ଦେଖିନି କି ସେ ମଧ୍ୟ ମୋତେ କେବେ ଖରାପ ନଜର ରେ କେବେ ଦେଖିନି ।

Part-3 ରେ ପଢ଼ିବେ : (ମିହିର କହିଲା , ତୋତେ କେହି କହିଲେ ମୋତେ କାହିଁକି ଦୁଃଖ ଲାଗେ ରେ। ମୁଁ ଶୁଣି ଖୁସି ହେଲି। ତାହା ମୋ ଭାଗ୍ୟ କି ତୋ ଭଳି ମୋତେ ସାଙ୍ଗ ମିଳିଛି)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Facebook Comments

4 thoughts on “Love Forever 2 ( A Story of Love Birds)”

Put your Valuable feedback