Love Forever 9 ( A Story of Love Birds)

Love Forever( A Story of Love Birds) ...9
Love Forever( A Story of Love Birds) …9
ମିହିର ର ସାଙ୍ଗ ମାନେ ମଧ୍ୟ ମୋତେ ବେଳେବେଳେ ଭାଉଜ… ଭାଉଜ… ବୋଲି ଡାକନ୍ତି ତ କେତେବେଳେ ନାଁ ଧରି ଡାକନ୍ତି। ସେମାନେ ଯେତେବେଳେ ଭାଉଜ ବୋଲି ଡାକନ୍ତି ମୁଁ ବହୁତ୍ ଖୁସି ହୁଏ । ସେ ସମୟରେ ମିହିର ସେମାନଙ୍କୁ ରାଗି ଚାହେଁ ସେମାନେ ଚୁପ୍ ରହି ଯାଆନ୍ତି ଏବଂ ସେ ବୁଲି ମୋତେ ଦେଖି କିଛି କୁହେନା କେବଳ ଛୋଟ ୨୪ କ୍ୟାରେଟ ର ମୁରୁକି ହସ ଟିଏ ଦେଇ ଦିଏ। ମୁଁ ମଧ୍ୟ କିଛି କୁହେ ନାହିଁ ।
ଲୋକମାନେ ଆମ ବିଷୟରେ ବହୁତ୍ କଥା ହୁଅନ୍ତି କିନ୍ତୁ ନା ମିହିର କିଛି କୁହେ ନା ମୋତେ କିଛି ଅସୁବିଧା ହୁଏ । ସେ ଏତେ ଭଲ ଯେ ତା ବିଷୟରେ ମିଛ କହିବା ପାପ। ବେଳେବେଳେ ଛୁଟି ଦିନରେ ଆମେ ରୁମ୍ ରେ ପାଠ ପଢ଼ୁ ପଢ଼ୁ ନିଦ ଲାଗି ଯାଏ, ସେ ଶୋଇ ଯାଏ ଏବଂ ମୁଁ ଜାଣି ଶୁଣି ମିହିର ଉପରେ ମୁଣ୍ଡ ରଖି ଶୋଇ ଯାଏ ମାତ୍ର ସେ କେବେ ମୋତେ ଖରାପ ଭାବେ ଛୁଇଁବାକୁ ଚେଷ୍ଟା ମଧ୍ୟ କରିନି ।
ଆମେ ଏମିତି ବହୁତ୍ ସମୟ ରୁମ୍ ରେ ଏକା ଏକା ପାଠ ପଢ଼ିଛୁ କିନ୍ତୁ କେବେ ମଧ୍ୟ ସେ ଖରାପ ଭାବେ ଦେଖିନି ଓଲଟା ମୁଁ ତା ଉପରେ ଶୋଇଗଲେ ସେ ମୋ ମୁଣ୍ଡକୁ ଘୁଂଚେଇ ଶୋଇ ଯାଏ। ସତରେ ସେ ମୋ ସୁନା ମୁଣ୍ଡା ଟିଏ ।
ପରୀକ୍ଷା ପରେ ଭଗବାନ ମୋ ଗୁହାରି ଏବଂ ମିହିର ର କଷ୍ଟ କୁ ବୁଝି ପାରିଲେ। ପାଠ ପଢା ସରିଲା ବିଜ୍ଞାନ ବିଭାଗ ର ଭଲ ମାର୍କ ରଖି କଲେଜ୍ ଟପ୍ପର ହେବା ପରେ ସେ ନିଜକୁ ଗର୍ବ ଅନୁଭବ କରିଲା ନାହିଁ ଓଲଟା ମୁଁ କଲେଜ୍ ରେ ଷଷ୍ଠ ନମ୍ୱର୍ ରହିଲି ବୋଲି ସେ ବହୁତ୍ ଦୁଃଖୀ ହେଲା ।
ସେ କହେ ଟପ୍ପର ହେବା ର ମୁଖ୍ୟ କାରଣ ହେଉଛି ତୁ, ମାନେ ମୋ ବାୟାଣୀ । ସେ ମୋତେ କହେ ତୋ ଯୋଗୁ ମୁଁ ଆଜି ସଫଳ ହୋଇଛି । ଏହି କଥା ଶୁଣି ସେଦିନ ମୋ ଆଖିରୁ ଖୁସିରେ ଲୁହ ବାହାରି ଗଲା ଏବଂ ମୋର କମ୍ ମାର୍କ ଆଣିଥିବା ଦୁଃଖକୁ ମଧ୍ୟ ମୁଁ ଭୁଲିଗଲି । ମୁଁ ପୁଣି ଥରେ ତାକୁ କୁଣ୍ଢେଇ ନେଲି ସେ ମଧ୍ୟ ବହୁତ୍ ଖୁସି ହେଲା ।
କଲେଜ୍ ରେ ଆମ ବିଷୟରେ ବହୁତ୍ ଚର୍ଚ୍ଚା ହୁଏ । କଲେଜ୍ ରେ ଆମ ଦୁହିଁଙ୍କ ନାମ କେତେ ବେଳେ ବ୍ଲାକ ବୋର୍ଡ ରେ ତ କେତେବେଳେ ରୁମ୍ କାନ୍ଥରେ ଲେଖା ଥାଏ । କିଏ କେତେ କଣ ନାମ ଧରି ଡାକନ୍ତି । କଲେଜ୍ ରେ ସାର୍ ମାନେ ମଧ୍ୟ ଆମକୁ ଗୋଟିଏ ଜାଗାରେ ବସିଥିବା ଦେଖି କେତେଥର ମନା କରିଥିବେ କିନ୍ତୁ ଆମେ ସେତେବେଳେ ଅଲଗା ବସି ପର କ୍ଲାସ୍ ରେ ଯେମିତି ସେମିତି ।
ଆମ କଲେଜ୍ ରେ ସେ ସମୟରେ ହିଟ୍ ଯୋଡି ଥିଲୁ । କଲେଜ୍ ରେ ମଧ୍ୟ ବହୁତ୍ ଝିଅ ମିହିର କୁ ଲାଇନ୍ ମାରୁଥିଲେ କିନ୍ତୁ ମିହିର କହେ ମୋ ବାୟାଣୀ କୁ ଯାଇ ପ୍ରଥମେ ଦେଖା କର ତା ପରେ ମୋ ପାଖକୁ ଆସିବ । ଯଦି ତମେ ମୋ ସହିତ କଥା ହେବାର ଦେଖି ଦେବ ସେ ତୁମ ରକ୍ତ ପିଇ ଯିବ । ଆମେ ଦୁହେଁ ସବୁ ଜାଗାରେ ବସି ଥାଉ । ମିହିର ବେଳେବେଳେ ଲାଜ କରେ କିନ୍ତୁ ମୁଁ ଜାଣିଶୁଣି ମିହିର ପାଖେ ବସେ ଏବଂ ତା ଆଗରେ ପଛରେ ଲାଗି ରହିଥାଏ । କଲେଜ୍ ରେ କିଛି ଭାଷଣ ଦେବାକୁ ଥିଲେ ଆମ ଦୁହିଁକୁ ସବୁ ସାର୍ ଖୋଜୁଥିଲେ । ମିହିର ମଧ୍ୟ ଭଲ ଭାଷଣ ଦିଏ ।
ମୋ ମନରେ ତା ପାଇଁ ସବୁବେଳେ ଭଲ ପାଇବା ଥିଲା କିନ୍ତୁ ତା ମନରେ ମୋ ପାଇଁ କେବଳ ବନ୍ଧୁତା ର ଆଦର ଏବଂ ଭଲ ପାଇବା ଥିଲା। ଦୁଃଖ ଲାଗେ ବେଳେବେଳେ କିନ୍ତୁ ପରେ ଭୁଲି ଯାଏ ।
ପରୀକ୍ଷା ସରିବାର ଦୁଇ ମାସ ପରେ ସେ ଭାରତୀୟ ବାୟୁ ସେନା ପରୀକ୍ଷା ରେ ପାସ୍ କରିଲା । ଏହି ଦୁଇ ମାସ କେତେବେଳେ ଦେଖା ହୁଏ ତ କେତେବେଳେ ନାହିଁ କିନ୍ତୁ କେମିତି ହେଲେ ଦୁଇ ତିନି ଦିନରେ କେମିତି ହେଲେ ମିହିର ସହିତ ଦେଖା ହୋଇଯାଏ ।
କାରଣ ପରୀକ୍ଷା ପରେ ମଧ୍ୟ ସେ ଭଡ଼ା ରୁମ୍ ରେ ରହି ପଢୁଥାଏ । ମୁଁ କିଛି ନା କିଛି ବାହାନା କରି ପହଞ୍ଚି ଯାଏ କିମ୍ବା ସେ ଆମ ଗାଁ ପାଖକୁ ଆସି ଯାଏ ।
ଏବେ ଆସିଥିଲା ସବୁଠୁ ବଡ ବିଚ୍ଛେଦ ସମୟ, ଯାହା ବହୁତ୍ କଷ୍ଟକର ଥିଲା। ସେଦିନ ସେ ମିଠା ପ୍ୟାକେଟ ନେଇ ପ୍ରଥମେ ଆମ ଘରକୁ ଆସିଲା। ଆମ ଘରେ ମଧ୍ୟ ବହୁତ୍ ଖୁସି ହେଲେ । ଘରେ ବାପା ବୋଉ ବହୁତ୍ ଭଲରେ କଥା ହେଲେ । ମନ୍ମଥ କହିଲା ଭାଇ ମୁଁ ମଧ୍ୟ ତୁମ ଭଳି ଚାକିରି କରିବାକୁ ଚାହେଁ ।
ମିହିର ତାକୁ ବୁଝେଇ କହିଲା ଭଲ ପାଠ ପଢ଼ିବୁ ଏବଂ ଖବର କାଗଜ ଦେଖୁଥିବୁ ଯେତେବେଳେ ଏମିତି ଖାଲି ପଦବୀ ବାହାରିବ ତୁ ନିଯୁକ୍ତି ପାଇଁ ଫର୍ମ ଭରିବୁ ତେବେ ତୁ ମଧ୍ୟ ଚାକିରି କରିବୁ ।
ସେତେବେଳେ ମୁଁ ଭାବୁଥିଲି କାଳେ ମୋ ବାପା ବୋଉ ତାକୁ ଜୋଇଁ ପୁଅ ରୂପରେ ଗ୍ରହଣ କରି ଥାନ୍ତେ କି? ଅବା ସେମିତି ତାଙ୍କ ମନରେ ପ୍ରଶ୍ନ ଉଠି ଥାନ୍ତା କି? କିନ୍ତୁ ତାହା ଥିଲା କେବଳ ମୋ ଭାବନା !! ତାପରେ ମୁଁ ,ମନ୍ମଥ ଏବଂ ମିହିର ମିଶି ତା ମାମୁଁ ଘରକୁ ଗଲୁ ସେଠୀ ସେ ମିଠା ଦେଲା ପରେ ମାମୁଁ ଙ୍କ ଆଖି ମଧ୍ୟ ଖୁସିରେ ଲୁହ ଛଳ ଛଳ ହୋଇଗଲା।
ସେପଟେ ମାଇଁ ଙ୍କ ଈର୍ଷା ବହୁତ୍ ବଢ଼ି ଯାଇଥିଲା କାରଣ ମୁଁ ମିହିର ସହିତ ଯାଇ ଥାଏ।
ରାନି ମିହିର ର ଶବ୍ଦ ଶୁଣି ଦଉଡ଼ି ଆସି କୁଣ୍ଢେଇ ନେଲା। ରାନି କୁଣ୍ଢେଇ ନେବାର ଦେଖି ମୋତେ ଟିକେ ଇର୍ଷା ହେଲା କିନ୍ତୁ ତାପରେ ନିଜ ମନକୁ ବଦଳେଇ ଭାବିଲି ନା ନା ମିହିର ତାକୁ ଭଉଣୀ ଭଳି ସ୍ନେହ କରେ । ମନ୍ମଥ ଏବଂ ରାନି ଦୁହିଁଙ୍କ ସେତେବେଳେ +୨ ଦ୍ଵିତୀୟ ବର୍ଷ ।
ସେଠି ମାମୁଁ ମାଇଁ ସମସ୍ତେ ଥିଲେ ସମସ୍ତେ କିଛି ସମୟ କଥା ହେଲୁ । ତାପରେ ମିହିର ତା ପଢା ଘରକୁ ନେଇ ଗଲା । ସେଠି ସେ ଦେଖିଲା ସେ ଘରେ ତାଲା ପଡ଼ିଥିଲା। ରାନି କହିଲା ମିହିର ଭାଇ ଯୋଉ ଦିନ ଠାରୁ ଯାଇଛନ୍ତି ସେ ଦିନଠୁ ମୁଁ ବେଳେବେଳେ ଏହି ରୁମ୍ କୁ ଖୋଲି ଝାଡୁ କରି ପୁଣି ବନ୍ଦ କରିଦିଏ । ଯେତେବେଳେ ଝାଡୁ କରିବାକୁ ଏହି ରୁମ୍ କୁ ଆସେ ମୋ ମିହିର ଭାଇ କଥା ବହୁତ୍ ମନେ ପଡେ । ମିହିର ତାର ପଢା ଘର ଦେଖାଇଲା। ମୁଁ ସେଦିନ ଏତେ ଖୁସି ଥିଲି ଯେ ମୋତେ ମିହିର କୁ କୁଣ୍ଢେଇ ନେଇ କିଛି ସମୟ ରହିବାକୁ ଇଚ୍ଛା ହେଉଥିଲା କିନ୍ତୁ ସେ ସମୟ ମଧ୍ୟ ମୋତେ ମିଳିଗଲା ।
ସେଠି ରାନି ଏବଂ ମନ୍ମଥ ଥିଲେ । ମୁଁ ସେ ଦୁଇ ଜଣ ଙ୍କୁ ଧ୍ୟାନ ନ ଦେଇ ମିହିର କୁ କୁଣ୍ଢେଇ ନେଲି , ଆମର ଏ ଦୃଶ୍ୟ ଦେଖି ସେମାନେ ଅଳ୍ପ ଲାଜେଇ ଅନ୍ୟ ରୁମ୍ କୁ ଚାଲିଗଲେ ।
ଆମେ କିଛି ସମୟ ବସି କଥା ହେଲୁ । ତା ପରେ ସେ ଦୁଇ ଜଣ ମଧ୍ୟ ବସି କଥା ହେଲେ । ଆଗରୁ ରାନି ଏବଂ ମନ୍ମଥ ଜାଣିଥିଲେ ଆମେ ଦୁଇ ଜଣ ପରସ୍ପରକୁ ପସନ୍ଦ କରୁ ବୋଲି ସେଥିପାଇଁ ସେ କିଛି କହିଲେ ନାହିଁ ।

Part-10 ରେ ପଢ଼ିବେ : (ମୁଁ ମିହିର କୁ କହିଲି ମୁଁ ଏମିତି ସ୍ଥାନ କୁ ଯିବାକୁ ଚାହୁଁଛି ଯେଉଁଠି ଖୋଲା ଆକାଶ ଥିବ ଏବଂ ସେଠୀ କେବଳ ଆମେ ଦୁଇ ଜଣ)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

2 thoughts on “Love Forever 9 ( A Story of Love Birds)”

Put your Valuable feedback