![]() |
ଗତ ଜନ୍ମରେ କିଏ ନର୍କ ଭୋଗ କରି ଆସିଛି କେମିତି ଜାଣିବେ ? |
Monthly Archives: August 2021
ଅଜବ ତଥ୍ଯ…3
If the contents helpful so share to your friends, Thanking You.
ଅଜବ ତଥ୍ଯ…2
![]() |
ଅଜବ ତଥ୍ଯ 2 |
Rough Paper (English)
About 6 months after arriving, the owner of the brick kiln told his mother that another brick kiln needed people and that you had to go there ?? But my mother refused. That night, my father came home in drunken condition and slapped my mother. My mother hugged me and fell asleep, but at around 12 midnight, four people knocked on my door and handed a bag of money to my father. Father didn’t stop them after Mom refused. Mom keeps saying let my daughter come with me ?? But they didn’t listen to her?
He raped me. I was helpless but I did not give up. Suddenly I picked up the bucket and hit it on his head. There he was bleeding profusely. Seeing her blood, I ran away in fear. I walked here last night and got here. I slept near this house here. In the morning the guards of this house came and picked me up. I walked away in fear. I begged him for some food but he denied it. after seeing you I came here to see you because the guard left here.
Listen, you will be at my house today and will you help me with my housework. My son is an engineer, he lives in the United States. So will you stay with me ?? Ambika raised her head a little and remained silent ?? What do you think Sarita Devi said ?? “Come with me,” he said, pulling Ambika’s hand towards her home.
Sarita Devi was helpless at her son’s insistence, and the English-American girl with her son stayed at her house as a daughter-in-law, but that too for a few days. The country was useless with the small house of American girl said. So she left Sarita Devi’s house and returned to the United States. The son spends the day drinking the grief of his girlfriend left.
She thinking Sarita Devi has given her a new life. She thought she had tried to tell Sarita Devi about her son’s bad behavior, but the next morning Sarita Devi’s son fell at her feet and apologized for doing so. Ambika did not respond to a request for comment by Sarita Devi’s son. She endured the atrocities with tears in her eyes.
The police investigation revealed that he had not found any money or gold from the scene and according to preliminary reports some people from the village near the river were interrogated and interrogated but the real culprit could not be found. The case file was closed with the permission of Sarita Devi.
Sarita Devi call Kabaddi Bala to her home and took out all the newspapers that were in the storeroom but Sarita Devi saw every paper and handed it over to Kabaddi Bala. “It simply came to our notice then. After about half an hour of work, the storeroom newspaper was empty and cleaned and Kabaddi Bala asked to pay some money in exchange for the newspaper but Sarita Debi said that instead of giving me this money, she would take whatever money she could for her children with that money. There was a wave of joy on Kabaddi Bala’s face and he thanked Sarita Devi and left.
That’s why I’m to leave your house today because your son is a monster. I can’t say how many times he has had a bad relationship with me. No more daring to say how many times he has eaten on the raw flesh of my body. He has been raping me every time, threatening to kill me, and threatening to kill you in life.
The day I refuse to let your son have a bad relationship with me I don’t want him to take your life because I couldn’t save my birth mother but I am leaving this house in the hope that I will definitely save your life. but no more mother, I cannot survive the rape pains every day.
He grabbed Ruff’s paper and walked out to the police station. There he wrote a letter of complaint in the name of his son, urging him to be arrested as soon as possible.
Upon arrival in his home country, he was arraigned. Police reopened the case and started an investigation. Sarita Devi’s son has been charged with felony criminal mischief. As police began to crack down, new clues emerged. He admitted everything was wrong and began to tell the truth. He said he and his friends had raped Ambika on the riverbank the next night and dumped her. Police were called to the scene, and four of them were taken to court. The judge ruled that the four men should be sentenced to life in prison.
Rough Paper Story Odia & English
Rough Paper in English
ରଫ୍ ପେପର୍ (Rough Paper )…1
ରଫ୍ ପେପର୍ (Rough Paper )…2
ରଫ୍ ପେପର୍ (Rough Paper )…3
ରଫ୍ ପେପର୍ (Rough Paper )…Last
ରଫ୍ ପେପର୍ (Rough Paper )…2
ଘର ବହୁତ୍ ବଡ ଥିଲା । ଅମ୍ବିକା ଘର ର କୋଣ ଅନୁକୋଣ କୁ ଅନେଇବାରେ ବ୍ୟସ୍ତ। ସରିତା ଦେବୀ କହିଲେ। ଗତ ୨୦ ଦିନ ହେବ, ଅନ୍ୟ ଜଣେ ଝିଅ ଟିଏ ରହୁଥିଲା କିନ୍ତୁ ତାର ବିବାହ ଠିକ୍ ହେବା ଯୋଗୁ ସେ ଛାଡ଼ି ଚାଲି ଗଲାଣି । ବର୍ତ୍ତମାନ ମୁଁ ଏକା । ତୁ ଏଠି ଚାକରାଣୀ କି ବାଇ ହିସାବରେ କାମ କରିବୁ ନାହିଁ । ତୁ ମୋ ଝିଅ ହିସାବରେ ରହିବୁ । ଏମିତି ରେ ମୋର କେହି ଝିଅ ନାହାନ୍ତି ।
ମୋର ପୁଅ ର ରୁମ୍ ଖାଲି ପଡ଼ିଛି। ତୁ ସେଠୀ ରହିବୁ । ତୁ ଗୋଟିଏ କାମ କର। ଯାଅ ଗାଧୋଇ ପଡ। ରୋଷେଇ ଘରେ ଖାଇବା ଅଛି। ଖାଇ ନେବୁ ଏବଂ ଅଳ୍ପ ଶୋଇ ପଡ। ଦ୍ୱୀ-ପହରେ ମୁଁ ଆସିବି ଆମେ ଦୁହେଁ ମିଶି ବଜାର ଯିବା । ସେଠାରୁ ତୋ ପାଇଁ କିଛି କପଡା ନେଇ ଆଣିବା ତଥା ମେଡିକାଲ୍ ଯାଇ ଆସିବା ।
ଅମ୍ବିକା, ସରିତା ଦେବୀ ଙ୍କ କଥାରେ ହଁ ଭରି ଗାଧୋଇ ବାକୁ ଚାଲିଗଲା। ସରିତା ଦେବୀ ଅଫିସ ପାଇଁ ବାହାରିଗଲେ ।
ଦ୍ଵୀ-ପହରେ ସରିତା ଦେବୀ ଅମ୍ବିକା କୁ ନେଇ ବଜାର ଗଲେ ଏବଂ ସେଠୁ ଅମ୍ବିକା ପାଇଁ ଡ୍ରେସ ଆଣିବା ସହିତ ଅମ୍ବିକା ର ମେଡିକାଲ୍ ଚେକ୍ ଅପ୍ କରି ଆସିଲେ । ମେଡିକାଲ୍ ଚେକ୍ ଅପ୍ ରୁ ଜଣା ପଡ଼ିଲା ଯେ ତା ସହିତ ବଳାତ୍କାର ଉଦ୍ୟମ ହୋଇଛି। ଦେହରେ କିଛି କ୍ଷତ ଚିହ୍ନ ରୁ ସ୍ପଷ୍ଟ ଜଣା ପଡୁଥାଏ। ମେଡିକାଲ୍ ଚେକ୍ ଅପ୍ ଅନୁସାରେ ସରିତା ଦେବି ପୋଲିସ୍ ପାଖରେ ରିପୋର୍ଟ ଦର୍ଜ କରିଲେ ।
ରିପୋର୍ଟ ର କିଛି ଘଣ୍ଟା ଭିତରେ ପୋଲିସ ଇଟା ଭାଟି ଉପରେ ଚଢ଼ାଉ କରି । ମାଲିକ ର ପୁଅ କୁ ଗିରଫ କରି ଜେଲ କୁ ପଠାଗଲା ଏବଂ ଭାଟି ରେ ଶିଶୁ ଶ୍ରମିକ ତଥା ଅଳ୍ପ ବୟସ୍କ ଝିଅ ମାନଙ୍କୁ ସେଠୁ ବାହାର କରି । ତାଙ୍କୁ ମହିଳା ସହଯୋଗୀ ସଂଗଠନ ରେ ରଖି ସିଲେଇ ତଥା ବ୍ୟାଗ୍ ସିଲେଇ କାମ ଏବଂ ସରକାର ଙ୍କ ଦ୍ଵାରା ଅନ୍ୟ କିଛି କାମ ରେ ଲଗେଇ ଉଚିତ୍ ମୂଲ୍ୟ ଦେବା ସହ ରହିବା ବ୍ୟବସ୍ଥା କରାଗଲା।
ଅମ୍ବିକା ସରିତା ଦେବି ଙ୍କ ପାଖରେ ଝିଅ ଭଳି ସ୍ନେହ ପାଉଥିଲା । ବେଳେ ବେଳେ ସେ ଦୁଃଖୀ ହେଉଥିଲା କିନ୍ତୁ ସରିତା ଦେବି ଙ୍କ ସ୍ଵଭାବ ଏବଂ ଭଲ ପାଇବା ଯୋଗୁ ସେ ନିଜ ଅତୀତ କୁ ଭୁଲି ଯାଉଥିଲା ।
କିନ୍ତୁ “ଭାଗ୍ୟର ଲିଖନ କେ କରିବ ଆନ” ଯାହା ଭାଗ୍ୟରେ ଲେଖା ଅଛି ତାହା ତ ନିଶ୍ଚୟ ଘଟିବ । ଦେଖୁ ଦେଖୁ ୨ ବର୍ଷ ବିତିଗଲା । ସରିତା ଦେବି ଙ୍କ ସ୍ବାମୀ ଅମ୍ବିକା ଘରକୁ ଆସିବାର ବର୍ଷେ ପୂର୍ବରୁ ହୃଦଘାତରେ ସେ ମୃତ୍ୟୁ ବରଣ କରି ସାରିଥିଲେ କିନ୍ତୁ ୨ ବର୍ଷ ପରେ ପୁଅ ଆମେରିକା ରୁ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହ ଘରକୁ ଫେରିଲା। ପୁଅ ର ଜିଦ୍ ରେ ସରିତା ଦେବି ନିରୁପାୟ ଥିଲେ ଏବଂ ପୁଅ ସହିତ ଆମେରିକା ର ଅଂଗ୍ରେଜି ଝିଅ ତାଙ୍କ ଘରେ ବୋହୂ ଭାବରେ ରହି ଆସିଲା କିନ୍ତୁ ତାହା ମଧ୍ୟ କିଛି ଦିନ ପାଇଁ। ଆମେରିକା ଝିଅ କୁ ସରିତା ଦେବି ଙ୍କ ଘର ଛୋଟ ସହିତ ଏହି ଦେଶ ବେକାର ଲାଗିଲା। ସେଥିପାଇଁ ସେ ସରିତା ଦେବି ଙ୍କ ପୁଅ କୁ ଛାଡ଼ି ଆମେରିକା କୁ ପୁଣି ଫେରିଗଲା। ପୁଅ ନିଜ ଗାର୍ଲ୍ ଫ୍ରେଣ୍ଡ୍ ର ଯିବା ଦୁଃଖରେ ମଦ ପିଇ ଦିନ କାଟୁ ଥାଏ ।
ଦେଖୁ ଦେଖୁ ୧୦ ଦିନ ବିତିଗଲା। ଦିନେ ପୁଅ ରାତିରେ ମଦ ପିଇ ଘରେ ପହଞ୍ଚିଲା । ସେଦିନ ଅମ୍ବିକା ଘରେ ଏକା ଥାଏ। ସରିତା ଦେବୀ କିଛି ଅଫିସ୍ କାମ ପାଇଁ ଅନ୍ୟ ସହରକୁ ଯାଇ ଥାନ୍ତି । ସେଦିନ ଅଦିନିଆ ମେଘ ଭଳି ଦୁର୍ବ୍ୟବହାର ରୂପରେ ଅମ୍ବିକା ସହିତ ପୁଣି ବଳାତ୍କାର ହେଲା। ସେ ବିରୋଧ କରିଲେ ମଧ୍ୟ ତାର ଦୁଃଖ ଏବଂ ଚିତ୍କାର କେହି ଶୁଣିବାକୁ ନଥିଲେ। ଏପଟେ ଏ ଘଞ୍ଚ ଅରଣ୍ୟ ମୟ ଦୁନିଆ ରେ ସେ ଏକା । ସରିତା ଦେବୀ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ସେ ଭାବିଲା ଯେ ତାଙ୍କ ପୁଅ ର ଖରାପ କାମ ବିଷୟରେ ସେ ସରିତା ଦେବି ଙ୍କୁ କହିବାକୁ ଚେଷ୍ଟା କରିଥିଲା କିନ୍ତୁ ପର ଦିନ ସକାଳେ ସରିତା ଦେବି ଙ୍କ ପୁଅ ଅମ୍ବିକା ର ଗୋଡ଼ ତଳେ ପଡି କ୍ଷମା ପ୍ରାର୍ଥନା କରିଲା ଯେ ସେ ମଦ ନିଶାରେ ଏମିତି କରିଛି । ଅମ୍ବିକା ସରିତା ଦେବି ଙ୍କ ପୁଅ ର ଅନୁରୋଧ ରକ୍ଷା କରି ସରିତା ଦେବି କୁ କିଛି କହିଲା ନାହିଁ । ତା ଉପରେ ହୋଇଥିବା ଅତ୍ୟାଚାର କୁ ଆଖି ଲୁହ ସହିତ ଚୁପ୍ ଚାପ୍ ସହି ଗଲା ।
ଏମିତି ପୁଣି ଦିନେ ସରିତା ଦେବି ଙ୍କ ପୁଅ ମଦ ପିଇ ଘରେ ପହଞ୍ଚିଲା । ଅମ୍ବିକା ଷ୍ଟୋର ରୁମ ର ପାଖ ରୁମ୍ ରେ ଶୋଇ ଥାଏ । ସେଦିନ ସେ ପୁଣି ବଳାତ୍କାର ର ଶିକାର ହେଲା । ଚିତ୍କାର କରି କହିବାକୁ ଚାହୁଁଥିଲେ ମଧ୍ୟ ସେ ନିରୁପାୟ ଥିଲା କାରଣ ହାତ ଏବଂ ମୁହଁରେ ପଟି ବନ୍ଧା ଯାଇଥିଲା। ସେଦିନ ରାତି ସାରା ସେ ବଳାତ୍କାର ର ଶିକାର ହେଲା ଏବଂ ପୁଅ ର ଧମକ ଥିଲା ଯେ ଏହି କଥା ମା ପାଖରେ ଯଦି ପହଞ୍ଚିବ ତେବେ ତୋତେ ଜୀବନରେ ମାରି ଦେବୀ ।
ସେ ପୁଣି ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ସରିତା ଦେବୀ ଙ୍କୁ କହିବାକୁ ସାହସ କରି ପାରିଲା ନାହିଁ । ନିଜ ଜିବନ ହରେଇବାର ଭୟ ଅମ୍ବିକା ପାଖରେ ନଥିଲା । ଭୟ ଥିଲା ଯେ କାଳେ ସରିତା ଦେବି ତା ଉପରେ ଅବିଶ୍ବାସ କରିବେ । ଏତେ ଦିନ ହେଲା ଗୋଟିଏ ଛୋଟ ଜାତିର ଝିଅ କୁ ବଡ ଘରେ ଝିଅ ର ସ୍ଥାନ ପାଇ ସେ ତାଙ୍କ ପୁଅ ଉପରେ ଦୋଷ ଦେବା କଥା କାଳେ ସେ ବିଶ୍ୱାସ କରି ନ ପାରନ୍ତି। ସେ ଭୟ ଅମ୍ବିକା କୁ ଘାରୁ ଥାଏ ।
କିନ୍ତୁ ସେତିକି ନଥିଲା ତାର କିଛି ଦିନ ପରେ ଅମ୍ବିକା ପୁଣି ବଳାତ୍କାର ର ଶିକାର ହେବାକୁ ଯାଉଥିଲା କିନ୍ତୁ ସେଦିନ ସେ ସରିତା ଦେବୀ ଙ୍କ ପୁଅ କବଳରୁ ଖସି ଘରୁ ବାହାରି ଆସିଲା । ଅମ୍ବିକା ମନରେ ଡର ଥିଲା ଯେ ଏଠି ଯଦି ରହିବି ତେବେ ଏହି ରାକ୍ଷସ ମୋର ପ୍ରତି ସମୟରେ ମୋତେ ଚିଲ, ଶାର୍ଗୁଣା ଭଳି ମୋ ରକ୍ତ ମାଂସ ଖାଇ ଚାଲିଥିବ। ତା ଅପେକ୍ଷା ମୁଁ ଏଇ ନର୍କ କୁ ତ୍ୟାଗ କରି ଚାଲି ଯିବା ଭଲ ।
କ୍ରମଶଃ ….
ରଫ୍ ପେପର୍ (Rough Paper )…Last
ସେହି ଶବ୍ଦ ଥିଲା….
” ମା, ମୋର ଦୁଃ-ସାହାସ ପାଇଁ ମୋତେ କ୍ଷମା କରିବ । ସତରେ ଆପଣ ଜଣେ ନାରୀ ନୁହନ୍ତି ଆପଣ ସ୍ଵୟଂ ଜଣେ ଦେବୀ ମା, କିନ୍ତୁ ଆପଣଙ୍କ କୋଳରୁ ଜଣେ ରାକ୍ଷସ ପୁଅ ଜନ୍ମ ନେଇଛି ବୋଲି ମୁଁ କହିଥିବା ରୁ ମୋତେ କ୍ଷମା ଦେବେ । ଆଜି ଯଦି ମୁଁ ମନା କରେ ତେବେ ସେ ଆପଣଙ୍କ ଜୀବନ ନେବେ ବୋଲି ମୋତେ ସନ୍ଧ୍ୟାରେ ଧମକ ଦେଇ ଯାଇଛନ୍ତି । ସେଥିପାଇଁ ମୁଁ ଆଜି ଆପଣଙ୍କ ଘର ଛାଡ଼ି ଯିବାକୁ ବାଧ୍ୟ ହେଉଛି । କାରଣ ଆପଣଙ୍କ ପୁଅ ରାକ୍ଷସ ପାଲଟି ଯାଇଛି। ସେ କେତେ ଥର ମୋ ସହିତ ଖରାପ ସମ୍ପର୍କ ରଖିଛନ୍ତି ତାହା କହି ପାରିବି ନାହିଁ । ଖାଲି ସେତିକି ନୁହେଁ ଚିଲ, ଶାର୍ଗୁଣା ଭଳି ମୋ କଞ୍ଚା ମାଂସ କୁ ନୋଚି ନୋଚି କେତେ ଥର ଯେ ଖାଇଛନ୍ତି ତାହା କହିବା ର ସାହାସ ଆଉ ନାହିଁ। ସେ ପ୍ରତ୍ୟେକ ସମୟରେ ମୋତେ ଜୀବନରେ ମାରିବାର ଧମକ ତଥା ଆପଣକୁ ଜୀବନରେ ମାରିବାର ଧମକ ଦେଇ ମୋ ସହିତ ବଳାତ୍କାର ଉପରେ ବଳାତ୍କାର କରି ଚାଲିଛନ୍ତି । ମୁଁ ଆପଣଙ୍କ ପାଖେ ମୋ ମା ର ଭଲ ପାଇବା ପାଇଥିଲି । ମୋର କେବଳ ଗୋଟିଏ ଭୟ ଯେ କେଉଁ ଦିନ ମୁଁ ଆପଣଙ୍କ ପୁଅ କୁ ମୋ ସହିତ ଖରାପ ସମ୍ପର୍କ ରଖିବାକୁ ମନା କରିବି ତେବେ ସେ ଆପଣଙ୍କ ଜୀବନ ନେଇଯିବ ତାହା ମୁଁ ଚାହେଁ ନାହିଁ । କାରଣ ମୁଁ ମୋ ଜନ୍ମ କରିଲା ମା କୁ ବଞ୍ଚେଇ ପାରିଲି ନାହିଁ କିନ୍ତୁ ଆପଣଙ୍କ ଜୀବନକୁ ମୁଁ ନିଶ୍ଚୟ ବଞ୍ଚେଇବି ବୋଲି ସେହି ଆଶାରେ ମୁଁ ଏହି ଘର ଛାଡ଼ି ଚାଲି ଯାଉଛି । ଆପଣଙ୍କ ପୁଅ ଆଜି ରାତିରେ ମୋ ସହିତ ପୁଣି ଖରାପ ସମ୍ପର୍କ ରଖିବେ କହି, ବାହାରକୁ ମଦ ପିଇବାକୁ ଯାଇଛନ୍ତି କିନ୍ତୁ ଆଉ ନୁହଁ ମା, ବଳାତ୍କାର ର ଯନ୍ତ୍ରଣା ସହ୍ୟ କରିବାରେ ମୁଁ ଅସର୍ମଥ ହୋଇ ଗଲିଣି। ”
ସରିତା ଦେବୀ ସେହି ପେପର୍ ଟିକୁ ଛାତିରେ ଚାପି ହୃଦୟ ଫଟା କ୍ରନ୍ଦନ କରିବାକୁ ଲାଗିଲେ ।
ସରିତା ଦେବୀ ଦୁଃଖରେ ପୁଣି ଥରେ ଭାଙ୍ଗି ପଡିଲେ । ଭାବିବାକୁ ଲାଗିଲେ ଯେ ମୋ ପେଟ ଚିରି ଯାହାକୁ ଜନ୍ମ ଦେଇଥିଲି ସେ ଗୋଟିଏ ରାକ୍ଷସ ଥିଲା । ନିଜକୁ ଘୃଣା ମନେ କରିଲେ କିନ୍ତୁ ସେ ଶକ୍ତ ହୋଇ ପଡିଲେ । ସେ ଭାବିଲେ ମୋ ତହସିଲଦାର ଜୀବନ କାଳ ଭିତରେ ସମସ୍ତଙ୍କୁ ନ୍ୟାୟ ଦେଇଛି ତେବେ ଅମ୍ବିକା କୁ ନ୍ୟାୟ କାହିଁକି ମିଳିବ ନାହିଁ ?? ଅମ୍ବିକା ମଧ୍ୟ ଗୋଟିଏ ସ୍ତ୍ରୀ, ଗୋଟିଏ ଝିଅ, ସେ ମଧ୍ୟ ନ୍ୟାୟ ପାଇବା ଯୋଗ୍ୟ। ସେ ରଫ୍ ପେପର୍ ଟିକୁ ଧରି ବାହାରିଲେ ପୋଲିସ ଷ୍ଟେସନ କୁ । ସେଠୀ ସେ ନିଜ ପୁତ୍ର ନାମରେ ଅଭିଯୋଗ ପତ୍ର ଲେଖି ତାଙ୍କୁ ଯଥା ଶୀଘ୍ର ଗିରଫ କରା ଯାଉ ବୋଲି ଲେଖି ଆସିଲେ ।
ନିଜ ପୁଅ କୁ ଜେଲ ପଠାଇ ଅମ୍ବିକା ର ଆତ୍ମା କୁ ଶାନ୍ତି ଦେଇ ପାରିବା ଆଶାରେ ସେ ଏହି କାର୍ଯ୍ୟ ଟି କରି ଆସିଲେ। ପୋଲିସ ମଧ୍ୟ ନିଜ ତଦନ୍ତ କରିବା ଆରମ୍ଭ କରିଦେଲା କିନ୍ତୁ ସରିତା ଦେବି ନିଜ ପୁଅ କୁ କହି ନଥିଲେ ଯେ ନିଜ ମା ତାଙ୍କ ପୁଅ ବିରୋଧରେ ଅଭିଯୋଗ କରିଛି ବୋଲି। ଠିକ୍ ୨ ଦିନ ପରେ ଆମେରିକା ପୋଲିସ ଦ୍ବାରା ସରିତା ଦେବି ଙ୍କ ପୁଅ କୁ ଗିରଫ କରି ନିଜ ଦେଶକୁ ନେଇ ଆସିଲେ । ନିଜ ଦେଶରେ ପହଞ୍ଚିବା ପରେ ତାକୁ କୋର୍ଟ ଚାଲାଣ କରାଗଲା । ପୋଲିସ ଏହି କେଶ୍ କୁ ପୁଣି ଥରେ ଖୋଲି ତଦନ୍ତ ଆରମ୍ଭ କରିଲା। ସରିତା ଦେବୀ ଙ୍କ ପୁତ୍ର କୁ ଦୋଷୀ ରୂପରେ ପୋଲିସ ତନାଘନା ଏବଂ ପଚରା ଉଚରା ଜାରି ରଖିଲା। କଥା ବାହାର କରିବା ପାଇଁ ପୋଲିସ ଯେତେବେଳେ ଦଣ୍ଡ ଦେବା ଆରମ୍ଭ କରିଲା ସେତେବେଳେ କିଛି ନୂଆ ସୁରାକ ସାମ୍ନାକୁ ଆସିଲା। ସେ ସବୁ ଭୁଲ ମାନିଲା ଏବଂ ସବୁ ସତ କଥା କହିବାକୁ ଲାଗିଲା । ସେ ନିଜ ବୟାନ ରେ କହିଲା ଯେ, ସେ ଆଉ ତାଙ୍କ ସାଙ୍ଗ ମାନେ ମିଶି ତା ପର ଦିନ ରାତିରେ ପୁଣି ଥରେ ନଦୀ କୂଳରେ ଅମ୍ବିକା କୁ ବଳାତ୍କାର କରି ତାକୁ ସେଠୀ ଫୋପାଡି ଦେଇ ଆସିଥିଲେ। ସାଙ୍ଗ ମାନଙ୍କୁ ମଧ୍ୟ ପୋଲିସ୍ ଖୋଜିବାରେ ସଫଳ ହେଲା ଏବଂ ସେ ଚାରିଜଣ କୁ କୋର୍ଟ ଚାଲାଣ କରାଗଲା । ବିଚାରପତି ଉଚିତ୍ ନ୍ୟାୟ ଭାବରେ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ର ଦଣ୍ଡ ଦେବା ପାଇଁ ନିଷ୍ପତି ଦେଲେ ।
ଆଜୀବନ କାରାଦଣ୍ଡ ପରେ ସରିତା ଦେବୀ ଙ୍କ ମନରେ ପୁତ୍ର ମୋହ ଅଳ୍ପ ଜାଗି ଉଠିଲା କିନ୍ତୁ ନ୍ୟାୟ ଆଗରେ ସେ ମୋହ କୁ ଖଣ୍ଡନ କରିଥିଲେ । ଦୋଷୀ କୁ ଉଚିତ୍ ଦଣ୍ଡ ଏବଂ ନ୍ୟାୟ ପାଇବା ଯୋଗ୍ୟ ଅମ୍ବିକା କୁ ଉଚିତ୍ ନ୍ୟାୟ ମିଳିଲା ବୋଲି ସେ ନିଜକୁ ଧନ୍ୟ ମନେ କରିଲେ ।
ଆମେ ରଫ୍ ପେପର୍ ର ବ୍ୟବହାର ଯେମିତି ଅନାଦର ରୂପେ ଗ୍ରହଣ କରୁଛେ ଠିକ୍ ସେମିତି ଅମ୍ବିକା ର ଜୀବନ ଏକ ରଫ୍ ପେପର୍ ଭଳି ଦୁନିଆରୁ ଅଳ୍ପ ଦିନରେ ଲୋପ ପାଇଗଲା । ମାତ୍ର ସେ ରଫ୍ ପେପର୍ ଅମ୍ବିକା କୁ ନ୍ୟାୟ ଦେବାର ଶେଷ ପ୍ରମାଣ ଥିଲା । ତା ଜୀବନ ର ପ୍ରକୃତ ମୂଲ୍ୟବୋଧ କେହି ବୁଝି ପାରିଲେ ନାହିଁ କିନ୍ତୁ ସରିତା ଦେବି ନିଜ ଆଦର୍ଶ ରେ ବଞ୍ଚିବା ସହିତ ଅମ୍ବିକା ଭଳି ଗୋଟିଏ ଝିଅ ପାଇଁ ନିଜ ପୁତ୍ର ମୋହ ବଦଳରେ ନ୍ୟାୟ କୁ ପ୍ରାଥମିକତା ଦେଲେ।
ଆଜି ସରିତା ଦେବି ଘରେ ଏକା ଅଛନ୍ତି ସତ କିନ୍ତୁ ଅମ୍ବିକା ର ଆତ୍ମା କୁ ଶାନ୍ତି ଦେଇଛନ୍ତି ବୋଲି ଭାବି ନିଜକୁ ଧନ୍ୟ ମନେ କରୁଛନ୍ତି ।
ସତରେ କାହାଣୀ ଟି ଶେଷ ହୋଇ ଯାଇଛି। ଆଶା କରୁଛି ଏହି କାହାଣୀ ଆପଣଙ୍କ ମନକୁ ନିଶ୍ଚୟ ଛୁଇଁ ଥିବ । ଏବେ ଆପଣ ମତାମତ ରୂପରେ ଜଣେଇବେ । ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା।
ଧନ୍ୟବାଦ ।
ନୀଳମାଧବ ଭୂୟାଁ ଙ୍କ
ଦ୍ଵାରା ଲିଖିତ ଅନନ୍ୟ ଗଳ୍ପ ସାଗରରୁ
ଏକ କାହାଣୀ ଟିଏ….
If the contents helpful so share to your friends, Thanking You.
ରଫ୍ ପେପର୍ (Rough Paper )…3
ଏଠି ଅମ୍ବିକା ଦୁନିଆ ଆଗରେ ଏକ ରାକ୍ଷସ ମାନଙ୍କ ଭୋଜନ ହୋଇ ସାରିଥିଲା । ସେ ଘର ଛାଡ଼ି ପହଞ୍ଚିଲା ବହୁ ଦୂରରେ କିନ୍ତୁ ସେ ପୁଣି ଗଣ ଧର୍ଷଣ ର ଶିକାର ହେଲା । ଅଧମରା ଅବସ୍ଥାରେ ସେମାନେ ଅମ୍ବିକା କୁ ପାଖ ନଦୀ କୂଳରେ ଫୋପାଡି ଦେଇ ଆସିଲେ । ଅର୍ଦ୍ଧ ରାତିରେ ବିଲୁଆ ତଥା ନଦୀ କୁମ୍ଭୀର ର ଶିକାର ହୋଇ ତାର ଶରୀର ବିଖଣ୍ଡିତ ଅବସ୍ଥାରେ ସକାଳେ ପାଖ ରାସ୍ତା ଦେଇ ଯାଉଥିବା ପଥିକ ମାନଙ୍କ ଆଖିରେ ପଡ଼ିଲା । ଖବର କାଗଜ ତଥା ଟିଭି ଚ୍ୟାନେଲ ଇତ୍ୟାଦି ସଙ୍ଗେ ସଙ୍ଗେ ସେଠୀ ପହଞ୍ଚି ଗଲେ ।
ସେପଟେ ସରିତା ଦେବି ଙ୍କ ଘରେ ତାଙ୍କ ପୁଅ ମିଛ ଆରୋପ ଦେଇ କିଛି ଅଳଙ୍କାର ତଥା ଟଙ୍କା ଲୁଚେଇ ଅମ୍ବିକା ଚୋରି କରି ନେଇ ଯାଇଛି ବୋଲି ସରିତା ଦେବି ଙ୍କୁ କହିଲେ କିନ୍ତୁ ସରିତା ଦେବି ଏହି କଥା କୁ ବିଶ୍ୱାସ କରିଲେ ନାହିଁ। ସେ ପୋଲିସ କୁ ଖବର ଦେଲେ । ପୋଲିସ ଗୋଟିଏ ଦିନ ପରେ ଅମ୍ବିକା ର କ୍ଷତ ବିକ୍ଷତ ମର ଶରୀର ନଦୀ କୂଳରେ ପଡ଼ିଛି ବୋଲି ଖବର ଦେଲା।
ସରିତା ଦେବୀ ନଦୀ କୂଳରେ ପହଞ୍ଚିଲେ ଏବଂ ଅମ୍ବିକାକୁ ନିଜ ଝିଅ ର ପରିଚୟ ଦେଇ ତାକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଲେ । ପୋଷ୍ଟ ମର୍ଟମ୍ ରିପୋର୍ଟ୍ ରେ ଜଣା ପଡ଼ିଲା ଯେ ପ୍ରାୟ ୩ ରୁ ୪ ଜଣ ବ୍ୟକ୍ତି ତାକୁ ବଳାତ୍କାର କରିଛନ୍ତି ଏବଂ ଡାକ୍ତର କହିବା ଅନୁସାରେ ସେ ବଳାତ୍କାର ର ଶିକାର ଦଶ ଘଣ୍ଟା ପୂର୍ବରୁ ହୋଇ ସାରିଥିଲା କିନ୍ତୁ ସେ ଜୀବିତ ଥିଲା ରିପୋର୍ଟ ଅନୁସାରେ ତାର ମୃତ୍ୟୁ କେବଳ ଛଅ ଘଣ୍ଟା ପୂର୍ବରୁ ହୋଇଛି ।
ମର ଶରୀର କୁ ସରିତା ଦେବୀ ଗ୍ରହଣ କରି ତାକୁ ସମ୍ମାନ ପୂର୍ବକ ଦାହ ସଂସ୍କାର କରିଲେ । ଅମ୍ବିକା ର ମୃତ୍ୟୁ ପାଇଁ ସରିତା ଦେବି ନିଜକୁ ଦୋଷ ଦେଇ ଭୋକ ଉପାସରେ ଦିନ କାଟୁ ଥାନ୍ତି । କିଛି ମାସ ପରେ ସରିତା ଦେବୀ ତହସିଲଦାର ପଦରୁ ଅବସର ନେଲେ କାରଣ ସେ ଅମ୍ବିକା କୁ ଝିଅ ରୂପରେ ପାଇଥିଲେ । ପୋଲିସ ତଦନ୍ତ ରେ ଜଣା ପଡିଲା ଯେ ସେ କୌଣସି ଟଙ୍କା କିମ୍ବା ସୁନା ଘଟଣା ସ୍ଥଳରୁ ପାଇ ନାହାନ୍ତି ଏବଂ ପ୍ରାଥମିକ ରିପୋର୍ଟ ଅନୁସାରେ ସେହି ନଦୀ ପାଖ ଗ୍ରାମ ର କିଛି ଲୋକଙ୍କୁ ଜେରା କରି ପଚରା ଉଚରା କରାଗଲା କିନ୍ତୁ ପ୍ରକୃତ ଦୋଷୀ କୁ ପୋଲିସ ପାଇ ପାରିଲା ନାହିଁ । ସରିତା ଦେବୀ ଙ୍କ ଅନୁମତି କ୍ରମେ କେସ ଫାଇଲ କୁ ବନ୍ଦ କରାଗଲା ।
କିନ୍ତୁ ଅମ୍ବିକା ସହିତ ଘଟିଥିବା ଦୁଷ୍କର୍ମ ର ଦୋଷୀ ଏବେ ମଧ୍ୟ ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି। କଣ ପ୍ରକୃତରେ ଅମ୍ବିକା ଝିଅ ରୂପରେ ଜନ୍ମ ନେଇ ଏ ଦୁନିଆ କୁ ଆସିବା ଭୁଲ ଥିଲା ?? ଅବା ତାର ଗରିବତ୍ଵ ପାଇଁ ତାର ଏ ଅବସ୍ଥା ହେଲା ଅବା ଆଉ କଣ କାରଣ ଅଛି ?? ଏକ ସୁନାର ସଂସାର ଉପରେ ଏହି କଳିଯୁଗ ର ରାକ୍ଷସ ମାନଙ୍କ ଖରାପ ନଜର ରୁ ସେମାନେ ବଞ୍ଚି ପାରିଲେ ନାହିଁ । ଏମିତି ବହୁତ୍ ପ୍ରଶ୍ନ ?? ସରିତା ଦେବୀ ଙ୍କ ମନରେ ଉଙ୍କି ମାରୁ ଥାଏ ।
ଅମ୍ବିକା ମୃତ୍ୟୁ ର ୪ ବର୍ଷ ବିତିଗଲାଣି । ସେତେବେଳେ ତାଙ୍କ ପୁଅ ଘର ଛାଡ଼ି ଆମେରିକା ରେ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହ ରହି ଆସୁଥିଲା। ଦିନେ ସରିତା ଦେବୀ ଘର ର ବାଲକୋନୀ ରେ ଏକା ବସି ଥାନ୍ତି । ନିଜେ ଭାବି ଭାବି ଦୁଃଖ ଅନୁଭବ କରୁଥିଲେ । ଆଖିରୁ ତାଙ୍କର ଲୁହ ବହି ଯାଉଥିଲା। ସରିତା ଦେବୀ ଙ୍କ ପୁଅ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହିତ ଆମେରିକା ରେ ରହୁଛି ବୋଲି ତାଙ୍କର ଦୁଃଖ ନ ଥିଲା । ଦୁଃଖ ଥିଲା କେବଳ ଅମ୍ବିକା କୁ ନ୍ୟାୟ ମିଳିଲା ନାହିଁ ।
ଠିକ୍ ଏତିକିବେଳେ ସତରେ ଯେମିତି ସରିତା ଦେବୀଙ୍କ ମନ କଥା ଭଗବାନ ଶୁଣିଲେ । ହଠାତ୍ ଗେଟ୍ ବାହାରେ କବାଡି ବାଲା ଆସି ପଚାରିଲା ଯେ ଆଜ୍ଞା ମେଡମ୍ କିଛି ଲୁହା ଏବଂ ପୁରୁଣା ଖବର କାଗଜ ଅଛି କି?? ସରିତା ଦେବୀ କବାଡି ବାଲା କୁ ଦେଖି କହିଲେ ହଁ ହଁ, ରୁହ ମୋର ଷ୍ଟୋର ରୁମ୍ ରେ କିଛି ଖବର କାଗଜ ଅଛି ତାକୁ ନେଇ ଆସୁଛି। ସରିତା ଦେବୀ ପ୍ରତ୍ୟେକ ଦିନ ଖବର କାଗଜ ପଢନ୍ତି। ସେ ଖବର କାଗଜ କୁ ଷ୍ଟୋର ରୁମ ରେ ରଖି ଥାନ୍ତି। ସେ ଚିନ୍ତା କରିଲେ ଯେ ଏହି ଷ୍ଟୋର ରୁମ୍ ରେ ଯେତେ ଖବର କାଗଜ ଅଛି ସବୁ ଦେଇ ଦେବୀ। ସରିତା ଦେବୀ କବାଡି ବାଲା କୁ ଘରକୁ ଡାକି ଆଣିଲେ ଏବଂ ଷ୍ଟୋର ରୁମ୍ ରେ ଯେତେ ଖବର କାଗଜ ଥିଲା ସବୁ ବାହାର କରିଲେ କିନ୍ତୁ ସରିତା ଦେବୀ ପ୍ରତିଟି କାଗଜ କୁ ଦେଖି କବାଡି ବାଲା କୁ ଦେଉଥିଲେ । କାରଣ କାଳେ ତାଙ୍କର ପଢ଼ିବା ପୁସ୍ତକ ସେହି ମଧ୍ୟରେ ଚାଲି ନ ଯାଉ । ପ୍ରାୟ ଅଧ ଘଣ୍ଟା ର ପରିଶ୍ରମ ପରେ ଷ୍ଟୋର ରୁମ ଖବର କାଗଜ ଲୀନ ହୋଇଗଲା ଏବଂ କବାଡି ବାଲା ଖବର କାଗଜ ବଦଳରେ କିଛି ଟଙ୍କା ଦେବାକୁ କହିଲା କିନ୍ତୁ ସରିତା ଦେବି କହିଲେ ଯେ ଏହି ଟଙ୍କା ମୋତେ ଦେବା ବଦଳରେ ସେହି ଟଙ୍କାରେ ନିଜ ଛୁଆ ମାନଙ୍କ ପାଇଁ ଯାହା ସମ୍ଭବ ଜିନିଷ ନେଇ କରି ଯିବ । କବାଡି ବାଲା ମୁଖରେ ଖୁସିର ଲହରୀ ଖେଳି ଗଲା ଏବଂ ସରିତା ଦେବି କୁ ଧନ୍ୟବାଦ ଦେଇ ଚାଲିଗଲା।
ସରିତା ଦେବୀ ଷ୍ଟୋର ରୁମ କୁ ତାଲା ପକେଇ ବାକୁ ଗଲା ବେଳେ ହଠାତ୍ ତାଙ୍କ ନଜର ଯାଇ ପଡ଼ିଲା ଝରକା କୋଣରେ ଖୁଞ୍ଚା ହୋଇଥିବା ଗୋଟିଏ ପେପର୍ ଉପରେ। ଲାଗୁଥିଲା କୌଣସି ରଫ ଖାତାର ଶେଷ ପୃଷ୍ଠା ଭଳି। ପେପର୍ ଟି ଭାଙ୍ଗ ହୋଇ ଥିବା ଅବସ୍ଥାରେ ପାଇଲେ ।
ସେ ରଫ୍ ପେପର୍ ରେ କିଛି ଶବ୍ଦ ଲେଖାଥିଲା । ସେହି ଶବ୍ଦ ସରିତା ଦେବି ଙ୍କ ମନକୁ ବହୁତ୍ କଷ୍ଟ ଦେଲା ଏବଂ ତାଙ୍କ ପାଦ ତଳୁ ମାଟି ଖସିଗଲା । ତାଙ୍କର ମଥା ଘୂରିଗଲା । କାନ୍ଥ ର ଭରସାରେ ଷ୍ଟୋର ରୁମ ବାହାରକୁ ଆସି ସୋଫା ଉପରେ କେମିତି ବସିଗଲେ ସେ ଜାଣି ପାରିଲେ ନାହିଁ । ସେ ରଫ୍ ପେପର୍ କୁ ଛାତିରେ ରଖି ବହୁତ୍ କାନ୍ଦିଲେ । ଏମିତି କି ଛୋଟ ପିଲା ଭଳି ତଳେ ଗଡି ହାତକୁ ପିଟି ନିଜ ହାତକୁ କଷ୍ଟ ଦେଇ କାନ୍ଦିବାକୁ ଲାଗିଲେ ।
ସେ ଜାଣି ପାରିଲେ ଯେ ସେ ଅକ୍ଷର ହେଉଛି ଅମ୍ବିକା ର । ଅମ୍ବିକା ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି ସତ କିନ୍ତୁ ତାର ଅକ୍ଷର ଯେମିତି କମ୍ପ୍ୟୁଟର ଲେଖନୀ ଭଳି। ସେ ଲେଖିବାକୁ ଭଲ ପାଏ । ତାର ଅକ୍ଷର ଦେଖି ସରିତା ଦେବି ତାକୁ ଆଗକୁ ପଢ଼ିବାକୁ କହି ଥିଲେ କିନ୍ତୁ ଅମ୍ବିକା ମନା କରି କହିଥିଲା ଯେ ନାହିଁ ମା, ମୁଁ ଆପଣଙ୍କ ଝିଅ ରୂପରେ ସବୁ ଦିନ ରହିବାକୁ ଚାହୁଁଚି । ମୁଁ ପାଠ ପଢିବି ନାହିଁ ।
କିନ୍ତୁ ଅମ୍ବିକା ସରିତା ଦେବୀ କୁ ଗୋଟିଏ ରଫ୍ ଖାତା ମାଗିଥିଲା । ସେ ରଫ୍ ଖାତା କେବଳ ସଉଦା ଆଣିବା ପାଇଁ ଅମ୍ବିକା ବେଳେ ବେଳେ ଖଣ୍ଡିଏ ଖଣ୍ଡିଏ ପେପର୍ ଚିରି ସଉଦା ଲେଖି ଦିଏ ଏବଂ ଗାର୍ଡ ସଉଦା ଆଣି ପହଞ୍ଚାଇ ଦେଉଥିଲେ କିନ୍ତୁ ସେ ରଫ୍ ଖାତାର ଶେଷ ପୃଷ୍ଠା ର ପେପର୍ ରେ ସେହି ଶବ୍ଦ ସତରେ ଅମ୍ବିକା କୁ ନ୍ୟାୟ ଦେବା ପାଇଁ ସାହାଯ୍ୟ କରିଲା।
ସେହି ଶବ୍ଦ ଥିଲା…. କ୍ରମଶଃ ….
If the contents are helpful to share them with your friends, Thanking You.
ରଫ୍ ପେପର୍ (Rough Paper )…1
![]() |
ରଫ୍ ପେପର୍ (Rough Paper )…1 |
ସେଦିନ ସରିତା ଦେବୀ ଅଫିସ ଯିବା ପାଇଁ ନିଜ କାର୍ ରେ ବସିବା ପୂର୍ବରୁ ହଠାତ୍ ତାଙ୍କ ନଜର ଯାଇ ପଡ଼ିଲା । ରାସ୍ତା କଡ଼ରେ ଠିଆ ହୋଇ ଥିବା ଗୋଟିଏ ସୁନ୍ଦର ଝିଅ ଉପରେ । ସେତେବେଳେ ସେ ଝିଅଟି ନିଜର ଚିରା ଡ୍ରେସ କୁ ବାମ ହାତରେ ଘୋଡେ଼ଇ ଡାହାଣ ହାତରେ ଭିକ ସ୍ବରୂପ ହାତ ପାତୀ ଥାଏ । ବୟସ ପାଖାପାଖି ୧୨ ବର୍ଷ । ଅର୍ଦ୍ଧ ଧୂସର ଚେହେରା ରେ ଲୁହ ରେ ସୁଖିଥିବା ଆଖି ଦୁଇଟି ସତରେ କିଛି ପାଇବା ଆଶାରେ ଗୁହାରି କରୁଥାଏ ।
ସରିତା ଦେବୀ ସେ ଘରେ ପ୍ରାୟ ୩୦ ବର୍ଷ ହେବ ରହି ଆସିଲେଣି। ସେ ବର୍ତ୍ତମାନ ତହସିଲଦାର ଭାବେ କାର୍ଯ୍ୟରତ। ସେ ଆଜି ପ୍ରଥମ ଥର ପାଇଁ ଦେଖିଲେ ଯେ ତାଙ୍କ ଦ୍ଵାର ସମ୍ମୁଖରେ କେହି ଜଣେ ଝିଅ ଭିକ ମାଗୁଛି । ତାଙ୍କୁ ଆଶ୍ଚର୍ଯ୍ୟ ମନେ ହେଲା।
ସେ କାର୍ ର କବାଟ କୁ ବନ୍ଦ କରି ପହଞ୍ଚିଲେ ସେ ଝିଅ ପାଖରେ। ସରିତା ଦେବୀ କୁ ଦେଖି ଝିଅ ଟି କହିଲା ମା କିଛି ପଇସା ଦେବ ? କାଲି ରାତିରୁ କିଛି ଖାଇନି ??? ସରିତା ଦେବୀ ପଚାରିଲେ ଝିଅ ତୁମ ନାମ କଣ ?? ଉତ୍ତର ରେ ଜବାବ ମିଳିଲା ମା, ମୋର ନାମ ଅମ୍ବିକା । ସରିତା ଦେବୀ ପୁଣି ପଚାରିଲେ, ଏହି ସ୍ଥାନରେ ତୁମକୁ ମୁଁ ପ୍ରଥମ କରି ଦେଖିଲି ?? ତୁମେ କୋଉଠୁ ଆସିଛ?? ଏବଂ ତୁମ ଡ୍ରେସ ଚିରା ହୋଇଛି କଣ ପାଇଁ?? ଏତିକି ପ୍ରଶ୍ନ ପରେ ଅମ୍ବିକା ଆଖିରୁ ଲୁହ ର ସୁଅ ଛୁଟିବାକୁ ଲାଗିଲା ।
ସରିତା ଦେବୀ ନିଜ ରୁମାଲ ରେ ଅମ୍ବିକା ର ଲୁହ କୁ ପୋଛି ପଚାରିଲେ କଣ ହେଲା??
କାନ୍ଦୁଛ କାହିଁକି?? କୁହ ମତେ?? କିଛି ଅସୁବିଧା ଅଛି କି? ଅମ୍ବିକା କହିଲା ନାହିଁ ମା??
ସରିତା ଦେବୀ ପୁଣି କହିଲେ, ମୋତେ ନିଜ ସାଙ୍ଗ ଭାବି କୁହ?? ଯଦି କିଛି ଅସୁବିଧା ଅଛି ତେବେ ନିଶ୍ଚୟ ସମାଧାନ କରିବି ।
ଅମ୍ବିକା କହିଲା ଏମିତି ମୋ ମା କଥା ମନେ ପଡିଗଲା ତ ସେଥିପାଇଁ??
ସରିତା ଦେବୀ ପୁଣି ପ୍ରଶ୍ନ କରିଲେ? ତମେ କୋଉଠୁ ଆସିଛ କୁହ? ତୁମ ନିଜ ଘର କୋଉଠି? ତୁମକୁ ସେଠୀ ନେଇ ଛାଡ଼ି ଆସିବି ଏବଂ ତମକୁ ଖାଇବାକୁ ମଧ୍ୟ ଦେବୀ କିନ୍ତୁ ମୋତେ ସତ କହିବାକୁ ପଡ଼ିବ??
ଅମ୍ବିକା ର ସରିତା ଦେବି ଙ୍କ ଆଖିରେ ବିଶ୍ୱାସ ର ଆଲୋକ ଦେଖିବାକୁ ପାଇଲା । ସେ ସରିତା ଦେବି କୁ ସବୁ ସତ କଥା କହିବାକୁ ଲାଗିଲା । ଏପଟେ ଆଖିରୁ ଲୁହ ବହି ଯାଉଥାଏ। ଅମ୍ବିକା କହିଲା ଆମ ଗାଁ ହେଉଛି ମଞ୍ଜରା । ଏଠୁ ବହୁତ୍ ଦୂର? ବାପା, ମା ସହିତ ମୁଁ ଏଠି ୫ କିମି ହେବ ଦୂରରେ ଗୋଟିଏ ଇଟା ଭାଟି ରେ କାମ କରିବାକୁ ଆସିଥିଲୁ?? । ଆସିବାର ପ୍ରାୟ ୪ ମାସ ପରେ ଇଟା ଭାଟି ମାଲିକ ମା କୁ କହିଲେ ଅନ୍ୟ ଏକ ଇଟାଭାଟି ରେ ଲୋକ ଦରକାର ଏବଂ ସେଠୀ ତମେ ଯିବାକୁ ହେବ?? କିନ୍ତୁ ମା ମନା କରିଲେ। ସେଦିନ ରାତିରେ ବାପା ମଦ ପିଇ ଆସିଲେ ଏବଂ ମା ଙ୍କୁ ଗାଳି ଗୁଲଜ କରିବା ସହିତ ମାଡ ମାରିଲେ । ମା ମୋତେ କୋଳେଇ ନେଇ ଚୁପ୍ ଚାପ୍ ଶୋଇ ଗଲେ କିନ୍ତୁ ରାତି ୧୨ ଟା ପାଖାପାଖି ୪ଟି ଲୋକ ଆସି କବାଟ ପିଟିଲେ ଏବଂ ବାପା ଙ୍କୁ ଗୋଟିଏ ଟଙ୍କା ବ୍ୟାଗ୍ ହାତରେ ଦେଇ ମା ଙ୍କୁ ଟାଣି ନେଇ ଗଲେ। ମା ମନା କରିବା ପରେ ବାପା ସେମାନଙ୍କୁ ଅଟକାଇଲେ ନାହିଁ। ମା ବାରମ୍ଵାର କହୁଥାଏ ମୋ ଝିଅକୁ ମୋ ସହିତ ଆସିବାକୁ ଦିଅ ?? କିନ୍ତୁ ସେମାନେ ମା ଙ୍କ କଥା କିଛି ଶୁଣିଲେ ନାହିଁ?
ଏପଟେ ମୋତେ ବାପା ଟାଣି ଆଣି କବାଟ କିଳୀ ଚୁପ୍ ରହିଗଲେ । ମୁଁ ବାପା ଙ୍କୁ ପ୍ରତିଦିନ କହେ, ମୁଁ ମା ପାଖକୁ ଯିବି କିନ୍ତୁ ସେ ମୋ ଉପରେ ରାଗି ମୋତେ ମାଡ ମାରନ୍ତି ଏବଂ କୁହନ୍ତି ତୋ ମା ଆଉ କେବେ ଆସିବ ନାହିଁ। ତୁ ଚୁପ୍ ଚାପ୍ କାମ କରେ ଯାହା ପଇସା ଆଣିବୁ ସବୁ ମୋତେ ଦେବୁ ଏବଂ ସେମିତି କରୁଥିଲି। ବାପା କାମ କମ୍ ମଦ ପିଇ ତାଙ୍କ ଦିନ ବିତି ଯାଉଥିଲା ।
ସେ ଘଟଣା ର ପାଖାପାଖି ଦେଢ଼ ମାସ ହେବ । ହଠାତ୍ ଖବର ମିଳିଲା ଯେ ବାପା ମଦ ନିଶାରେ ଭାଟି ପାଖ କୂଅରେ ପଡ଼ି ତାଙ୍କର ପ୍ରାଣ ଚାଲି ଯାଇଛି। ସେଦିନ ଠାରୁ ମୁଁ ଏକା ହୋଇଗଲି। ପ୍ରତିଦିନ କାମ କରିବାକୁ ଯାଏ। ଏମିତି ଚାଲିଲା ୨୦ ରୁ ୨୫ ଦିନ। ଦିନେ ଭାଟି ମାଲିକ ର ପୁଅ ମୋତେ କାମ କରିବା ସମୟରେ ଆସି ମୋ ସହିତ ଦୁର୍ବ୍ୟବହାର କରିଲା । ମୁଁ ବିରୋଧ କରିବା ପରେ ସେ ମୋତେ ଉଠେଇ ନେଇ ବଳାତ୍କାର କରିବାକୁ ଚେଷ୍ଟା କରିଲା କିନ୍ତୁ ପାଖରେ ଅନ୍ୟ ଲୋକମାନେ ଥିଲେ ସେମାନଙ୍କ ଯୋଗୁ ମୁଁ ବଞ୍ଚିଗଲି କିନ୍ତୁ ସେଦିନ ରାତିରେ ସେ ପୁଣି ମୋ କୁଡିଆ କୁ ପଶି ଆସିଲା । ମଦ ନିଶାରେ ମୋତେ ବଳାତ୍କାର କରିଲା । ମୁଁ ନିରୁପାୟ ହୋଇଗଲି କିନ୍ତୁ ମୁଁ ହାର ମାନିଲି ନାହିଁ । ହଠାତ୍ ମୋ ହାତରେ ତଳେ ପଡ଼ିଥିବା ରସ ବାଲଟି ଉଠେଇ ତା ମୁଣ୍ଡରେ ପ୍ରହାର କରିଲି। ସେଠୀ ସେ ରକ୍ତ ଯୁଡୁବୁଡୁ ହୋଇ ଚିତ୍କାର କରିଲା । ତାର ରକ୍ତ ଦେଖି ମୁଁ ଡରରେ ସେଠୁ ଦଉଡ଼ି ଆସିଲି । ଗତ ରାତିରୁ ଚାଲି ଚାଲି ଆସି ଏଠି ପହଞ୍ଚିଲି । ଏଠି ଏହି ଘର ପାଖେ ଶୋଇଥିଲି। ସକାଳୁ ଏ ଘର ର ଗାର୍ଡ ଆସି ମୋତେ ଉଠେଇଲେ। ମୁଁ ଡରରେ ଦୂରେଇ ଗଲି । ତାଙ୍କୁ ଗୁହାରି କରିଲି । ଆଜ୍ଞା ମୋତେ କିଛି ଖାଇବାକୁ ଦିଅ କିନ୍ତୁ ସେ ମୋତେ କିଛି ନାହିଁ ବୋଲି କହିବା ପରେ ମୁଁ ଦୌଡ଼ି ଗଲି ଅଳ୍ପ ଦୂରକୁ କିନ୍ତୁ ଏବେ ସେ ଗାର୍ଡ ନାହିଁ। ସେଥିପାଇଁ ଆପଣଙ୍କୁ ଦେଖି ଏଠି ଆସିଲି ।
ଏତିକି କହିଲା ବେଳକୁ ଅମ୍ବିକା ର ଆଖିରୁ ଧାର ଧାର ଲୁହ ବହି ଯାଉଥିଲା । ଏତିକି ଶୁଣି ସରିତା ଦେବୀ ଅମ୍ବିକା କୁ କୋଳେଇ ନେଇ କହିଲେ ‘ ତୁ ମୋ ପାଖରେ ରହିବୁ କି ? ‘ ଅମ୍ବିକା ର ଓଠରେ ହସ ଆସିଗଲା । ସରିତା ଦେବୀ କହିଲେ । ତୁ ଯେମିତି ଏକା ମୁଁ ମଧ୍ୟ ୧୨ ବର୍ଷ ବୟସ ସମୟରେ ବାପା, ମା ମୋତେ ଛାଡ଼ି ଆର ପାରି କୁ ଚାଲି ଯାଇଥିଲେ। ହଉ ଶୁଣ ତୁ ଆଜିଠୁ ମୋ ଘରେ ରହିବୁ ଏବଂ ମୋ ସହିତ ମୋ ଘର କାମରେ ମୋତେ ସାହାଯ୍ୟ କରିବୁ । ମୋ ପୁଅ ଇଞ୍ଜିନିୟର, ସେ ଆମେରିକା ରେ ରହେ। ତେବେ ତୁ ମୋ ସହିତ ରହିବୁ ତ ?? ଅମ୍ବିକା ଅଳ୍ପ ମୁଣ୍ଡ କୁ ଉଠେଇ ଚୁପ୍ ରହିଲା?? ସରିତା ଦେବୀ କହିଲେ କଣ ଭାବୁଛୁ ?? ଚାଲ ମୋ ସହିତ, କହି ଅମ୍ବିକା କୁ ଟାଣି ନେଇଗଲେ ଘରକୁ। କ୍ରମଶଃ …
If the contents are helpful so share them with your friends, Thanking You.
रक्षा बंधन की कुछ पंक्तियां….
रक्षा बंधन |
If the contents helpful so share to your friends, Thanking You.
ଖୁସିରେ ରହିବାର ଉପାୟ
If the contents helpful so share to your friends, Thanking You.
खुश रहने का तरीका (How to get Happiness)
If the contents helpful so share to your friends, Thanking You.
ଅଜବ ତଥ୍ୟ…୧
ଅଜବ ତଥ୍ଯ…୧ |
ଯଦି ପୃଥିବୀ ଘୁରୁଛି ତେବେ ଆମକୁ କାହିଁକି ଅନୁଭବ ହେଉନି ???
ନମସ୍କାର ବନ୍ଧୁଗଣ…
ଏହି ପ୍ରଶ୍ନ ଆପଣଙ୍କ ମନରେ ଥରେ କେବେ ଏବଂ କେତେବେଳେ ମଧ୍ୟ ଉଠିଥିବ। କାରଣ ପ୍ରଶ୍ନ ହିଁ ସେମିତି?? ତେବେ ଏହି କାରଣ ଏବଂ ପ୍ରଶ୍ନ ର ସମାଧାନ ମୁଁ କରିବାକୁ ଯାଉଛି। ମୁଁ ଜାଣିଛି କିଛି ଲୋକ ଏହି ବିଷୟରେ ଜାଣିଛନ୍ତି କିନ୍ତୁ କେତେ ଲୋକଙ୍କୁ ଏକଥା ଅଜଣା ମଧ୍ୟ ।
ଆପଣ ନିଶ୍ଚୟ ଜାଣିଥିବେ, ଆମେ ୩୬୫ ଦିନ ରେ ସମସ୍ତ ପୃଥିବୀ ବାସି ସୂର୍ଯ୍ୟ ବାବା ଙ୍କ ଚାରିପଟେ ବୁଲି ପୁଣି ସେହି ସ୍ଥାନରେ ଉପସ୍ଥିତ ହୋଇଯାଉ।
କିନ୍ତୁ ଆପଣ କୁ କେବେ ଅନୁଭବ ହୋଇଛି କି ଆମେ ପୃଥିବୀ ସହିତ ୩୦ କିଲୋମିଟର ପ୍ରତି ସେକେଣ୍ଡ ଆମେ ଘୂର୍ଣନ କରୁଛୁ ବୋଲି ??
ଏହି କାରଣ ଜାଣିବା ପରେ ଆପଣଙ୍କ ମନରେ ପୁଣି ଥରେ ଅନ୍ୟ ଏକ ପ୍ରଶ୍ନ ଆସିଛି ତାହା ହେଲା ?? ଯଦି ୩୦ କିମି ପ୍ରତି ସେକେଣ୍ଡ ରେ ଆମେ ବୁଲୁଛନ୍ତି ତେବେ ଆମର ଘର, ସହର, ସ୍କୁଲ ଓ କଲେଜ ଏବଂ ଆପଣ ନିଜେ ଗୋଟିଏ ସ୍ଥାନରେ କେମିତି ସ୍ଥାୟୀ ଭାବରେ ଅଛନ୍ତି ?
ଏବଂ ଉଡାଜାହାଜ ଦିଲ୍ଲୀ ରୁ ଆସି ଭୁବନେଶ୍ୱର ଏୟାରପୋର୍ଟ ରେ ଠିକ୍ ସମୟ ତଥା ସୁରକ୍ଷିତ ରେ କେମିତି ଅବତରଣ କରୁଛି ?? ଅନ୍ୟ କେଉଁଠି ମଧ୍ୟ ଘୁଞ୍ଚି ଯାଇଥାନ୍ତା ????
ଆମେ ଗୋଟିଏ ଜାଗାରେ ଉପର କୁ ଡେଇଁ ପୁଣି ସେ ଜାଗାରେ କେମିତି ପହଞ୍ଚି ଯାଉଛୁ ????
ଏମିତି ବହୁତ୍ ପ୍ରଶ୍ନ???
ତେବେ ଚାଲନ୍ତୁ ସେ ଅଜବ ତଥ୍ୟ ଦୁନିଆକୁ !!!
ଆପଣଙ୍କୁ ସରଳ ଏବଂ ଶୁଦ୍ଧ ଭାଷାରେ ବୁଝାଇବାକୁ ଯାଉଛି ।
ବର୍ତ୍ତମାନ ପ୍ରଥିବୀ ୧୬୧୦ କିମି ପ୍ରତି ଘଣ୍ଟା ର ଗତି ରେ ନିଜ ଅକ୍ଷରେ ପଶ୍ଚିମ ରୁ ପୂର୍ବ କୁ ବୁଲୁଛି ମାନେ 23 ଘଣ୍ଟା 56 ମିନିଟ୍ ଏବଂ 4 ସେକେଣ୍ଡ ଅର୍ଥାତ୍ 24 ଘଣ୍ଟା ରେ ଗୋଟିଏ ପୁରା ଚକ୍କର ଲଗେଇ ଆସୁଛି। ଯଦି ଆପଣ ପୁଣି ଚିନ୍ତାରେ ପଡିଲେ ତେବେ ଭଲ କଥା ଆଗକୁ ସବୁ ବୁଝି ଯିବେ ।
ବର୍ତ୍ତମାନ ଆପଣକୁ ଅନୁଭବ ହିଁ ହେଉନି ଯେ ଆପଣ ମଧ୍ୟ ପୃଥିବୀ ସହିତ ବୁଲୁଛନ୍ତି । ଚିନ୍ତା କରନ୍ତୁ ନାହିଁ ଆପଣ କୁଆଡେ ଯିବେ ନାହିଁ ଯେଉଁଠି ଅଛନ୍ତି ସେଠୀ ରହିବେ ??
ଏବେ ପର୍ଯ୍ୟନ୍ତ କିଛି ପାଠକ ବନ୍ଧୁ ଭାବୁଥିବେ ଯେ ଏହା ଅସମ୍ଭବ !!! ଯଦି ଆମେ ବୁଲୁଛନ୍ତି ତେବେ ଆମର ପ୍ରତ୍ୟେକ ଟି କ୍ଷଣ ବଦଳିବା ଦରକାର। ଆପଣଙ୍କ ଭାବନା ମଧ୍ୟ ଠିକ୍ ?? ଆପଣଙ୍କୁ କିଛି ଉଦାହରଣ ଦେଇ ବୁଝେଇବି ।
ଯେପରିକି ଆପଣ ଜାଣିଛନ୍ତି 24 ଘଣ୍ଟା ରେ ପୃଥିବୀ ନିଜ ଅକ୍ଷରେ ଘୂରୁଛି କେବଳ ପୃଥିବୀ ନୁହଁ ଅନ୍ୟ ଗ୍ରହ ମଧ୍ୟ ନିଜ ଅକ୍ଷ ରେ ନିଜ ସମୟ ଅନୁସାରେ ବୁଲୁଛନ୍ତି ??
ଖାଲି ସେତିକି ନୁହଁ ଆମକୁ ଯିଏ ସୌର ଶକ୍ତି ଦେବା ବାଲା ସୂର୍ଯ୍ୟ ବାବା ମଧ୍ୟ ନିଜ ଅକ୍ଷରେ ବୁଲୁଛନ୍ତି । ସୂର୍ଯ୍ୟ ବାବା ଙ୍କୁ ନିଜ ଅକ୍ଷରେ ବୁଲିବା ପାଇଁ ପ୍ରାୟ ୩୫ ଦିନ ଲାଗୁଛି।
ଚାଲନ୍ତୁ ଆମ ପୃଥିବୀ ର ତୁଳନା ୪୮୦୦ କିମି ପ୍ରତି ଘଣ୍ଟା ରେ ଚାଲୁଥିବା ଜାପାନୀ ବୁଲେଟ ଟ୍ରେନ ସହିତ ତୁଳନା କରିବା। ସେଥିରୁ କିଛି ତଥ୍ୟ ଆପଣ ନିଶ୍ଚୟ ପାଇପାରିବେ ।
ଆମ ପୃଥିବୀ ନିଜ ଅକ୍ଷରେ ଗୋଟିଏ ନିର୍ଦ୍ଧିଷ୍ଟ ଗତି ରେ ଘୁର୍ଣନ କରୁଛି ଏବଂ ଆମ ସହିତ ପୁରା ପରିବେଶ ଘୁରୁଛନ୍ତି । ଅର୍ଥାତ୍ ତୁଳନା କରାଯାଉ ଜାପାନ ର ବୁଲେଟ ଟ୍ରେନ କଥା । ୪୮୦୦ କିମି ପ୍ରତି ଘଣ୍ଟା ରେ ଚାଲୁଥିବା ଟ୍ରେନ ଭିତରେ ଆପଣ ବସିଛନ୍ତି ଆପଣଙ୍କ ସାମନାରେ ଏଲ୍ ଇ ଡି ଟିଭି ଲାଗିଛି ଏବଂ ସେଠୀ ଓଡ଼ିଆ ସମ୍ବଲପୁରୀ ଗୀତ ଲାଗିଛି ତା ସହିତ ଆପଣ ଜାପାନୀ ସୁପ୍ ର ମଜା ନେଉଛନ୍ତି । ଆପଣଙ୍କୁ କ୍ଷଣ କେ ମଧ୍ୟ ଅନୁଭବ ହେଉ ନଥିବ ଯେ ଜାପାନ ର ଟୋକିଓ ସହର ରୁ ଅନ୍ୟ ଏକ ସହରକୁ କିଛି ମିନିଟ୍ ଭିତରେ ପହଞ୍ଚି ଗଲେ । ମାନେ ଆପଣ ଯେତେ ସମୟ ପର୍ଯ୍ୟନ୍ତ ବାହାରକୁ ଦେଖି ନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ଅନୁଭବ ହେବ ନାହିଁ ଯେ ଆପଣ ଏକ ଗତିଶୀଳ ଟ୍ରେନ ରେ ବସିଛନ୍ତି ବୋଲି ।
ଯେଉଁ ପର୍ଯ୍ୟନ୍ତ ବୁଲେଟ ଟ୍ରେନ ର ବାହାରକୁ ଦେଖିବା ନାହିଁ, ଆମେ ତାହାର ଗତି ଜାଣି ପାରିବା କେମିତି ?? ମାନେ ପୃଥିବୀ ର ଗତି ଦେଖିବା ପାଇଁ ଆପଣଙ୍କୁ ମହାକାଶ କୁ ଯିବାକୁ ପଡିବ ମାନେ ଆମ ମାମୁଁ ଘର ଜହ୍ନ ରାଇଜ କୁ। ସେଠୀ ଯିବାପାଇଁ ଟିକେଟ ତ ମୋ ପାଖରେ ନାହିଁ କିନ୍ତୁ ଆପଣ ପାଖରେ ଯଦି ଅଛି ତେବେ ଆପଣ ଯାଇ ପାରିବେ। ମାନେ ଏହା ସତ୍ୟ ଯେ ଯେଉଁ ମହାକାଶ ଚାରି ମାନେ ଚନ୍ଦ୍ର କୁ ଯାଉଛନ୍ତି ସେମାନେ ପୃଥିବୀ ଘୁରିବାର ଦୃଶ୍ୟ ଦେଖି ପାରୁଛନ୍ତି ।
ଯେମିତି ଆମେ ଟ୍ରେନ ପ୍ଲାଟଫର୍ମ ରେ ଠିଆ ହୋଇଥିବା ସମୟରେ ଟ୍ରେନ ଯିବାର ଅନୁଭବ ଏବଂ ଦୃଶ୍ୟ ଦେଖୁଛନ୍ତି ଠିକ୍ ସେହି ଭଳି ଚନ୍ଦ୍ର ରେ ସେମାନେ ପୃଥିବୀ କୁ ଠିକ୍ ସେମିତି ଦେଖି ପାରୁଛନ୍ତି ।
ଆପଣ ଅନ୍ୟ ଏକ କାମ କରି ଥିବେ ଆପଣ ଟ୍ରେନ ରେ କିମ୍ବା ବସ୍ ଭିତରେ ନିଜ ହାତରେ ଗୋଟିଏ ଫୁଟବଲ କିମ୍ବା ସାଧାରଣ କ୍ରିକେଟ ବଲ କୁ ସିଧା ଉପରକୁ ଫୋପାଡ଼ିବେ ତେବେ ସେ ବଲ ଆସି ଆପଣଙ୍କ ହାତରେ ପଡୁଥିବ । କାରଣ ହେଲା !! ଆପଣ ବସ୍ କିମ୍ୱା ଟ୍ରେନ ଭିତରେ ବସି ଛନ୍ତି । ଆପଣ ଙ୍କ ସହିତ ବସ୍ କିମ୍ବା ଟ୍ରେନ ଭିତର ର ବାୟୁମଣ୍ଡଳ, ପରିବେଶ ଏବଂ ପାଖରେ ବସିଥିବା ଲୋକ ଆପଣଙ୍କ ସହିତ ଗତି ଶିଳ ଅବସ୍ଥାରେ ଅଛନ୍ତି ତେବେ ଆପଣ ସେ ସମୟରେ ବାହାର ପରିବେଶ କୁ ଭୁଲି ଯାଆନ୍ତୁ । ଆପଣଙ୍କୁ ବସ୍ କିମ୍ବା ଟ୍ରେନ ଭିତର ର ପରିବେଶ ଯେମିତି ଅନୁଭବ ହେଉଥିବ ଠିକ୍ ସେମିତି ବର୍ତ୍ତମାନ ଆପଣ ମୋବାଇଲ ହାତରେ ନେଇ ବସିଛନ୍ତି ଏବଂ ଆପଣଙ୍କ ପୃଥିବୀ ଟ୍ରେନ ତା Speed ରେ ନିଜ ଅକ୍ଷ ରେ ଘୁରିବାରେ ଲାଗିଛି ।
ସେତେବେଳେ ଆମକୁ ଅନୁଭବ ହେଉ ନଥାଏ କାରଣ ବାହାର ଦୁନିଆ ପୁରା ଅନ୍ଧକାର ଏବଂ ଆମକୁ ବାହାର ଦୃଶ୍ୟ କିଛି ନଜର ଆସେନି ଏବଂ ଆମକୁ ସ୍ପୀଡ ମଧ୍ୟ ଅନୁଭବ ହୁଏନି। ଠିକ୍ ସେମିତି ପୃଥିବୀ ବୁଲେଟ ଟ୍ରେନ ବାହାରେ ପୁରା ଅନ୍ଧକାର ଭାବି ନିଅନ୍ତୁ ଆପଣଙ୍କୁ ବାହାର ଦୃଶ୍ୟ କିଛି ଅନୁଭବ କରି ପାରୁ ନାହାଁନ୍ତି। ତେବେ ଆପଣ ପୃଥିବୀ ଟ୍ରେନ୍ ର Speed କୁ କେମିତି ଅନୁଭବ କରିବେ ???
ଟ୍ରେନ ରେ ଏହି Speed କେବଳ ରାତିରେ ହୁଏନି। ଦିନ ବେଳା ମଧ୍ୟ ନିର୍ଦ୍ଧିଷ୍ଟ Speed ରେ ଗତି କରେ କିନ୍ତୁ ଦିନରେ ଆମେ ସବୁ ଦେଖି ପାରିବା ଏବଂ ଅନୁଭବ ମଧ୍ୟ କରି ପାରୁଛୁ ।
ଚାଲନ୍ତୁ ଅନ୍ୟ ଏକ ପ୍ରଶ୍ନ ର ସମାଧାନ କରି ଦେଉଛି । ଆପଣ ଅନୁଭବ କରିଥିବେ ଟ୍ରେନ କିମ୍ବା ବସ୍ ରେ ଯେବେ ବ୍ରେକ ଲାଗେ ତେବେ ଆମକୁ ଝଟକା ଲାଗେ ଏବଂ ଆମେ ନିଜ ସ୍ଥାନରୁ ଅଳ୍ପ ଘୁଂଚିଯାଉ । ମାତ୍ର ପୃଥିବୀ ଟ୍ରେନ ରେ କେବେ ବ୍ରେକ ଲାଗିନି ଅବା କେବେ ଲାଗିବ ?? ମୁଁ ମଧ୍ୟ ଜାଣିନି। କାରଣ ପୃଥିବୀ ର Speed ସମାନ ଅଛି ଏବଂ ଆଗକୁ ମଧ୍ୟ ସେମିତି ରହିବ । ହଁ ଯଦି କେବେ ବ୍ରେକ୍ ଲାଗିବ ସେଦିନ ମୁଁ ନିଶ୍ଚୟ କହିଦେବି କିନ୍ତୁ ଏତିକି ବିଶ୍ୱାସ ରଖନ୍ତୁ କେବେ ବ୍ରେକ ଲାଗିବ ନାହିଁ।
ଶେଷ ପ୍ରଶ୍ନ। ତାହାର ମଧ୍ଯ ସମାଧାନ ଅଛି ମୋ ପାଖରେ। ଆପଣ ଟ୍ରେନ କିମ୍ବା ବସ ରୁ ନିଶ୍ଚୟ ଓହ୍ଲାଇ ଥିବେ ତେବେ ବସ୍ ଓ ଟ୍ରେନ ଆପଣଙ୍କୁ ଛାଡ଼ି ତା ନିଜ ମାମୁଁ ଗାଁକୁ ଚାଲି ଯାଉଛି । ଆପଣ ବସ୍ କିମ୍ବା ଟ୍ରେନ ରହିବା ପରେ ଓହ୍ଲାଇ ଆସିଥିବେ କିନ୍ତୁ କେବେ ଚଳନ୍ତା ଟ୍ରେନ କିମ୍ବା ବସ୍ ରୁ ଓହ୍ଲାଇ ଛନ୍ତି । କିଛି ଲୋକ ତ ନିଶ୍ଚୟ କରିଥିବେ କିନ୍ତୁ ଏହା କରିବା ବିପଦ ପୂର୍ଣ୍ଣ ଅଟେ । ମୋର କହିବାର କାରଣ ଯେ ଏହି ପୃଥିବୀ ଟ୍ରେନ ରୁ ଆମେ ଯେତେବେଳେ ରକେଟ୍ କିମ୍ୱା ସୁପରସୋନିକ ଜେଟ ରେ ପୃଥିବୀ ବାହାରକୁ ଯାଉଛନ୍ତି ଆମକୁ ଠିକ୍ ସେମିତି ଅନୁଭବ ହେବ ଏବଂ ପୃଥିବୀ ଆପଣଙ୍କୁ ଛାଡ଼ି ନିଜ ଅକ୍ଷ ରେ ବୁଲିବା ଆରମ୍ଭ କରିଦେବ ଏବଂ ଯେଉଁ ମହାକାଶ ଚାରି ମାନେ ଚନ୍ଦ୍ର ରେ ପୃଥିବୀ କୁ ଦେଖୁଛନ୍ତି । ପୃଥିବୀ ସେତେବେଳେ ଘୁରୁଥିବା ର ଜଣା ପଡ଼ିଥାଏ ।
ତେବେ ଆଉ ପ୍ରଶ୍ନ ତ ମୋ ପାଖରେ ନାହିଁ।
ତେବେ ଆପଣ ପ୍ରାୟ ପ୍ରଶ୍ନ ର ଉତ୍ତର ପାଇ ପାରିଥିବେ । କିନ୍ତୁ ଏବେ ମଧ୍ୟ ଆପଣ କିଛି ପ୍ରଶ୍ନ ର ଉତ୍ତର ଅପେକ୍ଷାରେ ଥିବେ ଏବଂ ଯଦି ବୁଝିପାରିଲେ ନାହିଁ ତେବେ ଏହି ଆର୍ଟିକଲ କୁ ପୁଣି ଥରେ ପଢ଼ି ନିଅନ୍ତୁ ।
ତଥାପି ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି ତେବେ ମୋତେ ପଚାରି ପାରନ୍ତି।
ନୀଳମାଧବ ଭୂୟାଁ ଙ୍କ
ଅନୁସନ୍ଧାନ ରୁ….
If the contents helpful so share to your friends, Thanking You.
ଅଜବ ତଥ୍ୟ
ଓଡ଼ିଆ କବିତା…୬
ଓଡ଼ିଆ କବିତା…୨
ଓଡ଼ିଆ କବିତା…୩
Odia Kids Story…2
Dirty Tradition
ହୀରା ଓ ମାଛ
ହୀରା ଓ ମାଛ |
ସେ ଅନ୍ଧାର ରାତିି (Dark Night)
ଭିଜା ମାଟିର ବାସ୍ନା
Love You Priya…
![]() |
Love you priya |
If the contents helpful so share to your friends, Thanking You.
Lesson story
Lesson 2
![]() |
lesson end |
ମୁଁ କହିଲି ମାଉସୀ ତମେ ଯୋଉ ଘରେ ରହୁଥିଲ ସେ ଘରେ ଆମେ ଆଗରୁ ରହୁଥିଲୁ କିନ୍ତୁ ସବୁ ସାଙ୍ଗ ରୁମ୍ ଚେଞ୍ଜ କରିଦେଲେ ସେଥିପାଇଁ ମୁଁ ଗୋଟିଏ ରୁମ୍ ର ଭଡ଼ା ଦେଇ ପାରିବିନି ଭାବି ପୁଣି ସାଙ୍ଗ ମାନଙ୍କ ରୁମ୍ ରେ ରହିବାକୁ ଚାଲି ଗଲି । ସେ ରୁମ୍ ରେ ଯେତିକି ଲାଇଟ୍ କାମ ସବୁ ମୁଁ କରିଛି। ଯଦି କେବେ କଣ ଖରାପ ହୁଏ ତେବେ ମୋତେ ଡାକିବ କାରଣ ମୁଁ ଇଲେକ୍ଟ୍ରିାଲ କାମ ଜାଣେ ଏବଂ ମାଉସୀ ଙ୍କୁ ଗୋଟିଏ କାଗଜ ରେ ମୋର ନମ୍ୱର୍ ଟିକୁ ଲେଖି ହାତରେ ଦେଲି।
ଠିକ୍ ସେତିକି ବେଳେ ପାୟଲ ମାନେ ସୁମିତା ଆସି ପହଁଚିଲା । ମୋତେ ଦେଖି ନ ଦେଖିଲା ଭଳି ସେ ଘର ଭିତରକୁ ସ୍କୁଟି ଉଠେଇବାକୁ ଲାଗିଲା । ଦେଖିବାକୁ ସେତେ ଖାସ୍ ନୁହଁ କିନ୍ତୁ ଷ୍ଟାଇଲ କମ୍ ନୁହଁ ?? ମୁଁ ଥରେ ଭାବିଥିଲି ଲାଇନ୍ ମାରିବାକୁ କିନ୍ତୁ ମୋତେ ଦେଖି ଦିନେ ସେ ମୁହଁ ମୋଡ଼ିବା ପରେ ମୁଁ ଭାବିଲି ତୋ ଠାରୁ ଅଧିକ ସୁନ୍ଦର ଝିଅ ଦେଖିଛି କିନ୍ତୁ ତୋର ର ଭାଉ କମ୍ ନାହିଁ ଭାବି ତାର ପିଛା କରିବା ଛାଡ଼ି ଦେଇଥିଲି କିନ୍ତୁ କେବେ ଆଶା କରି ନଥିଲି ଯେ ସେ ମୁହଁ ମୋଡିବା ଝିଅ ମୋ ପକେଟ୍ କାଟିବ !!!
ସେ ସ୍କୁଟି କୁ ଭିତରକୁ ଉଠେଇବା ସମୟରେ ମୁଁ ସ୍କୁଟି କୁ ଉଠେଇବା ରେ ସାହାଯ୍ୟ କରି ପଚାରିଲି ” ଆଉ ପାୟଲ କେମିତି ଅଛ??” ଏତିକି ଶୁଣି ତାକୁ ଯେମିତି ଶକ୍ ଅନୁଭବ ହେଲା । ସେ ପଛକୁ ନ ବୁଲି ସିଧା ଘର ଆଡ଼କୁ ମୁହଁକରି ‘ ମାମା ଆସୁଛି’ କହି ଘର ଭିତରକୁ ଚାଲିଗଲା ।
ପ୍ରାୟ ଆଠ ମାସ ପରେ ଚୋର ଧରା ପଡ଼ିଛି । ଭାବିଲି ଛାଡ଼ିବି ନାହିଁ ସୁଧ ମୂଳ ସହ ସବୁ ବାହାର କରିବି କହି ନିଜ ରୁମ୍ କୁ ଫେରିଲି। ରୁମ୍ କୁ ଯାଇ କଲ୍ କରିଲି, ପୁଣି ବ୍ଲକ ଦେଖାଇଲା। ମୁଁ ମେସେଜ କରି କହିଲି “ବ୍ଲାକ ଲିଷ୍ଟ ରୁ ହଟାଇ ମୋ ସହିତ କଥା ହୁଅ ନହେଲେ ତୁମର ସବୁ କଳା ଚିଠା ତମ ବାପା ମାଙ୍କ ପାଖରେ ପହଞ୍ଚେଇ ଦେବୀ” ।
ଠିକ୍ ଗୋଟିଏ ମିନିଟ୍ ପରେ କଲ୍ ଆସିଲା। ସରି କହି କହିଲା, ତମର ୫୦୦୦ ଟଙ୍କା ଫେରେଇ ଦେବୀ ତମେ କିଛି କରିବ ନାହିଁ । ମୁଁ କହିଲି ଖାଲି ୫୦୦୦ ନୁହଁ ତା ପୂର୍ବରୁ କେତେବେଳେ ୨୦୦ କେତେବେଳେ ୧୦୦ ସବୁ ମିଶି ୭୧୦୦ ଟଙ୍କା ହେଉଛି, ସବୁ ଫେରେଇବୁ । ସେ ମୋର ସବୁ କଥା ମାନିଲା। କହି ଫୋନ୍ କାଟିଦେଲା।
ତା ପ୍ରତି ଆଉ ଭଲ ପାଇବା ନଥିଲା କାରଣ ପାଠ ପଢା ରେ ଧ୍ୟାନ ଅଧିକା ଥିଲା। ଆଗକୁ ପରୀକ୍ଷା ଥିଲା । ପରୀକ୍ଷା ସରିଲା। ପରୀକ୍ଷା ର ଦୁଇ ଦିନ ପରେ ତାଙ୍କ ମା ମୋତେ ଫୋନ୍ କରି ଡାକିଲେ କହିଲେ, ଆମ ହିଟର ଟା ଜଳି ଯାଇଛି। କଇଲ୍ ଆଣିଛି ତାକୁ ଲଗେଇ ଦେବ ?? ମୁଁ ହଁ କରି ପହଞ୍ଚିଲି ତାଙ୍କ ଘରେ।
ସେଠୀ ସୂମିତା ମାନେ ମୋର ଏକ୍ସ୍ ଗାର୍ଲଫ୍ରେଣ୍ଡ । ଚେୟାର ଉପରେ ବେଶୀ କ୍ୟାଣ୍ଡି କ୍ରସ ଖେଳୁଥିଲା ମୋତେ ଦେଖି ସେ ପୁଣି ଡରରେ ଠିଆ ହୋଇଗଲା। ମାଉସୀ ମୋତେ କହିଲେ ଝିଅ ଏଠି ଅଛି କଣ ଦରକାର ପଡ଼ିବ ତାକୁ କହିବ !! କିନ୍ତୁ ସେ ମନା କରିଲା । ମାଉସୀ କହିଲେ ତୁ ଏଠି ରହ?? ମୁଁ ଯାଉଛି ବାଥରୁମ୍ । ମାଉସୀ ଗଲା ପରେ ମୁଁ ପଚାରିଲି ‘ କଣ ପାଇଁ ଏମିତି କରିଲ?? ସେ କିଛି ଉତ୍ତର ନ ଦେଇ ଚୁପ୍ ରହିଲା?? ପୁଣି ପଚାରିଲି ‘ ଆଚ୍ଛା ମୋ ନମ୍ବର୍ କୋଉଠୁ ପାଇଲ?? ସେ କହିଲା, ଖଟ ର କାଠ ରେ ଲେଖା ହୋଇଥିଲା। ମୁଁ କହିଲି ତମେ ଭାବୁଥିଲ ନା ମୁଁ ବକରା ବନେଇ ବ୍ଲାକ ଲିଷ୍ଟ ପକେଇଲେ ଜଣା ପଡ଼ିବ ନାହିଁ ?? କିନ୍ତୁ ମନେ ରଖ ଚୋର ଆଜି ନହେଲେ କାଲି ନିଶ୍ଚୟ ଧରା ପଡ଼ିବ।
ମୁଁ କହିଲି ଯାହା ତ ସ୍ଵପ୍ନ ଦେଖେଇ ଥିଲ ତାହା ମିଛ ଥିଲା କିନ୍ତୁ ମୋ ଟଙ୍କା ମୋତେ ଶୀଘ୍ର ଫେରାଇ ଦିଅ ନହେଲେ ତମର ସବୁ ଚାଟ୍ ସ୍କ୍ରିନ ଶଟ ରଖିଛି। ସବୁ ତମ ଘରେ ଦେଖେଇ ଦେବୀ । ସେ ତା ରୁମ୍ କୁ ଦୌଡିଗଲା ଏବଂ ୫୦୦ ଟଙ୍କା ନେଇ ଆସି କହିଲା ଏତିକି ନିଅ ବାକି ଧିରେ ଧୀରେ ଫେରେଇ ଦେବୀ।
ଏତିକିବେଳେ ମାଉସୀ ଆସି ପହଞ୍ଚିଲେ। କଥା ବାର୍ତ୍ତା ଭିତରେ କାମ କରୁଥିଲି ଏବଂ ୧୦ ମିନିଟ୍ ଭିତରେ ହିଟର୍ କାମ ସାରି ଘରକୁ ଫେରିଲି।
ଘରକୁ ଆସି ଭାବିଲି । ଦୁନିଆରେ ସବୁ ଝିଅ ମାନେ ଖରାପ ନୁହଁ କିନ୍ତୁ ଏମିତି କିଛି ଝିଅ ମାନଙ୍କ ପାଇଁ ଝିଅ ମାନଙ୍କ ଉପରେ ବିଶ୍ୱାସ ଉଠି ଯାଉଛି। ଝିଅ ମାନେ ଏତେ ତଳକୁ କାହିଁକି ଖସି ଯାଉଛନ୍ତି। ତାର ମା ଙ୍କ ଦେହ ଠିକ୍ ଥିଲା । ସେ ଟଙ୍କା ନେଇଥିଲା କଣ ପାଇଁ ତାହା ମୁଁ ମଧ୍ୟ ଜାଣିନି ଅବ ପଚାରିବାକୁ ଚେଷ୍ଟା କରିନି । କିନ୍ତୁ ମୋର ମନରେ ସବୁ ବେଳେ ଗୋଟିଏ ପ୍ରଶ୍ନ ଉଠେ ଯେ ପାଠ ପଢ଼ିବା ଝିଅ ମାନଙ୍କୁ ଏତେ ଟଙ୍କା ର ଆବଶ୍ୟକ କଣ ? ଘରୁ ପକେଟ ମନି ନିଶ୍ଚୟ ମିଳୁଥିବ। ଯଦି ଅବା ନ ମିଳୁଛି କାହାଠୁ ମିଛ କହି ଅବା ମିଛ ଭଲ ପାଇବା ଦେଖେଇ ଟଙ୍କା ଆଣିବା କଣ ଠିକ୍ ?? ମୋର ମତରେ ବିଲକୁଲ ଠିକ୍ କଥା ନୁହଁ??
ଆଜିକୁ ଦୁଇ ବର୍ଷ ବିତି ଗଲାଣି। ବେଳେବେଳେ ମାଗିବା ପରେ ଟଙ୍କା ଫେରାଏ କିନ୍ତୁ ତାହା କେତେବେଳେ ୫୦୦ ତ କେତେବେଳେ ୨୦୦ । ଆଜି ପର୍ଯ୍ୟନ୍ତ କେବଳ ୩୭୦୦ ଟଙ୍କା ସେ ମୋତେ ଫେରାଇଛି। ବାକି ସେ ଟଙ୍କା କେତେ ବର୍ଷରେ ମିଳିବ ତାହା ମୁଁ ଜାଣିନି । ତାର ସବୁ ମେସେଜ ଆଉ ଚାଟ୍ କେବେଠାରୁ ଡିଲିଟ୍ କରି ସାରିଲିଣି କିନ୍ତୁ ମୋ ସହିତ ଯେଉଁ ଧୋକା ହୋଇଥିଲା ତାହା ଆଜି ମୋତେ ଗୋଟିଏ ବଡ ଲେସନ୍ ମୋତେ ଶିଖେଇ ଦେଲା । ଯେ ପ୍ରତ୍ୟେକ ମଣିଷ ସମାନ ନୁହଁ ଏବଂ ଆଖି ବନ୍ଦ କରି ଭଲ ପାଇବା ଅବା କାହାକୁ ବିଶ୍ୱାସ କରିବା ଅନୁଚିତ୍ ।
ମୋର ଭଳି ବହୁ ଯୁବକ ଯୁବତୀ ଏମିତି ଧୋକା ର ଶିକାର ହୁଅନ୍ତି କିନ୍ତୁ ମୁଁ ଆଶା କରୁଛି ମୋର ଏହି କାହାଣୀ ଟି ପଢ଼ିବା ପରେ ଆପଣ କିମ୍ବା ଆପଣଙ୍କ ବନ୍ଧୁ ମଧ୍ୟ ଏମିତି ଧୋକା ର ଶିକାର ହେବେ ନାହିଁ ।
ଏହି ଲେସନ୍ କାହାଣୀ ଟି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଯଦି ଭଲ ଲାଗିଛି ତେବେ ନିଜ ସାଙ୍ଗ ମାନକୁ ସେୟାର କରିବାକୁ ଭୁଲିବେ ନାହିଁ ।
( ଏହି କାହାଣୀ ର ବ୍ୟକ୍ତି ଜଣକ ନିଜର ପରିଚୟ ଗୁପ୍ତ ରଖିବାକୁ ଚାହିଁଛନ୍ତି )
||| ଧନ୍ୟବାଦ |||
ନୀଳମାଧବ ଭୂୟାଁ (ଲେଖକ)
If the story intresting so share to your friends, Thanking You.
Lesson 1
![]() |
lesson one |
ହଠାତ୍ ଦିନେ ସନ୍ଧ୍ୟା ୬.୧୫ ସମୟରେ ରେ ଗୋଟିଏ ନୂଆ ନମ୍ୱର୍ ରୁ କଲ୍ ଆସିଲା । ଭାବିଲି କୋଉ ସାଙ୍ଗ ଫୋନ୍ କରିଥିବ କିନ୍ତୁ କଲ୍ ସେପଟୁ ଜଣେ କହି ଉଠିଲା ” ଲାଗିଲା ଲାଗିଲା କଥା ହେ” ମୁଁ ପୁଣି ହେଲୋ କହିଲି । ସେପଟୁ ପ୍ରଶ୍ନ ଆସିଲା । କିଏ କହୁଛନ୍ତି ? ମୁଁ ପଚାରିଲି ? ଆପଣ କିଏ?? ସେତେବେଳେ ମୁଁ ଗ୍ରୁପ ଚାଟ୍ ରେ ବ୍ୟସ୍ତ ଥିଲି । ମୁଁ ପଚାରିଲି କିଏ କହୁଛନ୍ତି ନାମ କହୁ ନାହାନ୍ତି ଏବଂ କାହା ପାଖକୁ କଲ୍ କରିଥିଲେ ?? ଏତିକି ପରେ ସେ କହିଲା ସରି ରଂଗ ନମ୍ୱର୍ କହି ଫୋନ୍ ଟିକୁ କାଟିଦେଲା। ମୁଁ ପୁଣି ଗ୍ରୁପ୍ ଚାଟ୍ ରେ ବ୍ୟସ୍ତ ରହିଲି । ସେଦିନ ରାତି ୨ଟା ରେ ପୁଣି କଲ୍ ଆସିଲା । ମୁଁ ଅଧା ନିଦରେ ପଚାରିଲି କିଏ ?? ସେ କହିଲା ‘ କଣ ଏତେ ଶୀଘ୍ର ଶୋଇ ଗଲଣି ଯେ ‘ ଏତିକି ଶୁଣି ମୋ ମୁଣ୍ଡ ଖରାପ। ତାକୁ ବହେ ଗାଳି ଦେଲି ଏବଂ କହିଲି ରଖ ଫୋନ୍ ରାତି ଦୁଇଟା ରେ ଫୋନ୍ କରି ଡିଷ୍ଟର୍ବ କରୁଛି।
ତା ପର ଦିନ ସକାଳେ ମୁଁ ବାହାରିଲି ଏକ୍ସଟ୍ରା କ୍ଲାସ୍ ପାଇଁ କିନ୍ତୁ ତାହା କେବଳ ମୋ ଭଳିଆ କିଛି ପଣ୍ଡିତ ଯୁବକ ମାନଙ୍କ ପାଇଁ ହେଉଥିଲା। ଆମ ଭଡ଼ା ରୁମ୍ ରେ ମୁଁ ଏକା ଥିଲି ବାକି ସାଙ୍ଗ ମାନେ ଘରକୁ ଯାଇଥିଲେ ଦଶହରା ଛୁଟି ମନେଇବା ପାଇଁ । ମୁଁ ଯାଇ ନଥିଲି କାରଣ ବାବା ମମି ଭାଇ ପାଖକୁ ଯାଇଛନ୍ତି ଗୋଆ ବୁଲିବାକୁ ।
୧୧ ଟା ପାଖାପାଖି ଫେରିଲା ବେଳକୁ ହୋଟେଲ ରୁ ପାର୍ସଲ ନେଇ ଆସିଲି । ଖାଇ ଅଳ୍ପ ମୋବାଇଲ ଦେଖୁଛି ପୁଣି ସେ ନମ୍ୱର୍ । ଉଠେଇ ପଚାରିଲି ତମେ କିଏ କହିଲ ?? କାହିଁକି ବାରମ୍ବାର ଫୋନ୍ କରି ଡିଷ୍ଟର୍ବ କରୁଛ?? ସେପଟୁ ଉତ୍ତର ଦେଲା ” ମୁଁ ପାୟଲ କହୁଛି ” ମୁଁ ପଚାରିଲି କଣ କାମ ଥିଲା ?? ସେ କହିଲା, ତମ ସହିତ କଥା ହେବାକୁ ଇଚ୍ଛା ହେଲା କରିଦେଲି ଯଦି ଭଲ ଲାଗୁନି ତେବେ ସରି !!! ତାର ସେ ଶବ୍ଦ ଶୁଣି ମୁଁ ପୁରା ଭୋଳ ହୋଇଗଲିଣି। କହିଲି ନା ନା !! ସେମିତି କିଛି ନାହିଁ ? କୁହ କଣ କଥା ହେବାର ଅଛି? ଏବଂ ମୋ ନମ୍ୱର୍ ତମେ କେମିତି ପାଇଲ?? ସେ କହିଲା ତମେ , କଲେଜ୍ ର ୱେଲକମ ଉତ୍ସବ ରେ ତମ ଭାଷଣ ଶୁଣି ମୋତେ ଭଲ ଲାଗିଲା । ମୁଁ ମୋ ସାଙ୍ଗ ମାନଙ୍କ ଠାରୁ ତମ ନମ୍ୱର୍ ପାଇଲି ?? ମୁଁ ପଚାରିଲି ତେବେ ତମେ ମୋ କ୍ଲାସ୍ ମେଟ୍ ?? ସେ କହିଲା ନା, ମୁଁ ତୁମ କ୍ଲାସ୍ ମେଟ୍ ନୁହଁ କିନ୍ତୁ ତମ କଲେଜ୍ ର।
ଠିକ୍ ସେତିକିବେଳେ ବାବା ଙ୍କ କଲ୍ ଆସିବା ଯୋଗୁ ମୁଁ କହିଲି ପରେ କଥା ହେବା ! କହି କାଟି ଦେଲି କିନ୍ତୁ ତାପର ଠାରୁ ପାୟଲ ସହିତ ମୋର ଚାଲିଲା ପ୍ରତିଦିନ କଥା ବାର୍ତ୍ତା। ଠିକ୍ ପାଞ୍ଚ ଦିନ ପରେ ସେ ଗୋଟିଏ କଥା କହିଥିଲା ଯେ ମୋର ଅସଲ ନାମ ପାୟଲ ନୁହଁ ଏବଂ ତମେ ଯଦି ସତରେ ମୋତେ ଭଲ ପାଉଛ ତେବେ ମୋତେ କଲେଜ୍ ରେ ଖୋଜିବାକୁ ଚେଷ୍ଟା କର ଏବଂ ସେତେବେଳେ ମୋର ଅସଲ ନାମ ଜାଣିପାରିବ କିନ୍ତୁ ମୁଁ ତାକୁ କେବେ କଲେଜ୍ ରେ ଖୋଜିବାକୁ ଚେଷ୍ଟା କରିନି। ଏମିତି ଚାଲିଲା ପ୍ରାୟ ମାସେ ।
ଦିନେ ରାତି ୯ ଟା ରେ ମୋତେ କଲ୍ ଆସିଲା ଯେ ମୋ ମା ଙ୍କ ଦେହ ଖରାପ୍ ଏବଂ ମୋତେ ୫୦୦୦ ଟଙ୍କା ନିହାତି ଦରକାର । ଏତିକି କଥା ଶୁଣି ମୋର ଦୟା ଭାବ ବଢ଼ିଗଲା ମୁଁ କହିଲି ତମେ କାହାକୁ ମାଗିବା ଦରକାର ନାହିଁ ମୁଁ ତମକୁ ସେଣ୍ଟ କରୁଛି, ତମେ ତମର ଆକାଉଣ୍ଟ ନମ୍ବର୍ ଦିଅ । ସେ ୫ ସେକେଣ୍ଡ ଭିତରେ ସେଣ୍ଡ୍ କରିଲା ଏବଂ ମୁଁ ସଙ୍ଗେ ସଙ୍ଗେ ତାକୁ ୫୦୦୦ ଟଙ୍କା ପଠେଇଲି।
ବାବା ଦୁଇ ଦିନ ପୂର୍ବରୁ ୭୦୦୦ ଟଙ୍କା ପଠେଇ ଥିଲେ ଘର ଭଡ଼ା ଏବଂ ଖାଇବା ଖର୍ଚ୍ଚ ପାଇଁ କିନ୍ତୁ ଜାଣିନଥିଲି ସେ ଟଙ୍କା ମୋତେ ସମୟରେ ମିଳିବ ବୋଲି ?? କିନ୍ତୁ ମୁଁ ପାଠ ପଢୁଥାଏ ଏବଂ ୫୦୦୦ ମୋ ପାଇଁ ବହୁତ୍ ବଡ ଥିଲା। ତାପରେ ସେ କହିଲା ମା ଏବେ ହସ୍ପିଟାଲ୍ ରେ ଅଛନ୍ତି ସେଥିପାଇଁ ପ୍ରତିଦିନ କଥା ହୋଇ ପାରିବିନି। ମୁଁ ପଚାରିଲି କଣ ହୋଇଛି, ସେ କହିଲା ସୁଗର୍ ବଢ଼ିଯାଇଛି। ମୁଁ ଏତେ ପଚାରିଲି ନାହିଁ । କିନ୍ତୁ ୟେ କଣ ଧିରେ ଧୀରେ ଫୋନ୍ ଉଠେଇବା ମଧ୍ୟ ବନ୍ଦ କରିଦେଲା ଏବଂ ଆଉ କିଛି ଦିନ ପରେ ମୋର ନମ୍ବର ବ୍ଲକ୍ ଲିଷ୍ଟ ରେ ମଧ୍ୟ ପଡ଼ିଗଲା। ମୁଁ ଅନ୍ୟ ନମ୍ୱର୍ ରେ କଲ୍ କରିଲେ ସେ ଯଦି ମୋ ଭଏସ୍ ଜାଣିଦେବ ତେବେ ସଙ୍ଗେ ସଙ୍ଗେ ବ୍ଲକ ଲିଷ୍ଟ ରେ ପକେଇ ଦିଏ।
ସେ ମାସ ରେ ପୁଣି ବାବା ଙ୍କୁ ଟଙ୍କା ମାଗିଲି । ମିଛ କହିଲି ଯେ କଲେଜ୍ ରୁ ଆସିଲା ବେଳେ ମୋର ପର୍ସ ଚୋରି କରି କେହି ନେଇଗଲା। ବହୁତ୍ ଗାଳି ଶୁଣିଲି କିନ୍ତୁ ଟଙ୍କା ପୁଣି ଦେଲେ।
ଏମିତି କଲ୍ ଉପରେ କଲ୍ କରି ଚାଲିଥାଏ କିନ୍ତୁ ପ୍ରତ୍ୟେକ ନମ୍ୱର୍ ବ୍ଲକ୍ ଲିଷ୍ଟ ରେ ପଡୁଥିଲା। ତାପରେ ବୁଝିଗଲି ଯେ ମୋ ସହିତ ବହୁତ୍ ବଡ ଧୋକା ହୋଇଗଲା। ନା ଚିହ୍ନି ନି କି ଜାଣିନି, କୋଉଠି ଖୋଜିବି ସେ ମୋତେ ଆଡ୍ରେସ ମଧ୍ୟ ଦେଇନି କହିଥିଲା ଯୋଉଦିନ ମୋତେ ଖୋଜି ପାଇବ ସେଦିନ କହିବି। ମୁଁ ଚେଷ୍ଟା କରିନି । ପ୍ରେମ ସେତେ ଟାଣ ହୋଇ ନଥିବା ଯୋଗୁଁ ମୋତେ ଅଧିକ ଦୁଃଖ ଅନୁଭବ ହେଲା ନାହିଁ। କିନ୍ତୁ ଦୁଃଖ ଥିଲା ଟଙ୍କା ନେଇଗଲା ବୋଲି । ଭାବିଲି ଆଉ ଟଙ୍କା ତ ମିଳିବ ନାହିଁ। ସେଦିନ ଠାରୁ କାନ ଧରିଲି ଯେ ଆଉ ଝିଅ ପଛରେ ପଡ଼ିବି ନାହିଁ ଏବଂ ମୋ କ୍ୟାରିଅର ପାଇଁ ଧ୍ୟାନ ଦେବୀ । ଧୀରେ ଧୀରେ ତାକୁ ମନରୁ ହଟେଇ ପାଠ ପଢା ରେ ଧ୍ୟାନ ଦେଲି । ଭାବିଲି ୫୦୦୦ ଟଙ୍କା ପାଣିରେ ପକେଇ ଦେଲି ବୋଲି ଭାବି କାହାକୁ ନ କହି ଚୁପ୍ ଚାପ୍ ପାଠ ପଢ଼ାରେ ଲାଗିଗଲି।
ସେ ଘଟଣା ର ଠିକ୍ ୮ ମାସ ୧୪ ଦିନ ପରେ । ମୁଁ କ୍ଲାସ୍ କୁ ଯିବାକୁ ବାହାରୁଛି । ମୁଁ ଯେଉଁ ଘରେ ଭଡ଼ା ରହୁଥିଲି ସେ ଘର ଠାରୁ ଦୁଇ ଘର ପଶ୍ଚିମ କୁ ଆଉ ଗୋଟିଏ ଘର ଭଡ଼ା ବାଲା ରହୁଛନ୍ତି । ସେ ମୁଁ ଘର ଚେଞ୍ଜ କରିବାର କିଛି ଦିନ ପରେ ସେଠୀ ରହିବାକୁ ଆସିଲେ। ତାଙ୍କ ଘର ଦେଇ ଗଲା ବେଳେ ତାଙ୍କ ମାଉସୀ ବାରଣ୍ଡା ରେ ଠିଆ ହୋଇଛନ୍ତି । ମୋତେ ଦେଖି କହିଲେ ପୁଅ ଗୋଟିଏ ନମ୍ୱର୍ ଲଗେଇ ଦେବ କି ??? ମୁଁ କହିଲି ହଁ ମାଉସୀ । ସେ ନିଜର Samsung ର ଗୋଟିଏ କୀପେଡ ମୋବାଇଲ ମୋତେ ଦେଲେ ଏବଂ ସେ ଗୋଟିଏ କାଗଜ ଟିଏ ଦେଲେ। କାଗଜ ରେ ଗୋଟିଏ ନମ୍ୱର୍ ଥିଲା।
ମୁଁ ସେ ନମ୍ୱର୍ ଟାଇପ କରୁ କରୁ ହଠାତ୍ ମୋର ମନେ ପଡିଗଲା ‘ ଆରେ ହେଇ !! ୟେ ତ ପାୟଲ ର ନମ୍ବର ‘ ଏବଂ ମୁଁ ତାଙ୍କ ମୋବାଇଲ ରେ କଲ୍ ଲଗେଇ ମାଉସୀ ହାତରେ ଦେବା ପୂର୍ବରୁ ମୁଁ ନାଁ ଟିକୁ ପଢିଲି ସେଥିରେ ‘ ସୁମିତା ‘ ଲେଖା ଥିଲା। ମାଉସୀ କଥା ହୋଇ ତାକୁ ପଚାରିଲେ ଶୀଘ୍ର ଆସେ ଡାଲି ପାଣି ମରିଯିବ? କହି କାଟିଦେଲେ। ମୋତେ କହିଲେ ଡାଲି ଆଣିବାକୁ ଯାଇଛି ଯେ ଗୋଟିଏ ଘଣ୍ଟାଏ ହୋଇଗଲାଣି। ସେ ଆସିଲେ ପୁଣି କଲେଜ୍ ଯିବ। ମୁଁ କ୍ଲାସ୍ ଯିବା ପାଇଁ ମନ ବଦଳେଇ ଦେଲି। ମୁଁ କହିଲି ମାଉସୀ ଘରେ ମଉସା ନାହାନ୍ତି କି?? ସେ କହିଲେ ହଁ ସେ ଅଛନ୍ତି ?? କିନ୍ତୁ ତାଙ୍କର ମୁଣ୍ଡ ବ୍ୟଥା ହେଉଛି ସେଥିପାଇଁ ଝିଅ କୁ ପଠେଇଲି । ମୁଁ ପୁଣି ପଚାରିଲି, ମଉସା କଣ କରନ୍ତି ? ସେ କହିଲେ ସେ ଆଜେଣ୍ଟ କାମ କରୁଛନ୍ତି ଏବଂ ମୁଁ ଘରେ ସିଲେଇ କାମ କରେ।
Childhood Memories
ଫେରି ଆସ
ଫେରି ଆସ…1
ଫେରି ଆସ…2
ଫେରି ଆସ…3
ଫେରି ଆସ…Last
ଫେରି ଆସ (1)
ଠିକ୍ ସେତିକିବେଳେ ସୁଜାତା ତାର ଦୁଇ ବର୍ଷ ର ଝିଅ କୁ ନେଇ କ୍ଲିନିକ୍ ରେ ପହଞ୍ଚିଲା। କୁନି ଝିଅ ପୂଜା ସଙ୍ଗେ ସଙ୍ଗେ ମୁକେଶ ପାଖକୁ ଆସି କୋଳେଇ କହିଲା ବାପା… ବାପା.. ତମେ ଏଠି?? ଜାଣିଛ ମୁଁ ତମକୁ କେତେ ଖୋଜିଛି ?? ମାମା କୁ ଯେବେ ପଚାରେ ସେ କଥା ଘୁମେଇ ଅନ୍ୟ କିଛି କଥା କହି ଦିଅନ୍ତି । ଜାଣିଛ ତମକୁ ପ୍ରତ୍ୟେକ ରାତିରେ ମୁଁ ବହୁତ୍ ଖୋଜେ ?? କିନ୍ତୁ ମାମା ମୋତେ ଗାଳି ଦେଇ ଶୁଆଇ ଦିଅନ୍ତି । କୁହ ବାପା ??? କଣ ପାଇଁ ଆସୁ ନଥିଲ?? ଚାଲ ଆଜି ଆମେ ଆମ ଘରକୁ ଯିବା।
ମୁକେଶ ଝିଅ କୁ ଦେଖି ଖୁସି ହୋଇଗଲା ଏବଂ କୋଳେଇ ନେଇ କହିଲା ନିଶ୍ଚୟ ଆସିବି । ମୁଁ ଅଫିସ କାମରେ ଅଳ୍ପ ବ୍ୟସ୍ତ ରହୁଛି ସେଥିପାଇଁ, ଆସି ପାରୁ ନଥିଲି। ଏବେ ନିଶ୍ଚୟ ଆସିବି। କିନ୍ତୁ ଏଠି ସୁଜାତା ପୂଜା କୁ ଟାଣି ନେଇ ଅନ୍ୟ ଏକ ସିଟ୍ ରେ ବସିଲେ । ମୁକେଶ ସୁଜାତା କୁ ଦେଖିଲା ପରେ ସତେ ଯେମିତି ତା ମୁଖରେ ଖୁସି ଫେରି ଆସିବା ଭଳି ମନେ ହେଲା।
ସେ ମଳୟ କୁ ଦେଖି ଇଶାରା ରେ କହିଲା । ଦେଖ ସୁଜାତା ଆସିଛି । ମଳୟ ଭାବିଲା ଆଜି ଭାଉଜ ସହିତ ମୁକେଶ ର କଥା ବାର୍ତ୍ତା ନିଶ୍ଚୟ କରେଇବି କିନ୍ତୁ ଭାଉଜ ମାରିଥିବା ଚାପୁଡା ମଳୟ କୁ ବାରମ୍ବାର ମନେ ପଡ଼ି ଯାଉଥାଏ । ମଳୟ ସ୍ଥିର କରିଲା ସେ ଘଟଣା କୁ ବର୍ଷେ ଉପରେ ହୋଇଗଲାଣି। ମନେ ରଖି କିଛି ଫାଇଦା ନାହିଁ କିନ୍ତୁ ମୁକେଶ ସହିତ ଘଟିଥିବା ପୁରୁଣା କଥା ଗୁଡ଼ିକ ତାକୁ ଆଜି ମଧ୍ୟ ମନେ ପଡ଼ି ଯାଉଥାଏ।
.
.
.
.
.
.
ଠିକ୍ ତିନି ବର୍ଷ ପୂର୍ବେ ସୁଜାତା ଆଉ ମୁକେଶ ର ଗୋଟିଏ ସଫ୍ଟୱେର କମ୍ପାନୀ ରେ ପ୍ରଥମ ଦେଖା ହେଲା । ଦୁହେଁ Interview ଦେବାକୁ ଆସି ସେହି କମ୍ପାନୀ ରେ ସିଲେକ୍ଟ ହୋଇଥିଲେ । ସେଦିନ ଠାରୁ ସେମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇ ଯାଇଥିଲା । ଦୁହେଁ ଗୋଟିଏ ଟିମ୍ ରେ କାମ କରିଲେ। ଫ୍ରି ଟାଇମ ମିଳିଲେ ବୁଲିବା, କଫି ପିଇବା ଏବଂ ପାର୍କ ବୁଲିବା ଆରମ୍ଭ ହୋଇଗଲା । ସେହି ଟିମ୍ ରେ ମଳୟ ମଧ୍ୟ ସାମିଲ ଥିଲା । ମୁକେଶ ଏବଂ ମଳୟ ଗୋଟିଏ ରୁମ୍ ମେଟ୍ । ପ୍ରାୟ ତିନି ମାସ ପରେ ଦୁହେଁ କୋର୍ଟ ମେରେଜ୍ କରିଲେ । ଘରେ ବିପକ୍ଷରେ ଥିଲେ ମଧ୍ୟ ପ୍ରେମ ଆଗରେ ଘର ଲୋକେ ହାର ମାନିଗଲେ ।
ମେରେଜ୍ ପର ଠାରୁ ସେ କେବେ ମଧ୍ୟ ଘରକୁ ଯାଇନି କେବଳ ଫୋନ୍ ଏବଂ ଭିଡିଓ କଲ୍ ରେ କଥା ହେଉଥାଏ। ବାହାଘର ର ବର୍ଷେ ପୁରିନି ସେମାନଙ୍କ ଗୋଟିଏ ସୁନ୍ଦର୍ ଝିଅ ଟିଏ ଜନ୍ମ ହେଲା । ନାମ ଦିଆଗଲା ପୂଜା । ପୂଜା କୁ ୦୬ ମାସ ହେବା ପର୍ୟନ୍ତ ଠିକ୍ ଠାକ୍ ଚାଲିଲା କିନ୍ତୁ ତା ପରେ ସୁଜାତା ର ମା ଆସି ଘରେ ରହିବାକୁ ଲାଗିଲେ ଏବଂ ପୂଜା ର ଯତ୍ନ ନେବାକୁ ସ୍ଥିର କରିଲେ । ସୁଜାତା ପୁଣି ଥରେ ଜବ୍ ରେ ଜଏନ କରିଲା କିନ୍ତୁ ଅନ୍ୟ ଏକ ଟିମ୍ ରେ । ପ୍ରାୟ ଗୋଟିଏ ମାସ ଠିକ୍ ଠାକ୍ ଚାଲିଲା ତାପରେ ଆରମ୍ଭ ହୋଇଗଲା ଗୃହ ଯୁଦ୍ଧ । କାରଣ ଥିଲା ସନ୍ଦେହ ଏବଂ ଅନ୍ୟାନ୍ୟ ଘଟଣା ।
ସୁଜାତା ର ଚାକିରି ର ଗୋଟିଏ ମାସ ପରେ। ଦିନେ ରାତି ପ୍ରାୟ ୧୦.୩୦ ହେବ ସୁଜାତା ମୋବାଇଲ କୁ ଗୋଟିଏ କଲ୍ ଆସିଲା । ସେ ଥିଲା ତାଙ୍କ ଟିମ୍ ର ଗୋଟିଏ ମେମ୍ବର ରୋଷନ୍। ମୁକେଶ କହିଲା ଝିଅ କାନ୍ଦୁଛି ତାକୁ କ୍ଷୀର ଖୁଆଇ ଖୁଆଇ କଥା ହୁଅ କିନ୍ତୁ ସୁଜାତା ମନା କରି କହିଲା କିଛି ଇମ୍ପୋର୍ଟାଣ୍ଟ ପ୍ରୋଜେକ୍ଟ ବିଷୟରେ କଥା ଅଛି ଏବଂ ମୋତେ ଲାପଟପ୍ ରେ କିଛି ମେଲ୍ କରିବାର ଅଛି ତମେ ତାକୁ ବୋତଲ ରେ କ୍ଷୀର ପିଆଇ ପିଆଇ ଶୁଆଇ ଦିଅ। ମୁକେଶ ସେମିତି କରିଲା।
ସୁଜାତା ଫୋନ୍ ଧରି ବାଲକୋନି ରେ ଲାପଟପ୍ ନେଇ ବସିଲା । ମୁକେଶ ଝିଅ କୁ ଖୁଆଇ ଖୁଆଇ ଶୋଇଗଲା। ହଠାତ୍ ମୁକେଶ ର ନିଦ ଭାଙ୍ଗିଲା । କାରଣ ଝିଅ ଚିଚି କରି ଦେଇଛି । ଝିଅ ପାଇଁ କପଡା ବଦଳେଇ ତାକୁ ଡାଇପର୍ ପିନ୍ଧାଇ ବାକୁ ଲାଗିଲା । ସମୟ ପାଖାପାଖି ୧୨.୨୦ ହେବାକୁ ବସିଲାଣି କିନ୍ତୁ ସୁଜାତା ସେତେବେଳେ ପର୍ଯ୍ୟନ୍ତ ବେଡ୍ କୁ ଆସି ନାହିଁ ।
ଝିଅ କୁ ପୁଣି ଥରେ ଶୁଆଇ ମୁକେଶ ବାଲକୋନୀ କୁ ଯାଇ ଦେଖିଲା । ଫୋନ୍ କଥାବାର୍ତ୍ତା ବନ୍ଦ ଥିଲା କିନ୍ତୁ ମେସେଞ୍ଜର ରେ ଚାଟ୍ ଚାଲିଥିଲା । ଆର ପଟେ ଥିଲା ରୋଷନ୍। ମୁକେଶ ଧିରେ ଧିରେ ସୁଜାତା ପଛ ପଟେ ପହଞ୍ଚିଲା । ଏହି ଧିର ପାଦ ଶବ୍ଦ ସୁଜାତା କୁ ଶୁଣା ଗଲା ନାହିଁ । ମୁକେଶ ସୁଜାତା ପାଖକୁ ପହଞ୍ଚି ମେସେଞ୍ଜର ର କିଛି ଚାଟ୍ ପଢ଼ିବାକୁ ଲାଗିଲା । ସେ ଚାଟ୍ ପଢ଼ି ମୁକେଶ ର ନିଦ ହଜିଗଲା । ତାର ମୁଣ୍ଡ ଘୁରିଗଲା, ତାର ମନରେ ରାଗ ଉତ୍ପନ୍ନ ହେଉଥାଏ କିନ୍ତୁ ସେ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଠିଆ ହୋଇ ଚାଟ୍ ପଢୁଥାଏ । ମୁକେଶ ଏମିତି ଭାବୁଥାଏ ଯେ ସୁଜାତା କୁ ଜୀବନରୁ ମାରିଦେବାକୁ କିନ୍ତୁ ସେ ନିଜକୁ କଣ୍ଟ୍ରୋଲ କରିଲା।
କେମିତି କେଜାଣି ସୁଜାତା କୁ ଅନୁଭବ ହେଲା ଯେ ତାର ପଛ ପଟେ କେହି ଜଣେ ଅଛି । ହଠାତ୍ ସେ ବୁଲି ଦେଖିଲା ବେଳକୁ ମୁକେଶ ଠିଆ ହୋଇଛି। ସୁଜାତା ନିଜ ଭୁଲ କୁ ଲୁଚାଇବା ପାଇଁ ସଙ୍ଗେ ସଙ୍ଗେ ଲାପଟପ୍ ବନ୍ଦ କରି ବେଡ ରୁମ କୁ ଯାଇ ଝିଅ କୁ ଧରି ଶୋଇବାକୁ ଲାଗିଲା । ମୁକେଶ ର ରାଗ ଆକାଶ ଛୁଆଁ । ସେ ଚାଟ୍ ପଢ଼ି ରାଗରେ କିଛି କରିବାକୁ ଇଛା କରୁଥାଏ। ସଙ୍ଗେ ସଙ୍ଗେ ବେଡ ରୂମ କୁ ଆସି ଦେଖିଲା ବେଳକୁ ସୁଜାତା ଲାଇଟ୍ ବନ୍ଦ କରି ଝିଅକୁ କୋଳେଇ ଶୋଇଛି ।
ମୁକେଶ ନିଜ ରାଗ କୁ ଶାନ୍ତ କରିବାକୁ ଯାଇ ଡ୍ର ରୁ ସିଗାରେଟ ପକେଟ୍ ଟିକୁ ବାହାର କରି ବାଲକୋନି କୁ ଆସି ଗୋଟିଏ ପରେ ଗୋଟିଏ ସିଗାରେଟ୍ ଟାଣି ବାରେ ଲାଗିଲା । ତିନୋଟି ସିଗାରେଟ ପରେ ସେ ମଳୟ କୁ ଫୋନ୍ କରି ସବୁ କଥା କହିଲା । ମଳୟ ତାକୁ ବୁଝେଇଲା। ଯେ ତୁ ଭୁଲ ଦେଖିଥିବୁ!! ଭାଉଜ ସେମିତି ନୁହଁ, ସେ ବହୁତ୍ ଭଲ । ମୁକେଶ କହିଲା, ଆରେ ମୁଁ ନିଜ ଆଖିରେ ଦେଖିଛି। ସେ ରୋଷନ୍ ସହିତ ଖରାପ ଚାଟ୍ କରୁଥିଲା ।
ମଳୟ କହିଲା ତୁ ଏବେ ଶୋଇ ଯା । ସକାଳୁ କଥା ହେବା, ଫୋନ୍ କଟ୍ । ରାତି ସାରା ମୁକେଶ ଆଖିରେ ନିଦ ନାହିଁ। ସେ ରାତିରେ ୬ ପ୍ୟାକେଟ ସିଗାରେଟ ପିଇ ବାଲକୋନି ରେ ଚେୟାର ରେ ତାକୁ ନିଦ ଲାଗି ଯାଇଛି । ସକାଳୁ ସକାଳୁ ମଳୟ ଆସି ପହଁଚିଲା । ସୁଜାତା ଆଖି ମଳି ମଳି କବାଟ ଖୋଲିଲା। ମଳୟ ଭାଉଜ କୁ ଗୁଡ଼ ମର୍ଣୀଙ୍ଗ କହି ଭିତରକୁ ଆସିଲା ଏବଂ ପଚାରିଲା ଭାଇ କୁଆଡେ ଗଲେ । ସୁଜାତା ବାଲକୋନୀ କୁ ଆଙ୍ଗୁଠି ଦେଖେଇ କହିଲା ସେଠୀ ଅଛନ୍ତି। ଏତିକି କହି ଭାଉଜ ବାଥରୁମ୍ କୁ ଚାଲି ଗଲେ। ମଳୟ ମୁକେଶ କୁ ଉଠେଇଲା । ଦେଖିଲା ମୁହଁ ଲାଲ ହୋଇ ପଡ଼ିଛି । ୬ ଟି ପ୍ୟାକେଟ ରୁ କେବଳ ତିନୋଟି ସିଗାରେଟ୍ ବଞ୍ଚିଛି।
If the contents helpful so share to your friends, Thanking You.
ଫେରି ଆସ (2)
କିଛି ଦିନ ଏମିତି ଚାଲିଲା କିନ୍ତୁ ରୋଷନ୍ ଏବଂ ଭାଉଜ ଙ୍କ କଥା ହେବା ର ପ୍ରମାଣ ମିଳୁ ନଥିଲା । ପ୍ରାୟ ୨୦ ଦିନ ବିତିଗଲା। ମଳୟ କହିଲା ତୁ ସେଦିନ ସ୍ବପ୍ନ ଦେଖିଥିବୁ!! ବେକାର ଟାରେ ଭାଉଜ ଉପରେ ତୁ ସନ୍ଦେହ କରୁଛୁ । ମୁକେଶ କହିଲା, ଆରେ ଭାଇ ମୁଁ ସ୍ବପ୍ନ ଦେଖିନି କି ତୋତେ କାହାଣୀ କହୁନି। ଯାହା ସତ, ତାହା ହିଁ କହୁଛି । ସେଦିନ ଠାରୁ ସେ ମୋ ସହିତ ଭଲ ରେ କଥା ହେଉନି । କାମ ସାରି ଶୀଘ୍ର ଶୋଇ ଯାଉଛି । ଆଉ ଯେତେବେଳେ କଥା ହେବାକୁ ବସେ ତାଙ୍କ ମା ମୋ ସାମ୍ନାରେ ଆସି ହାଜର ହୋଇ ଯାଆନ୍ତି ।
ତୁ ଆମ ଭଲ ପାଇବା ଦେଖିଛୁ । ଭଲ ପାଇବା ସେତିକି ସୁଦୃଢ଼ ଥିଲା କିନ୍ତୁ ସୁଜାତା ଯେବେ ଠାରୁ ପୁଣି ଥରେ ଅଫିସ୍ ରେ ଜଏନ କରିଛି । ସେଦିନ ଠାରୁ ତାର ଭଲ ପାଇବା ଉଭେଇ ଯାଇଛି। ଆଉ ତାର ମା ମଧ୍ୟ ମୋତେ ଯେମିତି ଘର ର କୁକୁର ଭଳି ବ୍ୟବହାର କରୁଛନ୍ତି । ନୂଆ ନୂଆ ସମୟରେ ସବୁ ଠିକ୍ ଥିଲା କିନ୍ତୁ ସେ ଆମ ଘରେ ରହିବା ପର ଠାରୁ ଆମ ଭିତରେ କଳହ ସୃଷ୍ଟି ହେବାରେ ଲାଗିଛି । ସେଗୁଡିକ ମୁଁ ଆଖି ମୁଦି ସହି ଯାଉଥିଲି କିନ୍ତୁ ଆଉ ନାହିଁ ରେ ଭାଇ ।
କିଛି ଗୋଟେ କର ?? ମଳୟ କହିଲା ହଉ ତୋ ଭଲ ପାଇବା ର ମୁଁ ପ୍ରତ୍ୟକ୍ଷ ଦର୍ଶି ଆଉ ତୁ ଯଦି କହୁଛୁ ତେବେ ଅନ୍ୟ ଏକ ଯୋଜନା ମୋ ମୁଣ୍ଡ ଭିତରେ ଆସିଛି । ମୁକେଶ କହିଲା କହ?? ମଳୟ କହିଲା କିଛି ଗୋଟିଏ ବୁଲିବା ପ୍ଲାନିଂ କରି ତୁ ୩-୪ ଦିନ ପର୍ଯ୍ୟନ୍ତ ଘରେ ରହିବୁ ନାହିଁ ଏବଂ ତୋ ଘରେ କିଛି କିଛି ଜାଗାରେ ସ୍ପାୟେ କ୍ୟାମେରା ଲୁଚେଇ ସେଟ୍ କରି ଦେବା । ଯଦି ତୋର ସନ୍ଦେହ ସତ ତେବେ କିଛି ନା କିଛି ଆମକୁ ପ୍ରମାଣ ମିଳିଯିବ।
ଏହି କଥା ରେ ମୁକେଶ ହଁ କରିଲା ଏବଂ ଦୁଇ ଦିନ ପରେ ସନ୍ଧ୍ୟାରେ ସୁଜାତା ଏବଂ ତାଙ୍କ ମା ପାଖ ପାର୍କ କୁ ବୁଲିବାକୁ ଯାଇଥିଲେ । ଏତିକିବେଳେ ମଳୟ ଏବଂ ମୁକେଶ କ୍ୟାମେରା ଫିଟ୍ କରିଦେଲେ ଏବଂ ତାର ଗୋଟିଏ ଦିନ ପରେ ବୁଲିବା ପାଇଁ ପ୍ଲାନ୍ ଆୟୋଜନ ହେଲା । ମୁକେଶ ବୁଲିବାକୁ କହି ଘରୁ ବାହାରି ମଳୟ ର ରୁମ୍ ରେ ରହିଲେ ଏବଂ ରୋଷନ୍ ର ପିଛା କରିବାକୁ ଲାଗିଲେ । ପ୍ରଥମ ଦିନ ତ କିଛି ଜଣା ପଡିଲା ନାହିଁ କିନ୍ତୁ ଦ୍ୱିତୀୟ ଦିନ ସକାଳେ ରୋଷନ୍ ପହଞ୍ଚିଲା ସୁଜାତା ର ଘରେ। ମଳୟ ର ସନ୍ଦେହ ଅଳ୍ପ ଅଳ୍ପ ଦୂର ହେବାକୁ ଲାଗିଲା । ପୁଣି ସେ ସନ୍ଧ୍ୟାରେ ଦୁହେଁ କଫି ପିଇବାକୁ ପାଖ ଶିଶିଡି ରେ ପହଁଚିଲେ । ସେଠୀ ଦୁହେଁ କଫି ପିଇବା ସମୟରେ ମଳୟ ର ସାଙ୍ଗ ଦ୍ଵାରା କିଛି ଫୋଟୋ ଉଠା ଗଲା।
ଏଗୁଡ଼ିକ ଦେଖି ମୁକେଶ ରାଗରେ ଜଳୁ ଥାଏ କିନ୍ତୁ ମଳୟ ତାକୁ ବୁଝେଇ ରାଗ ଶାନ୍ତ କରୁଥାଏ । ମୁକେଶ କହିଲା ମୋର ରାଗ ଅସମ୍ଭାଳ ହେଲାଣି ଆଜି ରାତିରେ ରୋଷନ୍ ଘରକୁ ଯାଇ ତାର କଲର୍ ଟାଣି ଆଣି ପଚାରିବି । ମଳୟ କହିଲା, ତୁ ଏମିତି କରି ପାରୁ କିନ୍ତୁ ମୋ ମତରେ ଆଉ ଗୋଟିଏ ଦିନ ଅପେକ୍ଷା କର । ମୁକେଶ ମଳୟ କଥାରେ ରାଜି ହୋଇଗଲା। ତା ପର ଦିନ ଦେଖା ଗଲା ଯେ ପୁରା ଦିନ ରୋଷନ୍ ସୁଜାତା ଘରେ ଥାଏ।
If the contents helpful so share to your friends, Thanking You.
ଫେରି ଆସ (3)
ମୁକେଶ ଏବଂ ସୁଜାତା ଦୁହେଁ କ୍ଲିନିକ୍ ବାହାରକୁ ଆସିଲେ କିନ୍ତୁ ଦୁହେଁ ଦୁହିଁଙ୍କୁ କିଛି କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ କିଛି କହି ପାରୁ ନଥିଲେ । କିଛି ପାଦ ଆଗକୁ ବଢିବା ପରେ ସୁଜାତା ର ଆଖିରୁ ଲୁହ ବାହାରି ଗଲା । ମୁକେଶ ତାହା ଦେଖି ଲୁହ ପୋଛିବାକୁ ରୁମାଲ ବାହାର କରି ସୁଜାତା ହାତରେ ଦେଲା। ସୁଜାତା ମୁକେଶ କୁ ଚାହିଁ ରହିଲା । ମୁକେଶ ନିଜ ହାତରେ ସୁଜାତା ର ଲୁହ ପୋଛିଦେଲା
ଏହି କ୍ଷଣକ ମଧ୍ୟରେ ସୁଜାତା ମନରେ ଯେମିତି ଗୋଟିଏ ବଡ ପରିବର୍ତ୍ତନ ଆସିଗଲା ସେ ମୁକେଶ କୁ କୁଣ୍ଢେଇ କାନ୍ଦିବାକୁ ଲାଗିଲା । ସୁଜାତା କହିଲା ସବୁ ଭୁଲ ମୋର ଥିଲା ମୁକେଶ!! ମୋତେ କ୍ଷମା କରିଦିଅ ପ୍ଲିଜ୍,,, ମୁଁ ଏବେ ବଦଳି ଯାଇଛି । ମୁଁ ରୋଷନ୍ କୁ ଭଲ ପାଉନି। ମୋ କଥା କୁ ବିଶ୍ୱାସ କର । ସେ କେବଳ ସାଙ୍ଗ ହିସାବରେ ମୋ ସହିତ ଦେଖା ସାକ୍ଷାତ କରୁଛି। ସେ ସମୟରେ ମୋର ଗର୍ବ ଅହଙ୍କାର ଏତେ ବଢି ଯାଇଥିଲା ଯେ ମୁଁ ଖରାପ ଚରିତ୍ର ପାଲଟି ଯାଇଥିଲି କିନ୍ତୁ ସେ ଘଟଣା ଠାରୁ ମୁଁ ପ୍ରତ୍ୟେକ ଦିନ ତମକୁ ଖୋଜିଛି । ବହୁତ୍ ଥର ତୁମକୁ କ୍ଷମା ମାଗିବାକୁ ଆସିଛି କିନ୍ତୁ ସାହାସ ପାଇନି
ଫେରି ଆସ (Last)
ଏତିକି ଶୁଣିବା ପରେ ସୁଜାତା ର କାନ୍ଧରେ ମୁକେଶ ଆଖିର ଲୁହ ପଡ଼ିବାର ଅନୁଭବ ହେଲା । ସୁଜାତା ମୁକେଶ କୁ ଦେଖି କହିଲା, ତମେ କାନ୍ଦୁଛ କାହିଁକି ?? ମୁକେଶ କହିଲା, ମୁଁ ମଧ୍ୟ ତମକୁ ସବୁଦିନ ତମ ଅଫିସ ରାସ୍ତାରେ ଅପେକ୍ଷା କରେ । ତମ ବିଷୟରେ ସବୁବେଳେ ପଚାରି ବୁଝେ। ତମକୁ ମୁଁ ଆଜି ମଧ୍ୟ ସେତିକି ଭଲ ପାଉଛି ସୁଜାତା !!! ତମର ବଦଳିବା ଦେଖି ମୁଁ ମଧ୍ୟ ବହୁତ୍ ଖୁସି ଅଛି କିନ୍ତୁ ତମର ଅପମାନ ଏବଂ ମଳୟ ର ଅପମାନ ଏବଂ ତୁମ ଗର୍ବ ମୋତେ ବାରମ୍ବାର ମନେ ପଡ଼ି ଯାଉଥାଏ ।
ସୁଜାତା ମୁକେଶ ର ଗୋଡ଼ ତଳେ ପଡି କହିଲା । ମୁଁ ତମକୁ ହାତ ଉଠେଇ ଥିବାରୁ ଏ ହାତକୁ କେତେ ଥର କାନ୍ଥରେ ପିଟି ତାକୁ କଷ୍ଟ ଦେଇଛି। ମଳୟ କୁ ମଧ୍ୟ ହାତ ଉଠେଇଛି ବୋଲି ମୁଁ ଅନୁତାପ କରିଛି । ତମେ ଯଦି କହିବ ତାକୁ ମଧ୍ୟ ଗୋଡ଼ ଧରି କ୍ଷମା ମାଗିବି କିନ୍ତୁ ପ୍ଲିଜ୍ ଫେରି ଆସ ମୋ ଜୀବନକୁ ।
ମୁକେଶ କହିଲା ମଳୟ ମୋତେ ସବୁ ଦିନ ବୁଝାଇଛି ଯେ ଭାଉଜ ପାଖକୁ ଫେରି ଯାଅ କିନ୍ତୁ ମୋର ରାଗ ଯୋଗୁ ମୁଁ ଫେରି ପାରୁ ନଥିଲି। ସୁଜାତା କହିଲା ତମର ଯଦି ରାଗ ଅଛି ତେବେ ମୋତେ ଦଣ୍ଡ ଦେଇ ପାର କିନ୍ତୁ ଫେରି ଆସ ??
ଏତିକି କଥା ପରେ ଦୁହେଁ ଦୁହିଁଙ୍କୁ ହଗ୍ କରିଲେ । ଏତିକିବେଳେ ମଳୟ ଏବଂ ରୋଷନ୍ ଆସି ପହଁଚିଲେ। ମଳୟ କହିଲା ଏବେ ଘରକୁ ଯିବା ?? ମୁକେଶ ହଁ କରିଲା । ସୁଜାତା କୁ କହିଲା ଭାଉଜ ଭାଇ ଙ୍କୁ ତମେ ପାଛୋଟି ନେବ ନା ??? ମୁଁ ଛାଡ଼ି ଆସିବି । ସୁଜାତା କହିଲା ନା, ମୁକେଶ ମୋ ଗାଡ଼ିରେ ଆମ ଘରକୁ ଯିବେ ତମେ ତାଙ୍କ ସାମାନ ନେଇ ଆସ। ରୋଷନ୍ କହିଲା ଯାହା ହେଉ ଆମର ପ୍ଲାନ୍ କାମ ଦେଲା। ସୁଜାତା ପଚାରିଲା କୋଉ ପ୍ଲାନ୍ ?? ମଳୟ କହିଲା, ଏହି ଦିନ ପାଇଁ ଆମେ କେତେ ଥର ଚେଷ୍ଟା କରିଛୁ ଏବଂ ଆଜି ମଧ୍ୟ ତମକୁ ରୋଷନ୍ ବାଧ୍ୟ କରିବା ଯୋଗୁ ତମେ ଆସିଲ। କାରଣ ଆମେ ଆଗରୁ କଥା ହୋଇ ସାରିଛୁ । ମୁକେଶ ଭାଇ ମଧ୍ୟ ଜାଣି ନାହାନ୍ତି ଯେ ତମେ ଏଠି ଆସୁଛ ବୋଲି ଏବଂ ଏହି କଥା ତମକୁ ମଧ୍ୟ ଲୁଚେଇ ରଖା ଯାଇଥିଲା ।
ତମକୁ ଥରେ ଦୁଇ ଥର ରୋଷନ୍ କହିଥିଲା ଯେ ସେହି ଯାଗାରେ ମୁକେଶ ଆସିବ ଆଉ ଆମେ ମଧ୍ୟ ଯିବା କିନ୍ତୁ ତମେ ମୁକେଶ ଭାଇ ଙ୍କ ନାମ ଶୁଣି ମନା କରି ଦେଉଥିଲ କିନ୍ତୁ ଆଜି ସବୁ ସମାଧାନ ହୋଇଗଲା । ମୁକେଶ ପୂଜା କୁ ମଧ୍ୟ କୋଳେଇ ନେଲା ।
ଦୁହେଁ ଘରକୁ ଫେରିଲେ । ଡାକ୍ତର ଙ୍କ ବାରମ୍ବାର ଚେକ୍ ଅପ୍ ଏବଂ ମେଡ଼ିସିନ୍ ପରେ ମୁକେଶ ର ଦେହ ଧିରେ ଧିରେ ଭଲ ହେବାକୁ ଲାଗିଲା । ସେଦିନ ଠାରୁ ତାଙ୍କ ଘରକୁ ଖୁସି ଫେରି ଆସିଲା। ଏବେ ଦୁହେଁ ଭଲ ଅଛନ୍ତି। ବର୍ତ୍ତମାନ୍ ଦୁହେଁ ଗୋଟିଏ କମ୍ପାନୀ ରେ ଜବ୍ କରନ୍ତି । ଗୋଟିଏ ଗାଡ଼ିରେ ଯାଆନ୍ତି ଏବଂ ଆସନ୍ତି। ଛୁଟି ହେଲେ ପୁରା ଫେମିଲି ବୁଲିବାକୁ ଯାଆନ୍ତି । ପ୍ରାୟ ତିନି ବର୍ଷ ପରେ ମୁକେଶ ନିଜ ଫେମିଲି କୁ ନେଇ ଭୁବନେଶ୍ବର ଆସିଛି। ସାଙ୍ଗରେ ମଳୟ ମଧ୍ୟ ଆସିଛି। ସେ ଦୁଇ ଦିନ ପରେ ଫେରିଯିବ
କିନ୍ତୁ ଏଠି ମୁକେଶ ର ଭଉଣୀ ( ଦାଦା ଙ୍କ ଝିଅ ) ପ୍ରିୟଙ୍କା ମଳୟ କୁ ପସନ୍ଦ କରିବାରେ ଲାଗିଛି । ମଳୟ ମଧ୍ୟ ପ୍ରିୟଙ୍କା କୁ ଅଳ୍ପ ପସନ୍ଦ କରିଛି
ମଳୟ ଫେରିବାର ପୂର୍ବ ରାତିରେ ଦୁହେଁ ଛାତ ଉପରେ ବସି କଥା ହେଉଛନ୍ତି । କଥାବାର୍ତ୍ତା ଭିତରେ ପ୍ରିୟଙ୍କା ମୁକେଶ ଭାଇ ଙ୍କ ପ୍ରେମ କାହାଣୀ ବିଷୟରେ ପଚାରିଛି ଏବଂ ମଳୟ ତାକୁ ପୁରା କାହାଣୀ ଗୋଟି ଗୋଟି କରି କହି ଚାଲିଛି। କାହାଣୀ ସରିବା ପରେ ପ୍ରିୟଙ୍କା ର ଆଖିରୁ ଲୁହ ବାହାରି ଯାଇଛି । ଲୁହ କୁ ଦେଖି ମଳୟ କହିଲା ଏଥିରେ କାନ୍ଦିବାର କଣ ଅଛି?? ଏ ତ ଖୁସିର କଥା ଯେ ସେମାନେ ପୁଣି ଏକାଠି ହୋଇଗଲେ। ପ୍ରିୟଙ୍କା କହିଲା ଏ ଲୁହ ଖୁସିର ନା ଦୁଃଖ ର ମୁଁ ମଧ୍ୟ ଜାଣିନି କିନ୍ତୁ ବାହାରିଗଲା
ଠିକ୍ ଏତିକି ବେଳେ ମୁକେଶ ଆସି ପହଞ୍ଚିଛି ଏବଂ କାହାଣୀ ମଧ୍ୟ ଶେଷ ହୋଇ ସାରିଛି । ମୁକେଶ ମଳୟ କୁ କହିଲା କଣ ଚାଲିଛି ଏଠି ?? ମଳୟ କହିଲା ତୋର ପ୍ରେମ କାହାଣୀ ପ୍ରିୟଙ୍କା କୁ କହୂଥିଲି । ମୁକେଶ କହିଲା ମୁଁ ଭାବୁଥିଲି ତମେ ତମର ଲଭ ଏକ୍ସପ୍ରେସ ରେ ମଜି ଥିବ କିନ୍ତୁ ଆମ କାହାଣୀ ଶୁଣେଇ ତାକୁ କାହିଁକି ଦୁଃଖୀ କରାଉଛୁ । ପ୍ରିୟଙ୍କା କହିଲା ନାହିଁ ଭାଇ ଦୁଃଖୀ ନାହିଁ । ତମ କାହାଣୀ ସମସ୍ତଙ୍କ ଠାରୁ ନିଆରା । ସତରେ ତମ କାହାଣୀ ରେ ଭଲ ପାଇବା, ରାଗ ରୋଷ, ଗର୍ବ, ଅହଙ୍କାର, ଦୁଃଖ ଏବଂ ଖୁସି ସବୁ କିଛି ଭରି ରହିଛି।
ମୁକେଶ କହିଲା ଆରେ ମୋ ପ୍ରେମ କାହାଣୀ କଥା ବନ୍ଦ କର ?? ତୋ କଥା କହ ?? ତୋତେ ମଳୟ ପସନ୍ଦ କି ନାହିଁ ?? ପ୍ରିୟଙ୍କା ଲାଜରେ ଉଠି ଚାଲିଗଲା । ମଳୟ କହିଲା କଣ ବେ ?? ଏମିତି ପଚାରୁଛୁ ?? ମୁକେଶ କହିଲା, କାଲି ତୋ ଭାଉଜ ତମ ଦୁହିଙ୍କ ବିଷୟରେ ମୋତେ ସବୁ କହିଛନ୍ତି । ଆଉ ଗୋଟିଏ କାମ କର?? ତୁ ଆଉ କିଛି ଦିନ ରହି ଯା । ତମର ପ୍ରେମ ଦୃଢ଼ ହୋଇଯିବ ଏବଂ ସମୟ ସୁଯୋଗ ଦେଖି ବିବାହ କରି ଦେବା।
ମଳୟ କହିଲା ନା ରେ ଭାଇ ଆଉ ରହି ପାରିବି ନାହିଁ । ହଁ ଯଦି ତୋର ଅନୁମତି ମିଳେ ତେବେ ଏହି ପ୍ରେମ ଗାଡି ଆଗକୁ ବଢିବ । ମୁକେଶ ଅନୁମତି କଣ ବେ?? ତୁ ପ୍ରିୟଙ୍କା ଠାରୁ ଯେତେବେଳେ ନମ୍ୱର୍ ମାଗିଲୁ ସେତେବେଳେ ମୋ ଠାରୁ ଅନୁମତି ମାଗି ଥିଲୁ ?? ଆଉ ଦୁଇ ଘଣ୍ଟା ହେଲା ଏଠି କଥା ହେଉଛ ମୋତେ ଅନୁମତି ମାଗିଛୁ, ପୁଣି ଭଲ ପାଇବାକୁ ଅନୁମତି କଣ?? ତୁ ତ ଆରମ୍ଭ କରି ସାରିଲୁଣି । ମଳୟ କହିଲା ନା ରେ ଭାଇ, ତୁ ମୋ ଉପରେ ଭୁଲ ବୁଝିବୁ ନାହିଁ ।
ହଁ ମୁଁ ପ୍ରିୟଙ୍କା କୁ ପସନ୍ଦ କରେ କିନ୍ତୁ ଆମ ଦୁହିଁଙ୍କ ବାହାଘର ସମ୍ଭବ ହେବ କି ନାହିଁ ମୁଁ ଜାଣିନି । ମୁକେଶ କହିଲା, ସମ୍ଭବ କରିବା ପାଇଁ ମୁଁ ଅଛି । ତୁ ତୋର ପ୍ରେମ ଗାଡି କୁ ନେଇ ଆଗେଇ ଚାଲ୍ । ତୋ ଭଳି ଜୋଇଁ ପୁଅ କୁ ମୁଁ କେବେ ହାତ ଛଡ଼ା କରିବି ନାହିଁ । ତାପରେ ଦୁହେଁ ହସି ହସି ତଳକୁ ଆସିଲେ ।
ତା ପର ଦିନ ମଳୟ ବାହାରି ଗଲା ଦିଲ୍ଲୀ ଅଭିମୁଖେ । ଏବଂ ମଳୟ ଏବଂ ପ୍ରିୟଙ୍କା ର ପ୍ରେମ ଗାଡି ମଧ୍ୟ ଗଡି ଚାଲିଲା……………..
If the contents are helpful so share them with your friends, Thanking You.