ଅଜବ ତଥ୍ଯ – ୭

Ajab gajab,ajab, www.bhuyansblog.com
ଆପଣଙ୍କ ବ୍ୟାଙ୍କ୍ ରୁ କେହି ଟଙ୍କା ଉଠେଇ ନେଇଛି କି??
ଅବା ଆପଣ ଲଟେରୀ କିମ୍ବା ଅନ୍ୟ କିଛି ଲାଳସା ରେ ଏଟିଏମ୍ ପିନ୍ କହିବା ପରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇ ଯାଇଛି କି??
ତେବେ ଚାଲନ୍ତୁ ଆଜିର ତଥ୍ଯ ଏହି ବିଷୟରେ…
ଆପଣଙ୍କୁ ପୁଣି ଥରେ କହି ରଖୁଛି । ପୁରା ପଢ଼ିବେ ନହେଲେ ଭବିଷ୍ୟତ ରେ ଯଦି କିଛି ଘଟିଲା ମୋତେ ଦୋଷ ଦେବେନି।  ହଁ ଯଦି ନ ଘଟିଲା , ତେବେ ମଧ୍ୟ ମୋତେ ଦୋଷ ଦେଇ ପାରିବେ ନାହିଁ ।
ନମସ୍କାର ବନ୍ଧୁଗଣ , ମୁଁ ନୀଳମାଧବ ଆଜି ପୁଣି ଥରେ କିଛି ବିଶେଷ ତଥ୍ୟ ଆପଣଙ୍କ ପାଇଁ ଆଣିଛି । ଏହି ତଥ୍ଯ ରୁ ଆପଣ ନିଶ୍ଚୟ ସାହାଯ୍ୟ ପାଇବେ ।
ତେବେ ଆରମ୍ଭ କରିବା…..
ଦେଖିଥିବେ ଏମିତି ବହୁତ୍ କେସ ଦେଖିବାକୁ ମିଳୁଛି
ଯେ କାହାର ବ୍ୟାଙ୍କ୍ ରୁ ଟଙ୍କା ଉଠେଇ ନିଆ ଯାଉଛି
ବିଭିନ୍ନ ଲାଳସା ଦେଇ ଯେମିତି କି ???
କୌନ୍ ବନେଗା କରୋଡ଼ପତି ରେ ଆପଣ ଜିତିଛନ୍ତି ୨ଲକ୍ଷ ଟଙ୍କା ଆଉ ସେହି ଟଙ୍କା କୁ ପାଇବା ପାଇଁ ଆପଣ ଆମେ କହିବା ଅନୁସାରେ ଷ୍ଟେପ କରି ଚାଲନ୍ତୁ ଆଉ ଶେଷରେ ସବୁ ଟଙ୍କା ଗୋଲ ।
ଆରେ ବନ୍ଧୁ ଏତେ ଲୋଭ କଣ ପାଇଁ, ଆପଣ କଣ ଅମିତାଭ ବଚନ ଙ୍କ ପରିବାର ଲୋକ କି ଆପଣଙ୍କ ନମ୍ୱର୍ ରେ ସେ ଲକି ଡ୍ର ବାହାର କରି ଦେଉଛି ।
କ୍ଷମା କରିବେ, ଅଳ୍ପ ମଜାକ୍ କରିଦେଲି । ଦେହକୁ ନେବେନୀ । ବିଲକୁଲ୍ ନେବେ ନାହିଁ । 
ତେବେ ଏମିତି ବହୁତ୍ କେସ ଅଛି।  ଫୋନ୍ ପେ, ଗୁଗଲ ପେ, ୟୋନୋ ଏସବିଆଇ ଏମିତି ବହୁତ୍ ମାଧ୍ୟମରେ ଆପଣଙ୍କୁ ଚୁନା ଲଗେଇ ଟଙ୍କା ଉଡେଇ ନେଇ ଯାଉଛନ୍ତି ।
ତେବେ ଆଉ ମଜା କରିବାର ସମୟ ନାହିଁ।  ଚାଲନ୍ତୁ ସିରିଆସ ହୋଇଯିବା।  
MHA ଗୋଟିଏ ଏମିତି ଏକ ରାମ ବାଣ ତିଆରି କରିଛି ଯାହାର ଉପଚାର ରେ ଆପଣଙ୍କ ସବୁ ଟଙ୍କା ଫେରି ଆସିବ ର ୯୦ପ୍ରତିଶତ ଗାରେଣ୍ଟି ଦେଉଛି।  
କଣ ଆଉ କେମିତି ??
ଯେତେବେଳେ ଆପଣଙ୍କ ଟଙ୍କା ଚୋରି କିମ୍ବା ଫ୍ରଡ ହୋଇଗଲା ସେତେବେଳେ ଆପଣଙ୍କ ମୁଣ୍ଡ ତ କାମ କରିବ ନାହିଁ । ମାତ୍ର ଗୋଟିଏ ନମ୍ବର୍ ନିଶ୍ଚୟ ମନେ ରଖନ୍ତୁ ।
ସେ ନମ୍ବର୍ ହେଉଛି 155260
ହଁ ବନ୍ଧୁଗଣ ଏଇଟା ଗୋଟିଏ ହେଲ୍ପଲାଇନ ନମ୍ୱର୍ 
155260
155260
155260
ମୁଁ ତିନି ଥର ଏଥିପାଇଁ ଲେଖିଲି ଯେ । ତିନି ଥର ଶୁଭ ହୋଇଥାଏ । ଆଉ ସମସ୍ତଙ୍କ କାମ ମଧ୍ୟ ହୋଇ ଯାଏ।  ନା ନା ବନ୍ଧୁ ଗଣ, ଆପଣଙ୍କୁ ବାରମ୍ବାର ପଢେଇ ମନେ ରଖିବା ପାଇଁ ଲେଖିଛି !!!
ଏହି ନମ୍ୱର୍ ର କାମ କଣ ??
ଯେତେବେଳେ ଆପଣ ଙ୍କ ଟଙ୍କା ଚୋରି ହୋଇ ଯାଏ ସେ ସମୟରେ । ଆପଣଙ୍କ ଟଙ୍କା କୌଣସି ମାଧ୍ୟମରେ କଟି ଥିବ। ଯିଏ ଫ୍ରଡ କରନ୍ତି ସେ ସବୁବେଳେ ବେସରକାରୀ ବ୍ୟାଙ୍କ୍ ଦ୍ଵାରା ପଇସା ଉଠେଇବା ରେ ସକ୍ଷମ ହୁଅନ୍ତି।
 ଯଦି ଆପଣଙ୍କ ଖାତା SBI ରେ ଅଛି ତେବେ ଅନ୍ୟ ବ୍ୟାଙ୍କ୍ କୁ ଯିବା ପାଇଁ ଅଳ୍ପ ସମୟ ନିଏ ଏହା ଆପଣ ଜାଣିଥିବେ। 
ଆଉ ଏହି ସମୟ ର ଅନ୍ତରାଳ ଭିତରେ ଆପଣଙ୍କ କାମ ହୋଇଯିବ । 
କେମିତି ?
ଟଙ୍କା କଟି ଗଲା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର ରୁ ସମୟ ନଷ୍ଟ ନ କରି 155260 କୁ ଡ଼ାଇଲ କରନ୍ତୁ। 
ନିଜର ଖାତା ନମ୍ୱର୍, କୋଉ ବ୍ୟାଙ୍କ୍, କେତେବେଳେ, କୋଉ ସ୍ଥାନ ରୁ ଆଉ କେଉଁ ମାଧ୍ୟମରେ । ଏଟିଏମ୍ ନା ଫୋନ୍ ପେ ନା ଗୁଗଲ ପେ ଦ୍ଵାରା କଟିଛି ଇତ୍ୟାଦି ତଥ୍ୟ ତାଙ୍କୁ ଜଣାନ୍ତୁ । 
ଧ୍ୟାନ ଦେବେ , କେବଳ ଏହି ନମ୍ୱର୍ ରେ ହିଁ ଡ଼ାଇଲ କରିବେ । ମାତ୍ର ନିଜର ପିନ୍ କହିବେ ନାହିଁ କି କୌଣସି OTP କହିବେ ନାହିଁ।  ଏମିତି ରେ ସରକାରୀ ହେଲ୍ପଲାଇନ ଆପଣ ପୁଣି ଥରେ ଫ୍ରଡ ର ଶିକାର ହେବେ ନାହିଁ।  
ତେବେ..
ସେଠୀ ଫୋନ୍ ରିସିଭ କରିଥିବା ବ୍ୟକ୍ତି ଆପଣ ଯୋଉ ଡାଟା ମାନେ ଆପଣଙ୍କ ବ୍ୟାଙ୍କ୍ ଖାତା ଆଉ ସମୟ ,କେତେ ଟଙ୍କା କଟିଛି ଇତ୍ୟାଦି ସମସ୍ତ ବ୍ୟାଙ୍କ୍ କୁ ସଙ୍ଗେ ସଙ୍ଗେ ପଠେଇ ଦିଅନ୍ତି।  ମାନେ ଭାରତରେ ଯେତେକ ବ୍ୟାଙ୍କ୍ ଅଛି ତା ସହିତ ରିଜର୍ଭ ବ୍ୟାଙ୍କ୍ କୁ ମଧ୍ୟ ପଠେଇ ଦିଅନ୍ତି ।
ତଥା ଏହି କାମ ବହୁତ୍ ଶୀଘ୍ର ହୋଇଥାଏ।  ତେବେ ଯଦି ଅନ୍ୟ ବ୍ୟାଙ୍କ୍ ଖାତାକୁ Transfer ହେବା ସମୟରେ ଜଣା ପଡ଼ି ଯାଏ ତେବେ ସେ ବ୍ୟାଙ୍କ୍ ସେ ଟଙ୍କା କାରବାର କୁ ଅଧାରେ ରଖି ଦିଅନ୍ତି ଆଉ ଆପଣଙ୍କ ଟଙ୍କା ଆପଣଙ୍କ ପାଖକୁ ଫେରି ଆସେ।  
ତେବେ କୁହନ୍ତୁ ??? କେମିତି ଲାଗିଲା ଏହି ତଥ୍ଯ ।
ଧ୍ୟାନ ଦେବେ ସକାଳ ୯ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହା କାର୍ଯ୍ୟରତ ଅଟେ । 
ବିଶେଷ ଜାଣିବାକୁ ଚାହୁଁଛନ୍ତି ତେବେ Cyber Crime ସାଇଟ କୁ Visit କରି Complaint କରି ପାରିବେ ।
ଯଦି ବିଶ୍ୱାସ ହେଉନି ତେବେ ଆପଣ 155260 ନମ୍ୱର୍ କୁ ଗୁଗଲ କିମ୍ବା YouTube ରେ ଟାଇପ କରି ସର୍ଚ୍ଚ କରନ୍ତୁ ଏବଂ ଆପଣଙ୍କୁ ସବୁ ତଥ୍ଯ ମିଳିଯିବ । 
ତେବେ ବେଶୀ କହିବି ନାହିଁ …
ସମସ୍ତଙ୍କୁ ଏହି ଲିଙ୍କ୍ ସେୟାର କରି ଦିଅନ୍ତୁ । ସମସ୍ତଙ୍କୁ ପଢ଼େଇ ସଚେତନ କରାନ୍ତୁ ।
ଧନ୍ୟବାଦ ।
ସେୟାର କରିବାକୁ ଭୁଲିବେ ନାହିଁ !!!
If the contents are helpful to share them with your friends, Thanking You.

ଲୁହା କଣ୍ଟା

Iron pin, pin, ଲୁହା କଣ୍ଟା
Iron pin
ଲୁହା ଖଣିରେ ଜନ୍ମ ମୋର । 
ଅଳ୍ପ ଲୌହ ରେ ଏମିତି ଏକ ବସ୍ତୁ ଯାହା ମଣିଷ ଜୀବନର ଆବଶ୍ୟକ କୁ ପୁରଣ କରିବାକୁ ସାହାଯ୍ୟ କରେ । 
ସତରେ ମୋତେ ମଣିଷ କେବଳ ସ୍ବାର୍ଥ ପାଇଁ ବ୍ୟବହାର କରେ । 
କଣ ମୋର ଜନ୍ମ ?
କେବଳ କାଠ କିମ୍ବା ସିମେଣ୍ଟ ପରତ କୁ ଚିରି ଗଭୀରତା କୁ ନ ମାପି ତାକୁ ଜାବୁଡ଼ି ଧରିବାକୁ । 
କଣ ଏ ଜିବନ କେବଳ ଶକ୍ତ ପ୍ରହାର ଖାଇବାକୁ ଜନ୍ମ ମୋର ??
କେତେବେଳେ ସୁଦୃଢ଼ ଭାବେ କାନ୍ଥ ଅବା କାଠ କୁ ଚିରି ପଶିଯାଏ ତ ଆଉ କେତେବେଳେ ମୋର ଅସ୍ତିତ୍ବ ରୁ ମୁଁ ବାହାର ହୋଇ ବଙ୍କା ହୋଇ ଗାଳି ଏବଂ ଅପଦାର୍ଥ ର ନାମକରଣ କରାଯାଏ।  
କଣ ଯେ ମୋର ଅସ୍ତିତ୍ବ ?? 
କାହିଁକି ମୋର ଏହି ଜୀବନ ରେ ଜନ୍ମ ମୁଁ ଜାଣେନା ?? 
ଅନ୍ୟ ର ଘର ସଜାଡ଼ିବା ର ଏକ ନାମ ମାତ୍ର ବସ୍ତୁ ମୁଁ ।
ମୁଁ ହେଉଛି ଲୁହା କଣ୍ଟା। 
ନୀଳମାଧବ ଭୂୟାଁ (ଲେଖକ)
If the contents are helpful to share them with your friends, Thanking You.

Ego(अहंकार)

कुछ लोगों का अहंकार ज्यादा रहता है ।
वैसे होना तो गलत है मगर मनुष्य बही अभ्यास नहीं छोड़ पाता है ।
एक उदाहरण के तोर पर बोल सकता हूं की अगर आप खुदको गर्व महसूस कर रहे हो तो इसका सीधा मतलब यह है की आपके पास कुछ चीजे ज्यादा हो गया है। 
चाहे बह धन हो या ज्ञान या ऐसा कोई चीज जो आप दूसरे के सामने दिखा सको ।
और बही दिखावा को अहंकार कहलाता है ।
दूसरे के साथ तुलना करना आरंभ कर देते हो। 
यह प्रक्रिया सब नहीं करते है , यह कला कुछ लोगों के पास सीमित रहता है। 
यह सब दिखावा कुछ व्यक्ति या महिला में देखने को मिलता है।  
उनका व्यवहार में आप देख पाओगे ।
की मेरे पास यह ज्वैलरी है, हमारे बड़े घर, बड़े गाड़ी है और अच्छा बंगला है । 
यह सब महिला को देखने को मिल रहा था मगर अभी पुरुष भी करने लगें हैं ।
 यह सच है की आप यह साथ में लेके नहीं जाने वाले हो । 
और साथ में लेने आपको कोई अनुमति नहीं देगा ।
जो कर रहे हो या दिखावा कर रहे हो । यह कुछ नहीं रहेगा । 
जिंदगी एक चुटकी में चले जायेगा तो सब बेकार हो जायेगा। 
जिस धन को लेकर गर्व कर रहे थे सब पराया हो जायेगा।  
बेहतर यह है की, आपके पास जितना महजूद है और जितना मिल रहा है उसमे संतुष्टि होने की कोशिश करो ।
संतुष्टि नहीं रहोगे तो आपको कहीं पे भी ठोकर लग सकता है। होस आने तक इंतजार न करें । क्यों की बिलंब हो गया तो सब बेकार हो जायेगा ।
आपकी अहंकार की बजह से आपकी अपने लोग दूर भाग जायेंगे ।
तब तक आपकी उम्र भी हो जायेगा और आप एक बेकार मनुष्य की गिनती में गिने जाओगे ।
फिर से कह रहा हूं , अहंकार को त्याग करे और सबके साथ मेल मिलाप से रहें ।
उसमे आपकी हो भलाई है ।
धन्यवाद ।
By. Nilamadhab Bhuyan

If the contents are helpful to share them with your friends, Thanking You.

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…4

ଫେରିଗଲି ମୁଁ !! ତନୁଜା ର କେତେକ ସ୍ମୃତି କୁ ସାଥିରେ ନେଇ ମୋ ଭାଙ୍ଗି ଯାଇଥିବା ଅତୀତ କୁ।

ଜିତେନ୍ଦ୍ର: କଣ ବେ କହି କହି, ମୋତେ କନ୍ଦେଇ ଦେଲୁ । ସତରେ ତୁ କୋଉ ଧାତୁରେ ଗଢା ରେ ? ତୁ ତୋ ଭାଉଜ ପାଇଁ ସପିଙ୍ଗ କରିଦେଉଥିଲୁ । ଯେତେବେଳେ ଯାହା ମାଗିଲେ ଆଣି ତାଙ୍କ ପାଖରେ ରଖି ଦେଉଥିଲି କିନ୍ତୁ ସେ ତୋର ପ୍ରେମ କୁ କେମିତି ଆଡେଇ ଦେଲେ ?? ମୁଁ ବୁଝି ପାରୁନି ?

ରିତେଶ: ଭାଉଜ କଥା କଣ କହିବି ରେ ? ସେ ମୋତେ କଣ କହିଲେ ଜାଣିଛୁ?? ସେ କହିଲେ ମୋ ପାଇଁ ଯୋଉ ସପିଙ୍ଗ କରି ଦେଉଥିଲ। ଆଉ ମୋତେ ରୋଷେଇ ରେ ସାହାଯ୍ୟ କରି ଦେଉଥିଲ ତାହା ର ଅର୍ଥ ତମେ ମୋତେ ମନେଇ ତନୁଜା କୁ ବିବାହ ପାଇଁ ଆଶା କରିଥିଲ??

କିନ୍ତୁ ଭାଉଜ ଜାଣି ନଥିଲେ ଯେ, ମୁଁ ମୋ ସ୍ୱାର୍ଥ ପାଇଁ କେବେ ତାଙ୍କୁ ସାହାଯ୍ୟ କରି ନଥିଲି । ତାଙ୍କ ପାଇଁ ସପିଙ୍ଗ କରି ଦେଉଥିଲି କେବଳ ମୋର ନିଜ ଖୁସିରେ ଯାହା ମୋ ଘରର ସଦସ୍ୟ ପାଇଁ କରୁଥିଲି ।

କିନ୍ତୁ ଭାଉଜ ମୋତେ ସେ ଦୋଷ ଦେଇ ଗଲେ । ମୁଁ ଭାଉଜ କୁ ଉତ୍ତର ରେ ଦେଲି ଯେ, ଭାଉଜ ତମେ ଏବେ ମୋ ସାହାଯ୍ୟ କୁ ସ୍ବାର୍ଥ ବୋଲି ପରିଚୟ ଦେଲ ନା ? କିଛି କଥା ନାହିଁ କିନ୍ତୁ କିଛି ବର୍ଷ ପରେ ତମେ ନିଶ୍ଚୟ ଅନୁତାପ କରିବ । ଆମ ସଂପର୍କ ଭାଙ୍ଗିବାରେ ତୁମର ଶତ ପ୍ରତିଶତ ହାତ ରହିଛି । କିନ୍ତୁ ତମ ଖୁସି ପାଇଁ ମୁଁ ସିନା ସାହାଯ୍ୟ କରିଲି କିନ୍ତୁ ତମେ ମୋ ଖୁସି ପାଇଁ ଅଳ୍ପ ମୂଲ୍ୟ ର ସାହାଯ୍ୟ କରିଲ ନାହିଁ ।

ତନୁଜା ମଧ୍ୟ ମୋତେ ବ୍ରେକ ଅପ ପୂର୍ବରୁ କହିଥିଲା ଯେ ଯଦି ଆମର ବ୍ରେକ ଅପ୍ ହୁଏ ତେବେ ସେଥିରେ ମୋ ଦିଦି ର ମୁଖ୍ୟ ହାତ ଏବଂ ମୋର ଗୋଟିଏ ଅନୁରୋଧ ରଖିବ ଯେ ଯଦି ଆମ ସଂପର୍କ ଭାଙ୍ଗେ ତେବେ ମୋ ଦିଦି କୁ ତମେ କେବେ ମଧ୍ୟ ଭାଉଜ ର ସମ୍ମାନ ଦେବ ନାହିଁ ।

ଏହି ଘଟଣା ପରେ ଦିନେ ଲିପି (ମାଉସୀ ଝିଅ) ଭାଉଜ ଙ୍କୁ ପ୍ରଶ୍ନ କରିଲେ । ତମେ ଏମିତି କଣ ପାଇଁ କରିଲ ?? ଏମିତି ହେଲା ପରେ?? ତମର ଆଉ ରିତେଶ ର ସମ୍ପର୍କ ଠିକ୍ ରହିବ। ଭାଉଜ କହିଲେ, କିଛି ଦିନ ପରେ ସବୁ ଠିକ୍ ହୋଇଯିବ। ରିତେଶ ମଧ୍ୟ ତନୁଜା କୁ ଭୁଲିଯିବ ଏବଂ ଆଗ ଭଳି ଯେମିତି ସେମିତି ହୋଇଯିବ । ଏମିତି ରେ ମୋର ରିତେଶ ସହିତ କଣ ସମ୍ପର୍କ । ମୋ ସମ୍ପର୍କ କେବଳ ମୋ ସ୍ବାମୀ ସହିତ । ସେ କଣ ହୁଅନ୍ତି ମୋତେ କିଛି ଫରକ୍ ପଡିବ ନାହିଁ ।

ତା ପର ଠାରୁ ମୁଁ ଯେମିତି ଗୋଟିଏ ସାଧାରଣ ମଣିଷ ଭାବେ ବଞ୍ଚିବାକୁ ଚେଷ୍ଟା କରିଲି କିନ୍ତୁ ପାରୁ ନଥିଲି। ତଥାପି ଭୁଲିବାକୁ ଚେଷ୍ଟା କରୁଥାଏ। ତନୁଜା କଥା ମନେ ପଡିଲେ, ତାକୁ କଲ୍ କରେ ପୁଣି କାଟି ଦେଉ ଥାଏ। ଦୁହେଁ ଦୁହିଁଙ୍କ ନମ୍ବର୍ କୁ ବ୍ଲାକ ଲିଷ୍ଟ ରେ ମଧ୍ୟ ରଖିଥିଲୁ।

ବେଳେବେଳେ ବହୁତ୍ ଇଚ୍ଛା ହେଉଥାଏ କିନ୍ତୁ କଥା ନ ହେବାକୁ କଥା ଦେଇଥିଲି । ସେ କଥା କୁ ରଖି ମୁଁ ତାକୁ କଲ୍ କି ମେସେଜ କରୁ ନଥିଲି ।

୨୦୧୯ ନଭେମ୍ବର ମାସରେ ମୋର ପରୀକ୍ଷା ଥିଲା। ମୁଁ ସେ ପରୀକ୍ଷା ପାଇଁ ଘରକୁ ଛୁଟି ନେଇ ପହଞ୍ଚିଲି । ଆଉ ଠିକ୍ ସେହି ଦିନ ମୁଁ ଘରେ ପହଞ୍ଚି ବା ପରେ ମୋ ଘନିଷ୍ଠ ବନ୍ଧୁ ସୌରଭ ମୋ ପାଖରେ ଆସି ପହଁଚିଲା ଏବଂ ସେ ମୋତେ ଗୋଟିଏ ଫୋଟୋ ଦେଖାଇଲା । ତାହା ଥିଲା ତନୁଜା ବାହାଘର ର ଫୋଟୋ। ମୋ ଦେହରେ ବିଜୁଳୀ ର ତରଙ୍ଗ ଖେଳିଗଲା। ମୁଁ ପାଖ ଚେୟାର ରେ କେମିତି ବସିଲି ମୁଁ ନିଜେ ମଧ୍ୟ ଜାଣିନି ।

ମୁଁ ବିଶ୍ୱାସ କରି ପାରିଲି ନାହିଁ । ଆଜି ତାର ବାହାଘର ହେଉଛି । ଅଥବା ଆମ ଘରେ କେହି ମୋତେ ଖବର ମଧ୍ଯ ଦେଇ ନାହାନ୍ତି। ଘରୁ ବାହାରି ଗଲି ଏବଂ ତା ପୂର୍ବରୁ ମୁଁ କେବେ ମଦ ପିଉ ନଥିଲି କିନ୍ତୁ ସେଦିନ ଠାରୁ ମୋର ମଦ ପିଇବା ଆରମ୍ଭ ହୋଇଗଲା । ସେ ଦୁଃଖ କୁ ଭୁଲିବା ପାଇଁ ମୁଁ ସେଦିନ ରାତିରେ ସୌରଭ ସହିତ ଗୋଟିଏ ଫୁଲ ବୋତଲ ମଦ ପିଇଛି । ମୋର ହୋସ ନଥାଏ । ସୌରଭ ମୋତେ ଉଠେଇ ଆଣି ତା ଘରେ ଶୁଆଇ ଥିଲା।

ସେଦିନ ମୁଁ ବହୁତ୍ ଭାଙ୍ଗି ପଡିଲି ଯେ ସମସ୍ତେ ମୋ ପାଇଁ ପର ଅନୁଭବ ହେଲେ। ଆଉ ସେଦିନ ଠାରୁ ମଦ କୁ ମୁଁ ନିଜର କରିଦେଲି। ଖାଲି ସେତିକି ନୁହେଁ। ସେଦିନ ଠାରୁ ମୁଁ ପ୍ରତ୍ୟେକ ଦିନ ମଦ ପିଏ କେବଳ ତାର ଦୁଃଖ ଭୁଲିବା ପାଇଁ ।

ଦେଖୁ ଦେଖୁ ବର୍ଷେ ବିତିଗଲା । ଧୀରେ ଧିରେ ତନୁଜା କୁ ମୁଁ ଭୁଲିବାକୁ ଚେଷ୍ଟା କରିଲି। ପ୍ରତ୍ୟେକ ଦିନ କାନ୍ଦେ। ଡ଼ିଉଟି ରେ ବସି ଥାଏ ଯଦି କେବେ ମନେ ପଡେ, ସେଠୀ ଲୁହ ବାହାରି ଆସି ଯାଉଥିଲା କିନ୍ତୁ ଏହି ବର୍ଷ ର ଅନ୍ତରାଳ ଭିତରେ ମୋ ସାଙ୍ଗ ସୌରଭ ଆଉ ତା ସାଙ୍ଗ ଲିପ୍ସା ମୋତେ ବହୁତ୍ ବୁଝେଇ ଛନ୍ତି । ଦୁହେଁ ପ୍ରତ୍ୟେକ ଦିନ ମୋତେ କଲ୍ କରି ବୁଝାନ୍ତି ।

ଆଉ ସତ କଥା ଏହା ଯେ ମୁଁ ଆଗ ଅପେକ୍ଷା ଏବେ ମଦ କମ୍ ପିଏ । ଦିନେ ଦିନେ ଦୁଇ ବୋତଲ ମଦ ପିଇ ଦିଏ କେବଳ ତା କଥା ଭୁଲିବା ପାଇଁ । ଲିପ୍ସା ଏବଂ ସୌରଭ ମୋର ପରିବାର ର ସଦସ୍ୟ ନୁହନ୍ତି କିନ୍ତୁ ମୋତେ ସେ ବାପା, ମା, ଭାଇ ଭଉଣୀ , ସମସ୍ତଙ୍କ ରୂପରେ ମୋତେ ବୁଝେଇ ମୋତେ ନର୍କ ଜୀବନରୁ ଉଦ୍ଧାର କରିଛନ୍ତି। ଆଜି ଏଠି ବଞ୍ଚିଛି କେବଳ ସେ ଦୁଇ ଜଣଙ୍କ ପାଇଁ । ଅନ୍ୟ ସାଙ୍ଗ ମାନେ ମଧ୍ୟ ବୁଝେଇ ବାରେ ଲାଗିଥିଲେ କିନ୍ତୁ ଏହି ଦୁଇ ଜଣଙ୍କ ଅବଦାନ ସବୁଠୁ ଅଧିକା। ନହେଲେ କେବେ ଠାରୁ ମୋ ଫଟୋ ଉପରେ ରେ ଫୁଲ ମାଳ ଟଙ୍ଗା ହୋଇ ଯାଅନ୍ତା। କେବଳ ଏହି ମଦ ମୋର ଜୀବନ ନେଇ ଥାଆନ୍ତା।

ଜିତେନ୍ଦ୍ର: ଏବେ ତ ତାର ବାହାଘରକୁ ଦୁଇ ବର୍ଷ ହେବାକୁ ବସିଲାଣି, କେବେ ମନେ ପଡୁନି ?

ରିତେଶ: ନା, ସବୁ ସ୍ମୃତି କୁ ଜାଳି ଦେଲି। ତନୁଜା ମୋର ପ୍ରତ୍ୟେକ ଜନ୍ମ ଦିନରେ ଗୋଟିଏ ଲେଖାଏଁ ଡ୍ରେସ ଗିଫ୍ଟ ଦେଇ ଥିଲା ଆଉ ବାକି କିଛି ଛୋଟ ମୋଟ ଗିଫ୍ଟ କୁ ଗୋଟିଏ ବ୍ୟାଗ୍ ରେ ରଖି ତାକୁ ମହାନଦୀ ମଝିରେ ଫୋପାଡି ଦେଇ ଆସିଲି ।

ଜିତେନ୍ଦ୍ର: ଛୁଟି ଗଲେ, ଭାଉଜ ଙ୍କ ସହିତ କଥା ବାର୍ତ୍ତା ହେଉନୁ କି?

ରିତେଶ: ହେବି କଣ? ସେ ନିଜକୁ ଭଲ ବୋଲି ସଫେଇ ଦେଉଛନ୍ତି କିନ୍ତୁ ତା ପର ଠାରୁ ମୁଁ ତାଙ୍କୁ କେବେ ଆଖି ଉଠେଇ ଚାହିଁ ନାହିଁ । କେବେ କେବେ ଭାଉଜ କଥା ହେବାକୁ ଚାହାନ୍ତି କିନ୍ତୁ ମୋର ଯଦି ଇଚ୍ଛା ହୁଏ ତେବେ କଥା ହୁଏ ନହେଲେ କଥା ହୁଏ ନାହିଁ ।

ତାଙ୍କର ମଧ୍ୟ ଦେଖାଣିଆ ସମ୍ପର୍କ। କଣ ମିଳିବ ଏ ଲୋକଦେଖାଣିଆ ମିଛ ସମ୍ପର୍କରୁ, ସେ କେବଳ ଭାଇ ଙ୍କ ବାଧ୍ୟ ରେ ବେଳେ ବେଳେ ମୋ ସହିତ କଥା ହୁଅନ୍ତି । ନାହିଁ ତ ନିଜ ପଟୁ କେବେ କଥା ହେବାକୁ ଚେଷ୍ଟା କରି ନାହାନ୍ତି।

ସେ କେବଳ ଆମ ସଂପର୍କ କୁ ଭାଙ୍ଗି ନାହାନ୍ତି ସେ ଦୁଇଟି ହୃଦୟ କୁ ଭାଙ୍ଗି ଛନ୍ତି।

ଥରେ ଛୁଟିରେ ମୋତେ ସେ ଭଲ ରୋଷେଇ କରି ଖାଇବା ପାଇଁ ଦେଲେ କିନ୍ତୁ ତାଙ୍କ ହାତ ରନ୍ଧା ଦେଖି ମୁଁ ଘରେ ଖାଇବାକୁ ଇଚ୍ଛା କରିଲି ନାହିଁ ଏବଂ ହୋଟେଲ ରେ ଯାଇ ଖାଇଲି ।

ଯେତେବେଳେ ମଧ୍ୟ ତାଙ୍କ ମୁହଁକୁ ଦେଖେ ମୋତେ ତାଙ୍କ ପ୍ରତି ଘୃଣା ଭାବ ଜାତ ହୁଏ।

ତାଙ୍କ ଘର ଲୋକେ ଚାହାନ୍ତି କି ମୁଁ ତାଙ୍କ ଝିଅ ମାନେ ମୋ ଭାଉଜ ସହିତ ଭଲରେ କଥା ହୁଏ କିନ୍ତୁ ମୁଁ କେବେ ମଧ୍ୟ ଚାହିଁବି ନାହିଁ। ଏବେ ତ ନୁହେଁ ଭବିଷ୍ୟତ ରେ ଯଦି ହୋଇ ପରେ ତେବେ ଠିକ୍, କିନ୍ତୁ ଏବେ ନୁହେଁ ।

ଦିନେ ମୋ ଭାଇଙ୍କ ଏକ୍ସିଡେଣ୍ଟ ଲାଗି ମୁଁ ଚାକିରୀରେ ଥିବା ସମୟରେ ସେ ମୋତେ କଲ୍ କରିଥିଲା ଆଉ ମୁଁ ଯାଇଥିଲି । ସେ ସମୟରେ ଭାଉଜ ଙ୍କ ବୋଉ ମାନେ ମୋ ଭାଇ ଙ୍କ ଶାଶୂ ସେଠୀ ବସି ଥିଲେ। ସେ ମୋତେ ପୁଅ ବୋଲି ଡାକିଲେ କିନ୍ତୁ ତାଙ୍କ ଡାକରେ ଯେମିତି ମୋତେ ରାଗ ଲାଗିଲା । ଉତ୍ତର ରେ ପଚାରିଲି, କିଏ ତୁମର ପୁଅ, ମୁଁ ତ ନୁହଁ । ଏତିକି କହି ସେଠୀ ବାହାରକୁ ଆସିଲି। ଜଣା ପଡିଲା ଯେ ତନୁଜା ଭାଇ ଙ୍କୁ ଦେଖିବାକୁ ଆସୁଛି। ମୁଁ ଭାଇ ଙ୍କୁ କହିଲି । ସେ ଯଦି ଏଠି ଆସିବ ତେବେ ମୁଁ ଏଠି ଗୋଟିଏ ମିନିଟ୍ ରହିବି ନାହିଁ । ମୋର କଥା ଶୁଣି ଭାଇ ତନୁଜା କୁ କହିଲେ ସେ ଏଠି ଅଛି ତୁ ପରେ କେତେବେଳେ ଆସିବୁ କହି ତାକୁ ମନା କରିଦେଲେ। ହଁ ଭାଇ ଙ୍କ ଏକ୍ସିଡେଣ୍ଟ ପରେ ସେ ମୋତେ କଲ୍ କରି ଜଣେଇ ଥିଲା। ତାହା ମଧ୍ୟ ତନୁଜା ର ବାହାଘର ପରେ ପ୍ରଥମ କଲ୍। ମୁଁ ତା ସହିତ ଅଧିକା କଥା ନ ହୋଇ ରଖିଦେଇ ଥିଲି।

ଦିନେ ସେ ପୁଣି କଲ୍ କରି କଥା ହେବାକୁ ଚାହିଁଲା । କିନ୍ତୁ ମୁଁ ତାକୁ ଗୋଟିଏ କଥା କହି ରଖିଲି । ମୁଁ ବର୍ତ୍ତମାନ୍ ବେଚଲାର୍ ଅଛି । ତୁ ମୋ ସହିତ କଥା ହେଲେ ଲୋକେ ଖରାପ ଦୃଷ୍ଟିରେ ଦେଖିବେ। ତୁ ମୋ ସହିତ କଥା ହେବାକୁ ଚେଷ୍ଟା କରିବୁ ନାହିଁ। ମୁଁ ତମ ବୈବାହିକ ଜୀବନରେ ଫାଟ ସୃଷ୍ଟି କରିବାକୁ ଚାହୁଁ ନାହିଁ । ତୁ ଯୋଉଠି ରହ୍ ଖୁସିରେ ରହ ଏତିକି ମୋର ଆଶା । କହି ତାର ଫୋନ୍ କୁ କାଟି ଦେଲି।

ତା ପରେ ଲିପି ଦ୍ଵାରା ଥରେ ଦୁଇ ଥର କଲ୍ ରେ କଥା ହେବାକୁ ଚେଷ୍ଟା କରିଥିଲା କିନ୍ତୁ ମୁଁ କଥା ହେବାକୁ ଚାହିଁନି ଆଉ ଲିପିକୁ ବୁଝେଇଥିଲି ତାକୁ ମନାକରିବାକୁ କାରଣ ମୋ ପାଇଁ କାହିଁକି ତା ସଂସାରରେ ଝଡ଼ ସୃଷ୍ଟିହବ କିନ୍ତୁ ସେ ସୋସିଆଲ ମିଡିଆ ରେ ମୋ ସହିତ ଲିଙ୍କ୍ ରଖିବାକୁ ଚାହୁଁଥିଲା ମାତ୍ର ମୁଁ ତାର କୌଣସି ରିକ୍ୱେଷ୍ଟ ଗ୍ରହଣ କରିନି ।

ଜିତେନ୍ଦ୍ର: ଭାଇ ସତରେ ତୋ କାହାଣୀ, ଅଜବ ରେ ଲୋକମାନେ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରନ୍ତି କିନ୍ତୁ ଏଠି ପୁରା ଓଲଟା। ସମ୍ପର୍କ ଭାଙ୍ଗିବା ପାଇଁ ଚାହୁଁଛନ୍ତି।

ତୋର ସାଙ୍ଗ ସୌରଭ ଆଉ ଲିପ୍ସା ଦୁହେଁ ତୋତେ ଭଲ ରାସ୍ତା କୁ ଆଣିଛନ୍ତି ନା?

ରିତେଶ: ହଁ ରେ ଭାଇ !! ସେମାନଙ୍କ ଯୋଗୁ ମୁଁ ପୁଣି ଥରେ ନୂଆ ଜୀବନ ପାଇଛି। ସେମାନେ ତ ମୋ ସାଙ୍ଗ ଠାରୁ ମଧ୍ୟ ଅଧିକା ନିଜର । ବଡ଼ ବିଚିତ୍ର ଆଜିର ସମ୍ପର୍କ ଏଠି ଯେଉଁମାନେ ମତେ ବହୁତ୍ କମ୍ ସମୟରେ ଜାଣିପାରିଲେ ଆଉ ଏତେ ନିଜର ଭାବି ମୋ ଦୁଃଖକୁ ତାଙ୍କ ଦୁଃଖ ଭାବି ଏତେ ସଭାନଭୂତି ଦେଖେଇଛନ୍ତି ସେଇସମୟରେ ସେ କଥା ମୁଁ ନିଜେ ଜାଣିଛି ସେସବୁ ଶବ୍ଦରେ ବର୍ଣ୍ଣନା କରିହେବନି

ଅତୀତର ଏମିତି କିଛି ଅକୁହା କଥା ବାକି ରହିଯାଇ ଥାଏ ହୃଦୟ ର ଏକ ଅନ୍ଧାର କୋଠରୀ କୋଣରେ । ସମୟ ବେଳେ ବେଳେ ମଣିଷକୁ କେଉଁ ରାସ୍ତାରେ ନେଇଯାଏ ବୁଝିବା ବଡ଼ ବିଚିତ୍ର ସ୍ଥିତି ସୃଷ୍ଟି ହୁଏ। ଆଖି ବୁଜି ଅନ୍ଧ ଭଳି କାହାକୁ ବିଶ୍ୱାସ କରିବା ବି କେତେଟା ଠିକ୍ ବେଳେ ବେଳେ ବୁଝି ହୁଏନା ।

ସମୟର ଗଣନାରେ, ଏମିତି ଘଟଣା ବହୁତ୍ ଲୋକଙ୍କ ସହିତ ଘଟିଥାଏ କିନ୍ତୁ ସମୟର ଚକ୍ରବ୍ୟୁହ ରେ ହୁଏତ ପରିପ୍ରକାଶ କରିବା ବର୍ତ୍ତମାନ ସମୟରେ ସମସ୍ତଙ୍କ ପକ୍ଷେ ଏତେଟା ସହଜ ନୁହେଁ ।

ବାସ୍ତବରେ ବେଳେବେଳେ ବୁଝି ହୁଏନା ଏ ସମ୍ପର୍କ କେବଳ ରକ୍ତର ନା ଆଉ କିଛି ? କିଛି ଭଲ ବନ୍ଧୁ କୁ ଛାଡି ଦେଲେ। ଦୁନିଆରେ ବାକି ସବୁ ଦେଖେଇ ହୁଅନ୍ତି ।

ବଡ଼ ବିଚିତ୍ର ଭଳି ମନେ ହୁଏ ଆଜିର ଆଧୁନିକ ସମାଜ । ଏପରି କେତେ ଦିନ ପର୍ଯ୍ୟନ୍ତ ବଞ୍ଚିବା ବାସ୍ତବରେ ମନେ ହୁଏ କଣ ମିଳିବ ଏ ଲୋକ ଦେଖାଣିଆ ସମ୍ପର୍କରୁ ??? ତା ଅପେକ୍ଷା ନିଜକୁ ନିଜେ ବଞ୍ଚିବା ଶିଖିବା ବହୁତ୍ ଭଲ। ସତରେ ଆପଣମାନେ ଟିକେ ଭାବିଲେ ହୁଏତ ଆଜି ଲୋକଙ୍କ ପାଖରେ ଖାଇବାକୁ ବହୁତ୍ କିଛି ଅଛି କିନ୍ତୁ ତୁମେ ଯାହା ଚାହୁଁଛ ତାହା ତୁମଠାରୁ ଛଡେଇ ନିଆ ଯାଉଛି । ଗୋଟିଏ ଅବାସ୍ତଵ୍ କାରଣ ଦେଇ। ତାହା ମଧ୍ୟ ଏକ ସମ୍ପର୍କର ଚନ୍ଦ୍ରବିନ୍ଦୁ ଦେଇ ।

ଜିତେନ୍ଦ୍ର : ତୋର ଏହା ଜୀବନୀ କାହାଣୀ ନୂହଁ ରେ, ତୋ ହୃଦୟର ଦୁଃଖ । ଯାହା ତୋତେ ଆଜି ପରି ପ୍ରକାଶ କରି ତୋତେ ମୁଁ ପୁଣି ଦୁଃଖ ଦେଇଛି ଏବଂ ତୋ ଆଖିରେ ଲୁହ ଦେଇ ମୋତେ ମଧ୍ୟ କଷ୍ଟ ହୋଇଛି।

ରିତେଶ : ଏତିକି ଥିଲା ମୋ କାହାଣୀ । ଏବେ ଆଗକୁ କଣ ହେବ ମୁଁ ଜାଣିନି ?

ଚାଲ ଶୋଇବା, ଦେଖ କହୁ କହୁ ରାତି ଦୁଇଟା ବାଜିଲାଣି ।

ଜିତେନ୍ଦ୍ର : ଚାଲ୍ ଶୋଇବା , Ok Good Night !!!

ରିତେଶ: Ok ଭାଇ Good Night !!!!

ଏହି କାହାଣୀ ଏକ ସତ୍ୟ କାହାଣୀ ଉପରେ ଆଧାରିତ ଏବଂ ଏହି କାହାଣୀ କୁ ଆଧାରିତ କରି ଲେଖକ କିମ୍ବା ରିତେଶ କାହାର ହୃଦୟ କୁ ଆଘାତ ଦେବାକୁ ଚାହୁଁ ନାହାନ୍ତି। ଯଦି ଏହି କାହାଣୀ ପଢ଼ି ଆପଣଙ୍କୁ କଷ୍ଟ ହୋଇଛି ତେବେ ରିତେଶ ଏବଂ ଲେଖକ ଙ୍କ ତରଫରୁ କ୍ଷମା ପ୍ରାର୍ଥନା କରୁଛୁ।

ଏହି କାହାଣୀ ଟି ରିତେଶ ଙ୍କ ହ୍ରୁଦୟ ରୁ ବର୍ଣ୍ଣିତ ।।

ଲେଖକ. ନୀଳମାଧବ ଭୂୟାଁ ଙ୍କ କଲମ ତୂଳୀ ରୁ ଅଙ୍କିତ….

କାହାଣୀ ଟି ଆପଣଙ୍କ ମନ କୁ ଛୁଇଁଛି ତେବେ ନିଜ ସାଙ୍ଗ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।

@@@ ଧନ୍ୟବାଦ @@@

If the contents are helpful to share them with your friends, Thanking You.

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…3

ସେଦିନ ତନୁଜା ର ବାପା ଆସି ତାକୁ ନେଇ ଚାଲିଗଲେ ।

କିନ୍ତୁ ସେଦିନ ରାତିରେ ସେ ବହୁତ୍ କାନ୍ଦିଲା ଏବଂ କହିଲା ମୋ ଦିଦି ମୋତେ ସପୋର୍ଟ କରିବ ବୋଲି ମୁଁ ବହୁତ୍ ଆଶା ରଖିଥିଲି କିନ୍ତୁ ପୁରା ଓଲଟା କାହାଣୀ ହୋଇଗଲା ।

ମୁଁ ତନୁଜା କୁ ବହୁତ୍ ବୁଝେଇଲି । କହିଲି ଆଗକୁ ଦେଖ କଣ ହେଉଛି। କିଛି ଗୋଟେ ଉପାୟ ଭାବିବା।

ତା ପର ଠାରୁ ପୁଣି ଥରେ ଗୋଟିଏ ପ୍ରସ୍ତାବ ଆସି ତାଙ୍କ ଘରେ ପହଞ୍ଚିଲା । ସେହି ପ୍ରସ୍ତାବ କୁ ମଧ୍ୟ ଆମେ ଦୁହେଁ ମିଶି ଭାଙ୍ଗିବାରେ ସଫଳ ହେଲୁ କିନ୍ତୁ ଏହି ପ୍ରସ୍ତାବ ପରେ ଭାଉଜ ସିଧା ଦୋଷ ମୋ ଉପରେ ଲଦିବା ଆରମ୍ଭ କରିଦେଲେ । କହିଲେ କି ରିତେଶ ଯୋଗୁ ଏହି ପ୍ରସ୍ତାବ ଭାଙ୍ଗୁଛି । ତାର କଥାରେ ତନୁଜା ଜାଣିଶୁଣି ମେକ୍ ଅପ୍ ହେଉନି ଆଉ ସବୁ ପ୍ରସ୍ତାବରେ ମନା କରୁଛି ।

ମାତ୍ର ଠିକ୍ ଗୋଟିଏ ମାସ ପରେ ଆଉ ଗୋଟିଏ ପ୍ରସ୍ତାବ ଆସି ପହଞ୍ଚିଲା କିନ୍ତୁ ଏଠି ଭାଉଜ ସତର୍କ ଥିଲେ ସେ ତାଙ୍କ ଘରେ ସମସ୍ତଙ୍କୁ ଆମ ବିଷୟରେ କହି ଦେଇଥିଲେ । ତାଙ୍କ ଘରେ ଏହି ଖବର ଶୁଣି ତନୁଜା କୁ ବୁଝାଇବାକୁ ଲାଗିଲେ ଏବଂ ବାହାନା କରି ଏବଂ ବିଭିନ୍ନ ଶପଥ କରି ତାକୁ ମନେଇବାକୁ ଚେଷ୍ଟା କରିଲେ ।

ମୁଖ୍ୟ ରୂପରେ ତନୁଜା ର ମାଉସୀ ମୋ ବିଷୟରେ ଏଣୁତେଣୁ କଥା ତା ସହିତ ମୁଁ ଖରାପ ବୋଲି କହି ତାଙ୍କ ଘରେ ବୁଝାଇବାକୁ ଲାଗିଲେ ।

କିନ୍ତୁ ମୁଖ୍ୟ ଭିଲେନ୍ ମାନେ ମୋ ଭାଉଜ ଏଠି ବିଭିନ୍ନ କାରଣ ଦର୍ଶେଇ ପୁରାପୁରି ବିରୋଧ କରିବା ଆରମ୍ଭ କରିଦେଲେ। ଯେମିତି ତନୁଜା ଏବଂ ରିତେଶ ର ବାହାଘର ଯଦି ହୁଏ ତେବେ ମୁଁ ଆତ୍ମହତ୍ୟା କରିଦେବି ଅଥବା ଘର ଛାଡ଼ି ଚାଲି ଯିବି ।

ଏହି ସବୁ କଥା ତନୁଜା ମାଉସୀ ଝିଅ ଲିପି ମୋତେ ସବୁ କହୁଥାଏ । ଲିପି ଆମ ଦୁଇ ଜଣଙ୍କ ସମ୍ପର୍କ କୁ ସପୋର୍ଟ କରୁଥାଏ। ସେ ଘରେ ଯାହା ଯାହା ହୁଏ ସବୁ ମୋତେ କହେ । କାରଣ ତନୁଜା ଠାରୁ ମୋବାଇଲ ଛଡେଇ ନିଆ ଯାଇଥିଲା ଏବଂ ତନୁଜା ମଧ୍ୟ ଲିପି ର ମୋବାଇଲ ରେ ବେଳେବେଳେ କଥା ହୁଏ।

ସବୁଦିନେ ତନୁଜା ଘରେ ଝଗଡା । ଏହି କଥା ଶୁଣି ଶୁଣି ତାଙ୍କ ବାପା ଙ୍କ ଦେହ ଖରାପ ହୋଇ ଯାଇଥିଲା । ସେତିକିବେଳେ ମୁଁ ୟୁନିଟ୍ ରେ ଥିଲି । ଏମିତି ଅବସ୍ଥା ଦେଖି ତନୁଜା ପ୍ରତ୍ୟେକ ରାତିରେ କଥା ହୋଇ କାନ୍ଦେ। ମୁଁ ବହୁତ୍ ବୁଝାଏ।

ତନୁଜା କହୁଥାଏ ସେମାନେ ଆମ ବାହାଘର ହେବାକୁ ଦେବେ ନାହିଁ। ଚାଲ ଆମେ ଘରୁ ଲୁଚି ପଳେଇବା କିନ୍ତୁ ମୁଁ ବୁଝେଇ କହିଲି। ପ୍ରଥମେ ମୁଁ ଚେଷ୍ଟା କରେ । ଯଦି ଆମେ ଠିକ୍ ଅଛୁ ତେବେ ଲୁଚି ଯିବାର ପ୍ରଶ୍ନ ଉଠୁନି । ମୁଁ ନିଜେ ଯାଇ ଏହି ସମସ୍ୟା ର ସମାଧାନ କରିବି।

ମୁଁ ଛୁଟି ନେଇ ଘରକୁ ଆସିଲି । ମୋ ମା, ମୋର ମନ କଥା ବୁଝି ତନୁଜା ର ବାପା ସହିତ କଥା ହେଲେ। ତନୁଜା ର ବାପା ମୋ ସହିତ ତନୁଜା ର ବିବାହ କରିବାକୁ ଈଛା ଅଛି କିନ୍ତୁ ସବୁର ମୂଳ କାରଣ ହେଉଛି ମୋ ଭାଉଜ ।

ତନୁଜା ର ବାପା ଆଉ ମୋ ମା ଦୁହେଁ କଥା ହେଲା ପରେ ନିଷ୍କର୍ଷ ବାହାରିଲା ଯେ ଯଦି ତନୁଜା ସହିତ ରିତେଶ ର ବାହାଘର ହେବ ତେବେ ମୋର ବଡ ଝିଅ ଘର ଛାଡ଼ି ଚାଲିଯିବ ନହେଲେ ସେ ଆତ୍ମହତ୍ୟା କରିବ ବୋଲି ମୋତେ ଧମକ ଦେଉଛି?? ମୁଁ କଣ କରିବି ?? ବୋଲି କହି ସେ ମୋ ମା ଙ୍କୁ କହିଲେ । ମା ମଧ୍ୟ ନିରୁପାୟ ।

ଏପଟେ ମା, ମୋର ଦୁଃଖ ଦେଖି ପାରୁ ନଥିଲେ । ଶେଷରେ ମା ମୋତେ ବୁଝାଇବାକୁ ଚେଷ୍ଟା କରିଲେ। ଯେ ତାକୁ ଭୁଲି ଯାଇ ଅନ୍ୟ ଝିଅ ସହିତ ତୋର ବାହାଘର କରିବି କିନ୍ତୁ ମୁଁ ତନୁଜା କୁ ହରାଇ ବାକୁ ଚାହୁଁ ନଥିଲି। କାରଣ ତନୁଜା ଯଦି ମୋତେ ବିବାହ ପାଇଁ ରାଜି ଅଛି ତେବେ ମୁଁ ପୁଣି ଥରେ ଚେଷ୍ଟା କରିବି ନାହିଁ କାହିଁକି ???

ଦେଖୁ ଦେଖୁ ଛୁଟି ର ଦଶ ଦିନ ସରିଗଲା । ପୁଣି ଥରେ ପ୍ରସ୍ତାବ ଆସି ପହଁଚିଲା ଆଉ ଏବେ ତାଙ୍କ ଘର ଲୋକେ ସେହି ପ୍ରସ୍ତାବ ପାଇଁ ଜୋର୍ ଦେଲେ। କେମିତି ହେଲେ ଏହି ପ୍ରସ୍ତାବ ରେ ରାଜି କରେଇ ତନୁଜା ର ବାହାଘର ଫାଇନାଲ କରିବେ।

ଏହି ପ୍ରସ୍ତାବ ଆସିଲା ପରେ ତନୁଜା ର ମାଉସୀ ଏବଂ ତାଙ୍କ ଖୁଡି ତନୁଜା କୁ ବୁଝାଇବାକୁ ଚେଷ୍ଟା କରିଲେ । କହିଲେ ତୁ ଯଦି ରିତେଶ ସହିତ ବିବାହ କରିବୁ ତେବେ ତୋ ବାପା ଙ୍କ ଦେହ ପୁଣି ଥରେ ଖରାପ ହେବ। କାରଣ ସେ ଜଣେ ହାର୍ଟ ପେସେଣ୍ଟ ଏବଂ ତନୁଜା କୁ ଭଗବାନ ଆଗରେ ରାଣ ଦେଇ ବୁଝେଇ ବାରେ ଲାଗିଲେ ।

ଏହି ଚକ୍ରବ୍ୟୁହ ଭିତରେ ମୋତେ ସମସ୍ତେ ଅଭିମନ୍ୟୁ ସଜେଇ ଦେଲେ । ମୁଁ ରାସ୍ତା ଖୋଜି ପାଇଲି ନାହିଁ । ନା ମୋ ଘର ତରଫରୁ ନା ତନୁଜା ର ଘର ତରଫରୁ। ସମସ୍ତେ ମୋ ପ୍ରତି ଅନାଦର । ଯେମିତି କି ଆମ ପ୍ରେମ କୁ ସମସ୍ତଙ୍କ ନଜର ଲାଗିଗଲା । ସେମାନେ ଜାଣି ଶୁଣି ଆମ ସଂପର୍କ କୁ ଜାଳି ପୋଡ଼ି ଧ୍ଵଂସ କରିବେ ବୋଲି ଯୋଜନା ଉପରେ ଯୋଜନା ବନେଇ ଚାଲିଥିଲେ। ଆଉ ଶେଷରେ ମୋତେ ଅଳ୍ପ ବିଜୟ ହେବାର ଆଭାସ ଦେଖା ଯାଉଥିଲା କିନ୍ତୁ ତାହା ମଧ୍ୟ ଅଧୁରା ରହିଗଲା।

ଯେତେବେଳେ ମୋର ସବୁ ରାସ୍ତା ବନ୍ଦ ହୋଇଗଲା । ଦିନେ ମୁଁ ବାହାରିଗଲା ତନୁଜା ଘରକୁ । ସେଠୀ ମୋର ପ୍ରସ୍ତାବ ମୁଁ ନିଜେ ନେଇ ପହଞ୍ଚିଲି କିନ୍ତୁ ସେମାନେ ମୋତେ ପର ଲୋକ ଭଳି ବ୍ୟବହାର କରିଲେ । ଯେମିତି ମୋତେ ସେମାନେ ଚିହ୍ନି ନାହାନ୍ତି । ତାଙ୍କ ବ୍ୟବହାର କୁ ମୁଁ ଅଣଦେଖା କରି ମୁଁ ମୋ ପ୍ରସ୍ତାବ କୁ ରଖିଲି କିନ୍ତୁ ସେ ରୋକ୍ ଠୋକ୍ ମନା କରିଦେଲେ। ଏବଂ ମୋତେ ଗୋଟିଏ କାରଣ କହିଲେ ଯେ ଯଦି ତମ ସହିତ ବିବାହ ଦେବି ତେବେ ଲୋକେ ଖରାପ ଭାବିବେ।

ଆମ ପ୍ରେମ ସଂପର୍କ ସମୟ ଅବଧି ଭିତରେ ତନୁଜା ର ଭାଇ ମଧ୍ୟ ଅନ୍ୟ ଜାତିର ଝିଅ ସହିତ ପ୍ରେମ ସମ୍ପର୍କ ରେ ଥିଲେ । ସେହି କଥା କୁ ନେଇ ମୁଁ ସେଠୀ ପ୍ରଶ୍ନ କରିଲି ଯେ, ତୁମର ଆଉ ଆମର ଜାତି ଗୋତ୍ର ସବୁ ସମାନ ଥିଲା ପରେ ତମେ କହୁଛ ଲୋକେ ଏହି ସମ୍ପର୍କ କୁ ଖରାପ ଭାବେ ଗ୍ରହଣ କରିବେ କିନ୍ତୁ ଏଠି ତୁମ ପୁଅ ମାନେ ତନୁଜା ର ଭାଇ ଅନ୍ୟ ଜାତିର ଝିଅ କୁ ଭଲ ପାଇ ବସିଛି ଏବଂ ସେ ତାକୁ ବିବାହ କରିବାକୁ ଚାହୁଁଚି ସେଥିପ୍ରତି ଲୋକେ କିଛି କହିବେ ନାହିଁ? ତମକୁ ମୋର ଭୁଲ ଦେଖା ଯାଉଛି ସେହି ଭୁଲ ତୁମ ଘରେ ହେବାକୁ ଯାଇଛି ତାହା କଣ ତୁମକୁ ଦେଖା ଯାଉନି ?

ଏପରି ପ୍ରଶ୍ନ ପରେ ସେମାନଙ୍କୁ ନିଜ ଭୁଲ ଜଣା ପଡ଼ିଗଲା ସେମାନେ ଉତ୍ତର ହିନ ହୋଇଗଲେ ଆଉ ମୋତେ ଅନ୍ୟ କିଛି ବାହାନା ଦେଖାଇବା ଆରମ୍ଭ କରିଦେଲେ।

ସେଠୀ ତନୁଜା ମଧ୍ୟ ନିରୁପାୟ ଅବସ୍ଥାରେ ମୋତେ ଚାହିଁ ରହିଥାଏ। ସେଠୀ ନିରାଶ ହୋଇ ଫେରିଲି। ଭାବିଲି ଆଉ ସମ୍ଭବ ନୁହେଁ । ଆମ ସଂପର୍କ ର ଚନ୍ଦ୍ରବିନ୍ଦୁ ଲାଗିଯିବ ତାକୁ ଆଉ ଆଗକୁ ବଢେଇ ବାକୁ ଏ ଦୁନିଆ ଆମକୁ ଅନୁମତି ଦେବ ନାହିଁ ।

କିଛି ଦିନ ପରେ ଦିନେ ତନୁଜା ମୋ ସହିତ ଫୋନ୍ ରେ କଥା ହୋଇ କାନ୍ଦି କାନ୍ଦି କହିଲା । ରିତେଶ ତମ ଛଡ଼ା ମୁଁ ବଞ୍ଚି ପାରିବି ନାହିଁ କିନ୍ତୁ ଆମ ଘରେ ତମ ସହିତ ବାହା ହେବାକୁ ଦେବେ ନାହିଁ । ଆଉ ଏହି ସବୁ କାରଣ ପାଇଁ ମୋ ଦିଦି ହିଁ ଦାୟୀ । ମୁଁ କଣ ବୁଝେଇବି ଭାବି । ମୋତେ ଦୁଃଖ ଲାଗୁଥାଏ ତତ୍ ସହିତ ଭାଉଜ ଉପରେ ରାଗ ମଧ୍ୟ ଲାଗୁଥାଏ ।

ଶେଷରେ ତନୁଜା ପଚାରିଲା, କଣ କରିବି ରିତେଶ? ତମେ ହିଁ କିଛି ଗୋଟିଏ ରାସ୍ତା ଦେଖାଅ। କାରଣ ଆଜି ପର୍ଯ୍ୟନ୍ତ ସବୁ ଡିସିସନ ତମେ ନେଇଛ ଏବଂ ମୁଁ ତାକୁ ପାଳନ କରିଛି ଏବଂ ଆଜି ମଧ୍ୟ ତମ କଥାରୁ ଓହରି ଯିବାକୁ ମୋର ତିଳେ ମଧ୍ୟ ସାହାସ ନାହିଁ। ତମେ ଯଦି ଏବେ କହିବ ତେବେ ଏବେ ମୁଁ ଘରୁ ବାହାରି ଯିବାକୁ ରାଜି ଅଛି ।

ମୁଁ ତାକୁ ବୁଝେଇ କହିଲି । ଯେଉଁ ସମ୍ପର୍କ ଗଢ଼ିବାରେ ବାପା ମା ଙ୍କ ଆଶୀର୍ବାଦ ରହି ନଥାଏ। ସେହି ସମ୍ପର୍କ ବେଶୀ ଦିନ ତିଷ୍ଠି ରହେ ନାହିଁ । ତମେ ତମ ବାପ ମା ଙ୍କ ବିରୋଧରେ ଯାଇ ମୋ ପାଖକୁ ଆସିବ ସତ ଏବଂ ମୁଁ ତୁମକୁ ଗ୍ରହଣ କରିବାକୁ ରାଜି ଅଛି କିନ୍ତୁ ଜୀବନ ସାରା ମୁଁ ନିଜକୁ ଦୋଷୀ ଦୋଷୀ ଭଳି ମନେ କରିବି।

ହଁ ତମେ ଯଦି ନିଜ ବାପା ମା ଙ୍କ ଖୁସିରେ ମୋ ପାଖକୁ ଆସିବାକୁ ଚାହୁଁଛ ତେବେ ଆମ ସଂପର୍କ ସବୁଦିନ ଖୁସିରେ ଚାଲିବ । ଯଦି ତାଙ୍କ ବିରୋଧରେ ଆସିଲ ତେବେ ଅଧା ଦିନର ସମ୍ପର୍କ ରେ ପରେ ଝଗଡା, କଳି କଜିଆ ଆରମ୍ଭ ହୋଇଯିବ। ଏଠି କେବଳ ଗୋଟିଏ କାରଣ ପାଇଁ ତାହା ହେଲା, ବାପା ମା ଙ୍କ ଅଭିଶାପଆଉ ଅନାଦର ଆମ ଉପରେ ପଡ଼ି ରହେ ।

ତନୁଜା: ତେବେ କରିବି କଣ?

ମୁଁ କହିଲି ତମ ପାଖରେ ଦୁଇଟି ରାସ୍ତା ଅଛି ଯଦି ତୁମ ବାପା ମା ଙ୍କୁ ଆଡେଇ ମୋ ପାଖକୁ ଆସିଲ ଏବଂ ତା ପରେ ତମ ବାପା କିମ୍ବା ତୁମ ଘର ଲୋକ ଙ୍କ କିଛି ଅସୁବିଧା ହୁଏ ତେବେ ସବୁ ଦୋଷ ଆମ ଦୁହିଁଙ୍କ ଉପରେ ଆସିବ ।

ଏବେ ତୁମେ ଚିନ୍ତା କର କଣ କରିବ ?? ନିଜ ବାପା ମା ଙ୍କୁ ଆଡେଇ ଆସିବାକୁ ଚାହୁଁଛ ନା ତାଙ୍କ ଇଚ୍ଛାରେ ବିବାହ କରିବାକୁ ଚାହୁଁଛ।

ଏହି ପ୍ରଶ୍ନ ପରେ ତନୁଜା ଯେମିତି ଶାନ୍ତ ହୋଇ ଗଲା ସେ ନିରୁପାୟ ଅବସ୍ଥାରେ ଚୁପ୍ ରହିଲା ।

ଶେଷରେ ଗୋଟିଏ ଉତ୍ତର ଆସିଲା ଯେ, ” ନା ମୋ ବାପା ମା ଙ୍କ ବିରୁଦ୍ଧରେ ମୁଁ ଯାଇ ପାରିବି ନାହିଁ ଏବଂ ତାଙ୍କ ପ୍ରାଣ କୁ ମୁଁ ହରେଇବାକୁ ଚାହୁଁ ନାହିଁ ” ।

ଏହି ଉତ୍ତର ରେ ମୋତେ ଶକ୍ତ ଆଘାତ ଅନୁଭବ ହେଲା ଏବଂ ମୋତେ ଅଚିହ୍ନା ମଣିଷ ଭଳି ଲାଗିଲା । ସାତ ବର୍ଷ ର ପ୍ରେମ ସଂପର୍କ ରେ କେବଳ କିଛି ମିନିଟ୍ ଭିତରେ ଚନ୍ଦ୍ରବିନ୍ଦୁ ଲାଗିଗଲା । ସାତ ବର୍ଷ ର ସମ୍ପର୍କ କାଲି ଭଳି ଲାଗୁଥିଲା।

ସେ କହିଲା ମୋତେ ଆଉ ଫୋନ୍ କି ମେସେଜ କରିବ ନାହିଁ। ମୁଁ ଏକ ବାଆଁରା ପକ୍ଷୀ ଭଳି ମୁଣ୍ଡ କୁ ହଲେଇ ହଁ କରି ଫୋନ୍ ଟିକୁ କାଟିବାକୁ ବାଧ୍ୟ ହେଲି । ଠିକ୍ ସେତିକିବେଳେ ଖାଲି ମୁଁ ନୁହଁ ତନୁଜା ର ମଧ୍ୟ ସେମିତି ଅବସ୍ଥା । ସେ ମଧ୍ୟ ପୁରାପୁରି ଏକା ହୋଇ ଯାଇଥିଲା । ସେ ଭୁଲିବାକୁ ଚେଷ୍ଟା କରୁଥିଲା ତାର ପୁରୁଣା ଅତୀତ କୁ ଯାହା ମୋ ସହିତ ବିତେଇଛି। ଦୁହିଙ୍କ ଆଖିରୁ ଅଶ୍ରୁର ଗାରରେ ଅଶ୍ରୁ ତାର ରାସ୍ତା ଲିଭାଇବାକୁ ଚାହୁଁ ନଥିଲା । ବହୁତ୍ ବହି ଗଲା ଅଶ୍ରୁ ସେହି ଫୋନ୍ କଲ୍ ପର ଠାରୁ। ତାର ଖୁସି ପାଇଁ ମୁଁ ତାକୁ ବାଧ୍ୟ କରିବାକୁ ସଙ୍କୋଚ ମନେ କରିଲି ।

ସେ ସମୟରେ ମୋତେ ଏମିତି ଅନୁଭବ ହେଉଥାଏ ଯେମିତି ଏହି ଜୀବନରେ ବଞ୍ଚି ଆଉ କିଛି ଲାଭ ନାହିଁ। ଆତ୍ମହତ୍ୟା ପାଇଁ ମନ କରିଲି କିନ୍ତୁ ଦୁନିଆ ଆଗରେ କାପୁରୁଷ ର ନାମକରଣ ହେବା ଅପେକ୍ଷା ଏ ଦୁନିଆ କୁ ଦୁଃଖ ରେ ଗ୍ରହଣ କରିବି ବୋଲି ସ୍ଥିର କରିଲି।

ମୋର ଅଧିକାର ନାହିଁ ତାର ବାପା ର ଜୀବନ ନେବାକୁ। ମୋର ଅଧିକାର ନାହିଁ ଯେ ତାର ଦିଦି ର ଖୁସି ଛଡେଇ ନେବି। ଅବା ମୁଁ ସେ ଲୋକ ନୁହଁ ଯିଏ ତାର ଭାଇ ର ପ୍ରେମ ସଂପର୍କ ରେ କଳଙ୍କ ଲଗେଇବି। ମୁଁ ଅବା କାହିଁକି ଦୋଷୀ ହେବି । ସେ ଯଦି ତାର ବାପା ମା, ଭାଇ ଏବଂ ଦିଦି ଙ୍କ ଖୁସିରେ ବିବାହ ପାଇଁ ସ୍ଥିର କରିଛି ତେବେ ମୁଁ କୌଣସି ମତେ ବାଧା ଦେବାକୁ ଚାହିଁବି ନାହିଁ।

ଫେରିଗଲି ମୁଁ !!!!!

If the contents are helpful to share them with your friends, Thanking You.

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…2

https://www.bhuyansblog.com/2021/09/Chandrabindu1.html
ଚନ୍ଦ୍ରବିନ୍ଦୁ…2

କିଛିଦିନ ପରେ ଭାଉଜ ଭାଇ ସହିତ ବାଙ୍ଗାଲୋର ଚାଲିଗଲେ ଏବଂ ମା ଙ୍କ ଦେହ ଖରାପ୍ ଯୋଗୁ ତନୁଜା କୁ କିଛି ଦିନ ପାଇଁ ଆମ ଘରେ ରହିବାକୁ ପଡ଼ିଲା। ଯେତେବେଳେ ତନୁଜା ପୁଣି ଆମ ଘରେ ରହିବାକୁ ଲାଗିଲା । ମୋ ଖୁସି ଦୁଇ ଗୁଣ ହୋଇଗଲା।

ରାତି ଦିନ ସବୁବେଳେ ଦେଖା ହୁଏ । ବେଳେବେଳେ ବୁଲାବୁଲି ସହିତ ଆମେ ବହୁତ୍ ଗପୁ। କହିବାକୁ ଗଲେ ଏତେ ଖୁସି ମିଳିଥିଲା, ମୁଁ ଭାବିଲି ସବୁ ଖୁସି ମୋ ପାଖରେ ଅଛି କାରଣ ମୋ ତନୁଜା ମୋ ପାଖରେ ଥାଏ।

କିନ୍ତୁ ସେ ଖୁସି ମଧ୍ୟ ଅଳ୍ପ ଦିନର ଥିଲା । କିଛି ଦିନ ପରେ ତାଙ୍କ ବାପାଙ୍କ ଦେହ ଖରାପ ହେଲା ସେ ପୁଣି ଫେରିଗଲା ନିଜ ଘରକୁ।

କିନ୍ତୁ ଫୋନ୍ କଥା ବାର୍ତ୍ତା ପ୍ରତିଦିନ ଚାଲିଥାଏ। କିଛି ଦିନ ପରେ ଭାଉଜ ଙ୍କ ଖୁସି ଖବର ଆସିବା ପରେ ତନୁଜା ଭାଉଜ ଙ୍କୁ ସାହାଯ୍ୟ କରିବା ପାଇଁ ବାଙ୍ଗାଲୋର ଗଲା । ସେଠୀ କିଛି ଦିନ ରହିବା ପରେ ସମସ୍ତେ ଫେରି ଆସିଲେ । ସେଠୀ ମଧ୍ୟ କଥା ବାର୍ତ୍ତା ଚାଲିଥାଏ କିନ୍ତୁ ତାର ଭଉଣୀ ମାନେ ମୋ ଭାଉଜ ଜାଣି ନଥିଲେ ଏବଂ ଘରେ ଗୋଟିଏ ବେବି ଆସିଲା । ଘର ର ମାହୋଲ ପୁରା ଖୁସି ରେ ଉତ୍ସବ ଭଳି ଲାଗୁଥିଲା ।

.

..

….

…..

ଆରେ ଛାଡ଼ ଆଉ କହିବି ନାହିଁ ।

ଜିତେନ୍ଦ୍ର: କାହିଁକି?

ରିତେଶ: ଦେଖ ସେମାନେ, ଘୁଙ୍ଗୁଡ଼ି ମାରିଲେଣି ।

ଜିତେନ୍ଦ୍ର: ଆବେ ସେମାନଙ୍କୁ ଫୁଲ ନିଶା ହୋଇ ଯାଇଛି, ମୁଁ ତୋ କାହାଣୀ ଶୁଣିବି ତୁ କହି ଚାଲ ।

ମାନେ ଆଜି ହନୁ ଆସିବ, ଲଙ୍କା ଜଳିବ ତାପରେ ନାଚ ଭାଙ୍ଗିବ ।

ରିତେଶ: ମୁଁ ତୋତେ କଣ ରାମାୟଣ, ସୁଣୋଉଛି କୀ ?

ଜିତେନ୍ଦ୍ର: ଆବେ, ମଜା କରୁଛି, ମାଡ଼ି ଚାଲ, ମୁଁ ଚେତା ଅଛି ଶୁଣିବାକୁ। ଯେତେବେଳେ ନିଦ ଆସିବ କହିଦେବି ।

ରିତେଶ: ହଉ ଶୁଣ!

ତାପରେ ଦେଖା ସାକ୍ଷାତ ଚାଲୁ ରହିଲା। ଏହି ଭିତରେ ତନୁଜା ଗୋଟିଏ ସ୍କୁଲ ରେ ମାଷ୍ଟରାଣୀ ଭାବେ ରହିଲା ।

ଜିତେନ୍ଦ୍ର: କଣ ଜ୍ୟୋତି ମାଷ୍ଟରାଣୀ ??

ରିତେଶ: ନା ବେ, ତନୁଜା ମାଷ୍ଟରାଣୀ? ତୁ ମଧ୍ୟ ମଜା ନେଉଛୁ ନା ମୋର?

ଏହି ଭିତରେ ମୁଁ ଏସ୍ ଏସ ସି ପରୀକ୍ଷା ଦେଲି ଆଉ ଗୋଟିଏ ଥର କେ ପାସ୍।

୨୦୧୪ ଅଗଷ୍ଟ ମାସ ର ଦିନେ ସଂଧ୍ୟାରେ ଭୁବନେଶ୍ଵର ର ପାର୍କ ରେ ତନୁଜା ଆଉ ମୁଁ ବସି ଥାଉ। ସେ ପଚାରୁ ଥାଏ । ତମର ଚାକିରି କଥା କଣ ହେଲା ? ମୋତେ ଅଳ୍ପ ଖରାପ ଅନୁଭବ ହେଲା। ଗାର୍ଲ୍ ଫ୍ରେଣ୍ଡ୍ ଆଗରେ ମୋତେ ଅଳ୍ପ Insult ଅନୁଭବ ହେଉଥିଲା।

ମାତ୍ର ଠିକ୍ ସେହି ସମୟର ଘରୁ କଲ୍ ଆସିଲା ଆଉ ସେପଟୁ କହିଲେ ଆରେ କୋଉଠି ଅଛୁ ତୁ? ଘରକୁ ଆସେ ତୋର ଏସ ଏସ ସି ର କଲ୍ ଲେଟର ଆସିଛି। ମୁଁ ଖୁସିରେ ପାଗଳ। ମୋ ଖୁସି କୁ ତନୁଜା ସହିତ ସେୟାର କରିଲି। ସେ ପ୍ରଥମେ ଖୁସି ହେଲା କିନ୍ତୁ ପରେ ଦୁଃଖୀ ହେଲା । କାରଣ ସେ ଚାହୁଁ ନଥିଲା କି ମୁଁ ବାହାରକୁ ଯାଏ। ମୁଁ ପଚାରିଲି କଣ ହେଲା? ମୋର ସିଲେକ୍ଟ ହୋଇ ଯାଇଛି ଶୁଣି ତମେ ଦୁଃଖୀ କାହିଁକି ?? ତନୁଜା କହିଲା, ଚାକିରି ପାଇଛ ବୋଲି ତ ଖୁସି କିନ୍ତୁ ତମେ ମୋ ଠାରୁ ଦୂରେଇ ଯିବ। ସେଇଟା ମୋର ସବୁଠୁ ବଡ ଦୁଃଖ। ଗୋଟିଏ କାମ କରିଲେ ହେବ ନାହିଁ । ତମେ ଚାକିରି କର ନାହିଁ। ମୁଁ ସ୍କୁଲ୍ ରେ ରହିଛି । ଆଉ କିଛି ଦିନ ପରେ ଯଦି ମୋର ରେଗୁଲାର ହୋଇ ଯାଏ ତେବେ ଆମର ଅସୁବିଧା ହେବ ନାହିଁ । କିନ୍ତୁ ମୁ କହିଲି । ଜବ୍ ତ ମୋର ନିହାତି ଦରକାର। ଯଦି ଏହି ଜବ୍ କୁ ମୁଁ ହାତ ଛଡା କରେ ତେବେ ମୋତେ ପୁରା ଲାଇଫ ଅନୁତାପ କରିବାକୁ ପଡ଼ିବ ।

ହଁ ଯଦି ଅନ୍ୟ ଚାକିରି କରିବାକୁ ଇଚ୍ଛା ତେବେ ଏହି ଚାକିରି ଭିତରେ ରହି ଅନ୍ୟ ଚାକିରି ପାଈଁ ଚେଷ୍ଟା କରିବି । ଯଦି ଅନ୍ୟ ଚାକିରୀ ହେବ ତେବେ ଭଲ କଥା ନହେଲେ ମଧ୍ୟ ମୁଁ ଏହି ଚାକିରି ରେ ଥିବି ନା ?

ମୋର ଏତିକି କଥା ଶୁଣି ସେ ମଧ୍ୟ ଖୁସି ହୋଇଗଲା ଆଉ ମୋତେ କହିଲା ଠିକ୍ ଅଛି କିନ୍ତୁ ତମ ବାଟକୁ ମୁଁ ଅପେକ୍ଷା କରିଥିବି ଆଉ ମୁଁ ତୁମ ଛଡ଼ା ଆଉ କାହାକୁ ବିବାହ କରିବି ନାହିଁ। ମୁଁ ମଧ୍ୟ ତାକୁ କଥା ଦେଲି । ନିଶ୍ଚୟ ତନୁଜା । ମୁଁ ମଧ୍ୟ ତୁମ ବିନା ବଞ୍ଚିବା ଅସମ୍ଭବ ।

ତନୁଜା ମୋତେ ଅନୁମତି ଦେଲା ଯେ, ଯାଅ ଭଲରେ ଟ୍ରେନିଂ କରି ଆସ।

କିଛି ଦିନ ପରେ ମୋତେ ଟ୍ରେନିଂ ପାଇଁ ଯିବାକୁ ପଡିଲା । ଟ୍ରେନିଂ ଯିବା ପୂର୍ବରୁ ସେ ମୋତେ ଭୁବନେଶ୍ଵର ଷ୍ଟେସନ କୁ ଦେଖା କରିବାକୁ ଆସିଥିଲା। ମୋତେ କାନ୍ଦ ଚେହେରା ରେ ବିଦାୟ କରିଲା। କାରଣ ଭଲ ପାଇବା ଏତେ ବଢି ଯାଇଥିଲା ଯେ କିଏ କାହାକୁ ଦୂରେଇ ଯିବାକୁ ଚାହୁଁ ନଥିଲୁ କିନ୍ତୁ ଟ୍ରେନିଂ ପାଇଁ ଯିବାକୁ ହେବ। ସେଥିପାଇଁ ମୋତେ ଯିବାକୁ ପଡିଲା।

ଟ୍ରେନିଂ ରେ ପହଞ୍ଚିଲି। ପ୍ରତିଦିନ କଥା ବାର୍ତ୍ତା ଚାଲିଥାଏ। ଟ୍ରେନିଂ ର କିଛି ଦିନ ପରେ ମୋତେ ପ୍ରଥମ ସାଲେରୀ ମିଳିଲା। ଏକା ଥରକେ ବହୁତ୍ ଟଙ୍କା ମିଳିଲା। ମୁଁ ସେ ଟଙ୍କା କୁ ଦେଖି ବିଶ୍ୱାସ କରି ପାରିଲି ନାହିଁ।

ଏମିତି ସମୟ ଥିଲା ଆମେ ୧୦୦ ଟଙ୍କା ନେଇ କଲେଜ୍ ଯାଇ ଆସୁଥିଲି ଏବଂ ସେ ୧୦୦ ଟଙ୍କା କାଳେ ଖର୍ଚ୍ଚ ହୋଇଯିବ ଭାବି ଦେଖି ଚାହିଁ ଖର୍ଚ୍ଚ କରୁଥିଲୁ କିନ୍ତୁ ମୋତେ ସେ ସମୟରେ ୧୦୦୦ ଗୁଣ ଅଧିକ ଟଙ୍କା ମିଳିଥିଲା। ଖୁସିରେ ମୋ ଆଖିରୁ ଲୁହ ବାହାରି ଗଲା। ସେହି ଖୁସି କୁ ମୁଁ ତନୁଜା କୁ କହିଲି ଏକଥା ଶୁଣି ସେ ମଧ୍ୟ ବହୁତ୍ ଖୁସି ହୋଇଗଲା ଆଉ କହିଲା, ଏବେ ଆମ ଦୁଇ ଜଣକୁ ବିବାହ କରିବାକୁ ପାଇଁ କିଛି ଅସୁବିଧା ହେବ ନାହିଁ। ସେ ବହୁତ୍ ଖୁସି ହୋଇଯାଇଥିଲା ଏବଂ ମନେ ମନେ ବିବାହ ର ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଥିଲା। ମୁଁ କହିଲି ଏତେ ସ୍ଵପ୍ନ ଦେଖ ନାହିଁ ଏବଂ ଏତେ ଶୀଘ୍ର ବିବାହ କରିବା ନାହିଁ । କିଛି ଦିନ ବୁଲା ବୁଲି କରିବା ତା ପରେ ବିବାହ କରିବା। ସେ ମଧ୍ୟ ମାନିଗଲା ।

କିନ୍ତୁ ଛଅ ମାସ ପରେ ମୋତେ ୧0 ଦିନ ପାଇଁ ଛୁଟି ମିଳିଥିଲା କିନ୍ତୁ ଏହି ଛୁଟି କଥା ତନୁଜା କୁ ନ କହି ମୁଁ ଓଡ଼ିଶାରେ ପହଞ୍ଚିଲି । ସେ ଯେତେବେଳେ ମୋତେ ଭୁବନେଶ୍ୱର ରେ ଦେଖିଲା ସେ ନିଜ ଆଖିକୁ ବିଶ୍ୱାସ କରି ପାରିଲା ନାହିଁ। ସେ ଖୁସିରେ ପାଗଳ ହୋଇଗଲା। ଦଉଡ଼ି ଆସି ମୋତେ କୁଂଢ଼େଇ ପକେଇ ବହୁତ୍ କାନ୍ଦିଲା। ତାକୁ ବୁଝେଇ କହିଲି। ଆରେ କାନ୍ଦ କଣ ପାଇଁ। ତନୁଜା କହିଲା। ମୋର ବହୁତ୍ ଚିନ୍ତା ଥିଲା ତମେ କେମିତି ଟ୍ରେନିଂ କରୁଛ ଆଉ ତୁମେ ପୁରା ପତଳା ହୋଇ ଯାଇଛ। ମୁଁ କହିଲି ଏବେ ଟ୍ରେନିଂ ସରିଛି କୋଉଠୀ?? ଏବେ କିଛି ଦିନ ପାଇଁ ଛୁଟି ଆସିଛି ପୁଣି ଥରେ ମୋତେ ଯିବାକୁ ପଡିବ। ଏତିକି ଶୁଣି ସେ ପୁଣି ଦୁଃଖୀ। ହଉ ଠିକ୍ ଅଛି କିନ୍ତୁ ଯେତେ ଦିନ ଗାଁ ରେ ରହିବ ମୋତେ ଦେଖା କରିବ ମୁଁ ମଧ୍ୟ ହଁ କରି ବାହାରିଲି ନିଜ ଗାଁ କୁ।

କିଛି ଦିନ ଗାଁ ରେ ବୁଲାବୁଲି ପରେ ପୁଣି ଫେରି ଆସିଲି। ଟ୍ରେନିଂ କୁ । ଟ୍ରେନିଂ ସରିଲା ମୋର ପୋଷ୍ଟିଂ ଦିଲ୍ଲୀ ରେ ହେଲା।

ଦିଲ୍ଲୀ ଦେଶର ରାଜଧାନୀ। ଭାବିଲେ ବହୁତ୍ ବଡ ଲାଗେ। ପ୍ରଥମେ ଶୁଣି ମନରେ ଅଳ୍ପ ଭୟ ଜାତ ହୋଇଥିଲା କିନ୍ତୁ ପରେ ମୁଁ ଜଣେ ଦିଲ୍ଲୀ ବାସିନ୍ଦା ହୋଇଗଲି।

ଆରେ ଶୋଇଗଲୁ ନା କଣ?

ଜିତେନ୍ଦ୍ର: ଆବେ ଲଭ୍ ଷ୍ଟୋରି କହ? ମୋତେ ଦିଲ୍ଲୀ ବୁଲାନି। ଦିଲ୍ଲୀ ବୁଲେଇବୁ ଯଦି । ଏଠି ନିଦ ଆସିଯିବ।

ରିତେଶ: ହଉ ଶୁଣ !!

ଦିଲ୍ଲୀ ରୁ ୯ ମାସ ପରେ ମୁଁ ଛୁଟି ଗଲି। ପୁର୍ବ ଭଳି ଆମେ ଦୁହେଁ ମିଶି ବୁଲାବୁଲି କରିଲୁ କିନ୍ତୁ ଆମ ଘରେ କେହି ଆମ ପ୍ରେମ ସମ୍ପର୍କ ବିଷୟରେ ଅଳ୍ପ ଖବର ମଧ୍ୟ ପାଇ ନଥିଲେ । ଆଉ ପ୍ରଥମ ଥର ପାଇଁ ତନୁଜା ମୋ ସହିତ ସିନେମା ଦେଖିବାକୁ ଯାଇଥିଲୁ। ପ୍ରକୃତରେ ସେ ଦିନ ଟି ଆମର ବହୁତ୍ ସ୍ପେଶଲ୍ ଥିଲା। ବୁଲାବୁଲି, ଗୁପଚୁପ, ସପିଙ୍ଗ ଆଉ ବାଇକ୍ ରେ ଲଙ୍ଗ ଡ୍ରାଇଭ୍। ଏମିତି ବହୁତ୍ କିଛି । ଦେଖୁ ଦେଖୁ ସେ ମାସ ଟି କେମିତି ବିତିଗଲା ଜଣା ପଡିଲା ନାହିଁ।

ପୁଣି କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଛୁଟି ନେଇ ଆସିଲି। ସେ ସମୟରେ ମଧ୍ୟ ଆମେ ବୁଲାବୁଲି କରିଛୁ।

ଜିତେନ୍ଦ୍ର: ଆବେ ବୋର୍ ଲାଗିଲାଣି ସିଧା ପଏଣ୍ଟ କୁ ଆସେ ।

ରିତେଶ: ମେନ୍ କାହାଣୀ ତ ଏବେ ଆରମ୍ଭ ହେବ, ହଉ ଶୁଣ!!

ଏହି ଭିତରେ ତାଙ୍କ ଘରକୁ ପ୍ରସ୍ତାବ ର ଲାଇନ୍ ଲାଗିଲା। ତନୁଜା ସବୁ ପ୍ରସ୍ତାବ କୁ କିଛି ନା କିଛି ବାହାନା ଲଗେଇ ମନା କରି ଦିଏ।

ଏହି ବାହାନା ପାଇଁ ମୁଁ ମଧ୍ୟ ବହୁତ୍ ସାହାଯ୍ୟ କରିଛି। ମୁଁ ଆଇଡିଆ ଦିଏ ଆଉ ସେ ସେହି ଆଇଡିଆ ଅନୁସାରେ କାମ କରି ଦେଖାଏ । ଆଉ ସବୁ ପ୍ରସ୍ତାବ ଭାଙ୍ଗିଯାଏ। ଏମିତି ବହୁତ୍ ଥର ହୋଇଛି।

ଦେଖୁ ଦେଖୁ ୨୦୧୫ ରୁ ୨୦୧୯ ରେ ଆସି ପହଞ୍ଚିଲା। ପ୍ରସ୍ତାବ ବହୁତ୍ ଆସେ ଆଉ ଯାଉଥାଏ।

କିନ୍ତୁ ୨୦୧୯ ବର୍ଷ ଟା ମୋ ପାଇଁ ଖରାପ ବର୍ଷ ଥିଲା ?

ଜିତେନ୍ଦ୍ର: କେମିତି?

ରିତେଶ: ଲଭ୍ ଲାଇଫ ଏବଂ ପାଠପଢା ପର ହୋଇ ଗଲା ଆଉ ମଦ ଆଉ ଦୁଃଖ ମୋର ନିଜର ହୋଇଗଲା ।

୨୦୧୯ ରଜ ଠାରୁ ଆମ ପ୍ରେମରେ କଳା ଦାଗ ଲାଗିବା ଆରମ୍ଭ ହୋଇଗଲା।

ରଜ ସମୟରେ ମୁଁ ଛୁଟି ନେଇ ଆସିଥିଲି। ତନୁଜା ମଧ୍ୟ ଆମ ଗାଁ କୁ ବୁଲିବାକୁ ଆସିଥିଲା। ଦ୍ଵିତୀୟ ରଜ ଦିନ ସେ ନୂଆ ଡ୍ରେସ ପିନ୍ଧିଥିଲା । ପାଦ ରେ ଅଳତା ସାଙ୍ଗକୁ ସେ ଏତେ ସୁନ୍ଦର ଦେଖା ଯାଉଥିଲା ଯେ ମୁଁ ବର୍ଣ୍ଣନା କରି ପାରିବି ନାହିଁ।

ସେଦିନ ସେ ନିଜ ଘରକୁ କିଛି କାମ ପାଇଁ ଫେରିବାର ଥିଲା । ମୋ ଭାଉଜ ଆମ ବିଷୟରେ କିଛି ଜାଣି ନଥିଲେ କିନ୍ତୁ ସେଦିନ ବିରାଟ ବଡ ଝଡ ଆସିଗଲା ଆମ ପ୍ରେମ ସମ୍ପର୍କ ଭିତରେ ।

ସେଦିନ ଆମେ ଦୁହେଁ ମୋ ରୁମ୍ ରେ ବସି କଥା ହେଉଥିଲୁ ଏବଂ ସେ ଗାଁ କୁ ଯିବାକୁ ବାହାରିବା ବେଳେ ସେ ମୋତେ ହଗ୍ କରିବାକୁ ଯାଉଥିଲା । ହଠାତ୍ ତାର ଭଉଣୀ ମାନେ ମୋ ଭାଉଜ ଆସି ସେଠୀ ହାଜର । ଖାଲି ସେତିକି ନୁହେଁ ସେ ଆମର ସବୁ କଥା ଲୁଚି ଲୁଚି ଶୁଣିଛନ୍ତି ।

ହଠାତ୍ ଘରେ ସୁନାମି ର ବିରାଟ ଜୁଆର ଆସି ଆମ ଅଧା ଗଢା ସମ୍ପର୍କ କୁ ପୁଣି ଖଣ୍ଡ ବିଖଣ୍ଡ କରି ଦେଇ ଚାଲିଗଲା ।

ଭାଉଜ ଏଠି ନାଟକ କରିବା ଆରମ୍ଭ କରିଦେଲେ । ଆଉ ସିଧା ସିଧା ଆମ ଉପରେ ଆଙ୍ଗୁଳି ଉଠେଇବା ଆରମ୍ଭ କରିଦେଲେ । ପଚାରିଲେ ରିତେଶ ସହିତ ତୋର ଏତେ ନିବିଡ ସମ୍ପର୍କ କେବେଠୁ ଆରମ୍ଭ ହେଲାଣି । ମାନେ ତୁମେ ଦୁଇଜଣ ନିଶ୍ଚୟ ମେରେଜ୍ କରିବ ?? କିନ୍ତୁ ମୁଁ ଏହା ହେବାକୁ ଦେବିନି।

ଏହି ଘରେ ତୋତେ ମୋ ଦିଅର ସହିତ ବିବାହ ହେବାକୁ ବିଲକୁଲ ଅନୁମତି ଦେବିନି। ସେଠୀ ମୁଁ ବୁଝିପାରିଲି ନାହିଁ ଯେ । ଭାଉଜ ପ୍ରକୃତରେ ମୋ ଉପରେ ରାଗ ନା ତା ଭଉଣୀ ଉପରେ ରାଗ ମୁଁ କନଫ୍ୟୁଜ ଥିଲି ।

ଜିତେନ୍ଦ୍ର: ଆଚ୍ଛା ଗୋଟେ କଥା କହ ? ଏହି ସାତ ବର୍ଷ ର ପ୍ରେମ କାହାଣୀ ଭିତରେ, ଭାଉଜ ତମ ସମ୍ପର୍କ ବିଷୟରେ ଜାଣି ଥିଲେ ନା ନାହିଁ ?

ରିତେଶ: ନା, ତାହା ତାଙ୍କୁ କେବେ ଆଭାସ ହୋଇନି । କାରଣ ଯେତେବେଳେ ସେ ଘରକୁ ଆସେ ସେତେବେଳେ ସେ ମୋତେ ସମସ୍ତଙ୍କ ଆଗରେ ଭାଇ ବୋଲି ସମ୍ମାନ ଦିଏ ଏବଂ ଆମେ ପ୍ରାୟତଃ ବାହାରେ ଦେଖା କରୁ ।

ଜିତେନ୍ଦ୍ର: ତୁ ତ କହୁଥିଲୁ ତୋ ଭାଉଜ ତୋତେ ବହୁତ୍ ସପୋର୍ଟ କରନ୍ତି। ସବୁ କାମରେ ସାହାଯ୍ୟ କରୁଥିଲେ । ଆଉ ତୋର ସାଙ୍ଗ ଭଳି ତୋର ସବୁ କଥା ଶୁଣୁଥିଲେ । ତେବେ ଏମିତି ଭିଲେନ୍ ରୂପ ଦେଖେଇବା ର କାରଣ କଣ?

ରିତେଶ : ସବୁ ଧିରେ ଧିରେ ଜାଣି ପାରିବୁ ? ବାକି ଶୁଣ !

ସେଦିନ ସେହି ଘଟଣା କେବଳ ଭାଉଜ ଜାଣିଥିଲେ । କିନ୍ତୁ ପରେ ତାହା ଏତେ ବଡ ସମସ୍ୟା ର ରୂପ ନେବ ବୋଲି ଆମେ ଦୁହେଁ ବିଶ୍ୱାସ କରି ନଥିଲୁ ।

If the contents are helpful to share them with your friends, Thanking You.

ସମ୍ପର୍କ ର ଚନ୍ଦ୍ରବିନ୍ଦୁ

https://www.bhuyansblog.com/p/blog-page_25.html
ସମ୍ପର୍କ ର ଚନ୍ଦ୍ରବିନ୍ଦୁ

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…1
ସମ୍ପର୍କ ର ଚନ୍ଦ୍ରବିନ୍ଦୁ…2
ସମ୍ପର୍କ ର ଚନ୍ଦ୍ରବିନ୍ଦୁ…3
ସମ୍ପର୍କ ର ଚନ୍ଦ୍ରବିନ୍ଦୁ…4

***ଧନ୍ୟବାଦ***

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…1

Odia Love Stories, https://www.bhuyansblog.com/p/blog-page_25.html?m=1
ସମ୍ପର୍କ ର ଚନ୍ଦ୍ରବିନ୍ଦୁ..1

ସକାଳ ୪ ଟା ରେ ଆଲାରମ୍ ବାଜିଲା । ଆଖି ରେ ଆଖିଏ ନିଦ ଥାଇ ମଧ୍ୟ ବାଧ୍ୟ ହୋଇ ଉଠିବାକୁ ପଡ଼ିଲା । କାରଣ ୫ ଟା ରେ ଫାର୍ଷ୍ଟ ଶିଫ୍ଟ ରେ ରିପୋର୍ଟ ଅଛି। ପୁଣି ଆଖି କୁ ମନ୍ଥି ମନ୍ଥି କାନ୍ଥ ଘଣ୍ଟା କୁ ଦେଖିଲି । ସମୟ ୪.୨୦ । ମନରେ ଝଟକା ଲାଗିଲା । ଆରେ ବାବା ଲେଟ୍ ହୋଇଯିବ ଆଜି ।

ତରବର ହୋଇ ନିତ୍ୟକର୍ମ ସାରି ୟୁନିଫର୍ମ ପିନ୍ଧି ବାଇକ୍ ନେଇ ବାହାରି ଗଲି ଡିଉଟି କୁ । ଠିକ୍ ସମୟ ରେ ରିପୋର୍ଟ କରିଲି ଏବଂ ଡିଉଟି ଆରମ୍ଭ ହେଲା।

ଠିକ୍ ୧୦.୦୦ ବେଳେ ଆମ ଅଫିସର ଚେକିଂ ଆସିଲେ । କହିଲେ କଣ ହିରୋ ଆଜି ଡିଉଟି ରେ ପୁରା ଆଲର୍ଟ। ଏଠି ହିରୋ କଣ ଉତ୍ତର ଦେବ। କହିଲି,, ନା ସାର୍ କିଛି ନାହିଁ। ଡିଉଟି ତ କରିବାକୁ ପଡ଼ିବ। ସାର୍ ଆଲର୍ଟ ଲେଖି ଚାଲିଗଲେ। ଗଲା ବେଳକୁ ସାର୍ ପଛକୁ ବୁଲି କହି ଗଲେ ।

ହାପି ବର୍ଥ ଡେ ଟୁ ୟୁ…

ମୁଁ ଉତ୍ତର ଦେଲି, ଥେଙ୍କ୍ ୟୁ ସାର୍ ..

ଏବଂ ସେ ଚାଲିଗଲେ।

ମୁଣ୍ଡରେ ହାତ ଦେଲି, ଧେତ୍… କି ମୁଣ୍ଡ ବେ ମୋର????

ଆଜି ମୋର ଜନ୍ମ ଦିନ !! ଆଉ ମୋର ମନେ ନାହିଁ।

ଏତିକି ଭାବି ଡିଉଟି ରେ ବସି ବସି କେତେବେଳେ ୨ ଟା ବାଜି ଗଲା । ସମୟ ଜଣା ପଡ଼ିଲାନି।

ରୁମ୍ କୁ ଆସି, ଲଞ୍ଚ ଖାଇ ଶୋଇ ଗଲି । ସନ୍ଧ୍ୟା ୫ ଟା ରେ ନିଦ ଭାଙ୍ଗିଲା। ମୋର ରୁମ୍ ପିଲା ମାନେ, ମୋ ବେଡ଼ ପାଖେ ଆସି ବସିଛନ୍ତି। ଯେମିତି କୃଷ୍ଣ ଠାରୁ ଅନୁମତି ନେଇ ମହାଭାରତ ଯୁଦ୍ଧ କୁ ପ୍ରସ୍ଥାନ କରିବେ।

ସେଥିରୁ ଜଣେ ପ୍ରଶ୍ନ କରିଲା ।

କଣ ବେ ରିତେଶ??? ଆଜି ତୋର ନିଦ ଭାଙ୍ଗିବ ନା ନାହିଁ ???

ଏତିକି କହି ସମସ୍ତେ ଏକା ଥରକେ କହିଲେ,

” ହେପି ବାର୍ଥ ଡେ ସାଙ୍ଗ ” କହିଲେ ।

ସେମାନଙ୍କୁ ଥେଙ୍କ୍ ୟୁ କହିଲି ।

ଜିତେନ୍ଦ୍ର ଯିଏ ମୋର ଘନିଷ୍ଠ ସାଙ୍ଗ ଏବଂ ଆମ ଜିଲ୍ଲା ର । ସେ ପଚାରିଲା କଣ ରାତିରେ କିଛି ପାର୍ଟି ହେବ ନା ନାହିଁ ??

ସଙ୍ଗେ ସଙ୍ଗେ ଶ୍ରୀକାନ୍ତ କହିଲା । ହେବନି କେମିତି, କେକ୍ ଆସିବ !! ନାଲି ପାଣି ଆସିବ !!! ଗୋଟେ ବଡ ପାର୍ଟି ଟେ ହେବ ନା ??

ଜିତେନ୍ଦ୍ର: କଣ ହିଷ୍ଟ୍ରିଆ ମଉସା ଠୁ ସିଖିଗଲୁ କି??

ସମସ୍ତେ ହସିଲେ…

ଆଉ ସେଦିନ ସଂଧ୍ୟାରେ ଠିକ୍ ସେମିତି ହିଁ ହେଲା। ଚିକେନ ସାଙ୍ଗରେ ମଦ ର କମ୍ବିନେସନ ଖାସ୍ ଜମିଥିଲା କିନ୍ତୁ ତା ପୂର୍ବରୁ କେକ୍ କଟା ସରିଲା ଏବଂ ସେଇ ପୁରୁଣା କାହାଣୀ । ଆଉ ମୋ ମୁହଁରେ କେକ୍ ବୋଳା ଗଲା।

ରାତି ପ୍ରାୟ ୧୦ ଟା ବାଜିଲାଣି.. ଚିକେନ ର ଗନ୍ଧ ରେ ପେଟ ରେ ମୂଷା ଦୌଡ଼ିବାକୁ ଲାଗିଲା। ସମସ୍ତେ କହିଲେ, ଖାଇବା ପୂର୍ବରୁ ପିଇବା ପର୍ବ ଟା ଆରମ୍ଭ କରିଲେ ଭଲ ହୁଅନ୍ତା ??

ଠିକ୍ ସେମିତି ହିଁ ହେଲା… ପ୍ରଥମେ ଚାରି ସାଙ୍ଗ ମିଶି ଦୁଇଟି ବୋତଲ ସାରିଲୁ। ତାପରେ ଖାଇବା ଆରମ୍ଭ ହେଲା। ଖାଉ ଖାଉ ଜିତେନ୍ଦ୍ର ପଚାରିଲା।

ରିତେଶ, ତୋ ପ୍ରେମ କାହାଣୀ ଶୁଣିବାକୁ ବହୁତ୍ ଇଚ୍ଛା ହେଉଛି ରେ ?? ବହୁତ୍ ଦିନ ହେଲା ପଚାରୁଛି କେବେ କହୁନୁ, ଆଜି କହ??

ମୁଁ କହିଲି,

ନା ରେ ଭାଇ !!

ଇଚ୍ଛା ନାହିଁ !!

ସେ ବନ୍ଧା ପୁସ୍ତକ କୁ ଖୋଲି ପଢ଼ି ଶୁଣେଇବାକୁ କାହିଁକି ବାଧ୍ୟ କରୁଛୁ।

ଜିତେନ୍ଦ୍ର ପୁଣି ପଚାରିଲା,

ଆଜି କହ ନା??

ଆଜି ଶୁଣିବା କୁ ବହୁତ୍ ସମୟ ଅଛି କାଲି ସମସ୍ତଙ୍କ ନାଇଟ୍ ଡିଉଟି ଅଛି, ସକାଳେ ଆରାମ ରେ ଉଠିବା।

ମୁଁ କହିଲି, ହଉ ବାଧ୍ୟ କରୁଛୁ ତେବେ କହିବି , କିନ୍ତୁ ପ୍ରଥମେ ସମସ୍ତେ ଖାଇବା ତା ପରେ ମୋ କାହାଣୀ ଆରମ୍ଭ କରିବି ।

ଖାଇବା ସରିଲା ବେଳକୁ ରାତି ୧୧.୩୦ । ଚାରିଜଣ ଯାକ ଗୋଟିଏ ଗୋଟିଏ ଦରି ସାଙ୍ଗରେ ତକିଆ ନେଇ ପହଞ୍ଚିଲୁ ଛାତ ଉପରେ । ଧିର ପବନ କୁ ନିଶା ଅଳ୍ପ ଅଳ୍ପ ଧରୁ ଥାଏ । ଖାଲି ମୋତେ ନୁହେଁ ସମସ୍ତଙ୍କୁ।

……..

।।।।।

ଦେଖ ଭାଇ ମାନେ ଯୋଉଠି ବୋର୍ ଲାଗିବ ସେଠୁ କାହାଣୀ ରଖିଦେବା..

ଏତିକି କହି ଶୁଣେଇବା ଆରମ୍ଭ କରିଲି । ମୋ ବନ୍ଧା ପୁସ୍ତକ ର ପ୍ରେମ କାହାଣୀ କୁ ।

ସେ ବନ୍ଧା ପୁସ୍ତକ ରେ ପ୍ରଥମ ଚରିତ୍ର ମୁଁ.. ମାନେ ରିତେଶ …

କଟକ ଟୋକା… ପୂରା ସାଦା ସିଧା, ଟିକେ ଭି ଖୁଣ ନାହିଁ। ଦେଖିବାକୁ ଅଳ୍ପ ହାଣ୍ଡସମ କିନ୍ତୁ ଚଳିବ।

ଜିତେନ୍ଦ୍ର: ତୋର ପରିଚୟ ଶୁଣି ତୋତେ ୨ଟଙ୍କା ଭିକ ଦେବାକୁ ଇଚ୍ଛା ହେଲାଣି, ଆଗକୁ କହ ବେ ??

ଓକେ ଓକେ…

ସେତେବେଳେ ମୁଁ ଡିପ୍ଲୋମା ଷ୍ଟୁଡେଣ୍ଟ୍ ସହିତ ଲୋକୋ ପାଇଲଟ୍ ପାଇଁ ପ୍ରସ୍ତୁତି ଚାଲିଥାଏ । ସେଥିପାଇଁ ପଢା ପଢ଼ି ଜୋର୍ ସୋର୍ ରେ ଚାଲିଥାଏ।

ମୋର Math ଆଉ Reasoning ଭଲ ହୁଏ। ଭଲ ହୁଏ ମାନେ ଟପର୍ ନୁହଁ। ବହୁତ୍ ଥର ପରୀକ୍ଷା ଦେଇ ସାରିଥିଲି କିନ୍ତୁ ଭାଗ୍ୟରେ ନଥାଏ ବୋଧେ ସେଥିପାଇଁ କିଛି ମାର୍କ ରୁ ବାରମ୍ବାର ବିଫଳ ହେଉଥିଲି। ଭାଗ୍ୟରେ ଅଛି । ଏଠି ଆସି ୟୁନିଫର୍ମ ପିନ୍ଧିବାକୁ । ଟ୍ରେନ ଚଳେଇବା କେବଳ ସ୍ଵପ୍ନ ରେ ହିଁ ରହିଗଲା।

ଜିତେନ୍ଦ୍ର ସିଧା ଲଭ୍ ଷ୍ଟୋରି ଷ୍ଟାର୍ଟ କର !!! ତୋର କଣ ହେଲା, ଆମର କଣ ଯାଏ ଆସେ?? ସିଧା ପଏଣ୍ଟ କୁ ଆସେ।

ଠିକ୍ ଅଛି ବାବା, ଠିକ୍ ଅଛି !!!

ଆମର ପ୍ରଥମ ଦେଖା ମୋ ଭାଇ ର ବାହାଘର ପ୍ରପୋଜାଲ ସମୟରେ । ସେ ଥିଲା, ମୋ ଭାଇଙ୍କ ସ୍ତ୍ରୀ ଙ୍କ ଭଉଣୀ ।

ଜିତେନ୍ଦ୍ର : ଶାଳୀ ତ??

ରିତେଶ: ହଁ ଶାଳୀ !! କିନ୍ତୁ ଏ ଶାଳୀ ଶବ୍ଦ ଟା ମୋତେ ଜମା ଭଲ ଲାଗେନା। ହଉ ଶୁଣ !!

ପ୍ରଥମ ଦେଖା ତ ଏମିତି ସାଧାରଣ ଥିଲା । ତାପରେ ସିଧା ଦେଖା ହେଲା ମ୍ୟାରେଜ୍ ଦିନ। କିଛି କଥା ନାହିଁ । ମୁଁ ମଧ୍ୟ ଦେଖୁଥାଏ, ସେ ମଧ୍ୟ ଦେଖୁଥାଏ। ସେ ମୋତେ ନୋଟିସ୍ କରୁଥାଏ । ମାତ୍ର ମୁଁ ଏତେ ଭାଉ ଦେଉ ନଥିଲି କାରଣ ମୁଁ ଭାଇଙ୍କ ବାହାଘର କାମ ରେ ବ୍ୟସ୍ତ ଥିଲି ।

ବାହାଘର ତ ସରିଗଲା ହେଲେ ସେଦିନ ର ପ୍ରଥମ ଦେଖା ଅଳ୍ପ ଏବଂ ଅଜବ ଥିଲା । ହଁ ମୁହଁ ଖୋଲି କିଛି କହିନି ସିନା । ତା ପାଇଁ ମୋ ହୃଦୟରେ କିଛି ସ୍ଥାନ ମାଡ଼ି ବସିଥିଲା ।

ଭାଗ୍ୟ ବଶତଃ ସେ ମାଷ୍ଟରି ଚାକିରି ପାଇଁ ପଢ଼ା ପଢ଼ି କରୁଥାଏ କିନ୍ତୁ ସେ ମୋ ଭାଉଜ ଦ୍ଵାରା ଖବର ପାଇଛି ଯେ ମୋତେ Reasoning ଭଲ ଆସେ। ସେଥିପାଇଁ ସେ ଅଳ୍ପ ଇଚ୍ଛା କରିଛି ??

ଜିତେନ୍ଦ୍ର: ଆବେ ସେ ଦେଖିବାକୁ କେମିତି ? ନାମ କଣ ତ କହ?

ରିତେଶ : ଆରେ ହଁ ୟାର, ତାର କଥା କଣ କହିବି ?? ସେ ତ ସରଗର ଚାନ୍ଦ ଟେ !! ସେ ସମସ୍ତଙ୍କ ଠାରୁ ଅଲଗା ଥିଲା । ଗୋରା ଚେହେରା ରେ ଯଦି ହସ ଟିକେ ଆସି ଯାଉଥିଲା ନା ହୃଦୟ ରେ ମୋର ଭୂମିକମ୍ପ ସୃଷ୍ଟି ହୋଇ ଯାଉଥିଲା ।

ଆଉ ନାଁ ଟି ତାର ତନୁଜା।

ଜିତେନ୍ଦ୍ର: ଏତେ ତାରିଫ୍ !! ତେବେ ମାଲ ଟା ଭଲ ହୋଇଥିବ ??

ରିତେଶ : ମାଲ କହିବୁ ନାହିଁ?

ଜିତେନ୍ଦ୍ର: ସରି ୟାର, ମଜାକ କରିଦେଲି। ହଉ ଭୁଲ ମାଗୁଛି, ରାଗେନି ?? ଆଗକୁ କହ?

ଆଗକୁ କଣ, ସେ ଆମ ଘରେ ରହି ମୋ ପାଖରୁ ଟିଉସନ୍ ପଢ଼ିବା ପାଇଁ ଇଚ୍ଛା କରିଲା। ମୋତେ ମଧ୍ୟ ଖୁସି। ମନରେ ତ ଲଡୁ ଫୁଟିବାକୁ ଲାଗିଲା। ମୁଁ କାହିଁକି ମନା କରିବି ଯେ।

ଘରେ ଭାଉଜ ପଚାରିଲେ, ରିତେଶ !! ତମର ସମୟ ହେବନା? ତନୁଜା କୁ ଅଳ୍ପ Reasoning ଶିଖେଇ ଦେବ ??

ମୁଁ ଭାଉଜ କୁ କହିଲି, ଯଦି ମୋ ସାଙ୍ଗ ମାନଙ୍କୁ ବୁଝେଇ ପାରୁଛି ତେବେ ତୁମ ଭଉଣୀ ଙ୍କୁ କାହିଁକି ନୁହେଁ ?? ସେ ତ ଆମ ଘର ର ସଦସ୍ୟ ନା?? ତାକୁ କାହିଁକି ସିଖେଇବି ନାହିଁ ?? ନିଶ୍ଚୟ ଶିଖେଇ ଦେବି।

ସେହି ଦିନଠାରୁ ତନୁଜା ଆମ ଘର ର ଅତିଥି କିନ୍ତୁ ମୋର ସେ ଷ୍ଟୁଡେଣ୍ଟ୍। ସେ ପ୍ରାୟ ୧୦-୧୫ ଦିନ ରହିଲା । ଯେତିକି ହେବ ତାକୁ ମୁଁ ପଢେଇ ଦେଲି । ତାପରେ ସେ ଚାଲିଲା ତାର ନିଜ ଘରକୁ।

ସେଠୀ ଗଲା ପରେ ମୁଁ ତ ଯେମିତି ପୁରା ପୁରୀ ଏକା ହୋଇଗଲି । ଗୋଟିଏ ଦୁଇ ଦିନ ମନେ ପଡ଼ିଲା କିନ୍ତୁ ପାଠ ପଢାରେ ଧ୍ୟାନ ଦେଲି । ଆଉ ମନେ ପଡ଼ିଲା ନାହିଁ । କିନ୍ତୁ ନିଆଁ ଯେବେ ଲାଗିଛି ମାନେ ତାର ପ୍ରମାଣ ସ୍ୱରୂପ ଅଳ୍ପ ଧୁଆଁଳିଆ ପ୍ରଭାବ ରହିବ।

ଠିକ୍ ୫ ଦିନ ପରେ ମୁଁ ପଢ଼ିବାକୁ ବସିଥାଏ । ରାତି ପ୍ରାୟ ୧୨ ଟା ପାଖାପାଖି। ମୋବାଇଲ ଫୋନ ରିଙ୍ଗ ହେଲା । ନମ୍ୱର୍ ଦେଖି ଜାଣି ପାରିଲି ନାହିଁ କିନ୍ତୁ ଯେବେ ସେ ମିଠା ସ୍ୱର ଶୁଣିଲି । ଜାଣି ନ ଜାଣିଲା ଭଳି ପଚାରିଲି ଏବଂ ସେ ପରିଚୟ ଦେଲା ଯେ ମୁଁ ତନୁଜା ବୋଲି କହିଲା । ମୁଁ ପଚାରିଲି ଏତେ ରାତିରେ ଫୋନ୍ କରିବାର ତାର୍ପଯ୍ୟ ଟା ବୁଝି ପାରିଲିନି ??

ତନୁଜା କହିଲା । ଦିଦି ଙ୍କୁ ଫୋନ୍ କରିଲି କିନ୍ତୁ ତାର ଫୋନ୍ ଲାଗିଲା ନାହିଁ ସେଥିପାଇଁ । ତମକୁ ଫୋନ୍ କରି ଦେଲି । ମୁଁ କହିଲି । ଦିଦି ଙ୍କୁ ପୁଣି କଲ୍ କର !! ଲାଗିବ । ଏତିକି କହି ଜାଣି ଶୁଣି ଫୋନ୍ କାଟି ଦେଲି ଏବଂ ସେହି ରାତିରେ ଆଉ କଲ୍ ଆସିନି ।

୩ ଦିନ ପରେ କଲ୍ ଆସିଲା କିନ୍ତୁ ସେଦିନ କହିଲା ଯେ ତମ ସହିତ ମୋର କଥା ହେବାକୁ ଇଚ୍ଛା ହେଲା ସେଥିପାଇଁ କଲ୍ କରିଦେଲି। ମୁଁ କହିଲି ହଉ ଭଲ ହେଲା ଏବଂ ଅଳ୍ପ କଥା ରୁ ଆରମ୍ଭ ହେଲା ଆମ ପ୍ରେମ କାହାଣୀ ର ଆରମ୍ଭ। କଥା କେବଳ ପ୍ରେମ ର ନଥିଲା ବେଳେବେଳେ ଫୋନ୍ ରେ ମଧ୍ୟ ଟିଉସନ୍ ଚାଲେ । ଆଉ ଯାହା ପ୍ରଶ୍ନ ଥାଏ ତାକୁ ମଧ୍ୟ ଉତ୍ତର ଦିଆ ଯାଇଥିଲା।

କିଛି ଦିନ ପରେ ଜଣା ପଡ଼ିଲା ସେ ଷ୍ଟୁଡେଣ୍ଟ୍ ହିସାବରେ ଆସି ମୋ ହୃଦୟରେ ଘର କରି ବସିଲାଣି। ମୁଁ ମଧ୍ୟ ତାକୁ ମୋ ହୃଦୟ ଘର ରେ ଯାଗା ଦେବାକୁ ବାଧ୍ୟ ହେଲି। କାରଣ ମୁଁ ମଧ୍ୟ ତାକୁ ଭଲ ପାଇ ବସିଥିଲି ।

ସେ ଥରେ ପ୍ରଶ୍ନ ପଚାରିଥିଲା ଯେ ମୋ ପୂର୍ବରୁ ତୁମ ଲାଇଫ ରେ କୋଉ ଝିଅ ଆସିନି କି ?? ଏହି ପ୍ରଶ୍ନରେ ତାକୁ ଉତ୍ତର ଦେଇଥିଲି ଯେ, ଆସିଥିଲେ କିନ୍ତୁ ଅଳ୍ପ ଦିନ ପାଇଁ ସେ ଥିଲା ସୋନି !!

ଦଶମ କ୍ଲାସ୍ ର କଥା କିନ୍ତୁ ସେ ତାର ପଟୁ ମୋତେ ପ୍ରପୋଜ୍ କରି ଥିଲା ଉତ୍ତର ରେ ସେ ନା ଶୁଣିବାକୁ ପାଇଥିଲା କିନ୍ତୁ ସାଙ୍ଗ ଭାବରେ ସେ ମୋ ସହିତ କଥା ବାର୍ତ୍ତା ହେଉଥାଏ କିନ୍ତୁ ଦଶମ କ୍ଲାସ୍ ଶେଷ ସହିତ ସୋନି ମଧ୍ୟ ମୋ ଜୀବନରେ ଆଉ ଆସିବାକୁ ଚେଷ୍ଟା କରିନି ଏବଂ ତା ପରେ ସେ ଅନ୍ୟ କଲେଜ୍ ରେ ଆଉ ମୁଁ ଅନ୍ୟ କଲେଜ୍ ରେ।

ଜିତେନ୍ଦ୍ର : ତାର କଥା ଛାଡ !!ତନୁଜା କଥା କହ ?

ରିତେଶ: ତନୁଜା କଥା କହିବା ପୂର୍ବରୁ ଆଉ ଗୋଟିଏ ଝିଅ ମଧ୍ୟ ମୋ ଲାଇଫ ରେ ଆସିଥିଲା । ସେ ଥିଲା ସୃତି, କିନ୍ତୁ ସେ ପସନ୍ଦ କରୁଥିଲା କିନ୍ତୁ କେବେ କହି ପାରିଲା ନାହିଁ । +୨ ଶେଷ ଆଉ ତାର ଦେଖା ସାକ୍ଷାତ ମଧ୍ୟ ଶେଷ । ମାନେ ସେ ବି- ଟେକ୍ କରିବାକୁ ଗଲା ଆଉ ମୁଁ ଡିପ୍ଲୋମା।

ଜିତେନ୍ଦ୍ର: ଏକଥା ତନୁଜା ଜାଣିଛି ।

ହଁ ତାକୁ ସବୁ କହିଛି । ଡିପ୍ଲୋମା ରେ ପ୍ରେମ ଆରମ୍ଭ ହେବା ର କିଛି ଦିନ ପରେ ମୋର କିଛି ସାଙ୍ଗ ଚାକିରି ପାଇବା ପରେ ମୋତେ ବହୁତ୍ କଷ୍ଟ ହେଲା। ମୋର ପ୍ରେମ ସବୁ ଉଭେଇ ଗଲା ଆଉ ସ୍ଥିର କରିଲି ଯେ ପ୍ରଥମେ ଜବ୍ ତାପରେ ଲଭ୍।

ପୁଣି ପାଠ ପଢା ଆରମ୍ଭ ହୋଇଗଲା କିନ୍ତୁ ପରୀକ୍ଷା ଦେଇ ଚାଲିଥାଏ । ଡିପ୍ଲୋମା ଲେବେଲ୍ କୌଣସି ପରୀକ୍ଷା ରେ ପାସ୍ ହୋଇ ପାରିଲି ନାହିଁ । ଶେଷରେ ନିରାଶ ହୋଇଗଲି। ଏପଟେ କଥା ବାର୍ତ୍ତା ଚାଲିଥାଏ କିନ୍ତୁ ଅଳ୍ପ ଅଳ୍ପ।

୨୦୧୩ ଠାରୁ ଆମ ପ୍ରେମ ସ୍ପିଡ ଧରିଲା। ଜ୍ୟେଷ୍ଠ ପୂର୍ଣ୍ଣିମା ସମୟ ରେ ସେ ବୁଲିବାକୁ ଇଚ୍ଛା ରଖିଲା । ଭାଉଜ କହିଲେ ଯାଅ ତନୁଜା କୁ ନେଇ ଆସ। ଇଚ୍ଛା ତ ଥିଲା କିନ୍ତୁ ନିଜ ଆଡୁ କହିଲି ନାହିଁ । ଶେଷରେ ଭାଇ କହିଲେ । ରିତେଶ ଯାଇ ନେଇ ଆସିବ ଏବଂ ଠିକ୍ ସେମିତି ହିଁ ହେଲା। ମୁଁ ତାକୁ ପିକ୍ ଅପ୍ କରି ଆଣିଲି । ସନ୍ଧ୍ୟାରେ ମେଳା ଲାଗିଥାଏ ବୁଲିବାକୁ ବାହାରିଲୁ । ମନରେ ଭୟ ଥାଏ । କିଏ ଦେଖିବ କଣ କହିବ ?? କିନ୍ତୁ ମୋ ସାଙ୍ଗ ମାନେ ମୋତେ ସପୋର୍ଟ କରି କହିଲେ। ତୁ ମେଳା ରେ ବୁଲ ? କିଏ କଣ କହିବ ଆମେ ଦେଖିବୁ । ଖାସ୍ କରି ମୋର ଘନିଷ୍ଠ ବନ୍ଧୁ ସୌରଭ।

ଏହି ମେଳା ବୁଲିବା ପର ଠାରୁ ଆମ ସଂପର୍କ ରେ ନୂଆ ଇନ୍ଦ୍ରଧନୁ ର କିରଣ ର ରଙ୍ଗ ଯୋଡ଼ି ହୋଇ ସବୁଦିନ ପାଇଁ ଆମ ମନ ଆକାଶ ରେ ଆଙ୍କି ହୋଇ ରହିଗଲା। ସେ ହେଉଛି ପ୍ରେମ ରଙ୍ଗ।

ତା ପର ଠୁ ପ୍ରେମ ଟା ଯେମିତି ମିଠା ମିଠା ଲାଗିଲା। ତାର ଠିକ୍ ଚାରି ମାସ ପରେ ଲୋକୋ ପାଇଲଟ୍ ର ଏକ୍ସାମ୍ ଦେଲି କିନ୍ତୁ ପୁଣି ବିଫଳ। ତାହା ପୁଣି ୧୦ ରୁ ୧୫ ମାର୍କ କମ୍ ଯୋଗୁ। ମନ ଭାରୀ ଉଦାସ ଉଦାସ ଲାଗୁଥାଏ କିନ୍ତୁ ତନୁଜା ମୋତେ ପ୍ରେରଣା ଦେଇ ଚାଲିଥାଏ। ବହୁତ୍ ବୁଝେଇଲା। ତମେ ନିଶ୍ଚିତ ସଫଳ ହେବ ତମେ ପୁଣି ଥରେ ପରୀକ୍ଷା ଦିଅ । କିନ୍ତୁ ମୋ ମନ ବୁଝିବା ସହିତ ଭଗବାନ ମଧ୍ୟ ମୋ ଡାକ ଶୁଣିଲେ ।

If the contents are helpful to share them with your friends, Thanking You.

ପିଲାଦିନର କିଛି ସତ ମିଛ କାହାଣୀ !!!

https://www.bhuyansblog.com/2021/09/Childhood.html?m=1
ପିଲାଦିନର କିଛି ସତ ମିଛ କାହାଣୀ !!!
ପିଲାଦିନେ ଏମିତି କିଛି ସମୟ ଥିଲା ଯାହା ଅତି ମୂଲ୍ୟବାନ ଥିଲା।
ହଁ ତାହା ଅନ୍ଧ ବିଶ୍ୱାସ ଥିଲେ ମଧ୍ଯ ତାକୁ ଆମେ ଆଖି ବନ୍ଦ କରି ବିଶ୍ୱାସ କରୁଥିଲୁ ?
ସତରେ ସେ ସମୟ ଗୁଡ଼ିକ କେତେ ମଜାଳିଆ ଥିଲା ନା?
ଚାଲନ୍ତୁ ପଢ଼ିବା ସେ ସତ ମିଛ କାହାଣୀ ଗୁଡ଼ିକୁ…
Lets Start……….
.
.
.
.
.
.
୧. ସ୍କୁଲ ର ହୋମ ୱର୍କ ରୁ ବଞ୍ଚିବା ପାଇଁ ବାଘ ନଖ ଫଳ କୁ ଯୋଡ଼ି ରଖିଲେ ସାର୍ ଆସିବେ ନାହିଁ ଅବା ଆଜି ପଚାରିବା ପାଇଁ ଭୁଲିଯିବେ । ଯାହା ଫଳରେ ମାଡ ବାଜିବ ନାହିଁ ।
୨. ମୁଣ୍ଡ କୁ ଆଉ କାହାର ମୁଣ୍ଡ ବାଜିଗଲେ ପୁଣି ଥରେ ବଜେଇବାକୁ ପଡ଼ିବ ନହେଲେ ଶିଙ୍ଗ ଉଠି ଯିବ।
୩. ପେଟ ଭିତରକୁ ଯଦି କୋଉ ଫଳର ମଞ୍ଜି ଚାଲିଗଲା ତେବେ ପେଟ ଭିତରେ ଗଛ ହୋଇଯିବ ଭାବି ରାତି ସାରା ନିଦ ହେଉ ନଥିଲା।
୪. ଖାତାରେ କିମ୍ବା ବହିରେ ମୟୂର ପଂଖ ରଖିଲେ ଦୁଇଟା ହୋଇଯିବ ଏବଂ ପାଠ ସବୁବେଳେ ମନେ ରହିବ ।
୫. ପେନସିଲ ର ଚୋପା ଯଦି ଗରମ କ୍ଷୀର ରେ ପକେଇ ରଖିଲେ ସକାଳ ହେଲା ବେଳକୁ ରବର୍ ହୋଇ ଯାଇଥିବ।
୬. ମାଟି ଭିତରେ ପଇସା ପୋତିଲେ କିଛି ଦିନ ପରେ ବହୁତ୍ ପଇସା ହୋଇଯିବ ।
୭. ଲୁଡୋ ଖେଳରେ ଲାଲ ରଙ୍ଗ ର ଚିତା ହିଁ ଦରକାର କାରଣ ତାକୁ ନେଲେ ତମେ ନିଶ୍ଚୟ ଜିତିବ ।
୮. ଆମେରିକାରେ ଲୋକମାନେ ଆକାଶ କୁ ଯିବା ପାଇଁ ନିଶୁଣି କରି ସାରିଲେଣି ସେଥିପାଇଁ ସେଠୀକାର ଲୋକମାନେ ଆକାଶକୁ ସବୁବେଳେ ଯାଆନ୍ତି ।
୯. ମଥା ମଝିରେ ବାରମ୍ବାର ଘସିଲେ ଆଉ ଗୋଟିଏ ଆଖି ବାହାରିବ । ଆଉ ତୁମକୁ ଶିବ ଦେବତା ବୋଲି ସମସ୍ତେ ପୂଜା କରିବେ ।
(ଏହି କାମ ଟି ମୁଁ କରିଥିଲି ଆଉ ଘରେ ମାଡ ମଧ୍ୟ ବହୁତ୍ ଖାଇଥିଲି)
୧୦. ଆମେରିକା ପୃଥିବୀ ତଳେ ଅଛି ସେଥିପାଇଁ ଏଠି ଦିନ ହେଲେ, ସେଠୀ ରାତି ହୁଏ ।
୧୧. ଆକାଶରୁ ତାରା ଖସିବା ସମୟରେ ପାସ୍ ହେବା କଥା ଯଦି ମାଗିବ ତେବେ ପରୀକ୍ଷାରେ ପାସ୍ ହୋଇଯିବ
୧୨. ସୂର୍ଯ୍ୟ ଆଉ ଚନ୍ଦ୍ର ଦୁଇ ଭାଇ । ଜଣେ ଦିନ ରେ ଆଲୁଅ ଦେଲେ ଆଉ ଜଣେ ରାତିରେ ଆଲୁଅ ଦିଅନ୍ତି ।
୧୩. ଦୁଇଟି ୧୦ ପଇସା କୁ ଯଦି ଟ୍ରେନ ଲାଇନ୍ ରେ ରଖା ଯାଏ ଏବଂ ତା ଉପରେ ଟ୍ରେନ ଯାଏ ତେବେ ଟଙ୍କା ଟିଏ ହୋଇଯିବ ଆଉ ଯଦି ବେଶୀ ପଇସା ରଖିବ ତେବେ ୫ ଟଙ୍କିଆ ଗେଣ୍ଡୁ ହୋଇଯିବ।
୧୪. ସାପ କାତି ଦେହରେ ଲାଗିଲେ ଦେହ ମାରା ହୁଏ । ଆଉ ତୁମକୁ ଦଶ ଥର ମୁଣ୍ଡ ବୁଡ଼େଇ ଗାଧୋଇବାକୁ ପଡ଼ିବ। ନହେଲେ ରାତିରେ ସେ ସାପ ଆସି ତମ ବେକରେ ଗୁଡେଇ ହୋଇ ରହିବ।
୧୫. ଘଣ୍ଟାର କଣ୍ଟା କୁ ଯଦି ପଛକୁ କରାଯାଏ ତେବେ ସ୍କୁଲ୍ ମଧ୍ଯ ଲେଟ୍ ରେ ଖୋଲିବ ।
୧୬. ତମ ହାତ ବାଜି ଝିଟିପିଟି ର ଲାଞ୍ଜ ବାହାରି ଗଲା ତେବେ ତାର ପରଦିନ ତମର ମଧ୍ୟ ଲାଞ୍ଜ ହୋଇଯିବ ।
୧୭. କୌଣସି କୁକୁଡ଼ା କୁ ଟୋକେଇ ଅବା ଚାଙ୍ଗୁଡ଼ି ରେ ଘୋଡେ଼ଇ ରଖିଲେ ସକାଳୁ ସେ ଅଣ୍ଡା ନିଶ୍ଚୟ ଦେବ।
(ଖାସ୍ କରି ଗଞ୍ଜା କୁକୁଡ଼ା )
୧୮. ନଡ଼ିଆ ଗଛ ଉପରେ ଆଉ ଗୋଟିଏ ନଡିଆ ଗଛ ରଖି ତା ଉପରେ ଯଦି ଚଢ଼ି ଦେଖିବ ତେବେ ଅନ୍ୟ ଦେଶ ଦେଖା ଯିବ। ଯାହା ଅସମ୍ଭବ ।
୧୯. ଚକ୍ ଖଡ଼ି ଗୁଣ୍ଡ କୁ ମୋଟା ପେନ୍ ରେ ରଖି ପାଣିଦେଲେ ଆଉ ଗୋଟିଏ ନୂଆ ଚକ୍ ଖଡ଼ି ହୋଇଯାଏ ।
ଶେଷରେ…
୨୦. ସବୁଠୁ ବଡ ମିଛ ହେଲା ପିଆଜ ଭୂତ !! ରାତିରେ ପିଆଜ ଭୂତ ଆସି ତମ ଘରେ ପିଆଜ ମାଗିବ । ଯଦି ପିଆଜ ଦେବ ନାହିଁ ତେବେ ତୁମର ମୃତ୍ୟୁ ହେବ ଆଉ ତାର ପ୍ରତିକାର ହେଉଛି ବାରଣ୍ଡାରେ ଗୋବର କିମ୍ବା ଲାଲ ମାଟିରେ ଓମ୍ କିମ୍ବା ସ୍ୱସ୍ତିକ ଚିହ୍ନ କରିଲେ ଭୂତ ଆସିବ ନାହିଁ।
.
.
.
.
.
କେମିତି ଲାଗିଲା ଏହି ସତ ମିଛ କାହାଣୀ ଗୁଡ଼ିକ ।
ଏମିତି ବହୁତ୍ ମୂଲ୍ୟବାନ ସମୟ ଆମେ ବିତେଇଛୁ।
ଯଦି କିଛି ସତ ମିଛ କାହାଣୀ ଆପଣଙ୍କର ମନେ ଅଛି ଏବଂ ଆପଣଙ୍କ ସହିତ ସେମିତି ହୋଇଛି ତେବେ କମେଣ୍ଟ କରି ଜଣାନ୍ତୁ ।
ଆପଣଙ୍କ ସାଙ୍ଗ ମାନଙ୍କୁ ଏହି ଲିଙ୍କ୍ କୁ ସେୟାର କରି ତାଙ୍କୁ ପଚାରନ୍ତୁ ଯେ ଏହି ୨୦ ଟି ସତ ମିଛ କାହାଣୀ ଭିତରୁ ତାଙ୍କ ଜୀବନରେ କେତେ ନମ୍ବର ସମୟ ଟି ସେ ଅନୁଭବ କରିଛନ୍ତି ?
ନୀଳମାଧବ ଭୂୟାଁ (ଲେଖକ)

If the contents are helpful so share them with your friends, Thanking You.

କାହାଣୀ ଟିକେ ଅଲଗା…

https://www.bhuyansblog.com/2021/09/Kahani.html
କାହାଣୀ ଟିକେ ଅଲଗା
କାହାଣୀ ଟିକେ ଅଲଗା
ତୁମେ ବୁଝ କି ନବୁଝ…
ଶୁଣ କି ନଶୁଣ…
ଆଖି ଫେରାଇ ନିଅ
ଭାବର ପଂକ୍ତି ଶବ୍ଦରୁ ।
ମୁଁ କିନ୍ତୁ କହିବି 
କହି ଚାଲିବି ଅନତି ଭବିଷ୍ୟତ ଯାଏଁ
ତୁମେ ବାଧ୍ୟ ହେବ 
ବୁଝିବା ପାଇଁ 
ଗ୍ରହଣ କରିବା ପାଇଁ
ପ୍ରତ୍ୟେକଟି ଭାବନାକୁ 
ପ୍ରତ୍ୟେକଟି ଶବ୍ଦର ସରଂଞ୍ଚନା ।
ତୁମେ ବି ଦିନେ ପାଗଳ ହେବ
ଫେରିବା କୁ ଅତୀତକୁ 
ଭାବିବାକୁ ବାଧ୍ୟ ହେବ
ଅଶ୍ରବ୍ୟ ଶବ୍ଦ ସବୁକୁ
ସ୍ୱର୍ଣ୍ଣକ୍ଷର ରେ ଲିପ୍ତବଦ୍ଧ ନଥିବା
କାହାଣୀଟି ହିଁ ଅତୀତ ହୋଇଯାଇଥିବ
ଅଦୃଶ୍ୟ ଅସ୍ପଷ୍ଟ ଭାବେ ।
ମନୋଜ କୁମାର ବେହେରାଙ୍କ କଲମରୁ…
If the contents helpful so share to your friends, Thanking You.

पढ़ाई करने बैठता हूं तो अजीब गरीब खयाल आता है ??

How to control your study, study
Padhai
# सीधी बात कहा जाए तो आप घरेलू समस्या से ग्रसित हो ।
#  पढ़ाई करने का एक ही इलाज है । चिंता को दूर भगाओ।
# तीसरा समस्या यह है की आप ना चाहते हुए भी बही मन में आता रहता है ??
# दो चीजे पर आपकी मुख्य परिशानी हो सकती है, एक कुछ समस्या हो और दूसरा डर ????
इसका समाधान और उपाय क्या है? 
1. आपके द्वारा समस्या सुलझाया जा सकता है तो पढ़ाई से पहले समस्या को खत्म करें।
2. आगे आने वाले कुछ समस्या है तो उसके बारे में आप चिंता ना करें तो बेहतर होगा। क्यों की आगे आने वाले समस्या में कोई समाधान प्रक्रिया है तो उसका जुगाड बनाकर रखें नहीं तो उसको समय के ऊपर छोड़ दें। 
3. अपने करीबी दोस्त से मदद लें । घर वाले से ले सकते हो अगर बह आपको दोस्तो से बढ़कर समझते है ।
4.  प्रेम संबंध का परिशानिया है तो ? मेरा सलाह यह है की ! अगर आपने अच्छे जीवन साथी का चुनाव किए हो तो उनको बोलिए कुछ समय तक आपको बह डिस्टर्ब ना करें । जैसे परिक्षा खत्म होने तक । बीच बीच में बात कर सकते हैं मगर समय की दायरे में रह कर ।
5. घरेलू प्रभाव हो तो उसको नजर अंदाज करना बेहतर होगा । क्यों की घरेलू प्रभाव का असर नहीं रहेगा तो आप सफल नहीं हो पाओगे ।
6. हां अगर घरेलू परेशानी की वजह से आपको पढ़ने नहीं दिया जा रहा है या बह पढ़ने की आपके लिए सही जगह नहीं है तो जगह बदली कर सकते है ।
7. लिखने की प्रयास करें , कोई भी पढ़ाई की किताब को नकल करना सुरु कर दें । दिमाग एक जगह पर रहेगा।  
8. पढ़ाई करते समय पहले मोबाइल को ऑफ करें नहीं तो साइलेंट करके अपने से 5से6 फिट की दूरी पर रखें ।
9. आगे आने वाले समस्या या परीक्षा की डर को मन में ना रखें ।
10. हल्की ऊंची आवाज से पढ़ाई करें जैसे आपकी आवाज आपको सुनाई दें। साथ में कान में रुई डालकर पढ़ाई कर सकते हैं ।
11. सीमित सिलेबस का चयन करें। 
12. इयरफोन का इस्तेमाल कर सकते है केबल बाहरी साउंड को आपको सुनाई ना दें इसलिए। 
13.  नीचे बैठकर पढ़ाई करें, योग मुद्रा हो तो बढ़िया है। 
14. पढ़ाई से पहले, अपनी आंख बंद करें लंबा सांस ले और उसको अंदर रखकर 1से 5 या 7 तक गिनती करें फिर आंख खोले सांस को छोड़े । इसी प्रक्रिया को 3 बार करें।
15. अपने खान पान और अच्छी निद्रा बहुत जरूरी है । 
आशा है यह तथ्य आपको पसंद आया होगा । पसंद को अपनी राय में बताए । 

If the contents helpful so share to your friends, Thanking You.

ବିବାହ ??

Marriage, बिबाह, bibah, marriage??? , When we got married
Bibah
ବିବାହ ଟା କେବଳ ଦେହକୁ ନେଇ ହୁଏନା
ଏଥିରେ ଥାଏ ମନର
କୌଣସି ନା କୌଣସି ଭୂମିକା…
ସେହି ପ୍ରେମ ହିଁ ବଞ୍ଚିରହେ ବହୁଦିନ
 ଯେଉଁଥିରେ ମିଳେ ନାହିଁ ପ୍ରତିଦାନ ।
 ବିବାହର ଅନ୍ୟନାମ ବନ୍ଧନ
 ଯେଉଁଥିରେ ବୈଦିକ ରୀତିରେ ହୁଏ
 ଦୁଇଟି ଆତ୍ମାର ମିଳନ ।
 
 ଆମର ଏ ଯେଉଁ ହୋଇଛି 
 ହୃଦୟ ବନ୍ଧନ
 ତାହା କଣ ନୁହେଁ ପ୍ରକୃତ ବନ୍ଧନ ?
 ନୁହେଁ କି ବିବାହ ?
 ପୁରୁଷର ସମ୍ଭୋଗ ଯନ୍ତ୍ରିରେ
 ଆହୁତି ଦେବାର
 ନାମ ହିଁ କଣ ବିବାହ ?
ମନୋଜ କୁମାର ବେହେରା ଙ୍କ
ଲେଖନୀରୁ…

If the contents helpful so share to your friends, Thanking You.

ଅଲଗା ଲାଗୁଛୁ ??

Poem,
ଅଲଗା ଲାଗୁଛୁ
ବସନ୍ତ କଣ ?
ଜାଣିବା ଦିନରୁ 
ତୋ ଦେହରେ
ବସନ୍ତ ଆଉ ଫଗୁଣର
ରଙ୍ଗ ବି ଲାଗିଯାଇଛି ?
ତୋ ଅଜ୍ଞାତରେ – ତୋ ଅଜାଣତରେ କି 
ତୋ ଜ୍ଞାତ ସାରରେ ???
ମାତ୍ର ତୁ ସେଦିନ ଠୁ
ଖାସ୍ ଅଲଗା ଅଲଗା ଲାଗୁଛୁ ।।।
ମନୋଜ କୁମାର ବେହେରା

If the contents helpful so share to your friends, Thanking You.

कहानी 3 पेग की !!!

#हिंदी alcohol story, #hindi story
कहानी ३ पेग की
यह कहानी आपकी मनोरंजन केलिए लिखी गई है । इसमें जिसकी नाम लिया गया सब काल्पनिक है और किसीको खराब होने केलिए तथा खराब को अपनाने केलिए प्रेरित नहीं करता है ।
कहानी 3 पेग की !!!
मेघा और पिंकी दोनो एक रूम में रहते है । दोनो 3 महीने पहले यूपीएससी की परीक्षा में शामिल हेतु पढ़ाई करने दिल्ली के मुखर्जी नगर में एक रूम में रहने लगे। 
खाना बनाने केलिए एक बाई आती थी और घर की कुछ छोटी मोटी काम करके चली जाती थी। 
दोनो पढ़ाकू थे । रात रात भर पढ़ाई और सुबह क्लास पुनः लांच के बाद फिर से पुस्तक की दुनिया में खो जाते थे । 
दोनो की अलग अलग रुम थी । कुछ दिन के बाद मेघा ने गौर किया की पिंकी कुछ उदास उदास लग रही है । इस से पहले दोनो आपस की हर समस्या को मिलकर सुलझाते थे।  मगर इस बार पिंकी ने मेघा को बात छुपा कर रखी थी।  
खाली उदास नहीं बल्कि पिंकी पढ़ाई भी नहीं करती थी जल्दी सो जाती थी।  मेघा की मन में एक सवाल आया कि पिंकी मेरी बहुत करीब है बह किसी समस्या से गुजर रही है मुझे बताने केलिए इनकार क्यूं कर रही है ??
लाखों प्रयास किया मगर मेघा ने पिंकी की समस्या को नहीं जान पाई । 
 एक दिन मेघा ने ऐसा कुछ ऐसा काम किया जिसकी वजह से पिंकी अपनी सारी समस्या खुल कर मेघा के सामने रख दी ।
यह संभव हुआ था केबल 3 पेग दारू से ।
कैसे ??
मेघा ने आने वाले रविवार को एक दारू की बोतल लाई और पिंकी को बोला आज पीने का मन कर रहा है । वैसे मेघा भी नहीं पीती थी मगर बह चाहती थी की असल में दारू की वजह से बहुत सारे राज खुल  जाते हैं तो क्यों न पिंकी की भी राज खुल जाए । अगर मुझे भी पीना पड़े तो में पी लूंगी ।
और वैसे ही हुआ, पहले पहले पिंकी मना किया मगर ज्यादा दाबाब के कारण पिंकी ने पीना शुरू किया और जादू की तरह सारे बात बोलने लगी । 
वैसे उस रात दोनो को काफी नशा हुआ था।  प्रमाण की तोर पर । मोबाइल की रिकॉर्डिंग में सब पता चल गया । वैसे मोबाइल रिकॉर्डिंग पिंकी खुद लगाई थी । और बाद में वह सुनकर पहले शर्म महसूस की और समस्या को सुलझाने में मेघा ने उसको मदद किया ।
उस घटना के बाद आज तक दोनो ने कभी दारू नहीं पिए है मगर एक एक्सपेरिमेंट की तोर पर उस दिन की 3 पेग दारू की वजह से सारे राज खुल गया था और वह दोनो को प्रमाण मिल गया था । की दारू की वजह से बहुत सारे समस्या हल हो जाता है ।
धन्यवाद
यह कहानी मनोरंजन केलिए है । लेखक आपको दारू पीने केलिए प्रेरित नहीं करते हैं ।
 
If the contents helpful so share to your friends, Thanking You.

Browsing History

Browsing history a review data of your system like  mobile either computer.
Benefits:- 
Browsing history saved your recent data .
It’s easily track your last work location and work points.
Browsing history saved your password and other activities ( password: if you allow permission).
It’s helpfull for child study tracking. If they visit any in appropriate site so you can easily track them.
Disadvantages:- 
If you visit any suspicious site so it’s necessary for clear time to time because it’s saved all your data.
Browsing history denote your personal behaviour it’s saved both side i.e. good side or bad side. 
How to find:-
In Mobile: find the three dots of your mobile browser application it’s by default view in upper right side corner. And where you easily see a History Tab. And track your history.
In computer: open Google Chrome , same process followed, find three dots of right upper corner and to see the history button or tab. Another methods press the Ctrl+H button and the History page opened.
The data of Browsing History.
Thanks

If the contents helpful so share to your friends, Thanking You.

ଅଜବ ତଥ୍ଯ – ୬

Lover, boyfriend, Girl friends, girl relationship, sex , boy
ସାଙ୍ଗ ନା ପ୍ରେମିକା???
ନମସ୍କାର ବନ୍ଧୁଗଣ ଆଜି କିଛି ଅଲଗା ଲେଖିବାକୁ ଚେଷ୍ଟା କରିଛି…
କହିବାକୁ ଗଲେ ଏହି ପ୍ରଶ୍ନ କେତେକ ଙ୍କ ମନରେ ଉଙ୍କି ମାରେ କିନ୍ତୁ କେହି ପ୍ରଶ୍ନ କରନ୍ତି ଅବା କେହି ପଚାରି ପାରନ୍ତି ନାହିଁ…
ଏମିତି ରେ ଅଳ୍ପ ଲେଖା ଆରମ୍ଭ କରିଥିଲି କିନ୍ତୁ ଗତ ରାତିରେ ମୋର ଜଣେ ଘନିଷ୍ଠ ବନ୍ଧୁ “ସନ୍ତୋଷ କୁମାର” ଏହି ବିଷୟରେ ପୁନଃ ପ୍ରଶ୍ନ କରିଲେ। ତେବେ ତାଙ୍କୁ ଏହି ପ୍ରଶ୍ନ ର ପୁରାପୁରି ତଥ୍ଯ ପ୍ରଦାନ କରିଲି।  
ମୋର ବନ୍ଧୁ ଏହି ତଥ୍ଯ ଦ୍ଵାରା ସନ୍ତୁଷ୍ଠ ହେଲେ । ଆଶା କରୁଛି ଆପଣକୁ ମଧ୍ୟ ଏହି ତଥ୍ଯ ରୁ ସନ୍ତୁଷ୍ଠି ଲାଭ ହେବ ।
ତେବେ ଚାଲନ୍ତୁ….
ମୁଁ ନୀଳମାଧବ ମୋର ବ୍ଲଗ୍ ରେ ପୁନଃ ସ୍ଵାଗତ ଜଣେଇ ଆଜିର ତଥ୍ଯ ଆରମ୍ଭ କରିବା ।
ପ୍ରଶ୍ନ ଏହା ଯେ :
କଣ ପ୍ରେମିକା ରୁ ସାଙ୍ଗ ହୋଇ ପାରିବ କି ?????
ଉତ୍ତର ବହୁତ୍ ଅଛି କିନ୍ତୁ ସଂକ୍ଷିପ୍ତ ରେ ବୁଝାଇବାକୁ ଚେଷ୍ଟା କରିବି…
ଏହି ସବୁ ର ମୂଳ କାରଣ ହେଉଛି ଲୋଭ । 
କେମିତି ଆଉ କଣ ? 
ଉତ୍ତର ଆପଣ ଧିରେ ଧିରେ ଜାଣି ପାରିବେ ।
• ପ୍ରଥମତଃ ସାଙ୍ଗ ରୁ ପ୍ରେମିକା ହୋଇ ପାରେ ମାତ୍ର ପ୍ରେମିକା ରୁ ସାଙ୍ଗ କେବେ ସମ୍ଭବ ନୁହେଁ ।
• ମୋଟାମୋଟି ଭାବେ କହିବାକୁ ଗଲେ ଏହି ସମ୍ପର୍କ  କୁ ଜାବୁଡି ଧରିଥିବା ଲୋକ ଉପରେ ପୁରାପୁରି ନିର୍ଭର ଶିଳ ।
• ସେ କେଉଁ ପ୍ରକାର ସେ ସମ୍ପର୍କ କୁ ସମାନ ନିକିତି ରେ ତୋଳିବାକୁ ଚେଷ୍ଟା କରିବ ସେ ନିଜେ ବେଳେବେଳେ ଚିନ୍ତାରେ ପଡ଼ିଯାଏ ।
• ସେ ସାଙ୍ଗ ଭାବରେ ଗ୍ରହଣ କରିବ ନା ପ୍ରେମିକା ରୂପେ ?
• ଯଦି ସମ୍ପର୍କ ଟା ଭଲ ପାଇବାର ରୂପ ନେଇଛି ମାନେ ସେଠୀ ସାଙ୍ଗ ର କାମ ସରିଲା ।
• ଆରମ୍ଭ ହୋଇଯାଏ ପ୍ରେମ ରୂପକ ସମ୍ପର୍କ । ଆମେ ସେ ସମ୍ପର୍କ କୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ସାଙ୍ଗ ବୋଲି କହି ପାରିବା କିନ୍ତୁ ସତ୍ୟ ହେଉଛି ସେ ହେଉଛି ପ୍ରେମ।
• ତାକୁ ସାଙ୍ଗ ର ଦର୍ଯା ଦେବା ଖରାପ ନୁହଁ କିନ୍ତୁ ମନ ଭିତରେ ତା ପ୍ରତି ଭଲ ପାଇବା ଗଢି ଉଠିଛି । ତାକୁ ସାଙ୍ଗ ହିସାବରେ କେମିତି ବିବେଚିତ କରିବା ??
• ହଁ ଏଥିରେ କିଛି ଦୂର ଆଗେଇବା ପୂର୍ବରୁ ଆମେ ଆମର ମନର ସ୍ଥିତି ଓ ଭାବନା କୁ ବଦଳେଇ ଦେଇ ପାରିବା ତେବେ ସମ୍ଭବ ହୋଇ ପାରିବ ।
•  ସେତେବେଳେ ପ୍ରେମିକା ସମ୍ପର୍କ କୁ ଦୂର କରି ସାଙ୍ଗ ସମ୍ପର୍କ କୁ ବଜାୟ ରଖି ପାରିବା ।
• କିନ୍ତୁ ଚିରନ୍ତନ ସତ୍ୟ ଯେ ସାଙ୍ଗ ରୁ ପ୍ରେମିକା ହୋଇଗଲେ। ସେ ସାଙ୍ଗ ର ମହତ୍ତ୍ଵ କୁ ହରାଇ ବସେ ।
•  ଆମେ ହଜାର ଚେଷ୍ଟା କରିଲେ ମଧ୍ୟ ପ୍ରେମିକା ରୁ ସାଙ୍ଗ ହୋଇ ପାରେନା ।
•  ଶେଷରେ ସେ ସମ୍ପର୍କ କୁ ଭାଙ୍ଗିବାକୁ ପଡେ ନହେଲେ କିଛି କାରଣ ବଶତଃ ଭାଙ୍ଗିଯାଏ। 
•  କହିବାର ଅର୍ଥ ଯେ ଏ ହେଉଛି ସମ୍ପର୍କ ର ଶେଷ ପାହାଚ। ଯଦି ତା ଠାରୁ ଆଉ ଆଗକୁ ବଢିବ ତେବେ ଝଗଡା ହେବ ନହେଲେ କିଛି ଭୁଲ ପଦକ୍ଷେପ ଆରମ୍ଭ ହୋଇଯାଏ।
• ତେବେ ଭୁଲ ପଦକ୍ଷେପ ସମାଧାନ ର ରାସ୍ତା ନୁହଁ । ତେବେ ଉତ୍ତମ ଉପାୟ ହେଲା ବୁଝାମଣା କରି ସେ ଭଲ ପାଇବା ସମ୍ପର୍କ କୁ ଆଗକୁ ବଢ଼ିବାକୁ ଦିଅନ୍ତୁ ନାହିଁ ।
• ଯଦି ସାଙ୍ଗ ରୂପରେ ଅଛି ତେବେ ତାକୁ ସାଙ୍ଗ ରୂପରେ ସମ୍ପର୍କ ଚଲେଇ ବାକୁ ଚେଷ୍ଟା କର ।
• ସାଙ୍ଗ ର ସମ୍ପର୍କ ରେ ସମସ୍ୟା ଆସିବ ନାହିଁ।
• ପ୍ରଥମରୁ କହିଛି ଏହି ସବୁ ବିଷୟ ର ଗୋଟିଏ ମୂଳ କାରଣ ହେଉଛି ” ଲୋଭ ” ।
• ସାଙ୍ଗ ସମ୍ପର୍କ ରେ ଲୋଭ କମ୍ ଥାଏ ଆଉ ପ୍ରେମ ସଂପର୍କ ରେ ସବୁଠୁ ଅଧିକା।
•  ସେଥିପାଇଁ ଶାସ୍ତ୍ର ରେ କୁହାଯାଇଛି ଅତି ଲୋଭ ହାନିକାରକ ନହେଲେ ମୃତ୍ୟୁ ର ଦ୍ଵାର ।
• ହଁ ସାଙ୍ଗ ପ୍ରତି ଲୋଭ ରହେ କିନ୍ତୁ ପ୍ରେମିକା ଠାରୁ ବହୁତ୍ କମ୍ ଲୋଭ ଥାଏ ।
• ଏଥିରେ କେବଳ ଜଣକ ର ଭୁଲ ନଥାଏ । ଏଠି ପ୍ରେମିକା ର ମଧ୍ୟ ବହୁତ୍ ଭୁଲ ରହେ ।  
• କାରଣ ବ୍ୟକ୍ତି ଟି ଯଦି ସେ ସମ୍ପର୍କ କୁ ସାଙ୍ଗ ରୂପରେ ଦେଖୁଛି ।
• ତେବେ  ସେ (ପ୍ରେମିକା ଜଣଙ୍କ) ଏହି ସମ୍ପର୍କ କୁ ପ୍ରେମ ରୂପରେ ବଦଳେଇବାକୁ ବାଧ୍ୟ କରେ । ଅଥବା ବ୍ୟକ୍ତି ଜଣକ ବାଧ୍ୟ କରିଥାଏ ପ୍ରେମ ସଂପର୍କ ର ନାମ ଦେବାକୁ ।
• ଏଠି ଉଭୟ ପକ୍ଷରୁ ଲୋଭ ଜାଗ୍ରତ ହୁଏ । କାହାର କମ୍ ହେଲେ କାହାର ଅଧିକା ।
• ମାତ୍ର ତାହା ପ୍ରେମ ରୂପ ନେଇ ପ୍ରେମିକା ହୋଇଯାଏ । ସାଙ୍ଗ ନୁହଁ ।
ଏତିକି ଥିଲା ଏହି ତଥ୍ୟରେ ଆଉ ଯଦି କହିବି ତେବେ ଆପଣଙ୍କ ମୁଣ୍ଡ ଟିଣ ହେବ 🤗🤗🤗
ବୁଝି ସାରିଥିବେ ଏହି ତଥ୍ୟ ରେ କେବଳ ଗୋଟିଏ ଶବ୍ଦ ଯାହା ବଦଳେଇ ଦିଏ ସମ୍ପର୍କ କୁ।  
ତାହା ହେଉଛି ” ଲୋଭ “
କମ୍ ଲୋଭ ମାନେ ସାଙ୍ଗ!!
ଅଧିକା ଲୋଭ ଜାତ ହେଲେ ପ୍ରେମ !!
.
.
.
.
.
ତେବେ ଆଶା କରୁଛି ତଥ୍ଯ ଟି ଭଲ ଲାଗିଥିବ ।
ଯଦି ଭଲ ଲାଗିଛି ତେବେ ନିଜ ପ୍ରିୟ ଜନ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ । 
@@@ଧନ୍ୟବାଦ@@@

If the contents helpful so share to your friends, Thanking You.

ଅଜବ ତଥ୍ଯ – ୫

କଞ୍ଜୁସ,conjuse,miser, daily work, daily life,saving,
କଣ କରିବା ଦରକାର?
କଣ କଞ୍ଜୁସ୍ ହେବା ଦରକାର ?? ଏହି ପ୍ରଶ୍ନ ର ଉତ୍ତର ରେ ଆପଣ ନିଜ ଇଜ୍ଜତ ବଞ୍ଚାଇବା ପାଇଁ ନିଶ୍ଚୟ ମନା କରିବେ । ଏହାର ଉଚିତ୍ ଉତ୍ତର କଣ ?? ମୁଁ କହିବି!!
 ମୁଁ ନୀଳମାଧବ ଭୂୟାଁ ଆପଣଙ୍କୁ ମୋ ୱେବସାଇଟ ରେ ବହୁତ୍ ବହୁତ୍ ସ୍ଵାଗତ । ଚାଲନ୍ତୁ ଆଜି କିଛି ନୂଆ ତଥ୍ଯ ନେଇ ଆସିଛି ।
ଯେଉଁଠି କିଛି ଅମୂଲ୍ୟ ବାର୍ତ୍ତା କୁ ଆପଣଙ୍କୁ ସେୟାର କରିବି ଯାହା ଆଜିକାଲି ଦୁନିଆରେ ଆପଣ କଣ କରିବା ଉଚିତ୍ ସେ ବିଷୟରେ ଅଳ୍ପ କହିବି। ମୁଁ ଗାରେଣ୍ଟି ଦେଉଛି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ। କାରଣ ମୋ ୱେବସାଇଟ ରେ ୱାରେଣ୍ଟି ସିଷ୍ଟମ ନାହିଁ ( ଥଟ୍ଟା କରୁଥିଲି) ।
ଚାଲନ୍ତୁ ଆରମ୍ଭ କରିବା ।
୧. ନିଜ ର ପର୍ସ ଭାର କୁ ବୁଝିବା ଦରକାର ଯେ ମୋତେ ମୋ ସେଭିଂ ଅନୁସାରେ ଖର୍ଚ୍ଚ କରିବା ଦରକାର । କାରଣ ଏବେ କିଛି ଦିନ ଭିତରେ ସପିଙ୍ଗ ସାଇଟ ରେ ୱିକ୍ ଏଣ୍ଡ ସେଲ ଆସିବ। ଦରକାର ନାହିଁ ମାନେ ଅଯଥା ଟଙ୍କା କାହିଁକି ଖର୍ଚ୍ଚ କରିବେ । ସେମାନଙ୍କ କାମ ହେଲା ଲୋଭ ଦେଖାଇବା । ଆଉ ଆପଣ ଙ୍କ କାମ ହେଲା ନିଜ ହାତକୁ ବାନ୍ଧି ରଖିବା । ମୋର ମଧ୍ୟ ସେ ଅବସ୍ଥା ଥିଲା କିନ୍ତୁ ଏବେ ସୁଧୁରି ଗଲିଣି ।🤗🤗🤗
୨. ଖାଲି ପେଟରେ ଥିବା ବେଳେ ନିଜକୁ ଅଳ୍ପ କଣ୍ଟ୍ରୋଲ କରନ୍ତୁ । କାରଣ ଯଦି ଆପଣ ଟଙ୍କା ବିନିମୟ ରେ ଭୋଜନ କରୁଛନ୍ତି ତେବେ ଦେଖି ଚାହିଁ ଖାଇବା ଅର୍ଡର୍ କରିବା ଦରକାର । କାରଣ ଭୋକ ବେଳେ ସବୁ ଖାଇବାକୁ ଈଛା ହୁଏ ଏବଂ ପରେ କିଛି ଜିନିଷ ବଞ୍ଚି ଯାଏ।  ତାହା ବେକାର ଯାଏ । ଏଠି ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠୁଥିବ ଯେ ଆମ ପଡ଼ୋଶୀ ଟେବୁଲ୍ ବାଲା ଦାମୀ ଖାଇବା ଅର୍ଡର୍ କରିଥିବ ତେବେ କଣ କରିବା ଦରକାର ?? ପ୍ରଶ୍ନ ଠିକ୍ ଯେ କିନ୍ତୁ ଉତ୍ତର ରେ ମୁଁ କହିବି ଅନ୍ୟକୁ ଦେଖିବେ ତେବେ ଆପଣଙ୍କ ମୁଣ୍ଡ ଖରାପ ହେବ।  ଯେତିକି ପରିମାଣ ଆପଣଙ୍କୁ ଦରକାର ତାହା ଠାରୁ ଅଧିକ ଟଙ୍କା ବିନିମୟ କରିବା ଅନୁଚିତ୍ ।🙏🙏🙏
୩. ବ୍ୟାଙ୍କ୍ ଖାତାର ଟଙ୍କା କୁ PPF ଆକାଉଣ୍ଟ ଭଳି ଭବିଷ୍ୟ ପାଣ୍ଠିରେ ନିଜ ପାଇଁ ସେଭିଂ କରନ୍ତୁ।  ନହେଲେ ତ ୱିକ ଏଣ୍ଡ ସେଲ୍ ରେ ଖର୍ଚ୍ଚ ହେବ ।😄😄😄
୪. ନିଜ ମୋବାଇଲ୍ କୁ ୩-୪ ବର୍ଷ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଏବଂ ତାକୁ ଠିକ୍ ଉପଯୋଗ କରନ୍ତୁ । ଯଦି ଖେଳିବା ପାଇଁ ଆଣୁଛନ୍ତି ତେବେ ଭଲ ହେବ ଘର ପାଇଁ ପ୍ଲେ ଷ୍ଟେସନ କିଣି ଆଣନ୍ତୁ।  ଥରେ ଖର୍ଚ୍ଚ ହେବ ଏବଂ ବଡ ସ୍କ୍ରିନ ରେ ମଧ୍ୟ ଖେଳି ପାରିବେ କିନ୍ତୁ ମୋବାଇଲ କୁ ଉଚିତ୍ ଉପଯୋଗ କରନ୍ତୁ । କାରଣ ଗୁଟଖା, ଧୂମପାନ ଆଉ ମୋବାଇଲ ଗେମ୍ ଉଭୟ ସମାନ ଭାବେ କ୍ଷତିକାରକ ।
୫. ଯଦି ଚାକିରି କରୁଛନ୍ତି ତେବେ, ପ୍ରତି ମାସର ସାଲେରି ରୁ ପ୍ରଥମେ କିଛି ଟଙ୍କା ସେଭିଂ କରି ଦିଅନ୍ତୁ ଆଉ ବାକି ଟଙ୍କା ଖର୍ଚ୍ଚ କରି ପାରନ୍ତି କିନ୍ତୁ ବେକାର ଖର୍ଚ୍ଚ ରେ ନୁହଁ । 
୬. ପାଶ୍ଚାତ୍ୟ ସଂସ୍କୃତି ଭଳି ଚିରା ଫଟା ଡ୍ରେସ ବଦଳରେ ଫର୍ମାଲ ଡ୍ରେସ କିମ୍ବା ସାଧାରଣ ଷ୍ଟାଇଲିଷ୍ଟ ଡ୍ରେସ ପିନ୍ଧନ୍ତୁ।  ନିଜର ଅଙ୍ଗ ଉପରେ ଅନ୍ୟର ଖରାପ ମନୋଭାବ କାହିଁକି  ପକାଉଛନ୍ତି ।
୭. ଯଦି ଦରକାର ନାହିଁ ତେବେ ପ୍ରାଇମ୍ ମେମ୍ବର ନେବା କିଛି ଆବଶ୍ୟକ ନାହିଁ । ବରଂ ୟୁ ଟ୍ୟୁବ୍ ରେ ଭିଡିଓ ଦେଖନ୍ତୁ । ତଥାପି ଦେଖିବାକୁ ଈଛା ତେବେ ଟେଲିଗ୍ରାମ୍ ରେ ସର୍ଚ୍ଚ କରନ୍ତୁ। ହଁ ସମୟରେ ମିଳି ନ ପାରେ କିନ୍ତୁ ପରେ ନିଶ୍ଚୟ ମିଳିବ। 
୮. ଟଙ୍କା କମେଇବା ପାଇଁ ଚାହୁଁଛନ୍ତି କି ? (ମୁଁ ଚାକିରି ଦେବିନି, କେବଳ ଆଇଡିଆ ଦେବୀ 🤗🤗🤗) ଯଦି କୋଉ କମ୍ପାନୀ ରେ ଜବ୍ କରୁଛନ୍ତି ତେବେ ଭଲ କଥା କିନ୍ତୁ ବେପାର ପାଇଁ ମନ ବନାଇଛନ୍ତି ତେବେ ପ୍ରଥମେ ବେପାର କୁ ଭଲ ଭାବରେ ବୁଝନ୍ତୁ ତା ପରେ ଆରମ୍ଭ କରନ୍ତୁ।  କାରଣ ଅର୍ଦ୍ଧ ଜ୍ଞାନ ସର୍ବଦା ଖରାପ ଫଳ ଦେଇଥାଏ।  
୯.  ଖାଇବା, ପିନ୍ଧିବା ଉପରେ ଅତ୍ୟଧିକ ଧ୍ୟାନ ଦିଅନ୍ତୁ ନାହିଁ।  କାରଣ ଖାଇବା ଏବଂ ପିନ୍ଧିବା ପାଇଁ ଟଙ୍କା ନିହାତି ଦରକାର ଏବଂ ଟଙ୍କା ପାଇଁ ଚାକିରି ଟିଏ ନିହାତି ଦରକାର ।  ନିଜକୁ ୨୦ ବର୍ଷ ହେବା ପୂର୍ବରୁ ଚାକିରି ଖୋଜିବା ଆରମ୍ଭ କରି ଦିଅନ୍ତୁ ନହେଲେ କେତେବେଳେ ୨୧ ରୁ ୨୫ ଆଉ ୨୬ ରୁ ୩୦ ହୋଇଯିବ ଜାଣି ପାରିବେ ନାହିଁ । ସେତେବେଳେ ତୁମର ସାର୍ଟିଫିକେଟ କେବଳ ଖଣ୍ଡେ କାଗଜ ବୋଲି ଅନୁଭବ ହେବ ।
୧୦. ଶେଷ ତଥ୍ଯ ସବୁଠୁ ଅଲଗା !!! 
ବାପା ମା ଙ୍କ ସ୍ଵପ୍ନ କୁ ସାକାର କରିବାକୁ ଚେଷ୍ଟା କରନ୍ତୁ। ନହେଲେ ସେମାନେ ମଧ୍ୟ ଶେଷରେ ଅମଣିଷ ର ଆଖ୍ୟା ଦେବେ ନହେଲେ କୋଉ ମୂଲିଆ ମଜଦୂର ଦେଖି ବିବାହ କରିଦେବେ।  ହଁ ତୁମ ଭାଗ୍ୟରେ ଯଦି ଚାକିରିଆ ଥିବେ ତେବେ ତୁମ ଭାଗ୍ୟ ଭଲ ନହେଲେ ଏପଟେ ସ୍ବାମୀ କୁ ସେପଟେ ବାପା ମା ଙ୍କୁ ଗାଳି ଦେଉଥିବ ।
ତେବେ ଆଜି ପାଇଁ ଏତିକି ଥିଲା । ଜମା ଦିହ କୁ ନେବେନି କାରଣ ଦିହ କୁ ନେହେଲେ ଦିହ ଖରାପ ହେବ । ଭଲ ହେବ ମାନି ନିଅନ୍ତୁ।  
ହଁ ବନ୍ଧୁଗଣ, ଆଜି କାଲିକା ଦୁନିଆରେ ଏ ସବୁ ସାଧାରଣ ପରିସ୍ଥିତି ହୋଇ ଗଲାଣି । ବୁଝିବାକୁ ଚେଷ୍ଟା କରନ୍ତୁ ଆଉ ଯଦି ବୁଝିବେ ନାହିଁ ତେବେ ????????
ଆଉ କହିବି ନାହିଁ…
@@@ଧନ୍ୟବାଦ@@@
🙏🙏🙏

If the contents helpful so share to your friends, Thanking You.

ପ୍ରତାରଣା

Tom and Jerry,sad Tom,sad poem, Odia poem, tomandjerry
ପ୍ରତାରଣା
ଦୁନିଆ ର କୋଣେ ଅନୁକୋଣେ 
କେତେ ଯେ ମନୁଷ୍ୟ ପ୍ରତାରଣା ର ଶିକାର
ହୁଅନ୍ତି ତାର ହିସାବ ନାହିଁ…
ହଁ ହିସାବ କେମିତି ମିଳିବ?
ପ୍ରତାରଣା ର ପ୍ରକୃତ ଅର୍ଥ କୁ ବୁଝି ନାହାନ୍ତି,
ଫଳ ସ୍ୱରୂପ ଭୁଲ ର ଭାରରେ ଲଦି ହୁଅନ୍ତି ।
ଯେବେ ସେ ଭୁଲ ବୋଲି ଜାଣନ୍ତି
ସେତେବେଳେ ଅନ୍ୟ ଜଣେ ପ୍ରତାରଣା ର ଶିକାର 
ହୋଇଯାଇ ଥାଏ…
ଶିକାର କରିବା ପାଇଁ ଏତେ ନିର୍ଦ୍ଦୟ ଭାବ
କଣ ପାଇଁ ? 
ହୃଦୟ ବୋଲି ମର୍ମ ବେଦନା
ଜାଗ୍ରତ ହୁଏନି ତାଙ୍କ ମନରେ…
ଅନ୍ୟର ମନକୁ କଷ୍ଟ ଦେବା ରେ କି
ଆନନ୍ଦ ପାଉଛନ୍ତି ଯେ
ହୃଦୟ ହିନ ହୋଇ ଯାଆନ୍ତି…
ବୁଝି ହୁଏନି ସେ ହୃଦୟ ହିନ ମଣିଷ ମାନଙ୍କୁ ?
ଜାଣି ହୁଏନି ସେ ମୁଖା ପିନ୍ଧା
ଚେହେରା ରେ କେତେ ଯେ ଈର୍ଷା ଭରି ରହିଛି…
କେବେ ଯେ ବୁଝିବେ ଏହି ଶବ୍ଦ କୁ ?
ଏହା ଏକ ନକାରାତ୍ମକ ବଳୟ ବୋଲି ?
ଯାହାର ପ୍ରଭାବ କେବଳ ଖରାପ ଫଳାଫଳ ଦିଏ…
କାହିଁକି ଏବଂ କଣ ପାଇଁ ବୁଝୁ ନାହାଁନ୍ତି ସେମାନେ ?
ଯାହାକୁ ଦୈନନ୍ଦିନ ଜୀବନର ଅଂଶ
ଭାବେ ଗ୍ରହଣ କରି ସାରିଲେଣି…
ସତରେ କେତେ ଯେ ମଣିଷ
ଏହି ଶବ୍ଦ ର ପ୍ରଭାବ ରେ
ନିଜ ଲକ୍ଷ୍ୟ ବଦଳେଇ ଦେଲେଣି…
କଣ ଏ ମଣିଷ ମାନଙ୍କୁ କିଛି ପ୍ରଭାବ ପଡୁ ନାହିଁ?
କଣ ମିଳିବ ? 
ଏହି ପ୍ରତାରଣା ମୟ ସଂସାର ରେ 
ଖରାପ ମଣିଷ ର ଆଖ୍ୟା ନେଇ ??
ଏମିତି ବଞ୍ଚିବା ଅପେକ୍ଷା ନିଜକୁ ଅଗ୍ନି ସ୍ନାନ କରିଦେବା ଭଲ…
ଭଲ ପାଇବା କୁ ପ୍ରତାରଣା ର 
ପୂର୍ଣ୍ଣଛେଦ ଦେବାରେ କି ଖୁସି ମିଳୁଛି ସେମାନଙ୍କୁ..
ଥରେ କାହାର ମନ ର ବ୍ୟଥା ଓ କଷ୍ଟ ବୁଝିବାକୁ ଚେଷ୍ଟା କରିଲେ ଦେଖିବ !!
ଏହି ପ୍ରତାରଣା ଶବ୍ଦ କୁ ପ୍ରେମ ରେ ବଦଳିବା ପାଇଁ ବହୁତ୍ କମ୍ ସମୟ ଲାଗିବ। 
ନୀଳମାଧବ ଭୂୟାଁ ଙ୍କ
କଲମ ମୁନରୁ…
ଯଦି ଏହି କବିତା ଟି ଆପଣଙ୍କୁ ପସନ୍ଦ ଆସିଛି ତେବେ ଅନ୍ୟ ମାନଙ୍କୁ ସେୟାର କରନ୍ତୁ…
@@@ଧନ୍ୟବାଦ@@@

If the contents helpful so share to your friends, Thanking You.

ମୂଲ୍ୟବାନ ଶବ୍ଦ

ନୂଆ କବିତା, new game, new song, ନୂଆଖାଇ, nuakhai, nuakhaijuhar, nua khai, sambalpuri, sampalpuri ନୂଆ ଖାଇ
ମୂଲ୍ୟବାନ ଶବ୍ଦ
ଦିନେ ଆକବର ବିରବଲଙ୍କ ସହ କଥାବାର୍ତ୍ତା ହେଉଥିଲେ।
ଆକବର ପଚାରିଲେ ??
ଏହି ପୃଥିବୀ ରେ ସମସ୍ତେ ମଣିଷ ଜାଣିଛନ୍ତି ଯେ ଏ ଦୁନିଆ ଦିନେ ନା ଦିନେ ଶେଷ ହୋଇଯିବ କିନ୍ତୁ ମଣିଷ ର ଆଶା ଶେଷ ହେଉ ନାହିଁ ।
କାରଣ କଣ ?
ସେମାନେ ଜାଣନ୍ତି ଯେ ସୁଖ ପରେ ଦୁଃଖ ନିଶ୍ଚିତ ଭାବରେ ଆସିବ, ତଥାପି କାହିଁକି ଲୋକମାନେ ଅନ୍ୟମାନଙ୍କ ପ୍ରତି ଈର୍ଷା କରନ୍ତି ।
ଏଥିପାଇଁ କିଛି ସମାଧାନ ଅଛି କି ????
ବିରବଲ କହିଲେ…
ପ୍ରତ୍ୟେକ ସମସ୍ୟାର ଏକ ନିର୍ଦ୍ଦିଷ୍ଟ ସମୟରେ ସମାଧାନ ହୋଇଥାଏ । ଆମେ ପ୍ରତ୍ୟେକ କାର୍ଯ୍ୟ କରୁ ଏବଂ ସେହି କାର୍ଯ୍ୟ ର ଫଳାଫଳ ଏକ ନିଶ୍ଚିତ ସମୟରେ ଫେରି ଆସେ ତାହା ଭୁଲ ଅବା ଠିକ୍ କାର୍ଯ୍ୟ ରୂପରେ।
ଆକବର କହିଲେ ..
ମୁଁ ମୋ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ଭଲ ଚିନ୍ତା କରେ । ତଥାପି ଲୋକମାନେ କାହିଁକି ମୋ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରନ୍ତି ?
ବିରବଲ ଉତ୍ତର ଦେଲେ….
ମହାରାଜ… ଆପଣଙ୍କ ହାତ ମୁଠି ଟଙ୍କା ରେ ସମସ୍ତେ ସନ୍ତୁଷ୍ଟ ନୁହଁନ୍ତି ଏବଂ ସେ କେବେ ମଧ୍ୟ ଖୁସି ହୋଇ ପାରିବେ ନାହିଁ । ଲୋକମାନେ ଆପଣଙ୍କ କଥା ରେ ଅନୁପ୍ରାଣିତ ହେବାକୁ ଚାହୁଁ ନାହାନ୍ତି ବରଂ ସେମାନେ ଆପଣଙ୍କ ଗଦି ରେ ବସିବାକୁ ଚାହାଁନ୍ତି। ତେବେ ସେମାନେ ଆପଣଙ୍କ ଉପକାର କେମିତି ବୁଝିବେ ।
ଆକବର ଉତ୍ତର ପାଇ ଗଲେ….
ଶେଷରେ, ଆକବର ପୁଣି ପଚାରିଲେ । ବିରବଲ, ତୁମେ ହେଉଛ ଜ୍ଞାନର ଭଣ୍ଡାର, ତୁମ ପାଖରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି ।
ତେଣୁ ଏମିତି ଗୋଟିଏ ମୂଲ୍ୟବାନ ଶବ୍ଦ କୁହ!! ଯଦି ମୁଁ ସେ ଶବ୍ଦକୁ ଯେ କୌଣସି ମୁହୂର୍ତ୍ତରେ ବ୍ୟବହାର କରେ, ତେବେ ମୋର ମନ ଶାନ୍ତି ହୋଇଯିବ ଏବଂ ଏ ଜୀବନ ପ୍ରତି ମୋର ଲୋଭ ହେବ ନାହିଁ ତଥା ଏ ଦୁନିଆ ପ୍ରତି ମୋର ଅହଂକାର ରହିବ ନାହିଁ |
ଉତ୍ତରରେ ବିରବଲ କହିଲେ।
ମହାରାଜ, ଏହି ମୂଲ୍ୟବାନ ଶବ୍ଦ ଟି ହେଲା…
“” “” ଏହି ସମୟ ମଧ୍ୟ ଚାଲିଯିବ “” “”
ଆକବର ପଚାରିଲେ ଏହା କି ପ୍ରକାର ଶବ୍ଦ ???
ବିରବଲ କହିଲେ, ମହାରାଜ….
ଏହି ଶବ୍ଦଟି ଉଭୟ ସୁଖ ଏବଂ ଦୁଃଖ ମୁହୂର୍ତ୍ତରେ ପ୍ରୟୋଗ କରି ପାରବେ ।
ଯେପରି ତୁମେ ଦୁଃଖ ରେ ଅଛ, ତେବେ ସେ ସମୟରେ ଏହି ଶବ୍ଦ ଟିକୁ ବ୍ୟବହାର କରନ୍ତୁ|
ଯେ “ଏହି ସମୟ ମଧ୍ୟ ଚାଲିଯିବ”
ଏବଂ ସେ ଦୁଃଖ ସମୟ ମଧ୍ୟ ଚାଲିଯିବ ବୋଲି ଆପଣ ଖୁସି ଅନୁଭବ କରିବେ ଏବଂ ସେମିତି ମଧ୍ୟ ହୁଏ
.
.
.
.
.
ଠିକ୍ ସେହି ଭଳି ଖୁସି ସମୟରେ
ସେ ଶବ୍ଦ କୁ ବ୍ୟବହାର କରନ୍ତୁ ଯେପରି
“ଏହି ସମୟ ମଧ୍ୟ ଚାଲିଯିବ”
ଏହି ଶବ୍ଦ ପ୍ରୟୋଗ କରିବା ପରେ ଦୁଃଖ ତ ନିଶ୍ଚୟ ହେବ । କାରଣ କେହି ଚାହାନ୍ତି ନାହିଁ ନିଜର ଖୁସି ସମୟ ବିତିଯାଉ। କିନ୍ତୁ ଏହା ସତ୍ୟ ନେ ଆପଣଙ୍କ ଏହି ଖୁସି ସମୟ ମଧ୍ୟ ଖୁବ୍ ଶୀଘ୍ର ବିତିଯିବ ।
ମହାରାଜ…..
କୌଣସି ମୁହୂର୍ତ୍ତ ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ |
ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ନିଶ୍ଚୟ ଆସିବ ।
.
.
.
.
.
.
.
ତେଣୁ ବନ୍ଧୁଗଣ, ଆମର ଦୈନନ୍ଦିନ ଜୀବନ ମଧ୍ୟ ଏହି ଆଧାର ରୂପରେ ଚାଲିଛି ।
ସମୟ ଅନୁସାରେ ସବୁ ବଦଳିଯିବ ।
.
.
.
.
.
ଯଦି ଏହି ପୋଷ୍ଟ ଆପଣଙ୍କୁ ପସନ୍ଦ ଆସିଛି ତେବେ କମେଣ୍ଟ କରନ୍ତୁ।
ଧନ୍ୟବାଦ ।
ସ୍ରୋତ : ବିରବଲ ଗାଥା ରୁ ..

If the contents helpful so share to your friends, Thanking You.

अनमोल शब्द

अनमोल वचन, अनमोल शब्द,शब्द,worss, motivational Message,
अनमोल शब्द
एक दिन अकबर बीरबल के साथ बात करते हुए । 
अकबर ने पूछा??
ये दुनिया एक दिन खत्म हो जाएगा । मगर हर व्यक्ति की आशा कभी खत्म नहीं हो रही है ।
उनको पता है सुख के बाद दुःख जरूर आयेगा फिर भी लोग दूसरे के प्रति ईर्षा मनोभाव क्यों रखते हैं ।
क्या इसका कुछ समाधान है ????
बीरबल ने कहा ।
हर समस्या का समाधान एक निश्चित समय पर होता है ।
हम कार्य तो कर लेते हैं । उसका परिणाम कैसे भी हो लौट कर जरुर आयेगा।  गलत या सही के तोर पर ।
अकबर ने कहा.. में मेरे राज्य के हर लोगों की भला करता हूं फिर भी लोग मुझ पर उंगली उठाते हैं ऐसा क्यों ?
बीरबल ने कहा ।
श्रीमान हर व्यक्ति आपकी मुट्ठी धन से संतुष्ट नहीं है।  लोग आपसे प्रेरित नहीं होना चाहते हैं बल्कि आपके गद्दी पर बैठना चाहते हैं तो आपकी उपकार उनको कैसे दिखाई देगा ।
अकबर को जवाब मिल गया था ।
अंतिम में अकबर ने पूछा आप तो ज्ञान के भंडार हो हर समस्या का समाधान आपके पास रहता है । 
 तो एक ऐसा अनमोल शब्द कुछ कह दो जो की में किसी भी पल बह शब्द का प्रयोग करूं तो मेरे मन को शांति मिले और इस जीवन के मोह माया के प्रति मेरा लोभ नहीं रहेगा । तथा इस संसार के प्रति मुझे अहंकार नहीं होगा । 
बीरबल ने जवाब में कहा ।
बह अनमोल शब्द यह है श्रीमान जी…
“””” यह पल बीत जायेगा “””””
अकबर ने पूछा ये कैसा शब्द है ???
बीरबल ने कहा जी श्रीमान..
 यह शब्द दोनो पल जैसे सुख और दुःख वाले पल में लागू होता है।
जैसे की आप दुःख में हो तो उसी दौरान ये शब्द को  प्रयोग कीजिए।
 ” यह पल बीत जायेगा”
 
 अतः यह दुःख वाले पल आपका बीत जायेगा । और यह शब्द के उपरांत आपको शांति महसूस जरूर होगा। 
.
.
.
.
.
समान रूपक अगर आप खुशी में जिंदगी बिता रहे हो तो उसी समय भी यह शब्द का प्रयोग कीजिए । 
” यह पल बीत जायेगा”
मतलब खुशी वाले पल भी आपका कुछ समय केलिए सीमित है ।
यह शब्द के बाद आप दुखी तो अवश्य होंगे मगर यह दुनिया की सत्य बातें है । 
कोई भी पल ज्यादा समय तक नहीं रहेगा । 
ना रहा है !!!!
.
.
.
.
.
.
तो दोस्तों वैसे भी हमारा दैनिक जीवन भी इसी आधार पर चल रहा है। 
कोई भी पल ज्यादा समय तक नहीं टिकेगा । समय के साथ सब बदलने लगेगा ।
.
.
.
.
यह बातें आपको कैसा लगा ??? 
क्या आपके जीवन में यह शब्द लागू हो रहा है ? 
जरूर कमेंट करें ।
धन्यवाद ।
स्रोत: बीरबल गाथा से..
  
If the contents helpful so share to your friends, Thanking You.

ଗଣପତି

ଗଣପତି
ଗଣପତି 




ବାବା ଗଣପତି ଙ୍କ ଜନ୍ମ ମହାନ୍ କାବ୍ୟ ସରଞ୍ଚନା ମଧ୍ୟରୁ ଅନ୍ୟତମ ।

ବାବା ଗଣପତି ଙ୍କ ଜନ୍ମ କଥା ଶିବ ପୁରାଣ ରେ ବର୍ଣ୍ଣିତ ଅଛି ସେଥିରୁ କିଛି ତଥ୍ୟ ଆପଣ ଙ୍କ ସହିତ ସେୟାର କରିବାକୁ ଯାଉଛି।

ଦିନେ ମାତା ପାର୍ବତୀ ପଥର ଆବୃତ୍ତି ଥିବା ଗୃହ ରେ ଥିବା ଝରଣା ରେ ଗାଧୋଇବା ପାଇଁ ଗଲେ। ପଥର ଆବୃତ୍ତି ଥିବା ଗୃହ ରେ କୌଣସି ପ୍ରକାର ର ଦ୍ଵାର ଉପଲବ୍ଧ ନଥିଲା। ତଥା ଭଗବାନ ମହାଦେବ ସେଠୀ ଉପସ୍ଥିତ ନଥିଲେ ଏବଂ ଭଗବାନ ଙ୍କ ଦୂତ ମାନେ ମଧ୍ୟ ସେଠୀ ଅନୁପସ୍ଥିତ ଥିଲେ ।

ମାତା ପାର୍ବତୀ ଭାବିଲେ ଯଦି ଏହି ସମୟରେ ଦୂତ ରୂପରେ ଯଦି ଜଣଙ୍କୁ ମୁ ରଖିପାରିବି ତେବେ ଅସୁବିଧା କଣ? ସେ ଏମିତି ଭାବୁ ଭାବୁ ସେ ଲଗେଇଥିବା ହଳଦୀ ଲେପ ଉପରେ ତାଙ୍କର ନଜର ପଡିଲା | ସେ ହଳଦୀ ଲେପ କୁ ଏକାଠି କରି ଗୋଟିଏ ମଣିଷ ରୁପି ବିଗ୍ରହ ବନେଇଲେ ତଥା ସେ ବିଗ୍ରହ କୁ ଜୀବନ ଦାନ ଦେଲେ |

ସେ ହଳଦୀ ଲେପ ବିଗ୍ରହ ରେ ଜନ୍ମ ନେଇ ଥିବା ବାଳକ ଟି ଏତେ ସୁନ୍ଦର ଥିଲା ଯେ | ମାତା ପାର୍ବତୀ ତାକୁ ନିଜ ପୁତ୍ର ରୂପରେ ସ୍ୱୀକାର କରିଲେ ଏବଂ ନାମ ଦେଲେ ଗଣେଶ |

ମାତା ପାର୍ବତୀ ଗଣେଶ କୁ ଆଦେଶ ଦେଲେ ” ତୁମେ ଏହି ପଥର ଗୃହ ଆଗରେ ପ୍ରହରୀ ସାଜିବ ଏବଂ ମୋର ବିନା ଅନୁମତି ରେ କାହାକୁ ମଧ୍ୟ ଏହି ଗୃହ ଭିତରକୁ ପ୍ରବେଶ କରିବାକୁ ଦେବ ନାହିଁ” | ଏତିକିରେ ପୁତ୍ର ଗଣେଶ ମାତା ଙ୍କ କଥା କୁ ପାଳନ କରିବାକୁ ଯାଇ ଦ୍ୱାର ଆଗରେ ପ୍ରହରୀ ରୂପରେ କାର୍ଯ୍ୟ କରିବାକୁ ଲାଗିଲେ |

ଠିକ ଏତିକିବେଳେ ଭଗବାନ ମହାଦେବ କୈଳାଶ ପର୍ବତରୁ ଫେରି ନିଜ ଗୃହ କୁ ପ୍ରବେଶ କରିବା ପୂର୍ବରୁ ସେ ଦେଖିବାକୁ ପାଇଲେ ଯେ ଗୋଟିଏ ବାଳକ, ପ୍ରହରୀ ଭାବେ ତାଙ୍କ ଗୃହ ଆଗରେ ଠିଆ ହୋଇଛି | ମହାଦେବ ବିନା ଅନୁମତି ରେ ଗୃହ କୁ ପ୍ରବେଶ କରିବାକୁ ଚେଷ୍ଟା କରିଲେ କିନ୍ତୁ ଏଠି ନିଜର ପରିଚୟ ଦେବା ପୂର୍ବରୁ ମହାଦେବ ଏବଂ ବାଳକ ଗଣେଶ ଦୁହେଁ କ୍ରୋଧିତ ହୋଇ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ର ପରିବେଶ ସୃଷ୍ଟି ହୋଇଗଲା |

ଅତଃ ସେ ଯୁଦ୍ଧରେ ମହାଦେବ ତ୍ରିଶୂଳ କୁ ଅସ୍ତ୍ର ରୂପରେ ଗଣେଶ ଙ୍କୁ ଆଘାତ କରିଲେ | ଗଣେଶ ଙ୍କ ଶିର ଛେଦନ ହୋଇଗଲା | ଶିର ଛେଦନ ପରେ ମାତା ପାର୍ବତୀ ଆସି ସେଠି ପହଁଚିଲେ ଏବଂ କ୍ରୋଧରେ ଜଳି ଉଠିଲେ ଏବଂ କହିଲେ କି ମୁଁ ଏହି ବାଳକ କୁ ମୋ ପୁତ୍ର ରୂପରେ ସ୍ୱୀକାର କରି ସାରିଛି |

ଏତିକି ଶୁଣି ମହାଦେବ ନିଜ ତୃତୀୟ ନେତ୍ର ରେ ଦେଖି ପୂର୍ବରୁ ଘଟିଥିବା ଘଟଣା ବିଷୟରେ ସବୁ ଜାଣି ପାରିଲେ | ତଥା ମାତା ପାର୍ବତୀ ଙ୍କ ଦୁଃଖ ତଥା ରାଗକୁ ଶାନ୍ତ କରିବାକୁ ଯାଇ ସେଠି ସେ ବଚ୍ଚନ ବଦ୍ଧ ହୋଇ କହିଲେ କି ମୁଁ ଏହି ବାଳକ କୁ ଜୀବନ ଦାନ ଦେବୀ |

କିନ୍ତୁ ସମୟ ଅତିକ୍ରାନ୍ତ ହୋଇ ଯାଇଥିବା ଦେଖି ସେ ବାଳକ ର ଅସଲ ମୁଣ୍ଡ ବଦଳରେ ସେ ଗରୁଡ଼ ଙ୍କୁ ଆଦେଶ ଦେଲେ ଯେ ଉତ୍ତର ଦିଗକୁ ଯାଅ | ସେଠି ଯେଉଁ ମା ନିଜ ଛୁଆ ଆଡକୁ ଶିର କରି ସୋଇ ନଥିବ ତାର ମୁଣ୍ଡ ନେଇ ଆସିବ | ଭଗବାନ ଗରୁଡ଼ ବହୁତ ପ୍ରୟାସ ପରେ ଶେଷରେ ମହାଦେବ ଙ୍କ କଥା ଅନୁଯାଇ ଗୋଟିଏ ହାତୀ ଛୁଆ ର ମୁଣ୍ଡ କୁ ନେଇ ଆସିଲେ ଏବଂ ସେ ବାଳକ ଗଣେଶ କୁ ଜୀବନ ଦାନ ଦେଲେ |

ଏମିତି ହାତୀ ମୁଣ୍ଡ ଭାବି କାଳେ ମାତା ପାର୍ବତୀ ଦୁଃଖ କରିବେ ସେଥିପାଇଁ ସବୁ ଭଗବାନ ସେଠି ଉପସ୍ଥିତ ହେଲେ ଏବଂ ଭଗବାନ ଗଣେଶ ଙ୍କୁ ଅଗ୍ରଣୀ ଭଗବାନ ରୂପରେ ପୂଜା ପାଇବେ ବୋଲି ଆଶୀର୍ବାଦ ଦେଲେ | ଅର୍ଥାତ କୌଣସି ଭଗବାନ ଙ୍କୁ ପୂଜା ପାଇବା ପୂର୍ବରୁ ଭଗବାନ ଙ୍କ ମୂର୍ତି ତଥା ତାଙ୍କ ନାମ ନେଇ ସବୁ ପୂଜା କୁ ପ୍ରାରମ୍ଭ କରାଯିବ ବୋଲି ଆଶୀର୍ବାଦ ଦେଲେ | ପ୍ରତ୍ୟୋକ ଜନ ସାଧାରଣ ଙ୍କ ପ୍ରଥମ ଦେବତା ରୂପରେ ଗଣପତି ନାମ ସ୍ୱରୂପ କରାଗଲା | ତଥା ସେ ବଳବାନ ତଥା ବିଦ୍ୟା ଦେବତା ରୂପରେ ପୂଜା ପାଇବେ ବୋଲି ସମସ୍ତ ଦେବତା ଙ୍କ ଆଶୀର୍ବାଦ ର ପ୍ରସାଦ ହେଉଛନ୍ତି ଭଗବାନ ଗଣପତି |

ତାଙ୍କର ଜନ୍ମ ଦିବସ କୁ ଗଣେଶ ଚତୁର୍ଥୀ ଭାବେ ପାଳନ କରା ଯାଉଛି |

ଏହି ଆଧ୍ୟାତ୍ମିକ ତଥ୍ୟ ଶିବ ପୁରାଣ ରୁ ବର୍ଣ୍ଣିତ |
ଏହି ତଥ୍ୟ ନିଜ ପ୍ରିୟଜନ ଙ୍କୁ ସେୟାର କରନ୍ତୁ | 
If the contents helpful so share to your friends, Thanking You.

ଯମ ଦୂତ

ଯମ ଦୂତ, ଯମ ରାଜ, death, dream
ଯମ ଦୂତ
ଗତ ରାତିରେ ଶୋଇଲା ବେଳକୁ ରାତି ୧୨ଟା ବାଜିଲାଣି । ମଶାରୀ ଟାଙ୍ଗୀ ଶୋଇବାକୁ ପ୍ରସ୍ତୁତ ହେଲି। ସକାଳେ ଶୀଘ୍ର ଉଠିବାର ପ୍ରଶ୍ନ ହିଁ ନାହିଁ କାରଣ ଆଜି ରବିବାର । ମୋବାଇଲ କୁ ୨ ଫୁଟ ଦୂର ଟେବୁଲ୍ ଉପରେ ରଖି ଶୋଇ ପଡ଼ିଲି।  
ପ୍ରାୟ ୧ ଘଣ୍ଟା ପରେ ହଠାତ୍ ମୋର କାନ ପାଖରେ ଗୋଟିଏ ଝିଣ୍ଟିକା ଆସି ବସିଲା ଏବଂ ମୋର ନିଦ ଭାଙ୍ଗିଗଲା । ମୁଁ ଝିଣ୍ଟିକା କୁ ଧରି ବାହାର କରିବାକୁ ଚେଷ୍ଟା କରିଲି କିନ୍ତୁ ସେ ମୋ ଚର୍ମ କୁ ଏତେ ଯୋର୍ ରେ ଜାବୁଡି ଧରିଛି ଯେ ମୋତେ ସେ ଛାଡ଼ିବାକୁ ଚାହୁଁ ନ ଥାଏ । ମୋତେ ଅନୁଭବ ହେଲା ଯେ, ଯଦି ଅଧିକା ଟାଣିବି ତେବେ ମୋର ଚର୍ମ ସେ ଝିଣ୍ଟିକା ସହିତ ଉପୁଡ଼ି ଯିବ । ମୁଁ ହାର ମାନିଗଲି କିନ୍ତୁ ମନରେ ଡର ଥିଲା କାଳେ ସେ ଝିଣ୍ଟିକା କାମୁଡି ଦେବ ଯାହା ଫଳରେ ମୋତେ କିଛି ସଂକ୍ରମଣ ଜନିତ ରୋଗ ହୋଇପାରେ । ମୁଁ ପୁଣି ଚେଷ୍ଟା କରିଲି କିନ୍ତୁ ବିଫଳ ହେଲି । ଏବେ ଭାବିଲି ଯାହା ହେଉ ପଛେ ଆଉ ପାରିବି ନାହିଁ । 
ଉଠି ବସିଲି।  ହଠାତ୍ ମୋତେ କେହି କିଛି କହିବାର ଶବ୍ଦ ଶୁଣିବାକୁ ମିଳିଲା
 ” କଣ ହାରିଗଲୁ?? ଚେଷ୍ଟା ରେ ବିଫଳ ହେଲୁ?? ” 
 ମୁଁ ଭୟରେ ବେଡ୍ ଚାରି ପାଖ କୁ ଦେଖିଲି, କେହି ନାହାନ୍ତି । ମୋର ଅନ୍ୟ ସାଙ୍ଗ ମାନେ ଘୁଙ୍ଗୁଡ଼ି ମାରି ଶୋଇ ଛନ୍ତି । ମନରେ ଭୟ ଜାତ ହେଲା।  ସେ ପୁଣି ପ୍ରଶ୍ନ କରିଲା ” ମୋତେ ଖୋଜି ପାଇଲୁ ନାହିଁ କି?” 
ମୁଁ ପଚାରିଲି କିଏ ତୁମେ, ସେ ଧିର ସ୍ଵରରେ କହିଲା ” ମୁଁ ପରା ତୋ କାନ ପାଖରେ ବସିଛି ?” 
ସତ କହେ ମୁଁ ଏତେ ଡରି ଗଲି ଯେ ମୋ ଦେହରୁ ଝାଳ ବୋହିବାରେ ଲାଗିଲା, ଡରରେ ଥରିବାକୁ ଲାଗିଲି । 
ପାଟି ମୋର ଥରିବାକୁ ଲାଗିଲା, ଅଧା ଖଣ୍ଡିଆ ସ୍ଵରରେ ପୁଣି ପଚାରିଲି ” କିଏ ତୁମେ, ଯାଅ ଏଠୁ??” 
ଏତିକି ପ୍ରଶ୍ନରେ ସେ କହିଲା ” କିଏ ମୁଁ ଜାଣିବାକୁ ଚାହୁଁଛୁ ଏବଂ କଣ ପାଇଁ ଆସିଛି ତାହା ମଧ୍ୟ କହିବି, ଯିବି ତ ନିଶ୍ଚୟ କିନ୍ତୁ କିଛି ସାଙ୍ଗରେ ନେଇକରି ଯିବି?? କିନ୍ତୁ ମୁଁ ଯାହା ଯାହା କହିବି ତୋତେ ମାନିବାକୁ ପଡ଼ିବ??” 
ମୁଁ କହିଲି ନା!!!  ମୁଁ କିଛି ମାନିବି ନାହିଁ?
ସେ ଝିଣ୍ଟିକା କହିଲା, ତୋତେ ମାନିବାକୁ ବାଧ୍ୟ ।
ମୁଁ ପଚାରିଲି କାହିଁକି ?
ସେ ଝିଣ୍ଟିକା କହିଲା, ସେ ପ୍ରଶ୍ନ ର ଉତ୍ତର ତୋତେ ସମୟ କହିବ, ମୁଁ କେବଳ ସେ ସମୟ ର ଜଣେ ଦୂତ।  
ମୁଁ ଡରରେ ପୁଣି ପ୍ରଶ୍ନ କରିଲି !
” କଣ ଚାହୁଁଛ ମୋ ଠାରୁ ” । 
ଡରରେ ମୁଁ ସେ ଝିଣ୍ଟିକା କୁ ଛୁଇଁବାକୁ ସାହାସ କରି ପାରୁ ନଥିଲି।  
ସେ ଝିଣ୍ଟିକା କହିଲା, ମୁଁ କଣ ଚାହେଁ , କଣ କରିବାକୁ ଚାହେଁ, ତାହା ମୁଁ ତୋତେ କହିବି ଏବଂ ତାହା ତୋତେ କରିବାକୁ ପଡ଼ିବ । ନହେଲେ ଏହି କ୍ଷଣେ ତୋର ଜୀବନ ଚାଲିଯିବ।  
ଜୀବନ କୁ ଅବା କାହାର ଲୋଭ ନାହିଁ ।
ମୁଁ ପଚାରିଲି 
“ଯଦି ତୁମ କଥାରେ ମୁଁ ମାନି ଯିବି, ତେବେ ତୁମେ କଣ ମୋ ଜୀବନକୁ ଫେରେଇ ଦେବ?”
ସେ ଝିଣ୍ଟିକା କହିଲା, ମୁଁ ତୋତେ ପ୍ରଥମରୁ କହିଛି ନା? ମୁଁ ଜଣେ ଦୂତ!!
ମୋର କାର୍ଯ୍ୟ କେବଳ ତୋତେ ସମୟ ପାଖରେ ପହଞ୍ଚାଇବା । 
ତା ଠାରୁ ଅଧିକ ପ୍ରଶ୍ନ ର ଉତ୍ତର ମୁଁ ଦେବାକୁ ବାଧ୍ୟ ନୁହଁ”
 
ସେ ଝିଣ୍ଟିକା କହିଲା, ” ବର୍ତ୍ତମାନ ତୁ ମୋତେ ଅନୁସରଣ କରିବୁ, ଯଦି ପଛକୁ ପାଦ ଫେରାଇବୁ ତେବେ, ସେହି କ୍ଷଣ ତୋର ମୃତ୍ୟୁ ସୁନିଶ୍ଚିତ ।
ମୁଁ ସେ ଝିଣ୍ଟିକା ରୂପକ ଦୁତ କଥାରେ ମାନିବାକୁ ବାଧ୍ୟ ହେଲି। 
ମୋତେ ମଶାରୀ ଭିତରୁ ବାହାରକୁ ଆସି ବାରଣ୍ଡା ରେ ପହଞ୍ଚିବାକୁ କହିଲା।  
ଏତିକି କହି ସେ ଝିଣ୍ଟିକା ମୋ କାନ ପାଖରୁ ଅନ୍ତର୍ଦ୍ଧାନ ହୋଇଗଲା । 
ମୁଁ ଡରରେ ଥରୁଥିଲି ଏବଂ ସେ ଅନ୍ତର୍ଦ୍ଧାନ ହେବା ଦେଖି ମୁଁ ଅଳ୍ପ ନିଃଶ୍ୱାସ ନେଲି, ମନେ ମନେ ଭାବିଲି, ଯାହା ହେଉ ବଂଚିଗଲି ।
କିନ୍ତୁ ମୋତେ ସେ ଝିଣ୍ଟିକା ର ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଲା ।
“ବିଳମ୍ବ ହେଉଛି ମୋର ପରମ ଶତ୍ରୁ, ଯଥା ଶୀଘ୍ର ବାରଣ୍ଡା ରେ ଆସି ଉପସ୍ଥିତ ହୁଅ “
ଏବେ ମୁଁ ନିରୁପାୟ ଅବସ୍ଥାରେ ମଶାରୀ ଭିତରୁ ଉଠି ଆସିଲି । ଜୋର୍ ରେ ଚିତ୍କାର କରି ସାଙ୍ଗ ମାନଙ୍କୁ ଉଠେଇବା ପାଇଁ ଚେଷ୍ଟା କରିଲି କିନ୍ତୁ କେହି ମୋ ଶବ୍ଦ ଶୁଣିପାରିଲେ ନାହିଁ। 
ସେ ଝିଣ୍ଟିକା ଦୂତ କହିଲା “ତୋର ଶବ୍ଦ ଏବେ କେହି ଶୁଣି ପାରିବେ ନାହିଁ ଏବଂ ତୁ ଶତ ଚେଷ୍ଟା କରିବୁ ତୋର କଥା କିମ୍ବା ଗୁହାରି କେହି ଶୁଣିବେ ନାହିଁ “
ମୁଁ ପାଦ ଆଗକୁ ବଢେଇ ଚାଲିଲି । 
ମୁଁ ଜାଣିବାକୁ ଚାହୁଁଥିଲି ଯେ ପଛକୁ ପୁଣି ଫେରି ଯିବି କିନ୍ତୁ ଯେଉଁଠି ମୋର ପାଦ ପଡେ ସେଠୀ ଭୂମି ମୋ ପାଦକୁ ଜାବୁଡି ଧରି ନିଏ ଏବଂ ଆଗକୁ ବଢ଼ିବାକୁ ବାଧ୍ୟ କରୁଥାଏ । 
ମୁଁ ନିରୁପାୟ ଅବସ୍ଥାରେ ବାରଣ୍ଡାରେ ପହଞ୍ଚିଲି।  
ବାରଣ୍ଡାରେ ଦେଖିଲି ସେ ଝିଣ୍ଟିକା ଟି ବଡ ହୋଇଯାଇଛି । ଗୋଟିଏ ମଣିଷ ରୁପି ଝିଣ୍ଟିକା ରେ ପରିଣତ ହୋଇ ଯାଇଛି।  ଝିଣ୍ଟିକା ଟି ଦୁଇ ଗୋଡ଼ରେ ଠିଆ ହୋଇ ବାକି ଗୋଡ଼ରେ ସେ ମୋତେ ଡାକିବାକୁ ଚେଷ୍ଟା କରୁଥିଲା ।  ଦେହରେ ଲାଲ ରଙ୍ଗ ର କପଡା ଫର୍ ଫର୍ ହୋଇ ଉଡୁଥାଏ। ହାତରେ ୫ଫୁଟ ର ଗୋଟିଏ ଖଣ୍ଡା ହାତରେ ଧରି ଠିଆ ହୋଇଥାଏ । 
ସେ ଥିଲା ଗୋଟିଏ ଯମ ଦୂତ ଏବଂ ସମୟ ହେଉଛନ୍ତି ଯମ ରାଜ। 
ମୁଁ ଧିରେ ଧୀରେ ଆଗକୁ ବଢ଼ିବାକୁ ଲାଗିଲି । ମୁଁ ପଛକୁ ଫେରି ପାରୁନଥିଲି । ଏମିତିକି ପଛକୁ ବୁଲିବା ପାଇଁ ମୋ ମୁଣ୍ଡ ଘୁରୁ ନଥାଏ।  
ପୁଣି ନିରୁପାୟ ଅବସ୍ଥାରେ ସେ ଦୂତ ପଛେ ପଛେ ଅନୁସରଣ କରିଲି। ପ୍ରାୟ ୧୦ ପାଦ ଗଲା ପରେ । ମୋତେ କିଛି ଦେଖା ଗଲା ନାହିଁ ମୁଁ ଯେମିତି ଅନ୍ଧତ୍ବ ଅନୁଭବ କରୁଥିଲି କିନ୍ତୁ ମୋର ପାଦ ଆଗକୁ ବଢ଼ି ଚାଲିଥାଏ । 
ମୋତେ ଅନୁଭବ ହେଉଥାଏ ଯେ ମୁଁ ପ୍ରାୟ ୫୦୦ ମିଟର ଚାଲି ଚାଲି ଆସିଲି।  ହଠାତ୍ ସେ ଦୂତ ମୋତେ କହିଲା । 
ହେ ମନୁଷ୍ୟ ସେଠୀ ରୁହ । ମୁଁ ଠିଆ ହୋଇ ରହିଲି।  ହଠାତ୍ ମୋ ଦୃଷ୍ଟି ରେ ଆଲୋକ ଆସିଲା।  ମୋ ଆଖି ଆଗରେ ଗୋଟିଏ ଆଲୋକ ପ୍ରଜ୍ବଳିତ ହେଉଥାଏ । 
 ଚାରି ଆଡକୁ ବୁଲି ଦେଖିଲି । ସେ ଦୂତ ସେଠୀ ଉପସ୍ଥିତ ନଥିଲା । ଚାରି ଆଡେ଼ ଅନ୍ଧାର ମୟ ଥିଲା । କେବଳ ସାମ୍ନାରେ ଉଜ୍ଜଳ ମୟ ଗୋଟିଏ ଆଲୋକ ଚମକୁ ଥିଲା । 
ସେ ଉଜ୍ଜଳମୟ ଆଲୋକ ପାଖରୁ ଗୋଟିଏ ଶବ୍ଦ ଆସିଲା ଯେ 
” ହେ ମଣିଷ, ତୁମର ଅନ୍ତିମ ସମୟ ପାଖେଇ ଆସିଛି ” । ବର୍ତ୍ତମାନ ତୁମେ ପୃଥିବୀ ଠାରୁ ବହୁ ଦୂରରେ । ଯଦି ତୁମର ଶେଷ ଇଚ୍ଛା ଅଛି ତେବେ ମୁଁ ତୁମର ଇଛା ପୂରଣ କରିବାକୁ ବାଧ୍ୟ । କୁହ କଣ ଇଚ୍ଛା ଅଛି ତୁମର ?
.
.
.
ଠିକ୍ ଏତିକିବେଳେ ଗୋଟିଏ ଘୁଂ ଘୁଂ ଶବ୍ଦ ବାରମ୍ଵାର ମୋତେ ଶୁଣା ଗଲା । 
.
.
.
.
ହଠାତ୍ ମୋ ନିଦ ଭାଙ୍ଗିଗଲା। ମୁଁ ଭାବିଲି, ଆରେ ଏତେ ଭୟଙ୍କର ସ୍ଵପ୍ନ ଟିଏ ଦେଖୁଥିଲି ଏବଂ ମୁଁ ସ୍ଵପ୍ନ ରାଇଜ ରୁ ଫେରି ଆସି ଯାଇଥିଲି କିନ୍ତୁ ସେତେବେଳେ ମୋ ଫୋନ୍  ଭାଇବ୍ରେଶନ ହେଉଥାଏ।  ଯେତେବେଳେ ଉଠେଇବାକୁ ଚେଷ୍ଟା କରିଲି ସେତେବେଳେ ସେ କଟି ଯାଇଥିଲା । ଫୋନ୍ କଲ୍ ଟି ଥିଲା ମୋ ସାଙ୍ଗ ତୁଷାର ର।  
ଫୋନ୍ ଟିକୁ ପାଖରେ ରଖି । ମଶାରୀ ଭିତରୁ ବାହାରକୁ ଆସିଲି । ମଶାରୀ କୁ ଭାଙ୍ଗ କରି ଟେବୁଲ୍ ପାଖ ରେ ରଖିଲି।  ବେଡ ର ବେଡସିଟ କୁ ଠିକ୍ କରି ପୁଣି ବେଡ୍ ଉପରେ ବସିଲି । 
ଭାବିଲି, କଣ ଥିଲା ଏ ବିସ୍ମୟ ଜନକ ସ୍ଵପ୍ନ। ଦୁଇ ହାତକୁ ମନ୍ଥି ହାତ ପାପୁଲି ରେ ମୁହଁ କୁ ଘଷି ଘଷି ବାରଣ୍ଡା ରେ ପହଞ୍ଚିଲି । ମନେ ପଡ଼ି ଗଲା ଯେ, ସ୍ଵପ୍ନ ରେ ସେ ଦୂତ ମୋତେ ବାରଣ୍ଡା କୁ ଡାକି ଥିଲା।  ଯେଉଁ ଆଡ଼କୁ ନେବା ପାଇଁ କହିଥିଲା ମୁଁ ସେ ରାସ୍ତା କୁ ଅନୁସରଣ କରି ଆଗକୁ ବଢି ଚାଲିଲି । 
ସେଠୀ ପହଞ୍ଚିଲା ପରେ ଜାଣିଲି ଆଗକୁ ଆଉ ରାସ୍ତା ନାହିଁ କାରଣ ଆଗକୁ କେବଳ ଘଞ୍ଚ ଜଙ୍ଗଲ ଥିଲା । 
ସେଠୀ ମନରେ ପୁଣି ଭାବିଲି। ତାହା ଥିଲା ଗୋଟିଏ ସ୍ଵପ୍ନ,  ଫେରିବାକୁ ଚାହିଁଲି । 
ଏତିକି ଭାବି ଫେରିବାକୁ ପଛକୁ ବୁଲିଲି। ହଠାତ୍ ମୋ ନଜର ଯାଇ ପଡ଼ିଲା ଗୋଟିଏ ଝିଣ୍ଟିକା ଉପରେ।  
.
.
.
.
ମନରେ ପୁଣି ଭୟ ସୃଷ୍ଟି ହେଲା । ଦେହରେ ଶିହରଣ ଖେଳିଗଲା।  ସେ ଝିଣ୍ଟିକା ପାଖକୁ ଯାଇ ଦେଖିଲି ସେ ମୃତ ଅବସ୍ଥାରେ ପଡ଼ିଥାଏ।  ସେ ଝିଣ୍ଟିକା ଟି ଥିଲା ଗୋଟିଏ ବଣୁଆ ଝିଣ୍ଟିକା।  ପ୍ରାୟ ୭ ଇଞ୍ଚ ପାଖାପାଖି।  
ସାଧାରଣ ଝିଣ୍ଟିକା ୫ସେମି ରୁ ୭ସେମି ପର୍ଯ୍ୟନ୍ତ ହୋଇଥାନ୍ତି । ମୁଁ କେବଳ ୭ ସେମି ପର୍ଯ୍ୟନ୍ତ ଦେଖିଛି  କିନ୍ତୁ ଏହିପରି ବିଚିତ୍ର ଝିଣ୍ଟିକା ଯାହାର ଲମ୍ବ ପ୍ରାୟ ୭ ଇଞ୍ଚ।   ସତରେ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା।  
ମନରେ ଭୟ ରଖି ଫେରି ଆସିଲି । ବାଥରୁମ୍ କୁ ଯାଇ ମୁହଁ ଧୋଇଲି । ଆସି ପୁଣି ବେଡ ରେ ବସି ଚିନ୍ତା କରିବାକୁ ବାଧ୍ୟ ହେଲି । 
କଣ ପ୍ରକୃତରେ ଯମ ଦୂତ ମୋତେ ନେବାକୁ ଆସିଥିଲା???
ଏବଂ ସେ ତାର କାର୍ଯ୍ୟରେ ବିଫଳ ଯୋଗୁ ତାର ଜୀବନ ବଳିଦାନ ପଡ଼ିଗଲା ???
 ଅବା ଗୋଟିଏ ଫୋନ୍ କଲ୍ ମୋତେ ମରଣ ମୁହଁରୁ ବଞ୍ଚେଇ ଆଣିଲା ??
ପ୍ରକୃତରେ ସତ୍ୟତା କଣ ??? 
ମୁଁ ଖୋଜିବାକୁ ଚେଷ୍ଟା କରୁଛି ?? କିନ୍ତୁ ସେ ପ୍ରଶ୍ନ ର ଉତ୍ତର ମୁଁ ଖୋଜି ପାଉନି । 
ଯଦି ମୋର ଏହି ପ୍ରଶ୍ନ ର ଉତ୍ତର ଆପଣ ଙ୍କ ପାଖରେ ଅଛି ତେବେ ଜଣେଇବାକୁ ଅନୁରୋଧ ।
ଏବଂ ଏହି ଗଳ୍ପ ଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଲେଖି ଜଣାଇବେ । 
ଧନ୍ୟବାଦ ।
ନୀଳମାଧବ ଭୂୟାଁ ଙ୍କ
ଲେଖନୀରୁ…
If the contents helpful so share to your friends, Thanking You.

ଗୁରୁ

Guru, teacher, teachers day
ଆମ ସଂସ୍କୃତି ରେ ଗୁରୁ ଙ୍କ ସ୍ଥାନ ସର୍ବଦା ଉଚ୍ଚ ରେ ଥାଏ ।
ଆମେ ଜନ୍ମ ନେବା ପରେ ଗୁରୁ ରୂପରେ ବାପା, ମା, ଏବଂ ଶିକ୍ଷକ ଆମର ଜୀବନ ଗଢ଼ିବା ପାଇଁ ଏକ ସ୍ତମ୍ଭ ଭାବରେ ଆମକୁ ଆଗକୁ ବଢ଼ିବାକୁ ସାହାସ ଦିଅନ୍ତି ।
ଗୁରୁ ସବୁବେଳେ ଭଲ ନାଗରିକ ରୂପରେ ଆମ୍ଭ ମାନଙ୍କୁ ଦେଖିବାକୁ ଚାହାନ୍ତି ।
ବାସ୍ତବ ରେ ଗୁରୁ ସେ ହୋଇଥାନ୍ତି ଯିଏ ନିଜ ଶିଷ୍ୟ ଙ୍କୁ ଆଗକୁ ଆସୁଥିବା ସମସ୍ୟା ବିଷୟରେ ତାଗିଦ୍ କରନ୍ତି ।
ସମସ୍ୟା ର ଉଚିତ୍ ସମାଧାନ ସେ କୁହନ୍ତି ।
ସମସ୍ୟାକୁ ସାଧାରଣ ସ୍ବରୂପ ହସ୍ତକ୍ଷେପ ପାଇଁ ଉପଦେଶ ଦିଅନ୍ତି ।
ଗୁରୁ ଙ୍କ ବାର୍ତ୍ତା ସବୁବେଳେ ଲାଭଦାୟକ ହୋଇଥାଏ ।
ସେ ଶିଷ୍ୟଙ୍କୁ ଖରାପ ପଥରେ ଯିବା ପାଇଁ ବିରୋଧ କରନ୍ତି ।
ଶିଷ୍ୟ ଙ୍କ ଭବିଷ୍ୟତ ପାଇଁ ସଦା ସର୍ବଦା ଚିନ୍ତିତ ରୁହନ୍ତି ।
ତେବେ ଆପଣଙ୍କ ଗୁରୁ ଙ୍କ ଉପଦେଶ ଠିକ୍ ଏହି ବାର୍ତ୍ତା ପରି ନା କିଛି ଅଲଗା ??
କମେଣ୍ଟ କରି ଜଣେଇବେ ।
ଧନ୍ୟବାଦ ।

If the contents helpful so share to your friends, Thanking You.

ସମସ୍ୟା (Problem)

ସମସ୍ୟା, ଗୃହ ସମସ୍ୟା
ସମସ୍ୟା
ଜୀବନରେ ସମସ୍ୟା ଆମର ଗୋଟିଏ ଅଂଶ ହୋଇଯାଇଛି |
ଯାହାକୁ ଆପଣ ଚାହିଁଲେ ମଧ୍ୟ ଦୈନନ୍ଦିନ ଜୀବନରୁ ମୁକ୍ତି ହୋଇ ପାରିବେ ନାହିଁ |
 
ବାସ୍ତବରେ, ଯଦି ଆପଣ ଏହି ସମସ୍ୟାକୁ ଚ୍ୟାଲେଞ୍ଜ କିମ୍ବା ସମ୍ମୁଖୀନ କରନ୍ତି ନାହିଁ, ତେବେ ଜୀବନର କୌଣସି ମୂଲ୍ୟ ହିଁ ନାହିଁ |
ସମସ୍ୟା ହେତୁ ଆମେ ଜୀବନର ପ୍ରତ୍ୟେକ କାର୍ଯ୍ୟ କରିବାକୁ ଆମେ ବାଧ୍ୟ |
 
ସମସ୍ୟା କୁ ଛାଡି ଯଦି ଆପଣ ଭଲ ଜୀବନଯାପନ କରୁଛନ୍ତି, ତେବେ ଆପଣ ଭାଗ୍ୟବାନ ଅଟନ୍ତି |
ଶାସ୍ତ୍ରରେ କୁହାଯାଇଛି, ଯଦି ଦୁନିଆରେ କୌଣସି ସମସ୍ୟା କି କୌଣସି ଅସୁବିଧା ନାହିଁ, ତେବେ ତାକୁ ଜୀବନ କୁହାଯିବ ନାହିଁ।
ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଏକ ଉତ୍ତମ ରାସ୍ତା ଥାଏ ତାକୁ ଖୋଜିବାକୁ ଚେଷ୍ଟା କରନ୍ତୁ । 
କିଛି ଲୋକ ସେହି ପଥ ଅନୁସରଣ କରନ୍ତି ଏବଂ କିଛି ଲୋକ ସମସ୍ୟା କୁ ସାମ୍ନାରେ ଦେଖି ପଛକୁ ଫେରି ଯାଆନ୍ତି |
ଯେଉଁମାନେ ପଛକୁ ଫେରି ଯାଆନ୍ତି ସେମାନେ ଜୀବନର ଲକ୍ଷ୍ୟ ଗ୍ରହଣ କରିବାରେ ବିଫଳ ହୁଅନ୍ତି |
କାରଣ ହେଲା ନିଜକୁ ସେହି ସମସ୍ୟାର ପାଇଁ ଉଚିତ୍ ମନେ କରନ୍ତି ନାହିଁ ତଥା ଅସମର୍ଥ ମନେ କରନ୍ତି |
ତୁମର ମତ କ’ଣ?  ଆପଣ ଆପଣଙ୍କ ସମସ୍ୟାକୁ କିପରି ସମାଧାନ କରୁଛନ୍ତି ?
ମୋର ପ୍ରଶ୍ନ ଯେ ତୁମ ଜୀବନରେ କୌଣସି ଅସୁବିଧା ନାହିଁ କି? ଉତ୍ତର ରେ ଆପଣ ହଁ କିମ୍ବା ନାହିଁ କହି ପାରନ୍ତି କିନ୍ତୁ ପ୍ରକୃତରେ ଆମେ ସବୁବେଳେ ସମସ୍ୟା ଦ୍ୱାରା ଘେରି ହୋଇ ରହିଛୁ ।
 
ସେ ସମସ୍ୟା ଆମ ମନରେ ଘୁରି ବୁଲୁଥାଏ ।
ପ୍ରତ୍ୟେକ ସମସ୍ୟାର ମୁକାବିଲା ପାଇଁ ସଠିକ୍ ଉପାୟ ଖୋଜ |
ପ୍ରତ୍ୟେକ ସମସ୍ୟାର ସମାଧାନ ନିଶ୍ଚିତ ଅଛି |
ଏହାର କିପରି ସମାଧାନ କରାଯିବ, କେବଳ ଉଚିତ୍ ଉପାୟ ଅବଲମ୍ବନ ତଥା ତାକୁ ଉପଯୋଗ କରିବାର ଉପାୟ ଆସିବା ଦରକାର|
 ଆଶା କରୁଛି ଆପଣ ଏହି ବାର୍ତ୍ତା କୁ ପସନ୍ଦ କରିବେ |
 ତେଣୁ ସମସ୍ତଙ୍କୁ ସେୟାର କରନ୍ତୁ |
 
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

If the contents helpful so share to your friends, Thanking You’re and.

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…

ଓଡ଼ିଆ , ଓଡ଼ିଆ କବିତା , ମୁଁ ଜାଣେନା
Munn Janena 


ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(2)

ମୁଁ ଜାଣେନା ଏ ପବନ କଣ ଭାବୁଛି…


କାହିଁକି କେଜାଣି ଏ ଅଜଣା ପବନ

କେତେବେଳେ ଧୀରେ ବହେ ତ କେତେବେଳେ ଅମାନିଆ,

ସତରେ ଏ ଉଡ଼ୁଥିବା ପକ୍ଷୀଟି ତାର ବାଟ ବଦଳେଇଦିଏ କି

ଏ ପବନ ର ବହିବା ସ୍ରୋତ ର ଦିଗରୁ ?

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)


ପକ୍ଷୀ କଣ କେବେ ପବନର ଦିଗ ବଦଳେଇବା ପାଇଁ ଚେଷ୍ଟାକରେ ?

ନା…..

ସତରେ ସେ ପକ୍ଷୀ ନିଜ ବାଟକୁ ବଦଳେଇବାକୁ ଚେଷ୍ଟା କରେ ନାହିଁ

ବରଂ ସେ ଦିଗ ସହିତ ଉଡିବାକୁ ସାହସ କରେ

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)


ହଁ କେବେ ସେ ଜୋରରେ ଉଡିବା ପାଇଁ ଚେଷ୍ଟାକରେ ତ

ଆଉ କେବେ ଥକିଯାଇ ଅପେକ୍ଷା କରେ କିଛି ସମୟକୁ

ହେଲେ ଏ ପବନ କଣ ବୁଝିପାରେ? ପକ୍ଷୀ ମନର ବ୍ୟଥା ..

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)


ହଁ କେବେ କେବେ ଏ ପବନ ଧୀର ହୋଇଯାଏ

ତ ଆଉ କେବେ ଦିଗ ବଦଳେଇ ଦିଏ

ସତରେ ସେ କଣ ସବୁ ସମାଧାନ କରିବାକୁ ପ୍ରୟାସ କରୁଛି

ମୁଁ ଜାଣେନା ଏ ପବନ କଣ ଭାବୁଛି…।

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି..(2)


ଧନ୍ୟବାଦ


ନୀଳମାଧଵ ଭୂୟାଁ ଙ୍କ ଲେଖନୀରୁ…..




If the contents are helpful so share them with your friends, Thanking You.

Problem (समस्या)

Problem (समस्या)
Problem (समस्या)
जीवन में समस्या आपका एक अंग बन चुका है ।
जिसे आप चाहकर भी दैनिक जीवन से मुक्त नहीं कर पाओगे । 
वैसे समस्या को चुनौती नहीं दोगे तो जीवन का अर्थ ही कुछ नहीं ।
समस्या से जीवन के हर कार्य को हम करने केलिए मजबुर हो जाते हैं ।
अगर समस्या को बाद देकर आप अच्छी जिंदगी जी रहे हो तो आप खुस किस्मत हो ।
शास्त्र में कहा गया है, अगर दुनिया में समस्या नहीं रहेगा तो बह जीवन ही नहीं ।
हर समस्या का समाधान पूर्वक रास्ता जरूर है ।
ढूंढना आपका कार्य है। 
कुछ लोग उस रास्ते को अपनाकर आगे बढ़ जाते हैं तो कुछ लोग पीछे हट जाते है। 
जो पीछे हट गए बह जिंदगी में लक्ष्य को अपनाने में असफल होते है ।
कारण खुद को उस समस्या को झेलने केलिए असमर्थ समझते हैं। 
आप की क्या राय है ? आप समस्या को किस तरह  उपचार करते हो ।
क्या आपकी जीवन में समस्या नहीं है, में कहूंगा आप हरवक्त समस्या से घेरे हुए हो ।
मन में बही चलता रहता है। 
समस्या को झेलने केलिए उचित रास्ता ढूंढिए । 
प्रत्योक् समस्या का समाधान जरूर है । 
कैसे उसका उपचार करना है बस तरीका आना चाहिए ।
आशा है यह मेसेज आपको अच्छा लगा हो ।
तो आगे शेयर जरूर करें ।
By. Nilamadhab Bhuyan

If the contents helpful so share to your friends, Thanking You.