ଅଧୁରା କାହାଣୀ (ଶେଷ ) |
ଏହି ପ୍ରଶ୍ନ ପରେ ବୁନି ର ମାମା କହିଲେ । ତାର ବାପା ଙ୍କ ଶହୀଦ ପରେ ମୋର ଚିନ୍ତା ବହୁତ୍ ବଢ଼ି ଯାଇଥିଲା । ଜଣେ ସାତ ବର୍ଷ କୁ ଆଉ ଜଣେ ଚାରି ବର୍ଷର । ଆପଣଙ୍କ ସହାୟତା ରେ ଆମ ପରିବାର ର ଭାଗ୍ୟ ବଦଳି ଗଲା। ବୁନି ର ବାପା କହିଥିଲେ ଯେ ଟ୍ରେନିଂ ପର ଠାରୁ ଆପଣଙ୍କୁ ସେ ରାମ ଭଳି ଭାଇ ରୂପରେ ପାଇଥିଲେ । ପେନସନ ତ ମିଳୁଥିଲା କିନ୍ତୁ ଆପଣଙ୍କ ଦୟା ଆଉ ସହାନୁଭୂତି ରେ ଆଜି ପର୍ଯ୍ୟନ୍ତ ଆମ ପରିବାର ସୁଦୃଢ଼ ଭାବେ ଛିଡ଼ା ହୋଇ ରହିଛି ଏବଂ ଆପଣଙ୍କ ଘରେ ମୋ ଝିଅ କୁ ଦେବା ପାଇଁ ମୋର ତିଳେ ମାତ୍ର ଆପତ୍ତି ନାହିଁ।
ଅମର ର ବାପା କହିବାକୁ ଯାଉଥିଲେ , କିନ୍ତୁ ???? ସଙ୍ଗେ ସଙ୍ଗେ ବୁନି ଆଖି ଠାରରେ ଅଙ୍କଲ କୁ ମନା କରିଦେଲା । ଅଙ୍କଲ ମଧ୍ୟ ଚୁପ୍ ହେବାକୁ ବାଧ୍ୟ ହେଲେ ।
ତାପରେ ଗୋଟିଏ ଭଲ ତିଥି ଦେଖି ୧୫ ଦିନ ଭିତରେ ବୁନି ଆଉ ଅମର ର ବାହାଘର ହେଲା । ବାହାଘର ବହୁତ୍ ଆଡମ୍ବର ରେ ସଂପନ୍ନ ହେଲା ସତ କିନ୍ତୁ ଅମର ବହୁତ୍ ଦୁଃଖୀ ଥିଲା । କାରଣ ତାର ପାଇଁ ଗୋଟିଏ ଝିଅ ର ଜୀବନ କୁ ସେ ଜାଣି ଶୁଣି ନଷ୍ଟ କରିବାକୁ ଯାଉଥିଲା ।
ପ୍ରଥମ ରାତିରେ ଅମର ବୁନି ସହିତ ସମ୍ପର୍କ ରଖିବା ପାଇଁ ମନା କରିଦେଲା । ବୁନି କହିଲା, ଯଦି ତୁମ ହାତ ଧରି ବିବାହ କରିଲି ତେବେ ମୋତେ ମା ହେବାର ମଧ୍ୟ ସୌଭାଗ୍ୟ ଦେଲେ ମୁଁ ବହୁତ୍ ଖୁସି ହେବି। ପ୍ଲିଜ୍ ଅମର ଆମର ପବିତ୍ର ସମ୍ପର୍କ ର ଗୋଟିଏ ପ୍ରାମାଣିକ ସାକ୍ଷୀ ରୂପରେ ମୁଁ ଗୋଟିଏ ଛୁଆ କୁ ଜନ୍ମ ଦେବାକୁ ଚାହୁଁଚି ସେ ଅଧିକାର ମୋତେ କଣ ମିଳିବ ନାହିଁ ??
ସେ ସମୟଟା ଦୁହିଙ୍କ ପାଇଁ ବହୁତ୍ ଦୁଃଖ ର ସମୟ ଥିଲା । ଅମର ବୁନି ର କଥା କୁ ରଖିଲା ଏବଂ ବୁନି ଆଉ ଅମର ପବିତ୍ର ସମ୍ପର୍କ ରେ ବାନ୍ଧି ହୋଇଗଲେ ।
.
.
.
.
.
.
ଆଜି ଠିକ୍ ୧୧ ମାସ ବିତିଗଲାଣି । ଅମର ଆଉ ବୁନି ର ପରିବାର କୁ ଏକ ନୂଆ ଅତିଥି ର ସ୍ଵାଗତ ହୋଇଛି କିନ୍ତୁ ଦୁଃଖ ର କଥା ଯେ ଗୋଟିଏ ବେଡ ରେ ବୁନି ଏବଂ ଅନ୍ୟ ୱାର୍ଡ ର ଅନ୍ୟ ବେଡ ରେ ଅମର ତାର ଶେଷ ନିଃଶ୍ୱାସ ପାଇଁ ଓଲଟା ଗଣତି କରୁଥାଏ ।
ସତରେ ସେ ସମୟ ରେ ସମୟ ଟା ମଧ୍ଯ ନିର୍ଦ୍ଦୟ ହୋଇ ଯାଇଥିଲା। ପୁରାଣରେ ଲେଖା ଅଛି ସାବିତ୍ରୀ ନିଜ ସ୍ବାମୀ ଙ୍କ ଜୀବନ ଯମରାଜ ଠାରୁ ଛଡେଇ ଆଣିଥିଲା ସତ କିନ୍ତୁ ଏଠି ବୁନି ଆଜି ପର୍ଯ୍ୟନ୍ତ କେବଳ ତାର ଭଲ ପାଇବା ଏବଂ ସେବା ଦ୍ଵାରା ଅମର ର ଜୀବନ ର ଆୟୁଷ କୁ ବଢେଇ ଚାଲିଥିଲା କେବଳ ତାଙ୍କ କୁଳ ର ଗୋଟିଏ ପ୍ରତିମା ର ଦର୍ଶନ ପାଇଁ ।
ସତରେ ସମସ୍ତଙ୍କ ଆଖିରୁ ଅଶ୍ରୁ ବହିବା ବନ୍ଦ ହୋଇ ପାରୁ ନଥିଲା। ବୁନି ଝିଅ କୁ ଜନ୍ମ ଦେଲା ପରେ ସେ ଡାକ୍ତର ବାବୁ ଗୋଟିଏ ଅନୁରୋଧ କରିଲା ଯେ, ମୋତେ ଏବଂ ମୋ ଝିଅ କୁ ଅମର ପାଖକୁ ନେଇ ଯାଅ ପ୍ଲିଜ୍। ତାର ଶେଷ ସମୟରେ ମୁଁ ତା ପାଖରେ ରହିବାକୁ ଚାହୁଁଛି ।
ବିଳମ୍ବ ନ କରି ମେଡିକାଲ୍ ଷ୍ଟାଫ୍, ବୁନି ଏବଂ ତାର ଝିଅ କୁ ଅମର ପାଖକୁ ନେଇ ଗଲେ । ଅମର କୁ ଡାକ୍ତର ବାବୁ କହିଲେ ଯେ ଦେଖ ଅମର କିଏ ଆସିଛି ତମକୁ ଦେଖିବାକୁ । ସେତେବେଳେ ସେହି ବେଡ ରେ କେବଳ ହାଡ଼ କଙ୍କାଳ ନୁମା ଶରୀର ଟିଏ ଶୋଇ ରହିଥିଲା। ବଡ କଷ୍ଟରେ ଆଖି କୁ ଖୋଲିବା ପରେ ସେ ଦେଖିଲା ଯେ ତାର ବାପା ହାତରେ ତାର ଝିଅ ଅଳ୍ପ କାନ୍ଦିବାକୁ ଚେଷ୍ଟା କରୁଥିଲା ।
ବାମ ପାଶ୍ୱର୍ରେ ବୁନି ଶୋଇ ରହି ଥାଏ । ହଠାତ୍ ଅମର ପ୍ରଶ୍ନ କରିଲା ଯେ, ମୋ ଧନ କୁଆଡେ ଗଲା ? ଅମର ର ବାପା ବାମ ଆଡ଼କୁ ଆଙ୍ଗୁଳି ଦେଖେଇ କହିଲା ସେଠୀ ଶୋଇଛି। ଅମର ବାମ ଆଡକୁ ଦେଖିଲା ବେଳକୁ ହସ ଭରା ଚେହେରା ଥିଲା ସତ କିନ୍ତୁ କାନ୍ଦିବାକୁ ବାଧ୍ୟ କରୁଥିଲା । ଆଖିରୁ ଟପ୍ ଟପ୍ ଲୁହ ବହି ଯାଉଥିଲା। କିଛି କହିବାକୁ ଚାହୁଁଥିଲା ବୁନି କିନ୍ତୁ ସେ ପ୍ରଶ୍ନ ହିନ ହୋଇ ଅମର କୁ ଉତ୍ତର ଦେବାକୁ ବାଧ୍ୟ କରୁ ନଥିଲା ।
ନର୍ସ ଙ୍କ ସହାୟତା ରେ ଦୁହିଙ୍କ ବେଡ କୁ ପାଖାପାଖି ରଖି ଦିଆ ଗଲା । ଦୁହିଙ୍କ ମଧ୍ୟରେ ଝିଅ କୁ ଗେଲ କରିବାର ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସତରେ ଏମିତି ଦୃଶ୍ୟ ଦେଖି ଉପସ୍ଥିତ ସମସ୍ତ ସଦସ୍ୟ ଙ୍କ ଆଖିରେ ଲୁହ ଆସିଗଲା।
ଝିଅ କୁ ଦେଖି ଅମର କୁ ଆଉ କିଛି ଦିନ ବଞ୍ଚିବାକୁ ଈଛା ହେଲା କିନ୍ତୁ ସମୟର ଖେଳ ରେ ସମସ୍ତେ ବନ୍ଧା । ଯେତେବେଳେ ଯାହାର ସମୟ ଆସିବ ତାକୁ ରୋକିବା କୁ ଆମେ ପ୍ରୟାସ କରିଲେ ମଧ୍ୟ ଆମେ ରୋକିବାରେ ଅସର୍ମଥ ହେବା।
ସେଦିନ ତ ବିତିଗଲା କିନ୍ତୁ ଦ୍ଵିତୀୟ ଦିନ ସକାଳୁ ଯେତେବେଳେ ନର୍ସ ଆସି ଚେକ୍ ଅପ୍ କରିଲେ । ଅମର ର ନିସ୍ତେଜ୍ ଶରୀର ରେ ଜୀବନ ତାକୁ ବିଦାୟ ଦେଇ ସାରିଥିଲା । ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲା।
ପାଖରେ ଶୋଇଥିବା ବୁନି ମଧ୍ୟ ଔଷଧ ର ପ୍ରଭାବ ରେ ଶୋଇ ରହିଥାଏ। ସେ ଅମର ର ଶେଷ ନିଃଶ୍ୱାସ କୁ ମଧ୍ୟ ଅନୁଭବ କରି ପାରିଲା ନାହିଁ । ସେ ପରେ ଜାଣିବାକୁ ପାଇଲା ଯେ ତାକୁ ଧନ ଡାକୁଥିବା ଅମର, Bye ନ କହି ଫେରି ଯାଇଛି ନିଜ ରାସ୍ତା ର ଏକାକୀ ପଥିକ ହୋଇ ।
ଡ଼ାକ୍ତର ଖାନା ରେ ଏକ ଶାନ୍ତ ମୟ ପରିବେଶ ସୃଷ୍ଟି ହୋଇଗଲା।
ଅମର ର ଶେଷ କୃତ୍ୟ ସମୟରେ ବୁନି ଆମ୍ବୁଲାନ୍ସ ଭିତରେ ବସି ଅମର କୁ ଦେଖୁଥାଏ । ଜୀବନର ଅର୍ଥ ସେଠୀ ଜଣା ପଡ଼େ ଯେତେବେଳେ ନିଜ ଲୋକ ଆମକୁ ଛାଡ଼ି କୋକେଇ ର ଜ୍ୱଳନ୍ତ ନିଆଁ ରେ ନିଜେ ଉତ୍ସର୍ଗ ହୋଇଯାଆନ୍ତି ।
.
.
.
.
.
.
.
.
.
ଆଜି ମୋନା କୁ ୬ ବର୍ଷ ହୋଇ ସାରିଛି । ମା ର କୋଳରେ ରହି ମୋନା ନିଜ ବାପା ମା ର କାହାଣୀ ଶୁଣି ସେ ମଧ୍ୟ ଭାବ ବିହୂଳ ହୋଇଗଲା । ଆଖିରୁ କେତେ ଯେ ଲୁହ ବାହାରି ଯାଇଛି ସେ ମଧ୍ୟ ହିସାବ ରଖି ବାକୁ ଚେଷ୍ଟା କରିନି।
ବୁନି କହେ ଏହା ଥିଲା ଆମର ଅଧୁରା କାହାଣୀ ଯାହା ସବୁଦିନ ପାଇଁ ଅପରିପୂର୍ଣ୍ଣ ହୋଇ ରହିଗଲା ।
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ ଅନ୍ୟ କିଛି ଗଳ୍ପ
If the contents are helpful to share them with your friends, Thanking You.
So heart touching story……akhire luho asigala…. wahhh wahh bahut badhia
Heart touching story 🥺
Heart touching story 🥺
ଆଖିରେ ଲୁହ ଆସିଗଲା ଏଇ କାହାଣୀ ପଢିକି 😢😢😢
Thanks for your valuable comments