ତୁମ ପାଇଁ କଥା ଟିଏ

ତୁମ ପାଇଁ, କଥା ତୋତେ, ଓଡିଆ କବିତା, କବିତା , କବିତା ମାଳା
ତୁମ ପାଇଁ କଥା ଟିଏ


  (ଭଗବାନ ଙ୍କ ପ୍ରତି ଆମ ମନରେ ଥିବା ଅଲିଭା ବାର୍ତ୍ତା)

ଆମ ପାଇଁ ପ୍ରଭୁ ଗଢ଼ିଛନ୍ତି ଧରା
ଦେଇଛନ୍ତି ଏହି ପ୍ରକୃତି ସାରା।

ଗଢ଼ିଛନ୍ତି କେତେ ଅପାର ଜୀବନ 
ତୁମରି କୃପାରେ ସବୁ ଯାତ୍ରା ଅର୍ଣ୍ଣ।

କୃତ୍ରିମ ରୂପଟି ତୁମରି ଦୃଷ୍ଟିରୁ ଚଳପ୍ରଚଳ ର ସିର 
ଆମ୍ଭେ ପରା ସବୁ ପଥର ଖଣ୍ଡକୁ ମାନି ଅଛୁ ଈଶ୍ୱର ।

ମାନବ ଦୁଃଖ କୁ ଭୁଲିବା ପାଇଁକି
କରିଅଛ କେତେ ଲୀଳା
ଜୀବନ ଖେଳରେ ଦେଇ କେତେ ଖୁସି 
ସ୍ୱାନ୍ତନା ଦିଏ ତୁମ ଜୀବନ୍ତ ଶିଳା ।

ସବୁରି ପଛରେ ତୁମରି ହାତ ହେ ଜାଣିଶୁଣି ତୁମେ ନିଷ୍ଠୁର
କେବେକେବେ ପୁଣି କୁହନ୍ତିତ ସବୁ ତୁମ ହିଁ ବିଧାତାର ଖେଳ।

ପୁରାତନ ରୁ କିପରି ନୁତନ ହେବାର
ତୁମ ଛଡ଼ା ଆମ୍ଭ ସମ୍ଭିଙ୍କୁ ଅଜଣାର ଡୋର।

ରୀତି,ନୀତି, ପୂଜା ବିଧି ମାନିଅଛୁ ଆପଣାର,
ଆପଣ ଥିଲେ ହେଁ ଅସମ୍ଭବ ରେ ସମ୍ଭବର ସବୁ ଦ୍ଵାର।

ତୁମେ ହିଁ ତ ସେହି ରାତି ପରେ ଦିନ, ଦିନ ପରେ ରାତି,
ଏମିତି ହିଁ ତୁମରି ପରିବର୍ତ୍ତନର କାଳ ।

ତୁମ ପ୍ରତି ଆଶା ସବୁ, ଯଦି ଚାଲିଯିବ ମନେ କେବେ,
ସେହି ସମୟ ରେ ଜଣାଉଥିବ ଯେ,
ଆମ ଆଶା ଠାରୁ ତୁମ ଆଶା ଥିଲା, 
ସବୁଠାରୁ ତନୁ ମନେ ।

ଯୁଗ ଯୁଗ ହେଲା ଦେଇଛନ୍ତି ବନ,ଝର,ଗିରି,ତରୁ ଲତା….
ସେହି ସବୁରୁ ହିଁ ଆମ୍ଭେ କୁଟୁମ୍ବ ପାଳୁଛୁ ତୁମରି ଦେବାର ମାନେ।

କାଳ କାଳ ଥିବ ଆମ ପାଇଁ ତୁମ୍ଭେ ,
              ନ ଭୂଲିବୁ ଆମ ମନେ…….
               ନ ଭୁଲିବୁ ଆମ ମନେ………


ରାମକୃଷ୍ଣ ବାଡତ୍ୟା (ଲେଖକ)




If the contents are helpful to share them with your friends, Thanking You.

ଆଦରେ ଡାକନ୍ତି ମୋତେ ???

ହବାଇ ଚପଲ, slipper, chapal
ଆଦରେ ଡାକନ୍ତି ମୋତେ ???
ଅଜଣା ପଥିକ ସାଜି
ସଦା ସଙ୍ଗେ ଯାଏ ସିନା
ଆଦର କେବଳ ଦେଖାଣିଆ ଥାଏ ।
କେବେ ତ ଇଜ୍ଜତ ପାଇନି
ନା ମୋର ଅଧିକାର ଅଛି ଜାଣେନା,
କିନ୍ତୁ ଦିଏ ନାହିଁ କେବେ କଷ୍ଟ କାହାକୁ ।।
ହାରି ଯାଏ ବେଳେବେଳେ
ସେ ସନ୍ତସନ୍ତିଆ ମେଞ୍ଚା କାଦୁଅ ରେ ।
ଯେବେ ସେଠୀ ହାରିଯାଏ
ମଣିଷ ମୋତେ ଆଦରି ନିଏ
ତା କୋମଳ ହାତରେ ।।
ଯେବେ ଛିଣ୍ଡି ଯାଏ ମୋର ଅବିଚ୍ଛେଦ୍ୟ ଅଙ୍ଗ !
ତେବେ ଅଳ୍ପ ଦୁଃଖ ର ଆଭାସ ହୁଏ ମଣିଷ ମନରେ
ସତରେ ମୋ ପାଇଁ ମଣିଷ
କେବେ ଦୁଃଖୀ ହୁଏ ତ କେବେ ଖୁସି ।।
ବାହାରେ ପଡ଼ି ରହେ ମୁଁ ସଦା
ନା ବର୍ଷା ନା ଖରାକୁ କି ଅବା ମୋ ଡର,
ନା ମୋ ଯୋଗୁ କେ ହୋଇଛି କଲବଲ
ସମସ୍ତେ ମୋତେ ଆଦରେ ଡାକନ୍ତି
ହାବାଇ ଚପଲ ।।
ହାବାଇ ଚପଲ ।।
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

If the contents are helpful to share them with your friends, Thanking You.

ଅଧା ଗଢ଼ା ସମ୍ପର୍କ

ଅଧା ଗଢ଼ା ସମ୍ପର୍କ
Click the image for full story

ଅଧା ଗଢ଼ା ସମ୍ପhttps://youtube.com/shorts/ZAQAVsDTekQ?feature=shareର୍କ…1

ଅଧା ଗଢ଼ା ସମ୍ପର୍କ…1

ଅଧା ଗଢ଼ା ସମ୍ପର୍କ…2

ଅଧା ଗଢ଼ା ସମ୍ପର୍କ…2

ଅଧା ଗଢ଼ା ସମ୍ପର୍କ…3

ଅଧା ଗଢ଼ା ସମ୍ପର୍କ…3

ଅଧା ଗଢ଼ା ସମ୍ପର୍କ…Last

ଅଧା ଗଢ଼ା ସମ୍ପର୍କ…Last

ଅଧା ଗଢ଼ା ସମ୍ପର୍କ1

ଅଧା ଗଢ଼ା ସମ୍ପର୍କ 1,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ପ୍ରଥମ

ଏହି କାହାଣୀ କୁ ପଢ଼ିବା ପୂର୍ବରୁ ଆପଣଙ୍କୁ ବିନୀତ ଅନୁରୋଧ ଯେ “ଫେରିଆସ” କାହାଣୀ ଟିକୁ ପୁରା ପଢ଼ିବା ପାଇଁ। ତାପରେ ଏହି କାହାଣୀ ପଢ଼ିଲେ ଆପଣ ବୁଝିପାରିବେ। ଯଦି ପଢ଼ି ସାରି ଛନ୍ତି ତେବେ ଆଗକୁ ପଢ଼ନ୍ତୁ । ଫେରି ଆସ କାହାଣୀ ର ଶେଷ ରୁ ଏହି କାହାଣୀ ଟି ଆରମ୍ଭ ହୋଇଛି । ଉକ୍ତ କାହାଣୀ ର ଲିଙ୍କ୍ ଆପଣ ଏଠି Click କରି ପଢ଼ି ପାରିବେ ।

ତେବେ ଚାଲନ୍ତୁ ଆରମ୍ଭ କରିବା ଅଧା ଗଢା ସମ୍ପର୍କ….

ମଳୟ ଫେରି ଆସିଛି ଦିଲ୍ଲୀ । ମଳୟ ର କିଛି ବ୍ୟକ୍ତିଗତ କାମ ଯୋଗୁ ସେ ଫେରି ଆସିଥିଲା । ପ୍ରାୟ ୨ ଦିନ ପରେ ମଳୟ ଜଏନ କରିଛି ଅଫିସ ରେ । ଲଞ୍ଚ ବ୍ରେକ ପୂର୍ବରୁ ମଳୟ ତାର କାମ ସାରି ବସିଥାଏ। ଟିମ୍ ଲିଡର ମଳୟ ପାଖରେ ପହଁଚିଲା। କଣ ? ମଳୟ ଆଜି କାମ ସରିଗଲାଣି ??

ମଳୟ ହଁ କହିଲା ପରେ ଦୁହେଁ କେଣ୍ଟିନ ଯିବାକୁ ବାହାରିଲେ। ଟିମ୍ ଲିଡର ମଧ୍ୟ ଓଡ଼ିଆ ଭାଷୀ, ତାଙ୍କୁ ସମସ୍ତେ ରିପିନ୍ ସାର୍ ବୋଲି ଡାକନ୍ତି ଏବଂ ସେ ବହୁତ୍ ସିନିଅର । ରିପିନ୍ ସାର୍ ମୁକେଶ ସହିତ ମଧ୍ୟ ଭଲ ସମ୍ପର୍କ କିନ୍ତୁ ମୁକେଶ ଅପେକ୍ଷା ମଳୟ ସହିତ ବହୁତ୍ କ୍ଲୋଜ ।

ଭୁବନେଶ୍ୱର ର ହାଲଚାଲ ପଚାରିଲା ପରେ ଘର କଥା ଏବଂ ଅନ୍ୟ କଥା ମଳୟ ସାର୍ କୁ କହିଲା। ରିପିନ୍ ସାର୍ ପଚାରିଲେ । ମଳୟ !! ସବୁ କଥା ତ କହିଲ କିନ୍ତୁ ତମ କଥା ତ କହିଲ ନାହିଁ। ମଳୟ କହିଲା ମୋ କଥା କିଛି ନାହିଁ ସାର୍। ରିପିନ୍ ସାର୍ କହିଲେ। ମୁଁ ଶୁଣିବାକୁ ପାଇଲି ଯେ ତମେ ମୁକେଶ ର ଭଉଣୀ କୁ ପସନ୍ଦ କରିଛ । ଏଠି ତ ବହୁତ୍ ଝିଅ ଥିଲେ କେହି ପସନ୍ଦ ହେଲେ ନାହିଁ। ମଳୟ ଅଳ୍ପ ହସି କହିଲା ନାହିଁ ସାର୍ ସେମିତି କିଛି ନାହିଁ। ଏମିତି ରେ ଓଡ଼ିଆଣୀ ଝିଅ ସମସ୍ତଙ୍କ ଠାରୁ ନିଆରା। ଓଡ଼ିଆ ଝିଅଙ୍କ ଭଲ ପାଇବା ଏବଂ ଚରିତ୍ର ବ୍ୟବହାର ଏହି ମାୟା ନଗରୀ ଝିଅ ଙ୍କ ଅପେକ୍ଷା ପବିତ୍ର ଏବଂ ଶାନ୍ତ ସରଳ।

ରିପିନ୍ ସାର୍ କହିଲେ, ହଁ ଏ ତ ସତ କଥା । ଆମ ଓଡ଼ିଆ ଝିଅ ସବୁଠୁ ଅଲଗା। ଏଠି ତ ଝିଅ ଙ୍କୁ ଚିହ୍ନିବାକୁ ହେଲେ ତୁମ ପକେଟ୍ ରେ ଟଙ୍କା ଥିବା ଦରକାର କିନ୍ତୁ ଓଡ଼ିଆ ଝିଅ କୁ ଚିହ୍ନିବାକୁ ହେଲେ ତୁମର ଭଲ ମନ ଟିଏ ଥିଲେ ବହୁତ୍ କିଛି। ମଳୟ କହିଲା ସେହି ମନ ଯୋଗୁ ତ ମୋତେ ମୁକେଶ ର ଭଉଣୀ ପସନ୍ଦ କରିଛି ।

ହଠାତ୍ ରିପିନ୍ ସାର୍ ଙ୍କ ଫୋନ୍ ବାଜି ଉଠିଲା । ରିପିନ୍ ସାର୍ କହିଲେ ତମେ ଲଞ୍ଚ କରି ଆସ । ମୋତେ HR ଡାକୁଛନ୍ତି ମୁଁ ପରେ କଥା ହେବି କିନ୍ତୁ ମୋତେ ସବୁ କହିବ, କହି ଚାଲିଗଲେ। ମଳୟ କୁ ଭୋକ ନଥାଏ। ସେ ଟେବୁଲ୍ ବସି ଭାବୁଥାଏ । ଭୁବନେଶ୍ୱର ରେ ବିତେଇ ଥିବା କିଛି ସମୟ ପାଖକୁ ସେ ଫେରିଗଲା…….

.

.

.

.

.

.

.

.

ସେଦିନ ମୁକେଶ ସହିତ ମଳୟ ଭୁବନେଶ୍ୱର ଆସି ପହଞ୍ଚିଲା। ମୁକେଶ ଅଧିକ ଦିନ ଛୁଟି ଆଣିଥାଏ କିନ୍ତୁ ମଳୟ କେବଳ ଗୋଟିଏ ସପ୍ତାହ ନେଇ ଆସିଥିଲା। ଗୋଟିଏ ଦିନ ତାର ମାମୁଁ ଘରେ ରହିଲା। ଦ୍ଵିତୀୟ ଦିନ ତା ଘରକୁ ସକାଳେ ଯାଇ ସନ୍ଧ୍ୟା ବେଳେ ଫେରି ଆସିଲା ମୁକେଶ ଘରକୁ । ମୁକେଶ ଘରେ ମଳୟ କୁ ପୁଅ ର ସମ୍ମାନ ମିଳିଲା । ସେଦିନ ରାତି ବିତିଗଲା ।

ତୃତୀୟ ଦିନ ସକାଳେ ମଳୟ ବାଥ୍ ରୁମ୍ କୁ ଯାଇଥାଏ । ବାଥରୁମ୍ ଫେରିବା ସମୟରେ ତାର ନଜର ଯାଇ ପଡ଼ିଲା ପ୍ରିୟଙ୍କା ଉପରେ । ପ୍ରିୟଙ୍କା ଗୋଟିଏ ହାତରେ ବ୍ରସ୍ କରୁଛି ଆଉ ଗୋଟିଏ ହାତରେ ମୋବାଇଲ୍ ଦେଖିବାରେ ଲାଗିଛି । ସେ ମୋବାଇଲ୍ ତାର ନୁହଁ । ସେ ମୋବାଇଲ୍ ଥିଲା ମଳୟ ର । ମଳୟ ବାହାରକୁ ଆସିଲା । କେବଳ ଗୋଟିଏ ଟାୱେଲ ପିନ୍ଧି ବାହାରକୁ ଆସିଛି । ଅଳ୍ପ ଲଜ୍ଜା ଅନୁଭବ ପରେ ସେ ପ୍ରିୟଙ୍କା କୁ କହିଲା ଯେ ତମେ ଅଳ୍ପ ସାଇଡ ହେବ ?? ମୁଁ ରୁମ୍ କୁ ଯାଇଥାନ୍ତି। ଏତିକି ଶୁଣି ପ୍ରିୟଙ୍କା ମଳୟ ର ମୋବାଇଲ୍ କୁ ମଳୟ କୁ ଦେଇ କହିଲା ତମ ଫୋନ୍ ଆସିଥିଲା। ତୁମ ବାପା ଫୋନ୍ କରିଥିଲେ । ମୁଁ କହିଲି ଗାଧୋଇବାକୁ ଯାଇଛନ୍ତି ବୋଲି । ଏତିକି ଶୁଣି ମଳୟ ଅଳ୍ପ ରାଗ ସହିତ ଦୁଃଖୀ ହୋଇଗଲା ଏବଂ ମୋବାଇଲ୍ ନେଇ ରୁମ୍ ଭିତରକୁ ଚାଲିଗଲା।

ରୁମ୍ ଭିତରକୁ ଗଲା ପରେ ମଳୟ ମୋବାଇଲ୍ ଖୋଲି ଦେଖିଲା ଯେ ପ୍ରିୟଙ୍କା ତାର ମୋବାଇଲ୍ ରେ କଣ ଦେଖୁଥିଲା ?? ସେ ଦେଖିଲା ଯେ ସେ ମଳୟ ର ଫୋଟୋ କୁ ଦେଖୁଥିଲା । ମଳୟ ନିଜ ୱାଲପେପର ରେ ତାର ଫୋଟୋ କୁ ରଖିଥିଲା । ମଳୟ ଏତେ ଚିନ୍ତା ନ କରି ବ୍ରେକଫାଷ୍ଟ କରିବା ପାଇଁ ବାଇକ୍ ନେଇ ବାହାରି ଗଲା ଛକ ରେ ଥିବା ବାବୁ ଦୋକାନ କୁ । ସେଠୁ ଫେରିଲା ବେଳେ ଘର ପାଇଁ ମଧ୍ୟ କିଛି ବ୍ରେକଫାଷ୍ଟ୍ ନେଇ ଆସିଥିଲା।

ମଳୟ ଯେତେବେଳେ ଘରକୁ ଫେରିଲା ସେ ସିଧା ମୁକେଶ ରୁମ୍ କୁ ଗଲା ସେଠୀ ସେ ପ୍ରିୟଙ୍କା କୁ ଦେଖିଲା । ପ୍ରିୟଙ୍କା ମୁକେଶ ର ଟି ସାର୍ଟ ପିନ୍ଧି ବସି ଝିଅ ସହିତ ଗେଲ ହେଉଛି। ମଳୟ କୁ ଟିକେ ଅଡ଼ୁଆ ଲାଗିଲା। ସେ ପ୍ରିୟଙ୍କା କୁ ପଚାରିଲା । ୟେ ତ ମୁକେଶ ର ଟି ସାର୍ଟ। ତମେ କାହିଁକି ପିନ୍ଧିଚ?? ପ୍ରିୟଙ୍କା କହିଲା ତାର ସବୁ ଟି ସାର୍ଟ ମୁଁ ଘରେ ପିନ୍ଧେ। ଏତିକି ଶୁଣି ମୁକେଶ ଉଠି କହିଲା । ପ୍ରିୟଙ୍କା ତୁ ଯାଆ ଏଠୁ । ତାପରେ ପ୍ରିୟଙ୍କା ଝିଅ କୁ ନେଇ ସେଠୁ ଚାଲିଗଲା।

ମଳୟ ପଚରିଲା, କଣ ମହାରାଜ ଆଜି ଉଠିବ କି ନାହିଁ ? ମୁକେଶ କହିଲା। ତୁ ଆଜି ଶୀଘ୍ର ଉଠିଗଲୁ ଯେ । ମଳୟ କହିଲା, ରାତି ଯାକ ନିଦ ନାହିଁ ରେ । ମୁକେଶ ପଚାରିଲା କଣ ହେଲା କି ??

ମଳୟ କହିଲା ସେ ବାପା ଙ୍କ କଥା !!!

If the contents are helpful to share them with your friends, Thanking You.

ଅଧା ଗଢ଼ା ସମ୍ପର୍କ2

ଅଧା ଗଢ଼ା ସମ୍ପର୍କ 2,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ଦ୍ଵିତୀୟ

ମୁକେଶ ପଚାରିଲା କଣ ହେଲା କି ? ଏବେ ତ ସବୁ ଠିକ୍ ହୋଇ ଯାଇଥିଲା । ମଳୟ କହିଲା କଣ ଠିକ୍ ରେ ?? ମୋ ମା ତ ମୋ ଜନ୍ମ ପରେ ଛାଡ଼ି ଚାଲିଗଲା । ବାପା ସାବତ ମା କୁ ଘରକୁ ଆଣିଲେ । ମୁଁ ପିଲା ଦିନୁ ମାମୁ ଘରେ ରହି ବଡ ହୋଇଛି। କାଲି ଯେତେବେଳେ ମୁଁ ଘରେ ପହଞ୍ଚିଲି ।

ମୋ ସାବତ ମା, ମୋତେ ଯେମିତି ସନ୍ଦେହ ନଜର ରେ ଦେଖୁଥିଲେ। ମୋ ଭଉଣୀ ରୂପା ଆଉ ସାନ ଭାଇ ରୀଙ୍କୁ ମୋତେ ଯେମିତି ପର ଲୋକ ଭଳି ବ୍ୟବହାର କରିଲେ। ମୋତେ ଅଣ ନିଃଶ୍ୱାସି ଅନୁଭବ ହେଲା। ଏପଟେ ବାପା ମଧ୍ୟ ଦେଖାଣିଆ ହୋଇ ପଚାରିଲେ । ତାଙ୍କ ବ୍ୟବହାର ମୋତେ ବହୁତ୍ କଷ୍ଟ ଦେଲା। କଣ କରିବି ? ତୋର ଅନୁରୋଧ ରେ ସିନା ଆସିଲି । କିନ୍ତୁ ଭାବୁଛି ଆଜି ସନ୍ଧ୍ୟାରେ ଫେରିଯିବି।

ମୁକେଶ, ଆରେ ସେମାନଙ୍କ କଥା ଛାଡ । ତୋର ଛୁଟି ଆଉ ଚାରି ଦିନ ବାକି ଅଛି । ତୁ ଏଠି ତିନି ଦିନ ରହି ଯାଆ । ଏଠି କଣ ଅସୁବିଧା ଅଛି କି ?? ଠିକ୍ ସେତିକିବେଳେ ସୁଜାତା ସହିତ ପ୍ରିୟଙ୍କା ଆସି ପହଞ୍ଚିଲେ । ସୁଜାତା ପଚାରିଲା କଣ ମଳୟ ଆଜି ଏତେ ଶୀଘ୍ର ନିଦ ଭାଙ୍ଗି ଗଲାଣି । ମଳୟ କହିଲା, ଭାବୁଛି ଆଜି ଦିଲ୍ଲୀ ଫେରିଯିବି । ଏତିକି ଶୁଣି ସୁଜାତା ମଳୟ ପାଖରେ ବସିଲେ ଏବଂ ପ୍ଲେଟ ରେ ଆଣିଥିବା ଗୋଟିଏ ସିଙ୍ଗଡ଼ା ମଳୟ ପାଟିରେ ପୁରେଇ କହିଲେ ଯେ ତମେ ତିନି ଦିନ ଆମ ଘରେ ରହିବ ଏବଂ ଚତୁର୍ଥ ଦିନ ତମେ ଯାଇ ଜଏନ କରିବ।

ମଳୟ, ନାହିଁ ଭାଉଜ । ଆଉ ରହିବନି ମୁଁ ଏଠି ରହିଲେ ଘର କଥା ମନେ ପଡ଼ିବ। ମୋତେ ଏଠୁ ଫେରି ଯିବା ଭଲ। ମୁକେଶ ମଳୟ ର କାନ୍ଧରେ ହାତ ରଖି କହିଲା। ଭାଇ ତୁ କୁଆଡେ ଯିବୁନି ଦୁଇ ଦିନ ରହିବୁ ତାପରେ ଯିବୁ। ମୁଁ କିଛି ସୁଣିବିନି। ଆଉ ଆଜି ସମସ୍ତେ କିଛି ଯୋଜନା ବନେଇ ଛନ୍ତି। ମଳୟ କୁଆଡେ? ପ୍ରିୟଙ୍କା କହିଲା। ଆମେ ଆଜି ବଗିଚା ବୁଲି ଯିବା। ବୋଉ,ଭାଇ, ଭାଉଜ, ଝିଅ ଆଉ ତମେ ଆଉ ମୁଁ। ସମସ୍ତେ ମିଶି କରି ଯିବା। ମଳୟ ଅଳ୍ପ ଚିନ୍ତା ରେ ପଡ଼ିଲା। ମୁକେଶ କହିଲା, କିଛି ଚିନ୍ତା କରେ ନାହିଁ। ତୁ ଦୁଇ ଦିନ ରହ ତାପରେ ଚାଲିଯିବୁ ତୋତେ ଆଉ ବାଧ୍ୟ କରିବି ନାହିଁ। ମଳୟ ମୁକେଶ କଥାରେ ରାଜି ହେଲା। ତାପରେ ସମସ୍ତେ ଶୀଘ୍ର ରେଡ଼ି ହୋଇ ବାହାରିଲେ ବଗିଚା ବୁଲିବାକୁ।

ଘର ଠାରୁ ବଗିଚା ୨ କିମି ରୁ ଅଧିକ ହେବ। ଚାଲି ଚାଲି ଯିବାକୁ ପଡ଼େ । ପ୍ରିୟଙ୍କା ର ସବୁ ଯୋଜନା। ସକାଳୁ ସକାଳୁ ଆଜି ଭାଉଜ ସହିତ ମିଶି ଯୋଜନା ବନେଇ ସାରିଲେଣି। ସମସ୍ତେ ବଗିଚା ବୁଲିବାକୁ ବାହାରିଲେ କିନ୍ତୁ ବୋଉ ମନା କରିଲେ । ବାକି ସମସ୍ତେ ବଗିଚା ବୁଲିବାକୁ ବାହାରିଲେ। ବଗିଚାରେ ପହଞ୍ଚିଲା ପରେ ସମସ୍ତେ ସପୁରୀ ପଣସ ଖାଇଲେ ଏବଂ ନଡ଼ିଆ ପାଣି ପିଇଲେ। ମଜା ମସ୍ତି କରିଲେ । ମୁକେଶ ସହିତ ସୁଜାତା ଝିଅ ଥାଏ ଏପଟେ ପ୍ରିୟଙ୍କା ସହିତ ମଳୟ ବୁଲୁଥାଏ । କିଛି ସମୟ ବୁଲିଲା ଭାଉଜ କହିଲେ ମୁଁ ଥକି ଗଲିଣି ତମେ ବୁଲିବ ଯଦି ବୁଲ । ମୁଁ ଆଉ ପାରିବିନି । ପ୍ରିୟଙ୍କା କହିଲା ତମେ ବସିଥାଅ ଆମେ ଦୁଇ ଜଣ ବୁଲିବୁ । ମଳୟ ନାହିଁ କହିଲା କିନ୍ତୁ ମୁକେଶ କହିଲା ଯା ଯା ବୁଲି ଆସେ ।

ମଳୟ ଏବଂ ପ୍ରିୟଙ୍କା ବୁଲି ବୁଲି ବଗିଚା ରୁ ଦୂରରେ ନଦୀ କୂଳରେ ପହଞ୍ଚିଲେ। ପ୍ରିୟଙ୍କା କଥା ହେବାକୁ ଚାହୁଁଥିଲା କିନ୍ତୁ ମଳୟ କେବଳ ହଁ କିମ୍ବା ନା ରେ ଉତ୍ତର ଦେଉଥିଲା। ଦୁହେଁ ଚାଲି ଚାଲି ଥକି ଗଲେ । ପ୍ରିୟଙ୍କା ପଚାରିଲା ତମେ ଏମିତି ଶାନ୍ତ ରୁହ ନା ମୋ ଆଗରେ ଏମିତି ଚୁପ୍ ରହୁଚ। ମଳୟ ଚୁପ୍ ରହିଲା। ପ୍ରିୟଙ୍କା ପୁଣି ପଚାରିଲା, କଣ ୟାର ମଧ୍ୟ ଉତ୍ତର ଦେବନି । ମଳୟ କହିଲା ନା ସେମିତି କିଛି ନାହିଁ । ଏମିତି ରେ ଝିଅ ମାନଂକ ସହିତ ମୁଁ କମ୍ କଥାବାର୍ତ୍ତା ହୁଏ। ପ୍ରିୟଙ୍କା ପଚାରିଲା, ତେବେ ତୁମର କେହି ଝିଅ ସାଙ୍ଗ ନାହାନ୍ତି ?? ମଳୟ ପଚାରିଲା , ପ୍ରଶ୍ନ କରିବାର ମାନେ ?? ପ୍ରିୟଙ୍କା କହିଲା, ମୋର ପ୍ରଶ୍ନ ଯେ ତମେ ଝିଅ ମାନଂକ ସହିତ କଥା ହୁଅ ନାହିଁ କହିଲ ସେଥିପାଇଁ ଏହି ପ୍ରଶ୍ନ ପଚାରିଲି। ମଳୟ କହିଲା । ଅଛନ୍ତି ଆମ କମ୍ପାନୀ ରେ ସେମାନଙ୍କ ସହିତ କଥା ହୁଏ । ପ୍ରିୟଙ୍କା ତେବେ ସେମାନଙ୍କ ଭଳି ମୋ ସହିତ ମଧ୍ୟ କଥା ହୁଅ । ମଳୟ କଣ କଥା ହେବି ଭାବି ପାରୁନି।

ପ୍ରିୟଙ୍କା କହିଲା, ହଉ ମୁଁ ପଚାରିବି ତମେ ଉତ୍ତର ଦିଅ ଏବଂ ତମେ ପଚାରିବ ମୁଁ ଉତ୍ତର ଦେବୀ । ସେଠୁ କଥା ଆରମ୍ଭ ହୋଇଯିବ। ଏତିକି ଶୁଣି ଦୁହେଁ ହସିବାକୁ ଲାଗିଲେ। ମଳୟ ର ଚେହେରା ରେ ହସ ଦେଖି ପ୍ରିୟଙ୍କା କୁ ମଧ୍ୟ ଖୁସି ଲାଗିଲା। କାରଣ ସେ ସକାଳ ଠାରୁ ବହୁତ୍ ଦୁଃଖରେ ଥିଲା। ଦୁହିଙ୍କ କଥା ବାର୍ତ୍ତା ଆରମ୍ଭ ହୋଇଗଲା। ଦେଖୁ ଦେଖୁ ଦୁଇ ଘଣ୍ଟା ବିତିଗଲାଣି ମୁକେଶ ଅପେକ୍ଷା କରି ବସିଛି ସେ ଦୁଇ ଜଣ କେତେବେଳେ ଆସିବେ। ଶେଷରେ ମୁକେଶ ଖୋଜି ଖୋଜି ନଦୀ କୂଳରେ ଆସି ପହଞ୍ଚିଲା। ପ୍ରିୟଙ୍କା ଭାଇ କୁ ଦେଖି କହିଲା। ତମେ ବୁଲିବାକୁ ଆସିଲ। ମୁକେଶ ରାଗ ଭଳି ଅଭିନୟ କରି କହିଲା ଅନ ଦୁଇ ଘଣ୍ଟା ଅପେକ୍ଷା କରିଛୁ କେତେବେଳେ ଆସିବ କିନ୍ତୁ ତମ ଦୁଇ ଜଣଙ୍କ କଥା ସରିନି । ସୁଜାତା କହିଲେ । ଆଜି ପ୍ରିୟଙ୍କା କୁ ନୂଆ ଲୋକ ମିଳିଛନ୍ତି । ସେ ଆଜି ସବୁ କଥା ହୋଇ ସାରିବ। ପ୍ରିୟଙ୍କା ଅଳ୍ପ ଲାଜେଇ ଗଲା। ତାପରେ ସମସ୍ତେ ଘରକୁ ଫେରିଲେ । ଘରେ ଖାଇବା ପରେ ସମସ୍ତେ ତାସ ଖେଳରେ ବସି ଗଲେ। ତାସ ଖେଳ ରେ ମଧ୍ୟ ପ୍ରିୟଙ୍କା ମଳୟ କୁ କେବେ ହାରିବାକୁ ଦିଏ ନାହିଁ। ମୁକେଶ ପଚାରିଲା କଣ ପ୍ରିୟଙ୍କା ?? ମଳୟ କଣ ବାରମ୍ବାର ଜିତୁଛି ?? ଘଟଣା କଣ?? ଆମ ଘରେ ତୁ ସବୁବେଳେ ଜିତୁ ଆଜି କଣ ମଳୟ ଜୀତୁଛି । ପ୍ରିୟଙ୍କା ଚୁପ୍ ରହିଲା । କିଛି ସମୟ ଖେଳ ପରେ ସନ୍ଧ୍ୟା ଯୋଗୁ ମୁକେଶ ମଳୟ ବାହାରିଗଲେ । ନଈ ପଠା କୁ । ସେଠୀ କଥାବାର୍ତ୍ତା ସରି ଫେରୁ ଫେରୁ ରାତି ୭ ଟା। ଏପଟେ ପ୍ରିୟଙ୍କା ଭାଉଜ ଙ୍କୁ ବାରମ୍ବାର ପଚାରୁଥାଏ ସେମାନେ କେତେବେଳେ ଆସିବେ?? ସୁଜାତା କହିଲା ଖବର କଣ ଏତେ ଚିନ୍ତା କାହିଁକି ସେମାନେ ଆସିଯିବେ । ଶେଷରେ ପ୍ରିୟଙ୍କା ଭାଉଜ ଙ୍କୁ କହିଲା। ତମେ କଲ୍ କରି ଡାକ। ସୁଜାତା ହସିଲେ । ଘଟଣା କଣ?? ପ୍ରିୟଙ୍କା ?? ମଳୟ ପସନ୍ଦ ହୋଇଛି ବୋଧେ ତୁମକୁ। ପ୍ରିୟଙ୍କା କିଛି ନ କହି ଅଳ୍ପ ଲାଜେଇ ଚୁପ୍ ରହିଲା । ସୁଜାତା ପୁଣି ପଚାରିଲା ତେବେ ମୁଁ ଯାହା ଭାବିଛି ସବୁ ସତ ନା?? ପ୍ରିୟଙ୍କା ହଁ କରି କହିଲା , ହଁ ଭାଉଜ ପସନ୍ଦ ତ କରୁଛି କିନ୍ତୁ ସେ ପସନ୍ଦ କରୁଛି କି ନାହିଁ ମୁଁ ଜାଣିନି।

If the contents are helpful to share them with your friends, Thanking You.

ଅଧା ଗଢ଼ା ସମ୍ପର୍କ3

ଅଧା ଗଢ଼ା ସମ୍ପର୍କ 3,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ତୃତୀୟ

ସୁଜାତା କହିଲା, ଯଦି ତମେ ପସନ୍ଦ କରୁଛ ତେବେ ଆଜି ସନ୍ଧ୍ୟାରେ ତମକୁ ମଉକା ଦିଆ ଯିବ ତମେ ତମ ଭଲ ପାଇବା କୁ ମଳୟ ଆଗରେ ପ୍ରକାଶ କର।

ପ୍ରିୟଙ୍କା ପଚାରିଲା ସେ ବ୍ୟବସ୍ଥା ମୁଁ କରିଛି। ତମେ ଖାଲି ହଁ କରିଲେ ହେଲା। ପ୍ରିୟଙ୍କା ରାଜି ହେଲା। କିଛି ସମୟ ପରେ ଦୁଇ ସାଙ୍ଗ ଘରକୁ ଆସିଲେ । ରାତିରେ ଖାଇବା ପରେ । ଯୋଜନା ହେଲା ଯେ ଆଜି ସମସ୍ତେ ଛାତ ଉପରେ ଶୋଇବା । ସମସ୍ତେ ପହଞ୍ଚିଲେ ଛାତ ଉପରେ। ବିଛଣା ପଡ଼ିଲା ଶୋଇବା ପୂର୍ବରୁ ସମସ୍ତେ ବସି କଥା ହେଲେ । ଗୋଟିଏ ପଟେ ମୁକେଶ ଆଉ ସୁଜାତା ଟା ଆଉ ଗୋଟିଏ ପଟେ ମଳୟ ଏବଂ ପ୍ରିୟଙ୍କା । ଏ ଦୁଇ ଜଣକ ମଝିରେ ଝିଅ ସୋଇଛି। କିଛି ସମୟ କଥା ପରେ ମଳୟ କୁ ନିଦ ଲାଗି ଯାଇଛି କିନ୍ତୁ ତାହା ଥିଲା ମିଛ ନିଦ । ପ୍ରିୟଙ୍କା ଚାହୁଁଥିଲା କଥା ହେବାକୁ କିନ୍ତୁ ମଳୟ ସୋଇଯିବା ଦେଖି ସେ ଦୁଃଖୀ ହୋଇଗଲା ଏବଂ ସେ ଉଠି ବସିଗଲା । ତାକୁ ଭାଉଜ ଦେଇଥିବା ଯୋଜନା ବିଫଳ ହେଲା ଭଳି ଅନୁଭବ ହେଉଥିଲା । ଠିକ୍ ସେତିକିବେଳେ ହଠାତ୍ ମଳୟ ଧିର ସ୍ଵରରେ ପ୍ରିୟଙ୍କା କୁ ପଚାରିଲା, କଣ ନିଦ ଲାଗୁନି। ଏତିକି ଶୁଣି ପ୍ରିୟଙ୍କା ଯେମିତି ଖୁସିରେ ପାଗଳ ହୋଇଗଲା। ସେ ସଙ୍ଗେ ସଙ୍ଗେ ମଳୟ ଆଡ଼କୁ ଚାହିଁ ରହିଲା ଏବଂ କହିଲା ମୁଁ କଥା ହେବାକୁ ଚାହୁଁଛି ଏବଂ ତମେ ଯେ ଘୁଙ୍ଗୁଡ଼ି ମାରୁଚ। ମୁକେଶ ଧିର ସ୍ଵରରେ କହିଲା, ମୋତେ ମଧ୍ୟ କହିବୁ କଣ କଥା ହେବ । ସେପଟେ ସୁଜାତା ମୁକେଶ ପାଟି କୁ ଚୁପ୍ କରି କହିଲା ସେମାନେ କଥା ହୁଅନ୍ତୁ ତମେ କାହିଁକି ମଝିରେ କଳା ବିଲେଇ ସାଜିଲ। ମଳୟ ହସିଲା । ମୁକେଶ କହିଲା ଆରେ ମୋର କହିବାର ମାନେ ଯଦି କଥା ହେବାର ଅଛି ଏଠି କଥା ହେଲେ ଆମେ କାଳେ ସୁଣିଦେବୁ ତମେ ଟିକେ ଦୂରରେ ବସି କଥା ହେବ ଆମକୁ ମଧ୍ୟ ଡିଷ୍ଟର୍ବ ହେବ ନାହିଁ । ଏତିକି କହିବା ପରେ ସମସ୍ତେ ହସିଲେ । ସୁଜାତା କହିଲା । ପ୍ରିୟଙ୍କା ତମେ ଯାଅ କଣ କଥା ହେବାର ଅଛି କଥା ହୋଇ ଆସ।

ତାପରେ ପ୍ରିୟଙ୍କା ଏବଂ ମଳୟ ଅଳ୍ପ ଦୂରେଇ ଯାଇ ବସିଲେ । ଦୁହେଁ ଅଳ୍ପ ଅଳ୍ପ ଦୂରରେ ବସି ଥାନ୍ତି। ଦିନ ର ବ୍ୟଥା ଦୁହିଁଙ୍କୁ ଅନୁଭବ ହେଉଥିଲେ ମଧ୍ୟ ଦୁହେଁ ସେ ସମୟକୁ ବ୍ୟର୍ଥ କରିବାକୁ ଚାହୁଁ ନଥିଲେ। କଥା ଆରମ୍ଭ ହେବା ପୂର୍ବରୁ। ମଳୟ ପଚାରିଲା କଣ କଥା ଅଛି କୁହ ?? ପ୍ରିୟଙ୍କା କହିଲା ମୋ ପାଖରେ କିଛି କଥା ତ ନାହିଁ କିନ୍ତୁ ମୁଁ ତମ ମୁହଁରୁ ଶୁଣିବାକୁ ଚାହୁଁଛି । କାରଣ ଦିନରେ ମୁଁ କହିଛି ଏବେ ତୁମର ପାଳି ତମେ କୁହ ମୁଁ ଶୁଣିବି। ମଳୟ ଅଳ୍ପ ହସି କଣ କହିବି ମୋ କଥା ଏବଂ କିଛି କଥା ହେବା ପୂର୍ବରୁ ମୁଁ କେତୋଟି କଥା ପଚାରିବାକୁ ଚାହେଁ। ପ୍ରିୟଙ୍କା କହିଲା, ହଁ ପଚାର ?? ମଳୟ ପଚାରିଲା, ମୋତେ ଯେତିକି ଅନୁଭବ ହେଉଛି ଯେ ତୁମେ ମୋତେ ପସନ୍ଦ କରୁଛ ?? ଏବଂ ଯଦି ସେହିଭଳି ହୋଇଥାଏ ତେବେ ମୋ ଘର ଏବଂ ମୋ ବିଷୟରେ ତୁମକୁ ଜାଣିବା ଦରକାର ଏବଂ ଶେଷ କଥା ଟି ହେଉଛି । ଯଦି ତମେ ମୋ ସାଥୀ ହେବାର ସ୍ଵପ୍ନ ଦେଖିଛ ତେବେ ତୁମ ପରିବାର ଏହି ସମ୍ପର୍କ କୁ ଉଚିତ୍ ମାନ୍ୟତା ଦେବେ କି ?? ପ୍ରିୟଙ୍କା କହିଲା, ଏହି ପ୍ରଶ୍ନ ର ଉତ୍ତର ଦେବା ପୂର୍ବରୁ ମୋର ଗୋଟିଏ ପ୍ରଶ୍ନ ର ଉତ୍ତର ଦିଅ ଯେ ତୁମେ ମୋତେ ପସନ୍ଦ କର କି?? ମଳୟ ଚୁପ୍ ରହିଲା । ପ୍ରିୟଙ୍କା ପୁଣି ଥରେ ପଚାରିଲା। ଉତ୍ତର ଦିଅ ମଳୟ ?? ମଳୟ କହିଲା, ହଁ ମୁଁ ମଧ୍ୟ ତୁମକୁ ପସନ୍ଦ କରେ । ପ୍ରିୟଙ୍କା କହିଲା, ଆମ ଘରେ ଅନୁମତି ଦେବେ କି ନାହିଁ ମୁଁ ଜାଣିନି କିନ୍ତୁ ମୁଁ ତୁମକୁ ପସନ୍ଦ କରେ ଏବଂ ତୁମ ବିଷୟରେ ଏବଂ ତୁମ ଘର ବିଷୟରେ ମୁଁ ଭାଉଜ ଠାରୁ ବୁଝି ସାରିଛି ଏବଂ ତାଙ୍କ କଥା ରେ ମୁଁ ବିଶ୍ୱାସ କରି ତମକୁ ପସନ୍ଦ କରିଛି । ସକାଳେ ତୁମ ମୋବାଇଲ ର ତୁମର ଫୋଟୋ କୁ ଦେଖି ମୁଁ ମନେ ମନେ ତୁମକୁ ପସନ୍ଦ କରିବାରେ ଲାଗିଲି। ସଙ୍ଗେ ସଙ୍ଗେ ଭାଉଜ ଙ୍କୁ ତୁମ ବିଷୟରେ ପଚାରି ବୁଝିଲି।

ଭାଉଜ ତୁମ ବିଷୟରେ ମୋତେ ସବୁ କିଛି କହିଲେ ଏବଂ ମୁଁ ତୁମ ବିଷୟରେ ଯାହା ଯାହା ଶୁଣିଲି ମୁଁ ସେଥିରେ ବହୁତ୍ ଖୁସି ହେଲି ଏବଂ ବୁଲିବା ଯୋଜନା ମୁଁ କରିଲି। ମଳୟ ପଚାରିଲା ତେବେ ମୋ ଠାରୁ ତୁମେ ବହୁତ୍ ସ୍ମାର୍ଟ। ଆଚ୍ଛା ତୁମ ପାଇଁ ପୁଅ ଦେଖା ଚାଲିଛି ଶୁଣିଲି। ପ୍ରିୟଙ୍କା କହିଲା, ହଁ ସତ ଯେ କିନ୍ତୁ ମୋତେ କେହି ପସନ୍ଦ ହେଲେ ନାହିଁ । ଜଣେ ଏବେ ଲାଗି ପଡିଛନ୍ତି । ସେ ଡାକ୍ତର ଅଛନ୍ତି କିନ୍ତୁ ଏକ ନମ୍ବର୍ କଞ୍ଜୁସ ପରିବାର। ମଳୟ କଞ୍ଜୁସ ବୋଲି କେମିତି ଜାଣିଲ ?? ଏତେ ପୁଅ ଦେଖି ଦେଖି ଆମ ଘର ଲୋକ ଜାଣି ସାରିଲେଣି କିଏ କଂଜୁସ ଆଉ କିଏ କେମିତି। ମାତ୍ର ମୋତେ ଯେମିତି ପ୍ରକାର ର ପୁଅ ଦରକାର ଥିଲା ତାହା ସବୁ ତମ ପାଖରେ ମୁଁ ଦେଖିବାକୁ ପାଇଲି । ମଳୟ ପଚାରିଲା ତେବେ ସେ ପ୍ରସ୍ତାବ କଥା କଣ ହେଲା ?? ପ୍ରିୟଙ୍କା କହିଲା, କିଛି ନାହିଁ କାଲି ମନା କରି ଦେବି। ବାପା ଅଳ୍ପ ରାଗିବେ ପୁଣି ପୁଅ ଦେଖା ହେବ । ମଳୟ ଅଳ୍ପ ଦୁଃଖୀ ହେଲା ଭଳି ମୁଣ୍ଡ ତଳକୁ କରିଲା। ପ୍ରିୟଙ୍କା କହିଲା, ମୁଁ ଜାଣିଛି ତମେ କାହିଁକି ମୁଣ୍ଡ ତଳକୁ କରିଲ । ତମର ଆଉ ଆମ ପ୍ରସ୍ତାବ କଥା ମୁକେଶ ଭାଇ ବୁଝିବେ । ତୁମର ଉଚ୍ଚ ଜାତି ହେଲେ କଣ ହେବ । ମୁଁ କେବଳ ତୁମକୁ ପସନ୍ଦ କରୁଛି। ମଳୟ ପଚାରିଲା, ଘରେ ଯଦି ମନା କରିବେ ତେବେ ? ପ୍ରିୟଙ୍କା କହିଲା, ମୁକେଶ ଭାଇ ଙ୍କ ବାହାଘର କୁ ସମସ୍ତେ ବିରୋଧ କରିଲେ ଶେଷରେ ସେ ବିବାହ କରିଲେ ନା?? ସେମିତି ଅମର ମଧ୍ୟ ହେବ। ମଳୟ କହିଲା ନା.. ନା… ଠିକ୍ ନୁହଁ ।

ହଠାତ୍ ପଛ ପଟୁ ଶବ୍ଦ ଆସିଲା । ସବୁ ଦାୟିତ୍ଵ ଆମର। ତମେ ଚିନ୍ତା କର ନାହିଁ । ଦୁହେଁ ପଛକୁ ବୁଲି ଦେଖିଲେ । ସୁଜାତା ଭାଉଜ ଠିଆ ହୋଇଥିଲେ। ସୁଜାତା କହିଲେ, କଥା ସରିଲା ନା ଆଉ ବାକି ଅଛି ? ଚାଲ ଶୀଘ୍ର ଶୋଇବା, ତମ ଭାଇ କାଲି ନନ୍ଦନ କାନନ ବୁଲିବାକୁ ଯୋଜନା ବନେଇ ଶୋଇ ଗଲେଣି। ଚାଲ ଶୋଇବା ବାକି କଥା କାଲି ନନ୍ଦନ କାନନ ରେ କଥା ହୋଇଯିବ । ଦୁହିଙ୍କ ଆଉ କିଛି ସମୟ କଥା ହେବାକୁ ଇଚ୍ଛା ଥାଏ । କିନ୍ତୁ ଭାଉଜଙ୍କ ବାଧ୍ୟତା ପରେ ସେମାନେ ଫେରି ଶୋଇବାକୁ ଗଲେ । ଗୋଟିଏ ପଟେ ମୁକେଶ ଆଉ ମଳୟ ଅନ୍ୟ ପଟେ ସୁଜାତା ଆଉ ପ୍ରିୟଙ୍କା ଶୋଇଲେ ।

If the contents are helpful to share them with your friends, Thanking You.

ଅଧା ଗଢ଼ା ସମ୍ପର୍କ ଶେଷ

ଅଧା ଗଢ଼ା ସମ୍ପର୍କ last ,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ଶେଷ

ତା ପର ଦିନ ସମସ୍ତେ ନନ୍ଦନ କାନନ ବୁଲିବାକୁ ବାହାରିଲେ । ନନ୍ଦନ କାନନ ବୁଲାବୁଲି ରେ ମଧ୍ୟ ପ୍ରିୟଙ୍କା ଏବଂ ମଳୟ ମିଶି ବୁଲାବୁଲି କରୁଥିଲେ । ବୁଲାବୁଲି ସମୟରେ ପ୍ରିୟଙ୍କା କହିଲା। କଣ ନିଷ୍ପତି ନେଲ ?? ମଳୟ, ନିଷ୍ପତି କଣ ତୁମ ଘରେ ରାଜି ହେଲେ ମୋ କିଛି ଆପତ୍ତି ନାହିଁ । ପ୍ରିୟଙ୍କା ଖୁସି ହୋଇଗଲା। ସେ ଖୁସିରେ ନାଚିବାକୁ ଚାହୁଁଥିଲା କିନ୍ତୁ ନିଜକୁ ଏତେ ପୂର୍ବରୁ ଖୁସି ହେବା ଟା କାଳେ ଦୁଃଖର କାରଣ ହୋଇଯିବ ଭାବି ଚୁପ୍ ରହିଲା। ପ୍ରିୟଙ୍କା କହିଲା ମୋର କିଛି ଅନ୍ୟ କଥା କହିବା ର ଅଛି। ମଳୟ ପଚାରିଲା, କୁହ ? ପ୍ରିୟଙ୍କା କହିଲା, କଲେଜ୍ ସମୟରେ ରମାକାନ୍ତ ବୋଲି ଜଣେ ପୁଅ ମୋ ପଛରେ ଯୋକ ଭଳି ଲାଗୁଥାଏ। ମୁଁ ତାକୁ ପସନ୍ଦ କରୁ ନଥିଲି କିନ୍ତୁ ଶେଷ ବର୍ଷ ର ପରୀକ୍ଷା ପୂର୍ବରୁ ସେ ମୋତେ କଲେଜ୍ ରେ ସମସ୍ତ ଙ୍କ ସାମ୍ନାରେ ପ୍ରପୋଜ୍ କରିଲା। କିନ୍ତୁ ସେଠୀ ମୁଁ କିଛି ନ କହି ଚୁପ୍ କରି ଫେରି ଆସିଲି। କିନ୍ତୁ ସେଦିନ ସଂଧ୍ୟାରେ ପାଣି ତଣ୍ଟି ପର୍ଯ୍ୟନ୍ତ ପହଁଚିଗଲା । ସେ ମଦ ପିଇ ଆମ ଘର ଆଗରେ ଆସି I Love You Priyanka କହିବାକୁ ଲାଗିଲା । ସେ ସମୟରେ ମୁକେଶ ଭାଇ ଘରେ ଥିଲେ । ବାହାରେ ପାଟି ଶୁଣି ଦେଖିଲା ବେଳକୁ ସେ ମୋତେ ନେଇ ଏମିତି କହୁଥାଏ। ମୁକେଶ ଭାଇ ତାକୁ ବୁଝେଇବାକୁ ବହୁତ୍ ଚେଷ୍ଟା କରିଲା କିନ୍ତୁ ସେ ନିଶାରେ ଭାଇ କୁ ଧକ୍କା ଦେଇ ଠେଲି ଦେଲା । ଭାଇ ରାଗରେ ରାସ୍ତା ପାଖରେ ପଡ଼ିଥିବା ଗୋଟିଏ ଲାଠି ଉଠେଇ ତାକୁ ପିଟିବାକୁ ଲାଗିଲେ। ଭାଇ ତାକୁ ଏମିତି ପିଟିଲେ ଯେ ତାର ଗୋଟିଏ ହାତ ଭାଙ୍ଗିଗଲା। ସେ ମୁକେଶ ଭାଇ କୁ ସେଦିନ କହିଥିଲା ଯେ ତୋ ଭଉଣୀ ପାଇଁ ଯେତେ ପ୍ରସ୍ତାବ ଆସିବ ସବୁ ମୁଁ ଭାଙ୍ଗିବି କହି ଚାଲିଗଲା ଆଜି ପର୍ଯ୍ୟନ୍ତ ପ୍ରାୟ ୩୦ ରୁ ଅଧିକ ପ୍ରସ୍ତାବ ଆସିଲାଣି ସବୁ ପ୍ରସ୍ତାବ ସେ ମିଛ ସତ କହି ଭାଙ୍ଗି ଦେଉଛି ଏବଂ ମୋର ଭୟ ଯେ ତମକୁ ମଧ୍ୟ ସେ କିଛି କହି ପାରେ।

ମଳୟ କହିଲା ସେ କଥା ଚିନ୍ତା କର ନାହିଁ। ଏବେ ବୁଲିବାକୁ ଆସିଛେ। ବୁଲାବୁଲି କରିବା ବାକି ଆଗକୁ ଯାହା ହେବ ତାହା ଦେଖା ଯିବ। ସମସ୍ତେ ବୁଲାବୁଲି କଲେ ବୋଟିଂ କରିଲେ। ବୁଲାବୁଲି କରି ଫେରିଲା ବେଳକୁ ସନ୍ଧ୍ୟା ୬ ଟା ହେଲାଣି।

ସନ୍ଧ୍ୟା ୭ ଟା ରେ ପ୍ରିୟଙ୍କା ଭାଉଜ କୁ କହି ମଳୟ ସହିତ ଦୁହେଁ ଚାଲିଲେ ଛାତ ଉପରକୁ ସେଠୀ ବେଶୀ କିଛି ସମୟ କଥା ହେଲା ପରେ । ମଳୟ କହିଲା କାଲି ମୁଁ ଫେରିଯିବି। ଏତିକି ଶୁଣି ପ୍ରିୟଙ୍କା ର ଆଖିରୁ ଲୁହ ବାହାରିଗଲା । ସେ କହିଲା ଆଉ କିଛି ଦିନ ରହି ଯାଅ । ମଳୟ କହିଲା ମୁଁ ଯଦି ଏଠି ରହିବି ମୋ ବାପା ଏଠି ଚାଲି ଆସିବେ । ମୁଁ ଚାହୁଁ ନାହିଁ ସେ ଏଠି ଆସନ୍ତୁ। ପ୍ରିୟଙ୍କା ମଳୟ ର ହାତ ଧରି ପୁଣି ଅନୁରୋଧ କରିଲା ଯେ , ପ୍ଲିଜ୍ ମଳୟ ଆଉ ଗୋଟିଏ ଦିନ ରହି ଯାଅ। ମଳୟ କହିଲା। ଆମର ଏହି ମୂଲ୍ୟବାନ ଦୁଇ ଦିନ ସର୍ବଦା ମନେ ରହିବ। ଭଗବାନ ଯଦି ଆମ ଯୋଡି କୁ ମିସେଇବା ପାଇଁ ଲେଖିଛନ୍ତି ତେବେ ଆମ ମଧ୍ୟରେ କେହି ବାଧା ଦେବେ ନାହିଁ । କେବଳ ସମୟ କୁ ଅପେକ୍ଷା କର। ମୁଁ ମୁକେଶ କୁ କହିବି । ସେ ତ ମନା କରିବ ନାହିଁ। ରହିଲା କେବଳ ତୁମ ବାପା ମା।

ପ୍ରିୟଙ୍କା କହିଲା, ମୁଁ ମା କୁ କହି ସରିଛି ତୁମ କଥା ସେ ମଧ୍ୟ ରାଜି ଅଛି । ବାକି ବାବାଙ୍କ କଥା ସେ କଣ କହିବେ ଜାଣିନି। ସେ ଆସନ୍ତା ସପ୍ତାହ ରେ ଆସିବେ। ମୁକେଶ ଭାଇ ଙ୍କୁ ସେ ଭଲ ପାଆନ୍ତି ସେ ଯଦି କହିବେ ତେବେ ସେ ମନା କରିବେ ନାହିଁ। ଏତିକି କଥା ପରେ ପ୍ରିୟଙ୍କା କହିଲା । ମୋର ଗୋଟିଏ ଛୋଟ ଇଚ୍ଛା ଅଛି । ମଳୟ କହିଲା କୁହ କଣ ଇଚ୍ଛା । ଏତିକି କହୁ କହୁ ପ୍ରିୟଙ୍କା ମଳୟ କୁ କୁଣ୍ଢେଇ ପକେଇଲା। ପ୍ରିୟଙ୍କା କହିଲା ଏହା ମୋର ଇଚ୍ଛା ଥିଲା । ଏତିକି କହି ପୁଣି କେତେ ଲୁହ ବିନ୍ଦୁ ବାହାରି ଗଲା। ପ୍ରିୟଙ୍କା କହିଲା, ମୁଁ ଜାଣିନି ତମେ କାହିଁକି ଏତେ ପସନ୍ଦ ଲାଗିଲ। ତମେ ଯୋଉ ଦିନ ଆସିଲ। ସେଦିନ ହିଁ ମୁଁ ତମକୁ ପ୍ରଥମ ଦେଖାରେ ପସନ୍ଦ କରି ସାରିଛି। ପ୍ରଥମ ଦିନ ରାତିରେ ତୁମକୁ ବିଛଣା ଦେବା ସମୟରେ ମୁଁ ଚାହୁଁଥିଲି ତମେ କିଛି ପଚାର ଏବଂ ମୁଁ ତୁମ ସହିତ କଥା ହେବାକୁ ଚାହୁଁଥିଲି କିନ୍ତୁ ତମ ମନ ଭଲ ନଥିଲା ଦେଖି ଫେରି ଆସିଲି। ମଳୟ କହିଲା, ତେବେ ମୁଁ ପ୍ରଥମ ଦିନରୁ ତମ ମନରେ ସ୍ଥାନ ନେଇ ସାରିଛି। ତାପରେ ଦୁହେଁ ହଗ୍ କରି ଅଲଗା ହେଲେ।

ପ୍ରିୟଙ୍କା ପଚାରିଲା, ତମେ କହିବ ପରା କହୁଥିଲ ମୁକେଶ ଆଉ ସୁଜାତା ଭାଉଜ ବିଷୟରେ । ମଳୟ ହଁ ହଁ, ତେବେ ଶୁଣ ଆରମ୍ଭ କରୁଛି ପ୍ରଥମରୁ…

ମୁକେଶ ଯୋଉ ଦିନ ଜଏନ ହେଲା ତାର ଦୁଇ ଦିନ ପୂର୍ବରୁ ମୁଁ

ଜଏନ କରିଥିଲି । ଆମେ ଦୁହେଁ ଗୋଟିଏ ଯାଗାରେ PG ରେ ରହୁଥିଲି। ସେଦିନ ରାତିରେ ଖାଇବା ସମୟରେ ସେ ଫୋନ୍ ରେ କାହା ସହିତ ଓଡ଼ିଆ ରେ କଥା ହୋଇ ଖାଉଥିଲା। ତାର ଓଡ଼ିଆ କଥା ଶୁଣି ମୁଁ ତା ପାଖରେ ପହଞ୍ଚିଲି ଏବଂ ମୋତେ ଅଳ୍ପ ଖୁସି ଲାଗିଲା ଯେ ଆମ ଓଡ଼ିଆ ପିଲା ମଧ୍ୟ କେହି ଅଛନ୍ତି । ତାପରେ ଦୁହେଁ କଥା ହେଲା ପରେ ଜାଣିଲୁ ଯେ ଆମ ଦୁହିଙ୍କ ଘର ପାଖାପାଖି । ସେ PG ରେ ଗୋଟିଏ ମାସ ରହିବା ଭିତରେ ଆମେ ବହୁତ୍ କ୍ଲୋଜ୍ ହୋଇଗଲୁ ଏବଂ ମିଶି ଗୋଟିଏ ରୁମ୍ ନେଇ ରହିଲୁ। ତାର ଦ୍ଵିତୀୟ ଦିନ ଜାଣିଲି ଯେ ଆମ ଗ୍ରୁପ୍ ରେ ସୁଜାତା ବୋଲି ଗୋଟିଏ ଝିଅ କୁ ସେ ଭଲ ପାଉଛି ଏବଂ ସେ ତାକୁ ବିବାହ କରିବାକୁ ଚାହୁଁଛି। ତିନି ମାସ ପରେ ମୋର ଉପସ୍ଥିତି ରେ ଦୁହିଙ୍କ କୋର୍ଟ ମ୍ୟାରେଜ୍ ମଧ୍ୟ ସରିଲା………………..

.

.
.
.

(ବାକି କାହାଣୀ ” ଫେରିଆସ” ଗଳ୍ପରେ ବର୍ଣ୍ଣିତ )

.

.
.
.
.
.

କାହାଣୀ ସରିବା ପରେ ପ୍ରିୟଙ୍କା ର ଆଖିରୁ ଲୁହ ବାହାରି ଯାଇଛି । ଲୁହ କୁ ଦେଖି ମଳୟ କହିଲା ଏଥିରେ କାନ୍ଦିବାର କଣ ଅଛି?? ଏ ତ ଖୁସିର କଥା ଯେ ସେମାନେ ପୁଣି ଏକାଠି ହୋଇଗଲେ। ପ୍ରିୟଙ୍କା କହିଲା ଏ ଲୁହ ଖୁସିର ନା ଦୁଃଖ ର ମୁଁ ମଧ୍ୟ ଜାଣିନି କିନ୍ତୁ ବାହାରିଗଲା।

ପ୍ରିୟଙ୍କା ପଚାରିଲା ତେବେ ଭାଉଜ ଏତେ ଶୀଘ୍ର ବଦଳି ଗଲେ କେମିତି ? ମଳୟ କହିଲା। ଶୀଘ୍ର ନୁହଁ ଦୁଇ ବର୍ଷ ଲାଗିଗଲା ଆଉ ଯେଉଁ ସମ୍ପର୍କ ରେ ଭଲ ପାଇବା ଅଧିକ ଥିବ ସେଠୀ ଦୁହେଁ ଦୁହିଁଙ୍କୁ ଛାଡ଼ି କେବେ ରହି ପାରିବେ ନାହିଁ।

ଠିକ୍ ଏତିକି ବେଳେ ମୁକେଶ ଆସି ପହଁଚିଲା ମୁକେଶ ମଳୟ କୁ କହିଲା କଣ ଚାଲିଛି ଏଠି ?? ମଳୟ କହିଲା ତୋର ପ୍ରେମ କାହାଣୀ ପ୍ରିୟଙ୍କା କୁ କହୂଥିଲି । ମୁକେଶ କହିଲା ମୁଁ ଭାବୁଥିଲି ତମେ ତମର ଲଭ ଏକ୍ସପ୍ରେସ ରେ ମଜି ଥିବ କିନ୍ତୁ ଆମ କାହାଣୀ ଶୁଣେଇ ତାକୁ କାହିଁକି ଦୁଃଖୀ କରାଉଛୁ ।

ପ୍ରିୟଙ୍କା କହିଲା ନାହିଁ ଭାଇ ଦୁଃଖୀ ନାହିଁ । ତମ କାହାଣୀ ସମସ୍ତଙ୍କ ଠାରୁ ନିଆରା । ସତରେ ତମ କାହାଣୀ ରେ ଭଲ ପାଇବା, ରାଗ ରୋଷ, ଗର୍ବ, ଅହଙ୍କାର, ଦୁଃଖ ଏବଂ ଖୁସି ସବୁ କିଛି ଭରି ରହିଛି

ମୁକେଶ କହିଲା ଆରେ ମୋ ପ୍ରେମ କାହାଣୀ କଥା ବନ୍ଦ କର ?? ତୋ କଥା କହ ?? ତୋତେ ମଳୟ ପସନ୍ଦ କି ନାହିଁ ?? ପ୍ରିୟଙ୍କା ଲାଜରେ ଉଠି ଚାଲିଗଲା । ମଳୟ କହିଲା କଣ ବେ ?? ଏମିତି ପଚାରୁଛୁ ?? ମୁକେଶ କହିଲା, କାଲି ତୋ ଭାଉଜ ତମ ଦୁହିଙ୍କ ବିଷୟରେ ମୋତେ ସବୁ କହିଛନ୍ତି । ଆଉ ଗୋଟିଏ କାମ କର?? ତୁ ଆଉ କିଛି ଦିନ ରହି ଯା । ତମର ପ୍ରେମ ଦୃଢ଼ ହୋଇଯିବ ଏବଂ ସମୟ ସୁଯୋଗ ଦେଖି ବିବାହ କରି ଦେବା।

ମଳୟ କହିଲା ନା ରେ ଭାଇ ଆଉ ରହି ପାରିବି ନାହିଁ । ହଁ ଯଦି ତୋର ଅନୁମତି ମିଳେ ତେବେ ଏହି ପ୍ରେମ ଗାଡି ଆଗକୁ ବଢିବ । ମୁକେଶ ଅନୁମତି କଣ ବେ?? ତୁ ପ୍ରିୟଙ୍କା ଠାରୁ ଯେତେବେଳେ ନମ୍ୱର୍ ମାଗିଲୁ ସେତେବେଳେ ମୋ ଠାରୁ ଅନୁମତି ମାଗି ଥିଲୁ ?? ଆଉ ଦୁଇ ଘଣ୍ଟା ହେଲା ଏଠି କଥା ହେଉଛ ମୋତେ ଅନୁମତି ମାଗିଛୁ, ପୁଣି ଭଲ ପାଇବାକୁ ଅନୁମତି କଣ?? ତୁ ତ ଆରମ୍ଭ କରି ସାରିଲୁଣି । ମଳୟ କହିଲା ନା ରେ ଭାଇ, ତୁ ମୋ ଉପରେ ଭୁଲ ବୁଝିବୁ ନାହିଁ

ହଁ ମୁଁ ପ୍ରିୟଙ୍କା କୁ ପସନ୍ଦ କରେ କିନ୍ତୁ ଆମ ଦୁହିଁଙ୍କ ବାହାଘର ସମ୍ଭବ ହେବ କି ନାହିଁ ମୁଁ ଜାଣିନି । ମୁକେଶ କହିଲା, ସମ୍ଭବ କରିବା ପାଇଁ ମୁଁ ଅଛି । ତୁ ତୋର ପ୍ରେମ ଗାଡି କୁ ନେଇ ଆଗେଇ ଚାଲ୍ । ତୋ ଭଳି ଜୋଇଁ ପୁଅ କୁ ମୁଁ କେବେ ହାତ ଛଡ଼ା କରିବି ନାହିଁ । ତାପରେ ଦୁହେଁ ହସି ହସି ତଳକୁ ଆସିଲେ

ତା ପର ଦିନ ସକାଳେ ମଳୟ ବାହାରିଗଲା ଦିଲ୍ଲୀ ପାଇଁ ପ୍ରିୟଙ୍କା ଷ୍ଟେସନ ପର୍ଯ୍ୟନ୍ତ ଆସିଥାଏ। ପାଖରେ ମୁକେଶ ଭାଇ ଥିବାରୁ ସେ ଶେଷ ଥର ପାଇଁ ହଗ୍ କରିବାକୁ ଚାହୁଁଥିଲା କିନ୍ତୁ ତାହା ସମ୍ଭବ ହେଲା ନାହିଁ । ମଳୟ ଏବଂ ପ୍ରିୟଙ୍କା ଆଖିରେ ଲୁହଦେଖି ମୁକେଶ କହିଲା । ମୁଁ ଏବେ ମଧ୍ୟ କହୁଛି ରହିଯାଆ କିଛି ଦିନ । ଆଉ କିଛି ଦିନ ବୁଲାବୁଲି କରିବ । ତାର ବାପା ଆସିବେ ତୋ କଥା ଫାଇନାଲ କରିବା । ମଳୟ ଏବଂ ପ୍ରିୟଙ୍କା ଅଳ୍ପ ହସିଲେ । ମଳୟ କହିଲେ ସବୁ ତୋ ଉପରେ ନିର୍ଭର ତୁ ଯଦି ଚାହିଁବୁ ସବୁ ସମ୍ଭବ ହୋଇ ପାରିବ। ମୁକେଶ କହିଲା ତୁ ଚିନ୍ତା କରେ ନାହିଁ। ତୁ ଯା ତୋର ଫାଇନାଲ ପ୍ରସ୍ତାବ ନେଇ ମୁଁ ଦିଲ୍ଲୀ ପହଞ୍ଚିବି।

ମଳୟ ଟ୍ରେନ ର ସିଟ ରେ ଆସି ବସିଗଲା ଏବଂ ସେ ଫେରିଗଲା ଦିଲ୍ଲୀ ଅଭିମୁଖେ। …

.

.

.

.

.

ଏତିକିବେଳେ ମଳୟ ର ଫୋନ୍ ବାଜି ଉଠିଲା ଏବଂ ସେ ସ୍ଵପ୍ନ ଦୁନିଆରୁ ପୁଣି ଫେରି ଆସିଲା ଦେଖିଲା ଯେ ଲଞ୍ଚ ବ୍ରେକ ସରି ଆସିଲାଣି ଏବଂ ଫୋନ୍ ର ରିଙ୍ଗଟୋନ ବାଜିବାରେ ଲାଗିଥିଲା । ଏବଂ ସେ କଲ୍ ଟି ଥିଲା ପ୍ରିୟଙ୍କା ର……

ମଳୟ ପୁଣି ସାଧାରଣ ଅବସ୍ଥା କୁ ଫେରି ଆସି ଫୋନ୍ ଉଠେଇ କଥା ହେବାକୁ ଲାଗିଲା..

Hi Priyanka… କେମିତି ଅଛ !!!!!!!!!………….……

ଏହି କାହାଣୀ ଟି ସରି ଯାଇଛି । ଆଗାମୀ କାହାଣୀ ବହୁତ୍ ଶୀଘ୍ର ଅପଲୋଡ଼ ହେବ । ଏହି କାହାଣୀ ପଢ଼ିବା ପରେ କମେଣ୍ଟ କରିବାକୁ ଭୁଲିବେ ନାହିଁ । ଯଦି ଆଗକୁ ପଢିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ କମେଣ୍ଟ ର ଅପେକ୍ଷା ରହିଲା ।

।। ଧନ୍ୟବାଦ ।।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ….

…………………………………………………………………….

If the contents are helpful to share them with your friends, Thanking You.

ପ୍ରିୟା ମୋ ପ୍ରୀତି

ଯେବେ ମୁଁ ତୁମକୁ ପ୍ରଥମେ ଦେଖିଲି
ସ୍ଥାନ ନେଲ ମୋ ହୃଦୟେ ।।



ଭାବିଲି କିଛି ମୁଁ କରିବାକୁ ପଣ
ଭୁଲିଲି ତୁମ ସୌନ୍ଦର୍ଯ୍ୟ ଦର୍ଶନେ ।।


ପ୍ରେମ ର ଉଜ୍ଜଳ ପରଶି ଦେଲ ହେ
ମୋ ବ୍ୟତୀତ ବିବ୍ରତ ଜୀବନେ ।।



ଆସିବ ବୋଲି ମୁଁ ଭାବିଥିଲି ଦିନେ
ଆସିଗଲ ଆଜି ତୁମେ।।



ନିଜର କରି ମୋ ଅଜଣା ପଥରେ
              ତୁମ ସାଥେ ପ୍ରିୟା ମୋତେ,
ସବୁଦିନ ପାଇଁ ଏମିତି ରହିବ
             ଏ ଜୀବନର ରଙ୍ଗମଞ୍ଚେ।।



ତୁମର ଯେତେକ ଆଶା ଅଭିଳାଷା
               ଦେଇଛି ମୁଁ ତୁମ ମନେ,
ସାଇତିଛି ପ୍ରିୟା କିଛି ଅଗ୍ରୀମ ଆଲୋକ
              ଆଶାର ଜ୍ୱଳନ୍ତ ଫଳକେ ।।



ପ୍ରତିଟି କାର୍ଯ ରେ.. ପ୍ରତିଟି ଦିଗରେ..
              ରହିଥିବୀ ତୁମ ମନେ,
ସବୁଦିନ ପାଈଁ ଏମିତି ରହିବ
              ମୋ ଔଲକିକ ସ୍ଵର୍ଣ୍ଣ ଭବନେ।।



ତୁମ ସାଥେ ପ୍ରିୟା ଏମିତି ଚାଲିବି,
              ଜୀବନର ପ୍ରତି କ୍ଷଣେ..



ଚାଲିଲେ ଚାଲିବି….
ହଜିଲେ ହଜିବି….
ଜୀବନର ଅନ୍ତରାଳେ…..
ଜୀବନର ଅନ୍ତରାଳେ…..।
              

ରାମକୃଷ୍ଣ ବାଡତ୍ୟା (ଲେଖକ)

आपके साथ कुछ ऐसा ही होता है !!!

bedtime stories, story time, my life, ki kahani, moral stories, novel full, storybook,
आपके साथ कुछ ऐसा ही होता है

आपके साथ कुछ ऐसा ही होता है !!! 

कुछ लोग आपके आसपास जरूर होंगे की बह आपको हर पल अनुसरण करते रहते हैं ।

क्यों की बह आपसे कुछ अच्छा करने की सोच रखते है । 

यह आपकी अच्छाई को दर्शाता है ।

मगर ऐसे लोग आपके लिए खतरनाक भी होते हैं ।

क्यूं की आपकी भलाई बह देखना नहीं चाहते ।

आपकी हर कार्य पर बह अंकुश लगाना चाहते हैं ।

आप कोशिश करते होंगे आगे बढ़ने केलिए मगर आपकी बुराई करके आपको नीचे गिराने केलिए बह सोचते होंगे ।

आप कुछ अच्छा करने के बाद भी उसमे कमियां ढूंढने में लगे रहते हैं ।

आप भले ही उनके लिए अच्छे कार्य करते होंगे मगर बह आपको कभी आपकी अच्छाई होने नहीं देंगे ।

आप लक्ष्य तक पहुंचने में बहुत कोशिश किए होंगे मगर आपको गिराने में बह कम समय लेंगे ।

आप अपनी कमियां कभी मत छोड़िए । 

जितना हो सके ऐसे लोगों के नजर से दूर रहें ।

ध्यान रहें आपकी हर कार्य को नजर बह हर पल रखते है ।

क्या करते हो कहां जाते हो ।

क्या करने वाले हो ।

क्या हासिल करने वाले हो ।

आप कैसे पहनते हो । 

कैसे रहते हो ।

क्या खाते हो ।

कैसे दुनिया से बात करते हो ।

क्या करके सफलता हासिल किए हो ।

क्या करने के बाद आप यहां तक पहुंचे हो । 

आपके धन कितना है ।

आप कितना बचत करते हो ।

आप धन का इस्तेमाल कैसे और कहां करते हो ।

 ऐसे बहुत कुछ चीजों का ध्यान बह हर पल , हरवक्त देखते रहते हैं । 

तो सोचो क्या करोगे ।

बेहतर है आप अपने कार्य करते रहो ।

उनसे दूर रहो ।

थोड़ा बहुत कार्य करने के बाद भी उस कार्य के बारे में गुप्त रखने की कोशिश करो । 

जितना हो सके दिखावा मत करो ।

दुनिया को गुप्त मार्ग मत बताओ की आप कैसे सफलता तक पहुंचे हो।

दुनिया को यह बताओ कि आप कितना मेहनत किए हो ।


क्यों की आप मेहनत किए हो हो तब सफलता आपको मिली हैं ।

अगर मेहनत ना करते तो सफलता तक आप कभी नहीं पहुंच पाते ।

यह एक ऐसी तथ्य है जो आप हर कदम , हर समय , हर पल इश चीजों से घेरे रहते हो ।

सतर्क रहना और ध्यान रखना आपकी प्रथम कार्य होनी चाहिए ।

धन्यवाद ।



If the contents are helpful to share them with your friends, Thanking You.

ଅପେକ୍ଷାର ଅନ୍ତ

Waiting, ଅପେକ୍ଷା ର ଅନ୍ତ, ମାନସୀ
Waiting





ପ୍ରଶାନ୍ତ ଆଉ ମାନସୀ ର ପୁଣି ସେଠୀ ଦେଖା ହେବାର ଥିଲା କିନ୍ତୁ ସେଦିନ ସେ ଆସିଲା ନାହିଁ । ପ୍ରଶାନ୍ତ ବହୁତ୍ ସମୟ ଅପେକ୍ଷା କରିଲା କିନ୍ତୁ ମାନସୀ ସେଠୀ ଆସି ପାରିଲା ନାହିଁ । ଆଜି ସେ ଦୁଇ ଜଣଙ୍କ ଶେଷ ଦେଖା ହେବ । ଯଦି ଆଜି ଦେଖା ନ ହୁଏ ତେବେ ଆଉ କେବେ ମଧ୍ୟ ମାନସୀ ସହିତ ପ୍ରଶାନ୍ତ ର ଦେଖା ହୋଇ ପାରିବ ନାହିଁ ।

ମାନସୀ କଣ ଅବା କରିଥାନ୍ତା। ସେ ଘର ବିରୁଦ୍ଧରେ ଯାଇ ପାରିଥାନ୍ତା କେମିତି । ଚାକିରିଆ ପୁଅ ର ଲାଳସା ଦେଖି ବିବାହ କରିବାର ସ୍ବପ୍ନ ଦେଖି ସାରିଥିଲେ ମାନସୀ ର ପରିବାର । ସେମିତି ସମ୍ଭବ ମଧ୍ୟ ହେଲା । ପାଞ୍ଚ ମାସ ବିତିଗଲା। ମାନସୀ ର ସ୍ବାମୀ ଚାକିରି କରିଛି ସତ କିନ୍ତୁ ବିବେକ ବୋଲି କିଛି ନାହିଁ। କାରଣ ବାପାଙ୍କ ଚାକିରି କରିଛି । ନିଜ ଚାକିରି କୁ ନେଇ ସେ ଏତେ ଗର୍ବିତ ଯେ ନିଜ ପରିବାର କୁ ସମ୍ମାନ ଦେବା ସିଖିନି। ପ୍ରତିଦିନ ମଦ ର ସାହାରା ହୋଇ ଘରେ ପହଞ୍ଚେ ମାନସୀ ଯଦି କିଛି ବାରଣ କରେ ସେ ସବୁ ଦୋଷ ର ଭାଗିଦାରୀ ହୋଇ ଯାଏ। ଷଷ୍ଠ ମାସ ହେବା ପୂର୍ବରୁ ମାନସୀ ସ୍ଥିର କରିଲା ଯେ ଆଉ ପାରିବିନି ବରଂ ଘରେ ଏକା ପଡ଼ି ରହିବି ସିନା ଏ ରାକ୍ଷସ ପାଖରେ ଆଉ ରହି ପାରିବି ନାହିଁ। ସେ ବ୍ୟାଗ୍ ନେଇ ବାହାରି ଗଲା ନିଜ ଘରକୁ । ବସ୍ ଷ୍ଟାଣ୍ଡ ରୁ ଓହ୍ଲାଇବା ପରେ ପୁଣି ଦେଖା ହୋଇଯାଏ ସେ ପୁରୁଣା ସାଥୀ ପ୍ରଶାନ୍ତ ସହ । ଆଖିର ଲୁହ କୁ ସେ ରୋକି ପାରିଲା ନାହିଁ। ମାନସୀ ର ଇଚ୍ଛା ଥାଏ ଦଉଡ଼ି ଯାଇ ପ୍ରଶାନ୍ତ କୁ କୁଣ୍ଢେଇ ନିଏ କିନ୍ତୁ ଲୋକ ଲଜ୍ୟା ଆଉ ବିବାହିତା ମହିଳା ର ସଂପର୍କ ରେ ବାନ୍ଧି ହୋଇ ସେ ନିଜ ମନ ବଦଳେଇବାକୁ ଚେଷ୍ଟା କରିଲା । 

ପ୍ରଶାନ୍ତ ନିଜ ବାଇକ୍ ରୁ ଓହ୍ଲାଇ ମାନସୀ ପାଖକୁ ଆସି କହିଲା । ଆସ ମୁଁ ତମକୁ ଛାଡି ଦେବୀ । ମାନସୀ ମନରେ ଈଛା ଥାଏ ତଥାପି ଅଳ୍ପ ଉତ୍ତର ଦେଇ କହିଲା ନା.. ନା.. ମୁଁ ଅଟୋ ରେ ଚାଲିଯିବି। ପ୍ରଶାନ୍ତ ମଧ୍ୟ ବାଧ୍ୟ କରିବାକୁ ସଙ୍କୋଚ ମନେ କରିଲା । କାରଣ ଅଟୋ ବାଲା ମାନେ ମାନସୀ କୁ ପାଛୋଟି ନେଇ ନିଜ ଅଟୋ ରେ ବସାଇବା ପ୍ରଚେଷ୍ଟା ରେ ଲାଗିଥିଲେ କିନ୍ତୁ ମାନସୀ ପୁଣି ଇଚ୍ଛା କରିଲା କାଳେ ପ୍ରଶାନ୍ତ ବାଧ୍ୟ କରନ୍ତା ଯେ ବାଇକ୍ ରେ ବସିବାକୁ କିନ୍ତୁ ତାହା ମଧ୍ୟ ହୋଇ ପାରିଲା ନାହିଁ । ମାନସୀ ଅଟୋ ରେ ବସି ଫେରିଗଲା ନିଜ ଘରକୁ । 


ଘରେ ସେହି ପ୍ରଶ୍ନ, କଣ ହେଲା ଝିଅ ?? ମାନସୀ ଆଖିରୁ ଲୁହ ବନ୍ଦ ହେବାକୁ ନାମ ନେଉ ନଥିଲା। ହଠାତ୍ ଉତ୍ତର ଆସିଲା ଯେ ମୁଁ ଛାଡ଼ପତ୍ର ଚାହେଁ। ମାନସୀ ର ପରିବାର କହିଲେ କି କଣ କହୁଚୁ ତୁ?? ଏତେ ଭଲ ବର ଦେଖି ତୋତେ ବିବାହ କରେଇଲୁ କିନ୍ତୁ ତୁ ଛାଡ଼ପତ୍ର ଚାହୁଁଛୁ। ମାନସୀ କହିଲା , ତମେ ଚାକିରି ଦେଖିବା ବଦଳରେ ଯଦି ଜଣେ ଭଲ ପାତ୍ର ଦେଖି ବିବାହ ଦେଇ ଥାନ୍ତ ତେବେ ମୋ ମୁଖରୁ ଏହି ଶବ୍ଦ ଶୁଣିବାକୁ ପାଇ ନଥାନ୍ତ। ମାନସୀ ର ବାପା ମା ବୁଝାଇବାକୁ ଚେଷ୍ଟା ଉପରେ ଚେଷ୍ଟା ଚଳେଇ ଥାନ୍ତି କିନ୍ତୁ ମାନସୀ ବୁଝିବାକୁ ନାରାଜ । 

ଶେଷରେ ମାନସୀ କହିଲା ମୋତେ ଏକା ବଞ୍ଚିବାକୁ ଦିଅ। ଯଦି ତମେ ରଖିବାକୁ ଚାହୁଁ ନାହଁ ତେବେ ମୁଁ କୋଉ ଆଶ୍ରମ କୁ ଚାଲିଯିବି। ମାନସୀ ର ପରିବାର ଜୋଇଁ ପୁଅ ବିଷୟରେ ଖବର ବାହାର କରି ଜାଣିଲେ ଯେ ପ୍ରକୃତରେ ସେ ମାନସୀ ପ୍ରତି ଅତ୍ୟାଚାର କରୁଥିଲା। ପ୍ରତିଦିନ ମାଡ ଗାଳି ସହିତ ମାନସୀ ଆଉ କେତେ ଦିନ ବଞ୍ଚି ଥାନ୍ତା। 

ଘରକୁ ଆସିବାର ତିନି ମାସ ବିତିଗଲାଣି କିନ୍ତୁ ଜୋଇଁ ପୁଅ ଆସିବାର ନାମ ନେଉ ନାହାନ୍ତି। ସେପଟେ ପ୍ରଶାନ୍ତ ଆସିବାକୁ ଚେଷ୍ଟା କରିଥିଲା କିନ୍ତୁ ମାନସୀ ର ସାଙ୍ଗ ସିପ୍ରା ର କଥା ଯୋଗୁ ପ୍ରଶାନ୍ତ ମଧ୍ୟ ମାନସୀ ସମ୍ମୁଖ କୁ ଆସିବାକୁ ସାହାସ କରି ପାରୁ ନଥିଲା । କେବଳ ସେ ଗୋଟିଏ କଥା ଯେ ତମେ ଯଦି କେବେ ମୋ ଘରେ ପାଦ ରଖିବ ତେବେ ମୋର ମଲା ମୁଁହ ଦେଖିବ । କାରଣ ମାନସୀ ବହୁତ୍ ଶୀଘ୍ର ରାଗେ କିନ୍ତୁ ବର୍ତ୍ତମାନ ମାନସୀ ମନରେ ପୁଣି ପ୍ରଶାନ୍ତ ପ୍ରତି ଭଲ ପାଇବା ଜାଗ୍ରତ ହୋଇଛି । 

ସେ ଶେଷ ଥର ପାଇଁ ଅପେକ୍ଷା କରିଥିବା ସ୍ଥାନରେ ମାନସୀ ଆସି ପହଞ୍ଚିଛି କିନ୍ତୁ ପ୍ରଶାନ୍ତ ଆସିବ କି ନାହିଁ ସେ ଜାଣିନି। ମାନସୀ ର ଭଲ ପାଇବା ଏତେ ସୁଦୃଢ଼ ଥିଲା ଯେ କିଛି ସମୟ ଭିତରେ ପ୍ରଶାନ୍ତ ର ବାଇକ୍ ଶବ୍ଦ ଶୁଣା ଗଲା । ମାନସୀ ଅନୁଭବ କରି ପାରିଲା ସେ ପୁରୁଣା ବାଇକ୍ ଶବ୍ଦ ଯେଉଁ ବାଇକ୍ ରେ ସେ ଦୁହେଁ ବହୁତ୍ ସ୍ଥାନ ବୁଲିଛନ୍ତି। ପ୍ରଶାନ୍ତ, ମାନସୀ କୁ ଦେଖିବା ପରେ ପ୍ରଶାନ୍ତ ବହୁତ୍ ଖୁସି ଥିଲା ସତ କିନ୍ତୁ ତାର ପ୍ରଶ୍ନ କରିବାକୁ ସାହାସ ନଥିଲା।  

ଦୁହେଁ ଆସି ସେ ପାହାଡ ରାସ୍ତା ର ପୋଲ ଉପରେ ବସିଲେ। ଦୁହେଁ ଚୁପ୍ ଚାପ୍ ଥିଲେ। ମାନସୀ କହିଲା ମୁଁ ଆସିଛି ବୋଲି ତମେ କେମିତି ଜାଣିଲ ?? ପ୍ରଶାନ୍ତ ଉତ୍ତର ଦେଲା । ଏହି ସ୍ଥାନ ମୋର ଅତି ଆପଣାର ହୋଇ ଯାଇଛି । ତୁମର ବାହାଘର ଦିନ ଠାରୁ ମୁଁ ପ୍ରତ୍ୟେକ ଦିନ ଠିକ୍ ଏହି ସମୟରେ ମୁଁ ଆସି ଅପେକ୍ଷା କରେ କିନ୍ତୁ ଆଜି ମୋ ଅପେକ୍ଷା ର ଅନ୍ତ ହୋଇଛି। ପ୍ରଶାନ୍ତ ର କଥା ଶୁଣି ମାନସୀ ଆଖିରୁ ଲୁହ ବାହାରି ଗଲା। ମାନସୀ ପୁଣି ପ୍ରଶ୍ନ କରିଲା କାହିଁକି ମୋତେ ଏତେ ଭଲ ପାଉଛ ?? ତମେ ଜାଣିଛ ଯେ ମୁଁ ଜଣେ ବିବାହିତା । ତେବେ ମଧ୍ୟ ମୋ ପ୍ରତି ଏତେ ଭଲ ପାଇବା କାହିଁକି ?? ପ୍ରଶାନ୍ତ ଉତ୍ତର ଦେଲା ଯେ ତୁମେ ମୋ ଭାଗ୍ୟରେ ଅଛ କି ନାହିଁ ମୁଁ ଜାଣିନି କିନ୍ତୁ ତୁମେ ଦୁଃଖରେ ଅଛ ବୋଲି ମୁଁ ପ୍ରତିଟି ସମୟରେ ଅନୁଭବ କରିଛି । କାରଣ ତୁମର ସ୍ବାମୀ ଙ୍କ ବିଷୟରେ ମୁଁ ପ୍ରଥମ ରୁ କହିଛି ଯେ ସେ ଜଣେ ଖରାପ ବ୍ୟକ୍ତି କିନ୍ତୁ ମୋ କଥା କୁ ତିଳେ ମାତ୍ର ବିଶ୍ୱାସ କରିଲ ନାହିଁ ଏବଂ ତାକୁ ତମେ ବିବାହ କରିଲ । ତମେ ଏହି କଥା ମଧ୍ୟ ଜାଣିଛ ଯେ ସେ ହେଉଛି ମୋର ଶତ୍ରୁ କେବଳ ମୋର ଜୀବନ ନଷ୍ଟ କରିବା ପାଇଁ ସେ ତୁମକୁ ରାଗରେ ବିବାହ କରିଛି । ମୁଁ କଣ ଶାନ୍ତିରେ ରହି ପାରିବି ଯେ ସେ ତୁମକୁ ପ୍ରତ୍ୟେକ ସମୟରେ ପ୍ରତାରଣା ଦେଉ ନଥିବ ??

ମାନସୀ ନିଜ ଆଖିର ଲୁହ କୁ ରୋକି ପାରିଲା ନାହିଁ । କହି ଉଠିଲା ଯେ ସତରେ ପ୍ରଶାନ୍ତ ତମେ ମହାନ୍। ଆଜି କୁ ୮ ମାସ ବିତିଗଲାଣି କିନ୍ତୁ ସେ କେବେ ମଧ୍ୟ ମୋ ବିଷୟରେ ଜାଣିବାକୁ ଚେଷ୍ଟା କରି ନାହାନ୍ତି। ମୁଁ କେମିତି ଅଛି କଣ କରୁଛି ?? କିନ୍ତୁ ମୁଁ ପ୍ରତ୍ୟେକ ଦିନ ଦେଖିଛି ତମେ ପୁର୍ବ ଭଳି ମୋ ଘର ଆଗରେ ଥିବା ଦୋକାନରେ ବାହାନା କରି ପ୍ରତିଦିନ ଆସ ମୋତେ ଦେଖି ବାକୁ ଏବଂ ମୁଁ ମଧ୍ୟ ତୁମେ ଦୋକାନକୁ ଆସିବା ପରେ ଝରକା ଫାଙ୍କ ରେ ତୁମକୁ ଦେଖି ଆତ୍ମ ସନ୍ତୁଷ୍ଟି କରୁଥିଲି । ପ୍ରଶାନ୍ତ ପଚାରିଲା ତେବେ କଣ ଚିନ୍ତା କରିଲ ?? ଏମିତି ରହି ପୁରା ଜୀବନ ବିତେଇବ ନା ମୋ ହାତ ଧରି ଚାଲିବାକୁ ଇଚ୍ଛା ରଖିଛ। 

ମାନସୀ ଚୁପ୍ ଥାଏ । ପ୍ରଶାନ୍ତ ପୁଣି ପ୍ରଶ୍ନ କରିଲା, ତମେ ମଧ୍ୟ ମୋତେ ସେତିକି ଭଲ ପାଅ ଯେତିକି ପୂର୍ବେ ଭଲ ପାଉଥିଲ ତେବେ ସେ ଭଲ ପାଇବା କୁ ଆମେ ବିବାହ ସମ୍ପର୍କ ରେ ପରିବର୍ତନ କରିଲେ ଖରାପ କଣ ?? ମାନସୀ କହିଲା ମୁଁ ଯଦି ଏମିତି କରେ ତେବେ ସମାଜ ପାଇଁ ମୁଁ ଗୋଟିଏ ଖରାପ ଏବଂ ଚରିତ୍ର ହିନ ମହିଳାର ଉଦାହରଣ ସାଜିବି । ପ୍ରଶାନ୍ତ କହିଲା, ମୁଁ ତୁମକୁ ଗ୍ରହଣ କରି ତୁମର ସେ କଳଙ୍କ କୁ ଲିଭାଇ ଦେବୀ।  

ମାନସୀ ନିଜକୁ ରୋକି ପାରିଲା ନାହିଁ । ସେ ଉଠି ଆସି ପ୍ରଶାନ୍ତ କୁ କୁଣ୍ଢେଇ କହିଲା ସତରେ ତମେ ବହୁତ୍ ଭଲ ଆଉ ତୁମକୁ ଚିହ୍ନିବାରେ ମୁଁ ଯୋଉ ଭୁଲ କରିଛି ତାର ଦଣ୍ଡ ପାଇ ସାରିଛି । ଆଉ ଜାଣିଛ ପ୍ରଶାନ୍ତ ?? ବାହାଘରର ପ୍ରଥମ ଦିନରୁ ସେ ମୋତେ ଛୁଇଁବାକୁ ମନା କରିଦେଲେ କହିଲେ ମୁଁ କୁଆଡେ ତାଙ୍କ ପାଇଁ ଚରିତ୍ର ହିନ, କଳଙ୍କ ଏବଂ ବେଶ୍ୟା । ପ୍ରଶାନ୍ତ କହିଲା ଚୁପ୍ କର, ଆଉ କିଛି କୁହ ନାହିଁ । 

ସେହି ସମୟ ରୁ ଦୁହେଁ ଏକ ନୁଆ ସମ୍ପର୍କ ର ଡୋରରେ ବାନ୍ଧି ହୋଇ ଗଲେ । କିଛି ଦିନ ପରେ ମାନସୀ ଛାଡ଼ପତ୍ର ଦେଇ ପ୍ରଶାନ୍ତ ସହିତ ନୂଆ ଜୀବନ ଆରମ୍ଭ କରିଲା । 

ଏହି କାହାଣୀ ରୁ ସ୍ପଷ୍ଟ ଯେ ତୁମେ ଯଦି ହୃଦୟ ର ସହିତ କାହାକୁ ଅପେକ୍ଷା କରିଛ ତେବେ ସେ ତୁମ ପାଇଁ ନିଶ୍ଚୟ ଫେରିବ । 



ନୀଳମାଧବ ଭୂୟାଁ (ଲେଖକ)





If the contents are helpful to share them with your friends, Thanking You.