ଶୁଖିଲା ପତ୍ର..3

ଶୁଖିଲା ପତ୍ର, ବର ଗଛ, ଓଡ଼ିଆ ପ୍ରେମ ଗଳ୍ପ, ପ୍ରେମ, ବିଚ୍ଛେଦ, ମୃତ୍ୟୁ

ମା ପଚାରିଲେ କଣ ହେଲା କହ?? ମା ମୁଁ ଜ୍ୟୋତି ର ଖବର ଜିତ୍ କୁ କହିନି । ମା, ଏତିକି ଶୁଣି ମୁଣ୍ଡରେ ହାତ ଦେଇ ବସିଲେ। ମା କହିଲେ, ତୁ କଣ କରିଲୁ ରାଜ୍, ସେ ନିଶ୍ଚୟ ଯିବା ପାଇଁ କହିବ। ରାଜ୍ କହିଲା ହଁ ମା ! ସେ ଯିବା ପାଇଁ କହୁଥିଲା ମାତ୍ର ମୁଁ ତାକୁ ସନ୍ଧ୍ୟା ବେଳେ ଯିବା ପାଇଁ କହି ଦେଇଛି। କିନ୍ତୁ ମୁଁ ଜାଣିନି ଯେ ତାକୁ କଣ କହିବି। ମା କହିଲେ ହଉ ଯା ଏବେ କହିଦେ !! ରାଜ୍ କହିଲା ନା ମା ମୁଁ ଆଉ ଗୋଟିଏ ଭୁଲ ବାରମ୍ଵାର କରି ଚାଲିଛି କିନ୍ତୁ ଆଜି ତାର ହିସାବ ମୋତେ ଦେବାକୁ ହେବ। ମା ପଚାରିଲେ କଣ ସେ କଥା ??

ଜିତ୍ ପ୍ରତ୍ୟେକ ୧୫ ଦିନରେ ଜ୍ୟୋତି କୁ ଗୋଟିଏ ଚିଠି ଲେଖି ପଠାଏ । କିନ୍ତୁ ଜିତ୍ ର ସେ ପ୍ରତ୍ୟେକ ପତ୍ର ର ମୁଁ ପ୍ରତ୍ୟୋତର ଦେଇ ଚାଲିଥିଲି। ତାକୁ କେମିତି ଜଣେଇବି ଯେ ଜ୍ୟୋତି ଆଉ ଏ ଦୁନିଆରେ ନାହିଁ । ଜ୍ୟୋତି ର ମୃତ୍ୟୁ ପରେ ଜ୍ୟୋତି ର ବାପା ସବୁ ପତ୍ର ଗୁଡ଼ିକ ମୋତେ ଫେରାଇ ଦେଲେ ଏବଂ ଜ୍ୟୋତି ର ଭାଇ , ପ୍ରତ୍ୟେକ ପତ୍ର ମୋତେ ଆଣି ଦେଉଥାଏ । ଜିତ୍ ର ଟ୍ରେନିଂ ରେ ଅସୁବିଧା ହେବ ଭାବି ତାକୁ ତାର ଜ୍ୟୋତି ରୂପରେ ମୁଁ ଚିଠି ଲେଖି ଜଣେଇ ଦେଉଥିଲି । କିନ୍ତୁ ଆଉ ନୁହଁ ମା ?? ମୋତେ ରାସ୍ତା ଦେଖାଅ। ମୁଁ କଣ କରିବି ଏବେ , କିଛି କୁହ ମା ??

ଏତିକି ବେଳେ କବାଟ କୋଣେ ଜିତ୍ ର ଅଳ୍ପ କାନ୍ଦ ଶବ୍ଦ ଦୁହେଁ ଶୁଣିବାକୁ ପାଇଲେ । ଦୁହେଁ ଜିତ୍ ପାଖକୁ ଦଉଡି ଗଲେ। ଜିତ୍ କିଛି କହିବା ପୂର୍ବରୁ ରାଜ୍ ତାକୁ କୁଂଢ଼େଇ କହିଲା। ଭାଇ ରେ ମୋତେ କ୍ଷମା କରିବୁ। ଜ୍ୟୋତି ର ମୃତ୍ୟୁ ଖବର ତୋତେ କହିନି ବୋଲି ମୋତେ କ୍ଷମା କରିବୁ । ଜିତ୍ ର ଆଖିରୁ ଲୁହ ବହି ଚାଲିଥାଏ । ସେ ନିର୍ଜୀବ ଭଳି ଟଳି ପଡ଼ିଲା। ସଙ୍ଗେ ସଙ୍ଗେ ଆଖି ବନ୍ଦ ହେବାକୁ ଲାଗିଲା। ମା ଦଉଡ଼ି ଯାଇ ପାଣି ଆଣି ଜିତ୍ ର ମୁହଁରେ ପାଣି ଛିଟା ଦେବା ପରେ ସେ ପୁର୍ବ ଅଵସ୍ଥା କୁ ଫେରି ଆସିଲା । କିନ୍ତୁ ଆଖିରୁ ତାର ଲୁହ ବନ୍ଦ ହେବାକୁ ନାମ ନେଉ ନଥାଏ । ରାଜ୍ , ଜିତ୍ କୁ ଉଠେଇ ଖଟରେ ବସେଇ ତାକୁ ଜ୍ୟୋତି କଥା କହିଲା ଯେ ଗତ ୩ ମାସ ତଳେ ସେ ଗୋଟିଏ ଅଜଣା ରୋଗର ଶିକାର ହୋଇ ଡ଼ାକ୍ତର ଖାନା ରେ ତାର ମୃତ୍ୟୁ ଘଟିଥିଲା।

ଜିତ୍ କିଛି ନ କହି କାନ୍ଦ କାନ୍ଦ ମୁଖରେ ସବୁ ଶୁଖିଲା ପତ୍ର ଚିଠି ଗୁଡ଼ିକୁ ନେଇ ଘରୁ ବାହାରି ଗଲା ।

ଫେରିଗଲା ସେ ଯାଗାକୁ ଯେଉଁଠି ଜ୍ୟୋତି ପ୍ରଥମେ ଶୁଖିଲା ପତ୍ର ଦ୍ୱାରା ନିଜ ମନ କଥା ଜିତ୍ କୁ ଲେଖି ଜଣେଇ ଥିଲା । ଜିତ୍ ସେ ବର ଗଛ ମୂଳେ ବସିବାକୁ ଲାଗିଲା । ହଠାତ୍ ଅଳ୍ପ ଝଡ ଯୁକ୍ତ ପବନ ଟିଏ ବହିଗଲା। ବର ଗଛ ରୁ ପ୍ରାୟ ଅର୍ଦ୍ଧେକ ଶୁଖିଲା ପତ୍ର ଝଡି ଜିତ୍ ଉପରେ ବରଷି ଗଲା । ଜିତ୍ ର ଆଖିରୁ ପୁଣି ଲୁହର ଧାର ବହିବାକୁ ଲାଗିଲା । ହଠାତ୍ ଏକ ଧିର ଶବ୍ଦ ଜିତ୍ କାନରେ ବାଜିଲା। ତାହା ଥିଲା ଜ୍ୟୋତି ର । ଜ୍ୟୋତି !!!! ଜିତ୍ ର କାନରେ ଦୁଇ ଶବ୍ଦ ପଚାରି ଦେଇ ଗଲା । ଯେ ଜିତ୍ ??? ତମେ ମୋତେ ମନେ ରଖିଛ ? ଜିତ୍ ଚାରି ଆଡେ଼ ଦେଖିଲା କିଏ କେଉଁଠି ନଥିଲା ? ଥିଲା କେବଳ ଜ୍ୟୋତି ର ସ୍ମୃତି ଆଉ କିଛି ପବନ ମିଶା ଶବ୍ଦ। ଜିତ୍ କାହାକୁ ଉତ୍ତର ଦେବ ? ଯେ ସେ ଆଜି ମଧ୍ୟ ଜ୍ୟୋତି କୁ ତାର ମନରୁ ଲିଭେଇ ପାରୁନି ଆଉ ତାର ପ୍ରତିଟି ଶୁଖିଲା ପତ୍ର କୁ ଜିତ୍ ଆଜି ମଧ୍ୟ ସାଇତି ରଖିଛି ।

ଆଜି ୨୭ ଦିନ ଗଡି ଗଲାଣି ଜିତ୍ ପ୍ରତିଦିନ ସେ ବର ଗଛ ମୂଳରେ ଆସି ଜ୍ୟୋତି କୁ ମନେ ପକାଏ। ଆସନ୍ତା କାଲି ଜିତ୍ ଫେରିଯିବ ନିଜ ୟୁନିଟ୍ କୁ କିନ୍ତୁ ତା ପାଖରେ ଥିଲା ଜ୍ୟୋତି ର ପ୍ରତିଟି ଶୁଖିଲା ପତ୍ର ର ଚିଠି ।

କେଜାଣି କାହିଁକି ଜିତ୍ ଅପେକ୍ଷା କରି ଚାଲିଛି ଜ୍ୟୋତି ର ବାଟକୁ । ସେ ଜାଣିଛି ଜ୍ୟୋତି ଆଉ ଫେରିବ ନାହିଁ । କିନ୍ତୁ ଶୁଖିଲା ପତ୍ର ରେ ସେ ପ୍ରତିଦିନ ଜ୍ୟୋତି କୁ ଅନୁଭବ କରି ଚାଲିଛି । ଏକ ଅନନ୍ୟ ପ୍ରେମ କେବେ ସରେ ନାହିଁ । ଯାହା କେଉଁ ରୂପରେ ମଧ୍ୟ ନିଜ ଭଲ ପାଇବା କୁ ବଞ୍ଚେଇ ରଖେ। ଠିକ୍ ସେହିପରି ଜୀତ୍ ଆଉ ଜ୍ୟୋତି ର ପ୍ରେମ ରେ ଶୁଖିଲା ପତ୍ର ଏକ ଜୀବନ୍ତ ସନ୍ତକ ହୋଇ ରହି ଯାଇଛି ।

ପୂଜା ସ୍ୱାଇଁ (ଗାଳ୍ପିକା)

If the contents are helpful to share them with your friends, Thanking You.

ଶୁଖିଲା ପତ୍ର..୨

ଓଡ଼ିଆ କାହାଣୀ, ପୁଜା ସ୍ୱାଇଁ , ଶୁଖିଲା ପତ୍ର

ଜ୍ୟୋତି ର ଠିକଣା କୁ ଜିତ୍ ନିଜ ଡାଏରୀ ରେ ଲେଖିଲା ଏବଂ ଦୁହେଁ ଦୁହିଁଙ୍କୁ ବିଦାୟ ଦେଇ ଜିତ୍ ଫେରିଗଲା ନିଜ ଲକ୍ଷ୍ୟ ଅଭିମୁଖେ । ସେତେ ଦିନ ପର୍ଯ୍ୟନ୍ତ ଜିତ୍, ଜ୍ୟୋତି କୁ ଦେଖି ନଥିଲା କିନ୍ତୁ ତା ପର ଠାରୁ ସେ ଜ୍ୟୋତି କୁ ଭଲ ପାଇ ବସିଲା। ଜିତ୍ ସେଠୀ ପହଞ୍ଚିବା ମାତ୍ରେ ଜ୍ୟୋତି ପାଖକୁ ଚିଠି ଲେଖିଲା । ସେ ମଧ୍ୟ ବର ଗଛ ର ଶୁଖିଲା ପତ୍ର ରେ ମାଧ୍ୟମରେ । ସେ ଶୁଖିଲା ପତ୍ର କୁ ଏତେ ଯତ୍ନରେ ସାଇତି କରି ସେ ଜ୍ୟୋତି ପାଖକୁ ପଠାଉଥିଲା ଯେ , ପତ୍ର ର ଟିକେ ଆଞ୍ଚ ମଧ୍ୟ ଆସୁ ନଥିଲା । ସେ ପତ୍ର ରେ ଲେଖି ଜଣାଇଥିଲା ଯେ ଆମ ପ୍ରେମ ର ପ୍ରଥମ ଚିଠି ଯଦି ପତ୍ର ରୁ ହୋଇଛି ତେବେ ସବୁ ଚିଠି ଏହି ପତ୍ର ରେ ହିଁ ଲେଖା ଯିବ । ତାର ସବୁ ପତ୍ର କୁ ଜ୍ୟୋତି ନିଜର ଅମୂଲ୍ୟ ସମ୍ପଦ ଭାବେ ସାଇତି ରଖୁଥାଏ।

ଦୁଇ ଜଣ କଥା ବାର୍ତ୍ତା ଏହି ପତ୍ର ମାଧ୍ୟମରେ ସନ୍ଦେଶ ରୂପରେ ଦୁହିଙ୍କ ପାଖରେ ପହଞ୍ଚିବା ରେ ଲାଗିଲା। ପ୍ରାୟ ୫ ମାସ ପରେ ଜିତ୍ ଘରକୁ ଛୁଟି ଆସିଲା । ନିଜ ମାଆ କୁ ଜ୍ୟୋତି ବିଷୟରେ କହିଲା । ଜ୍ୟୋତି କୁ ଜିତ୍ ର ମାଆ ଆଗରୁ ବ‌ହୁତ ଥର ଦେଖିଥିଲେ । କାରଣ ଜ୍ୟୋତି ଥିଲା ପଡୋଶୀ ଗ୍ରାମର ଝିଅ । ପୂଜା ପର୍ବ ହେଲେ ସେହି ଗ୍ରାମ ର ମନ୍ଦୀର କୁ ଯିବା ଆସିବା କରେ । ସେଠୁ ପରିଚିତ ହୋଇଥିଲା ଜ୍ୟୋତି ଆଉ ଜିତ୍ ର ମା ସହିତ। ସୁନ୍ଦର ଏବଂ ସୁଶିଳା ବୋଲି ସେ ମଧ୍ୟ ନିଜ ପୁଅ ସହିତ ବିବାହ କରିବାକୁ ଭାବି ଥିଲେ। ପୁଅ ମୁହଁରୁ ଏକଥା ଶୁଣି ସେ ମଧ୍ୟ ବହୁତ୍ ଖୁସୀ ହେଲେ‌ । ବଡ ଭାଇ ଯେତେବେଳେ ଜ୍ୟୋତି କଥା ଶୁଣିଲା ସେ ମଧ୍ୟ ଖୁସି ହୋଇ ହଁ କରିଲା ଏବଂ ତାଙ୍କୁ ହିଁ ସେ ଘର ର ବୋହୂ କରିବା ବୋଲି କହିଲା । ବଡ ଭାଇ ରାଜ୍ ପରେ ବିବାହ କରିବ ବୋଲି କହି ସେ ଜିତ୍ ର ବିବାହ କୁ ପ୍ରାଧାନ୍ୟ ଦେଲା ।

ସଭିଏଁ ମିଶି ଜ୍ୟୋତି ଘରକୁ ପ୍ରସ୍ତାବ ନେଇ ଗଲେ। ରାଜ୍ ଜ୍ୟୋତିଙ୍କ ବାପାକୁ ଅନୁରୋଧ କରି କହିଲେ। ଜିତ୍ ପାଇଁ ଆପଣଙ୍କ ଝିଅ ପାଇଁ ବୋହୂ କରିବାକୁ ନିଶ୍ଚୟ କରିଛୁ ଯଦି ଆପଣଙ୍କ ଅନୁମତି ହୁଏ ତେବେ ଏହି ବାହାଘର ସମ୍ଭବ ହୋଇ ପାରିବ। ଜ୍ୟୋତିର ବାପା ମଧ୍ୟ ରାଜି ହୋଇଗଲେ ଏବଂ କହିଲେ ଜିତ୍ ଭଳି ପୁଅ ମୋତେ କୋଉଠି ଖୋଜିଲେ ମଧ୍ୟ ପାଇବି ନାହିଁ। ଏତେ ଭଲ ପରିବାର ରେ ମୋ ଝିଅ ବହୁତ ଖୁସି ରେ ରହିବ ମୁଁ ଏଇ ପ୍ରସ୍ତାବ ରେ ସଂପୂର୍ଣ୍ଣ ରାଜି। ବାହାଘର ଠିକ୍ ‌କରି କିଛି ଦିନ ପରେ ଜିତ୍ ତା ନିଜ ୟୁନିଟ୍ କୁ ଚାଲିଗଲା।

ଏମିତି ପତ୍ର ଦିଆ ନିଆ ଚାଲିଥାଏ । କିନ୍ତୁ ଏଠି ଏକ ବିରାଟ ସତ୍ୟ ଜିତ୍ ସହିତ ଲୁଚକାଳି ଖେଳୁଥାଏ । ଜିତ୍ ସେମିତି ହିଁ ଚିଠି ପତ୍ର ଲେଖି ଜ୍ୟୋତି କୁ ପଠାଉ ଥାଏ। ଆଉ ସେ ପତ୍ର କୁ ଜ୍ୟୋତି ପାଇ ବହୁତ ଖୁସି ହେଉଥାଏ। ପ୍ରାୟ ୧୦ ମାସ ପରେ ଜିତ୍ ଘରକୁ ଆସିବା ପାଇଁ ବାହାରିଲା। ଘରକୁ ଚିଠି ମାଧ୍ୟମରେ ସେ ଖବର ଦେଲା ଯେ ସେ ଆସୁଛି । ଠିକ୍ ଦୁଇ ଦିନ ପରେ ସକାଳୁ ସକାଳୁ ଜିତ୍ ଘରେ ଆସି ପହଞ୍ଚିଲା ।

ସେ ଛୁଟି ନେଇ ଘରେ ପହଞ୍ଚିଲା ପରେ ଘରେ ମା ବହୁତ୍ ଖୁସୀ ହେଲେ ଏବଂ ଗାଧୁଆ ପାଧୁଆ ସାରି ସେ ଜ୍ୟୋତି ଘର କୁ ବୁଲି ଯିବା ପାଇଁ ବାହାରିଲା। ଜିତ୍ ଜ୍ୟୋତି କୁ ବହୁତ୍ ଦିନ ପରେ ଦେଖା କରିବ ବୋଲି ସେ ମନରେ ବହୁତ୍ ଖୁସି ସଞ୍ଚୟ କରି ରଖିଥିଲା। ସେ ତା ବଡ ଭାଇ ରାଜ୍ କୁ କହିଲା କି ମୁଁ ଜ୍ୟୋତି କୁ ଦେଖା କରିବା ପାଇଁ ଯିବି ତୁ ବି ମୋ ସହ ଯିବୁ। ଜିତ୍ ର ଏହି କଥାରେ ରାଜ୍ ଚିନ୍ତାରେ ପଡ଼ିଗଲା। ନିଜ ଭାଇ କୁ କଣ କହିବ ସେ ଚିନ୍ତାରେ ବ୍ୟସ୍ତ ହୋଇ ପଡୁଥାଏ।

ସେ କଥା କୁ ବୁଲେଇ କହିଲା ଯେ ଜିତ୍ ତୁ ଏବେ ଆସିଛୁ ଅଳ୍ପ ବିଶ୍ରାମ କରେ କାଲି ଯିବା। ଜିତ୍ ପଚାରିଲା କିଛି ଅସୁବିଧା ଅଛି କି ଭାଇ? ତମେ ଚିନ୍ତା ଆଉ ବ୍ୟସ୍ତ ଜଣା ପଡୁଛ ? ରାଜ୍ କହିଲା ନା ରେ କିଛି ନାହିଁ ମୋର ମୁଣ୍ଡ ଅଳ୍ପ ବ୍ୟଥା ହେଉଛି ତ ସେଥିପାଇଁ କହୁଥିଲି। ଜିତ୍ ମନରେ ଅଳ୍ପ ପ୍ରଶ୍ନ ଜାତ ହେଲା ସେ ରାଜ୍ ଭାଇ ର କଥା ରଖି କହିଲା ହଉ ଭାଇ ଆମେ ସନ୍ଧ୍ୟାରେ ଯିବା । ରାଜ୍ ହଁ…., ନା… କରି ଶେଷରେ ହଁ କରିଲା । ତାପରେ ଦୁହେଁ ବିଶ୍ରାମ କରି ବାକୁ ଗଲେ । ଜିତ୍ ଅଳ୍ପ ନିଦ ହେଲା ପରେ ରାଜ୍ ସେ ରୁମ୍ ରୁ ବାହାରି ଗଲା। ରାଜ୍ କୁ ନିଦ ଆସୁ ନଥିଲା । ସେ ମା ପାଖରେ ଆସି ପହଁଚିଲା । ମା ପାଖକୁ ଯାଇ କହିଲା । ମା ମୁଁ ଗୋଟିଏ ବଡ କଥା ଟିଏ ତୁମକୁ ଲୁଚେଇ ରଖିଛି । ମୋତେ କ୍ଷମା କରିବ ।

ଆଗକୁ ପଢ଼ିବେ

If the contents are helpful to share them with your friends, Thanking You.

ଶୁଖିଲା ପତ୍ର..୧

Pujaswain, sukhila patra, ପତ୍ର

ଶୁଖିଲା ପତ୍ର

ରାଜ୍ ଓ ତାର ସାନ ଭାଇ ଜିତ୍ । ଦୁଇ ଜଣ ଦେଖିବାକୁ ବହୁତ ସୁନ୍ଦର । ମା ଙ୍କ ଦୁଃଖ ଆଉ କଷ୍ଟ କେବଳ ଦୁଇ ଓଳା ପେଟ ପୋଷିବା ପାଇଁ ସକ୍ଷମ ଥିଲା କାରଣ ସ୍ବାମୀ ଛାଡ଼ି ଗଲା ପରେ ସେ ଏହି ଦୁଇ ଛୁଆ ର ସେ ଥିଲେ ସବୁ କିଛି । ବେଳେବେଳେ ଗୋଟିଏ ଓଳା ଖାଇଲେ ଆଉ ଗୋଟେ ଓଳା ନଖାଇ ଶୋଇବାକୁ ପଡେ କିନ୍ତୁ ଭଗବାନ ଙ୍କ ଆଶୀର୍ବାଦ ଯେ ଦୁଇ ଭାଇ ମଧ୍ୟ ସେମିତି ଗୁଣବାନ୍ ଥିଲେ। କିଛି ବର୍ଷ ବିତି ଗଲା । ଦୁଇ ଭାଇ ଭଲ ପଢ଼ିଲେ ଏବଂ ଭଲ ନମ୍ବର ରଖି ପାସ୍ କରିଲେ । କିନ୍ତୁ ଘର ଚଲେଇବା ପାଇଁ ରାଜ୍ ନିଜ ପାଠ ପଢ଼ାକୁ ଆହୁତି ଦେଇ ସେ ବିଦେଶ ଚାଲିଗଲା ଏବଂ ଅର୍ଜିତ ଧନ ରେ ଘର ଖର୍ଚ୍ଚ ସହିତ ସାନ ଭାଇ ଜିତ୍ କୁ ପଢେଇବାକୁ ଲାଗିଲା ।

ଦୁହେଁ ସୁନ୍ଦର୍ ଥିଲେ ମଧ୍ୟ ଜିତ୍ ଷ୍ଟାଇଲିଷ୍ଟ ରେ ଏକ ନମ୍ବର୍ । ଜିତ୍ ବହୁତ ଭଲ ପଢେ। ସେ କଲେଜ ରେ ଦୁଇ ବର୍ଷ ପଢି +୨ ରେ ପୁରା କଲେଜ ରେ ଟପ୍ ନମ୍ବର ରଖି ପାସ୍ ହେଲା। କଲେଜ ରେ ଭଲ ନମ୍ବର ରଖି ଥିବାରୁ ସଭିଏଁ ଜିତ୍ କୁ ଚିହ୍ନିଲେ କିନ୍ତୁ ଜିତ୍ ମଧ୍ୟ ନିଜ ଭାଇ ଙ୍କୁ କଥା ଦେଇଥିଲା ଯେ, ଭାଇ ଯଦି ତୁମେ ମୋ ପାଠ ପଢା ପାଇଁ ଆହୁତି ଦେଇଛ ମାନେ ମୁଁ ତୁମର ମର୍ଯ୍ୟାଦା ରକ୍ଷା କରିବି ଏବଂ ମୁଁ ଚାକିରୀ କରି ଦେଖାଇବି ଏବଂ ତୁମ ନାମ ରଖିବି।

ଜ୍ୟୋତି ନାମ ଯେମିତି ସେମିତି ସୁନ୍ଦରୀ ମଧ୍ୟ ଥିଲା। ସେ ଜିତ୍ କୁ ନିଜ ଆଡୁ ଭଲ ପାଉଥାଏ । ସେ ଜିତ୍ ଠାରୁ ଦୁଇ ବର୍ଷ ଜୁନୀୟର ଥିଲା । ଜ୍ୟୋତି ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ହେଲେ କଣ ହେବ ? ଜିତ୍ ର କେବଳ ପାଠ ପଢ଼ିବା ଆଉ ଭଲ ଚାକିରୀ କରିବା ଛଡ଼ା ତା ମୁଣ୍ଡରେ ଆଉ କିଛି ନଥିଲା । ତାର ସ୍ବପ୍ନ ପାଇଁ ସେ ବହୁତ୍ ଚିନ୍ତିତ ଥିଲା । କାରଣ ତାଙ୍କ ମା ବହୁତ କଷ୍ଟରେ ଦୁଇ ଜଣ କୁ ପଢେଇବା ପରେ ଭାଇ ଙ୍କ କଥା ତାକୁ ସବୁବେଳେ ମନେ ପକେଇ ଦେଉଥାଏ। ସେ ବିଷୟରେ ମଧ୍ୟ ଜ୍ୟୋତି ଜାଣି ପାରିଲା। ତେଣୁ ସେ ତାର ମନ କଥାକୁ ଜିତ୍ କୁ ନ କହି ଅପେକ୍ଷା କରି ରହିଥିଲା।

ଦିନ ବିତି ଗଲା ଏବଂ ଦ୍ବିତୀୟ ବର୍ଷ ସରି +3 ରେ ତୃତୀୟ ବର୍ଷ ଚାଲୁ ରହିଥାଏ। ଜିତ୍ କୁ ଇଣ୍ଡିଆନ୍ ଆର୍ମି ରେ ଜବ୍ ମିଳିଲା ଜିତ୍ ବହୁତ ଖୁସି ହେଲା ଏବଂ ମାଆ ଓ ନିଜ ଭାଇକୁ ଜଣାଇ ଟ୍ରେନିଙ୍ଗ୍ ଯିବା ପାଇଁ ପ୍ରସ୍ତୁତ ହେଲା। ଶେଷ ଥର ପାଇଁ କଲେଜ ରେ ସବୁ ସାଙ୍ଗକୁ ଦେଖା କରିବା ପାଇଁ ଗଲା ସବୁ ସାଙ୍ଗ ବହୁତ ଖୁସି ହୋଇ ଅଭିନନ୍ଦନ ମଧ୍ୟ ଜଣାଇଲେ। ଜ୍ୟୋତି ଏହି କଥାକୁ ଶୁଣି ବହୁତ୍ ଖୁସି ଥିଲା ଏବଂ ଦୁଃଖୀ ମଧ୍ୟ ଥିଲା କାରଣ ଜିତ୍ କଲେଜ୍ ପଢା ଛାଡ଼ି ସେ ବହୁ ଦୂରକୁ ଚାଲିଯିବ।

କାଳେ ଜିତ୍ ମନରେ ପରିବର୍ତ୍ତନ ଆସିବ ସେ ଦୁଃଖ ମଧ୍ୟ ଥିଲା ଏବଂ ଜିତ୍ କୁ ଯଦି ତା ମନ କଥା ନ କହିବ ଆଉ କିଏ‌ କହିଦେବ। ସେ ସଙ୍ଗେ ସଙ୍ଗେ ଜିତ୍ କୁ ତା ମନ କଥା କହିବାକୁ ସ୍ଥିର କଲା। ସେ ଜିତ୍ ପାଖକୁ ଗଲା ବେଳକୁ ଜିତ୍ ସାଙ୍ଗ ମାନଙ୍କ ସହିତ ଦେଖା କରି ବସ୍ ଭିତରେ ବସିଗଲାଣି । ଜ୍ୟୋତି କିଛି ଭାବି ପାରୁନଥିଲା କ’ଣ କରିବ ଭାବି ନିଜ ମନ କଥା କେମିତି କହିବ ? ଭାବି ପାରୁ ନଥିଲା ।

ହଠାତ୍ ତାର ନଜର ପଡ଼ିଲା ଗୋଟିଏ ଶୁଖିଲା ବର‌ ପତ୍ର ଉପରେ । ପତ୍ରଟିକୁ ଗୋଟାଇ ଆଣି ସେଥିରେ ଲେଖିକି ଦେବାକୁ ଭାବିଲା । ସେ ସମୟରେ ତା ପାଖରେ ଲେଖିବା ପାଇଁ କିଛି ନଥିଲା। ମନ ଭିତର ଈଛା ତ ଥିଲା କିନ୍ତୁ ଜଣେଇବା ଅତି ଜରୁରୀ । ସେ ନିଜ ଆଙ୍ଗୁଠି କୁ ଦାନ୍ତ ରେ ଛିଣ୍ଡେଇ ତାର ମନର ଭାବକୁ ଲେଖିବାକୁ ଚେଷ୍ଟା କରିଲା ବହୁତ୍ ଲେଖି ନ ପାରିଲେ ମଧ୍ୟ ଦୁଇ ଧାଡ଼ି ରେ ସବୁତକ ଶବ୍ଦ ଲେଖି ଦେଇଗଲା। ଏବଂ ସେ ବସ୍ ଭିତରକୁ ଯାଇ ଜିତ୍ ପାଖରେ ପହଞ୍ଚି ତାକୁ ହାତ ମିଳାଇ ଶୁଭକାମନା ଜଣେଇ ସେ ସୁଖିଲା ପତ୍ର କୁ ତା ହାତରେ ଦେଇ ଫେରିଗଲା । ଜିତ୍ ଆଶ୍ଚର୍ଯ୍ୟ ରେ ଚାହିଁ ରହିଥାଏ । ପ୍ରଥମ ଥର ଏକ ଅଜଣା ଝିଅ ଏତେ ସାହାସ କରି ମୋ ପାଖକୁ ଆସି ମୋତେ ଅଭିନନ୍ଦନ ଜଣାଇ ତା ସହିତ କିଛି ଦେଇ ଫେରିଗଲା। ସଙ୍ଗେ ସଙ୍ଗେ ଜ୍ୟୋତି ବସ୍ ରୁ ଓହ୍ଲାଇ ଗଲା। ଜିତ୍ ସେ ପତ୍ର କୁ ଖୋଲି ପଢିଲା ପରେ ଜିତ୍ ମନରେ ପରିବର୍ତ୍ତନ ଆସିଲା ଏବଂ ଖୁସି ହୋଇଗଲା ।

ସେଥିରେ ରକ୍ତବୋଳା ଅକ୍ଷର ଦ୍ଵାରା ଏମିତି କିଛି ଶବ୍ଦ ଲେଖା ଯାଇ ଥିଲା ଯାହା ଜିତ୍ ର ମନକୁ ବହୁତ୍ ଛୁଇଁ ଥିଲା । ସେଥିରେ ଜ୍ୟୋତି ତାର ମନ କଥା ଲେଖିଥିଲା ଯାହା ସେ ପ୍ରତ୍ୟକ୍ଷ ଭାବେ କହି ପାରୁ ନଥିଲା କିନ୍ତୁ ସେ ପତ୍ର ମାଧ୍ୟମରେ ଜଣେଇ ଦେଲା। ରକ୍ତ ର ଅକ୍ଷର ଦେଖି ତାକୁ କିଛି ଠିକ୍ ଲାଗିଲା ନାହିଁ । ସଙ୍ଗେ ସଙ୍ଗେ ବସ୍ ଅଟକାଇ ୫ ମିନଟ୍ ରଖିବା ପାଇଁ ସେ ଡ୍ରାଇଭର ଅନୁରୋଧ କରିଲା । ଡ୍ରାଇଭର ଜିତ୍ ର କଥା କୁ ରଖି ବସ୍ କୁ ଅଟକାଇଲା । ଜିତ୍ ଦଉଡ଼ି ଗଲା ଜ୍ୟୋତି ପାଖକୁ ଏବଂ ତୁମେ କିଏ ବୋଲି ପଚାରିଲା ? ଜ୍ୟୋତି ନିଜ ପରିଚୟ ଦେଲା ଏବଂ ଜିତ୍ ଜ୍ୟୋତି କୁ ଦେଖି ବହୁତ୍ ଖୁସି ମଧ୍ୟ ହେଲା । ତାକୁ ଏହି ପତ୍ର ରେ ଲେଖି ଦେବାର କାରଣ ପଚାରିବା ପରେ କହିଲା । ଯେ ମୋ ମନ କଥା କହିବା ପାଇଁ ଏହା ଥିଲା ମୋର ଶେଷ ପ୍ରୟାସ । ମୁଁ ଯଦି କହି ନ ଥାନ୍ତି ତେବେ ସବୁଦିନ ମୁଁ ଏମିତି ଏକ ତରଫା ଭଲ ପାଇବା ର ନିଆଁ ରେ ଜଳିଥାନ୍ତି କିନ୍ତୁ କେବେ କହି ପାରି ନଥାନ୍ତି । ଆଜି ହିଁ କହିବି ବୋଲି ଭାବି କହି ଦେଲି ।

ଆଗକୁ ପଢ଼ିବେ

If the contents are helpful to share them with your friends, Thanking You.

ସନ୍ତୁଷ୍ଟି

ଦିନର ଅଧା ସମୟ 
ଆମେ ଚିନ୍ତାରେ ବ୍ୟର୍ଥ କରି ଦେଉଛୁ ।
କାରଣ ଚିନ୍ତା ଏମିତି ଏକ ରୋଗ
ଯାହା ନିଜ ଅପେକ୍ଷା ଅନ୍ୟର କଥା କୁ ଅଧିକ ଗୁରୁତ୍ଵ ଦିଏ। 

ପ୍ରକୃତରେ ଏହା ଚିନ୍ତା ର ଭୁଲ ନୁହଁ ।
ନିଜ ର ମଧ୍ୟ ଭୁଲ ନୁହଁ ।
ନିଜ ମନର ମଧ୍ୟ ଭୁଲ ନୁହଁ ।
ତେବେ ଭୁଲ କାହାର ?
ଭୁଲ ହେଉଛି ଆମର ସନ୍ତୁଷ୍ଟି ଭାବ ର 
ଯାହା ଆମେ ସର୍ବଦା 
ଅତ୍ୟଧିକ ପରିମାଣ ରେ ଆଶା ରଖୁଛୁ ।

ଅତ୍ୟଧିକ ଆଶା ସର୍ବଦା ଦୁଃଖ ଦେଇ ଚାଲିଥାଏ
ଆମେ ଜାଣିବାକୁ ଚାହୁଁ ନାହିଁ ଯେ 
ଆମକୁ କେତେ ପରିମାଣ ରେ ସନ୍ତୁଷ୍ଟି ଦରକାର 
ଆଉ କେତେ ସନ୍ତୁଷ୍ଟି ରେ ଆମେ ନିଜକୁ 
ଉଚିତ୍ ମନେ କରିବା ।

ଏ ସବୁ ର କାରଣ ତଳେ ଲେଖା ହୋଇଛି !

ପ୍ରଥମେ ଆଶା
ଆଶା କୁ ସୀମିତ ରଖିବାକୁ ପଡ଼ିବ
ଦ୍ଵିତୀୟ ଲୋଭ
ଲୋଭ କୁ ଅତ୍ୟଧିକ ପରିମାଣ କରିବା ଅନୁଚିତ୍
ତୃତୀୟ ମୋହ
ଅନ୍ୟ ପ୍ରତି ହେଉ ଅବା କେଉଁ ଜିନିଷ ପ୍ରତି ହେଉ
ମୋହ ଠାରୁ ଦୂରରେ ରହିବା ଅତି ଆବଶ୍ୟକ ।

ଆଉ ଏହି ତିନୋଟି ର ଅର୍ଥ କେବଳ ଗୋଟିଏ
ତାହା ହେଉଛି ଆମର ଅସନ୍ତୁଷ୍ଟ ମନ
ନିଜ ମନକୁ ସନ୍ତୁଷ୍ଟି କରିବାର ଉପାୟ ପାଞ୍ଚିବା ହିଁ
ଆମର ମୂଳମନ୍ତ୍ର ହେବା ଦରକାର ।

ତେବେ ପୁଣି କଣ ଚିନ୍ତା କରୁଛନ୍ତି
ଆପଣ ପାଖରେ ଯାହା ଅଛି 
ତାହା ସନ୍ତୁଷ୍ଟି ଜନକ ଅଟେ
କାରଣ ଭଗବାନ ଆପଣଙ୍କୁ 
ଦୁଇ ମୁଠା ଦୁଇ ବେଳା ଖାଇବାକୁ ଯୋଗାଡ କରି ଦେଉଛନ୍ତି ନା
ସେତିକି କଣ ସନ୍ତୁଷ୍ଟି ଜନକ ନୁହେଁ କି ?
କାରଣ ପାର୍ଥକ୍ୟ କରିବା ??
ତେବେ ଶୀତ କାକର ହେଉ ଅବା ବର୍ଷା ରାତି
କେଉଁ ରାସ୍ତା ପାଖରେ ଭିକାରୀ ଟିଏ ଶୋଇ ରହୁଚି
ଅଖିଆ ଏବଂ ଚିରା ଛିଣ୍ଡା କପଡା ରେ ନିଜକୁ 
ଆବୃତ୍ତି କରି କେମିତି ରାତି ବିତୁଛି ତାର
ସେ ଦୁଃଖ କେବଳ ସେ ନିଜେ ହିଁ ଜାଣେ ।

କିନ୍ତୁ ସେ ଭିକାରୀ ମଧ୍ୟ ସନ୍ତୁଷ୍ଟି ରହେ
କାରଣ ସେ ଭାବିନିଏ 
ମୋ ପାଇଁ ଆଜି ଏତିକି ଥିଲା ।

ଆଉ ଅଧିକ ଆଶା ହିଁ ତା ପାଇଁ ବ୍ୟର୍ଥ ଅଟେ ।
ତେବେ ଆପଣ ଠିକ୍ ବୁଝି ସାରିଲେଣି ।

ନିଜର ସନ୍ତୁଷ୍ଟି କୁ ସୀମିତ ରଖନ୍ତୁ
ସବୁ ସମସ୍ୟା ର ସମାଧାନ 
ଆପେ ଆପେ ସରଳ ହେବାକୁ ଲାଗିବ ।

ଧନ୍ୟବାଦ 

ଯଦି ଏହି ମେସେଜ ଟି ଆପଣଙ୍କୁ ପସନ୍ଦ ଆସିଛି
ତେବେ ସେୟାର କରିବାକୁ ଭୁଲିବେ ନାହିଁ ।

ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…


If the contents are helpful to share them with your friends, Thanking You.

आप के द्वारा सब संभव है

हातों की लकीरों के ऊपर भरोशा ना करें ।
अपनी पहचान खुद बनाएं ।
भाग्य को दोष ना दें 
कोशिश आपकी तो सफ़लता भी आपकी
सोच जितना ऊंचा रहेगा कार्य में आपकी चमक उतना निखर के बाहर आएगा। 
कोई आपको ताज नहीं पहनाएगा
ताज को हासिल करना पड़ता है ।
काबिलियत आपके अंदर महजूद है तो
देर किस बात की
नया सोचो
नया रास्ता की और बढ़ें
नया दुनिया को अपनाओ
कहां सफ़लता छुपा हुआ है उसको 
ढूंढके निकाले ।
यह केबल आप के द्वारा ही संभव है ।
बिना समय गबाएं अपनी मंजिल की और बढ़ें 
दुनिया को अपनी काबिलियत दिखाएं
आप के द्वारा सब कुछ संभव है। 

By. Nilamadhab Bhuyan







If the contents are helpful to share them with your friends, Thanking You.

କଣ୍ଟକ ପଥ ର ଯାତ୍ରୀ


Narendra swain, swain, Narendra, kantaka, swapna bhuyan
କଣ୍ଟକ ପଥ ର ଯାତ୍ରୀ



ପାଦ ଦୁଇ କାଢ଼ି ଚାଲିଲି ମୁଁ ଏକା
                  ଛାଡ଼ି ଘର ଦ୍ଵାରମୋହ
ଆଖି ଅଶ୍ରୁ ଧାର ପୋଛି ନିଜ ହାତେ
               ଲୁଚାଇ ଛାତିର କୋହ,,,
ସାହି ପଡିଶାଙ୍କ ଥଟ୍ଟା ପରିହାସ
                 ଶୁଣିଥିଲି କେତେକାନେ
ଝିଅଟେ ହୋଇବି କେମିତି ଯାଉଛି
               ନାହିଁ କିଛି ଭୟ ମନେ,,,
ବାପା ଭାଇ କଣ ଅକ୍ଷମ ହୋଇଲେ
               ସେଥିପାଇଁ ଝିଅ ଗଲା
ବାହାରକୁ ଯାଇ ନାମ ପକାଇବ
                ସେଠି ସେ କରିବ ପାଲା
ସବୁ ଶୁଣି ଛାତି ପଥର ମୁଁ କଲି
                   ଆସିଲି ପର ଦେଶକୁ
ଝିଅ ଜନ୍ମ ଖାଲି ହାଣ୍ଡି ଶାଳେ ନୁହଁ
               ବୁଝାଇ ଦେବି ସଭିଙ୍କୁ,,,
ଆସିଲି ଯେବେ ମୁଁ ଅଜଣା ରାଇଜେ
              ନଥିଲେ କେହି ମୋ ସାହା
କେତେ ବୁଲି ବୁଲି ପାଇଲି ଶେଷରେ
               ରହିବାର ଏଠି ରାହା,,,
ଚାଲିଯାଏ ଯେବେ ଏକା ମୁଁ ରାସ୍ତାରେ 
                ପୁଅ ଚାହିଁ ଥାନ୍ତି ମୋତେ
ଲୋଲୁପ ଦୃଷ୍ଟିରେ ପକାନ୍ତି ନଜର
            ମାରନ୍ତି କମେଣ୍ଟ କେତେ,,,
ଶୁଣିବାକୁ ଏଠି କେହି ଜଣେ ନାହିଁ
                ଯଦି କିଛି ମୋତେ ହୁଏ
ସାହସରେ ସିନା ପାଦକୁ ବଢାଏ
              ତଥାପି ମୋ ଭୟ ଥାଏ,,,
ବାପା ଥିଲେ ମୋର ସାହସର ବାଡି
                 ଭାଇ ମୋ ରକ୍ଷା କବଚ
ସାଥେ ଚାଲେ ଯେବେ ବାପା ଭାଇ ପଛେ
               ନଡରେ ଭୂତ ପିଶାଚ,,,
ଏଠି ନର ରୁପି ପିଶାଚ ଯେ କେତେ 
                     ବୁଲୁଛନ୍ତି ମାଳ ମାଳ
ଦେଖି ଏମାନଙ୍କୁ ଛାତି ମୋ ଥରୁଛି 
                  ମୁଣ୍ଡରୁ ବହୁଛି ଝାଳ,,,
ମନେ ପଡେ ସେହି ନିର୍ଭୟା ଘଟଣା
                   ଦିଲ୍ଲୀର ଗଣ ଦୁଷ୍କର୍ମ
ନିରୀହ ଝିଅକୁ ଜଣ ଜଣ କରି
              ଖାଇଥିଲେ ତାର ଚର୍ମ,,,
କେତେ ଝିଅ ବୋହୂ ସର୍ବସ୍ବ ହରାନ୍ତି
                 ପଡି ଏମାନଙ୍କ ଜାଲେ
କୁହ କେଉଁ ଝିଅ ସୁରକ୍ଷିତ ହେବ
                ଏଭଳି ରାକ୍ଷସ ଥିଲେ,,,
                ଏଭଳି ରାକ୍ଷସ ଥିଲେ,,,


ନରେନ୍ଦ୍ର କୁମାର ସ୍ବାଇଁ (ଲେଖକ)


If the contents are helpful to share them with your friends, Thanking You.

କଣ କରିବେ


ଆଖି ବନ୍ଦ କରି ବିଶ୍ୱାସ କରିବା ମାନେ 
ଆଜିକାଲି ଦୁନିଆରେ ନିଜକୁ ସଙ୍କଟ କୁ 
ଟାଣି ନେବା ସହ ସମାନ ।

ପ୍ରକୃତରେ ଆମେ ନିଜେ ନିଜକୁ ସଙ୍କଟ ରେ 
ପକେଇ ସବୁ ବେଳେ ଅସୁବିଧା ର ସମ୍ମୁଖୀନ ହେଉ ।

ବିଶ୍ୱାସ କର କିନ୍ତୁ ପ୍ରାମାଣିକ ରୂପରେ । 

ତୁମ ଠାରୁ ବୁଦ୍ଧିମାନ କେହି ନୁହନ୍ତି।  

ଯଦି ତମକୁ କେହି ଠକି ପାରୁଛି ତାକୁ 
ତୁମେ ଠକିବା ଦରକାର ନୁହଁ । 
ତା ଠାରୁ ଦୁରେଇ ଯିବା ଉଚିତ୍ ଅଟେ।  

କଣ କରିବା , କେମିତି ସମସ୍ୟା କୁ ଉନ୍ନତ
ରୂପେ ତୋଳିବା ତାହା ନିଜର ଉପଦେଶ 
କାରି ଙ୍କ ଠାରୁ ନିଶ୍ଚୟ ପରାମର୍ଶ ନିଅନ୍ତୁ। 

କିନ୍ତୁ ଆପଣଙ୍କୁ ଯିଏ ଈର୍ଷା କରେ ତା ଠାରୁ 
କେବେ ମଧ୍ୟ ପରାମର୍ଶ ନିଅନ୍ତୁ ନାହିଁ। 

ତେବେ ଆପଣଙ୍କ ବିଚାର କଣ ।

କଣ କରିବେ ??
ବିଶ୍ୱାସ କାହାକୁ କରିବା ??
କେଉଁ ପ୍ରକାର ଲୋକଙ୍କୁ ବିଶ୍ୱାସ କରିବା ଉଚିତ୍ ?

କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ

।। ଧନ୍ୟବାଦ ।।



If the contents are helpful to share them with your friends, Thanking You.