ଈର୍ଷା ଆଉ ଅହଙ୍କାର

ଆପଣଙ୍କ ପରମ ଶତ୍ରୁ କିଏ ଜାଣିଛନ୍ତି ?
ସେ ଆପଣଙ୍କ ଅହଙ୍କାର ମନ !!!
ମନରେ ଅହଙ୍କାର ଏବଂ ଅନ୍ୟ ପ୍ରତି ଈର୍ଷା ଯେତେ ରଖିବା ଆମ ମନ ସେତେ ଆମକୁ ବିଚଳିତ କରିବ । 

ସେ ସବୁ ସମୟରେ ଆପଣଙ୍କୁ ଚିନ୍ତା ରେ ରହିବାକୁ ବାଧ୍ୟ କରିବ। 
ଆଉ ଆପଣ ମଧ୍ୟ ଚିନ୍ତାରେ ରହିବେ 
ଫଳ ସ୍ୱରୂପ, ଈର୍ଷା ଆଉ ଅହଙ୍କାର ଯେତେ ଅଧିକ ହୁଏ ମନ ସେତେ ଅସନ୍ତୁଷ୍ଟ ହୋଇ ବଢ଼ି ଚାଲେ ।

କୋଉ କାର୍ଯ୍ୟରେ ମନ ଲାଗେନା ।
ନା ଖାଇବାକୁ… ନା କିଛି କରିବାକୁ…

ଆଚ୍ଛା ଭାବନ୍ତୁ 
ମନ ବିଚଳିତ ରବିବାର ମୁଖ୍ୟ ଦୋଷୀ କିଏ ??

ଭାବିଲେ ??
ସେ ହେଉଛନ୍ତି ଆପଣ ନିଜେ ….

ଏହା ନିରାଟ ସତ୍ୟ
ମନ ଖରାପ କରିବାରେ ଆପଣ ନିଜେ ଦୋଷୀ
ଆପଣଙ୍କ ମନ କେଉଁଠି ଥାଉ ନା କାହିଁକି 
ଆମେ ଯଦି ଈର୍ଷା ଅହଙ୍କାର ଭୁଲିଯିବା 
ସବୁ ସମସ୍ୟା ର ସମାଧାନ ଚୁଟକି ରେ ହୋଇଯିବ। 

ଦେଖନ୍ତୁ , ଈର୍ଷା ଅହଙ୍କାର, ଆଉ ପରିଣାମ ଦୁଃଖ ,,,
ସବୁ ର ମୂଳ କାରଣ ଲୋଭ ।

ଯଦି ଆମେ ସେ ଜିନିଷ ପ୍ରତି ସକ୍ଷମ ନୁହନ୍ତି ତେବେ ତା ଉପରେ ଇଚ୍ଛା ରଖିବା ବେକାର ।

କିଛି ସ୍ଵଭାବ ଲୋକ ଙ୍କ ପାଖେ ବେଶୀ ଦେଖା ଯାଏ ଯେମିତି : 
• ସେ ବୁଲିବାକୁ ଚାଲିଗଲେ, (ଇର୍ଷାରେ)
• ଦେଖେଇ ହେଉଛନ୍ତି (ଇର୍ଷାରେ)
• ଆମର ଯଦି ଥାନ୍ତା ଆମେ ମଧ୍ୟ କରି ଥାଆନ୍ତୁ (ଇର୍ଷାରେ)
• ଟଙ୍କା ଯେମିତି ତାଙ୍କର ହିଁ ଅଛି (ଇର୍ଷାରେ)
• ତାଙ୍କର କାର କିଣିଲେ (ଦୁଃଖରେ)
• ଆମେ ମଧ୍ୟ ସେ ଜିନିଷ ଆଣିବା (ଦୁଃଖରେ)
• ମୋର ମଧ୍ୟ ବହୁତ୍ ଟଙ୍କା ଅଛି, ତା ଠାରୁ ଭଲ କରି ଦେଖେଇବି ବାକି ହେଲେ ହେଉ (ଅହଙ୍କାର)
• ପଇସା ଥରେ ଖର୍ଚ୍ଚ ହେବ ନା (ଅହଙ୍କାର)
• ସେ ଖୁସି ଆଉ ପରେ ମିଳିବ କି (ଅହଙ୍କାର)
• ଯାହା ହେଲେ ମଧ୍ୟ ତା ଠାରୁ ଅଧିକ କରିଲେ ହିଁ ମୋ ମନ ଖୁସି ହେବ (ଅହଙ୍କାର)
• ଯଦି ଆମର ମଧ୍ୟ ଥାଆନ୍ତା ତେବେ ବଢିଆ ହୁଅନ୍ତା (ଦୁଃଖରେ)
• ମୋ ଭାଗ୍ୟରେ ନାହିଁ(ଈର୍ଷା ଆଉ ଦୁଃଖରେ)
• ସେ ସବୁ ଭଲ ଖାଉଛି ଆଉ ପିନ୍ଧୁଛି (ଈର୍ଷା ଆଉ ଦୁଃଖରେ)

ଏମିତି ବହୁତ୍ ଉଦାହରଣ ମିଳିବ , କହିଲେ ସରିବ ନାହିଁ
ଏମିତି ଆପଣଙ୍କ ସହ ହୁଏ ବୋଲି ମୁଁ କହୁନି
କିନ୍ତୁ ମଣିଷ ବେଳେବେଳେ ଏହି ପରିସ୍ଥିତି ର ସମ୍ମୁଖୀନ ହୋଇ ଯାଏ ।

ପ୍ରକୃତରେ ଆପଣ
ବର୍ତମାନ ମଧ୍ୟ ଖୁସିରେ ଅଛନ୍ତି
କାରଣ ଆପଣ ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଉଛନ୍ତି 
ଖର୍ଚ୍ଚ କରିବାକୁ ଅର୍ଥ କମ୍ ହେଲେ ମଧ୍ୟ ସନ୍ତୁଷ୍ଟି ଜନକ ଅର୍ଥ ତ ମିଳି ଯାଉଛି ନା?

ଅନ୍ୟ ଠାରୁ ଆପଣ ବହୁତ୍ ଖୁସିରେ ଅଛନ୍ତି ।

ଠିକ୍ କହିଲି ନା ??
ନିଜର ଈର୍ଷା ଅହଙ୍କାର କୁ ତ୍ୟାଗ କର
ସମୟ ଅନୁସାରେ ସବୁ ଆପଣ ପାଖେ ପହଞ୍ଚିବ
କିନ୍ତୁ ତା ପୂର୍ବରୁ କରିବା ଅର୍ଥାତ୍ ଈର୍ଷା ଆଉ ଅହଙ୍କାର ରେ ବର୍ଷିଭୂତ ହୋଇ ବ୍ୟର୍ଥ ଟଙ୍କା ଖର୍ଚ୍ଚ କର ନାହିଁ ।

ନିଜକୁ ଖୁସିରେ ରଖିବାକୁ ଚେଷ୍ଟା କର ।
ଭଲରେ ରୁହ ।


ନୀଳମାଧବ ଭୂୟାଁ ଙ୍କ 
ଶବ୍ଦାବଳୀର ଗ୍ରନ୍ଥ ର ଅଂଶ…




If the contents are helpful to share them with your friends, Thanking You.

ଆପଣ ମଧ୍ୟ ଚିନ୍ତାରେ ଅଛନ୍ତି କି ??


@ ସମସ୍ୟା କୁ ନେଇ ବେଶୀ ଚିନ୍ତା କରନ୍ତୁ ନାହିଁ । 

@ ସମସ୍ୟା ଆସିବ ଏବଂ ଠିକ୍ ସମୟରେ ତାର ଉପଚାର ମଧ୍ୟ ବାହାରିବ ।

@ କେତେ ବଡ ସମସ୍ୟା ଆସୁ, ସବୁ ସମସ୍ୟା ପାଇଁ କୌଣସି ନା କୌଣସି ସ୍ଥାନରେ ସମାଧାନ ପାଇଁ ରାସ୍ତା ଅଛି ।

@ ସମସ୍ୟା କୁ ଦେଖି ହତାଶ ହେବା ଅନୁଚିତ୍ ।

@ ସମସ୍ୟା କୁ ଚିନ୍ତା ରେ ନ ବଦଳାଇ ତାକୁ ସାଧାରଣ କାର୍ଯ୍ୟ ରୂପରେ ନିଅନ୍ତୁ ।

@ ଦେଖିବେ ସେ ସମସ୍ୟା ମଧ୍ୟ ସରଳ ଲାଗିବ । 

@ ତେବେ ଆପଣ ମଧ୍ୟ ଏମିତି ସମସ୍ୟା ରେ ଦିନ କାଟୁଛନ୍ତି କି ?

@ କଣ ଆପଣ ମଧ୍ୟ ସମସ୍ୟା ର ସମାଧାନ ଖୋଜି ପାଉ ନାହାଁନ୍ତି କି ??

ତେବେ ମୋ ସରଳ ରାସ୍ତା ଅବଲମ୍ବନ କରନ୍ତୁ କାଳେ ସମସ୍ୟା ସମାଧାନ ହୋଇ ପାରେ ।

କଣ କରିବେ ??

୧. ଶାନ୍ତ ମନରେ କୌଣସି ମନ୍ଦିର କିମ୍ବା ଦେବାଳୟ ସ୍ଥାନରେ ବସନ୍ତୁ ।

୨. କିଛି ସମୟ ଆଖି ବନ୍ଦ କରି କେବଳ ନିଜ ଭଗବାନ ଙ୍କ ମୁଖ କୁ ମନେ ପକାନ୍ତୁ । 

୩. କିଛି ସମୟ ପରେ ମନରେ ଭକ୍ତି ଜାଗ୍ରତ ନିଶ୍ଚୟ ହେବ । 

୪. ଭୁଲି ଯାଆନ୍ତୁ କିଛି ସମୟ, ନିଜକୁ, ନିଜ ପରିବାର କୁ, ନିଜ ସାଙ୍ଗ ମାନଙ୍କୁ । 

୫. ଏହା କେବଳ ସ୍ୱଳ୍ପ ସମୟ ପାଇଁ । 

୬. ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବେ ଶାନ୍ତି ଅନୁଭବ ହେବ ।

୭. ଆଖି ଖୋଲିବେ ନାହିଁ ।

୮. ବର୍ତମାନ ଭାବନ୍ତୁ ଯେ!!
ସମସ୍ୟା ଟି କେମିତି ଉପୁଜିଲା ? 
କୋଉଠି ଭୁଲ ରହିଲା ? 
କେମିତି ଘଟିଲା ? 
କଣ କରିଥିଲେ ଠିକ୍ ହୁଅନ୍ତା ?

୯. ସମସ୍ତ ପ୍ରଶ୍ନ ର ଉତ୍ତର ଖୋଜିବାକୁ ଚେଷ୍ଟା କର ।
 ହଁ ତଥାପି ସମାଧାନ ମିଳିଲା ନାହିଁ ।

୧୦. ତେବେ ଭାବନ୍ତୁ ଏମିତି କିଏ ସେ ସାଥୀ , କିଏ ସେ ଉପଦେଶ କର୍ତ୍ତା ଯାହା ପାଖରେ ସେ ସମାଧାନ ର ରାସ୍ତା ଥିବ ତା କଥା ଭାବନ୍ତୁ !

୧୧. ତାଙ୍କୁ କଣ ପ୍ରଶ୍ନ କରିବେ ସେ କଥା ଭାବନ୍ତୁ !

୧୨. ଆଶା କରୁଛି ସେହି ମନ୍ଦିର ପ୍ରାଙ୍ଗଣ ରେ ଆପଣଙ୍କ ସବୁ ସମସ୍ୟା ର ସମାଧାନ ନିଶ୍ଚୟ ହୋଇଯିବ ।

୧୩. ଏବେ ଆଖି ଖୋଲି , ନିଜ ଭଗବାନ ଙ୍କୁ ପ୍ରଣାମ କରି ସମସ୍ୟା କୁ ସମାଧାନ କରିବାରେ ଲାଗି ପଢନ୍ତୁ ।

୧୪. ହଁ ଯଦି ଆଖ ପାଖରେ ମନ୍ଦିର ନାହିଁ ତେବେ , ଆପଣଙ୍କ ଘରେ ପୂଜା ଘର ତ ନିଶ୍ଚୟ ଥିବ !

୧୫. ସେଠୀ ଆପଣ ଶାନ୍ତିରେ ବସି ପାରିବେ । 

୧୬. ସେ ସମୟରେ ନିଜ ପାଖରେ ମୋବାଇଲ ରଖିବେ ନାହିଁ । ଯଦି ପାରିବେ ସ୍ୱିଚ ଅଫ କରିଦେବେ ।

୧୭. ଗୋଟିଏ କଥା ଧ୍ୟାନ ଦେବେ ଯେ ସମାଧାନ ର ରାସ୍ତା ଖୋଜିବା ସମୟରେ ନିଜ ଗର୍ବ ଏବଂ ଅହଙ୍କାର କୁ ଭୁଲି ଯାଆନ୍ତୁ ।

୧୮. କହିବାର ତାର୍ପଯ୍ୟ ଏହା ଯେ, ସେ ସମସ୍ୟା ଆପଣଙ୍କ ଦ୍ଵାରା ସମାଧାନ ହୋଇ ପାରିଲା ନାହିଁ ବୋଲି ତ ଆପଣ ଏହି ରାସ୍ତା ଦ୍ଵାରା ସମାଧାନ ର ରାସ୍ତା ପାଇବା ପାଇଁ ଚେଷ୍ଟା କରୁଛନ୍ତି ।

୧୯. ଆଶା କରୁଛି ଆପଣକୁ ଏହି ଉତ୍ତମ ବାର୍ତ୍ତା କିଛି ରାସ୍ତା ଦେଖାଇବ !

୨୦. ଯଦି ଆପଣ ପାଖେ ଏଭଳି କୌଣସି ଉପଦେଶ କର୍ତ୍ତା ନାହାନ୍ତି ତେବେ ମୋତେ ଆପଣ ନିଜ ସମସ୍ୟା କୁ WhatsApp Link ଦ୍ଵାରା ମେସେଜ କରି କହି ପାରନ୍ତି ।


ଧନ୍ୟବାଦ 


If the contents are helpful to share them with your friends, Thanking You.

କଣ ଭାବୁଛନ୍ତି



ପରିସ୍ଥିତି ସବୁବେଳେ ଠିକ୍ ରହିବ ବୋଲି କିଛି ଗାରେଣ୍ଟି ନାହିଁ । 

ସେଥିପାଇଁ ନିଜ ପାଇଁ ସର୍ବଦା ଉଚିତ୍ ରାସ୍ତା ବାଛି ରଖିବା ଦରକାର ।

ଉଚିତ୍ ରାସ୍ତା ରେ କିଛି ଅସୁବିଧା ଆସିଲେ ମଧ୍ୟ ତାକୁ ସତ୍ ଭାବରେ ଗ୍ରହଣ ତଥା ତାକୁ ଉଚିତ୍ ରୂପରେ ନିର୍ବାହ କରିବା ଦରକାର । 

ସବୁବେଳେ ସଫଳତା ଆପଣଙ୍କ ହାତ ମୁଠାରେ ହେବ ବୋଲି କିଛି ନିଶ୍ଚିତ ନାହିଁ । 

ସଫଳତା କୁ ହାସଲ କରିବା ର ଲକ୍ଷ୍ୟ ପଛରେ ନିଜକୁ ହାର ମାନିବା ଅନୁଚିତ୍।  

ତେବେ କଣ ନିଷ୍ପତି ନେଲେ ?

କଣ କରିବେ ??

ମୁଁ ଜାଣିଛି ଆପଣଙ୍କ ନିଜ ଜୀବନର ଚଲାପଥ କୁ ନୂଆ ମୋଡ଼ ଦେବା ର ଚିନ୍ତାରେ ଲାଗି ପଡିଲେଣି। 

ମୁଁ କିଛି ଯାଦୁ ମନ୍ତ୍ର ସିଖିନି ।

କିନ୍ତୁ ଆପଣକୁ ସଫଳତା ପାଇଁ ନିଶ୍ଚୟ ଉପଦେଶ ଦେଇ ପାରିବି। 

ଏବଂ ଆପଣଙ୍କ ପାଖରେ କିଛି ମଧ୍ୟ ଏବଂ କୌଣସି ସମସ୍ୟା ଅଛି ତେବେ ମୋତେ ସେ ସମସ୍ୟା କୁ ସେୟାର କରନ୍ତୁ ।

ସମାଧାନ ର ରାସ୍ତା ଦେବାକୁ ଚେଷ୍ଟା କରିବି ।

ଏବଂ ବହୁତ୍ ଲୋକ ମଧ୍ୟ ସମାଧାନ ର ରାସ୍ତା ପାଇଲେଣି ତେବେ ଆପଣ କାହିଁକି ପଛରେ ଅଛନ୍ତି ।

ପୁଣି ଚିନ୍ତା ???

ମୋତେ ମେସେଜ କରନ୍ତୁ ନିଜ ସମସ୍ୟା ନେଇ ତଥା କମେଣ୍ଟ କରନ୍ତୁ ।

ଧନ୍ୟବାଦ



If the contents are helpful to share them with your friends, Thanking You.

ଏବେ ମଧ୍ୟ ସମୟ ଅଛି


 
ଏବେ ମଧ୍ୟ ସମୟ ଅଛି




ସମ୍ପର୍କ କୁ ଆହୁତି ଦେଇ
ଧନ ର ଚଲାପଥ କୁ 
ଆପଣା କରିବା ଏବଂ
ନବ ସୁଗନ୍ଧ ଖୋଜିବା
ମନୁଷ୍ୟ ର ଏହି
ନୂତନ ଯୁଗରେ
ପନ୍ଥା ହୋଇଗଲାଣି । 
ଏ ଦୁନିଆ
ସୁସଜ୍ଜିତ ହେବାର
ଆଶା କୁ ଅନ୍ଧକାର ରେ
ହଜେଇ ଦେଲାଣି,
କଣ ହେବ କେଜାଣି
ନାମ, ଧନ ଆଉ କୀର୍ତ୍ତି
କୁ ଆଦରି ନିଜେ
ଧରା ପୃଷ୍ଠରେ
ନତ ମସ୍ତକ ରୂପେ
ନିଜକୁ ବିକ୍ରେତା ଜିନିଷ
ଭାବେ କିଛି ଦୁଃ ସଂଗତ ର
ସଂସ୍ପର୍ଶରେ 
ସବୁ କିଛି ଧୂଳିସାତ ହେବାର
ପୂର୍ବାନୁମାନ ହେଉଛି ।
ସୁସଜ୍ଜିତ ହେବାକୁ ସମୟ ଅଛି
ନିଜ ପାଖେ ପୁନଃ ନିର୍ମାଣ
ର ଆଲୋକ ତୋରଣ ନେଇ
ନିଜକୁ ପଦାର୍ପଣ କର,,,
ଏବେ ମଧ୍ୟ ସମୟ ଅଛି….


ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ….





If the contents are helpful to share them with your friends, Thanking You.

Lata Jee

RIP, Lata Mangeshkar,
RIP

ना कोई था आपके जैसा
ना कोई है आपके जैसा
हर लब्ज़ में नया संदेश
देते गए दुनिया को
एक ही थे कोकिला दुनियां की….
पद्म भूषण
हो पद्म विभूषण
दादा साहेब फाल्के या
महाराष्ट्र भूषण
आप थे हमारा भारत रत्न…
ना कोई था आपके जैसा…
ना कोई है आपके जैसा…
भावपूर्ण श्रद्धांजलि
लता मंगेशकर जी
आपको शत शत नमन
🙏🙏🙏🙏🙏

If the contents are helpful to share them with your friends, Thanking You.