नया पल (By. Nilamadhab)



हर जगह हर व्यक्ति कुछ नए चीज और नए पल की आशा रखता है। 

नया चीज और नया पल का मिठास कुछ ऐसा है की, जब तक बह अपने पास ना पहुंचे तब तक हमारे इच्छाएं खत्म नहीं होती है। 

इच्छाएं उसी में टिकी रहती है ना और किसी कार्य में मन लगता है।  

कब तक हमारा होगा, कब पहुंचेगा अपने 
पास , यही सोच सोच के दिन बीत जाता है। 

यह केबल किसी एक वस्तु की बात नहीं हो रहा है ।

यह नया पल बहुत सारा हो सकता है

ऐसा कौनसा चीज या कौनसा वक्त आपके जीवन में नया मिठास लेकर आया है , कमेंट में जरूर बताएं ।

कुछ पल यह भी हो !!

@ नया नया जॉब लगा हो और ज्वाइनिंग करने की जो इच्छाएं सबसे अलग होता है। कैसे हो सकता बह जगह ? बॉस किस टाइप का होगा ? नए नए लोग से मिलना पड़ेगा ? उस जगह मेरे लिए सही होगा या नहीं ?

@ नए सामान घर में आने बाला हो। उसको कैसे व्यवहार में लाएंगे ? कहां रखेंगे ? कौन कौन चलाएगा ? कितने दिन में आयेगा ? ऐसे बहुत कुछ !

@ नए पर्ब का आगमन । जैसे की आगे आने वाले दिवाली हो ! दिवाली में कौनसा ड्रेस पहनेंगे ? कौनसा पटाका जलाएंगे? किसको घर में आमंत्रण करेंगे ? कौनसा मिठाई इश बार लायेंगे ।

@ नए जगह घूमने की प्लानिंग। क्या क्या देखने को मिलेगा उस जगह ? कैसे हो सकता वहां के लोग ? क्या क्या खायेंगे ? कैसे दिन गुजरेगा ? ऐसे बहुत सारी ख्वाईसे !

@ आगे आने वाले बर्थडे में कौनसा ड्रेस पहनना है । केक कटिंग करें या कहीं घूमने जाएं ? किस किसको इनवाइट करें ? क्या क्या खाना बनाएं । घर को कैसे सजावट करेंगे ? ऐसे बहुत कुछ !

@ आपके जीवन में नए व्यक्ति का आगमन हो रहा हो । बह कैसा होगा ? मेरे लिए सही है या नहीं ? हमारा जोड़ी जमेगा या नहीं ?? मुझे छोड़के जायेगा तो नहीं !

@ नया नया शादी फिक्स हुआ हो। कैसा होगा मेरा जीवन साथी ? कैसे होंगे बह घर के लोग ? मुझे समझेंगे या नहीं । मेरा ब्यबहार बह पसंद करेंगे या नहीं । ऐसे बहुत सारी इच्छाएं और ख्वाइसे !! 

@ बाहर से बहुत दिन के बाद घर जा रहे हो !

@ नए बॉस की पोस्टिंग हो !

और सबसे अच्छे मिठास दिलाता है,,,

@ कुछ बकाया पैसा मिलने बाला हो ।



यह तो कुछ ही था । 
जीवन में बहुत सारे पल को हम अपने तन मन में सजाकर रखते है । 


ऐसे बहुत सारे सवाल और जवाब आपके जीवन में होता रहता है ।

मगर नया पल का आगमन कुछ अलग एहसास दिलाता रहता है ।

आप अपना नया पल का एहसास शेयर करना ना भूलें ।

निलमाघब भुयां (लेखक)





If the contents are helpful to share them with your friends, Thanking You.

ଚାରି ଦଉଡ଼ି କଟା (By. Nilamadhab)

 
ଚାରି ଦଉଡ଼ି କଟା






 ଆଜି ବୈଠକ ବସିଛି ଗାଁ କୋଠ ଘରେ। କାରଣ ଚୋର ଧରା ପଡ଼ିବ । ରାମୁ ଗୌଡ଼ ର ଛେଳି ଚୋରି ହୋଇଛି । କିଛି ଦିନ ତଳେ ରାମୁ ର ଗୋଟିଏ ଖାସି ରାତି ଦୁଇଟା ରୁ ହଜି ଯାଇଛି । ସେଦିନ ରାତିରେ ବହୁତ୍ ଖୋଜା ଖୋଜି ପରେ ମଧ୍ୟ ଛେଳି ର କିଛି ଖବର ମିଳିଲା ନାହିଁ । ଶେଷରେ ରାମୁ ସକାଳୁ ସକାଳୁ ଗାଁ କମିଟି କୁ ଗୋଟିଏ ଏତଲା ଦେଲା ଯେ ଆଗକୁ ଗ୍ରହ୍ମା ପୂର୍ଣ୍ଣିମା ଆସିବ ଏବଂ ତା ପୂର୍ବରୁ ମୋର ଗୋଟିଏ ଖାସି ଚୋରି ହୋଇଯାଇଛି। ମୋତେ ସେ ଖାସି ଖୋଜିବାରେ ଗାଁ କମିଟି ସାହାଯ୍ୟ କରନ୍ତୁ । 

ଗାଁ କମିଟି ରାମୁ କୁ ସାହାସ ଦେଇ କହିଲେ ଯେ ତୁମେ ଚିନ୍ତା କର ନାହିଁ ତୁମର ଛେଳି ତୁମେ ନିଶ୍ଚୟ ପାଇବ । ପ୍ରକୃତରେ ଚୋରି କରିଛି ଗ୍ରାମ ର ରଞ୍ଜିଆ ରାଉଳ ର ପୁଅ ସତୀଶ । ସତୀଶ ହେଉଛି, ଗୋଟିଏ ଚାରି ଦଉଡ଼ି କଟା। ଗାଁ ର କାହା କଥା ସେ ଶୁଣେନି । ତାକୁ ଯଦି କେହି ଆଙ୍ଗୁଠି ଉଠାଏ ତେବେ ତା ପର ଦିନ ତାର ବେଳା ଖରାପ ନିଶ୍ଚୟ ହେବ । ସେଥିପାଇଁ ତା ବିରୁଦ୍ଧରେ କେହି ଯାଆନ୍ତି ନାହିଁ । 

ରାତିରେ ଗ୍ରାମ ସଭା ଆୟୋଜନ ହେଲା ଏବଂ ରାମୁ କୁ ଗାଁ କମିଟି ଅନୁରୋଧ କରିଲେ ଯେ ତୋର କାହା ଉପରେ ସନ୍ଦେହ କହ? ଆମେ ତୋ ସହିତ ଅଛୁ । ରାମୁ ସମସ୍ତଙ୍କ ମୁହଁ କୁ ଚାହିଁ ଶେଷରେ ସତୀଶ ର ନାମ ନେଲା କିନ୍ତୁ ମନରେ ଭୟ ଥିଲା। ଗ୍ରାମ କମିଟି ସତୀଶ କୁ ଡକେଇ ପଠେଇଲେ କିନ୍ତୁ ସେ ମଦ ପିଇ କୋଉଠି ଗଡୁ ଥିଲା କିନ୍ତୁ ଘରେ ନଥିଲା । ସଭା ସରିଲା ଏବଂ ରାମୁ କୁ ସ୍ୱାନ୍ତନା ଦେଇ କହିଲେ ଆମେ ତୋତେ ନ୍ୟାୟ ଦେବୀ ତୁ ଚିନ୍ତା କର ନାହିଁ। 

ତାପର ଦିନ ସତୀଶ ରାମୁ ପାଖରେ ହାଜର । ତାକୁ ଧମକ ଦେଇ କହିଲା । ତୁ ମୋତେ ଦେଖିଛୁ କି? ତୋର ଛେଳି ନେବା ସମୟରେ । ରାମୁ ଚୁପ୍ ଥିଲା । ସତୀଶ ତାକୁ କହିଲା ଯେ, ତୁ ମିଛ କହିଛୁ ନା ?? ଏବେ ତୋର ସତ ସତିକା ଛେଳି ଚୋରେଇବି । ଆଉ ତୋ ଗୁହାଳରେ ନିଆଁ ଲଗେଇ ଦେବି । ତୋ ହାତରେ ଯାହା ହେଉଛି କର । ରାମୁ ମଧ୍ୟ ଡରରେ ପୁଣି ଗାଁ କମିଟି କୁ ନ୍ୟାୟ ପାଇଁ ଗୁହାରୀ କରିଲା । ଗାଁ ସଭା ଆୟୋଜନ ହେଲା ସିନା ସତୀଶ ଆସିଲା ନାହିଁ । ସମସ୍ତେ ନିରୁପାୟ । ତାକୁ କେହି ବାଧ୍ୟ କରିବ । ସେ ତ, ଚାରି ଦଉଡ଼ି କଟା । 

୮ ଦିନ ପରେ ରାତି ୪ଟା ପାଖା ପାଖି ସତୀଶ ପହଞ୍ଚିଲା ରାମୁ ର ଗୁହାଳରେ । ସତୀଶ ନିଜର ତିନୋଟି ମଦୁଆ ସାଙ୍ଗ ସହିତ ସେଠୀ ପହଞ୍ଚିଲା । ସେ ଭାବିଲା ଆଜି ତିନି ରୁ ଚାରୋଟି ଛେଳି ନିଶ୍ଚୟ ଚୋରି କରିବି କିନ୍ତୁ କଥା ରେ ଅଛି ଯଦି ତୁମର ପାପର ଘଡା ଭରି ଗଲାଣି ତେବେ ତୁମର ଖରାପ ସମୟ ନିଶ୍ଚୟ ଆସିବ । ତାପରେ ସତୀଶ ର ଅଜାଣତେ ଗୁହାଳରେ କୋଣେ ଥିବା ପରିସ୍ରା ଗାତ ଭିତରେ ତାର ଗୋଡ ଖସି ଗଲା ଏବଂ ଗୋଡ଼ ଟି ମୋଡ଼ି ହୋଇ ସେଠୀ ପଡିଗଲା । ନିଶା ଶକ୍ତ ଅବସ୍ଥାରେ ତାକୁ କଷ୍ଟ ଅନୁଭବ ହେଉ ନଥାଏ। ଦୁଇଟି ଛେଳି ର ପାଟି କୁ ବାନ୍ଧିବା ସମୟରେ ରାମୁ ର ହଠାତ୍ ନିଦ ଭାଙ୍ଗି ଯାଇଛି । ସେ ଦୌଡ଼ି ଆସି ଦେଖେ ଚାରି ଜଣ ଲୋକ ତା ଗୁହାଳ ଭିତରେ ଅଛନ୍ତି। ରାମୁ, ଚୋର ଚୋର ବୋଲି ପାଟି କରିବା ପରେ ସାହି ପଡିଶା ଲୋକେ ଉଠି ଆସିଲେ। ପଡିଶା ଲୋକଙ୍କ ପାଟି ଶବ୍ଦ ଶୁଣି ସତୀଶ ର ସାଙ୍ଗ ମାନେ ଦଉଡ଼ି ଚାଲି ଗଲେ ସିନା। ସତୀଶ ଦଉଡ଼ି ଯାଇ ପାରିଲା ନାହିଁ । କାରଣ ଗୋଡ ମୋଡ଼ି ହୋଇ ପଡ଼ିବା ପରେ ତାର ଗୋଡ ଟି ଭାଙ୍ଗି ଯାଇଥିଲା ।

ଏକଥା କିଏ ଜାଣେ ଯେ ସତୀଶ ର ଗୋଡ ଭାଙ୍ଗିଛି ବୋଲି । କିଏ ଠେଙ୍ଗା ତ କିଏ ଲାଠି ନେଇ ପହଞ୍ଚିଲେ। ଅନ୍ଧାର ରାତିରେ ମୁହଁକୁ ମୁହଁ ଦେଖା ଯାଉ ନଥାଏ। ସମସ୍ତେ ତାକୁ ଗୁହାଳ ରୁ ବାହାର କୁ ଟାଣି ଆଣି ମାଡ଼ ସହିତ ଗୋଇଠା ବିଧା ର ବର୍ଷା କରି ଚାଲିଲେ । ପ୍ରାୟ ଲୋକେ ତ ଜାଣିଛନ୍ତି ଯେ ଏ ସତୀଶ ବୋଲି କିନ୍ତୁ ତା ପ୍ରତି କାହାର ଦୟା ନଥିଲା ଏବଂ ବହେ ମାଡ ଖାଇବା ପରେ ପୋଲିସ୍ କୁ ଖବର ଦେଲେ। ପୋଲିସ୍ ଆସିବାରେ ଅଳ୍ପ ବିଳମ୍ବ କରିଲା ସତ କିନ୍ତୁ ଆସିଲା ପରେ ସତୀଶ କୁ ବାନ୍ଧି ନଣ୍ଡା କରି ଗାଁ ସାରା ଚଲେଇ ଚଲେଇ ଥାନା କୁ ନେଇ ଗଲା । ତାପର ଠାରୁ ଚାରି ଦଉଡ଼ି କଟା ର ଆଉ ଦେଖା ନାହିଁ ବୋଧେ ସୁଧୁରି ଯାଇଛି ।


ନୀଳମାଧବ ଭୂୟାଁ ଙ୍କ ଗଳ୍ପ ସଂକଳନ ରୁ..






If the contents are helpful to share them with your friends, Thanking You.

The Kashmir Files

ଦ କଶ୍ମୀର୍ ଫାଇଲ୍‌ସ୍
 11.03.2022 ରେ ମୁକ୍ତିଲାଭ କରିଥିବା ‘ଦ କଶ୍ମୀର୍ ଫାଇଲ୍‌ସ୍’ ଯାହା ବିବେକ ଅଗ୍ନିହୋତ୍ରୀଙ୍କ ଦ୍ବାରା ନିର୍ଦ୍ଦେଶିତ । ଆପଣଙ୍କ ମନ ଓ ମସ୍ତିଷ୍କକୁ ହଲେଇ ଦେଲା ଭଳି କଥାବସ୍ତୁ ଏଥିରେ ବର୍ଣ୍ଣିତ।ଅଭିନୟ ଏବଂ ଘଟଣା ବଳି ରୂପାନ୍ତରିତ ହୋଇଥିଲେ ମଧ୍ୟ ଆପଣଙ୍କ ମନ କୁ ଦୁଃଖର ସାଗର ଭିତରକୁ ଟାଣି ନେବାକୁ ବାଧ୍ୟ କରିବ ।
1990 ମସିହା ରେ କଶ୍ମୀରରୁ ହଜାର ହଜାର କଶ୍ମୀରୀ ପଣ୍ଡିତ ଓ ସେମାନଙ୍କ ପରିବାରସଦସ୍ଯଙ୍କୁ କିପରି ଭାବେ ହତ୍ୟା, ବଳାତ୍କାର, ଗୃହଦାହ ଘଟଣା ବଳି ଏଥିରେ ବର୍ଣ୍ଣିତ। ଅତ୍ୟାଚାର ଦ୍ବାରା ବଳପୂର୍ବକ ବିତାଡ଼ିତ କରାଯିବାର କରୁଣ କାହାଣୀ ଏଥିରେ ଦେଖିବାକୁ ପାଇବେ। ଅନୁପମ ଖେର୍‌ଙ୍କ ଙ୍କ ଚରିତ୍ର ଏଵଂ ଅଭିନୟ  ଅବିସ୍ମରଣୀୟ। ଖଳନାୟକ ଭାବେ ଚିନ୍ମୟ ମାଣ୍ଡେଲ୍‌କର୍‌ଙ୍କ  ଅଭିନୟ କରିଛନ୍ତି, ଏହି କାହାଣୀ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ।
ନିଜେ ଦେଖନ୍ତୁ ଏବଂ ଆପଣ ଜାଣିବେ ଆତଙ୍କବାଦୀମାନେ କିଭଳି ଭାବେ ବର୍ବର କାଣ୍ଡ ଘଟାଇଥିଲେ । ୧୯୯୦ର ଘଟଣା ବଳି ଉପରେ ଆପଣଙ୍କ ଯାହା କିଛି ସନ୍ଦେହ ଥିଲା ତାହା ନିଶ୍ଚୟ ଦୂର ହେବ। କହିବାର କାରଣ ଏହି କି ଯେ ସେ କାଶ୍ମୀର ଭଳି ସ୍ବର୍ଗ ରେ ମୁଁ କିଛି ଦିନ ବିତେଇଛି। 
ଏବଂ ବର୍ତ୍ତମାନ ମଧ୍ୟ ସେ ସ୍ଥିତି କିଛି କିଛି ଯାଗାରେ ଏବେ ମଧ୍ୟ ଜୀବିତ ଅଛି । ମାନେ କହିବାର କାରଣ ଏହିକି ଯେ । ଆଜି 2022 ମସିହା ରେ ପହଞ୍ଚିଲାଣି । ସେଠିକାର ଲୋକମାନଙ୍କ ମନରେ ଦେଶ ପ୍ରତି ଖରାପ ଆରୋପ ଏବଂ ଆଜି ମଧ୍ୟ ଆଜାଦି ର ନାରା କିଛି କିଛି ଜାଗାରେ ଦେଖିବାକୁ ଆଉ ଶୁଣିବାକୁ ମିଳିବ।  
ଆପଣ ଯଦି ଯାଇଛନ୍ତି ତେବେ ଠିକ୍ ଆଉ ଯଦି ଯାଇ ନାହାନ୍ତି ତେବେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଆପଣ କାଶ୍ମୀର ବିଷୟରେ ସତ୍ୟାସତ୍ୟ ସବୁ ଜାଣି ପାରିବେ। ଆଶା କରୁଛି ଆପଣ ମଧ୍ୟ ଏହି ଚଳଚ୍ଚିତ୍ର କୁ ଦେଖିବେ।  ମୁଁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରୋତ୍ସାହନ ଦେବାର ମୁଖ୍ୟ ବିଷୟ ହେଲା । ସତ୍ୟ କଣ କାଶ୍ମୀର ର ତାହା ଜଣେଇବା ମୋର ମୁଖ୍ୟ ଲକ୍ଷ୍ୟ ।
ଧନ୍ୟବାଦ ।

If the contents are helpful to share them with your friends, Thanking You.

ଭାଙ୍ଗି ପଡ଼ିଛି

କେତେ ଯେ ସ୍ବପ୍ନ 
ଦେଖିଛୁ ସେ ନିସ୍ତେଜ୍
ଚୂନ ପଥର ଆବଧ କୋଠରୀ
ଭିତରୁ…
କେତେ ଯେ ସାଙ୍ଗ ସଙ୍ଗିନୀ
ର ପ୍ରାରମ୍ଭ ହୋଇଛି
ସେ କୋଠରୀ ଭିତରୁ…
ଅଙ୍କ ସାମାଜିକ ଭୂଗୋଳ
ସହିତ ସାହିତ୍ୟ ର ସେ ଶବ୍ଦ 
ଆଞ୍ଜୁଳା କୁ ନେଇ ମୋ ସ୍ଵପ୍ନ କୁ 
ସାକାର କରିବି ବୋଲି ଆଶା ଦେଖିଛି ।
ଆଜି ତା ସମ୍ମୁଖରେ ଦଣ୍ଡାୟମାନ
ମୁଁ…. ମନରେ ଅହେତୁକ ପ୍ରଶ୍ନ
ଆଖିରୁ ଦୁଇ ଟୋପା ଲୁହ
ଝରି ଯାଇଛି ମୋ ଅଶ୍ରୁ ପଟଳ ରୁ…
ସତରେ ମୋ ଏମ. ଇ. ସ୍କୁଲ୍ ଆଜି 
ଦୁଃଖରେ ଭାଙ୍ଗି ପଡ଼ିଛି।
ପଡ଼ି ରହିଛି ନିସ୍ତେଜ୍ ରୂପରେ
କାହାର ଅପେକ୍ଷା ରେ ଅଛି
କେହି ଜାଣିନି
କଣ ତାର ଅଭିପ୍ରାୟ ?
କଣ ତାର ଲକ୍ଷ୍ୟ ?
କିନ୍ତୁ ସେ ଅପେକ୍ଷାରତ 
ସତରେ ମୋ ଏମ. ଇ. ସ୍କୁଲ୍
ଆଜି ଭାଙ୍ଗି ପଡ଼ିଛି ।
ମୋ ଏମ ଇ ସ୍କୁଲ୍ ଭାଙ୍ଗି ପଡ଼ିଛି ।


ନୀଳମାଧବ ଭୂୟାଁ ଙ୍କ
ଲେଖନୀରୁ….

…ଧନ୍ୟବାଦ…





If the contents are helpful to share them with your friends, Thanking You.