ଗୋଟିଏ ଡାଳର ପକ୍ଷୀ…୧
ଗୋଟିଏ ଡାଳର ପକ୍ଷୀ..Last
ଗୋଟିଏ ଡାଳର ପକ୍ଷୀ…୧
ଗୋଟିଏ ଡାଳର ପକ୍ଷୀ..Last
ଦୀନବନ୍ଧୁ: ମୋର ମଧ୍ୟ କାହାଣୀ ସେହିଭଳି । ଶୁଣିବୁ ଯଦି ଶୁଣ ! ବିବାହ ର ୨ ବର୍ଷ ପରେ ମୋ ସ୍ତ୍ରୀ ଲତା ମୋତେ ଏକା କରି ଚାଲିଗଲା । ତାର ଦୁଃଖରେ ମୋର ପିଅନ କାମରେ ମନ ଲାଗିଲାନି, କାମ ଛାଡ଼ି ଦେଲି। ମୋ ଚାକିରୀ କାଳ ରେ ଟଙ୍କା ବହୁତ୍ ରଖିଥିଲି ମାତ୍ର କୋଉ କାମକୁ ନୁହଁ । ଭାଇ ର ପୁଅ କୁ ନିଜ ପୁଅର ଦର୍ଜା ଦେଲି କାଳେ ମୁହଁରେ ନିଆଁ ଟିକେ ଦେବ। କିନ୍ତୁ ମୋ ଭାଇ ମୋ ପଛ ପଟେ ଛୁରୀ ମାରି ଦେଲା ରେ । ମୋର ଦସ୍ତଖତ ନେଇ ମୋର ସବୁ ସମ୍ପତି ତାର ପୁଅ ନାମରେ କରି ଦେଲା। ବିଶ୍ୱାସ ଥିଲା କିନ୍ତୁ ଦସ୍ତଖତ ର ପର ସେକେଣ୍ଡ ରୁ ସେ ମୋତେ ଗୋଇଠା ମାରି ଘରୁ ବାହାର କରିଦେଲା। ବଳ ବୟସ ନଥିଲା । ପିଅନ କାମ କୁ ହରେଇ ପଶ୍ଚ୍ୟାତାପ କରିଲି କିନ୍ତୁ ବେଳ ଗଡି ଯାଇଥିଲା। ବୈଦିକ କାମ ଅଳ୍ପ ଜାଣିଥିଲି। ମୋ ଶଶୁର ର ଘର ଲୋକେ ମୋତେ ତାଙ୍କ ଘର ପାଖରେ ଗୋଟିଏ ଯାଗା ଦେଲେ। ସେଠୀ ଘର ଟିଏ କରି ଆୟୁର୍ବେଦ ର ଔଷଧ ଦୋକାନ ଟିଏ ଖୋଲିଲି ।
ଏ ଦୁହିଁ ଜଣଙ୍କ କଥା ଶୁଣି ଗଙ୍ଗାଧର ର ଆଖିରୁ ଲୁହ ବାହାରି ଗଲା । ଗଙ୍ଗାଧର ବହୁତ୍ ଭାବୁକ ଲୋକ । ସେ ଏହି ଦୁଇ ଜଣଙ୍କ କଥା ଶୁଣି କହି ଉଠିଲେ ସମସ୍ତଙ୍କ ଘର ର ସମାନ କାହାଣୀ ରେ ଭାଇ ମାନେ । ମୋ କାହାଣୀ ମଧ୍ୟ ଟିକେ ଅଲଗା ପ୍ରକାର ର । ଦୁହେଁ ଗଙ୍ଗାଧର ଆଡ଼କୁ ଚାହିଁ ରହିଲେ । ପଚାରିଲେ ତୋର ପୁଣି କଣ ରେ ? ତୋ ପରିବାର ତ ଖୁସିରେ ଅଛନ୍ତି । ଏବେ ତୋ ପୁଅ କୁ ତୁ ଦୁଇ ମାସ ପୂର୍ବରୁ ବିବାହ କରେଇଲୁ ନା ?
ଗଙ୍ଗାଧର: କରେଇଲି ସତ ? କିନ୍ତୁ ସେ କଥା ନ କହିବା ହିଁ ଭଲ ! (ଏତିକି କହି ଗଙ୍ଗାଧର ପୁଣି କାନ୍ଦି ଉଠିଲା) ଦୁହେଁ ଗଙ୍ଗାଧର କୁ ବୁଝେଇ କହିଲେ । ମନ ଦୁଃଖ କରେନି । ତୁ ମଧ୍ୟ ତୋ ଦୁଃଖ ଆମ ସହିତ ସେୟାର କରି ଦେ। ମନ ହାଲୁକା ହୋଇ ଯିବ।
ଗଙ୍ଗାଧର କହି ଉଠିଲା, ହଁ ରେ ଭାଇ। ଏତେ ଦିନ ହେଲା ମନରେ ରଖିଛି କାହାକୁ କହିନି କିନ୍ତୁ ଆଜି କହିବି ।
ଶୁଣ, ଭଲ ଘର ଦେଖି ଝିଅ ଟିଏ ଆଣିଲି ସତ । ଘର ତ ଠିକ୍ କିନ୍ତୁ ଝିଅ କଥା ନ କହିବା ହିଁ ଭଲ । ପୁଅ ର ବିବାହ ପରେ ସେ ସୁରଟ ଚାଲିଗଲା କିନ୍ତୁ ତା ପର ଦିନଠୁ ସେ ଆମକୁ ଠିକ୍ ରେ ଖାଇବା ପାଇଁ ଦୁଇ ମୁଠା ଦେଉନି। ଲୁଗା ଛାଡ଼ି ନାଇଟୀ ଟେ ପିନ୍ଧି ଦାଣ୍ଡ ପିଣ୍ଡାରେ ମୋବାଇଲ୍ ଧରି ଘଣ୍ଟା ଘଣ୍ଟା କାହା ସହିତ ଗପୁଛି କେଜାଣି, ସେ ଜାଣେ । ବେଳେବେଳେ ନିଜ ଗାଁ କୁ ଯାଉଛି କହି ଯାଉଛି କିନ୍ତୁ ନିଜ ଗାଁ କୁ ଯାଉନି, ଆଉ କୁଆଡେ ଯାଉଛି ଭଗବାନ ଜାଣନ୍ତି ।
ପୁଅ କୁ ଆମେ ତା ବିରୁଦ୍ଧରେ କହିବୁ ବୋଲି ଭାବିଲୁ କିନ୍ତୁ ମୋ ପୁଅ କୁ ସେ କଣ ପାଠ ପଢେଇଛି କେଜାଣି, ସେ କହୁଛି ଯେ ମୋ ସ୍ତ୍ରୀ ଯୁଆଡେ ଗଲେ ମଧ୍ୟ ତମେ ତାକୁ ପଚାରିବ ନାହିଁ । ତା ମା, ସହି ନ ପାରି କହିଦେଲା ଯେ , ତୋ ସ୍ତ୍ରୀ ଖରାପ ଦିଗ କୁ ଗତି କରୁଛି ତାକୁ ତୁ ବୁଝା । ପୁଅ ଏତିକି ଶୁଣି ଆମ ଦୁହିଁଙ୍କ ଉପରେ ଖରାପ ଭାଷା ରେ ଗାଳି ଦେଲା । ସେଦିନ ଠାରୁ ଫୋନ୍ ଥରେ ମଧ୍ୟ କରୁନି । ଏପଟେ ବୋହୂ ଆମ କୁ ଅଳ୍ପ ଖାଇବାକୁ ଦେଉଥିଲା ସେତିକି ମଧ୍ୟ ବନ୍ଦ କରି ଦେଲା । ଆମେ ଅନ୍ୟ ରୁମ୍ ରେ ରାନ୍ଧି ଖାଉଛୁ ।
ଏବେ ପନ୍ଦର ଦିନ ତଳର କଥା । ସେଦିନ ତ ପାଣି ତଣ୍ଟି ପର୍ଯ୍ୟନ୍ତ ପହଞ୍ଚି ଗଲା । ବୋହୂ ଗାଁ ଯିବାର ଦୁଇ ଦିନ ହୋଇ ଯାଇଥିଲା ।
ରାତି ଦୁଇଟା ରେ ଗୋଟିଏ ଅଟୋ ରେ ଆସି ପହଞ୍ଚିଲା । ମୁହଁ ଟା ମଦ ଗନ୍ଧ ରେ ଭରା । ଡ୍ରେସ୍ ପିନ୍ଧିବା ଶୈଳୀ ତ ନ କହିବା ଭଲ। ସେଦିନ ମୁଁ ତାକୁ ରାଗରେ ଗାଳି ଦେଲି କିନ୍ତୁ ତାର ପ୍ରତିଫଳ ମଧ୍ୟ ମୋତେ ମିଳିଗଲା । ସଙ୍ଗେ ସଙ୍ଗେ ଚାପୁଡ଼ା ଟିଏ ମୋ ଗାଲରେ ଲଗେଇ ଘର ଭିତରକୁ ଯାଇ କବାଟ କିଳୀ ଶୋଇ ପଡ଼ିଲା । କଣ କହିବି ରେ ଭାଇ । ଦୁଃଖ କହିଲେ । ରାତି ପାହିଯିବ ।
ଏତିକି କହି ଗଙ୍ଗାଧର ମୁଣ୍ଡ ନୁଆଇଁ ଲୁହ ଗଡ଼େଇ ଚାଲିଥିଲା। ତିନି ଜଣ ଯାକ ଭାବୁକ ହୋଇ ଯାଇଥିଲେ । ଆଖିରେ କେବଳ ଲୁହ ଥିଲା । ସମସ୍ତେ ଏଠି ଗୋଟିଏ ଡାଳର ପକ୍ଷୀ ।
ସମସ୍ତେ ଫେରିବାକୁ ଲାଗିଲେ। ରାତି ହେବାକୁ ଆସିଲାଣି । ସମସ୍ତେ ନିଜ ମନର କୋହ କୁ ନିଜ ବନ୍ଧୁ ସହିତ ସେୟାର କରି ନିଜ ହୃଦୟ କୁ ହାଲୁକା ମନେ କରୁଥିଲେ । ଘରେ ପହଞ୍ଚି ସମସ୍ତେ ଗୋଟିଏ କଥା ଭାବିବାକୁ ଲାଗିଲେ । ଆମେ ଭାବୁଛେ ଆମର ହିଁ ସମସ୍ୟା ଅଛି । ଏଠି କାହାର ସମସ୍ୟା ନାହିଁ କୁହ ?? ଏଠି କେହି କହି ପାରୁଚି ତ କେହି ଲୁଚେଇ ରଖି କାନ୍ଦୁଛି। କେହି ସମ୍ମାନ ହାନି ହୋଇଯିବ ଭାବି ନିଜ ଘର କଥା କହିବାକୁ ଉଚିତ୍ ମନେ କରୁ ନାହାନ୍ତି କିନ୍ତୁ ଏଠି ସମସ୍ତଙ୍କ କାହାଣୀ ଗୋଟିଏ ।
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ….
ଆଶା କରୁଛି କାହାଣୀ ଟି ଆପଣଙ୍କ ମନକୁ ନିଶ୍ଚୟ ଛୁଇଁ ଥିବ। ସେୟାର କରିବାକୁ ଭୁଲିବେ ନାହିଁ ।
ଧନ୍ୟବାଦ
If the contents are helpful to share them with your friends, Thanking You.
ଦିନବନ୍ଧୁ ବାବୁ ପେଶାରେ ଜଣେ ବୈଦିକ ଡାକ୍ତର। ବୟସ ପାଖାପାଖି ୫୭ ଡେଇଁଲାଣୀ। ସେ ବାହାରେ କୌଣସି ଜିନିଷ ଖାଆନ୍ତି ନାହିଁ । ସେ ଜାତିରେ ବ୍ରାହ୍ମଣ ନୁହନ୍ତି କିନ୍ତୁ ସେ ଧର୍ମ ପରାୟଣ ଲୋକ । ସେ ବେକାର କଥା ଅପେକ୍ଷା ପୂଜା ପାଠ ରେ ଅଧିକ ବିଶ୍ୱାସ ରଖନ୍ତି।
ଦିନେ ସନ୍ଧ୍ୟାରେ ନିଜର ସାଇକେଲ କୁ ଧରି ବଜାର ଅଭିମୁଖେ ବାହାରି ଗଲେ।
ବଜାର ରେ କାଳିଆ ବାବୁ ଦେଖା ହୋଇଗଲେ। ବହୁତ୍ ଦିନ ର ପୁରୁଣା ବନ୍ଧୁ ସହ ଦେଖା ହେବା ପରେ କାଳିଆ ବାବୁ କହିଲେ , ଆରେ ଦିନୁଆ ବହୁତ୍ ଦିନ ପରେ ଦେଖା ହୋଇଛି, ଚାଲ ଆଜି ବରା ପାକୁଡି ଟିକେ ଖାଇବା।
ଦିନବନ୍ଧୁ : ଆଉ ସେ ବୟସ ଅଛି କିରେ ଆଉ । ସ୍କୁଲ୍ ସମୟରେ ସେ ବରା ପାକୁଡ଼ି ର ମଜା ଏବେ କୁଆଡେ ମିଳିବ ??
କାଳିଆ : ଆରେ ସେଥିପାଇଁ ତ କହିଲି, ସେ ସ୍କୁଲ୍ ବେଳର ବରା ପାକୁଡ଼ି ର ସ୍ଵାଦ ଆଜି ତୋତେ ଖୁଆଇବି ।
ଦିନବନ୍ଧୁ : କେମିତି ??
କାଳିଆ : ଆମ ସାଙ୍ଗ ଗେଣ୍ଡୁଆ, ମନେ ଅଛି ତ ??
ଦିନବନ୍ଧୁ : ହଁ ହଁ , ଗଙ୍ଗାଧର ରାଉତ ନା ? ସେ କଣ କରିଛି କି??
କାଳିଆ : ଆରେ ସେ ଗୋଟିଏ ଟିଫିନ୍ ଷ୍ଟଲ୍ କରିଛି। ଆଉ ତାର ବରା ପାକୁଡ଼ି ଖାଇ ତୋତେ ସ୍କୁଲ୍ ର ବରା ପାକୁଡ଼ି କଥା ନିଶ୍ଚୟ ମନେ ପକେଇ ଦେବ।
ଦିନବନ୍ଧୁ : ନା ରେ ସାଙ୍ଗ!! ମୁଁ ବାହାର ଜିନିଷ ଖାଇଲେ ମୋ ଦେହରେ ଯାଏନି।
କାଳିଆ : ଚାଲ କିଛି ହେବନି। ଆରେ ସ୍କୁଲ୍ ବେଳେ ଯେମିତି କଂଜୁସ ଥିଲୁ ଏବେ ମଧ୍ୟ ସେମିତି କଞ୍ଜୁସ ଅଛୁ । ହଉ ଛାଡ଼ !!!
କଞ୍ଜୁସ ଶବ୍ଦ ଟି ଦିନବନ୍ଧୁ ବାବୁ ଙ୍କ ହୃଦୟ କୁ ବହୁତ୍ କଷ୍ଟ ଦେଲା । ସେ ଆଉ ରହି ନ ପାରି । କହି ଉଠିଲା ଆରେ ଚାଲ୍, ଆଜି ମୁଁ ତୋତେ ଖୁଆଇବି। ଏତିକି କହି ଦୁହେଁ ଚାଲିଲେ ଗେଣ୍ଡୁଆ ଦୋକାନ କୁ ।
କାଳିଆ: ଆଜି ବହୁତ୍ ଦିନ ପରେ ଦିନୂଆ ଖୁଆଇବା ପାଇଁ ଇଚ୍ଛା କରିଛି, ତୁ କଣ ଭାବୁଛୁ ?
ଗଙ୍ଗାଧର (ଗେଣ୍ଡୁଆ) : ଆରେ ଭାଇ ମୋର ତ ଲାଭ ହେବ ମୁଁ କାହିଁକି ମନା କରିବି ଯେ ?
ଦିନବନ୍ଧୁ ବାବୁ ପ୍ୟାକେଟ ଭିତରେ ହାତ ପୁରାଇ ଦେଖିଲେ ଯେ ୧୦୦ ଟଙ୍କିଆ ନୋଟ୍ ଟିଏ ପଡ଼ିଛି । ମନେ ମନେ ଭାବିଲା ଯେ, ହେ ଭଗବାନ ମୋର ଇଜ୍ଜତ ଆଜି ବଞ୍ଚିଗଲା କିନ୍ତୁ ଏଠି କାଳିଆ ଗେଣ୍ଡୁଆ କୁ ଆଖି ଠାରରେ କିଛି ଗୋଟେ କହିଲେ । ଗେଣ୍ଡୁଆ ବରା ଛାଣିଲା ଏବଂ ଏପଟେ ଖାଇବାକୁ ଦେଉଥିଲା। କାଳିଆ ଆଉ ଦିନବନ୍ଧୁ ମିଶି ବରା ପାକୁଡ଼ି ଖାଇବା ଆରମ୍ଭ କରିଲେ କିନ୍ତୁ ପର ମୁହୂର୍ତ୍ତରେ ଦିନବନ୍ଧୁ ଶୋଷରେ ଆଉଟୁ ପାଉଟୁ । ସେ ଢ଼କ ଢ଼କ କରି ଦୁଇ ଗ୍ଲାସ୍ ପାଣି ପିଇଗଲେ।
ଦିନବନ୍ଧୁ: କଣ କରିଲୁ ରେ ଗେଣ୍ଡୁଆ !! ଏତେ ରାଗ କଣ?? ଗେଣ୍ଡୁଆ କହିଲା ଆରେ ଭାଇ ରାଗ ବରା ଟି ତୋ ଆଡେ଼ ଚାଲି ଗଲା ବୋଧେ ।
କାଳିଆ : ଆରେ ଦିନୁଆ । ମୋତେ କ୍ଷମା କରିବୁ, ମୁଁ ହିଁ କହିଥିଲି ଅଳ୍ପ ରାଗ କରିବା ପାଇଁ । ଦିନବନ୍ଧୁ କଣ କରିବ ଯେ । ଭୁଲ ତ ମାଗିଲାଣି ଆଉ କଣ ଗାଳି ଦେବ !!
କିଛି ସମୟ ପରେ ସେମାନେ ତାଙ୍କ ପୁରୁଣା ସ୍କୁଲ୍ ର ପଡିଆ କୁ ବୁଲିବାକୁ ବାହାରିଲେ । ସେଠୀ ପଡିଆ ତ ନାହିଁ । ସ୍କୁଲ୍ ର ନୁଆ ଅଫିସ୍ ତିଆରି ହୋଇ ଯାଇଛି । ମାତ୍ର ପାଖରେ ଅଳ୍ପ ଜାଗା ଥିଲା ସେଠୀ ସମସ୍ତେ ବସିଲେ । ସୂର୍ଯ୍ୟ ପଶ୍ଚିମ ଦିଗରେ ଲାଲ ରଙ୍ଗର ବଳୟ ଭିତରେ ଘୋଡ଼ି ହେବାକୁ ଲାଗିଥିଲେ ।
ଦିନବନ୍ଧୁ : କଣ ଆଉ ତୋ କଥା କହ କାଳିଆ ??
କାଳିଆ: କଣ କହିବି ରେ ଭାଇ । ବିବାହ ର ୧୧ ବର୍ଷ ପରେ ଖୋଜି ନୋଡ଼ି ପୁଅ ଟିଏ ପାଇଥିଲି। ୧୦ ବର୍ଷ ତଳେ ଗୋଟିଏ ତଳ ଜାତିର ଝିଅ କୁ ଧରି କେରଳ ରେ ରହୁଛି । ନାତି ଏବଂ ନାତୁଣୀ ଦୁହିଙ୍କ ଫଟୋ ସିନା ଦେଖିଛି କିନ୍ତୁ ପାଖକୁ ଆସିବାକୁ ପୁଅ ମନା କରିଛି । ସେ ରାଗ ଧରି ବସିଛି । ସେ ଯେତେବେଳେ ଝିଅ କୁ ନେଇ କେରଳ ଗଲା । ମୁଁ ରାଗରେ ତାକୁ ତେଜ୍ୟ ପୁତ୍ର ର ଦର୍ଜା ଦେଇ ଥିଲି କିନ୍ତୁ ଦଶ ବର୍ଷ ପୁରୀ ଗଲାଣି । ସେ ସେହି କଥାଟିକୁ ଧରି ବସିଛି କିନ୍ତୁ ତାର କଥା ଭାରି ମନେ ପଡୁଛି। ନେତା ଗିରି ରେ ଖର୍ଚ୍ଚ ଚଳି ଯାଉଛି କିନ୍ତୁ ପୁତ୍ର ମୋହ ରେ ଦିନ ବିତୁଛି । ଛାଡ ମୋ କଥା, ତୋ କଥା କହ ???
If the contents are helpful to share them with your friends, Thanking You.
ପାଗଳ…1
ପାଗଳ..2
ପାଗଳ..3
ପାଗଳ..Last
ତୃତୀୟ ଭାଗ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ ।
ଏତିକିବେଳେ ସେହି ଗ୍ରାମର ଜଣେ ଡାକ୍ତର ଆସି ପଚାରିଲା ? ଆପଣ ତାଙ୍କୁ ଜାଣିଛନ୍ତି ? ତାକୁ ପ୍ରାୟ ୩-୪ ଜଣ ମିଶି ବହୁତ୍ ମାଡ ମାରିଛନ୍ତି ଏବଂ ବାମ ଗୋଡ଼କୁ କେହି ଲୁହା ରଡ୍ ରେ ପିଟିବା ଫଳରେ ସେ ଗୋଡଟି କାମ କରୁନି ଏବଂ ପଛପଟୁ ତାଙ୍କ ମୁଣ୍ଡକୁ ମଧ୍ୟ କେହି ପିଟିବାରୁ ତାର କିଛି ସ୍ନାୟୁ ଶିରା ପ୍ରଶିରା ରେ ଆଘାତ ଲାଗିଛି ଏବଂ ତାର ବ୍ରେନ କାମ କରୁନି । ସେ କାହାକୁ ଚିହ୍ନି ପାରୁନି ।
ମଧୁ ଡାକ୍ତର ବାବୁ ଙ୍କ ଠାରୁ ଏତିକି ଶୁଣି । ସେ ବାପାଙ୍କ ପାଖକୁ ଦଉଡ଼ି ଆସି କହିଲା । ଏମିତି କାହିଁକି କରିଲ ବାପା ?
କଣ ଭୁଲ ଥିଲା କିରଣ ର ? ଯଦି ଭୁଲ ମୋର ଥିଲା, ତେବେ ତାକୁ ଏତେ ବଡ ଦଣ୍ଡ ଦେବା କଣ ଠିକ୍ ହେଲା? ତମେ ମଣିଷ ନା ଜଣେ ପଶୁ । ଏମିତି କେହି କେବେ କାହା ସହିତ ବ୍ୟବହାର କରନ୍ତି ? ତମ ର ରାଜନୀତି ରେ କେବଳ ଟଙ୍କା ମିଳେ କିନ୍ତୁ ଇଜ୍ଜତ୍ ମିଳେ ନାହିଁ କାରଣ ତମେ ସାଧାରଣ ଲୋକଙ୍କୁ ପଶୁ ଭଳି ଭାବୁଛ ? ଏ ଯଦି ତୁମ ପୁଅ ହୁଅନ୍ତା ତେବେ ତମେ କଣ ଏମିତି କରି ଥାନ୍ତ?
ଝିଅ ର କଥା ଶୁଣି ବାପା କହିଲେ, ଝିଅ ଏ କାମ ମୋର ନୁହଁ ତୁ ମୋତେ କାହିଁକି ଭୁଲ ବୁଝୁଚୁ । ତୋର ଜିଦ୍ଦି ଯୋଗୁଁ ମୁଁ ରାଜି ହୋଇଯାଇଥିଲି ଏବଂ ସନ୍ଧ୍ୟାରେ କିରଣ ଘରକୁ ଯାଇ ବିବାହ ବିଷୟରେ କଥା ହେବାକୁ ଭାବିଥିଲି । କିନ୍ତୁ ୪ ଟା ବେଳେ ରାଧେ ମୋତେ ଫୋନ୍ କରି କହିଲା । ଅଙ୍କଲ ମୋ ରାସ୍ତା ର କଣ୍ଟା କୁ ମୁଁ ଏବେ ଉପରକୁ ପଠେଇ ଦେଇ ଆସିଲି। ଆପଣ ମୋ ସହିତ ବିବାହ ପ୍ରସ୍ତୁତି ଆରମ୍ଭ କରନ୍ତୁ।
ମୁଁ ପୁଣି ଥରେ କହୁଛି। ଏ କାମ ସବୁ, ସେ ରାଧେ ର । ସେ କେଉଁଠି ଖବର ପାଇ ଏମିତି କରିଛି । କରିବା ପରେ ମୋତେ ଜଣାଇଲା। ମୁଁ ନିରୁପାୟ ଥିଲି। ମୁଁ ଚୁପ୍ ରହିଲି । କିରଣ ର ମଉସା ତୋର ନାମ ନେଲା ପରେ ମୁଁ ତୋ ନାମ ସହିତ ରିପୋର୍ଟ ଲେଖିବା ପାଇଁ ମନା କରିଥିଲି । ଏମିତି ଘଟଣା ପରେ ମୁଁ ପୋଲିସ କୁ କହିଥିଲି ତାକୁ ଖୋଜି ବାହାର କର ।
ମଧୁ, ବାପା ତାଙ୍କୁ ଶୀଘ୍ର ମେଡ଼ିକାଲ ନେଇ ଚାଲ। ଆଉ କିରଣ କୁ ଠିକ୍ କରିବା ଦାୟିତ୍ବ ତୁମର । ବାପା କହିଲେ ଠିକ୍ ଅଛି । ସମସ୍ତେ କିରଣ କୁ ନେଇ ମେଡ଼ିକାଲ ରେ ପହଞ୍ଚିଲେ । ଏପଟେ ମଧୁ, ପୋଲିସ ଷ୍ଟେସନ କୁ ଯାଇ ରାଧେ ବିରୁଦ୍ଧରେ ରିପୋର୍ଟ ଲେଖେଇବା ପରେ । ପୋଲିସ ତାକୁ ଗିରଫ କରି ଆଣିଲା।
ମେଡ଼ିକାଲ ରେ ପ୍ରାୟ ୮ ମାସ ଚିକିତ୍ସା ପରେ କିରଣ ଶାରୀରିକ ଭାବେ ଠିକ୍ ହୋଇଗଲା କିନ୍ତୁ ମାନସିକ ସ୍ଥରରେ ରେ ସେମିତି ହିଁ ରହିଲା । ସେ ବେଳେବେଳେ କାହାକୁ ଜାଣି ପାରେ ତ ଆଉ କେତେବେଳେ କାହାକୁ ଚିଁହେ ନାହିଁ । ମଧୁ ପ୍ରତିଦିନ ତାର ସେବା ରେ ଲାଗି ପଡ଼ିଥିଲା । କାଳେ ସେ ଠିକ୍ ହୋଇଯିବ କିନ୍ତୁ ଭାଗ୍ୟ ର ଲିଖନ ଯାହା ଅଛି ତାହା ହିଁ ଘଟିବ । ୮ ମାସ ପରେ କିରଣ ମାଉସୀ ପାଖକୁ ଫେରି ଆସିଲା ସତ କିନ୍ତୁ ବେଳେ ବେଳେ ସେ ଚାଲି ଚାଲି ବହୁ ଦୂରକୁ ଚାଲିଯାଏ ।
ତାକୁ ଖୋଜି ପୁଣି ଆଣି ରଖୁଥିଲେ । ଏମିତି ଥରେ ନୁହେଁ ପ୍ରାୟ ୧୦ ଥର ରୁ ଅଧିକ ଏମିତି ଘଟିବା ପରେ । ମାଉସୀ ଆଉ ଖୋଜିବାକୁ ଚେଷ୍ଟା କରିଲେ ନାହିଁ। କିରଣ ପ୍ରତି ତାଙ୍କ ର ଦୟା ଆଉ ପ୍ରେମ ଯେମିତି ମରି ଯାଇଥିଲା। ଏପଟେ ବିବାହ କରିବାକୁ ଇଛା କରିଥିବା ମଧୁ ର ମନରେ ଅଳ୍ପ ପରିବର୍ତ୍ତନ ଦେଖା ଦେଇଥିଲା କାରଣ ତାର ବାପା ସବୁବେଳେ ତାକୁ ବୁଝୋଉ ଥାଆନ୍ତି ।
ସେ ଘଟଣା ର ୨ ବର୍ଷ ପରେ ଦିନେ କିରଣ ଯେମିତି ହଜିଗଲା । ବହୂ ଖୋଜା ଖୋଜି ପରେ ମଧ୍ୟ ସେ ମିଳିଲା ନାହିଁ । ଦେଖୁ ଦେଖୁ ବର୍ଷେ ହେବାକୁ ଲାଗିଲାଣି । କେହି କୁହନ୍ତି କୋଉଠି ମରି ଯାଇଥିବ କିମ୍ବା କୋଉ ଟ୍ରକ୍ ତଳେ ଆସି ଯାଇଥିବ। ଏମିତି କଥା କୁ ମଧୁ ମଧ୍ୟ ବିଶ୍ୱାସ କରିବାରେ ଲାଗିଲା ଏବଂ କିରଣ ର ଖବର ନ ପାଇ ଶେଷରେ ଗୋଟିଏ ଇଞ୍ଜିନିୟର ସହିତ ବିବାହ ହେବାକୁ ରାଜି ହେଲା ।
ଯୋଗ ଭୋଗ ମୋହ ମାୟା କେମିତି ଦେଖ! ଯେଉଁ ଦିନ ତାର ବାହାଘର ସରି ଶାଶୁ ଘରକୁ ଯିବାରେ ଲାଗିଥିଲା । ରାସ୍ତାରେ ଦାଢ଼ି ଭୂତୁରା ବାଳ ରେ ଭରା, ହାତରେ ଗୋଟିଏ ବ୍ୟାଗ୍ ଧରି କିରଣ ରୋଡ଼ ଉପରକୁ ଆସି ଗାଡି ସାମ୍ନାରେ ପଡିଗଲା। ଗାଡି ଭିତରୁ ବର କନ୍ୟା ତାକୁ ଉଠେଇ ଆଣିଲେ। ଠିକ୍ ସେତିକି ବେଳେ କିରଣ ମୁଖରୁ ବାହାରି ଆସିଲା ଡାର୍ଲିଂ, ମଧୁ ଡାର୍ଲିଂ । ମଧୁ ଆଶ୍ଚର୍ୟ୍ଯ, ଏ ତ କିରଣ ! ମଧୁ ତାକୁ କୁଂଢ଼େଇ ବାକୁ ଚେଷ୍ଟା କରିଲା ବେଳକୁ କିରଣ ତା ଠାରୁ ଦୁରେଇ ଯାଇ କହିଲା ତମର ବିବାହ ସରିଛି । ତମେ ତମ ଜୀବନରେ ଖୁସିରେ ରୁହ ।
ମୋ ଭଳି ପାଗଳ କୁ ଭୁଲିବା ହିଁ ତୁମର ଉଚିତ୍ ପଦକ୍ଷେପ । ତମେ ଯାଅ ଏବଂ ନିଜ ଜୀବନ ସାଥି ସହିତ ଖୁସିରେ ବାକି ଜୀବନ କୁ ମଧୁମୟ କରିବାକୁ ଚେଷ୍ଟା କର। ଏତିକି କହି ସେ ଫେରି ଆସିଲା ନିଜ ଗାଁ କୁ । ମଧୁ ମଧ୍ୟ, ନିଜ ଲୁହ କୁ ଲୁଚେଇ ଫେରିଗଲା ନିଜ ନୂଆ ଜୀବନ ସାଥି ସହିତ। ତା ମନରେ ଦୟା ଆସିଲା କି ନାହିଁ କେହି ଜାଣେ ମାତ୍ର, ଥରେ ମଧ୍ୟ ସେ କିରଣ କୁ ଦେଖା କରିବାକୁ ଆସି ନାହିଁ ।
କିରଣ ସେହି ବର୍ଷେ ଭିତରେ ଜଙ୍ଗଲରେ ଜଣେ ସାଧୁ ବାବାଙ୍କ ଔଷଧି ଯୋଗୁ ସେ ପୁରାପୁରି ଠିକ୍ ହୋଇ ଯାଇଛି । ହଁ ବେଳେବେଳେ ତାର ମୁଣ୍ଡ କାମ କରେନି। କିନ୍ତୁ କିରଣ ସବୁ ଜାଣେ ଏବଂ ସେ ଗୃହ କୁ ପରିତ୍ୟାଗ କରି ସାରା ଜୀବନ ପାଗଳାମି ର ଅଭିନୟ କରିବାକୁ ସ୍ଥିର କରିଲା । ନିଜକୁ କଷ୍ଟ ଦେବ। ଯେଉଁଦିନ ଜୀବନ ମାଗିବାକୁ ଯମରାଜ ଆସିବେ ତାଙ୍କୁ ତାଙ୍କ ଆଗରେ ଖୁସିରେ ନିଜ ଜୀବନ କୁ ଅର୍ପଣ କରିଦେବ ।
ଏହା ଥିଲା କିରଣ ଦାସ ଙ୍କ ଡାଇରୀ ରୁ ଲେଖା ଥିବା କିଛି ଶବ୍ଦ । ଯାହା ଲୁଚି ରହି ଯାଇଥିଲା ଅନ୍ଧକାର ବସ୍ତାନି ଭିତରେ ଏବଂ ଆଜି ମଧ୍ୟ କିରଣ ପାଗଳ ଭାବେ ବୁଲୁଛି ଆଖ ପାଖ ଗ୍ରାମରେ। କେଉଁଠି ଖାଏ ତ କେତେବେଳେ ଭୋକରେ ରହେ କିନ୍ତୁ ସେ ସମସ୍ତଙ୍କୁ ଚିହ୍ନି ଜାଣି ମଧ୍ୟ ସେ ଅଳିଆ କୁ ଆପଣେଇ ନିଏ । ପଶୁ କୁ ସେ ସାଙ୍ଗ ର ଦର୍ଜା ଦେଇ ତା ସହିତ ବନ୍ଧୁ ର ହାତ ବଢ଼େଇ ଥାଏ । ଯଦି ଆପଣ କିରଣ କୁ କୋଉଠି ଦେଖନ୍ତି ତେବେ ଅନାଦର କରିବେ ନାହିଁ ।
ଏହା ଥିଲା ଗୋଟିଏ ପାଗଳ ର ଜୀବନୀ କାହାଣୀ । ଯଦି ଭଲ ଲାଗିଥାଏ ତେବେ ସେୟାର କରିବାକୁ ଭୁଲିବେ ନାହିଁ।
ଧନ୍ୟବାଦ
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…..
If the contents are helpful to share them with your friends, Thanking You.
ସେଦିନ ଦିନ ବେଳା ମଧୁ ଘରେ ଏମିତି ମହାଭାରତ ଶାନ୍ତ ହେଲା କିନ୍ତୁ କିରଣ ଘରେ କଳା ବାଦଲ ଖେଳିଗଲା। ଠିକ୍ ଦିନ ୩ ଟା ରେ ୪ ଜଣ ଲୋକ କିରଣ ଘରେ ପହଞ୍ଚିଲେ । ସେଠୀ କହିଲେ, ମଧୁ ସୁସାଇଡ କରିବା ପାଇଁ ଚେଷ୍ଟା କରିଛି ଏବଂ ବର୍ତ୍ତମାନ ସେ ମେଡିକାଲ ରେ ଅଛି ତୁମକୁ ଖୋଜୁଛି । କିରଣ ଏତିକି କଥା ଶୁଣି ସେ ବେଶି କିଛି ପ୍ରଶ୍ନ ନ କରି ଗାଡି ରେ ବସି ଗଲା। ଗାଡି ରେ ବସିବା ର ୨ ମିନିଟ୍ ପରେ ପରେ ତାକୁ କଣ ଗୋଟେ ସୁଙ୍ଘେଇ ଦେଲେ ଯେ ସେ ବେହୋସ୍ ହୋଇଗଲା। ତା ପର ଠାରୁ କିରଣ ର ଆଉ ଦେଖା ନାହିଁ ।
.
.
.
.
ତା ପର ଦିନ ମଧୁ କଲେଜ୍ ରେ ଆସି କିରଣ କୁ ଖୋଜି ବାକୁ ଲାଗିଲା କିନ୍ତୁ ତାର ଖବର ପାଇଲା ନାହିଁ । ସେ ପୁଣି ଫେରି ଗଲା ଘରକୁ, ସେ ଭାବିଲା ଯେ କିଛି ଗୋଟିଏ ପ୍ରୋବେଲମ୍ ହୋଇଥିବା ସେଥିପାଇଁ ସେ ଆସି ନଥିବ । ତା ପର ଦିନ ମଧୁ ପୁଣି ଥରେ କଲେଜ୍ ରେ ଖୋଜିଲା କିନ୍ତୁ କିରଣ ର ଖବର ନାହିଁ । ସେ ଘରକୁ ଆସି କିରଣ ପାଖକୁ ଯିବା ପାଇଁ କାର୍ ନେଇ ବାହାରିଲା। କିରଣ ଘରେ ପହଞ୍ଚିଲା ପରେ ମାଉସୀ ଏବଂ ମଉସା ଠାରୁ ସେ ଶୁଣିବାକୁ ପାଇଲା ଯେ ଗତ ଦୁଇ ଦିନ ରୁ କିରଣ ଘରେ ନାହିଁ । ସେଦିନ କିଛି ଲୋକ ଆସି କହିଲେ ଯେ ତମେ ମେଡ଼ିକାଲ ରେ ଅଛ ଏବଂ ତାକୁ ନେଇ ଚାଲିଗଲେ । ମୁଁ ସଂଧ୍ୟା ପର୍ୟ୍ୟନ୍ତ ଅପେକ୍ଷା କରିଲି ଶେଷରେ ପୋଲିସ ଷ୍ଟେସନ ଗଲି ସେଠୀ ମୋ ରିପୋର୍ଟ କେହି ଲେଖିଲେ ନାହିଁ ଓଲଟା ଗଳା ଧକ୍କା ଦେଇ ମୋତେ ଫେରେଇ ଦେଲେ। ଝିଅ, ତୁମକୁ ଆମର ଅନୁରୋଧ, ଆମ କିରଣ କୁ ଫେରେଇ ଆଣ?
ମଧୁ ପୋଲିସ ଷ୍ଟେସନ ଗଲା । ସେଠୀ ସେ ଶୁଣିବାକୁ ପାଇଲା ଯେ ସେ ଏଠି ଆସିଥିଲେ କିନ୍ତୁ ରିପୋର୍ଟ ଲେଖି ବାକୁ ମନା କରିଦେଲେ ସେଥିପାଇଁ ଆମେ ତଦନ୍ତ ଆରମ୍ଭ କରି ନାହୁଁ। ମଧୁ ପୋଲିସ କୁ ପୁଣିଥରେ ପଚାରିଲା , ସତ କୁହନ୍ତୁ । ସେ ଦୁଇ ଦିନ ଆସି ଫେରି ଯାଇଛନ୍ତି ଆପଣ ରିପୋର୍ଟ ନ ଲେଖିବାର କାରଣ କଣ ?? ବହୁତ୍ ବାଧ୍ୟ ପରେ , ପୋଲିସ ବାବୁ କହିଲେ , ଆପଣଙ୍କ ବାପା ମନା କରିଛନ୍ତି । ମଧୁ ସଙ୍ଗେ ସଙ୍ଗେ ଘରକୁ ଆସି ବାପା ପାଖରେ ପହଞ୍ଚିଲା । ବାପା କହିଲେ , ହଁ ମୁଁ ମନା କରିଛି। ସେ କାହା ସହିତ ଯାଇଥିବ । ରିପୋର୍ଟ ରେ ତୋ ନାଁ ସହିତ ରିପୋର୍ଟ ଫାଇଲ୍ କରିବା ପାଇଁ କହିବାରୁ ମୁଁ ମନା କରିଥିଲି ।
ମଧୁ ବାପା ଆଗରେ ହାତ ଯୋଡ଼ି କହିଲା , ବାପା ତମେ ସବୁ ଜାଣିଛ ? କିରଣ କାହିଁ, କୁଆଡେ ଗଲା? ତାକୁ ଖୋଜି ଆଣିଦିଅ। ତାକୁ ତମେ ମୋ ସହିତ ବିବାହ ଦେବାକୁ ହଁ କରିଥିଲ । ତାକୁ ଖୋଜି ଆଣି ଦିଅ ।
ବାପା ପ୍ଲିଜ୍ । ବାପା ମନା କରି କହିଲେ ମୁଁ ଜାଣିନି ତାକୁ , ସେ କୁଆଡେ ଯାଇଛି । ସେ ଯଦି ଫେରି ଆସିବ ତେବେ ତୋ ସହିତ ତାର ବିବାହ କରିଦେବି। ମଧୁ, ପ୍ଲିଜ୍ ବାପା ତାର ସହିତ କିଛି ଅଘଟଣ ହୋଇନି ନା? ପ୍ଲିଜ୍ ବାପା କୁହ ?
କୁହ ବାପା, ସତ କୁହ??
ଯଦି ସେ ଫେରି ନ ଆସିଲା ତେବେ ମୁଁ ସତରେ ଆତ୍ମହତ୍ୟା କରିଦେବି ।
ବାପା ପ୍ଲିଜ୍, ପ୍ଲିଜ୍ ବାପା,
(ମଧୁ ବାପାଙ୍କ ଗୋଡ କୁ ଧରି କାନ୍ଦି ବାକୁ ଲାଗିଲା ।)
ଝିଅ ର ଅବସ୍ଥା ଖରାପ ଦେଖି । ବାପା ଙ୍କ ମନ ବଦଳିବାକୁ ଲାଗିଲା । ବାପା କହିଲେ ସେ ଆଉ ଏ ଦୁନିଆରେ ନାହିଁ । ମଧୁ ଏତିକି ଶୁଣି ତାର ଚେତା ବୁଡିଗଲା । ସଙ୍ଗେ ସଙ୍ଗେ ତାକୁ ପାଣି ଛିଟା ଦେଇ ଉଠେଇଲେ। ମଧୁ, ବାପା ତମେ ମୋତେ ତା ପାଖକୁ ନେଇ ଚାଲ ପ୍ଲିଜ୍ । ବାପା କହିଲେ ମୁଁ ଜାଣିନି ସେ କୋଉଠି ଅଛି ? ମଧୁ, ବାପା ପ୍ଲିଜ୍ ତମେ କଣ ପାଇଁ ଏମିତି କରିଲ ? ତମ ଝିଅ ର ଜୀବନରେ କଳା ଦାଗ କାହିଁକି ବୋଳି ଦେଲ ? ଏହି ଘଟଣା ପାଇଁ ମୁଁ ତୁମକୁ କେବେ କ୍ଷମା କରିବି ନାହିଁ ଆଉ ତୁମକୁ ବାପା ର ସମ୍ମାନ କେବେ ମଧ୍ୟ ଦେବୀ ନାହିଁ ।
ପ୍ଲିଜ୍ ବାପା, ମୋତେ କିରଣ ପାଖକୁ ନେଇ ଚାଲ ।
ଠିକ୍ ଏତିକିବେଳେ ଲ୍ୟାଣ୍ଡ ଫୋନ୍ ବାଜି ଉଠିଲା । ସେପଟୁ କେହି ଜଣେ କହୁଥାଏ ଏବଂ ମଧୁ କୁ ସ୍ପଷ୍ଟ ଶୁଣାଯାଉଥିଲା । ସେପଟୁ କେହି କହିବାକୁ ଲାଗିଲା । ଆଜ୍ଞା ସେଦିନ ସେ ଟୋକାକୁ ପିଟି ନଦୀ ରେ ଫୋପାଡି ଦିଆ ଯାଇଥିଲା ନା ସେ ଆଜି ମିଳିଯାଇଛି ଆଉ ସେ ବଞ୍ଚିଛି। ଏଠି ୧୦ କିମି ଦୂର ନଦୀ ପାଖ ଗୋଟିଏ ଗାଁ ରେ ପୋଲିସ ପଚରା ଉଚରା ପରେ ଜଣା ପଡ଼ିଛି । ମଧୁ, ବାପାଙ୍କୁ କହିଲା , ବାପା ପ୍ଲିଜ୍ ବାପା , ମୋତେ ତା ପାଖକୁ ନେଇ ଚାଲ । ଝିଅ ର ଅନୁରୋଧ ରେ ବାପା ଝିଅ କୁ ନେଇ ସେଠୀ ପହଞ୍ଚିଲେ । ସେ ଗାଁ ଲୋକ କିରଣ କୁ ନେଇ ଆସିଲେ ।
ମଧୁ ଓହ୍ଲାଇବା ପରେ ସଙ୍ଗେ ସଙ୍ଗେ ଯାଇ କିରଣ କୁ ଜାବୁଡି ଧରିଲା। କିନ୍ତୁ କିରଣ ଚୁପ୍ ଚାପ୍ ପଥର ଭଳି ଠିଆ ହୋଇ ଥାଏ । ପ୍ରାୟ କିଛି ସେକେଣ୍ଡ ପରେ କିରଣ କହିଲା । ତମେ କିଏ ? ମୋତେ କାହିଁକି ଏମିତି ଜାବୁଡି ଧରିଛ ? ମଧୁ, ମୁଁ ମଧୁ ତୁମର ମଧୁ, ତମେ ଚିହ୍ନି ପାରୁନ?? ମଧୁ ବହୁତ୍ ବୁଝେଇବା ପାଇଁ ଚେଷ୍ଟା କରିଲା କିନ୍ତୁ କିରଣ ନା ମଧୁ କୁ ଚିହ୍ନି ପାରୁଛି ନା ଆଉ କାହାକୁ ? ମଧୁ , ଦଉଡ଼ି ଆସିଲା ବାପା ପାଖକୁ। ବାପା ତାର କଣ ହୋଇଛି ? ସେ ଚିହ୍ନି ପାରୁନି କାହିଁକି ? ବାପା ଚୁପ୍ ଥିଲେ।
ଚତୁର୍ଥ ଭାଗ କୁ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ ।
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…..
If the contents are helpful to share them with your friends, Thanking You.
କିରଣ ଆରେ ତମେ ବୁଝିବନି । ମଧୁ, ତମେ କହିବା ବନ୍ଦ କରେ । ମୋତେ ମଧୁ ବୋଲି ଡାକିବୁ ନହେଲେ ତୋର ମୁହଁ ଫଟେଇ ଦେବୀ । କିରଣ, ଶୁଣ ମଧୁ? ମୋର ସ୍ଥିତି ଆଉ ତୁମ ସ୍ଥିତି ଆକାଶ ପାତାଳ ସହ ସମାନ । ମଧୁ, କଣ ସ୍ଥିତି? ତୁ ତୋ ମାଉସୀ ପାଖରେ ରହୁଛୁ, ତୋ ବାପା ମା ଏ ଦୁନିଆରେ ନାହାନ୍ତି ଆଉ ତୋତେ ମୋ ଲାଇଫ ପାର୍ଟନର କରିଲେ ମୋ ସହିତ ତୁ ରହିବୁ। ଏଥିରେ ଅସୁବିଧା କଣ ? କିରଣ, ଅସୁବିଧା ନାହିଁ। ମୁଁ ମୋ ମାଉସୀ କୁ ସାହାଯ୍ୟ କରିବାକୁ ହେବ। ତାଙ୍କର କେହି ପୁଅ ନାହାନ୍ତି , ମୋତେ ପୁଅ ଭଳି ପାଳି ବଡ କରିଛନ୍ତି । ତାଙ୍କୁ ତ ଭୁଲି ପାରିବିନି । ତାକୁ ସପୋର୍ଟ କରିବାକୁ ପଡ଼ିବ ନା !
ମଧୁ, ସେ କଥା ମୁଁ ବୁଝିବି । ତୁ ହଁ କରିବା ଦରକାର। କିରଣ, ନାହିଁ ମଧୁ ତମେ ରାଜନୀତି କରିବା ଲୋକ ଆଉ ମୋତେ ରାଜନୀତି ପସନ୍ଦ ନାହିଁ । ମଧୁ, ତାହା ହେଲେ , ମୁଁ ଆଜି ଠାରୁ ସଭାପତି ପଦ ରୁ ଇସ୍ତଫା ଦେଇ ଦେଉଛି । ତୁ ଖୁସି ହେବୁ ନା? କିରଣ, ତମ ବାପା ତ ଛାଡ଼ି ପାରିବେ ନାହିଁ ନା ? ମଧୁ, ତେବେ ଚାଲ, ଆଜି ଏହି ସମୟରୁ ଆମେ ଦୁହେଁ କୁଆଡେ ଫେରାର ହୋଇ ଯିବା। କିଛି ଦିନ ଗଲା ପରେ ସବୁ ଠିକ୍ ହୋଇଯିବ । ମୋ ବାପା ମୋତେ ସପୋର୍ଟ ମଧ୍ୟ କରିବେ । କାରଣ ମୋ ଖୁସି ପାଇଁ ସେ କିଛି ମଧ୍ୟ କରିବାକୁ ରାଜି ହୋଇ ଯାଆନ୍ତି ।
କିରଣ, କଣ ବେକାର କଥା କହୁଛ । ତମ ସର୍ତ୍ତ ରେ ମୋର ଏକମତ ନୁହଁ। ମୁଁ ତୁମ ସହିତ ବିବାହ କରି ପାରିବି ନାହିଁ । ମଧୁ, ପୁଣି କଣ ଅସୁବିଧା? ଯାହା ହୋଇ ଯାଉ ପଛେ ମୁଁ ତୋତେ ହିଁ ବାହା ହେବି । ଏତିକି କହି ସେ ରୋଡ ରେ ଚାଲି ଚାଲି ଯିବାକୁ ବାହାରିଲା। କିରଣ କହିଲା, ମୋତେ ବୁଝିବାକୁ ଚେଷ୍ଟା କର। ତୁମ ବଂଶ ପରମ୍ପରା ଅଲଗା। ତମ ବାପା ଆମ ସମ୍ପର୍କ କୁ ମାନ୍ୟତା ଦେବେ ନାହିଁ । ମଧୁ ପୁଣି ଥରେ ବୁଲି ଆସି କିରଣ ର ସାଇକେଲ ରେ ବସି ପଡ଼ି କହିଲା। ଚାଲ ମୋ ସହିତ। ମଧୁ, କିରଣ କୁ ନେଇ ପହଞ୍ଚିଲା ମଧୁ ଘରେ । କିରଣ ର ଇଚ୍ଛା ନଥାଇ ମଧ୍ୟ ମଧୁ ର ବାଧ୍ୟକତା ରେ ସେ ପହଞ୍ଚି ଥିଲା । ମଧୁ ର ମା କିରଣ କୁ ପାଛୋଟି ନେଇ ସମ୍ମାନ ଦେଇ ଖାଇବାକୁ ଦେଲେ। ମଧୁ, ର ବାପା କିରଣ କୁ ଦେଖି ଅଳ୍ପ ରାଗ ମୁହଁରେ କଥା ହେଲେ ଏବଂ ଘର ଭିତରକୁ ଯାଇ ମଧୁ ର ମା କୁ କହିଲେ ଯେ ଏ ପୁଅ କିଏ? ମଧୁ ର ମା କହିଲେ, ଏ ହେଉଛି ମଧୁ ର ସାଙ୍ଗ। ମଧୁ ର ବାପା ପଚାରିଲେ ? ସାଙ୍ଗ ନା ବଏଫ୍ରେଣ୍ଡ ? ବାପା କହିଲେ। ମଧୁ କୁ ବୁଝେଇ ଦିଅ ସେ ଏ ପୁଅ ର ପିଛା ଛାଡ଼ି ଦେବ। ତା ପାଇଁ ଗୋଟିଏ ଭଲ ପ୍ରସ୍ତାବ ଦେଖିଛି ମୁଁ ।
ସେପଟ ରୁମ୍ ରୁ ମଧୁ , ବାପାଙ୍କୁ ଡାକିବା କୁ ଲାଗିଲା । ବାପା ପହଞ୍ଚିଲେ। ବାପା, କିରଣ ସହିତ ୫ ମିନିଟ କଥା ରେ କେବଳ କିରଣ ର ଘର, ବଂଶ ଆଭିଜାତ୍ୟ ବିଷୟରେ ପଚାରିବାରେ ଲାଗିଲେ । ମଧୁ, ବାପା ବହୁତ୍ କଥା ଅଛି କେବଳ ବଂଶ ଜାତି ପଚାରିବା କଣ ଠିକ୍ ?? କିରଣ ଚୁପ୍ ଥାଏ। ବିନା ବିଳମ୍ବ ରେ ମଧୁ ବାପା ଙ୍କୁ କହିଦେଲା । ବାପା ମୁଁ କିରଣ କୁ ପସନ୍ଦ କରେ ଏବଂ ତାକୁ ବିବାହ କରିବାକୁ ଚାହେଁ । ଆପଣଙ୍କ ମତ କଣ ? ମଧୁ ର ବାପା , ମଧୁ ର ପ୍ରଶ୍ନ ରେ କିଛି ସମୟ ପାଇଁ ଆଶ୍ଚର୍ୟ୍ଯ ହୋଇ ଚାହିଁ ରହିଲେ । ବାପା କହିଲେ । ହଉ ମୁଁ ଏହି ପ୍ରଶ୍ନର ଉତ୍ତର ପରେ ଜଣେଇବି। ମୁଁ ଅଳ୍ପ ଥକି ଯାଇଛି। ତମେ କଥା ହେଉ ଥାଅ। ଏତିକି କହି ବାପା ସେଠୁ ଚାଲିଗଲେ । ଅନ୍ୟ ରୁମ୍ କୁ ଯାଇ ବାପା ମା ସହିତ ବହୁତ୍ ଜୋର୍ ରେ ପାଟି କରି କଣ କହୁଥିଲେ।
କିରଣ କହିଲା, ମଧୁ ମୁଁ ଏବେ ଆସୁଛି। ମଧୁ ର ଇଚ୍ଛା ଥାଏ ଆଉ ଅଳ୍ପ ସମୟ କଥା ହେବା ପାଇଁ କିନ୍ତୁ ଘରେ ମହାଭାରତ ର ଝଡ ଦେଖି ସେ ହଁ କହି ବିଦାୟ ଦେଲା କିରଣ କୁ । କିରଣ ଘରୁ ବାହାରି ଗଲା ପରେ , ମଧୁ ବାପାଙ୍କ ରୁମ୍ ଭିତରକୁ ଯାଇ ଦେଖିଲେ ଯେ । ମଧୁ ର ମା ଙ୍କ ଗାଲ ଲାଲ୍ ହୋଇ ପଡ଼ିଛି । ମଧୁ,ବାପା ତମେ ମା ଙ୍କୁ କାହିଁକି ଚାପୁଡ଼ା ମାରିଛ ? ବାପା କହିଲେ। ମୋ ଲାଳନ ପାଳନକୁ ଏଡାଇ ତୁ ଗୋଟିଏ ଅନ୍ୟ ଜାତିର ପୁଅ ସହିତ ବିବାହ ଦେବାକୁ ତୋ ମା ହଁ କରିଲେ ସେଥିପାଇଁ ସେ ଚାପୁଡ଼ା ଖାଇଲା।
ମଧୁ, ଭୁଲ ଯଦି ମୋର ତେବେ ମା ଙ୍କୁ ଦଣ୍ଡ କାହିଁକି ? ବାପା, ଏତିକି ଦଣ୍ଡ କିଛି ନୁହଁ। ଆଉ ଶୁଣ ସେ ପୁଅ ସହିତ ତୋର ବାହାଘର ହେବ ନାହିଁ। ମଧୁ, ବାପା , ସେ ବହୁତ୍ ଭଲ ପିଲା। ତାର ବାପା ମା, ନାହାନ୍ତି ସେ ଆମ ଘରେ ପୁଅ ହୋଇ ରହିବ। ବାପା, ନା ମାନେ ନା, ଏହା ଅସମ୍ଭବ । ମୁଁ ତୋ ପାଇଁ ବିକାଶ ବାବୁ ଙ୍କ ପୁଅ ରାଧେ ସହିତ ତୋ ବାହାଘର ଠିକ୍ କରିଛି । ମଧୁ, ବାପା ତମେ କଣ କହୁଛ ? ବିକାଶ ବାବୁ ଙ୍କ ପୁଅ ?? ମାନେ ସେ କୁଳାଙ୍ଗାର ରାଧେ, ସେ ବଳାତ୍କାର କେଶ ରେ ସେ ଜେଲ୍ ଯାଇଥିଲା ନା? ମୁଁ ସେ ପୁଅ କୁ ବାହା ହେବି ମାନେ ମୁଁ ଜିଅନ୍ତା ଶବ ପାଲଟି ଯିବି। ମୋତେ ସେଠୀ ବିବାହ ଦିଅ ନାହିଁ ବାପା।
ମଧୁ, ବାପା ମୋ ମନ କଥା ରଖ ପ୍ଲିଜ୍, ମୋତେ କିରଣ ସହିତ ବିବାହ ହେବାର ଅଛି। ମୋର ଇଚ୍ଛା ସବୁଠୀ ପୁରଣ କରିଛ । ଏଇଟା ମଧ୍ୟ କରିଦିଅ । କିନ୍ତୁ ବାପା ଙ୍କ ଗୋଟିଏ ଜିଦ୍ ନା, ହୋଇ ପାରିବ ନାହିଁ । ମଧୁ, ରାଗରେ ନିଜ ରୁମ୍ ରେ କବାଟ ଦେଇ ଶୋଇ ଗଲା। ଯେତେ କବାଟ ପିଟିଲେ ମଧ୍ୟ ସେ ଆଉ ଖୋଲିଲା ନାହିଁ। ଉତ୍ତର ରେ କହିଲା ଯଦି କିରଣ ସହିତ ବିବାହ କରିବ ତେବେ ଯାଇ ମୁଁ କବାଟ ଖୋଲିବି। ପ୍ରାୟ ୩ ଘଣ୍ଟା ପରେ ବାପା କହିଲେ ହଉ, ତା ସହିତ ବିବାହ ଦେବୀ। ତୁ କବାଟ ଖୋଲେ। ମଧୁ ବାହାରକୁ ଆସିଲା ।
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…..
If the contents are helpful to share them with your friends, Thanking You.
ଏ ଷଣ୍ଢ ! ଆଜିଠୁ ତୋର ମୋର ସାଙ୍ଗ। ଯାହା ଖାଇବା ଦୁହେଁ ମିଶି ଖାଇବା । ଷଣ୍ଢ ର ବେକକୁ ହାତ ମାରିଲା ପରେ, ଷଣ୍ଢ ମୁଣ୍ଡ ହଲେଇ ଦେଲା । ପାଗଳ ପୁରା ଖୁସି, କାରଣ ତାକୁ ଆଜି ଗୋଟିଏ ନୁଆ ସାଙ୍ଗ ମିଳିଯାଇଛି । ହାତରେ ଥିବା ଦୁଇଟି କଦଳୀ ରୁ ଗୋଟିଏ କଦଳୀ ଷଣ୍ଢ ଖାଇଲା ପରେ ଆଉ ଗୋଟିଏ ପାଗଳ ଖାଇଲା। ଟିକେ ପୂର୍ବରୁ ପାଗଳ ଆଉ ଷଣ୍ଢ ର ଯେମିତି ବିସ୍ମୟ ସଂଯୋଗ ଦେଖି କେତେ ଜଣ ଲୋକ ଟାହି ଟାପରା କରି କହି ଉଠିଲେ ।
ହଇରେ ପାଗଳ ? ଆଜି ପୁଣି ନୂଆ ସାଙ୍ଗ ? କାଲି କୁକୁର ସହିତ ସାଙ୍ଗ ହୋଇଥିଲୁ ପରା । ଶୁଣ ପାଗଳ ସେ ଯେତବେଳେ ମାରିବ ନା ?? ତୋର ସାଙ୍ଗ ହେବା ଭୂତ ଟା ଛାଡି ଯିବ । ପାଗଳ ମୁଣ୍ଡ କୁ ନୁଖାରି ଅଳ୍ପ କୁଣ୍ଡେଇ କହିଲା ଯେ। ମୋର କଣ କେହି ସାଙ୍ଗ ହେବେନି? ଲୋକ ଜଣକ ଉତ୍ତର ଦେଲେ । ତୋର କେହି ସାଙ୍ଗ ନାହାନ୍ତି । ଏଠି ସମସ୍ତେ ପର । ସମସ୍ତେ ସ୍ବାର୍ଥ ପର। ତୋତେ ତ ନିଜର କରିବା ଲୋକ ପର କରିଦେଲା ପୁଣି ତୋର ସାଙ୍ଗ କିଏ ହେବ? ଏତିକି କଥା ପରେ ପାଗଳ ର ଆଖି ଛଳ ଛଳ ହୋଇଗଲା । ସେ ରଡ଼ି କରି କାନ୍ଦି ଉଠିଲା । ଯେମିତି ତାକୁ ଭୀଷଣ ଆଘାତ ଲାଗିଛି। ଲୋକ ଙ୍କ ଗହଳି କମିଗଲା । ପାଗଳ ନିଜର ଗନ୍ଧିଆ ବ୍ୟାଗ୍ କୁ ଧରି ପାଖ ବିଶ୍ରାମ ଗାର ରେ ଗୋଟିଏ କୋଣେ ନିସ୍ତେଜ୍ ହୋଇ ଶୋଇ ଗଲା ।
ପୁରା କାହାଣୀ କୁ ଜାଣିବା ପାଇଁ ଆମେ ୪ ବର୍ଷ ପଛକୁ ଯିବାକୁ ପଡ଼ିବ ।
ତେବେ ଏ ପାଗଳ କିଏ ?
କାହିଁକି ତାର ଏ ଦୁର୍ଦ୍ଦଶା ?
କଣ ପାଇଁ ସେ ପାଗଳ ହେଲା ?
ତାର ରହସ୍ୟ କଣ।?
କାହିଁକି ଆଜି ସେ ବିଭିନ୍ନ ନାମରେ ନାମିତ ? ପ୍ରେମ ପାଗଳ, ଅର୍ଦ୍ଧ ପାଗଳ, ତ କେହି ଜାଣି ପାଗଳ ର ନାମ ଦେଇଥିଲେ । ବଜାର ରେ ଅଧା ଚିରା ଡ୍ରେସ୍ ପିନ୍ଧି ବୁଲୁଥିବା ବ୍ୟକ୍ତି ଜଣକ ପ୍ରକୃତରେ କିଏ ?
ସେ ହେଉଛନ୍ତି କିରଣ ଦାସ। ପିଲା ଦିନୁ ମା ଛାଡ଼ି ଚାଲି ଯାଇଥିଲା । ବାପା ଙ୍କ ଲାଳନ ପାଳନର ଅଭାବ ମଧ୍ୟ ହୋଇ ଗଲା। ସେ ଯେତେବେଳେ ୧୨ ବର୍ଷର ହୋଇଥାଏ । ଲୋକେ କୁହନ୍ତି ତା ବାପା ଆତ୍ମହତ୍ୟା କରିଛି ବୋଲି ତ ଆଉ କିଏ କୁହନ୍ତି ତାକୁ କୋଉଠି କିଏ ମାରି ପୋତି ଦେଇ ଛନ୍ତି । କାରଣ ବହୁତ୍ ଲୋକଙ୍କ ଠାରୁ ଧାର ଉଦ୍ଧାର କରି ସେ ଯେମିତି ରୁଣୀ ହୋଇ ଯାଇଥିଲା।
୧୨ ବର୍ଷ ରୁ ସେ ତାର ମାଉସୀ ପାଖରେ ରହି ପାଠ ପଢି ଆସୁ ଥାଏ । ପାଠ ପଢାରେ ଏକ ନମ୍ବର । କ୍ରମଶଃ ସେ ସ୍କୁଲ୍ ରେ ଫାର୍ଷ୍ଟ କ୍ଲାସ ରେ ପାସ୍ କରି କଲେଜ୍ ରେ ପହଞ୍ଚି ମଧ୍ୟ ସେଠୀ ସେ ପ୍ରଥମେ ନମ୍ୱର୍ ରେ ରହି ଆସୁଥିଲା।
ମଧୁ ମଲ୍ଲିକା ଆଚାର୍ଯ୍ୟ, ନାମରୁ ସ୍ପଷ୍ଟ ଯେ ସୁନ୍ଦର ତରୁଣୀ ଟିଏ । ଆଉ ଠିକ୍ ସେହି ଭଳି। ବହୁତ୍ ଶାନ୍ତ ଆଉ ସରଳ କେବଳ ନାମ ମାତ୍ର ଟିଏ । କଲେଜ୍ ରେ ଅଣ୍ଡିରା ଚଣ୍ଡୀ ର ଉପାଧି ମଧ୍ୟ ପାଇ ଯାଇଥିଲା । ତାକୁ କେହି ଦେଖିଲେ, କିମ୍ବା କମେଣ୍ଟ୍ କରିଲେ। ସେ ଗୋଟିଏ ଫୋନ୍ କଲ୍ କରେ ଏବଂ ତାର ବାପା କେତେ ଲୋକଙ୍କୁ ପଠେଇ ତାକୁ ମାଡ ମାରିବା ପରେ ସବୁ ଶାନ୍ତି ହୁଏ । କିନ୍ତୁ କିଏ ଜାଣି ଥିଲା ମଧୁ କିରଣ କୁ ତାର ଲାଇଫ ପାର୍ଟନର ଭାବେ ବାଛି ସାରିଲାଣି।
କଲେଜ୍ ଇଲେକ୍ସନ ପରେ ମଧୁ ସଭାପତି ପଦରେ ମଧ୍ୟ ଚୟନ ହୋଇଗଲା, ଚୟନ କେମିତି ହୋଇନଥାନ୍ତା କୁହ ? ବାପା ଙ୍କ ରାଜନୀତି ର କମାଲ ଏ ସବୁ । ସେଦିନ ଶପଥ ପାଠ ପରେ ସେ ସିଧା ପହଞ୍ଚିଲା କମନ୍ ରୁମ୍ ରେ ବସିଥିବା କିରଣ ପାଖରେ । କିରଣ ପଚାରିଲା କଣ ହେଲା ମାଡମ୍। ମଧୁ ଉତ୍ତର ଦେଲା । ଆଜି ଠାରୁ, ତମେ ମୋତେ ମଧୁ ବୋଲି ଡାକିବ ! ନହେଲେ ଡାର୍ଲିଂ ବୋଲି ଡାକିବ!
କିରଣ ସହିତ ବାକି ସାଙ୍ଗ ମାନେ ମଧ୍ୟ ଛାନିଆ ହୋଇଗଲେ। କିରଣ ଦୂରେଇ ଯାଇ ବସିଲା। କିନ୍ତୁ ମଧୁ ର ଭୟ କଣ? ସେ ସିଧା ଯାଇ ବସିଲା କିରଣ ର ଗୋଡ ଉପରେ। କିରଣ , ଆରେ ଏ ସବୁ କଣ ବ୍ୟବହାର? ମୋର ସବୁ ସାଙ୍ଗ ଏଠି ଅଛନ୍ତି । ସେମାନେ କଣ ଭାବିବେ ? ମଧୁ, କିଏ କଣ ଭାବିବ? ମୁଁ ତୋତେ ଭଲ ପାଏ ଆଉ ମୁଁ ଏହି କଲେଜ୍ ର ସଭାପତି, ତଥା ତୋତେ ଭୟ କାହିଁକି ?
କିରଣ କିଛି ନ କହି ସେଠୁ ସେ ଉଠି ଚାଲିଗଲା । ସାଇକେଲ ଷ୍ଟାଣ୍ଡ ରୁ ସାଇକେଲ ବାହାର କରି ଯିବାକୁ ବାହାରିଲା । ମଧୁ ଦଉଡ଼ି ଆସି କିରଣ ର ସାଇକେଲ କୁ ଲକ୍ କରି ତାର ଚାବି ନେଇ ଚାଲିଗଲା ଏବଂ କହିଲା ମୋର ୧୦ ମିନିଟ୍ ର କାମ ଅଛି । ମୁଁ ପ୍ରିନ୍ସିପଲ୍ ରୁମ୍ ରୁ ଆସୁଛି । ତୁ ଏଠି ମୋତେ ଅପେକ୍ଷା କରେ। ମୁଁ ଆସିଲେ ଦୁହେଁ ମିଶି କରି ଯିବା । କିରଣ ନିରୁପାୟ । ସେ ଅପେକ୍ଷା କରି ରହିଲା। ୫ ମିନିଟ ଭିତରେ ମଧୁ ଆସି ପହଁଚିଲା। କହିଲା ଆଜି ତୋର ସାଇକେଲ ପଛରେ ମୁଁ ବସିକରି ଯିବି । କିରଣ, ଆରେ ତମେ ଆଜି ଶପଥ ପାଠ ନେଇ ସଭାପତି ହେଲ । ବାକି ପିଲା ମାନେ ମୋତେ କଣ କହିବେ । ତମେ ତମ ସାଇକେଲ ରେ ଆସ। ମଧୁ କହିଲା , କିଏ କଣ କହିବ, ମୋର କିଛି ଫରକ୍ ପଡ଼ିବ ନାହିଁ।
ମୁଁ ତୋ ସହିତ ତୋ ସାଇକେଲ ରେ ଯିବି ମାନେ ଯିବି। କିରଣ କହିଲା , ହଉ ଚାଲ। କିରଣ ମନରେ, ଭାବୁଥାଏ ଏ ଚଣ୍ଡୀ ଠାରୁ କେମିତି ମୁକ୍ତି ପାଇବି। ପ୍ରାୟ ୧ କିମି ପର୍ଯ୍ୟନ୍ତ ଚୁପ୍ ଚାପ୍ ଚାଲିଥାଏ। ତାପରେ ମଧୁ କହିଲା। ସାଇକେଲ ରଖ । କିରଣ ପଚାରିଲା, କଣ ହେଲା ? ମଧୁ କହିଲା । ମୁଁ ତୋତେ ଭଲ ପାଏ । ଆଉ ତୋତେ ମୋ ଲାଇଫ୍ ପାର୍ଟନର କରିବାକୁ ଚାହୁଁଛି । କିରଣ, ମୋର ମାତ୍ର ପସନ୍ଦ ନାହିଁ । ମଧୁ କହିଲା, କଣ ପସନ୍ଦ ନାହିଁ । ମୁଁ, ନା ମୋ ଦେହ, ନା ମୋ ରଙ୍ଗ, ନା ମୋ ଡ୍ରେସ୍ କଣ ପସନ୍ଦ ନାହିଁ କହ ?? କିରଣ, ତମେ ବୁଝିବ ନାହିଁ। ମଧୁ, ସିଧା ସିଧା କହ, କଣ ପସନ୍ଦ ନାହିଁ ଆଉ କଣ ଅସୁବିଧା କହ?
If the contents are helpful to share them with your friends, Thanking You.
If the contents are helpful to share them with your friends, Thanking You.
If the contents are helpful to share them with your friends, Thanking You.
If the contents are helpful to share them with your friends, Thanking You.
If the contents are helpful to share them with your friends, Thanking You.
If the contents are helpful to share them with your friends, Thanking You.
If the contents are helpful to share them with your friends, Thanking You.
दो अनजान व्यक्ति प्यार का असूल को लक्ष्य बनाकर एक दूसरे के साथ नए नाम देने को संपर्क कहलाता है ।