ଅପେକ୍ଷାର ତୃଷ୍ଣା (By. Nilamadhab)

 
ଅପେକ୍ଷାର ତୃଷ୍ଣା




କେହି ଜଣେ ଖବର
ଦେଇଛି ଆଜି,
ମନରେ ଆଶା ଜନ୍ମ ନେଇଛି 
କାହିଁ କେଜାଣି କେତେ
ଦିନୁ ଅପେକ୍ଷାର ଅନ୍ତ 
ହେବାର ସ୍ବପ୍ନ ଆଜି ସାକାର ହେବ…

ସଂଧ୍ୟା ଘୋଟି ଆସିଲାଣି
ଆଉ କିଛି ଘଣ୍ଟା ର
ଅବଶେଷ ରେ
ସେ ପହଞ୍ଚି ଯିବେ ମୋ
ମନ ଅଗଣାରେ…

କିନ୍ତୁ ଅପେକ୍ଷା ର ତୃଷ୍ଣା
ବହୁ କଷ୍ଟ ଦେଲାଣି
ସଂଧ୍ୟା ଠାରୁ କୌଣସି ଠାରେ
ମନ ଲାଗୁନି
କେବେ ସେ ତୃଷ୍ଣା ପୁରା ହେବ
ତାହା ମଧ୍ୟ ମୋତେ ଅଜଣା…

ମାଁ ଙ୍କ ହାତ ତିଆରି
ପିଠା ଆଉ ଭଉଣୀର କେକ୍ 
ଯେମିତି ତାଙ୍କୁ ନୂଆ ସ୍ଵାଦ 
ଦେବାକୁ ଅପେକ୍ଷାରତ…

ବାପାଙ୍କ ମୋବାଇଲ୍ ଦେଖଣା 
ଆଉ ସାନ ଭାଇ ଙ୍କ ତୁହା କୁ ତୁହା 
ପ୍ରଶ୍ନ ରେ ମୋର ତୃଷ୍ଣା
କୁ ଗଭୀର କରି ଦେଉଥିଲା…

ମନ ଭିତରେ କେତେ ଯେ
ସ୍ବପ୍ନ କୁ ସାଇତି ରଖି ସୋଫା ର 
ତକିଆ କୁ ବାରମ୍ବାର 
ଚିମୁଟି ବାରେ ଲାଗିଛି ମୁଁ
ରାତି ଯେତେ ବଢୁଛି
ତୃଷ୍ଣା ସେତେ ଅଧିକ ହୋଇ ଯାଉଛି…

କିଛି କ୍ଷଣ ପରେ ବାପାଙ୍କ ଫୋନ୍
ବାଜି ଉଠିଲା
ଦଉଡ଼ି ଗଲି କବାଟ କଣ କୁ
ବାପାଙ୍କ ଉତ୍ତର ଶୁଣି
ମୋ ହ୍ରୁଦୟ ସ୍ପନ୍ଦନ 
ବଢ଼ିବାକୁ ଲାଗିଲା…

ପନ୍ଦର ମିନିଟ୍ ର
ସମୟ ମୋତେ
ପନ୍ଦର ଘଣ୍ଟା ଭଳି ଅନୁଭବ ହେଲା,
ଶେଷରେ ସେ ଆସି ପହଞ୍ଚିଲେ
ମନର ତୃଷ୍ଣା ମେଣ୍ଟିବାର
ଆଭାସ ହେଉଥିଲା…

ଖୁସିରେ କେତେ ଯେ ଲୁହ ବହିଗଲା
ତାଙ୍କୁ ଦେଖି ପଦସ୍ପର୍ଶ ପାଇଁ
ନତ ମସ୍ତକ ହେଲି
ସେ ଉଠେଇ ମୋତେ ତାଙ୍କ
ହସଭରା ଚେହେରା ରେ
ମୋ ସବୁ ତୃଷ୍ଣା କୁ ମେଣ୍ଟାଇ ଦେଲେ…

ମୋ ଅପେକ୍ଷାର ତୃଷ୍ଣା
କୁ ସାକାର କରି ମୋତେ 
ଆଲିଙ୍ଗନ ରେ ସବୁ ଖୁସି କୁ
ପୁନଃ ଜାଗ୍ରତ କରିଦେଲେ…

ସତରେ ଏ ଅପେକ୍ଷା ର ତୃଷ୍ଣା 
କେତେ ଯେ ସ୍ଵାଦ ଯୁକ୍ତ 
ଆଜି ପ୍ରଥମ ଥର 
ମୋ ଜୀବନରେ ରଙ୍ଗ 
ବୋଳି ଦେଇଗଲା…





ନୀଳମାଧବ ଭୂୟାଁ ଙ୍କ 
କବିତା ସଂକଳନରୁ…





If the contents are helpful to share them with your friends, Thanking You.

କଥା ରଖିଛି (By. Nilamadhab)

କଥା ରଖିଛି
ତୁ କେମିତି ବୁଝିଥାନ୍ତୁ
ମୁଁ କଣ ଚାହେଁ
ତୋତେ କେବଳ ଧନ ଦରକାର ଥିଲା ନା
କଣ ନଥିଲା ମୋର
ବଙ୍ଗଳା, ଗାଡି କିମ୍ବା ଅସରନ୍ତି
ଧନ ନଥିଲା ସିନା
ଭଲ ମନ ଟେ ତ ଥିଲା
ଗର୍ବି ତ ନଥିଲି..
ତଥାପି ତୋ ଗର୍ବ ମନକୁ
ମୁଁ ସର୍ବଦା ଶାନ୍ତନା ଦେଇ ଆସିଥିଲି
କିନ୍ତୁ ଶେଷରେ ଧୋକା ଶବ୍ଦ ଟିକୁ
ଉପହାର ଦେଇ ଛାଡ଼ି ଚାଲିଗଲୁ
ଏ ଦୁନିଆରୁ…
ଅନ୍ଧାର କରିଦେଲୁ
ସବୁଦିନ ଆଉ ସବୁ ରାତି,
ଏତେ ସ୍ୱାର୍ଥପର ହେବା
ଠିକ୍ ହେଲାନି ତୋର…
କିନ୍ତୁ ମୁଁ ସ୍ୱାର୍ଥପର ନଥିଲି
ଆଜି ମୁଁ ତୋ ଇଚ୍ଛା
ପୂରଣ ପାଇଁ ଆସିଛି
ତୋ କବର ପାଖେ
କେତେ ଫୁଟ ର ସ୍ଥାନ ନେବାକୁ…
କାରଣ କଥା ଦେଇଥିଲି ନା
ବିବାହ ବେଦିରେ
ଆଜି ସେ କଥା ରଖୁଛି
ତୋ କବର ପାଖେ…
ନିଜର କବର କୁ ସ୍ଥାନ ଦେଇ..
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…
If the contents are helpful to share them with your friends, Thanking You.

ऐसे दोस्त आपके जीवन में होना चाहिए




जव हम अपने दैनिक जीवन के स्थर पर होते हैं तब हम कुछ गलतिया कर लेते हैं । समस्या ज्यादा आते है और कभी कभी वह समस्या ऐसे मुसीबत में बदल जाता है जहां कुछ राह नहीं दिखता । तो इस परिस्थिति को झेलने तथा इस परिस्थिति में उचित ज्ञान और अनुचित ज्ञान के साथ समाधान करने केलिए कुछ दोस्त आपके पास और साथ होना चाहिए । जैसे की,,,


प्रथमतः ऐसा दोस्त भी हो जो कंप्यूटर और मोबाइल के मामले में पारंगत हो । क्यों की आज की युग में कभी कभी कंप्यूटर के मामले में कुछ मदद की जरूरत हो जाता है । उस समय हम बेवजह रुपए खर्चा करना पड़ता है । हां अगर आपको कंप्यूटर और मोबाइल के बारे में अच्छी जानकर हो तो कोई जरूरी नहीं । 

द्वितीयतः ऐसा भी एक दोस्त जरूर होना चाहिए। जो आपके लिए खराब चरित्र के हो मगर आपके लिए वह जान देने केलिए भी तैयार हो जाता हो । आपके खराब के समय वह हमेशा कारगर साबित होगा । वैसे साफ दिल वाला होना चाहीए । 

तीसरा : एक ऐसा दोस्त जो शांत और चतुर भी हो । हर कोई समस्या में उसका योगदान हो और दुनिया रीती रिवाज अच्छा बुरा के बारे में उसको अच्छी समझ हो । जैसे की हार कोई समस्या का हल उसके पास जरूर हो । ऐसे दोस्त आपके साथ होना चाहिए।  

और कोई दोस्त हमारे जीवन में होना चाहिए तो आप कमेंट में जरूर बताएं ।

धन्यवाद



If the contents are helpful to share them with your friends, Thanking You.

ଅଭୁଲା ଅତୀତ (By. Nilamadhab)

ଆଜି ପୁଣି ସଞ୍ଜ ଗଡିଗଲା
ତୋ ଅପେକ୍ଷାରେ
କାହିଁକି କେଜାଣି
ସମୟ ମୋ ପାଇଁ ସବୁବେଳେ
ସ୍ମୃତି ର ସନ୍ତକ କରିଦିଏ
ବିନା ମୋ ପ୍ରଶ୍ନରେ…
ଇଚ୍ଛା ଥିଲା ବହୁ ଦିନୁ
ତୋର ସେହି କୋମଳ
ଓଠ ଥିବା ହସ କୁ
ପାନ କରିବି ବୋଲି
କିନ୍ତୁ ଆଜି ପୁଣି ନିର୍ବିକାର
ଆଉ ମୁଁ ଏକା ଏକା…
ତୁ ଆସି ନଥିଲୁ କାହିଁକି !!
ତାହା ମୁଁ ଜାଣେ
ଦୁଃଖରେ ଜର୍ଜରିତ ଅବସ୍ଥାରେ
ତୁ ମଧ୍ୟ ଘର ର କୋଣେ
ଲୁହ ଚାପି ରଖି
ଲକ୍ଷ ର ସମାହାର କୁ ହରେଇ ବସିଥିଲୁ ନା ???
ତୁ ବନ୍ଧା ହୋଇଥିଲୁ
ପରିବାର ର ସମ୍ମାନ ସହିତ
ଏବଂ ମୁଁ ବନ୍ଧା ହୋଇଥିଲି
ସମୟ ଚକ୍ରର
ଅଜଣା ଠିକଣା ରେ…
ମୋର ଆଶା ର ଉପେକ୍ଷା
ବିଷୟ ଉପରେ ପୂର୍ଣ୍ଣଚ୍ଛେଦ
ପଡିଗଲା ସେଦିନ…
କାଳେ ଦେଖା ହେବ ଆଶାରେ
ବସି ଥାଏ ସେ ମନ୍ଦିର ପଛ ପଟ
ବାରଣ୍ଡାରେ..
କିନ୍ତୁ ଆଶା ଆଉ ଭାବନା
ସବୁ ନିସ୍ତେଜ ହୋଇ
ପଡ଼ିଥିଲା ସେ ଦିନ ଠାରୁ
ନା ତୁ ଫେରିନୁ,
ନା ଅପେକ୍ଷା ପାଇଁ
ମୁଁ ମୋ ସମୟ କୁ ମୁଁ ନଷ୍ଟ
କରିଛି…
ଚାଲିଗଲା ସେ ସମୟ
ମୁଁ ମଧ୍ୟ ବନ୍ଧା ହୋଇଗଲି
ସମ୍ପର୍କ ଶିକୁଳି ରେ
ଆଜି କାହିଁକି ଦେଖା କରି
ପୁରୁଣା ସ୍ମୃତି କୁ ତାଜା କରିବାକୁ
ଆସିଛୁ…
ତୁ ତ ଠିକ୍ ଅଛୁ
ତୋ ପରିବାର ସହିତ
କେବଳ ମଗର ଦୁଃଖ
ଦେଖେଇବାକୁ ଆସିଛୁ ନା କଣ ??
ସ୍ପର୍ଶ କରିବୁ ନାହିଁ ମୋତେ
କାଳେ ବାଦଲ ଛିଣ୍ଡି ଯିବ
ଆଜି ଏହି କ୍ଷଣି…
ଭଲ ହେବ ଭୁଲି ଯାଆ
ସେ ସ୍ମୃତି ଲିପା
ସେ ଅଭୁଲା ଅତୀତ କୁ…
ସେ ଅଭୁଲା ଅତୀତ କୁ…
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

If the contents are helpful to share them with your friends, Thanking You.