ଝରଣା ଲୋ ଝରଣା


 





LISTEN AND READ







ଝରଣା ଲୋ ଝରଣା…

ସବୁଜ ସୁନ୍ଦର ବଣ ପାହାଡ
ତୁମରୀ ଘର ଅଗଣା…

କୁଳୁ କୁଳୁ ନାଦେ ଗୀତ ଗାଉଛୁଲୋ
ମତେ ଦେଖି ଆଉ ଲାଜ କରନା…

ଝରଣା ଲୋ ଝରଣା ଝରିଯା ଲୋ ଝରଣା
ଝରଣା ଲୋ ଝରଣା କହିଦେ ଲୋ ଠିକଣା ।

ରଙ୍ଗ ବେରଙ୍ଗ ର ଫୁଲ ମୟୁର ଚୁଳ
ତୁମରୀ ଓଢଣା…

ପାହାଡ ସନ୍ଧିର କଙ୍କଣ ପଥର
ତୁମରୀ ସୁନା ଗହଣା…

ଝରଣା ଲୋ ଝରଣା ଝରି ଯାଲୋ ଝରଣା
ଝରଣା ଲୋ ଝରଣା କହିଦେ ଲୋ ଠିକଣା ।

ପ୍ରକୃତିର ରାଣୀ ସୁନ୍ଦର ବାଣୀ
କାହାକୁ ତୁମେ ଡରନା…

ଗଛଲତା ପଶୁ ପକ୍ଷୀ କୁ ତୁମେ
ଭାବ ନିଜ ଅତି ଆପଣା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣା ଲୋ ଝରଣା କହି ଦେ ଲୋ ଠିକଣା ।

ନଦୀ ଶଯ୍ୟାରେ ଶାନ୍ତିରେ ସୁଅଁ
ବିଂଚାଇ ନିଜ ବିଛଣା…

ଝରଝର ହୋଇ ଝରି ଯାଅ ତମେ
ପ୍ରକୃତି ର ଖେଳନା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣା ଲୋ ଝରଣା କହି ଦେ ଲୋ ଠିକଣା ।

ଅଧିକା ବରଷା ହେଲେ ଉଛୁଳି ଉଠ କୂଳେ
କରି ବୃକ୍ଷ ଲତା ପଥର ତାଡନା…

ନର୍ମଳ ଜଳେ ସୁନେଲି କିରଣ
ଦେଖାଯାଏ ଆଇନା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣାଲୋ ଝରଣା କହି ଦେ ଲୋ ଠିକଣା ।


ହୃଷିକେଶ କୁଶୁଲିଆ ( ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।


If the contents are helpful to share them with your friends, Thanking You.

ମୁଁ ଦ୍ରୌପଦୀ ମୁର୍ମୁ…



 
ମୁଁ 


ମୁଁ

ଡେଣା ନଥିବା ପକ୍ଷୀ ଟିଏ ମୁଁ
ଉଡ଼ିବାକୁ ବହୁ ଚେଷ୍ଟା କରେ 
କିନ୍ତୁ ଉଡ଼ି ପାରେ ନାହିଁ ମୁଁ…
 
ଝିଅ ଟିଏ ବୋଲି ଉଡିବାକୁ ମନା,
ଝିଅ ହୋଇ କି ଅବା ଭୁଲ କରିଛି ମୁଁ
ଜେଜେ ଙ୍କ ଲକ୍ଷ୍ମୀ ଜେଜେ ମା ଙ୍କ ଗେଲ୍ହି
ବାପା ଙ୍କ ପରୀ, ମା ର ଅନ୍ଧର ଲଉଡ଼ି ମୁଁ…

ଭାଇଙ୍କ ଅଲି ଅଳୀ ଭଉଣୀ ଟିଏ ମୁଁ
କିନ୍ତୁ ସମାଜ ଆଖିରେ ଝିଅଟିଏ ମୁଁ…
ଝିଅ ହୋଇ ଉଡ଼ିବା କଣ ଦରକାର??
ଏତେ ବାଧା ବିଘ୍ନ ସ୍ଵତ୍ୱେ ବି
ଉଡ଼ି ବାର ଚେଷ୍ଟା ଜାରି ରଖିଲି ମୁଁ…

ଆଜି ଆଶା କୁ ବିଶ୍ୱାସ ରେ 
ପରିଣତ କଲି ମୁଁ
ଓଡ଼ିଆ ମାଟିର ଗୌରବ ର
ଉଜ୍ଜଳ ଭବିଷ୍ୟ କାମନା କୁ
ସଫଳ କରିବାର ଉଦାହରଣ ମୁଁ
ଏ ସ୍ବପ୍ନ ଭୂମିର ବୋହୂ ମୁଁ…

ରାଷ୍ଟ୍ରପତି ସମ୍ମାନ ର
ସଫଳ ମଣ୍ଡିତ ମୁକୁଟ ମୁଁ
ଏ ଦେଶର ଝିଅ ମୁଁ
ଏ ମାଟିର ଝିଅ ମୁଁ
ଦ୍ରୌପଦୀ ମୁର୍ମୁ ମୁଁ…


ରୁବି ନାହାକ (ଲେଖିକା)
ସୋଲଣ୍ଡି , ଗଞ୍ଜାମ ।





If the contents are helpful to share them with your friends, Thanking You.

ପ୍ରିୟତମା

 




ପ୍ରିୟତମା

ଉଜାଡି ଦେଇ ମୋ ସଜଡ଼ା ସପନ
ଚାଲିଗଲ ତମେ ପ୍ରିୟତମା,
ବଞ୍ଚିବାକୁ ଆଉ ଭଲ ଲାଗୁନାହିଁ
ତୁମ ବିନାମତେ ଜମା….

ମୋ ହୃଦୟ ଭାଙ୍ଗି ଆଉ କାହା ହୃଦୟ 
କଲ ନିଜର ଘର,
ଶଙ୍ଖା ସିନ୍ଦୁର ଦେଇ ନାହିଁ ବୋଲି
କରିଦେଲ ମୋତେ ପର…

ଯଉ ବନ ଜଙ୍ଗଲ ରେ 
ତୁମ ପ୍ରେମର ନିଆଁ,
ଜାଳି ଦେଲ ଜାଳି ଦେଲ    
ମୋ ସୁଖର ଦୁନିଆ…

ତୁମ ପାଇଁ ଛଟ ପଟ      
ହଉଛି ମୁଁ ଛାନିଆ,
କରିବି ବୋଲି ମୁଁ ତୁମକୁ  
ମୋ ସୁନା କନିଆ…


ଦେଉଥିଲି ଚିଠି ଦଉଥିଲି ଫୁଲ
ରଖିଲନି..
ରଖିଲିନି..
ମୋ ପ୍ରେମର ମୂଲ
ନା ରଖିଲ ତୁମେ ମୋତେ
ଏ କୂଳ ନା ସେ କୂଳ
ମୁଁ ତୁମ କୁ ଭଲ ପାଇ କଣ କଲି ଭୁଲ…


ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।







Listen the Beautiful Song 

ଅନନ୍ୟ ପ୍ରେମ

ଅନନ୍ୟ ପ୍ରେମ
ଗୋଟିଏ ଜଙ୍ଗଲ ପାଖ ବସ୍ତି ରେ ଶବର ଟିଏ ରହୁଥିଲା। ଶବର ପ୍ରତିଦିନ ଜଙ୍ଗଲ କୁ ଶିକାର କରିବାକୁ ଯାଉଥାଏ । ସେ ପ୍ରତିଦିନ ବିଭିନ୍ନ ପକ୍ଷୀର କଳରବ ନାଦ ଶୁଣୁଥାଏ କିନ୍ତୁ କାହିଁକି କେଜାଣି ଗୋଟିଏ ପକ୍ଷୀର ଶବ୍ଦ ତା କାନରେ ବାରମ୍ବାର ପ୍ରତିଧ୍ଵନିତ ହେଉଥାଏ । ପ୍ରତିଦିନ ସେ ପକ୍ଷୀର କଳରବ ନାଦ ଶୁଣି ତା ମନ ମୁଗ୍ଧ ହୋଇ ଯାଉଥାଏ । ତା ମନରେ ଆଶା ଜାଗ୍ରତ ହେଲା ଏବଂ ଭାବୁଥାଏ ଏହି ପକ୍ଷୀକୁ ଯଦି ମୁଁ ଘରକୁ ନେଇଯାଏ ତେବେ ମୋତେ ପ୍ରତିଟି ସମୟ ତାର ସେ କଳରବ ନାଦ ଶୁଣିବାକୁ ମିଳିବ କିନ୍ତୁ ସେ ତାର କାର୍ଯ୍ୟରେ ବିଫଳ ହେଉଥିଲା । ଶବର ପ୍ରତ୍ୟେକ ଦିନ ସେ ପକ୍ଷୀ ର ସେ ମଧୁର ଶବ୍ଦ କୁ ଶୁଣିବାକୁ ଠିକ୍ ସେହି ସ୍ଥାନ କୁ ପହଞ୍ଚି ଯାଉଥାଏ । ଶବର ଯେମିତି ସେ ପକ୍ଷୀ ପ୍ରେମ ରେ ବାନ୍ଧି ହୋଇ ଯାଇଥିଲା ଏବଂ ମନସ୍ଥ କରିଲା ତାକୁ ଘରକୁ ଆଣି ପଞ୍ଜୁରୀ ରେ ରଖିବ ଏବଂ ତା ପାଦ ତଳେ ସବୁ ଖୁସି ଅଜାଡ଼ି ଦେବ । ଆଉ ସମୟ କ୍ରମେ ପକ୍ଷୀ ଟି ମଧ୍ୟ ଶବର କୁ ପସନ୍ଦ କରିବାକୁ ଲାଗିଲା ଏବଂ ସେ ଶବର ର ପଞ୍ଜୁରୀ ରେ ରହିବାକୁ ମନସ୍ଥ କରିଲା ଏବଂ ଦୁହିଁଙ୍କ ମଧ୍ୟରେ ନିବିଡ ପ୍ରେମ ସମ୍ପର୍କ ର ଜନ୍ମ ନେଲା। ଏହି ସମ୍ପର୍କ ଏତେ ନିବିଡ ହୋଇ ଯାଇଥିଲା ଯେ ଦୁହେଁ ଦୁହିଁଙ୍କୁ ଛାଡ଼ି ରହି ପାରୁ ନଥିଲେ ।
ବହୁତ୍ ଦିନ ବିତିଗଲା କିନ୍ତୁ ସୀମିତ ବନ୍ଧନ ରେ ବାନ୍ଧି ହୋଇ ରହିବାକୁ ସମସ୍ତଙ୍କ ପକ୍ଷେ କଷ୍ଟ ଦାୟକ । ପକ୍ଷୀଟି ପ୍ରତିଦିନ ଖୋଲା ଆକାଶରେ ଉଡୁଥିବା ପକ୍ଷୀକୁ ଦେଖି ତାର ମନରେ ପରିବର୍ତ୍ତନ ଜନ୍ମ ନେଇଥିଲା କିନ୍ତୁ ଶବର ର ପ୍ରେମ ମୋହ ଏତେ ସୁଦୃଢ଼ ଥିଲା ଯେ ତାର ଇଚ୍ଛା କୁ ସେ ମାରିବାକୁ ବାଧ୍ୟ ହେଉଥିଲା । ସେ ଦୁଃଖୀ ହେଲେ ମଧ୍ୟ ଶବର ଆଗରେ ନିଜ ଦୁଃଖ କୁ ବ୍ୟକ୍ତ କରି ତାକୁ ଦୁଃଖ ଦେବାକୁ ଚାହୁଁ ନଥିଲା କିନ୍ତୁ ଅପର ପକ୍ଷେ ଶବର ଏହି ପକ୍ଷୀ ର ପ୍ରତ୍ୟେକ ଟି କ୍ଷଣ କୁ ଲକ୍ଷ୍ୟ ରଖିଥାଏ କିନ୍ତୁ ଯେଉଁଠି ସୀମିତ ବନ୍ଧନ ରୁ ମୁକ୍ତି ପାଇବା ର ସ୍ବପ୍ନ ଦେଖା ଗଲାଣି ତେବେ ସେଠୀ ବାଧ୍ୟକତା ପାପ ସଦୃଶ୍ୟ ।
ସେ ପକ୍ଷୀର ମନ କୁ ବୁଝି ଶବର ପଞ୍ଜୁରୀ ର ଦ୍ଵାର ଖୋଲି ଦେଲା। ଏବଂ ଅନୁମତି ଥିଲା କେବଳ ସୀମିତ ସମୟ ପାଇଁ । ଯେ ଖୋଲା ଆକାଶରେ ଉଡ଼ିବାର ସ୍ବପ୍ନ କୁ ପୂରଣ କର ଏବଂ ପରେ ଅଗଣାରେ ଆସି ମୋ ସହିତ ଖେଳିବ, ଆଉ ଠିକ୍ ସେମିତି ହେଲା। ମାତ୍ର ତାହା ମଧ୍ୟ କିଛି ଦିନ ପାଇଁ । ପକ୍ଷୀର ସ୍ବପ୍ନ ଥାଏ । ଖୋଲା ଆକାଶରେ ଉଡୁଥିବା ଅନ୍ୟ ପକ୍ଷୀ ଭଳି ସେ ମଧ୍ୟ ସ୍ଵାଧୀନ ଭାବେ ନିଜ ଡେଣା କୁ ଝାଡି ବହୁତ୍ ଉଚ୍ଚ କୁ ଉଡିବାକୁ ଆଶା ବାନ୍ଧିଥିଲା ଏବଂ ଦିନେ ଅନ୍ୟ ପକ୍ଷୀ ସହିତ ସେ ଏତେ ଉଡ଼ି ଚାଲିଗଲା ଯେ ତା ପର ଠାରୁ ସେ ପଞ୍ଜୁରୀ ପାଖକୁ ଆଉ ଫେରିଲା ନାହିଁ । ଏପଟେ ଶବର ପକ୍ଷୀର ଅନୁପସ୍ଥିତି ରେ ବ୍ୟସ୍ତ ହୋଇ ପଡୁଥାଏ ।
ବହୁତ୍ ଦିନ ପରେ ପକ୍ଷୀ ପୁଣି ଶବର ପାଖକୁ ଫେରି ଆସିଲା ଶବର ପକ୍ଷୀ କୁ ଦେଖି ଖୁସି ହୋଇଗଲା ଏବଂ ଭାବିଲା ତା ଖୁସି ସବୁଦିନ ପାଇଁ ତେଜୀୟାନ ହୋଇ ରହିବ କିନ୍ତୁ ସତ ଏହା ଯେ ସେ ଆସିଥିଲା କେବଳ ତା ଜୀବନରୁ ଶେଷ ବିଦାୟ ନେବା ପାଇଁ କାହିଁକି ନା ସେ ପଞ୍ଜୁରୀ ବଦଳରେ ଖୋଲା ଆକାଶତଳେ ଉଡ଼ି ତା ସ୍ବପ୍ନ କୁ ପୁରା କରିବାକୁ ଚାହୁଁଥିଲା। ସେଠୀ ଅନ୍ୟ ପକ୍ଷୀ ମାନଙ୍କ ପାଖରୁ ସେ ଖୁସି ଆଉ ଭଲ ପାଇବା ପାଉଥିଲା । ସେ ସବୁଦିନ ପାଇଁ ପଞ୍ଜୁରୀ ରୁ ଏବଂ ଶବର ଠାରୁ ମୁକ୍ତ ହୋଇ ଦୂର ଆକାଶକୁ ଫେରି ଯିବାକୁ ବାହାରିଲା । ସେ ସବୁଦିନ ପାଇଁ ଚାଲିଗଲା ସେ ସୀମିତ ଜୀବନ ଠାରୁ କିନ୍ତୁ ଏପଟେ ଶବର ମନ ରେ କେବଳ ଦୁଃଖ ଆଉ ସନ୍ତାପ ଛାଡ଼ି ଦେଇ ଚାଲି ଗଲା ।
ଶବର ନିଜ ପ୍ରେମ କୁ କବର ଦେଇ ତାକୁ ଢାଙ୍କି ରଖିବାକୁ ଚାହୁଁଥିଲା କିନ୍ତୁ ପକ୍ଷୀ ପ୍ରତି ଭଲ ପାଇବା ଆଉ ବିତେଇ ଥିବା ପ୍ରତ୍ୟେକ ଟି ସମୟ ଏବଂ ସେ ମଧୁର ସ୍ମୃତି କୁ ସେ ଭୁଲି ପାରୁ ନଥାଏ । ଦୁଃଖ ରେ ଜୀବନ ଯେମିତି ଲୀନ ହୋଇ ଯାଇଥିଲା । କେବଳ ସେ ସ୍ମୃତି କୁ ଭାବି ଭାବି ଦିନ କାଟୁଛି । ଆଉ ଆଜି ମଧ୍ୟ ଶବର ଅପେକ୍ଷା କରିଛି, ମୋ ପକ୍ଷୀ ଦିନେ ନା ଦିନେ ମୋ ପାଖକୁ ଫେରି ଆସିବ ଏବଂ ସେ ଆଶାର ଜାଗ୍ରତ କୁ ମନରେ ବିଶ୍ଵାସ ରୂପରେ ଗଢି ତୋଳିଛି ଏବଂ ତାର ଫେରିବା ବାଟକୁ ଚାହିଁ ବସିଛି….
ଜୀବନ ଜେନା (ଲେଖକ)
ଅରଖପୁର, ଗଞ୍ଜାମ ।
If the contents are helpful to share them with your friends, Thanking You.

समस्या को कैसे निपटा जाए ???

 

समस्या को कैसे निपटा जाए ???


मन में श्रद्धा तब पैदा होती है जब कोई मंदिर या मस्जिद दिख जाता है। 

क्या हम सच में इतना व्यस्त हो गए हैं की श्रद्धा केलिए हमारे पास समय नहीं है ।

जैसे हम कोई आर्टिकल पढ़ने से पहले यह देख लेते हैं की कितना लंबा है और कितना समय लगेगा । 

असल में हम अपना समय को छोटी से छोटी इकाई में परिवर्तन करने में लगे हैं ।

यहां से साफ जाहिर होता है की हम हमारा समय को व्यर्थ नहीं करना चाहते हैं मगर बही करते रहते हैं। 

लास्ट तक इस आर्टिकल को पढ़ें कुछ अच्छा ज्ञान और कथा मिल जाए ।

तो चलें….

व्यस्त ही जिंदगी का मूलमंत्र है, व्यस्त रहना अनिवार्य है ।

मगर ज्यादा व्यस्त रहेंगे तो हमारे जीवन में असंतुलन पैदा होगा।

गलत चीजों का आदि बनेंगे ।

लोग तो गुमराह कर रहें है ।

विकल्प नहीं बचेगा और आखरी में गलत का साथ देने लगते हैं ।

क्या हमारे पास ऐसा कोई रास्ता नहीं जो हमको इस बेकार पल से बाहर खींच ले आए ।

क्या हर जगह ठोकर खा कर जीना होगा हमको ?

कितने सवाल, कितने जवाब , मन में कितने सपने , कितने खयाल, क्या सारे सवाल का एक उपाय नहीं हो सकता ?

हां

अगर हम चाहे तो यह संभव है ।

खुदको बदलना सीखो ।

दूसरे के ऊपर आशाएं मत बनो।

आप खुद किस चीज को संभल सकते हो ।

उसको ढूंढो

उसे पाने की कोशिश करो ।

जीवन में संघर्ष कभी खतम नहीं होगा ।

मगर कुछ सपने तो पूरा हमारे द्वारा पूरा हो सकता है ?

उसने ये किया, मुझे भी यह करना है !!

उसके पास यह चीज है, मेरे पास वह नहीं है !!

मुझे उस चीज को हासिल करना है !!

यह सारे बातों का हल आप खुद सुलझा सकते हो ।

कैसे और क्यों 

यह सवाल करने का वक्त नहीं 

सवाल करोगे तो जवाब मिलने केलिए आपको इंतजार करना पड़ेगा ।

जितना जल्दी हो सके तो समाधान का रास्ता ढूंढो ।

हां मेरे पास भी है उसका जवाब और सही रास्ता भी है ।

अगर उस राह को फॉलो करो तो

कैसे इसका जवाब आपको में जरूर बताऊंगा 

उस से पहले आप अगर समझदार हो तोह आपके लिए समस्या कुछ भी नहीं ।

फिर भी आप चिंतन में अपना समय बिता रहे हो ।
तो मेरे तरफ से बिनती है । ऐसा ना करें ।

चिंतन सोच में जितना समय खपत करोगे , नुकसान ही होगा ।

चिंतन में लोग , नशा और दारू का सेवन करते हैं ।

और 100 से 1000 और उस से अधिक का भी खर्चा करने केलिए हम पीछे नहीं हटते ।

कारण एक ही है इस समस्या को नशे में डूब कर सब कुछ भूल जाना चाहते हैं।

असल में होता क्या है ? समस्या कुछ पल केलिए मन से चला जाता है, मगर दूसरे दिन जैसे की तैसे ।

खर्चा हुआ 1000 मगर समाधान कुछ भी नहीं ।

हां पैसे की कदर इसलिए कर रहा हूं की यह 1000 रुपए आपको आपकी जरूरत के समय बहुत काम आने वाला है । 
थोड़ा सोच कर देखें ।

हां अगर 1000 की जगह कुछ कम रुपए में अच्छे ज्ञान का राह मिल जाए तो कैसा रहेगा ? और उसको जरूर कीजिए। 

क्यों की आज कल भगवान की दर्शन केलिए 100,200,300 की टिकट भी लेनी पड़ती है तो अच्छे ज्ञान केलिए 100,200 कोई फर्क नहीं पड़ता होगा ।

तो सारे सवाल जवाब आपको एक ही जगह मिलने की आशा रखते है ना ??

में आशा रखता हूं की, एक अच्छे परिवर्तन ला देगा आपके जीवन में ।

क्या आप इसका प्रयोग करना चाहोगे ??

तो बिना देर किए, मेरे द्वारा लिखित ” अपने अंदर कैसे वदलाब लाएं” पुस्तक में सिर्फ मधुर कथाएं लिखी गई है ।

आज की रुपए के मुकाबले यह कुछ भी नहीं है मगर आपकी सोच में बदलाव लाने केलिए शत प्रतिशत कारगर साबित होगा ।

अपनी समय को नष्ट ना करे अभी मंगवाएं । नीचे दिए गए अमेजन और फ्लिपकार्ट के लिंक में जा कर अभी ऑर्डर करें ।

मेरा दावा है, पढ़ने के पश्चात काफी समस्याओं का समाधान आपको जरूर मिल जायेगा ।

इस पुस्तक केबल मध्यम वर्ग केलिए नहीं है यह अपने बच्चे केलिए भी मंगा सकते हो । 

अगर बह भी गलत चीजों का आदि बन गया है और उनके मन में अगर असंतुलन दिख रहा है । 

तो देर ना करें । साधन आपके पास है ।जल्दी निपटाने की कोशिश करें ।


जब समस्या आता है लोग तब निवारण केलिए रास्ता ढूंढते हैं । अगर आप समस्या में हो तो आगे ऐसे बहुत सारे समस्या आपके परिवार में भी आते रहेंगे , समाधान का रास्ता कुछ ना कुछ होना चाहिए ना ??

तो अभी ऑर्डर करें निम्न में दिए गए लिंक से….





धन्यवाद 






If the contents are helpful to share them with your friends, Thanking You.

ମଶାଣି ର ଫୁଲ

 





ମଶାଣି ର ଫୁଲ


ମଶାଣି ର ନାମ ସୁଣିଲେ 
ମନ ରେ ଲାଗେ ଭୟ…

କିନ୍ତୁ ମଶାଣି ହିଁ ଆମ ଶେଷ ଠିକଣା
ଏବଂ ମଶାଣି ଆମ ପରିଚୟ…

କେତେ ଲୋକ ଆସି ଗଲେଣି 
ଏହି ମଶାଣି ଭୂମି କୁ
ମୁକ୍ତ ରେ ମିଳୁଛି ଦୁଇ ଗଜ ଜମି..

ସମସ୍ତଙ୍କ ପାଇ ସାଇତି ଅଛି ଏଠି
ଏବଂ କାହାର ହେବନି କମି…

କିଏ କାହାଟି କରିବା ନାହି 
ଜାଗା ପାଇଁ ପାଟିତୁଣ୍ଡ…

ନିଜ ନିଜ ଘରୁ ବାହାରି ଦେଖାଅ 
ଉଠାଇ ନିଜ ନିଜର ମୁଣ୍ଡ…

କାହା ଘର ମାଟି ପାଉଁଶ ଉପରେ
ତ କାହା ଘର ମାଟି ତଳେ
ଦରକାର ନାହି ଗହଣା ସୁନା ଏଠି
ନା ଦରକାର ଘୋଡା ଗାଡି…

ନା ଟଙ୍କା ର ଅଭାବ ଏଠି
ନା ଖାଦ୍ୟ ପାନୀୟ
ନା ଲୁଗାପଟା ଶାଢ଼ୀ…

ନା ସ୍ବର୍ଗ, ନା ନର୍କ, ନା ପାପ ପୂର୍ଣ୍ୟ ର ଡର
ନା ଜାତି, ନା ନିତି, ନା ତିଥି 
ନା ଆସେ ଏଠି କାହାକୁ ଜ୍ଵର
ଏହା ହି ସ୍ବର୍ଗ ର ଦ୍ବାର
ନା କିଏ ଏଠି ଆପଣାର ନା କିଏ ଏଠି ପର…

ମୁତ୍ୟୁ ହିଁ ସତ୍ୟ ଏଠି
ମାଟି ପାଣି ପବନ ନିଆଁ 
ଆମର ଶରିର ର ମୁଲ କିଛି ନାହିଁ ଏଠି
କାରଣ ଆମେ ସମସ୍ତେ ଗୋଟିଏ  
ମଶାଣି ର ଫୁଲ ପରା…


ହୃଷିକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା ।


 ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ

If the contents are helpful to share them with your friends, Thanking You.





Surabhi

ସୁରଭି

(ଏକ ଜୀବନ୍ତ କାହାଣୀ)

Scroll Down

👇👇👇👇👇

Surabhi is a living story, it tells the life story of a girl. This novel full of sadness and happiness is described in two books in the same style. When you read, you will get to know the true value of a girl and the caring she offers in the form of a daughter-in-law. So don’t delay and order today and don’t forget to give your feedback after reading.

ସୁରଭି ଏକ ଜୀବନ୍ତ କାହାଣୀ, ଏଥିରେ ଗୋଟିଏ ଝିଅ ର ଜୀବନ କାହାଣୀ ବର୍ଣ୍ଣିତ। ଦୁଃଖ ସୁଖରେ ଭରା ଏହି ଉପନ୍ୟାସ କୁ ଏକା ଧାରାରେ ଦୁଇଟି ପୁସ୍ତକ ରେ ବର୍ଣ୍ଣିତ ଅଛି । ଯେତେବେଳେ ଆପଣ ପଢ଼ିବେ ତେବେ ଜାଣିବେ , ଝିଅ ର ପ୍ରକୃତ ମୂଲ୍ୟବୋଧ ଆଉ ବୋହୂ ରୂପରେ ସେବା ସବୁ ପଢିବାକୁ ପାଇବେ। ତେବେ ଡେରି ନ କରି ଆଜି ହିଁ ଅର୍ଡର୍ କରନ୍ତୁ ଏବଂ ପଢ଼ି ସାରିବା ପରେ ନିଜର ମତାମତ ଦେବାକୁ ଭୁଲିବେ ନାହିଁ ।
Flipkart
&
————————————–
Amazon
&
————————————–
Story Mirror Link

&

————————————–
Surabhi2
Review and Photos

I

If the contents are helpful to share them with your friends, Thanking You.

ପ୍ରକୃତ ପୁଅ


 



ଆଜି ବହୁତ୍ ଦିନ ପରେ ଜିଲ୍ଲାପାଳ ଗାଁ ଭ୍ରମଣ ପାଇଁ ଆସିଛନ୍ତି।  ସମସ୍ତ ଘର ବୁଲି ବୁଲି ଶେଷରେ ଗୋଟିଏ ଘର ପାଖରେ ଅଟକି ଗଲେ। ପକ୍କା ଘର ଥିଲେ ମଧ୍ୟ ଘରଟା ଯେମିତି ଦୁଃଖରେ ଭାଙ୍ଗି ପଡ଼ିଛି । ଜିଲ୍ଲାପାଳ ମହାଶୟ କିଛି ପ୍ରଶ୍ନ ନ କରି ଘର ଭିତରକୁ ପ୍ରବେଶ କରିଲେ। ସାଥିରେ ଥିବା ଅମିନ କହିଲେ ଆଜ୍ଞା ଏ ଘର ଲୋକ ଙ୍କ ପାଖରୁ ଆମ ପାଖକୁ କିଛି ଅଭିଯୋଗ ଆସି ନଥିଲା।  ଜିଲ୍ଲାପାଳ ଅଳ୍ପ ମୁରୁକି ହସ ଦେଇ ଘର ଭିତରକୁ ପ୍ରବେଶ କରିଲେ।  ଘର ଭିତର ସାଜ ସଜା ବହୁତ୍ ଭଲ କିନ୍ତୁ ପାଖ ଦୌଡିଆ ଖଟ ଉପରେ ଗୋଟିଏ ବ୍ୟକ୍ତି (ଗୌରହରି ବାବୁ) ଅଧା ଢ଼ଙ୍କା କମ୍ବଳ ରେ ଶୋଇ ରହିଥିଲେ । ହଠାତ୍ ଘର ଭିତରୁ ଦ୍ଵିତୀୟ ପୁଅ ମାନେ ସାନ ପୁଅ ଖାଇବା ପ୍ଲେଟ ସହିତ ପାଣି ଗ୍ଲାସ୍ ଟି ନେଇ ଆସିଲା । ଜିଲ୍ଲାପାଳ ଙ୍କୁ ଦେଖି ସେ ନମସ୍କାର କରିଲା ଏବଂ ବସିବାକୁ ଚେୟାର ଦେଲା । 

ହଠାତ୍ ଖଟ ଉପରେ ଶୋଇ ରହିଥିବା ଗୌରହରି ବାବୁ କମ୍ବଳ ଆଡେଇ ଦେଖିଲା ବେଳକୁ ତାର ଖଟ ପାଖରେ ତାର ସାଙ୍ଗ ବିଜୟ ତାକୁ ଅନେଇ ବସିଛି । ହଠାତ୍ ଗୌରହରି କହି ଉଠିଲା ଆରେ ବିଜୟ ତୁ ମୋ ଘରକୁ ଆସିଛୁ ମୋର ବିଶ୍ବାସ ହେଉନି।  ସତରେ ସାଙ୍ଗ ତୋର କଥା ଭାରି ମନେ ପଡ଼ୁଥିଲା।  ତୁ ଚାକିରୀ କରିଲା ପର ଠାରୁ ଆମ ସହିତ ସମ୍ପର୍କ ରେ ନଥିଲୁ । ମୁଁ ସୀତାକାନ୍ତ ଠାରୁ ଶୁଣିଥିଲି ତୁ ବଡ ଅଫିସର ପୋଷ୍ଟ ରେ ଚାକିରି କରୁଛୁ। ଭାବିଲୁ ଆରେ ସେ ତ ଏବେ ବଡ ବାବୁ ହୋଇଗଲା ସେ କଣ ଆଉ ଆମକୁ ମନେ ରଖିବ। ଆଜି ବହୁତ୍ ଦିନ ପରେ ତୁ ଆମ ଘରକୁ ଆସିଛୁ ମୋତେ ବିଶ୍ୱାସ ହେଉନି ।  ବିଜୟ ବାବୁ କହିଲେ, ତମେ ମୋ ବିଷୟରେ ଏତେ ସବୁ ଭାବି ଦେଇଛ । ଗୌରହରି ବାବୁ କହିଲେ, ନା ରେ ସାଙ୍ଗ, ମୋ ଭାବନା ପାଇଁ ମୁଁ ତୋତେ ଭୁଲ ମାଗୁଛି । ସେମିତି ଭାବିବୁ ନାହିଁ, କ୍ଷମା କରିବୁ । ବିଜୟ ବାବୁ କହିଲେ, ନା ରେ ସାଙ୍ଗ ମଜା କରୁଛି। ଆଉ କହ ତୋ କଥା । ମୁଁ ଶୁଣିଲି ତୋର ପୁଅ ଚାକିରୀ ପାଇଲା ଆଉ ତୋର ମଧ୍ୟ ଦେହ ଭଲ ରହୁନି ଏବଂ ତୁ କଣ ଚାକିରୀ ଛାଡ଼ିଦେଲୁ ??
 ଗୌରହରି କହିଲେ ନା ରେ ଭାଇ ଚାକିରୀ ଚାଲିଛି, ଆଜି ଦେହ ଟିକେ ଭଲ ନଥିଲା ତ ଛୁଟି ନେଇ ଘରେ ପଡ଼ି ରହିଛି। ସ୍ତ୍ରୀ ତ ଅଧାରେ ହାଥ ଛାଡିଦେଲା । ମୋର ବ୍ଲଡ଼ ସୁଗର୍ ଆଉ ହୃଦା ରୋଗ ର ଶିକାର ରେ ଦିନ ବିତୁଛି।  ପୁଅ କଥା କହିବାକୁ ଗଲେ ବଡ ପୁଅ ପାଠ ପଢ଼ି ଚାକିରୀ କରିଲା କିନ୍ତୁ ଏ ପୁଅ କହିଲା ମୁଁ ଚାକିରି କରିବି ନାହିଁ, ଗାଁ ରେ ରହିବି।  ମୋର ଫସଲ ବାଡି କୁ ଏ ଦେଖୁଛି । ଆଉ ଏ ବେକାର ହୋଇଗଲା । 

ବିଜୟ ବାବୁ କହିଲେ। ଏ ପୁଅ ତୋର ବେକାର କେମିତି ହେଲା।  ତୋର ଶେଷ ସମୟରେ ଏହି ପୁଅ ତୋ ପାଖରେ ଥିବ । ଚାକିରୀ କରିଲା ବାଲା ପୁଅ ନଥିବ। ସେ ଯଦି ତୋ ପାଖରେ ରହି ସେବା କରୁଛି ତେବେ ତୁ ତ ଧନ୍ୟ ମନେ କରିବା କଥା।  ଗୌରହରି ପୁଅ ଆଡ଼କୁ ଚାହିଁ ଅଳ୍ପ ଦୁଃଖ ମନରେ ଉତ୍ତର ଦେଲେ । ତୁ ଠିକ୍ କହିଚୁ ବିଜୟ।  ବାପା ମା ଙ୍କ ଶେଷ ସମୟରେ ଯିଏ ରହିଲା ସେ ହିଁ ପ୍ରକୃତ ପୁଅ।  
ବିଜୟ ବାବୁ କହିଲେ ତୁ ଖୁସି ହେବା କଥା ତୋ ପୁଅ ତୋ ପାଖରେ ଅଛି । ମୋ ପୁଅ ତ ଚାକିରୀ ପରେ ନିଜେ ବିବାହ କରି ଅନ୍ୟ ସହର ରେ ରହୁଛି। ପୁତ୍ର ମୋହ ରେ ଦିନ ବିତୁଛି ମାତ୍ର ଖୁସି ନାହିଁ ରେ !!  ଆଜି ତୋ ପୁଅ ର ସେବା କୁ ଦେଖି ଖୁସି ଲାଗିଲା।  

ତାପରେ ଦୁହେଁ ଉଠି ବାହାରକୁ ଆସିଲେ । ବିଜୟ ବାବୁ କହିଲେ କିଛି ଅସୁବିଧା ହେଲେ ମୋତେ କଲ୍ କରିବୁ ଏବଂ ମୁଁ ଆସୁଛି।  ଗୌରହରି ବାବୁ ବିଜୟ ବାବୁ କୁ ବିଦାୟ ଦେଲେ। 

ଗୌରହରି ବାବୁ ସାଙ୍ଗ ର କଥାକୁ ଭାବି ନିଜକୁ ଧନ୍ୟ ମନେ କରିଲେ।  ଘର ଭିତରକୁ ଆସି ପୁଅ କୁ କୁଣ୍ଢେଇ ପକେଇଲେ। 

(ପ୍ରକୃତ ପୁଅ ର କର୍ତ୍ତବ୍ୟ ସେଠୀ ଦୃଶ୍ୟମାନ ହୁଏ ଯେଉଁଠି ବାପା ମା ଙ୍କୁ ପୁତ୍ର ଦ୍ଵାରା ବିନା ସ୍ୱାର୍ଥରେ ନିଜ ର ବୃଦ୍ଧା ଏବଂ ଅସୁବିଧା ସମୟରେ ସେବା ମିଳେ )

ନୀଳମାଧବ ଭୁୟାଁ ଙ୍କ ଲେଖନୀରୁ…

If the contents are helpful to share them with your friends, Thanking You.

ସମସ୍ୟାର ସମାଧାନ କିପରି ହେବ ???


 
ସମସ୍ୟାର ସମାଧାନ କିପରି ହେବ




ଯେତେବେଳେ ମନ୍ଦିର କିମ୍ବା ମସଜିଦ ଦେଖାଯାଏ ମନରେ ଭକ୍ତି ଜନ୍ମ ନିଏ ।

ଆମେ ପ୍ରକୃତରେ ଏତେ ବ୍ୟସ୍ତ ହୋଇଯାଉ ଯେ ଭକ୍ତି ପାଇଁ ଆମ ପାଖରେ ସମୟ ହିଁ ନାହିଁ?

ଉଦାହରଣ ସ୍ୱରୂପ, ଏକ ଆର୍ଟିକିଲ୍ ଟି ପଢ଼ିବା ପୂର୍ବରୁ, ଆମେ ଦେଖି ସାରିଲୁଣି ଯେ ଏହା କେତେ ବଡ ଏବଂ କେତେ ସମୟ ଲାଗିବ ଏବଂ ତାହାର ହିସାବ ମଧ୍ୟ କରା ସରିଛି ।

ବାସ୍ତବରେ ଆମେ ଆମର ସମୟକୁ ଛୋଟ ରୁ ଆହୁରି ଛୋଟ କରିବାକୁ ଚେଷ୍ଟା କରୁଛୁ ।

ଏଠି ସ୍ପଷ୍ଟ ଯେ ଆମେ ଆମର ସମୟ ନଷ୍ଟ କରିବାକୁ ଚାହୁଁନାହୁଁ ମାତ୍ର ସେହି ଜିନିଷ ଆମେ ପ୍ରଥମେ କରୁ।

କିଛି ଭଲ ଉପଦେଶ ଏବଂ ତଥ୍ୟ ପାଇବାକୁ ଶେଷ ପର୍ଯ୍ୟନ୍ତ ଏହି ଲେଖାଟି ପଢନ୍ତୁ ।

ତେବେ ଚାଲ ଆଗକୁ ପଢ଼ିବା ….

ବ୍ୟସ୍ତତା ଜୀବନର ମୂଳମନ୍ତ୍ର, ବ୍ୟସ୍ତ ରହିବା ଆବଶ୍ୟକ ।

କିନ୍ତୁ ଯଦି ଆମେ ବହୁତ ବ୍ୟସ୍ତ ରହିବା ତେବେ ଆମ ଜୀବନରେ ଧୀରେ ଧୀରେ ଅସନ୍ତୁଳନ ଦେଖାଯିବ ।

ଭୁଲ ଘଟଣା ଘଟିବ !!

ଲୋକମାନେ ଆପଣଙ୍କ ମନକୁ ବିଭ୍ରାନ୍ତ କରୁଛନ୍ତି ଆଉ କରିବେ ମଧ୍ୟ ।

ଶେଷରେ ବିକଳ୍ପ ବଞ୍ଚିବ ନାହିଁ ଏବଂ ଶେଷରେ ଆମେ ଭୁଲକୁ ହିଁ ସମର୍ଥନ କରିବା ଆରମ୍ଭ କରି ଦେଉ ।

ଆମକୁ ଏହି ଅଦରକାରୀ ମୁହୂର୍ତ୍ତରୁ ବାହାରକୁ ଆଣିବା ପାଇଁ କୌଣସି ତ କୌଣସି ଉପାୟ ଥିବ ?

ଆମକୁ ସବୁଠି କିଛି ନା କିଛି ସମସ୍ୟା କୁ ସମ୍ମୁଖୀନ ହେବାକୁ ପଡିବ ।

କେତେ ପ୍ରଶ୍ନ, କେତେ ଉତ୍ତର, କେତେ ସ୍ୱପ୍ନ, କେତେ ଚିନ୍ତାଧାରା ଏବଂ ସମସ୍ତ ପ୍ରଶ୍ନର ସମାଧାନ ହୋଇପାରିବ ନାହିଁ?


ହଁ ଯଦି ଆମେ ଚାହିଁବା ତେବେ ଏହା ସମ୍ଭବ ହୋଇ ପାରିବ ।

ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କର ।

ଅନ୍ୟମାନଙ୍କ ଉପରେ ତୁମର ଭରସା ରଖ ନାହିଁ ।

କେମିତି ସମାଧାନ କରିବେ ରାସ୍ତା ଖୋଜନ୍ତୁ। 

ଜୀବନରେ ସଂଘର୍ଷ କେବେ ଶେଷ ହେବ ନାହିଁ ।

କିନ୍ତୁ କିଛି ସ୍ୱପ୍ନ ଆମ ଦ୍ୱାରା ପୂରଣ ହୋଇପାରିବ ତ ?

ସେ ଏହି କାମ ଟି କରିଛି, ମୁଁ ମଧ୍ୟ ଏହା କରିବାକୁ ଚାହୁଁଛି !!

ତାଙ୍କର ଏହି ଜିନିଷ ଅଛି, ମୋର ତାହା ନାହିଁ ଏବଂ ମୋତେ ତାହା ଦରକାର !!

ମୋତେ ସେହି ଜିନିଷ କେମିତି ହେଲେ ହାସଲ କରିବାକୁ ପଡ଼ିବ ।

ଆପଣ ଏହି ସବୁ ଜିନିଷ କୁ ନିଜେ ସମାଧାନ କରିପାରିବେ ।

କିପରି ଏବଂ କାହିଁକି ବର୍ତ୍ତମାନ ଏହି ପ୍ରଶ୍ନ କରିବାର ସମୟ ନାହିଁ |

ଯଦି ଆପଣ ଏହି ପ୍ରଶ୍ନ ପଚାରନ୍ତି, ତେବେ ସେ ଉତ୍ତର ପାଇଁ ଆପଣଙ୍କୁ ବହୁତ୍ ସମୟ ଅପେକ୍ଷା କରିବାକୁ ପଡିବ ।

ଯଥାଶୀଘ୍ର ସମାଧାନ ଖୋଜନ୍ତୁ ।

ହଁ, ମୋ ପାଖରେ ଠିକ୍ ରାସ୍ତା ଏବଂ ଉଚିତ୍ ଉପାୟ ଅଛି ।

ଯଦି ତୁମେ ସେହି ପଥ ଅନୁସରଣ କର ତେବେ କିଛି ପରିମାଣରେ ରେ ଠିକ୍ ହୋଇ ପାରିବ ।

ଏହା ପୂର୍ବରୁ ମୁଁ କହିବାକୁ ଚାହୁଁଛି, ଯଦି ଆପଣ ବୁଦ୍ଧିମାନ ତେବେ ଆପଣଙ୍କ ପାଇଁ କିଛି ଅସୁବିଧା ହେବ ନାହିଁ।  

ତଥାପି ଆପଣ ଚିନ୍ତାରେ ସମୟ କାଟୁଛନ୍ତି ।
ତେଣୁ ମୋ ପକ୍ଷରୁ ଅନୁରୋଧ ଯେ ତାହା କର ନାହିଁ ।

ଆପଣ ଚିନ୍ତାରେ ଚିନ୍ତାରେ ଅଧିକ ସମୟ ବିତାଇଲେ, କ୍ଷତି ଆପଣଙ୍କର ହିଁ ହେବ ।

ଚିନ୍ତାରେ, ଲୋକମାନେ ମଦ୍ୟପାନ ଏବଂ ନିଶା ବୃତ୍ତି କରନ୍ତି |

ଏବଂ ଆମେ 100 ରୁ 1000 ଟଙ୍କା ଏବଂ ତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଉନାହୁଁ ।

ଏହାର କାରଣ କେବଳ ଗୋଟିଏ, ଏହି ନିଶାକୁ ସେବନ କରି ଆମେ ସବୁ ଭୁଲି ଯିବାକୁ ଚାହୁଁ । 

ପ୍ରକୃତରେ ତାପରେ କ’ଣ ହୁଏ? ସମସ୍ୟାଟି କିଛି କ୍ଷଣ ପାଇଁ ମନରୁ ଦୂରେଇ ଯାଏ, କିନ୍ତୁ ପରଦିନ ଠିକ୍ ସେହିପରି ସ୍ଥିତି ହୋଇଯାଏ ।

1000 ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ସମାଧାନ କିଛି ନୁହେଁ ।

ହଁ, ମୁଁ ଟଙ୍କା କଥା କାହିଁକି କରୁଛି କାରଣ ଏହି 1000 ଟଙ୍କା ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କ ପାଇଁ ବହୁତ କାମରେ ଆସିଥାନ୍ତା । ଟିକିଏ ଚିନ୍ତା କର, ଠିକ୍ କହିଲି ନା??

ହଁ, 1000 ପରିବର୍ତ୍ତେ ଯଦି ଅଳ୍ପ ଟଙ୍କା ବିନିମୟେ କିଛି ଉପଯୋଗୀ ଜିନିଷ ପାଇ ପାରିବ ତେବେ କେମିତି ହୁଅନ୍ତା ଏବଂ ଏହା ନିଶ୍ଚିତ କରନ୍ତୁ ।

କାରଣ ଆଜିକାଲି ଭଗବାନ ଙ୍କ ଦର୍ଶନ ପାଇଁ 100,200,300 ଟଙ୍କା ଦେଇ ଟିକେଟ୍ ନେବାକୁ ପଡୁଛି, ତେବେ 100,200 ଟଙ୍କାରେ ଭଲ ଜ୍ଞାନ ପାଇଁ କାହିଁକି ଅର୍ଜନ କରିବା ନାହିଁ। 

ତେଣୁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଗୋଟିଏ ସ୍ଥାନରେ ପାଇବାକୁ ଆଶା କରୁଛନ୍ତି କି ??

ମୁଁ ଆଶା ରଖିବି ଏହା ଆପଣଙ୍କ ଜୀବନରେ ଏକ ଭଲ ପରିବର୍ତ୍ତନ ଆଣିବ ।

ଆପଣ ଏହା କରିବାକୁ ଚାହୁଁଛନ୍ତି କି ??

ତେଣୁ ବିଳମ୍ବ ନକରି, ମୋ ଦ୍ୱାରା ଲିଖିତ “Apne Andar Kaise Badlab Layen ” ହିନ୍ଦୀ ରେ ଲିଖିତ ପୁସ୍ତକରେ ଆପଣ କିଛି ମିଠା ମିଠା ଶବ୍ଦ ପାଇ ପାରିବେ ।

ଆଜିର ଟଙ୍କା ତୁଳନାରେ ଏହା କିଛି ନୁହେଁ, କିନ୍ତୁ ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାରେ ଏହା 100% ପ୍ରଭାବଶାଳୀ ହେବ ।

 ସମୟ ନଷ୍ଟ ନ କରି ଆମାଜନ ଏବଂ ଫ୍ଲିପକାର୍ଟରେ ଥିବା ଲିଙ୍କକୁ ଯାଇ ବର୍ତ୍ତମାନ ଅର୍ଡର କରନ୍ତୁ ।

ମୁଁ କହିବି ଏହା ଆପଣ ପଢ଼ିବା ପରେ, ତୁମେ ନିଶ୍ଚିତ ଭାବରେ ଅନେକ ସମସ୍ୟାର ସମାଧାନ ପାଇ ପାରିବ ।

ଏହି ପୁସ୍ତକ କେବଳ ଯୁବ ସମାଜ ପାଇଁ ନୁହେଁ, ଆପଣ ଏହାକୁ ନିଜ ପିଲା ମାନଙ୍କ ପାଇଁ ମଧ୍ୟ ଅର୍ଡର କରିପାରିବେ ।

ଯଦିଓ ସେ ଭୁଲ ରାସ୍ତାରେ ଗତି କରୁଛନ୍ତି ଏବଂ ତାଙ୍କ ମନରେ ଅସନ୍ତୁଳନ ଅଛି ।

ତେଣୁ ବିଳମ୍ବ କରନ୍ତୁ ନାହିଁ ଏହି ଉପାୟ କୁ ଅବଲମ୍ବନ କରି ଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

ଯେତେବେଳେ ସମସ୍ୟା ଉପୁଜେ, ଲୋକମାନେ ଏହାର ସମାଧାନ ପାଇଁ ଉପାୟ ଖୋଜନ୍ତି । ତେବେ ଏହିପରି ଅନେକ ସମସ୍ୟା ଆପଣଙ୍କ ପରିବାରରେ ମଧ୍ୟ ଆସିବ, କିଛି ସମାଧାନର ଉପାୟ ନିଶ୍ଚୟ ହେବ ଆଉ କିଛି ସମସ୍ୟା ପାଇଁ ଆପଣ ଚିନ୍ତାରେ ରହିବେ ??

ତେଣୁ ନିମ୍ନରେ ଦିଆଯାଇଥିବା ଲିଙ୍କ ଦ୍ଵାରା ବର୍ତ୍ତମାନ ଅର୍ଡର କରନ୍ତୁ ….



ଧନ୍ୟବାଦ 

If the contents are helpful to share them with your friends, Thanking You.

ପ୍ରେମ ଭିକ୍ଷା

 
Prema Bhiksha 


ପ୍ରେମ ଭିକ୍ଷା 

ଲଙ୍କା ର ସୁନ୍ଦରୀ ସୁର୍ପଣଖା କୁ ହେଲା ପ୍ରେମ ଜ୍ବର
ପ୍ରେମରେ ପାଗଳ ହୋଇ ସୁର୍ପଣଖା 
ବୁଲିଲା ନଗର ଗିରି ବନ ଫରଫର…

ପଞ୍ଚବଟୀ ବନସ୍ତରେ ଦେଖିଲା ଛୋଟ ଘର
ଘର ପ୍ରାଙ୍ଗଣରେ ରେ ସାଧୁ ବୀର 
ତାଙ୍କୁ ଦେଖି ମନେ ଭାବିଲା
ମତେ ମିଳିଲା ଆଜି ମନ ପସନ୍ଦ ବର…

ଆକାଶ ରୁ ଓହ୍ଲାଇଲା ପ୍ରାଙ୍ଗଣ ଦୁଆରେ 
ଶଂଖା ବଜାଇ ଜଗାଇଲା ସାଧୁ ର ପାଖରେ
ସାଧୁ ଆଖି ଖୋଲି ଦେଖିଲେ ସୁନ୍ଦର ଏକ ନାରୀ
ପ୍ରେମ ପାଇଁ କରୁ ଅଛି ସେ ଗୁହାରୀ…

ସୁର୍ପଣଖା ବଖାଣି କି ଦେଲା ନିଜ ପରିଚୟ 
ଶ୍ରୀରାମ ସୂର୍ଯ୍ୟ ବଂଶୀ କହିଲେ 
ହେ ଲଙ୍କେଶ ସୁନ୍ଦରୀ
ମୁଁ ଗୋଟିଏ ସ୍ତ୍ରୀ ବିବାହ ପାଇ ନେଇ ଅଛି ଦୀକ୍ଷା
ତାକୁ ଦେଇ ପାରିବିନି ଧୋକା
ମାଗ ନାହିଁ ଗୋ ମତେ ତୁମେ ମୋତେ ପ୍ରେମ ଭିକ୍ଷା …

କିଛି କ୍ଷଣ ପରେ ଲକ୍ଷ୍ମଣ କୁ ଦେଖିଲା ସୁର୍ପଣଖା 
ଶ୍ରୀରାମ କହିଲେ ହେ ଅସୁରବାଳା 
ମୋ ଛୋଟ ଭାଇ ଟିଏ ଅଛି 
ତାକୁ କରି ପାର ପ୍ରେମ ଭିକ୍ଷା 
ସୁର୍ପଣଖା ପୁଣି ଗୁହାରିଲା ପ୍ରେମ ଭିକ୍ଷା 

ଲକ୍ଷ୍ମଣ ସ୍ବୀକାର ପାଇଁ କରିଲା ମନା
ସୁର୍ପଣଖା କ୍ରୋଧେ ଭେଷ ବଦଳାଇ ଦେଖା ଇଲା ନିଜ ମାୟା
ଜଙ୍ଗଲର ପଶୁ ପକ୍ଷୀ ଦେଖି ହେଲେ ବାୟା
ତୋ ପାଇଁ ମୋତେ ସ୍ବୀକାର କରିଲେ ନାହିଁ ବୋଲି
ସୀତା କୁ କଲା ଆକ୍ରମଣ 
ଶ୍ରୀରାମ କହିଲେ ଦେଖ ଭାଇ ଲକ୍ଷ୍ମଣ 
ପାନେ ତ ଦେବାକୁ ହେବ ଏ ମାୟବିନୀ କୁ
ଶ୍ରୀରାମ ଙ୍କ ଆଦେଶ ରେ ଲକ୍ଷ୍ମଣ କଲା ସୁର୍ପଣଖା ର ନାକ କଲା ଛେଦନ ।

କଟା ନାଖ କୁ ଧରି ସୁର୍ପଣଖା ରାବଣ ଦରବାରେ କଲା ରୋଦନ
ବନ ବାସୀ ରାମ କୁ ମାଗିଲି ସିନ୍ଦୁର ଶଂଖା
ନାକ କାଟି ମୋର କଲା ଲୋକ ହସା 
ପ୍ରେମ ଭିକ୍ଷା ମାଗି ମୁଁ କଣ ଭୂଲ କଲି
ପ୍ରେମ ପାଇ ମୋର ନାକ ପଡି ଗଲା ବଳି
ସୁର୍ପଣଖା ର କଥା ମନେ ପକାଇ 
ଆଜିର ସୁନ୍ଦରୀ ମାନେ ମାଗନ୍ତୀ ନାହି 
ପ୍ରେମ ଭିକ୍ଷା,
ପାଇ ଛନ୍ତୀ କି ସୁର୍ପଣଖା ଠାରୁ ନିତୀ ଶିକ୍ଷା….

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।
ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ

If the contents are helpful to share them with your friends, Thanking You.





Apne Andar Kaise Badlav Layen

नीचे स्क्रॉल करें
 



Hello

Hope you’re doing great! 

I am happy to inform you that my book is now available on various online portals. 

So please spread the News today amongst your friends and family and who knows you might be the next bestseller!

Please find the links below of my Books

1. Bluerose Store👇↓



2. Amazon Store👇↓



3. Flipkart Store👇↓




Please Please Please

Share it First 

 Thank you for your cooperation

#amazon, #flipkart, #bluerose




 your support is my Strength.



If the contents are helpful to share them with your friends, Thanking You.

ଜଳ ହିଁ ଜୀବନ

 




ଚାରିପଟେ ପାଣି ରେ ଘେରା ହେ
ମଝି ରେ ଅଛି ମେଦିନି,
ତାକୁ ଯେ ଆଲୋକ ପ୍ରଦାନ କରୁଛି
ସୂର୍ଯ୍ୟ ତାରା ଆଉ ଚାନ୍ଦିନି ।

ଆକାଶ ରୁ ତୁମେ ବରଷି ଯାଅ ହେ
ହୋଇକି ବରଷା ରାଣି,
ପାତାଳ ରୁ ତୁମେ ଫୁଟି ଉଠି ଯାଅ
ହୋଇକି ଅମୃତ ପାଣି ।

ବଣ ପାହାଡ ର ପର୍ବତ ମଝିରେ 
ତୁମେ ଝର ହୋଇ ଝରଣା
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରେ
ତୁମେ ଯେ ଆମ ସୁନା ଗହଣା।

ସାଗରେ ନଦୀ ମହାନଦୀ ର
ପୋଖରୀ ରେ ଯେ ତୁମରି ବାସ
ତୁମ ଆଶିର୍ବାଦ ରେ କୃଷକ ଜଗତ କୁ 
ଯୋଗାଏ ଅନ୍ନ ବସ୍ତ୍ର କରିକି ଚାଷ ।

କେତେ ବେଳେ ତୁମେ ବନ୍ୟା ହୋଇ
ଉଜାଡି ଦେଉଛ ଧନ ଜୀବନ
କେତେବେଳେ ତୁମେ ମାଆ ପରି 
ହୋଇ ପ୍ରଫୁଲ୍ଲିତ କର ଆମ ମନ ।

ଆମକୁ ପରିଷ୍କାର କରି 
ନର୍ଦମା ରେ ତୁମେ ବୋହି ଯାଅ ବୋଲି
ଆମେ କରୁଛୁ ତୁମ କୁ ବାରଣ,
ତୁମ ପାଇ ମେଦିନି ସବୁଜ ବସ୍ତ୍ର ପିନ୍ଧି 
ରଙ୍ଗ ବେରଙ୍ଗ ଫୁଲଫଳ
କରିଛି ପରା ଧାରଣ।

ତୁମ ରି ଗର୍ଭ ରେ ବିଜୁଳି ର ଜନ୍ମ
ତୁମ ବିନା କିଛି ଜଗତ ର ନାହି କର୍ମ 
ପାଣି ର ସୁରକ୍ଷା ସଂରକ୍ଷଣ କରିବା 
ଆସ ଆମେ ନେବା ଶପଥ,
ପାଣି ଥିଲେ ହିଁ ହଟିବ ଆମର 
ଆସୁଥିବା ସବୁ ବିପଦ ।

କେଉଠି ଲୁଣିଆ ଓ କେଉଁଠି ମଧୁର 
ନାହି ଯେ ତୁମର ଆକାର
ତୁମେ ହିଁ ଆମ ଜୀବନ ଆଉ ତୁମେ ହିଁ ସବୁଠି କାରଣ
ହେଉ ଅମୃତ ମୟୀ ମା
ତୁମ କୁ ହେ କୋଟି କୋଟ ନମସ୍କାର।


ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ

If the contents are helpful to share them with your friends, Thanking You.