ସୀମା |
If the contents are helpful to share them with your friends, Thanking You.
ସୀମା |
If the contents are helpful to share them with your friends, Thanking You.
ଭଲ ଲୋକ ଯଦି
ଆମ ନେତା ହେଲେ
ଭଲ ହେବ ଆମ ଦେଶ ର କାମ…
ଖରାପ ଲୋକ ନେତା ହେଲେ
ଆମ ଦେଶ ହେବ ଗୁଲାମ…
ଜନତା ଭୋଟ ରେ ଅଛି ବହୁତ ତାକତ
ନେତା ଜାଣିଛି ଭୋଟ ର ଓକାତ…
ଜନତା ଗଢୁଛି ଚଳାଇ ବାକୁ ଦେଶେ
ନୂଆ ସରକାର ନୂଆ ଶାସନ
ନେତା ବାବୁ ମାନେ ଘୋଟାଲା କଲେ
ଜନତା ର ହୁଏ ବୁରା ହାଲ…
ନେତା ପାଉଛି ଭତ୍ତା ଟଙ୍କା
ଗରିବ ର ଭୋଟ କୁ ନେଇ
ଗରିବ ର ବିପତି ବେଳେ
ନେତା ର ଦେଖା ଦର୍ଶନ ନାଇ…
ହସେ ରାଜ ନେତା କାନ୍ଦେ ଜନତା
ପାଞ୍ଚ ବରଷ ଯାଇ
ଭୋଟ ଦେଇ ବାଛିବା
ନେତା ଆମେ ଭୂଲ କାହାର ଭାଇ…
ଯଦି ବ୍ୟବହାର କରିବା ନାହିଁ
ଆମେ ସରକାରୀ ଅନୁଷ୍ଟାନ
କିପରି ସରକାର ଦେବେ
ତାହାର ବିଶେଷ ଧ୍ୟାନ…
ବେସରକାରୀ ଅନୁଷ୍ଟାନ ର ସେବା
ବ୍ୟବହାର କରି ଆମେ
ଖୋଜୁ ଆମେ ସରକାରୀ ଚାକିରୀ
ଜନତା ର ଭୂଲ ନା ସରକାର ର ଭୂଲ
ଟିକେ ଭାବିବା ଦିମାଗ୍ କରି କୁଲ…
ମାତୃଭାଷା ରେ କଥା ହେବାକୁ
ଲୋକ କଲେଣି ଲାଜ
ମାଆ କୁ ମମି ବାପା କୁ ଡାଡି
ଇଂରାଜୀ ରେ ଚାଲେ ସବୁ କାର୍ଯ୍ୟ…
ବଡି ଚାଳିଛି ଜନସଂଖ୍ୟା
ବଢୁଛି ବେ ରୋଜଗାର
ଜନତା ର ଭୋଟ ରେ ଗଢା ହେବ
ଦେଶ ରେ ଭଲ ସରକାର…
ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।
If the contents are helpful to share them with your friends, Thanking You.
Holi |
If the contents are helpful to share them with your friends, Thanking You.
ତୁମେ |
If the contents are helpful to share them with your friends, Thanking You.
ତୁମେ ଆଷାଢ଼ର ଆଶାର ଆକାଶ
ନୀଳ ସାଗର ର ଢେଉ
ଧାରା ଶ୍ରାବଣ ର ମେଘର ମହ୍ଲାର
ସ୍ୱପ୍ନର ସାଧବ ବୋହୂ…
ତୁମେ ଭାଦ୍ରବ ର ସବୁଜିମା କ୍ଷେତ
ପ୍ରଣୟ ର ପଦ୍ମାବତୀ
ଶେଫାଳୀ ଫୁଲ ର ମହ ମହ ବାସ୍ନା
ଅଶିଣ ର ଜହ୍ନ ରାତି
ତୁମରି ହସରେ ଫୁଲ ଫୁଟିଯାଏ
ଓଠରୁ ଝରଇ ମହୁ…
ତୁମେ ହେମନ୍ତ ର ହଳଦୀ ପତ୍ରରେ
ପ୍ରୀତିର ଶିଶିର ବିନ୍ଦୁ
ଶୀତ ସକାଳର ସୋରିଷ ଫୁଲ ଗୋ
ମାଘେ ମନ ଛୁଆଁ ଇନ୍ଦୁ
ଫଗୁଣର ବାଆ ବହିଯାଏ ଯେବେ
କଣ୍ଠେ ତୋଳିଥାଏ କୁହୁ…
ଶ୍ରୀ ଲୋକନାଥ ନାୟକ (ଅଧ୍ୟାପକ, ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ନଗର, ମହାବିଦ୍ୟାଳୟ, ଗଞ୍ଜାମ ।
If the contents are helpful to share them with your friends, Thanking You.
କେଜାଣି କାହିଁକି ତୁମକୁ ଦେଖିଲେ
ଭାରି ଭଲ ଲାଗେ ଏତେ,,
ମନ ହୁଏ ପୁଣି… ଆଉ ଥରେ କେବେ
ଦେଖା ହୁଅନ୍ତା କି ପଥେ…..।।
ରାତିତ ଆସଇ ଜହ୍ନର ସାଥିରେ
ଛାତିକୁ ଜଳାଏ… ଜୋଛନା ତାତିରେ,,
କେଜାଣି କାହିଁକି ପୁନେଇ ଆସିଲେ
ଜହ୍ନ ଭଲ ଲାଗେ ଏତେ…।।
ବରଷାତ ଆସେ ମେଘର ପିଠିରେ
ଆଷାଢ଼ ମହକେ ବତୁରା ମାଟିରେ,,
କେଜାଣି କାହିଁକି… ଶ୍ରାବଣ ଆସିଲେ
ଭିଜିବାକୁ ମନ ଏତେ…।।
ବସନ୍ତ ଆସଇ ଫଗୁଣ ଦୁଆରେ
ଦେହ ଶିହରାଏ ମଳୟ ଛୁଆଁରେ,,,
କେଜାଣି କାହିଁକି… ସ୍ମୃତିର ନିଆଁରେ
ଭିଜିବାକୁ ମନ ଏତେ…।।
ଶ୍ରୀ ଲୋକନାଥ ନାୟକ (ଅଧ୍ୟାପକ, ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ନଗର, ମହାବିଦ୍ୟାଳୟ, ଗଞ୍ଜାମ ।
If the contents are helpful to share them with your friends, Thanking You.
ମଧୁ ଝରା ତୁମ ନାଆଁ
ଚୋରା ଚାହାଣିରେ ଚାହିଁ ଦେଲେ ତୁମେ
ମନ ମୋର ଝୁମି ଯାଏ,
ତୁମେ ବୋଲି ଯେଉଁ, ତୁମ ମିଠା ଡାକ
ଆନ ମନା କରି ଦିଏ।।
କେରି କେରି ହୋଇ କଳା କୁନ୍ତଳ ରେ
ମାଦକ ରହିଛି ଭରି,
ସେ ମାଦକ ଗନ୍ଧ ରସିକ ମନକୁ
ନେଉ ଥାଏ ଚୋରି କରି ।।
ଗୋଲାପୀ ଓଠର ନିରି ମାଖି ହସ
ମିଳନ ର କଥା କହେ,
ମିଠା ମିଠା ତୁମ ରୂପ ପସରା ରେ
ପ୍ରେମ ମନ୍ଦାକିନୀ ବହେ ।।
ଗୋରା ଗୋରା ପାଦେ ରୂପେଲି ଝୁଣ୍ଟିଆ
ଅଳତା ରଙ୍ଗର ଗାର,
ମନ ଲୋଭା ଛନ୍ଦେ ରୁଣୁ ଝୁଣୁ ଶୁଭେ
ପାଉଁଚି ର ମିଠା ସ୍ୱର ।।
ତୁମରି ହସରେ ଚୋରା ଚାହାଣି ରେ
ଲେଖା ହୋଇ ଅଛି ଯାହା,
ପଢିଲା ପରେ ମୁଁ ପରିଚୟ ପାଏ
ମଧୁ ଝରା ତୁମ ନାଆଁ।।
ଶ୍ରୀ ଲୋକନାଥ ନାୟକ (ଅଧ୍ୟାପକ, ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ନଗର, ମହାବିଦ୍ୟାଳୟ, ଗଞ୍ଜାମ ।
If the contents are helpful to share them with your friends, Thanking You.
||ହୃଦୟ ତୁମର||
ହୃଦୟ ତୁମର ଏମିତି ଅଙ୍କଟେ
ଚାହେଁନା ମୁଁ କଷିବାକୁ,
ମୁଁ ଚାହୁଁଛି ଏବେ ଜୀବନ ସାହିତ୍ୟ
ନିରୋଳାରେ ଘୋଷିବାକୁ…
ମନକୁ ତୁମର ବୁଝିବାକୁ ଯାଇ
ଅବୁଝା ମୁଁ ସବୁବେଳେ
ପ୍ରେମକୁ ତୁମର ଖୋଜିବାକୁ ଯାଇ
ବିରହରେ ନୀତି ଜଳେ…
ସାହସ ପାଉନି ସପନ ସହରେ
ଏବେ ଆଉ ବୁଲିବାକୁ,
ଭରସା ପାଉନି ମୁଦା ଲଫାପା ର
ଚିଠି ପୁଣି ଖୋଲିବାକୁ…||୧||
ତମ ସାଥେ ଘର ବାନ୍ଧିବାକୁ ଯାଇ
ମନ ମୋ ବେଘର ଏବେ,
ଥକି ପଡ଼ିଲାଣି ଯେଉଁ ମନ ପକ୍ଷୀ
ଉଡ଼ି ବୁଲୁଥିଲା ସେବେ…
ଚାହେଁନା ମୁଁ ପୁଣି ସପନ ସଉଧ
ଆଉ ଥରେ ତୋଳିବାକୁ
ମିଛି ମିଛିକା ସେ ବାଲିଘର କରି
ମିଛି ମିଛି ଖେଳିବାକୁ…||୨||
ଶ୍ରୀ ଲୋକନାଥ ନାୟକ (ଅଧ୍ୟାପକ, ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ନଗର, ମହାବିଦ୍ୟାଳୟ, ଗଞ୍ଜାମ ।