
ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ ହାତରେ, ଧରିଛ ତ୍ରିରଙ୍ଗା ବାନା,
ଶତ୍ରୁ ଆଗରେ ମଥାଟେକି ଅଛ ଫୁଲାଇ ନିଜ ସିନା,
କୋଟି କୋଟି ଭାରତ ବାସିର ଧନ ଜୀବନ ରକ୍ଷକ,
ଭାରତ ମାତାର ବିର ସନ୍ତାନ ତୁମେ ଯେ ଭାରତୀୟ ସେନା ।
ଖରା, ବରଷା, ଶୀତ, କାକର ଭୂକମ୍ପ କୁ କରୁନା ତୁମେ ଭୟ,
ଶଙ୍ଖ ନାଦରେ ଭାରତ ମାତା ର କରୁଛ ଜୟ ଜୟ ।
ଚଳଚ୍ଚିତ୍ର, ଅଭିନେତା, ଅଭିନେତ୍ରୀ, ଖେଳାଳି ପାଈଁ,
ଦୁନିଆର ଲୋକ ପାଗଳ କଲେ ସବୁ ଏଠି ଫେସନ୍,
ସେନା ପାଇଁ ଦେଶ, ଦେଶ ପାଇଁ ସେନା,
ସଦା ଜୟ ଯବାନ୍ ଓ ଜୟ କିଶାନ୍ ।
ନିଜ ଘର ଦ୍ଵାର, ବେଶ ପୋଷାକ ଭୁଲି, ଗାଁ ମାଟି ଛାଡ଼ି,
ସେବା ମନୋଭାବେ ଦେଶ ପାଇଁ ଦଉଛ ଯେ ଜୀବନ,
ହେ ଭାରତୀୟ ବିର ଯବାନ ତୁମକୁ ହୃଦୟ ରୁ କୋଟି କୋଟି ପ୍ରଣାମ ।
ପରିବାର ଠାରୁ ଅଲଗା ରହି ଦେଶ ସୁରକ୍ଷା ପାଇଁ ଚିନ୍ତା କରୁଛ ,
ହୋଲି, ଦୀପାବଳୀ, ଦୁର୍ଗାପୂଜା, ଦେଶବାସୀ ମନାନ୍ତି ଖୁସି,
ଏହି ମାତୃଭୂମି ପାଇଁ ପୁଣି ସହିଦ୍ ହୋଇ ଫେରୁଛ ମଥା କୁ ଟେକି ।
The real hero of Indian soldiers ର ବିର ଗାଥା ।
By. Hrusikesh Kushulia
Muniguda, Rayagada.