ଏକା ଏକା ଜୀବନରେ ବଞ୍ଚିବା ଟା ଏତେ ସହଜ ନୁହେଁ କିନ୍ତୁ ତୁ ଆସିବୁନି ବୋଲି କହି ଯାଇଛୁ ସିନା ବଞ୍ଚିଛି କେବଳ ତୋ ଅପେକ୍ଷାରେ… ସମୟ ଫେରାଇ ନେବନି ମୋତେ ସେ ସ୍ଥାନ କୁ କିନ୍ତୁ ତୁ ମଧ୍ୟ ଫେରିବୁ ନାହିଁ ମାତ୍ର ମୋ ଲୁହ ମୋ ସହିତ ଥିବ ସବୁ କ୍ଷଣ ସବୁ ସ୍ଥିତିରେ… ଲୁହ କୁ ଶ୍ୱାନ୍ତନା କେତେ ଦିନ ଦେବୀ କହ ସେ ଲୁହ ର ସାଗର ମଧ୍ୟ ଏବେ ଶୁଖିବାକୁ ଲାଗିଲାଣି କାହିଁକି ନା, ତୁ ଆସିବୁନି ସତ, ମାତ୍ର ମୁଁ ଜଗି ରହିଛି ସେ ମନ୍ଦିର ପାହାଚରେ… ଆଜି ନିର୍ଲଜ ହୋଇ ପଡ଼ିଲିଣୀ ସ୍ୱାର୍ଥପର ସାଜି ଗଲିଣି ମାତ୍ର ମୋ ଲୁହ ମୋତେ ଏକା କରି ଛାଡି ଯାଇନି କେବଳ ତୋର ସ୍ମୃତି ଓ ରୋଷ କୁ ବାରମ୍ବାର ମନେ ରଖିବା ପାଇଁ ରେ… ଭଲ ହେବ ଆସିବୁନି କାରଣ ଏ ଲୁହ ମଧ୍ୟ ମୋତେ ରାଣ ପକେଇ କହିଛି ଯଦି ତୁ ଆସିଯିବୁ ତେବେ ଏ ଲୁହ ମୋ ଦେହ ଛାଡ଼ି ଚାଲିଯିବ ରେ ମଝି ନଈରେ ରହି ତୋତେ ଛାଡ଼ିବା ସହଜ ହେଲେ ମୋ ଲୁହ କୁ ଛାଡ଼ିବା ଅସମ୍ଭବ… ମୋ ଲୁହ କୁ ଛାଡ଼ିବା ଅସମ୍ଭବ… ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…
Message for you
Like this: Like Loading...
ଈଶ୍ୱର ମୁକ୍ତରେ ଦେଇଛନ୍ତି, ଆମକୁ ଏହି ମାଟି, ପାଣି, ପବନ ଓ ନିଆଁ କିଛି ଦିନ ପାଇଁ ଆସି ଅଛୁ ଆମେ ଦୁନିଆ କୁ ହୋଇ କୁଣିଆ । ଜାତି, ଧର୍ମ, ରାଜନୀତି ନାମେ ହୋଇଗଲୁ ଆମେ ବନ୍ଦୀ, ଲୋଭ ମୋହ ମାୟା ରେ ପଡ଼ି ହେଇଗଲା ଆମ ଜୀବନ ଛନ୍ଦି । ସବୁ ସୁଖ ସୁବିଧା ଆମ ପାଖେ ଥାଇ ତଥାପି ଆମ ମନ ଅଶାନ୍ତି ଜନ ସମୁଦ୍ରରେ ରହି ମଧ୍ୟ ଆମ ନିଜ ପାଇଁ କିଏ ଲୋକ ନାହାଁନ୍ତି । ଚାରିଦିନ ପାଇଁ ଲୋକଙ୍କ ନଜର ରୁ ହଟିଲେ ଭୁଲିଯିବେ ଲୋକ ଆମକୁ ଗୁଣ କୁ କେହି ଦେଖନ୍ତି ନାହିଁ , ଦେଖନ୍ତି ଆଜି ରୂପ, ରଙ୍ଗ, ବର୍ଣ୍ଣ, ଚର୍ମ କୁ । କିଏ କୋଉ ସମାଜ ରେ ଜନମ ନେଲେ ତାହାର କଣ ଦୋଷ ମଣିଷ ସମାଜ ରେ ଜାତି ଧର୍ମ ର କେବେ ମେଣ୍ଟିବ ଏହି ଶୋଷ । ପରିବର୍ତ୍ତନ ହିଁ ଦୁନିଆ ର ନିୟମ ନିଜ ବଞ୍ଚି ଅନ୍ୟକୁ ବଞ୍ଚିବାକୁ ଦିଅ ସ୍ନେହ,ପ୍ରେମ, ଶ୍ରଦ୍ଧା, ସମ୍ପର୍କ ବାଣ୍ଟିକି ନିଅ । ଚାରି ଲୋକ କଣ କହିବେ ଭାବନ୍ତୁ ନାହିଁ ବାରମ୍ବାର ଶିକ୍ଷା ଦୀପର ଦୂର ହେବ ମଣିଷ ସମାଜର ଅନ୍ଧକାର । ମାଟି ଘଟରେ ଚଳୁଛି ବୋଲି ଏହି ନିଆ ପାଣି ପବନ ଏହା ହେଉଛି ଆମ ମଣିଷ ଜୀବନ।
Hrusikesh Kushulia Muniguda, Rayagada.
Like this: Like Loading...
ମଣିଷ ନିଜର ଭୁଲ ସେତିକିବେଳେ ବୁଝି ପାରେ, ଯେତେବଳେ ସେ ଗୋଟିଏ ଭୁଲ ପାଇଁ ଅନେକ କିଛି ହରାଇ ଦିଏ ।
आदमी अपनी गलती तब समझ जाता है जब एक गलती केलिए बह सब कुछ खो देता है ।
A man can understand his mistakes only when he loses a lot for one mistake.
Like this: Like Loading...
I don’t know where I started. Where is my last point. Just doing it. Looking at the world. I don’t even know what mode will happen when. I never wanted to give up. I am the only one who has to solve the situation where I am standing today. I have to find the answer to all the questions myself. Because everyone here is selfish. I am not exempt from that. If I say, the only problem in this world is only for me. And I know that, I will do everything alone. I have to walk alone. Only I have to do it. only me.. only me..
Relationship and You
You are
Belief
Like this: Like Loading...
ପ୍ରେମ
ଦୁଇଟି ମନ ଦୁଇଟି ହୃଦୟର ଆକର୍ଷଣ ଅଟଇ ପ୍ରେମ । ପ୍ରେମ କୁ ପାଇବା ପାଇଁ କରିବା କଠିନ ପରଶ୍ରମ। ପ୍ରେମରେ ଝରେ ଆଖିରେ ଲୁହ ପ୍ରେମରେ ଫୁଟେ ଓଠ ରେ ହସ । ପ୍ରେମ ପାଇଁ ମଣିଷ ଭୁଲିଯାଏ ପେଟର ଭୋକ ଶୋଷ । ପ୍ରେମ ରେ ଲୁଚି ରହିଅଛି ଅମୃତ ଓ ବିଷ। ପ୍ରେମ ଆରମ୍ଭ ହୁଏ ଉଠିଲେ ଦାଢ଼ି ନିଶ। ପ୍ରେମ ସତ୍ୟ ପ୍ରେମ ସୁନ୍ଦର ପ୍ରେମ ପରେମଶ୍ବର। ପ୍ରେମ ପାଇଁ ଆପଣାର ହୁଏ ଅଜଣା ଲୋକ ପର । ପ୍ରେମ ନଥିଲେ ସାରା ଦୁନିଆ ଘନ ତମସା । ପ୍ରେମ ଆଣିଥାଏ ଜୀବନ ର ବଂଚିବା ର ନୂଆ ଆଶା । ଧନ ଦୌଲତରେ କେବେ କିଣି ହୁଏନା ପ୍ରେମ । ଯୁଦ୍ଧ କରି କେବେ ଜିତି ହୁଏନା ପ୍ରେମ। ପ୍ରେମରେ ବନ୍ଧା ପଡ଼ିଛି ସାରା ଦୁନିଆ । ପ୍ରେମର ଯେଉଁଠି ପତନ ହେଲେ ଜଳି ଉଠୁଛି ନିଆଁ। ପ୍ରେମ ହିଁ ପୂଜା ପ୍ରେମ ହିଁ ସମ୍ମାନ ପ୍ରେମ ଅଟଇ ସୁଖ । ପ୍ରେମ ନ ପାଇଁ ମଣିଷ ଭୋଗୁ ଅଛି ଦୁଃଖ । ବିର ଭଗତ ସିଂହ ଫାସିରେ ଚଢିଲେ ମାତୃଭୂମି ପ୍ରେମ ପାଇଁ । ପ୍ରେମ କୁ ଛାଡ଼ି ଦେଲେ ଦୁନିଆରେ କାହାଣୀ ଲେଖା ନାହିଁ ।
ହୃଷିକେଶ କୁଶୁଲିଆ ମୁନିଗୁଡ଼ା, ରାୟଗଡ଼ା
ଅନ୍ୟ ଲେଖା ଗୁଡ଼ିକ ପଢନ୍ତୁ
ପ୍ରକୃତ ହିରୋ
ଜଙ୍ଗଲ ଆମର ବନ୍ଧୁ
କୈକେୟୀ ମାତା
Like this: Like Loading...
ସମସ୍ତେ ଅଲଗା ଅଲଗା ଆଶ୍ଵାସନା ଦେଇ କୁହନ୍ତି ସବୁ ଠିକ୍ ହୋଇଯିବ, ଯାହା ହେଲା ବହୁତ୍ ଖରାପ ହେଲା , ଏମିତି ଲୋକ ଟିଏ ଦୁନିଆରେ ମିଳିବନି !!!! ଆଉ କେତେ କଣ ଆଶ୍ଵାସନା, କେତେ ଯେ ଶ୍ୱାନ୍ତନା, ହେଲେ ଏ ଶ୍ୱାନ୍ତନା କଣ ଚିର ଅମର ? ନା କେବଳ କିଛି ଦିନ ପାଇଁ ??? ନା କେବଳ ସେ ଲୋକ ଟିକୁ ଭୁଲିବା ପାଇଁ ??? କେବଳ ଶ୍ୱାନ୍ତନା ହିଁ ଦିଅନ୍ତି ସେମାନେ ! ସମସ୍ତେ ଜାଣନ୍ତି, କେହି ଏଠି କାହାର ନୁହଁ ସବୁ ମିଛ ଭରସା, ଆଉ ମିଛ ପ୍ରତିଶ୍ରୁତି ର ଆସର ରେ ଆସି ପାଖେ ବସନ୍ତି। ଏମିତି କି ଲୋକେ ନାକରେ ଆଙ୍ଗୁଠି ଦେଇ ହସିବା କାମ ମଧ୍ୟ ଆଖି ଆଗରେ କରି ଦିଅନ୍ତି । ମୋର ଯଦି ଗୋଡ ଭାଙ୍ଗିଛି ତେବେ ମୋତେ ହିଁ ଆଶା ବାଡ଼ି ଧରି ଚାଲିବାକୁ ହେବ । କାଳେ କାଲୀ କେହି ମୋର ଆଶା ବାଡ଼ି ହେବ ସେ ଆଶା ରଖି ନାହିଁ ମୁଁ, ଆଜି ଯଦି ମୁଁ ଅସହାୟ ତେବେ ଆଗକୁ ମୋତେ ହିଁ ସବୁ ସମସ୍ୟା ର ସମାଧାନ ସାଜିବାକୁ ହେବ। ହେ ପରମ ପିତା ପରମେଶ୍ବର, ମୋତେ ନିଜର ସନ୍ତାନ ଭଳି ଶକ୍ତି ଏବଂ ସାମର୍ଥ୍ୟ କରାଇ ମୋର ସବୁ ସ୍ଥିତି କୁ ଯେମିତି ପୁନଃ ଜୀବିତ କରାଇ ମୋତେ ପ୍ରେରଣା ଦିଅ, ଯାହା ଏ ନିଷ୍ଠୁର ମୟ ଦୁନିଆରେ ବିଜୟ ର ଦୃଷ୍ଟାନ୍ତ ଉଦାହରଣ ସାଜି ପାରିବି । ନୀଳମାଧବ ଭୂୟାଁ
Like this: Like Loading...
Story, Poem, Article & Experience.