Tag Archives: ଅଧୁରା କାହାଣୀ 1

ଅଧୁରା କାହାଣୀ(ପ୍ରଥମ )

ଅଧୁରା କାହାଣୀ(ପ୍ରଥମ )
ଅଧୁରା କାହାଣୀ(ପ୍ରଥମ )

ଅଧୁରା କାହାଣୀ !!!

(ଏକ ଅଶ୍ରୁମୟ ଜୀବନ୍ତ ପୃଷ୍ଠା)

ପ୍ରଥମ ଭାଗ

ଅଦିନିଆ ବର୍ଷା ଭଳି କ୍ରିଷ୍ଣା ଅମର ଉପରେ ଚାପୁଡା ଆଉ ଗାଳି ବରଷି ଚାଲିଛି। କଣ ହେଲା ଯେ କେଜାଣି ?? ଅମର କ୍ରିଷ୍ଣା କୁ ଅନୁରୋଧ କରି କହୁଥାଏ ମୋତେ ଭୁଲି ଯାଅ କିନ୍ତୁ କ୍ରିଷ୍ଣା ର ରାଗ ଏତେ ପ୍ରଖର ଅବସ୍ଥାରେ ପହଞ୍ଚି ସାରିଥିଲା ଯେ ସେ ଚଣ୍ଡୀ ଭଳି ଅମର କୁ ଚାପୁଡା ମାରିବାରେ ଲାଗିଥିଲା । କିନ୍ତୁ ଏ କଣ ହଠାତ୍ ଅମର ବେହୋସ୍ ହୋଇଗଲା । ନିର୍ଦୟୀ କ୍ରିଷ୍ଣା ଅମର ବେହୋସ୍ ହେବାର ଜାଣି ମଧ୍ୟ ତାକୁ ନ ଉଠେଇ ମୁହଁ ଫେରେଇ ନିଜ ସ୍କୁଟି ରେ ବସି ଚାଲିଗଲା ।

କିଛି ଦୂରରେ ଅପେକ୍ଷା କରିଥିବା ବୁନି ଦଉଡ଼ି ଆସିଲା, ଅମର ପାଖକୁ । ତାକୁ କୋଳରେ ନେଇ ଅମର..ଅମର.. ବୋଲି କେତେ ପାଟି କରିଲା । ନା ଅମର ଶୁଣୁଥିଲା ନା ସେଠୀ କେହି ଶୁଣିବାକୁ ଥିଲା । ଉଦୁଉଦିଆ ଖରା ବେଳ ଟା ରେ । ପାଣି ମଧ୍ୟ ପାଖରେ ନ ଥିଲା । କାରଣ ସେ ସ୍ଥାନ ବଜାର ଠାରୁ ବହୁତ୍ ଦୂରରେ ।

କିନ୍ତୁ ତାର ମନେ ହେଲା ଯେ ଏଠି ପାଖରେ ଗୋଟିଏ ପଥର କୁଅ ଅଛି । ସେ ସଙ୍ଗେ ସଙ୍ଗେ ଦଉଡ଼ି ଗଲା । ସେଠୀ କିଛି ବସ୍ତୁ ନ ମିଳିବାରୁ ସେ ନିଜେ କୁଅ ଭିତରକୁ ଅଳ୍ପ ଓହ୍ଲାଇ ନିଜ ଓଢ଼ଣି କୁ ଓଦା କରି ଦଉଡ଼ି ଆସିଲା ଅମର ପାଖକୁ । ଅମର ମୁହଁରେ ପାଣି ଚିପୁଡ଼ିଲା ପରେ ତାର ର ହୋସ ଫେରିଲା । ଅମର ବୁନି କୁ କୁଣ୍ଢେଇ ଧରି କାନ୍ଦିଲା । ୟା ପୂର୍ବରୁ ଅମର କେବେ କାନ୍ଦିନି ନା କେବେ ବୁନି କୁ ହଗ୍ କରିଥିଲା ।

ବୁନି କହିଲା, କଣ ହେଲା ତୋର ?? ତୁ କାହିଁକି ବେହୋସ୍ ହୋଇଗଲୁ?? ଆଉ କାନ୍ଦୁଛୁ କଣ ପାଇଁ ଯେ ?? କ୍ରିଷ୍ଣା ତୋ ଭଲ ପାଇବା କୁ ଚିହ୍ନି ପାରିଲା ନାହିଁ ବୋଲି କାନ୍ଦୁଛୁ କି ?? ମୁଁ ଅଛି ନା ତୋ ସାଙ୍ଗ ?? ଅମର ମୁଣ୍ଡ ହଲେଇ ହଁ କରିଲା ଏବଂ ଦୁହେଁ ଠିଆ ହେଲେ । ବୁନି କହିଲା ତୁ ବାଇକ୍ ଚଲେଇବୁ ନାହିଁ । ମୁଁ ଚଲେଇବି ?? ଅମର ହସିଲା, ଆବେ ତୁ ପୁଣି ବାଇକ୍??

ବୁନି କହିଲା, ହସୁଛୁ କଣ?? ତୋ ବତିଶି ଝଡେଇ ଦେବି । ଚୁପ୍ ଚାପ୍ ବସ୍ । ମୁଁ ଚଲେଇବି । ତାପରେ ଅମର ବସିଲା ଏବଂ ବୁନି ବାଇକ୍ ଚଲେଇ ଆସିଲା ।

ରାସ୍ତାରେ ଅମର ପଚାରିଲା। ତୋତେ ବାଇକ୍ ଚଲେଇ ଆସେ ମୋତେ କେବେ ତ କହିନୁ?? ସବୁ ବେଳେ ମୋତେ କହୁ ମୋତେ ଚଲେଇ ଆସେନି, ଚଲେଇ ଆସେନି ବୋଲି । କଥା କଣ?? ବୁନି କହିଲା, ଯେତେ ଦିନ ପର୍ଯ୍ୟନ୍ତ ତୁ ମୋ ପାଖରେ ଅଛୁ ସେତେ ଦିନ ପର୍ଯ୍ୟନ୍ତ୍ ତୁ ଚଲେଇବୁ ଏବଂ ମୁଁ ତୋ ବାଇକ୍ ର ପଛରେ ବସିବି।

ଅମର କହିଲା ତୁ ତ ପିଲା ଦିନୁ ସେମିତି ମୋତେ ଆସେନି ..ଆସେନି.. କହୁ, ମୋ ସାଇକେଲ ପଛରେ ବସି କେତେ ଆଡେ଼ ବୁଲିଛୁ ।

ଆଚ୍ଛା କହ ତୁ ଯେତେବେଳେ ବସୁ !!! ଅଳ୍ପ ଦୂରେଇ ବସିଲେ ହେବନି ?? ସବୁବେଳେ ମୋତେ ଜାବୁଡ଼ି ଧରି ବସୁ?? ବୁନି କହିଲା ପିଲାଦିନୁ ତୋତେ ଧରିକି ବସେ, ଏଇଟା କଣ ନୁଆ କଥା ଯେ?? ଏବଂ ତୁ ମନା କରିଲେ ମଧ୍ୟ ମୁଁ ତୋତେ ଧରିକି ବସିବି !!! ଅମର କହିଲା, ଏବେ ଆମେ ବଡ ହୋଇଗଲେଣି ଛୋଟ ଛୁଆ ହୋଇ ନାହୁଁ ।

ବୁନି ହଉ ଛାଡ଼ ସେ କଥା । ତୁ ବେହୋସ୍ କାହିଁକି ହେଲୁ କହ?? ଅମର, କିଛି କଥା ଲୁଚେଇଲା ଭଳି କହିଲା, ମୁଁ ଜାଣିନି, ମୁଁ କେମିତି ପଡ଼ିଗଲି ??? କିଛି ସମୟ ପରେ ଦୁହେଁ ଅମର ଘରେ ପହଞ୍ଚିଲେ ଏବଂ ବୁନି ଅମର ର ବାପା କୁ ପ୍ରଣାମ କରିଲା । ଅମର ର ବାପା କହିଲେ , କଣ ବୁନି ତୁ ମଧ୍ୟ ବାଇକ୍ ଚଲେଇ ଜାଣୁ କି ?? ବୁନି, କଣ ଅଙ୍କଲ ??? ଆପଣ ମଧ୍ୟ ଏମିତି ପ୍ରଶ୍ନ କରୁଛନ୍ତି । ଆମେ ମଧ୍ୟ ବାଇକ୍ ଶିଖିବା ଦରକାର ନା??

ଅମର ର ବାପା କହିଲେ ହଉ ଛାଡ଼ ଆଜି କଣ ବୁଲାବୁଲି କରି ଶୀଘ୍ର ଫେରିଗଲ ?? ଅମର କହିଲା, ବାପା ଆଜି ଖରା ପ୍ରବଳ ଯୋଗୁ ଫେରି ଆସିଲୁ ?? ଅମର ର ମା, ବୁନି କୁ ପସନ୍ଦ କରନ୍ତି ନାହିଁ । ଵୁନି ଆଣ୍ଟୀ ଙ୍କୁ ପ୍ରଣାମ କରିଲା ପରେ, ଆଣ୍ଟୀ କାନ୍ଥ କୁ ଦେଖି କହିଲେ ଠିକ୍ ଅଛି । ବୁନି କହିଲା, ଅମର ମୁଁ ଏବେ ଆସୁଛି କହି ସେ ଫେରିଗଲା ନିଜ ଘରକୁ ।

ତା ପରଦିନ ହଠାତ୍ ଦିନ ୨ ଟା ହେବ । ଅମର ର ବାପା ର ଫୋନ୍ ଆସିଲା । ବୁନି ସେତେବେଳେ ନିଜ ସାନ ଭାଇ ର ମୋବାଇଲ୍ ରେ ହେଡଫୋନ୍ ଲଗେଇ ମୁଭି ଦେଖୁଥାଏ । ବୁନି ର ମା ଆସି କହିଲେ । ନେ ତୋର ଫୋନ୍, ଅମର ର ବାପା ବହୁତ୍ ଥର ଫୋନ୍ କରିଲେଣି । ବୁନି କଲ୍ ଵେକ କରିଲା । ଅମର ର ବାପା କହିଲେ Govt. Hospital କୁ ଶୀଘ୍ର ଆସେ ।

ବୁନି ଅମର କୁ କଲ୍ କରିଲା କିନ୍ତୁ ସେ ଉଠେଇଲା ନାହିଁ । ବୁନି ସ୍କୁଟି ନେଇ ପହଞ୍ଚିଲା Govt. Hospital ରେ । ବୁନି ଅଙ୍କଲ କୁ ଫୋନ୍ କରୁଥାଏ ସେ ଫୋନ୍ ଉଠେଇଲେ ନାହିଁ । ମାତ୍ର ଭାଗ୍ୟ ବଶତଃ ଅମର ର ସାଙ୍ଗ ସୁଧୀର ବୁନି ସହିତ ଦେଖା ହେଲା । ସେ ଆଙ୍ଗୁଳି ଦେଖେଇ କହିଲା ସେଠୀ ଯା ଅମର ର ବାପା ଅଛନ୍ତି, ମୁଁ ଯାଉଛି କିଛି ସାଙ୍ଗକୁ କଲ୍ କରୁଛି। ବୁନି ପଚାରିଲା କଣ ହେଲା?? ସୁଧୀର କହିଲା ତୁ ସେଠୀ ଯା ମୁଁ ବାହାରକୁ ଯାଉଛି ଏଠି ନେଟୱର୍କ ନାହିଁ । କହି ସୁଧୀର ବାହାରକୁ ଦଉଡ଼ି ଗଲା।

ବୁନି ସେଠୀ ପହଞ୍ଚିଲା ପରେ ଜାଣିବାକୁ ପାଇଲା ଯାଏ ଅମର ଏବେ OT ରେ ଅଛି ଏବଂ ତାକୁ B+ ର ରକ୍ତ ଦରକାର । ବୁନି ପଚାରିଲା କଣ ହୋଇଛି ଅଙ୍କଲ ? ଅମର ର ବାପା କହିଲେ ତାକୁ ବ୍ଲଡ଼ କ୍ୟାନ୍ସର ହୋଇଛି । ତୋତେ କଣ ଅମର କହିନି କି?? ଏବଂ ତାକୁ ଏବେ ବ୍ଲଡ ନିହାତି ଦରକାର । ବୁନି ଅମର ର ବ୍ଲଡ଼ କ୍ୟାନ୍ସର କଥା ଶୁଣି ସେ ଯେମିତି ନିର୍ଜୀବ ହୋଇଗଲା । ଅଙ୍କଲ ବୁନି କୁ ହଲେଇ କହିଲେ କଣ ହେଲା ମା?? ବୁନି କହିଲା , ନାହିଁ ଅଙ୍କଲ କିଛି ନାହିଁ କହି ତାର ଆଖିରୁ ଦୁଇ ଟୋପା ଲୁହ ବହିଗଲା । ବୁନି କହିଲା, ଅଙ୍କଲ୍ ମୁଁ ରକ୍ତ ଦେବୀ । ଅଙ୍କଲ କହିଲେ ନାହିଁ ମା ତୁ ଏମିତି ରେ ପତଳା । ତୁ ଯଦି ରକ୍ତ ଦେବୁ ତେବେ ତୋର ଦେହ ଖରାପ୍ ହୋଇ ପାରେ । ବୁନି କହିଲା, ପ୍ଲିଜ୍ ଅଙ୍କଲ ମୁଁ ଦେବାକୁ ଚାହୁଁଛି ।

ବୁନି ର ବାଧ୍ୟକତା ଆଗରେ ଅଙ୍କଲ ଅନୁମତି ଦେଲେ । ବୁନି ଯାଇ ପହଞ୍ଚିଲା ଅମର ପାଖରେ । ଅମର ଆଖି ବନ୍ଦ କରି ଶୋଇଛି ଏବଂ ଡାକ୍ତର କିଛି ଟେଷ୍ଟ ପରେ ତାକୁ ପାଖ ବେଡ ରେ ଶୋଇବାକୁ କହିଲେ ଏବଂ ବୁନି କେବଳ ଅମର କୁ ଦେଖୁଥାଏ । ରକ୍ତ ଦେବା ର ପ୍ରସ୍ତୁତି ଆରମ୍ଭ ହେଲା । ବୁନି ଅଳ୍ପ ଆଖି ବନ୍ଦ କରି ଅମର କଥା ମନେ ପକେଇ ବାକୁ ଲାଗିଲା । ଆଖିରେ ତାର ଲୁହ ଥାଏ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…

ଦ୍ଵିତୀୟ ଭାଗ ପଢ଼ିବା ପାଇଁ କ୍ଲିକ୍ କରନ୍ତୁ

If the contents are helpful to share them with your friends, Thanking You.