Tag Archives: #ଓଡ଼ିଆ_କବିତା

କଥା ରଖିଛି (By. Nilamadhab)

କଥା ରଖିଛି
ତୁ କେମିତି ବୁଝିଥାନ୍ତୁ
ମୁଁ କଣ ଚାହେଁ
ତୋତେ କେବଳ ଧନ ଦରକାର ଥିଲା ନା
କଣ ନଥିଲା ମୋର
ବଙ୍ଗଳା, ଗାଡି କିମ୍ବା ଅସରନ୍ତି
ଧନ ନଥିଲା ସିନା
ଭଲ ମନ ଟେ ତ ଥିଲା
ଗର୍ବି ତ ନଥିଲି..
ତଥାପି ତୋ ଗର୍ବ ମନକୁ
ମୁଁ ସର୍ବଦା ଶାନ୍ତନା ଦେଇ ଆସିଥିଲି
କିନ୍ତୁ ଶେଷରେ ଧୋକା ଶବ୍ଦ ଟିକୁ
ଉପହାର ଦେଇ ଛାଡ଼ି ଚାଲିଗଲୁ
ଏ ଦୁନିଆରୁ…
ଅନ୍ଧାର କରିଦେଲୁ
ସବୁଦିନ ଆଉ ସବୁ ରାତି,
ଏତେ ସ୍ୱାର୍ଥପର ହେବା
ଠିକ୍ ହେଲାନି ତୋର…
କିନ୍ତୁ ମୁଁ ସ୍ୱାର୍ଥପର ନଥିଲି
ଆଜି ମୁଁ ତୋ ଇଚ୍ଛା
ପୂରଣ ପାଇଁ ଆସିଛି
ତୋ କବର ପାଖେ
କେତେ ଫୁଟ ର ସ୍ଥାନ ନେବାକୁ…
କାରଣ କଥା ଦେଇଥିଲି ନା
ବିବାହ ବେଦିରେ
ଆଜି ସେ କଥା ରଖୁଛି
ତୋ କବର ପାଖେ…
ନିଜର କବର କୁ ସ୍ଥାନ ଦେଇ..
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…
If the contents are helpful to share them with your friends, Thanking You.

ଅଟଳ ସମ୍ପର୍କ ( Atal Sampark)

ଅଟଳ ସମ୍ପର୍କ
ଅଟଳ ସମ୍ପର୍କ




କିଛି କ୍ଷଣ ହେଉପଛେ
ଭରିଥିଲା ମଳୟ ପବନ
ମାଦକତା ର ମଧୂପ ମୁହୂର୍ତ୍ତ
ଆତ୍ମିୟତା ର ଆଶ୍ୱାସନା
ସମ୍ବାବନାର ସଂଯୋଗ ।
କେଜାଣି କାହିଁକି ସେଦିନଠୁ
ମୋ ଠୁ ଦୂରେଇ ଗଲା ଆକାଶ
ଘୁଞ୍ଚି ଗଲା ପାଦତଳୁ ମାଟି
ଆଗାମୀ କାଲିର ସ୍ଥାପତ୍ୟ ;
ସଂଧ୍ୟା ଲଗ୍ନ ଯନ୍ତ୍ରଣା ରେ ଜର୍ଜରିତ
ନିମିଷକେ ଆଙ୍କିଦେଲା
ଧ୍ୱଂସ ସ୍ତୁପର ଭୟଙ୍କର ନକସା
ପରାସ୍ତ ପୁରୁଷର
ଶେଷ ହସ୍ତାକ୍ଷର ପୂର୍ଣ୍ଣଛେଦ ପରି ।
ଭିଜେଇ ଦେଲା ପ୍ରତିଟି
ସଂଜ୍ଞାହୀନ ଚେତନାକୁ
ସୃଜନ ଶୀଳ ସୃଷ୍ଟିର ସୁତ୍ର ସବୁ ।
ମର୍ଯ୍ୟାଦା ର ମିଥ୍ୟା ଆଡ଼ମ୍ବର
ଆଗ୍ନେୟ ସ୍ୱାହା କହି ଜାଳିଦେଲ
ଇର୍ଷା-ଅବିଶ୍ୱାସ-ଛଳନାରେ
ଅତିତର ସମୃଦ୍ଧ ଇତିହାସ
ଶାନ୍ତିର ସଂହିତା
ଅଟଳ ସମ୍ପର୍କ…


ମନୋଜ କୁମାର ବେହେରା
ଙ୍କ କଲମ ମୁନରୁ….