Tag Archives: #ଗଳ୍ପସମାହାର

ହୀରା ଓ ମାଛ

#ଓଡ଼ିଆ,#ଗଳ୍ପସମାହାର,#ପୂଜା ସ୍ୱାଇଁ,#ଶିଶୁଗଳ୍ପ,#bhuyansblog,
ହୀରା ଓ ମାଛ
ଗୋଟିଏ ଗ୍ରାମରେ ଜଣେ ଭିକ୍ଷୁକ ଦରିଦ୍ର ନିଜ ପରିବାର ସହିତ ବାସ କରୁଥିଲା । ନାମ ଥିଲା ବନମାଳୀ । ପତ୍ନୀ ଓ ଚାରି ଝିଅ ସହିତ ଦୁଃଖରେ ଦିନ ବିତୁଥିଲା । ବଡ ଝିଅ ରାଧା, ମୀରା, ହୀରା ଓ ଚତୁର୍ଥ ଝିଅ ସୋମା । ଚାରି ଜଣକ ଭିତରେ ବଡ ଥିଲା ବହୁତ୍ ଗର୍ବି । ଦ୍ୱିତୀୟ ବହୁତ୍ ଅଳସେଇ କିନ୍ତୁ ହୀରା ବହୁତ୍ ଉପକାରୀ ଏବଂ ସୋମା ଖାଇବା ପ୍ରେମୀ, କିଏ ଖାଉ ଅବା ନ ଖାଉ ତା ପେଟ ପୂରିବା ଦରକାର।
 
ଦିନେ ବାପା ବଣକୁ କାଠ ସଂଗ୍ରହ ପାଇଁ ବାହାରିଲେ ।ସାଙ୍ଗରେ ଯିବା ପାଇଁ ବଡ ଝିଅ ରାଧା କୁ ଡାକିଲେ କିନ୍ତୁ ସେ ରୋକ୍ ଠୋକ୍ ମନା କରିଦେଲା । ବାପା ମୀରା କୁ ଡାକିଲେ ସେ ମଧ୍ୟ ମନା କରିଦେଲା କହିଲା ମୋତେ ନିଦ ଲାଗିଲାଣି ମୁଁ ଯିବି ନାହିଁ । ବାପା ଆଉ କାହାକୁ ନ କହି ନିଜେ ନିଜେ ବାହାରିଲେ ଯିବା ପାଇଁ ସେଇ ସମୟରେ ହୀରା ଆସି କହିଲା, ବାପା ମୁଁ ତମ ସହିତ ଯିବି । ବାପା ହୀରା ର ଇଚ୍ଛା ଶୁଣି ଖୁସି ହେଲେ ଏବଂ ହୀରା ସହିତ ବଣ କୁ ଗଲେ । ସେଠୀ କାଠ ସହ ଅନେକ ମିଠା କୋଳି ଏବଂ ଫଳ ମଧ୍ୟ ନେଇ ଆସିଲେ । ସାନ ଝିଅ ତ ଖାଦ୍ୟ ଲୋଭି ଥିଲା, ଫଳ ଦେଖୁ ଦେଖୁ ଦୁଇଟି ଫଳ ରଖି ସବୁ ଗୁଡିକ ଖାଇନେଲା । ହୀରା ସେ ଫଳ ଦୁଇଟିକୁ କାଟି ନିଜେ ନ ଖାଇ ଅନ୍ୟ ଦୁଇ ଭଉଣୀ କୁ ତଥା ବାପା ମା ଙ୍କୁ ଦେଲା କିନ୍ତୁ ବାପା ହୀରା ର ଉପକାରୀ ଏବଂ ଉତ୍ତମ ମନୋଭାବ ଦେଖି ବାପା ହୀରା କୁ ନିଜ ଫଳରୁ ଅଳ୍ପ ଦେଲେ ଏହା ଦେଖି ବାକି ସମସ୍ତେ ମଧ୍ୟ ହୀରା କୁ ଅଳ୍ପ ଅଳ୍ପ ଫଳ ଦେଲେ ଏବଂ ଖୁସିରେ ଖାଇଲେ ।
 
ରାଧା ଅନ୍ୟ ଭଉଣୀ ମାନଙ୍କୁ ଘୃଣା କରେ । କାରଣ ସେ ଦେଖିବାକୁ ବହୁତ୍ ଗୋରା ଆଉ ସୁନ୍ଦର ସେଥିପାଇଁ ସେ ନିଜକୁ ନେଇ ବହୁତ୍ ଗର୍ବ କରେ । ହୀରା ଦେଖିବା କୁ କଳା ଥିଲା କିନ୍ତୁ ଶାନ୍ତ ସରଳ ଥିଲା । ବାପା ମାଙ୍କ ର ମଧ୍ୟ ବହୁତ୍ ଭଲ ଝିଅ ଥିଲା । ଅନ୍ୟ ଭଉଣୀ ମାନଙ୍କ ଠାରୁ ବହୁତ୍ ଅଲଗା । ହୀରା ଦିନେ ଗାଧେଇବା ପାଇଁ ନଦୀକୁ ଗଲା । ସେଠୀ ଦେଖିଲା ଗୋଟିଏ ବିରାଟ ବଡ ମାଛ ପାଣି ଭିତରୁ ବାହାରି ଆସି ବାହାରେ ଛାଟି ପିଟି ହେଉଛି । ମାଛକୁ ଦେଖି ତାର ଦୟା ଆସିଲା। ହୀରା ମାଛ ଟିକୁ ହାତରେ ଉଠେଇ ନଦୀ କୂଳରେ ଛାଡ଼ି ଆସିଲା । ମାଛ ମଧ୍ୟ ଖୁସି ହୋଇ ନଦୀ ପାଣିରେ ଖେଳିଲା ଏବଂ ହଠାତ୍ ସେ ମାଛ ଟି ହୀରା ଗାଧୋଇବା ପାଣି ତୁଠକୁ ଆସି ହୀରା କୁ ଧନ୍ୟବାଦ୍ ଜଣାଇଲା । ହୀରା ଆଶ୍ଚର୍ଯ୍ୟ ରେ ମାଛକୁ ଚାହିଁ ରହିଲା । ମାଛ କହିଲା ଚିନ୍ତା କରନି ଝିଅ ମୁଁ ମଧ୍ୟ ମଣିଷ ଭଳି କଥା ହୋଇପାରେ ଏବଂ ତୁମ ପରି ଦୟାବାନ ଏବଂ ପରୋପକାରୀ ଝିଅ କୁ ମୁଁ ପ୍ରଥମ କରି ଦେଖିଲି । ଏହି ସମୟରେ ଯଦି ଅନ୍ୟ କିଏ ରହିଥାନ୍ତା ତେବେ ମୋତେ ମାରି ଖାଇ ଦେଇଥାନ୍ତା । ଏତିକି କହି ସେ ପାଣି ଭିତରକୁ ଚାଲି ଗଲା । ହୀରା ମଧ୍ୟ ଗାଧୋଇ ଘରକୁ ଫେରି ଆସିଲା । ଏହି କଥା ସେ ଘରେ କାହାକୁ ଜଣେଇ ନଥିଲା ।
 
ଦିନେ ହୀରା ଓ ତାର ବାପା ମିଶି ପାଖ ଗ୍ରାମକୁ ଭିକ୍ଷା ମାଗିବା କୁ ବାହାରିଲେ । ଗୋଟିଏ ଗ୍ରାମ ପରେ ଅନ୍ୟ ଏକ ଗ୍ରାମକୁ ଯିବା ବାଟରେ ବହୁତ୍ ବଡ ଜଙ୍ଗଲ ପଡ଼ିଲା ବାପା ଝିଅ ବହୁତ୍ ଡରିଯାଇଥିଲେ ଯେ ଏତେ ବଡ ଜଙ୍ଗଲରୁ କେମିତି ପାରି ହେବେ କିନ୍ତୁ ଅଳ୍ପ ଭିକ୍ଷା ଯୋଗୁ ସେ ଆଗକୁ ଯିବା ପାଇଁ ବାହାରିଲେ । ଜଙ୍ଗଲ ମଧ୍ୟରେ ହଠାତ୍ ଜଣେ ଲୋକ ର ଚିତ୍କାର ଶୁଣାଗଲା । ବାପା, ଝିଅ ସେହି ସ୍ୱର ଆଡ଼କୁ ଆଗେଇ ଚାଲିଲେ । ସେଠୀ ଦେଖିଲେ ଯେ ସେ ରାଜ୍ୟର ରାଜା ଙ୍କୁ ବାଘ ଆକ୍ରମଣ କରୁଥିଲା । ସେ ସବୁ ଦେଖି ହୀରା ମନରେ ଭାବିଲା କେମିତି ହେଉ ପଛେ ବାଘ ଠାରୁ ରାଜା ଙ୍କୁ ବଞ୍ଚାଇବାକୁ ପଡ଼ିବ । ସେ ନିଜ ପାଖରେ ଥିବା ଚାଉଳ ଏବଂ ଫଳ ମୂଳ କୁ ଅଜାଡ଼ି ସେ କପଡା ରେ ଗୋଟିଏ ପଥର ବାନ୍ଧିଲା ।
 
ଯେତେବେଳେ ବାଘ ରାଜା କୁ ପୁଣି ଆକ୍ରମଣ କରିବାକୁ ଆସିଲା ହୀରା ସେ ପଥର କୁ ବାଘ ପାଟିକୁ ଫୋପାଡି ଦେଲା । ପଥର ଯାଇ ବାଘର ତଣ୍ଟି ଭିତରେ ଅଟକି ଗଲା। ସେଠୀ ବାଘ ନିରୁପାୟ ହୋଇ ରାଜା କୁ ଆକ୍ରମଣ ଛାଡ଼ି ତଣ୍ଟି ରେ ଲାଗିଥିବା ପଥର କୁ ବାହାର କରିବା ପାଇଁ ଚିତ୍କାର କରିଲା । ଠିକ୍ ସେତିକିବେଳେ ରାଜା ର ପ୍ରହରୀ ମାନେ ସେଠୀ ପହଞ୍ଚି ଗଲେ । ଶସ୍ତ୍ର ତଥା ଜଣ ଗହଳି ଦେଖି ବାଘ ସେଠୁ ଜୀବନ ବଞ୍ଚେଇ ବଣ ଭିତରକୁ ଦଉଡ଼ି ଗଲା । ବାଘ ଆକ୍ରମଣ ଫଳରେ ରାଜା ଙ୍କ ଦେହର ବହୁତ୍ ସ୍ଥାନରେ କ୍ଷତ ହୋଇଥିଲା । ହୀରା ପାଖରେ ଥିବା କିଛି ପତ୍ର ତଥା କିଛି ଫଳ କୁ ପେଶି ରାଜାଙ୍କ ଦେହର କ୍ଷତ ଜାଗାରେ ଲଗେଇ ଦେଲା।
 
ବାଘ ଆକ୍ରମଣ ଯୋଗୁ କ୍ଷତ ସ୍ଥାନ କଷ୍ଟ ଦେଉଥାଏ କିନ୍ତୁ ସେ ଜଡ଼ିବୁଟି ର ପ୍ରଭାବ ରେ ରାଜା ଆରାମ ଅନୁଭବ କରିଲେ ଏବଂ ହୀରା କୁ ନିଜର ପରିଚୟ ପଚାରିଲେ। ହୀରା ପରିଚୟ ରେ ନିଜ ତଥା ବାପା ଙ୍କ ପରିଚୟ ଜଣାଇଲା। ରାଜା ହୀରା ର ସେବା ତଥା ସାହସ ଦେଖି ବହୁତ୍ ଖୁସି ହେଲେ ଏବଂ ଧନ୍ୟବାଦ୍ ଜଣେଇ କହିଲେ ଏପରି ସାହସୀ ଝିଅ ମୋ ରାଜ୍ୟରେ ଅଛନ୍ତି ଜାଣି ବହୁତ୍ ଖୁସି ଲାଗୁଛି। ମୁଁ ଏ ସାମ୍ରାଜ୍ୟ ର ରାଜା । ଜଙ୍ଗଲ କୁ ଶିକାର ନିମନ୍ତେ ଆସି ବାଘର ଶିକାର ହେବାକୁ ବସିଥିଲି କିନ୍ତୁ ମୋ ଭାଗ୍ୟ ଭଲ ଯେ ତୁମ ଭଳି ସାହସୀ ଝିଅ ଠିକ୍ ସମୟରେ ଆସି ମୋ ଜୀବନ ବଞ୍ଚାଇ ଦେଲ ।
 
ସେଠୀ ରାଜା ତାଙ୍କୁ ଆଶୀର୍ବାଦ ଦେଇ କହିଲେ ଏଭଳି ଝିଅ ମୋ ରାଜମହଲ ର ସଦସ୍ୟ ହେବ । ମୋ ପୁତ୍ର ପାଇଁ ଉତ୍ତମ ଏବଂ ସାହସୀ ଝିଅ ର ଆବଶ୍ୟକତା ଥିଲା ଏବଂ ମୁଁ ଘୋଷଣା କରି କହୁଛି ଯେ ହୀରା ମୋ ପୁତ୍ର ବଧୂ ହେବ ଏବଂ ବନମାଳୀ କୁ ନିଜର ପୁତ୍ର ବଧୂ ର ବାପା ହିସାବରେ ସମ୍ମାନ ଦେଇ କହିଲେ । ହୀରା କୁ ମୋ ପୁତ୍ର ବିବାହ କରିବ ଏବଂ ଆସନ୍ତା ଉତ୍ତମ ତିଥି ରେ ଆମେ ଆପଣ ଙ୍କ ଘରକୁ ମୋ ପୁଅ ପାଇଁ ପ୍ରସ୍ତାବ ନେଇ ଆସିବୁ । ଏତିକି କହି ରାଜା ରଥ ଉପରେ ବସି ଯିବାକୁ ବାହାରିଲେ ।
ହୀରାର ବାପା ଏତିକି କଥା ଶୁଣି ଖୁସି ହେଇଗଲେ କିନ୍ତୁ ରାଜା ଙ୍କୁ କହିଲେ କି ଆପଣଙ୍କର ରାଜମହଲ ଆମର ଝାଟି ମାଟିର ଘର ତା ସାଙ୍ଗକୁ ଆମେ ଛଅ ପ୍ରାଣୀ । ଦୁଇ ବୋଳି ଦୁଇ ମୁଠା ଖାଇବାକୁ ପାଉ ନାହୁଁ । ଯଦି ଆପଣ ହୀରା କୁ ପୁତ୍ର ବଧୂ ଭାବରେ ଗ୍ରହଣ କରିବେ ତେବେ ବାପା ର କର୍ତ୍ତବ୍ୟ ହିସାବରେ ମୁଁ ଦେବାକୁ ଅକ୍ଷମ ମହାରାଜ!!! ଏହି କଥା ଶୁଣି ରାଜା ଅଳ୍ପ ହସି କହିଲେ । ମୁଁ ତ ଆପଣଙ୍କ ଠାରୁ ଝିଅ ନେବି ନାହିଁ ଗୋଟିଏ ମୂଲ୍ୟବାନ ହୀରା ଖଣ୍ଡ ନେଇକି ଯିବି ମୋ ରାଜ ମହଲ କୁ, ମୋର ଆଉ କିଛି ଦରକାର ନାହିଁ । ଏହି କଥାରେ ହଁ ଭାରି ବନମାଳୀ ରାଜା ଙ୍କୁ ପ୍ରଣାମ କରି ନିଜ ଘରକୁ ଫେରିଲା । ରାଜା ରାଜ ମହଲ କୁ ଆସି ନିଜ ସ୍ତ୍ରୀ ଆଉ ପୁତ୍ରକୁ ଘଟଣା ତଥା ହୀରା ବିଷୟରେ ସବୁ କଥା ଜଣାଇଲେ । ସ୍ତ୍ରୀ ହୀରା କଥା ଶୁଣି ଖୁସି ହୋଇଗଲେ । କିନ୍ତୁ ପୁତ୍ର ଦ୍ବନ୍ଦରେ ପଡ଼ିଲେ ହୀରା କେମିତିକା ହୋଇଥିବ ? ରାଜା କହିଲେ ଆମେ ସମସ୍ତେ ଆସନ୍ତା ଗୁରୁବାର ଦିନ ତାଙ୍କ ଘରକୁ ଯାଇ ଦେଖି ଆସିବା ।
ଏପଟେ ବନମାଳୀ ମଧ୍ୟ ନିଜ ସ୍ତ୍ରୀ କୁ ଆସି କହିଲେ । ସ୍ତ୍ରୀ ବହୁତ୍ ଖୁସିହେଲେ ନିଜ ଝିଅ କୁ ରାଜପ୍ରାସାଦ ରେ ବାହା ଦେବେ ବୋଲି । ଆଉ ସାନ ଭଉଣୀ ବି ବହୁତ୍ ଖୁସି ହେଲା । ଯେ ତାକୁ ଭଲ ଭଲ ଖାଦ୍ୟ ଖାଇବାକୁ ମିଳିବ ବୋଲି କିନ୍ତୁ ଏଠି ବଡ ଦୁଇ ଝିଅ ଖୁସି ନଥିଲେ । ସେ ଦୁହେଁ ସେଠାରୁ ରାଗି ଚାଲିଆସି ବାହାରେ ବସିଲେ । ରାଧା ଭାବିଲା ମୁଁ ଏତେ ସୁନ୍ଦରୀ ହୋଇ ମଧ୍ୟ ମୋତେ ରାଜା ପ୍ରାସାଦ ରେ ରାଣୀ ହେବା କଥା କିନ୍ତୁ ସେ କାଳିଆ ପୋଡ଼ି ରାଣୀ ହେବ ଏବଂ ତାହା ମୁଁ ହେବାକୁ ଦେବୀ ନାହିଁ । ସେ ଦୁହେଁ କଥାହେଲେ ଆମେ ଏଠି ଚାଳ ଘରେ ରହିବା ସେ ଯାଇ ରାଜମହଲ ରେ ରହିବ । ରାଜାଙ୍କ ପୁତ୍ର କୁ ବାହାହେବ ଏହା ଅସମ୍ଭବ । ଏହା କହି ଦୁଇ ଭଉଣୀ ଗୋଟିଏ ଉପାୟ ପାଞ୍ଚିଲେ ।ବଡ ଭଉଣୀ କହିଲା ଚାଲ ଆମେ ତାକୁ ନେଇ ନଦୀକୁ ଠେଲିଦେବା । ସେଠୀ ଅଧିକ ପାଣି ଅଛି ସେଠୁ କେବେ ସେ ବାହାରି ଆସି ପାରିବନି ଏବଂ ଘରେ ଆସି କହିବା ସେ ନଦୀ ପାଣି ରେ ଭାସି ଗଲା ଏବଂ ରାଜା ପୁଅ ଯେବେ ଆସିବ ସେ ମୋତେ ଦେଖି ପସନ୍ଦ କରିଦେବ ଏବଂ ଆମେ ଦୁହେଁ ରାଜା ପୁଅ କୁ ମିଶି ବିବାହ କରିବା । ମୀରା କହିଲା ବିବାହ କରିବୁ ତୁ ମୋତେ ସେ କେମିତି ଦ୍ଵିତୀୟ ବିବାହ କରିବେ । ରାଧା କହିଲା ତୁ ମୋର ଗେଲୀ ଭଉଣୀ । ରାଜା ପୁଅ ଯଦି ମୋତେ ବିବାହ କରିବ ତେବେ ମୁଁ ସେଠୀ ସର୍ତ୍ତ ରଖିବି ଯଦି ମୋତେ ବିବାହ କରିବ ତେବେ ମୋ ଭଉଣୀ କୁ ମଧ୍ୟ ରାଣୀ କରିବାକୁ ପଡ଼ିବ । ସେତେବେଳେ ରାଜା ପୁଅ କୁ ମୁଁ ପସନ୍ଦ ହୋଇ ସାରିଥିବି ଏବଂ ତୋତେ ମଧ୍ୟ ସେ ବିବାହ କରିବାକୁ ମନା କରିବେ ନାହିଁ ।
 
ଏମିତି ଦୁହେଁ ଉପାୟ ପାଞ୍ଚି ତା ପର ଦିନ ହୀରା କୁ ନେଇ ଦୁହେଁ ନଦୀକୁ ଠେଲି ଦେଲେ । ହୀରା ମଧ୍ୟ ପାଣିରେ ପହଁରି ପହଁରି ଥକିଗଲା ଶେଷରେ ସେ ନଦୀ ଗଭୀର ରେ ପହଞ୍ଚିଲା। ଦୁଇ ଭଉଣୀ ଘରକୁ ଗଲେ ଏବଂ ମିଛରେ କହିଲେ ତାର ଗୋଡ଼ ଖସି ଗଲା ଏବଂ ନଦୀ ରେ ଭାସି ପଳେଇଲା। ଆମେ ବହୁତ୍ ଚେଷ୍ଟା କରିଲୁ କିନ୍ତୁ ବଞ୍ଚେଇ ପାରିଲୁ ନାହିଁ । ଏହା ଶୁଣି ବାପା ମା ଏବଂ ସାନ ଭଉଣୀ ଦଉଡ଼ି ଆସିଲେ ଦେଖିଲେ ହୀରା ନାହିଁ ଏବଂ ସମସ୍ତେ ମନ ଦୁଃଖରେ ଘରକୁ ଫେରିଲେ । ବନମାଳୀ ଭାବୁଥାଏ ଏପଟେ ହୀରା ନଦୀରେ ଭାସି ଗଲା ଏବଂ ରାଜା ପୁଅ ଆସନ୍ତା କାଲି ଆସିବ କଣ କରିବି ବୋଲି ଭାବୁଥାଏ ଏବଂ କାନ୍ଦୁଥାଏ ।
କିନ୍ତୁ ସେପଟେ ରାଧା ଏବଂ ମୀରା ର ଉପାୟ ବିଫଳ ହୋଇଗଲା । ସେହି ନଦୀରେ ଦିନେ ଯେଉଁ ମାଛ କୁ ହୀରା ବଞ୍ଚେଇ ଥିଲା ସେ ଥିଲା ମତ୍ସ୍ୟ ରାଜା ଙ୍କ ପୁତ୍ର । ସେ ମାଛ ହୀରା କୁ ଦେଖି ଚିହ୍ନି ତାକୁ ନିଜ ମତ୍ସ୍ୟ ସାମ୍ରାଜ୍ୟ କୁ ନେଇ ଗଲା ସେଠୀ ସେ ମତ୍ସ୍ୟ ରାଜା କୁ ହୀରା ବିଷୟରେ କହିଲା। ସେଦିନ ଛଞ୍ଚାଣ ପଂଝା ରୁ ଖସିଲା ପରେ ହୀରା ମୋତେ ନଦୀରେ ଛାଡି ମୋତେ ନୂଆ ଜୀବନ ଦେଇଥିଲା । ଏହା ଶୁଣି ମତ୍ସ୍ୟ ରାଜା ଖୁସି ହେଲେ ଏବଂ ହୀରା କୁ ପାଣି ଭିତରୁ ଉଦ୍ଧାର କରି ହୀରା କୁ ଜୀବନ ଦାନ ଦେଲେ । ସେଠୀ ହୀରା ଜୀବିତ ହେଲା ପରେ ନିଜ ସହିତ ବିତି ଥିବା ଘଟଣା କୁ ମତ୍ସ୍ୟ ରାଜା ଆଗରେ ପ୍ରକାଶ କରିଲା । ହୀରା କଥା ଶୁଣି ମତ୍ସ୍ୟ ରାଜା ହୀରାକୁ ବହୁତ୍ ସୁନ୍ଦରୀ ହେବାର ବରଦାନ ଦେଲେ । ଏହା ଦେଖି ହୀରା ଆଶ୍ଚର୍ଯ୍ୟ ହୋଇଗଲା, ନିଜକୁ ଦେଖି ବହୁତ୍ ଖୁସି ହେଇଗଲା । ହୀରା ମତ୍ସ୍ୟ ରାଜା କୁ ପଚାରିଲେ ଏହା ତୁମେ କିପରି କରିପାରିଲ ? ମତ୍ସ୍ୟ ରାଜା କହିଲେ ଭଗବାନଙ୍କ ଠାରୁ ମୋତେ ବରଦାନ ମିଳିଥିଲା । ମୁଁ ଏଇ ଜଳ ରେ ମାଛ ମାନଙ୍କର ରାଜା ସବୁ ମାଛ ଙ୍କ ସୁରକ୍ଷା ମୋ ଦାୟିତ୍ଵ । ଆଉ ହଁ ବର ମିଳିଛି କିନ୍ତୁ ଆମ ପରିବାର ସୁରକ୍ଷା ପାଇଁ ନୁହଁ ଅନ୍ୟମାନଙ୍କ ସେବା ପାଇଁ । ଏହି ବର କୁ ମୁଁ ତୁମ ଉପରେ ପ୍ରୟୋଗ କରିଲି । ଏହା ଶୁଣି ହୀରା ବହୁତ୍ ଖୁସି ହେଲା ଆଉ ପାଣି ଭିତରୁ ବାହାରି ଆସିଲା ।
ସେ ଦୁଇ ଭଉଣୀ ମିଛ କାନ୍ଦଣା ସହିତ ଘରେ ଅଭିନୟ କରୁଥିଲେ । ହୀରା ପହଞ୍ଚିଲା ଘରେ । ସମସ୍ତେ ହୀରା କୁ ଦେଖି ଖୁସି ହେଲେ କିନ୍ତୁ ରାଧା ଆଉ ମୀରା ଖୁସୀ ହେଲେ ନାହିଁ ଏବଂ ଦୁହେଁ ବହୁତ୍ ଡରିଯାଇଥିଲେ । କାଳେ ହୀରା ବାପା ମା ଙ୍କୁ ସବୁ ସତ କଥା କହିଦେବ ହେଲେ ହୀରା ଏତେ ଭଲ ଝିଅ ଥିଲା ଯେ କିଛି ବି ସତ କଥା ବାପା ଙ୍କୁ କହିଲା ନାହିଁ । ମାଛ ସୁନ୍ଦରୀ କରିବା କଥା ହିଁ କହିଲା ।
 
ହୀରା ସୁନ୍ଦରୀ ହେବାର ଦେଖି ବାପା ମା ବହୁତ୍ ଖୁସି ହେଲେ । ପର ଦିନ ରାଜା ପୁଅ ଆସି ଦେଖିଲେ ଏବଂ ହୀରା କୁ ପସନ୍ଦ ମଧ୍ୟ କରିଲା । ରାଜା ହୀରା କୁ ଦେଖି ଆଶ୍ଚର୍ଯ୍ୟ ହେଲେ କିନ୍ତୁ ବନମାଳୀ ସବୁ ସତ କହିଦେଲା ତେବେ ରାଜା ମଧ୍ୟ ଖୁସି ହୋଇଗଲେ। ରାଜା ତିଥି ଅନୁସାରେ ଦୁହିଙ୍କ ବିବାହ ସମ୍ପନ୍ନ କରିଲେ ଏବଂ ସେ ରାଜ ମହଲ ରେ ସମସ୍ତଙ୍କୁ ରହିବାକୁ ସ୍ଥାନ ଦିଆଗଲା ।ସେ ଦୁଇ ଭଉଣୀ ମଧ୍ୟ ନିଜ ଭୁଲ କୁ ବୁଝି ପାରିଲେ ଏବଂ ମନ ଖରାପ କରି ହୀରା କୁ କ୍ଷମା ମାଗିଲେ । ହୀରା ର ଅନୁରୋଧ କ୍ରମେ ରାଜକୁମାର ତାଙ୍କ ଭଉଣୀ ମାନଙ୍କୁ ଅନ୍ୟ ଦେଶର ରାଜକୁମାର ସହିତ ବିବାହ କରେ଼ଇଲେ ।
ଏବଂ ଦୁଇ ପରିବାର ଖୁସିରେ ଜୀବନ ବିତେଇଲେ ।
 
ମୁଖ୍ୟ ବିନ୍ଦୁ:-
୧. ଗର୍ବ କରିବା ଅନୁଚିତ୍ ।
୨. ପରୋପକାରୀ ହେବା ଦରକାର ।
୩. ମିଛ କହି କାହାକୁ ବିପଦ ରେ ପକେଇବା ଅନୁଚିତ୍ ।
 
 
ପୂଜା ସ୍ୱାଇଁ ( ଲେଖିକା )
ଗଞ୍ଜାମ, ଓଡ଼ିଶା ।
If the contents are helpful to share them with your friends, Thanking You.