@ ସମସ୍ୟା କୁ ନେଇ ବେଶୀ ଚିନ୍ତା କରନ୍ତୁ ନାହିଁ ।
@ ସମସ୍ୟା ଆସିବ ଏବଂ ଠିକ୍ ସମୟରେ ତାର ଉପଚାର ମଧ୍ୟ ବାହାରିବ ।
@ କେତେ ବଡ ସମସ୍ୟା ଆସୁ, ସବୁ ସମସ୍ୟା ପାଇଁ କୌଣସି ନା କୌଣସି ସ୍ଥାନରେ ସମାଧାନ ପାଇଁ ରାସ୍ତା ଅଛି ।
@ ସମସ୍ୟା କୁ ଦେଖି ହତାଶ ହେବା ଅନୁଚିତ୍ ।
@ ସମସ୍ୟା କୁ ଚିନ୍ତା ରେ ନ ବଦଳାଇ ତାକୁ ସାଧାରଣ କାର୍ଯ୍ୟ ରୂପରେ ନିଅନ୍ତୁ ।
@ ଦେଖିବେ ସେ ସମସ୍ୟା ମଧ୍ୟ ସରଳ ଲାଗିବ ।
@ ତେବେ ଆପଣ ମଧ୍ୟ ଏମିତି ସମସ୍ୟା ରେ ଦିନ କାଟୁଛନ୍ତି କି ?
@ କଣ ଆପଣ ମଧ୍ୟ ସମସ୍ୟା ର ସମାଧାନ ଖୋଜି ପାଉ ନାହାଁନ୍ତି କି ??
ତେବେ ମୋ ସରଳ ରାସ୍ତା ଅବଲମ୍ବନ କରନ୍ତୁ କାଳେ ସମସ୍ୟା ସମାଧାନ ହୋଇ ପାରେ ।
କଣ କରିବେ ??
୧. ଶାନ୍ତ ମନରେ କୌଣସି ମନ୍ଦିର କିମ୍ବା ଦେବାଳୟ ସ୍ଥାନରେ ବସନ୍ତୁ ।
୨. କିଛି ସମୟ ଆଖି ବନ୍ଦ କରି କେବଳ ନିଜ ଭଗବାନ ଙ୍କ ମୁଖ କୁ ମନେ ପକାନ୍ତୁ ।
୩. କିଛି ସମୟ ପରେ ମନରେ ଭକ୍ତି ଜାଗ୍ରତ ନିଶ୍ଚୟ ହେବ ।
୪. ଭୁଲି ଯାଆନ୍ତୁ କିଛି ସମୟ, ନିଜକୁ, ନିଜ ପରିବାର କୁ, ନିଜ ସାଙ୍ଗ ମାନଙ୍କୁ ।
୫. ଏହା କେବଳ ସ୍ୱଳ୍ପ ସମୟ ପାଇଁ ।
୬. ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବେ ଶାନ୍ତି ଅନୁଭବ ହେବ ।
୭. ଆଖି ଖୋଲିବେ ନାହିଁ ।
୮. ବର୍ତମାନ ଭାବନ୍ତୁ ଯେ!!
ସମସ୍ୟା ଟି କେମିତି ଉପୁଜିଲା ?
କୋଉଠି ଭୁଲ ରହିଲା ?
କେମିତି ଘଟିଲା ?
କଣ କରିଥିଲେ ଠିକ୍ ହୁଅନ୍ତା ?
୯. ସମସ୍ତ ପ୍ରଶ୍ନ ର ଉତ୍ତର ଖୋଜିବାକୁ ଚେଷ୍ଟା କର ।
ହଁ ତଥାପି ସମାଧାନ ମିଳିଲା ନାହିଁ ।
୧୦. ତେବେ ଭାବନ୍ତୁ ଏମିତି କିଏ ସେ ସାଥୀ , କିଏ ସେ ଉପଦେଶ କର୍ତ୍ତା ଯାହା ପାଖରେ ସେ ସମାଧାନ ର ରାସ୍ତା ଥିବ ତା କଥା ଭାବନ୍ତୁ !
୧୧. ତାଙ୍କୁ କଣ ପ୍ରଶ୍ନ କରିବେ ସେ କଥା ଭାବନ୍ତୁ !
୧୨. ଆଶା କରୁଛି ସେହି ମନ୍ଦିର ପ୍ରାଙ୍ଗଣ ରେ ଆପଣଙ୍କ ସବୁ ସମସ୍ୟା ର ସମାଧାନ ନିଶ୍ଚୟ ହୋଇଯିବ ।
୧୩. ଏବେ ଆଖି ଖୋଲି , ନିଜ ଭଗବାନ ଙ୍କୁ ପ୍ରଣାମ କରି ସମସ୍ୟା କୁ ସମାଧାନ କରିବାରେ ଲାଗି ପଢନ୍ତୁ ।
୧୪. ହଁ ଯଦି ଆଖ ପାଖରେ ମନ୍ଦିର ନାହିଁ ତେବେ , ଆପଣଙ୍କ ଘରେ ପୂଜା ଘର ତ ନିଶ୍ଚୟ ଥିବ !
୧୫. ସେଠୀ ଆପଣ ଶାନ୍ତିରେ ବସି ପାରିବେ ।
୧୬. ସେ ସମୟରେ ନିଜ ପାଖରେ ମୋବାଇଲ ରଖିବେ ନାହିଁ । ଯଦି ପାରିବେ ସ୍ୱିଚ ଅଫ କରିଦେବେ ।
୧୭. ଗୋଟିଏ କଥା ଧ୍ୟାନ ଦେବେ ଯେ ସମାଧାନ ର ରାସ୍ତା ଖୋଜିବା ସମୟରେ ନିଜ ଗର୍ବ ଏବଂ ଅହଙ୍କାର କୁ ଭୁଲି ଯାଆନ୍ତୁ ।
୧୮. କହିବାର ତାର୍ପଯ୍ୟ ଏହା ଯେ, ସେ ସମସ୍ୟା ଆପଣଙ୍କ ଦ୍ଵାରା ସମାଧାନ ହୋଇ ପାରିଲା ନାହିଁ ବୋଲି ତ ଆପଣ ଏହି ରାସ୍ତା ଦ୍ଵାରା ସମାଧାନ ର ରାସ୍ତା ପାଇବା ପାଇଁ ଚେଷ୍ଟା କରୁଛନ୍ତି ।
୧୯. ଆଶା କରୁଛି ଆପଣକୁ ଏହି ଉତ୍ତମ ବାର୍ତ୍ତା କିଛି ରାସ୍ତା ଦେଖାଇବ !
୨୦. ଯଦି ଆପଣ ପାଖେ ଏଭଳି କୌଣସି ଉପଦେଶ କର୍ତ୍ତା ନାହାନ୍ତି ତେବେ ମୋତେ ଆପଣ ନିଜ ସମସ୍ୟା କୁ WhatsApp Link ଦ୍ଵାରା ମେସେଜ କରି କହି ପାରନ୍ତି ।
WhatsApp link https://wa.me/+918178121356
ଧନ୍ୟବାଦ
If the contents are helpful to share them with your friends, Thanking You.