*ମଣିଷ ଜୀବନ*
ଈଶ୍ୱର ମୁକ୍ତରେ ଦେଇଛନ୍ତି,
ଆମକୁ ଏହି ମାଟି, ପାଣି, ପବନ ଓ ନିଆଁ
କିଛି ଦିନ ପାଇଁ ଆସି ଅଛୁ ଆମେ ଦୁନିଆ କୁ ହୋଇ କୁଣିଆ ।
ଜାତି, ଧର୍ମ, ରାଜନୀତି ନାମେ ହୋଇଗଲୁ ଆମେ ବନ୍ଦୀ,
ଲୋଭ ମୋହ ମାୟା ରେ ପଡ଼ି ହେଇଗଲା ଆମ ଜୀବନ ଛନ୍ଦି ।
ସବୁ ସୁଖ ସୁବିଧା ଆମ ପାଖେ ଥାଇ ତଥାପି ଆମ ମନ ଅଶାନ୍ତି
ଜନ ସମୁଦ୍ରରେ ରହି ମଧ୍ୟ ଆମ ନିଜ ପାଇଁ କିଏ ଲୋକ ନାହାଁନ୍ତି ।
ଚାରିଦିନ ପାଇଁ ଲୋକଙ୍କ ନଜର ରୁ ହଟିଲେ
ଭୁଲିଯିବେ ଲୋକ ଆମକୁ
ଗୁଣ କୁ କେହି ଦେଖନ୍ତି ନାହିଁ ,
ଦେଖନ୍ତି ଆଜି ରୂପ, ରଙ୍ଗ, ବର୍ଣ୍ଣ, ଚର୍ମ କୁ ।
କିଏ କୋଉ ସମାଜ ରେ ଜନମ ନେଲେ ତାହାର କଣ ଦୋଷ
ମଣିଷ ସମାଜ ରେ ଜାତି ଧର୍ମ ର କେବେ ମେଣ୍ଟିବ ଏହି ଶୋଷ ।
ପରିବର୍ତ୍ତନ ହିଁ ଦୁନିଆ ର ନିୟମ
ନିଜ ବଞ୍ଚି ଅନ୍ୟକୁ ବଞ୍ଚିବାକୁ ଦିଅ
ସ୍ନେହ,ପ୍ରେମ, ଶ୍ରଦ୍ଧା, ସମ୍ପର୍କ ବାଣ୍ଟିକି ନିଅ ।
ଚାରି ଲୋକ କଣ କହିବେ ଭାବନ୍ତୁ ନାହିଁ ବାରମ୍ବାର
ଶିକ୍ଷା ଦୀପର ଦୂର ହେବ ମଣିଷ ସମାଜର ଅନ୍ଧକାର ।
ମାଟି ଘଟରେ ଚଳୁଛି ବୋଲି ଏହି ନିଆ ପାଣି ପବନ
ଏହା ହେଉଛି ଆମ ମଣିଷ ଜୀବନ ।
Hrusikesh Kushulia
Muniguda, Rayagada.
ତାଙ୍କ ଅନ୍ୟ କବିତା ଗୁଡ଼ିକ ମଧ୍ୟ ପଢନ୍ତୁ
ଓଡ଼ିଆ କବିତା ୫
ଓଡ଼ିଆ କବିତା ୬
ଓଡ଼ିଆ କବିତା ୭
Like this:
Like Loading...
ଚାରିପଟେ ପାଣି ରେ ଘେରା ହେ
ମଝି ରେ ଅଛି ମେଦିନି,
ତାକୁ ଯେ ଆଲୋକ ପ୍ରଦାନ କରୁଛି
ସୂର୍ଯ୍ୟ ତାରା ଆଉ ଚାନ୍ଦିନି ।
ଆକାଶ ରୁ ତୁମେ ବରଷି ଯାଅ ହେ
ହୋଇକି ବରଷା ରାଣି,
ପାତାଳ ରୁ ତୁମେ ଫୁଟି ଉଠି ଯାଅ
ହୋଇକି ଅମୃତ ପାଣି ।
ବଣ ପାହାଡ ର ପର୍ବତ ମଝିରେ
ତୁମେ ଝର ହୋଇ ଝରଣା
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରେ
ତୁମେ ଯେ ଆମ ସୁନା ଗହଣା।
ସାଗରେ ନଦୀ ମହାନଦୀ ର
ପୋଖରୀ ରେ ଯେ ତୁମରି ବାସ
ତୁମ ଆଶିର୍ବାଦ ରେ କୃଷକ ଜଗତ କୁ
ଯୋଗାଏ ଅନ୍ନ ବସ୍ତ୍ର କରିକି ଚାଷ ।
କେତେ ବେଳେ ତୁମେ ବନ୍ୟା ହୋଇ
ଉଜାଡି ଦେଉଛ ଧନ ଜୀବନ
କେତେବେଳେ ତୁମେ ମାଆ ପରି
ହୋଇ ପ୍ରଫୁଲ୍ଲିତ କର ଆମ ମନ ।
ଆମକୁ ପରିଷ୍କାର କରି
ନର୍ଦମା ରେ ତୁମେ ବୋହି ଯାଅ ବୋଲି
ଆମେ କରୁଛୁ ତୁମ କୁ ବାରଣ,
ତୁମ ପାଇ ମେଦିନି ସବୁଜ ବସ୍ତ୍ର ପିନ୍ଧି
ରଙ୍ଗ ବେରଙ୍ଗ ଫୁଲଫଳ
କରିଛି ପରା ଧାରଣ।
ତୁମ ରି ଗର୍ଭ ରେ ବିଜୁଳି ର ଜନ୍ମ
ତୁମ ବିନା କିଛି ଜଗତ ର ନାହି କର୍ମ
ପାଣି ର ସୁରକ୍ଷା ସଂରକ୍ଷଣ କରିବା
ଆସ ଆମେ ନେବା ଶପଥ,
ପାଣି ଥିଲେ ହିଁ ହଟିବ ଆମର
ଆସୁଥିବା ସବୁ ବିପଦ ।
କେଉଠି ଲୁଣିଆ ଓ କେଉଁଠି ମଧୁର
ନାହି ଯେ ତୁମର ଆକାର
ତୁମେ ହିଁ ଆମ ଜୀବନ ଆଉ ତୁମେ ହିଁ ସବୁଠି କାରଣ
ହେଉ ଅମୃତ ମୟୀ ମା
ତୁମ କୁ ହେ କୋଟି କୋଟ ନମସ୍କାର।
ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।
ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ
If the contents are helpful to share them with your friends, Thanking You.
Like this:
Like Loading...
New World with Story, Poem, Article & Experience.