Tag Archives: ଦ୍ରୌପଦୀ ମୁର୍ମୁ

ଓଡ଼ିଆ ଝିଅ ରାଷ୍ଟ୍ରପତି (ଓଡ଼ିଆ କବିତା)

 
ଓଡ଼ିଆ ଝିଅ ରାଷ୍ଟ୍ରପତି 



ଓଡିଶା ମାଟିର ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ
ଆଜାଦ ଭାରତର ପ୍ରଥମ ଆଦିବାସୀ ସେ ମୁର୍ମୁ…

ଦିନ ବିତି ଗଲା ମାସ ବିତି ଗଲା
ବିତି ଗଲା ବର୍ଷ ବର୍ଷ…

ଏନ୍ ଡି ଏ, ବିଜେଡି, ଜେ ଏମ୍ ଏମ୍ 
ଦ୍ରୌପଦୀ ପାଇ କଲେ ଭୋଟ ଖର୍ଚ୍ଚ…

ମୋଦି ଶାହା ନଡ୍ଡା ନବୀନ ହେମନ୍ତ ଜଗା
ପୁଟାଇଲେ ଦେଶବାସୀ ଙ୍କ ଓଠେ ହସ…

ସପନରେ କେବେ ଭାବି ନଥିଲୁ 
ମହାମହିମ୍ ରାଷ୍ଟ୍ରପତି ପଦ ଥିଲା 
ଆମ ପାଇ ଅନତି ଦୂର ବହୁତ କୋଶ…

ନାରୀ ଶକ୍ତି କୁ ମିଳିଲା ଦେଶ ବିଦେଶେ ସମ୍ମାନ
ସମଗ୍ର ଭାରତ ବର୍ଷ ର ଜନତା 
ଶ୍ରୀମତୀ ଦ୍ରୌପଦି ଙ୍କୁ ଦେଲେ ଶୁଭେଛା ଓ ଅଭିନନ୍ଦନ 

ପୁଅ ପତି କୁ ହରାଇ ଦ୍ରୌପଦି ଙ୍କ 
ଜୀବନ ଥିଲା ବଡ ସଂଘର୍ଷ 
ଆଜି ଭାରତର ପ୍ରଥମ ନାଗରିକ 
ହୋଇ ହାସଲ କଲେ ସେ ଆସନ ଷିର୍ଷ…

ହୃଷିକେଶ କୁଶୁଲିଆ 
ମୁନିଗୁଡ଼ା,ରାୟଗଡ଼ା। 


If the contents are helpful to share them with your friends, Thanking You.

ମୁଁ ଦ୍ରୌପଦୀ ମୁର୍ମୁ…



 
ମୁଁ 


ମୁଁ

ଡେଣା ନଥିବା ପକ୍ଷୀ ଟିଏ ମୁଁ
ଉଡ଼ିବାକୁ ବହୁ ଚେଷ୍ଟା କରେ 
କିନ୍ତୁ ଉଡ଼ି ପାରେ ନାହିଁ ମୁଁ…
 
ଝିଅ ଟିଏ ବୋଲି ଉଡିବାକୁ ମନା,
ଝିଅ ହୋଇ କି ଅବା ଭୁଲ କରିଛି ମୁଁ
ଜେଜେ ଙ୍କ ଲକ୍ଷ୍ମୀ ଜେଜେ ମା ଙ୍କ ଗେଲ୍ହି
ବାପା ଙ୍କ ପରୀ, ମା ର ଅନ୍ଧର ଲଉଡ଼ି ମୁଁ…

ଭାଇଙ୍କ ଅଲି ଅଳୀ ଭଉଣୀ ଟିଏ ମୁଁ
କିନ୍ତୁ ସମାଜ ଆଖିରେ ଝିଅଟିଏ ମୁଁ…
ଝିଅ ହୋଇ ଉଡ଼ିବା କଣ ଦରକାର??
ଏତେ ବାଧା ବିଘ୍ନ ସ୍ଵତ୍ୱେ ବି
ଉଡ଼ି ବାର ଚେଷ୍ଟା ଜାରି ରଖିଲି ମୁଁ…

ଆଜି ଆଶା କୁ ବିଶ୍ୱାସ ରେ 
ପରିଣତ କଲି ମୁଁ
ଓଡ଼ିଆ ମାଟିର ଗୌରବ ର
ଉଜ୍ଜଳ ଭବିଷ୍ୟ କାମନା କୁ
ସଫଳ କରିବାର ଉଦାହରଣ ମୁଁ
ଏ ସ୍ବପ୍ନ ଭୂମିର ବୋହୂ ମୁଁ…

ରାଷ୍ଟ୍ରପତି ସମ୍ମାନ ର
ସଫଳ ମଣ୍ଡିତ ମୁକୁଟ ମୁଁ
ଏ ଦେଶର ଝିଅ ମୁଁ
ଏ ମାଟିର ଝିଅ ମୁଁ
ଦ୍ରୌପଦୀ ମୁର୍ମୁ ମୁଁ…


ରୁବି ନାହାକ (ଲେଖିକା)
ସୋଲଣ୍ଡି , ଗଞ୍ଜାମ ।





If the contents are helpful to share them with your friends, Thanking You.