
ପାଖେ କେହି ନାହାନ୍ତି ମୋର
ପୁଣି ଏକାକୀ ସାଜିଛି ଆଜି
ଏ ଖୋଲା ଆକାଶ ତଳେ,
ମୋର ଭାବନା ସମୁଦ୍ରରେ,
ଚିନ୍ତିତ ବଗିଚାରେ,
ଆଜି କାହାଳୀ ସାଜି ସମସ୍ତେ
ଅନ୍ୟ ରାସ୍ତା ବାଛି ସଂସାର ସମୁଦ୍ରରେ
ଘୂର୍ଣି ବଳୟ ସାଜି ଯାଇଛନ୍ତି
ନିରୋଳା ରାସ୍ତାରେ ଏକାକୀ ପଥିକ ସାଜିଛି
କଣ୍ଟା ର କଷ୍ଟ ମଧ୍ୟ ଅନୁଭବ ହେଉନି
ହାଲୁକା ହୋଇ ଯାଇଛି ଆଜି ମନ
ସବୁ ଶାନ୍ତ ବାତାବରଣ ର ମହକ
କାରଣ ପୁରୁଣା ସ୍ମୁତି କୁ ମନେ ପକେଇ
ଦୁଇ ଧାର ଲୁହ ଗଡ଼େଇ ବସିଛି।
।
।
।
।

ନୀଳମାଧବ ଭୂୟାଁ ଙ୍କ କବିତା ସଙ୍କଳନ ରୁ…