Tag Archives: ପ୍ରକୃତ ପୁଅ

ପ୍ରକୃତ ପୁଅ


 



ଆଜି ବହୁତ୍ ଦିନ ପରେ ଜିଲ୍ଲାପାଳ ଗାଁ ଭ୍ରମଣ ପାଇଁ ଆସିଛନ୍ତି।  ସମସ୍ତ ଘର ବୁଲି ବୁଲି ଶେଷରେ ଗୋଟିଏ ଘର ପାଖରେ ଅଟକି ଗଲେ। ପକ୍କା ଘର ଥିଲେ ମଧ୍ୟ ଘରଟା ଯେମିତି ଦୁଃଖରେ ଭାଙ୍ଗି ପଡ଼ିଛି । ଜିଲ୍ଲାପାଳ ମହାଶୟ କିଛି ପ୍ରଶ୍ନ ନ କରି ଘର ଭିତରକୁ ପ୍ରବେଶ କରିଲେ। ସାଥିରେ ଥିବା ଅମିନ କହିଲେ ଆଜ୍ଞା ଏ ଘର ଲୋକ ଙ୍କ ପାଖରୁ ଆମ ପାଖକୁ କିଛି ଅଭିଯୋଗ ଆସି ନଥିଲା।  ଜିଲ୍ଲାପାଳ ଅଳ୍ପ ମୁରୁକି ହସ ଦେଇ ଘର ଭିତରକୁ ପ୍ରବେଶ କରିଲେ।  ଘର ଭିତର ସାଜ ସଜା ବହୁତ୍ ଭଲ କିନ୍ତୁ ପାଖ ଦୌଡିଆ ଖଟ ଉପରେ ଗୋଟିଏ ବ୍ୟକ୍ତି (ଗୌରହରି ବାବୁ) ଅଧା ଢ଼ଙ୍କା କମ୍ବଳ ରେ ଶୋଇ ରହିଥିଲେ । ହଠାତ୍ ଘର ଭିତରୁ ଦ୍ଵିତୀୟ ପୁଅ ମାନେ ସାନ ପୁଅ ଖାଇବା ପ୍ଲେଟ ସହିତ ପାଣି ଗ୍ଲାସ୍ ଟି ନେଇ ଆସିଲା । ଜିଲ୍ଲାପାଳ ଙ୍କୁ ଦେଖି ସେ ନମସ୍କାର କରିଲା ଏବଂ ବସିବାକୁ ଚେୟାର ଦେଲା । 

ହଠାତ୍ ଖଟ ଉପରେ ଶୋଇ ରହିଥିବା ଗୌରହରି ବାବୁ କମ୍ବଳ ଆଡେଇ ଦେଖିଲା ବେଳକୁ ତାର ଖଟ ପାଖରେ ତାର ସାଙ୍ଗ ବିଜୟ ତାକୁ ଅନେଇ ବସିଛି । ହଠାତ୍ ଗୌରହରି କହି ଉଠିଲା ଆରେ ବିଜୟ ତୁ ମୋ ଘରକୁ ଆସିଛୁ ମୋର ବିଶ୍ବାସ ହେଉନି।  ସତରେ ସାଙ୍ଗ ତୋର କଥା ଭାରି ମନେ ପଡ଼ୁଥିଲା।  ତୁ ଚାକିରୀ କରିଲା ପର ଠାରୁ ଆମ ସହିତ ସମ୍ପର୍କ ରେ ନଥିଲୁ । ମୁଁ ସୀତାକାନ୍ତ ଠାରୁ ଶୁଣିଥିଲି ତୁ ବଡ ଅଫିସର ପୋଷ୍ଟ ରେ ଚାକିରି କରୁଛୁ। ଭାବିଲୁ ଆରେ ସେ ତ ଏବେ ବଡ ବାବୁ ହୋଇଗଲା ସେ କଣ ଆଉ ଆମକୁ ମନେ ରଖିବ। ଆଜି ବହୁତ୍ ଦିନ ପରେ ତୁ ଆମ ଘରକୁ ଆସିଛୁ ମୋତେ ବିଶ୍ୱାସ ହେଉନି ।  ବିଜୟ ବାବୁ କହିଲେ, ତମେ ମୋ ବିଷୟରେ ଏତେ ସବୁ ଭାବି ଦେଇଛ । ଗୌରହରି ବାବୁ କହିଲେ, ନା ରେ ସାଙ୍ଗ, ମୋ ଭାବନା ପାଇଁ ମୁଁ ତୋତେ ଭୁଲ ମାଗୁଛି । ସେମିତି ଭାବିବୁ ନାହିଁ, କ୍ଷମା କରିବୁ । ବିଜୟ ବାବୁ କହିଲେ, ନା ରେ ସାଙ୍ଗ ମଜା କରୁଛି। ଆଉ କହ ତୋ କଥା । ମୁଁ ଶୁଣିଲି ତୋର ପୁଅ ଚାକିରୀ ପାଇଲା ଆଉ ତୋର ମଧ୍ୟ ଦେହ ଭଲ ରହୁନି ଏବଂ ତୁ କଣ ଚାକିରୀ ଛାଡ଼ିଦେଲୁ ??
 ଗୌରହରି କହିଲେ ନା ରେ ଭାଇ ଚାକିରୀ ଚାଲିଛି, ଆଜି ଦେହ ଟିକେ ଭଲ ନଥିଲା ତ ଛୁଟି ନେଇ ଘରେ ପଡ଼ି ରହିଛି। ସ୍ତ୍ରୀ ତ ଅଧାରେ ହାଥ ଛାଡିଦେଲା । ମୋର ବ୍ଲଡ଼ ସୁଗର୍ ଆଉ ହୃଦା ରୋଗ ର ଶିକାର ରେ ଦିନ ବିତୁଛି।  ପୁଅ କଥା କହିବାକୁ ଗଲେ ବଡ ପୁଅ ପାଠ ପଢ଼ି ଚାକିରୀ କରିଲା କିନ୍ତୁ ଏ ପୁଅ କହିଲା ମୁଁ ଚାକିରି କରିବି ନାହିଁ, ଗାଁ ରେ ରହିବି।  ମୋର ଫସଲ ବାଡି କୁ ଏ ଦେଖୁଛି । ଆଉ ଏ ବେକାର ହୋଇଗଲା । 

ବିଜୟ ବାବୁ କହିଲେ। ଏ ପୁଅ ତୋର ବେକାର କେମିତି ହେଲା।  ତୋର ଶେଷ ସମୟରେ ଏହି ପୁଅ ତୋ ପାଖରେ ଥିବ । ଚାକିରୀ କରିଲା ବାଲା ପୁଅ ନଥିବ। ସେ ଯଦି ତୋ ପାଖରେ ରହି ସେବା କରୁଛି ତେବେ ତୁ ତ ଧନ୍ୟ ମନେ କରିବା କଥା।  ଗୌରହରି ପୁଅ ଆଡ଼କୁ ଚାହିଁ ଅଳ୍ପ ଦୁଃଖ ମନରେ ଉତ୍ତର ଦେଲେ । ତୁ ଠିକ୍ କହିଚୁ ବିଜୟ।  ବାପା ମା ଙ୍କ ଶେଷ ସମୟରେ ଯିଏ ରହିଲା ସେ ହିଁ ପ୍ରକୃତ ପୁଅ।  
ବିଜୟ ବାବୁ କହିଲେ ତୁ ଖୁସି ହେବା କଥା ତୋ ପୁଅ ତୋ ପାଖରେ ଅଛି । ମୋ ପୁଅ ତ ଚାକିରୀ ପରେ ନିଜେ ବିବାହ କରି ଅନ୍ୟ ସହର ରେ ରହୁଛି। ପୁତ୍ର ମୋହ ରେ ଦିନ ବିତୁଛି ମାତ୍ର ଖୁସି ନାହିଁ ରେ !!  ଆଜି ତୋ ପୁଅ ର ସେବା କୁ ଦେଖି ଖୁସି ଲାଗିଲା।  

ତାପରେ ଦୁହେଁ ଉଠି ବାହାରକୁ ଆସିଲେ । ବିଜୟ ବାବୁ କହିଲେ କିଛି ଅସୁବିଧା ହେଲେ ମୋତେ କଲ୍ କରିବୁ ଏବଂ ମୁଁ ଆସୁଛି।  ଗୌରହରି ବାବୁ ବିଜୟ ବାବୁ କୁ ବିଦାୟ ଦେଲେ। 

ଗୌରହରି ବାବୁ ସାଙ୍ଗ ର କଥାକୁ ଭାବି ନିଜକୁ ଧନ୍ୟ ମନେ କରିଲେ।  ଘର ଭିତରକୁ ଆସି ପୁଅ କୁ କୁଣ୍ଢେଇ ପକେଇଲେ। 

(ପ୍ରକୃତ ପୁଅ ର କର୍ତ୍ତବ୍ୟ ସେଠୀ ଦୃଶ୍ୟମାନ ହୁଏ ଯେଉଁଠି ବାପା ମା ଙ୍କୁ ପୁତ୍ର ଦ୍ଵାରା ବିନା ସ୍ୱାର୍ଥରେ ନିଜ ର ବୃଦ୍ଧା ଏବଂ ଅସୁବିଧା ସମୟରେ ସେବା ମିଳେ )

ନୀଳମାଧବ ଭୁୟାଁ ଙ୍କ ଲେଖନୀରୁ…

If the contents are helpful to share them with your friends, Thanking You.