Tag Archives: #ମନୋଜ କୁମାର ବେହେରା

ପଥ ପ୍ରାନ୍ତ

ପଥ ପ୍ରାନ୍ତ, way of life, way of your life
ପଥ ପ୍ରାନ୍ତ

ପଥ ପ୍ରାନ୍ତ ପଥିକ ପରି
କିଛି କ୍ଷଣ ତୁମ ସହ 
ଚାଲିବାକୁ ଚାହିଁଥିଲି
ପାଦରେ ପାଦ ମିଶାଇ …
କିଛି ଭୁଲ ବୁଝାମଣା ର
ମନାନ୍ତର – ମତାନ୍ତରର
ଗୋଟେ ଉପସଂହାର ପାଇବା ପାଇଁ
ତୁମର ଗର୍ବ ଅହଙ୍କାର ରେ
ପାଦ ଚିହ୍ନ ଲିଭିଗଲା କ୍ଷଣକ ଭିତରେ…
ମୁଁ ଜାଣିନି ତୁମେ ଫେରିବ କି ନାହିଁ
ଆଭିଜାତ୍ୟର ରାଜ ରାସ୍ତା ପାର ହୋଇ
ସମ୍ପର୍କର ପଥପ୍ରାନ୍ତ ରାସ୍ତାକୁ…


ମନୋଜ କୁମାର ବେହେରା ଙ୍କ ଲେଖନୀରୁ…



If the contents are helpful to share them with your friends, Thanking You.

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Manoj kumar Behera, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି


   ବାପା,,,,,
     ମୁଁ ଜାଣେ ଏହା ନିଧ୍ୟାର୍ଯ୍ୟ ସତ୍ୟ,
ତୁମେ ଚାଲିଗଲ ମୁଣ୍ଡ ଉପରୁ ଉଡିଗଲା 
ଚାଳର ସ୍ଥାପତ୍ୟ,
ପାଦତଳୁ ଖସି ପଡୁଛି ମାଟିର ସାମର୍ଥ୍ୟ 
ମଳିନ ପଡିଛି ଦିନର ରୌଦ୍ରତା 
ରାତିର ଜୋସ୍ନା । 
ବଦଳି ଯାଇଛି ଘର ଚାରିପାଖ 
ସବୁଜିମାର ବାସ୍ନା ,
ନିରବତା ଛାଇ ଯାଇଛି ଘରସାରା 
ଦୂରେଇ ଯାଇଛି ତୁମ ଆଶ୍ରୀବାଦ ବୋଳା ହାତ
ନହିଁ ପଡିଛି ସବୁତକ ଧୌର୍ଯ୍ୟ ।
      
          ପ୍ରଥମ ଶ୍ରାଦ୍ଧ ବାର୍ଷିକୀର ଅଶ୍ରୁଳଶ୍ରଦ୍ଧାଞ୍ଜଳି 
ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା 
ତୁମର ଅମର ଆତ୍ମାର ଶଦ୍ଗତି ହେଉ । 

ମନୋଜ କୁମାର ବେହେରା ଅଶ୍ରୁଳ ଲେଖନୀରୁ…
     🙏🙏🙏🙏🙏 
💐💐💐💐


If the contents are helpful to share them with your friends, Thanking You.

କାହାଣୀ ଟିକେ ଅଲଗା…

https://www.bhuyansblog.com/2021/09/Kahani.html
କାହାଣୀ ଟିକେ ଅଲଗା
କାହାଣୀ ଟିକେ ଅଲଗା
ତୁମେ ବୁଝ କି ନବୁଝ…
ଶୁଣ କି ନଶୁଣ…
ଆଖି ଫେରାଇ ନିଅ
ଭାବର ପଂକ୍ତି ଶବ୍ଦରୁ ।
ମୁଁ କିନ୍ତୁ କହିବି 
କହି ଚାଲିବି ଅନତି ଭବିଷ୍ୟତ ଯାଏଁ
ତୁମେ ବାଧ୍ୟ ହେବ 
ବୁଝିବା ପାଇଁ 
ଗ୍ରହଣ କରିବା ପାଇଁ
ପ୍ରତ୍ୟେକଟି ଭାବନାକୁ 
ପ୍ରତ୍ୟେକଟି ଶବ୍ଦର ସରଂଞ୍ଚନା ।
ତୁମେ ବି ଦିନେ ପାଗଳ ହେବ
ଫେରିବା କୁ ଅତୀତକୁ 
ଭାବିବାକୁ ବାଧ୍ୟ ହେବ
ଅଶ୍ରବ୍ୟ ଶବ୍ଦ ସବୁକୁ
ସ୍ୱର୍ଣ୍ଣକ୍ଷର ରେ ଲିପ୍ତବଦ୍ଧ ନଥିବା
କାହାଣୀଟି ହିଁ ଅତୀତ ହୋଇଯାଇଥିବ
ଅଦୃଶ୍ୟ ଅସ୍ପଷ୍ଟ ଭାବେ ।
ମନୋଜ କୁମାର ବେହେରାଙ୍କ କଲମରୁ…
If the contents helpful so share to your friends, Thanking You.