Tag Archives: ଶିଶୁ ଗଳ୍ପ

ଚାରି ଦଉଡ଼ି କଟା (By. Nilamadhab)

 
ଚାରି ଦଉଡ଼ି କଟା






 ଆଜି ବୈଠକ ବସିଛି ଗାଁ କୋଠ ଘରେ। କାରଣ ଚୋର ଧରା ପଡ଼ିବ । ରାମୁ ଗୌଡ଼ ର ଛେଳି ଚୋରି ହୋଇଛି । କିଛି ଦିନ ତଳେ ରାମୁ ର ଗୋଟିଏ ଖାସି ରାତି ଦୁଇଟା ରୁ ହଜି ଯାଇଛି । ସେଦିନ ରାତିରେ ବହୁତ୍ ଖୋଜା ଖୋଜି ପରେ ମଧ୍ୟ ଛେଳି ର କିଛି ଖବର ମିଳିଲା ନାହିଁ । ଶେଷରେ ରାମୁ ସକାଳୁ ସକାଳୁ ଗାଁ କମିଟି କୁ ଗୋଟିଏ ଏତଲା ଦେଲା ଯେ ଆଗକୁ ଗ୍ରହ୍ମା ପୂର୍ଣ୍ଣିମା ଆସିବ ଏବଂ ତା ପୂର୍ବରୁ ମୋର ଗୋଟିଏ ଖାସି ଚୋରି ହୋଇଯାଇଛି। ମୋତେ ସେ ଖାସି ଖୋଜିବାରେ ଗାଁ କମିଟି ସାହାଯ୍ୟ କରନ୍ତୁ । 

ଗାଁ କମିଟି ରାମୁ କୁ ସାହାସ ଦେଇ କହିଲେ ଯେ ତୁମେ ଚିନ୍ତା କର ନାହିଁ ତୁମର ଛେଳି ତୁମେ ନିଶ୍ଚୟ ପାଇବ । ପ୍ରକୃତରେ ଚୋରି କରିଛି ଗ୍ରାମ ର ରଞ୍ଜିଆ ରାଉଳ ର ପୁଅ ସତୀଶ । ସତୀଶ ହେଉଛି, ଗୋଟିଏ ଚାରି ଦଉଡ଼ି କଟା। ଗାଁ ର କାହା କଥା ସେ ଶୁଣେନି । ତାକୁ ଯଦି କେହି ଆଙ୍ଗୁଠି ଉଠାଏ ତେବେ ତା ପର ଦିନ ତାର ବେଳା ଖରାପ ନିଶ୍ଚୟ ହେବ । ସେଥିପାଇଁ ତା ବିରୁଦ୍ଧରେ କେହି ଯାଆନ୍ତି ନାହିଁ । 

ରାତିରେ ଗ୍ରାମ ସଭା ଆୟୋଜନ ହେଲା ଏବଂ ରାମୁ କୁ ଗାଁ କମିଟି ଅନୁରୋଧ କରିଲେ ଯେ ତୋର କାହା ଉପରେ ସନ୍ଦେହ କହ? ଆମେ ତୋ ସହିତ ଅଛୁ । ରାମୁ ସମସ୍ତଙ୍କ ମୁହଁ କୁ ଚାହିଁ ଶେଷରେ ସତୀଶ ର ନାମ ନେଲା କିନ୍ତୁ ମନରେ ଭୟ ଥିଲା। ଗ୍ରାମ କମିଟି ସତୀଶ କୁ ଡକେଇ ପଠେଇଲେ କିନ୍ତୁ ସେ ମଦ ପିଇ କୋଉଠି ଗଡୁ ଥିଲା କିନ୍ତୁ ଘରେ ନଥିଲା । ସଭା ସରିଲା ଏବଂ ରାମୁ କୁ ସ୍ୱାନ୍ତନା ଦେଇ କହିଲେ ଆମେ ତୋତେ ନ୍ୟାୟ ଦେବୀ ତୁ ଚିନ୍ତା କର ନାହିଁ। 

ତାପର ଦିନ ସତୀଶ ରାମୁ ପାଖରେ ହାଜର । ତାକୁ ଧମକ ଦେଇ କହିଲା । ତୁ ମୋତେ ଦେଖିଛୁ କି? ତୋର ଛେଳି ନେବା ସମୟରେ । ରାମୁ ଚୁପ୍ ଥିଲା । ସତୀଶ ତାକୁ କହିଲା ଯେ, ତୁ ମିଛ କହିଛୁ ନା ?? ଏବେ ତୋର ସତ ସତିକା ଛେଳି ଚୋରେଇବି । ଆଉ ତୋ ଗୁହାଳରେ ନିଆଁ ଲଗେଇ ଦେବି । ତୋ ହାତରେ ଯାହା ହେଉଛି କର । ରାମୁ ମଧ୍ୟ ଡରରେ ପୁଣି ଗାଁ କମିଟି କୁ ନ୍ୟାୟ ପାଇଁ ଗୁହାରୀ କରିଲା । ଗାଁ ସଭା ଆୟୋଜନ ହେଲା ସିନା ସତୀଶ ଆସିଲା ନାହିଁ । ସମସ୍ତେ ନିରୁପାୟ । ତାକୁ କେହି ବାଧ୍ୟ କରିବ । ସେ ତ, ଚାରି ଦଉଡ଼ି କଟା । 

୮ ଦିନ ପରେ ରାତି ୪ଟା ପାଖା ପାଖି ସତୀଶ ପହଞ୍ଚିଲା ରାମୁ ର ଗୁହାଳରେ । ସତୀଶ ନିଜର ତିନୋଟି ମଦୁଆ ସାଙ୍ଗ ସହିତ ସେଠୀ ପହଞ୍ଚିଲା । ସେ ଭାବିଲା ଆଜି ତିନି ରୁ ଚାରୋଟି ଛେଳି ନିଶ୍ଚୟ ଚୋରି କରିବି କିନ୍ତୁ କଥା ରେ ଅଛି ଯଦି ତୁମର ପାପର ଘଡା ଭରି ଗଲାଣି ତେବେ ତୁମର ଖରାପ ସମୟ ନିଶ୍ଚୟ ଆସିବ । ତାପରେ ସତୀଶ ର ଅଜାଣତେ ଗୁହାଳରେ କୋଣେ ଥିବା ପରିସ୍ରା ଗାତ ଭିତରେ ତାର ଗୋଡ ଖସି ଗଲା ଏବଂ ଗୋଡ଼ ଟି ମୋଡ଼ି ହୋଇ ସେଠୀ ପଡିଗଲା । ନିଶା ଶକ୍ତ ଅବସ୍ଥାରେ ତାକୁ କଷ୍ଟ ଅନୁଭବ ହେଉ ନଥାଏ। ଦୁଇଟି ଛେଳି ର ପାଟି କୁ ବାନ୍ଧିବା ସମୟରେ ରାମୁ ର ହଠାତ୍ ନିଦ ଭାଙ୍ଗି ଯାଇଛି । ସେ ଦୌଡ଼ି ଆସି ଦେଖେ ଚାରି ଜଣ ଲୋକ ତା ଗୁହାଳ ଭିତରେ ଅଛନ୍ତି। ରାମୁ, ଚୋର ଚୋର ବୋଲି ପାଟି କରିବା ପରେ ସାହି ପଡିଶା ଲୋକେ ଉଠି ଆସିଲେ। ପଡିଶା ଲୋକଙ୍କ ପାଟି ଶବ୍ଦ ଶୁଣି ସତୀଶ ର ସାଙ୍ଗ ମାନେ ଦଉଡ଼ି ଚାଲି ଗଲେ ସିନା। ସତୀଶ ଦଉଡ଼ି ଯାଇ ପାରିଲା ନାହିଁ । କାରଣ ଗୋଡ ମୋଡ଼ି ହୋଇ ପଡ଼ିବା ପରେ ତାର ଗୋଡ ଟି ଭାଙ୍ଗି ଯାଇଥିଲା ।

ଏକଥା କିଏ ଜାଣେ ଯେ ସତୀଶ ର ଗୋଡ ଭାଙ୍ଗିଛି ବୋଲି । କିଏ ଠେଙ୍ଗା ତ କିଏ ଲାଠି ନେଇ ପହଞ୍ଚିଲେ। ଅନ୍ଧାର ରାତିରେ ମୁହଁକୁ ମୁହଁ ଦେଖା ଯାଉ ନଥାଏ। ସମସ୍ତେ ତାକୁ ଗୁହାଳ ରୁ ବାହାର କୁ ଟାଣି ଆଣି ମାଡ଼ ସହିତ ଗୋଇଠା ବିଧା ର ବର୍ଷା କରି ଚାଲିଲେ । ପ୍ରାୟ ଲୋକେ ତ ଜାଣିଛନ୍ତି ଯେ ଏ ସତୀଶ ବୋଲି କିନ୍ତୁ ତା ପ୍ରତି କାହାର ଦୟା ନଥିଲା ଏବଂ ବହେ ମାଡ ଖାଇବା ପରେ ପୋଲିସ୍ କୁ ଖବର ଦେଲେ। ପୋଲିସ୍ ଆସିବାରେ ଅଳ୍ପ ବିଳମ୍ବ କରିଲା ସତ କିନ୍ତୁ ଆସିଲା ପରେ ସତୀଶ କୁ ବାନ୍ଧି ନଣ୍ଡା କରି ଗାଁ ସାରା ଚଲେଇ ଚଲେଇ ଥାନା କୁ ନେଇ ଗଲା । ତାପର ଠାରୁ ଚାରି ଦଉଡ଼ି କଟା ର ଆଉ ଦେଖା ନାହିଁ ବୋଧେ ସୁଧୁରି ଯାଇଛି ।


ନୀଳମାଧବ ଭୂୟାଁ ଙ୍କ ଗଳ୍ପ ସଂକଳନ ରୁ..






If the contents are helpful to share them with your friends, Thanking You.

Childhood Moment 3 (ଭାରି ମନେ ପଡେ ମୋ ପିଲାଦିନ)

Childhood, children, children moments, Childhood Moments 2
ଭାରି ମନେ ପଡେ ମୋ ପିଲାଦିନ



® ଭାରି ମନେ ପଡେ ସେ କାଗଜ ଡଙ୍ଗା,
ରକେଟ୍ ଉଡା,
ଟାୟାର ଗଡା,
ଆଉ ଭାରି ମନେ ପଡେ ସେ
ଲୁହା ବ୍ୟାଟେରୀ ରୁ ତିଆରି ହୋଇଥିବା ଟିଣ ଗାଡି ।

® ଭାରି ମନେ ପଡେ ସେ ସାର୍ ଙ୍କ ଖଡ଼ି ଫିଙ୍ଗା
ଲେଟ୍ ହେଲେ କ୍ଲାସ୍ ବାହାରେ ଠିଆ ହେବା,
ସୁପର୍ ମେନ୍ ର ତାସ୍,
ଟିପ୍ ଟପ୍ ପେନ୍ ର ବନ୍ଧୁକ,
ଆଉ ଭାରି ମନେ ପଡେ ସେ
ରବର ପେନ୍ ର ବେଟ୍ ବଲ୍ ଖେଳ ।

® ଭାରି ମନେ ପଡେ ସେ ସିଲଟ ଯୁଦ୍ଧ,
ଖଡ଼ି ଗୁଣ୍ଡ ର ବିଭୂତି,
ପାଣି ପତର,
ନିଜେ କରିଥିବା ତୁଳା ଡଷ୍ଟର,
ଆଉ ଭାରି ମନେ ପଡେ ସେ
ଖଡ଼ି ଖାଇବା ର ସ୍ଵାଦ ।

® ଭାରି ମନେ ପଡେ ସେ କଷା ପିଜୁଳି ,
ମିଠା ରାମ ଫଳ,
ଖଜୁରୀ କନ୍ଦା,
ଗୋଇ ବେଣ୍ଟ,
ଆଉ ଭାରି ମନେ ପଡେ ସେ
ଟାୱେଲ ରେ ମାଛ ଧରା ।

® ଭାରି ମନେ ପଡେ ସେ କିତି କିତି ଖେଳ,
ଚକା ଭଉଁରୀ,
କଉଡ଼ି ଖେଳ,
ଲୁଡୋ ଖେଳ,
ଆଉ ଭାରି ମନେ ପଡେ ସେ
ବାଘ ଛେଳି ର ଜିତିବା ମଜା।

® ଭାରି ମନେ ପଡେ ସେ 
ପିଲ ବାଡି,
ଝୁରା ଖେଳ,
ଅନ୍ଧ ପୁଟୁଳି,
ଆଉ ଭାରି ମନେ ପଡେ ସେ
ଗ୍ରହ୍ମା ଡିଆଁ ଖେଳ ।

® ଭାରି ମନେ ପଡେ ସେ ଡବଲ ଗନ୍ଥା ର ଗଦି,
ତକିଆ ଫାଇଟ୍,
ଅଧ ରାତିରେ ଜାଗା ବଦଳି,
କମ୍ବଳ ଭିତରେ ଗୁଣୁ ଗୁଣୁ ଶବ୍ଦ,
ଆଉ ଭାରି ମନେ ପଡେ ସେ
ଘୁଙ୍ଗୁଡ଼ି ବାଲା ର ନାକ ବନ୍ଦ କରିବା ।


® ଭାରି ମନେ ପଡେ ସେ ଥଣ୍ଡା ଦିନିଆ ପାଠ ପଢା,
କମ୍ବଳ ଭିତରେ ଢୋଳେଇବା,
ବହି ଓଲଟା ଧରିବା,
ଲେଖିଲା ଭଳି ଅଭିନୟ କରିବା,
ଆଉ ଭାରି ମନେ ପଡେ ସେ 
ବାପା ଙ୍କ ଶକ୍ତ ଚାପୁଡା ର ନିଦ ଭଙ୍ଗା ।

® ଭାରି ମନେ ପଡେ ସେ ଥଣ୍ଡା ଦିନିଆ ଅଗାଧୁଆ ବାହାନା,
ନ ଗାଧୋଇ ସ୍କୁଲ୍ ଯିବା,
ମୁଣ୍ଡ ଓଦା କରି ଗାଧୁଆ ର ପ୍ରମାଣ ଦେବା,
କଲର୍ ସଫା କରି ୟୁନିଫର୍ମ ପିନ୍ଧିବା,
ଆଉ ଭାରି ମନେ ପଡେ ସେ
ସାର୍ ଙ୍କ ଥଣ୍ଡା ଦିନିଆ ବେତ ମାଡ ।


® ଭାରି ମନେ ପଡେ ସେ ଜାମୁନ କୋଳି,
କଇଠ ଚଟଣୀ,
କଲମୀ ଆମ୍ବ,
ବେଲ ଅଠା ବୋଳା ମଜା
ଆଉ ଭାରି ମନେ ପଡେ ସେ
ଖଜୁରୀ ରସ ର ହାଣ୍ଡି ଫଟା କଥା।


® ଭାରି ମନେ ପଡେ ସେ ଫୁଲ ରୁ ମହୁ ଶୋଷିବା
ସୁତୁଲିରେ ଭ୍ରମର ଉଡେଇବା
ନଡ଼ିଆ ପାତି ରେ ଏଣ୍ଡୁଅ ଧରିବା
ଗେଣ୍ଡଳିଆ କୁ ପଇସା କରି ବିକିବା
ଆଉ ଭାରି ମନେ ପଡେ ସେ
ଚଷା ପୁଅ ସାପ କୁ ପକେଟ୍ ରେ ଧରି ବୁଲିବା ।


® ଭାରି ମନେ ପଡେ ସେ ଶ୍ରୀକୃଷ୍ଣ ଧାରାବାହିକ
ଜୁନିଅର୍ ଜି ର ବିସ୍କୁଟ
ଆର୍ୟମାନ୍ ର ତଲବାର୍
ବୋଙ୍ଗୋ ର ଯାଦୁ
ଆଉ ଭାରି ମନେ ପଡେ ସେ 
ଶକ୍ତିମାନ ର ଅପ୍ରମାୟ ଶକ୍ତି ।


® ଭାରି ମନେ ପଡେ ସେ ବର୍ଷା ଦିନିଆ ସ୍କୁଲ୍ 
ପଥର ଡିଆଇଁ ଆଗକୁ ଯିବା
କାଦ ଚପ ଚପ ର ରାସ୍ତା
ପାଣି ଫୋଟକା ର ମଜା
ଆଉ ଭାରି ମନେ ପଡେ ସେ 
ଗୋଟିଏ କଦଳୀ ପତରେ ତିନି ସାଙ୍ଗ ମିଶି ସ୍କୁଲ୍ ଯିବା କଥା ।

® ଭାରି ମନେ ପଡେ ସେ ହୋଲି ଖେଳ
କୁମାର ପୂର୍ଣ୍ଣିମା ପଇସା ଖେଳ 
ମକର ସଂକ୍ରାନ୍ତି ର ମକର ଖିରି
ଗ୍ରହ୍ମା ପୂର୍ଣ୍ଣିମା ର ଖାସି ମାଉଁସ
ଆଉ ଭାରି ମନେ ପଡେ ସେ 
ଗଣେଶ ପୂଜା ର ବିସର୍ଜନ ।


® ଭାରି ମନେ ପଡେ ସେ ଅଭୁଲା ଅନୁଭବ
୧୦ ଟି ଚେୟାର ଉପରେ ଏକା ବସିବା
ନୂଆ ଡ୍ରେସ କୁ କାହାକୁ ହାତ ନ ଲଗେଇ ଦେବା
ପାଣି ଗୋଳିଆ ହୋଇ ଦୁଇ ପଟେ ଖେଳିବା
ଆଉ ଭାରି ମନେ ପଡେ
ଯଦି କେହି ନୋଟ୍ ଟିଏ ଦେଲା ତେବେ ନିଜକୁ ଧନୀ ମନେ କରିବା ।  

® ଭାରି ମନେ ପଡେ ସେ କଙ୍କଡ଼ା ଲଢେଇ
ଅଜଣା ଗାତରୁ ମାଛ ବଦଳରେ ସାପ ଧରିବା
କାଦ ଭିତରୁ ମାଛ ବାହାର କରିବା
କୂଅ ରୁ କଇଁଛ ଧରିବା
ଆଉ ଭାରି ମନେ ପଡେ ସେ କଞ୍ଚା ଚିଙ୍ଗୁଡ଼ି ସହିତ ଲୁଣ ମରିଚ ର ମଜା ।

® ଭାରି ମନେ ସେ ସନ୍ଧ୍ୟାର କଣ୍ଢେଇ ନାଚ
କେଳା ନାଚ
ମାଟି ପୋତା କେଳା
ଓଡ଼ିଆ ସିନେମାର ଗାଁରେ ପ୍ରଚାର
ଆଉ ଭାରି ମନେ ପଡେ ସେ 
ସ୍କୁଲ୍ ତରଫରୁ ଜୀବଜନ୍ତୁ ର ସିନେମା ଦେଖା।

® ଆଜି ଭାରି ମନେ ପଡେ ସେ ମାହୁନ୍ତ ହାତୀ
ଘୁଷୁରୀ ପଲ
ଗଧ ମାଲିକ ର ଅହେ ଦୁଃଖ
ଚଢ଼େଇ ବିକା
ଆଉ ଭାରି ମନେ ପଡେ ସେ 
ଭଣ୍ଡ ଯାଦୁଗର ର ଯାଦୁ ମନ୍ତର ।

ଆଜି ଭାରି ମନେ ପଡେ ମୋ ପିଲାଦିନ ଯାହାକୁ ମୁଁ ହରେଇ ଆସିଛି ଅଜଣା ଅତୀତ ରେ
ମନେ ପଡ଼ି ଯାଏ ସେ ସ୍ମୃତି ସବୁ 
ଯାହା ଫେରି ପାଇ ପାରିବି ନାହିଁ କେବଳ 
କେବଳ ଭିଜା ଆଖି ସହିତ ଅଳ୍ପ ମୁରୁକି ହସ ଦେଇ ଭାବନା ଜଗତରେ ଘୁରି ବୁଲେ। ସତରେ ଆଜି ଭାରି ମନେ ପଡେ ମୋ ପିଲା ଦିନ ।


ନୀଳମାଧବ ଭୂୟାଁ ଙ୍କ କବିତା ପୃଷ୍ଠାରୁ…..


If the articles give smile on your face so share to your friends, Thanking You.