#Smruti Tume, ସ୍ମୃତି ତୁମେ
ଏମିତି ବି ହୁଏ,
ଚିହ୍ନା ଚିହ୍ନା ହସ ଓ ଲୁହ ରେ ବି
ହଜି ଯାଏ ବେଳେ ବେଳେ ନିଜର ସ୍ଵରୂପ,
ଆଶାର ଝଡରେ କି ସ୍ୱତ୍ପର ଜୁଆରେ ବି
ଅକ୍ଷତ ଅକ୍ଷୁର୍ଣ୍ଣ ରୁହେ
ନୈରାଶ୍ୟ ର ବିକଟାଳ ରୂପ,
କେବେ କେବେ ସାଗର ବି
କାନ୍ଦିଉଠେ
ଆକାଶ କୁ ଛୁଇଁବା ପାଇଁ,
ଆଉ ଶିଥୀଳ ସ୍ମୃତି ସବୁ ଚେଇଁ ଉଠନ୍ତି
ଲୁହ ର ଶୀତଳ ସ୍ପର୍ଶ ରେ…
ଉଜୁଡା ହୃଦୟେ ମୋ ପ୍ରତିଟି ତରଙ୍ଗେ
ସ୍ମୃତି କେତେ ସୁନେଲି ସ୍ୱପ୍ନ ର
ବିଡମ୍ବନା ଏହି କିନ୍ତୁ
ଚାରିଆଡ଼େ ମୋର ଘନ ନିଶାକର…..
ଅସହ୍ୟ ବେଦନା ଆଉ ଅକୁହା ଯନ୍ତ୍ରଣା ସବୁ
ଚେଇଁ ଉଠନ୍ତି
ନିର୍ବାକ୍ କେଉଁ ମୁହୁର୍ତ୍ତରେ
ଅନ୍ତର ବିଦାରି
ରକ୍ତାକ୍ତ କରିବାକୁ କୋମଳ ଯେତେ ମୂର୍ଛନା ର
ସ୍ୱର……
By. Manoj Kumar Behera (Poet)