Tag Archives: ହୃଷୀକେଶ

ମା ତୁମେ ମହାନ୍

ମା ତୁମେ ମହାନ୍
ଅସହ୍ୟ କଷ୍ଟ ଭୋଗ କରି
ନିଜର ସୌନ୍ଦର୍ଯ୍ୟ ନଷ୍ଟ କରି
ଦେଲୁ ମାଆ ମତେ ଜନମ..
ତୁ ହିଁ ମୋର ଭଗବାନ
ମାଆ ତୁମ ପାଦେ କରୁଛି
ମୁଁ କୋଟି କୋଟି ପ୍ରଣାମ..
ମୁଁ ଥିଲି ଗୋଟେ ମାଟିର ପିଣ୍ଡୁଳା ପରି
ମୋ ସେବା ଯତ୍ନ କରି
ଦେଲ ମୋତେ ସୁନ୍ଦରତା,
ମତେ ମିଠା ସୁମଧୁର କଥା ସିଖାଇଲ
ଛୋଟ ଛୋଟ ହାତ କୁ ମୋର
ଧରି ଚାଲିବା ସିଖାଇଲ..
ଅମୃତ ପିଆଇ ମତେ ତମେ
ନୂଆ ଜୀବନ ଦେଲ
ଏହି ରଙ୍ଗମଞ୍ଚ ର ସୁନ୍ଦର ଦୁନିଆ
ତୁ ମତେ ଦେଖାଇଲ..
ମୁଁ କେବେ ଦେଖିନି
ତୁମ ଠାରୁ ବଡ ଲୋକ ମା
ମୁଁ ପ୍ରଥମ ଥର କାନ୍ଦି ବାରୁ
କେବଳ ଥରେ ହସି
ତୁମ ପଣତ କାନି ରେ
ମୋତେ ସ୍ୱାନ୍ତନା ଦେଲ
ମିଳିଲା ମତେ ସେଠୀ ସରଗ ସୁଖ
ମାଆ ତମେ ମୋ ପାଖେ ଥିଲେ ମୁଁ
କେବେ କରି ନାହିଁ ମନ ଦୁଃଖ..
ସବୁ ଠାରୁ ଭଲ ଲାଗେ ମତେ
ଆମର ଛୋଟ ଘର
ସେଠୀ ସ୍ନେହ ପ୍ରେମ ମମତା ଭରା
ଆଉ ତୁମ ଭଲ ପାଇବା
ତୁମ ପାଇଁ ମା ଆଜି ଦୁନିଆ ଦେଖିଲି
ଦେଖିଲି ଆକାଶ ର ଜହ୍ନ ତାରା
ସତରେ ତୁମେ ମହାନ୍ ମା
ତୁମ ଆଶୀର୍ବାଦ ମୋର
ସବୁ ରୋଗର ପ୍ରତିକାର
ତୁମ ସାଥେ ଲାଗେ ଏ ପୃଥିବୀ
ସ୍ବଚ୍ଛ ଆଉ ସୁନ୍ଦର ।
ସତରେ ମା ତୁମେ ମହାନ୍..
ସତରେ ମା ତୁମେ ମହାନ୍..
ହୃଷିକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା ।
ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ

ଓଡିଆ କବିତା

If the contents are helpful to share them with your friends, Thanking You.

ହେ ପ୍ରଭୁ ଶ୍ରୀ ଜଗନ୍ନାଥ

ସମୟ ଚକରେ ଚଲାଉଛ ପ୍ରଭୁ
ତୁମ ସଂସାର ରଥ ନନ୍ଦିଘୋଷ ।
ବିଶ୍ବ ବ୍ରହ୍ମାଣ୍ଡ ର ପାଳକ ତୁମେ
ହେ ପ୍ରଭୁ ଶ୍ରୀ ଜଗନ୍ନାଥ।
ତୁମେ ହିଁ ସମୟ ତୁମେ ହିଁ ସତ୍ୟ
ତୁମେ ନିରାକାର ପଥ
ତୁମେ ହିଁ ସାକାର ତୁମେ ହିଁ ଆକାର
ହେ ପ୍ରଭୁ ଶ୍ରୀ ଜଗନ୍ନାଥ ।
ଗୋଡ ଅଛି ହେଲେ ପାଦ ନାହିଁ
ହାତ ଅଛି ହେଲେ ପାପୁଲି ନାହିଁ
ଆଖି ଅଛି ହେଲେ କେବେ ବୁଝୁ ନାହିଁ
ପ୍ରଭୁ ତୁମ ଦାରୁ ବ୍ରହ୍ମ ।
ବିକଳାଙ୍ଗ ମାନେ ଦୋଷ ଦେବେ ବୋଲି
ନିଜକୁ କଲ ଦିବ୍ୟ ଅଙ୍ଗ,
ପୁରା କରି ନିଅ ଭକ୍ତ ଙ୍କ
କାମନା କର ନାହିଁ ମନ ଭଙ୍ଗ ।
ବଡ ଦେଉଳରୁ ଉଠି ଆସ ପ୍ରଭୁ
କର ନାହିଁ କେବେ ମନା,
ବଡ ଦାଣ୍ଡେ ତୁମେ ଝୁଲି ଝୁଲି
ପୁରା କର ଆମ୍ଭ ମନୋସ୍କାମନା ।
ତ୍ରେତୟା ରେ ଗଲ ବନବାସ
ପାଇଁକି ପିତାଙ୍କ ବଚନ,
ତଥାପି ଦ୍ବାପରେ କାରାଗାରେ
ହସି ହସି ନେଲ ଜନମ ।
ଅନାଥ ମାନେ ଦୋଷ ଦେବେ ବୋଲି
ନିଜକୁ କଲ ହେ ଅନାଥ,
ଦାରୁ ବ୍ରହ୍ମ ହୋଇ ପୁରୀ ରେ ରହିଲ
ବୋଲାଇଲ ଶ୍ରୀ ଜଗନ୍ନାଥ ।
ପ୍ରେମିକ ମାନେ ଦୋଷ ଦେବେ ବୋଲି
ଛାଡିଲ ରାଧା ରାଣୀ ର ହାତ,
ଗୃହସ୍ତି ମାନେ ଦୋଷ ଦେବେ ବୋଲି
ଛାଡିଲ ତୁମେ ପ୍ରଭୁ ମହାଲକ୍ଷ୍ମୀ ସାତ।
ସଂସାର ର ଲୋକ ଦୋଷ ଦେବେ ବୋଲି
ରଚିଲ ହେ ମାୟାଜାଲ,
ମାନ ରକ୍ଷା ପାଇଁ
ବନ୍ଦି ହୋଇ ନାଗଫାସେ ହେଲ ହେ କଲବଲ।
ଜଗତର ବଡ ଜଣାଣ ତୁମେ ହେ
ଦେଲ ଅର୍ଜୁନ କୁ ଧର୍ମ ବାର୍ତ୍ତା
ଶ୍ରୀକ୍ଷେତ୍ର ତୁମ ଆଗେ ମିନତି କରୁଛି
ହେ ଦାରୁବ୍ରହ୍ମ ଜଗନ୍ନାଥ ।
ତୁମେ ହିଁ ଦାରୁ
ତୁମେ କଳା ଶ୍ରି
ଦିବ୍ୟ ଅଙ୍ଗ ଧାରି ଦେବ
ତୁମ ବିନା ଏ ସଂସାର ଯେମିତି
ଲାଗେ କେବଳ ଅନାଥ ।
ଦାରୁବ୍ରହ୍ମ ରୂପେ ଚଳାଅ ହେ ବିଶ୍ଵ
ତୁମ ନନ୍ଦିଘୋଷେ ବସି
ଦୁଃଖ ନିବାରୁଛ କ୍ଷଣକ ମଧ୍ୟେ ହୋ
ଟାଣୁଛନ୍ତି ମହା ଅଶ୍ଵ।
ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।
ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ

କ୍ଲିକ୍ କରି ପଢନ୍ତୁ

If the contents are helpful to share them with your friends, Thanking You.

ଶବ ଯାତ୍ରା (By. Hrusikesh)

 
ଶବ ଯାତ୍ରା 



ଗାଁ ଘର ଚାରି ପଟେ ଶୋକ ର ଛାୟା
ସତ କାନ୍ଦଣା ମିଛ କାନ୍ଦଣା 
କୋଳାହଳ ବିଶାଳ କାୟା…

ଶବ ଘର ଦାଣ୍ଡରେ ବାଜୁଛି ବାଜା
କିଏ ବିଲାପେ ଯାଉଛି ମୋ ରଜା
ବଞ୍ଚି ଥିବା ବେଳେ ସେବା କରିବାକୁ 
କିଏ ଦେଲେ ନାହିଁ ଏଠି ଦେଖା…

ଛାଡି ଚାଲିଗଲେ ସଭିଏଁ, 
ପଡି ଥିଲା ସେ ଏକା…

କଣ ହୋଇ ଥିଲା ବୋଲି ପଚାରନ୍ତି
ସାହି ପଡିଶା ଗାଁ ପରିବାର ଲୋକ
ଶବକୁ ଦେଖି ଭାଙ୍ଗି ପଡନ୍ତି କରି କି ଶୋକ…

କିଏ କହେ ଭଲ ଲୋକ ଚାଲିଗଲା ଆଜି
କିଏ କହେ ଜିବନ ଯନ୍ତ୍ରଣା କୁ ମାରି ଦେଲା ବାଜି
କିଏ ମନେ ପକାଏ ସମ୍ପତି ର କଥା
କିଏ ମନେ ପକାଏ ସ୍ନେହ ମମତା ପ୍ରେମ
କିଏ ମନେ ପକାଏ କର୍ମ ତାର
କିଏ ମନେ ପକାଏ ଧର୍ମ ତାର…

ଶବଯାତ୍ରା ର ଶୋକ ଦୃଶ୍ୟ 
ଭାବି ହୁଏ ମନେ ମନେ
ମତେ ବି ଏମିତି ଯିବାକୁ ହେବ 
ଦିନେ ନା ଦିନେ…

ମଶାଣି କୁ ଗଲେ ଜଣା ପଡୁଅଛି 
ନିଜର ନିଜର ଓକାତ୍ କଥା
ବୀର ମହାବୀର ଶବ ପଡି 
ଅଛି ଟେକିକି ନିଜ ମଥା…

ଇତିହାସ ରେ ଲେଖା ଅଛି 
ଅମର ଲୋକର ଅମର କାହାଣି
ଶବ ଯାତ୍ରା ପରେ ଶବ କୁ 
ବୋଲି ବା ଡୁମ୍ବା ଦେବତା ଡାହାଣୀ…

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

ହୃଷିକେଶ ଙ୍କ ଅନ୍ୟ କିଛି କବିତା ଗୁଡିକ ପଢନ୍ତୁ

If the contents are helpful to share them with your friends, Thanking You.