Tag Archives: #ajabtathya

ଅଜବ ତଥ୍ଯ…୯

Ajab tathya ୯, ajab ଅଜବ ତଥ୍ଯ, ଓଡ଼ିଆ Article, nilamadhab Bhuyan, nilamadhab, pushpa, Pushpa movie
Ajab thathy..୯




ଆଜି କିଛି ନୂଆ ଖବର !!!

ଯେତେବେଳେ ଆପଣ ବିରକ୍ତ ଅନୁଭବ କରନ୍ତି ସେତେବେଳେ ଆପଣ କଣ କଣ କରନ୍ତି ?? ନିଶ୍ଚୟ ଜଣାନ୍ତୁ ।

ତେବେ ସେ ବିରକ୍ତି କର ପରିସ୍ଥିତି ସମୟରେ ଆପଣ କଣ କରିବେ ସେ ବିଷୟରେ ମୁଁ ଆପଣଙ୍କୁ ନୂଆ ଆଇଡିଆ ଦେବୀ। 

Follow କରନ୍ତୁ ଏବଂ ଏବଂ ଏହି ଆଇଡିଆ ବ୍ଯବହାର ପରେ ନିଜ ଲୋକ ମାନଙ୍କୁ ମଧ୍ୟ ଜଣେଇ ପାରିବେ । 
 
ଚାଲନ୍ତୁ ଆରମ୍ଭ କରିବା ।

• ପିଲା ଦିନରୁ ଆପଣଙ୍କ ପ୍ରୀୟ ଫିଲ୍ମ ଯାହା ଆପଣ ଦେଖିଲେ ବହୁତ୍ ଖୁସି ହୁଅନ୍ତି । ତାକୁ ଦେଖନ୍ତୁ । 
ଏବେ ଆପଣ ପଚାରିବେ କେମିତି ? ତାହା ଆପଣ YouTube ଏବଂ ଅନ୍ୟ OTT ପ୍ଲାଟଫର୍ମ ରେ ଦେଖି ପାରିବେ ।
• ପ୍ଲେ ଷ୍ଟୋର କୁ ଯାଆନ୍ତୁ ନୂଆ ନୂଆ Application ଆସିଛି ତାକୁ ଡାଉନଲୋଡ କରି ତାର ଆନନ୍ଦ ନିଅନ୍ତୁ ।
• ନିଜ ଫୋନ୍ ରୁ ତୁମର ମୂଲ୍ୟବାନ ଡାଟା ବେକ୍ ଅପ୍ ନିଅନ୍ତୁ । ଗୁଗଲ ଡ୍ରାଇଭ୍ ରେ ସେଭ୍ କରନ୍ତୁ ଅନ୍ୟଥା ନିଜ ଲାପଟପ୍ ରେ ସେଭ୍ କରନ୍ତୁ ।
• ନିଜ ପାଇଁ ଗୋଟିଏ ଲେଟର କିମ୍ବା ଡାଇରୀ ଲେଖନ୍ତୁ ଯାହା ଆପଣ ତାକୁ ଯେମିତି ଭବିଷ୍ୟତ ରେ ଦେଖି ପାରିବେ । ସେଥିରେ ନିଜର ଲକ୍ଷ୍ୟ ଆଉ ଆଶା ଲେଖି ରଖନ୍ତୁ । ଦିନ ଏବଂ ସମୟ ମଧ୍ୟ ନିଶ୍ଚୟ ଦେବେ । 
• Paint କରିବାର ଯଦି ଇଛା ରଖୁଛନ୍ତି ତେବେ Water Color ର ସାହାଯ୍ୟରେ କିଛି Paint ବନେଇବା ପାଇଁ ଚେଷ୍ଟା କରନ୍ତୁ । 
• ଯାହାକୁ ଆପଣ ଆଦର୍ଶ କିମ୍ୱା ଭଲ ଗାଇଡର ମାନନ୍ତି ତାଙ୍କୁ କଲ୍ କରି ତାଙ୍କ ଠାରୁ କିଛି ଉପଦେଶ ନିଅନ୍ତୁ କିନ୍ତୁ ପ୍ରଥମେ ତୁମ ଗାଇଡର ପାଖରେ ଉଚିତ୍ ସମୟ ଏବଂ ଅନୁମତି ନେଇ କଥା ହେବାକୁ ଚେଷ୍ଟା କରନ୍ତୁ। 
• ନିଜର Password କୁ ଚେଞ୍ଜ କରନ୍ତୁ ।
• ପୁରୁଣା ଫଟୋ ଆଲବମ ଦେଖନ୍ତୁ ।
• ଜୋକ୍ କିମ୍ବା କିଛି ଷ୍ଟୋରି ବହି ପଢନ୍ତୁ। 
• ତୁମର ମେଲ୍ ଆଇଡି ରେ ବେକାର ସାଇଟ active ଥିବ ତାକୁ Unsubscribe କରନ୍ତୁ ।
• ପୁରୁଣା ମେଲ୍ କୁ ଡିଲିଟ କରନ୍ତୁ ।
• ନିଜର ଆଗାମୀ Birthday ପାଇଁ କିଛି ପ୍ଲାନ୍ କରନ୍ତୁ ।
• ବୁଲିବା ପାଇଁ ସ୍ଥାନ ସ୍ଥିର କରନ୍ତୁ ।
• ନିଜର ପ୍ରିୟ ଜନଙ୍କୁ Surprise ଦେଲା ଭଳି କିଛି କାମ କରନ୍ତୁ ।
• ଆଲମାରୀ କିମ୍ବା ନିଜ ବକ୍ସ ରୁ ବେକାର ଜିନିଷ ବାହାର କରି ସେ ସ୍ଥାନରେ ନୂଆ ଜିନିଷ ରଖନ୍ତୁ ।
• ପୁରୁଣା Teeth Brush କୁ ଚେକ୍ କରନ୍ତୁ ଯଦି ପୁରୁଣା ହୋଇଥାଏ ତେବେ ନୁଆ ରଖନ୍ତୁ ।

ଏମିତି ବହୁତ୍ କାମ ଅଛି । ତେବେ ଏତିକି ଆପଣ ପାଇଁ ଥିଲା। ତେବେ ଏହି ପଏଣ୍ଟ ମଧ୍ୟରୁ ଆପଣ କୋଉ ପଏଣ୍ଟ କୁ ପାଳନ କରିବେ ନିଶ୍ଚୟ କମେଣ୍ଟ କରିବେ ତଥା ନୂଆ ଯଦି କିଛି କରନ୍ତି ତେବେ ସେ କାମ ଟି କଣ ମୋତେ ଲେଖି ଜଣେଇବେ ।

@@@ ଧନ୍ୟବାଦ @@@

By. Nilamadhab Bhuyan


If the contents are helpful to share them with your friends, Thanking You.

ଅଜବ ତଥ୍ଯ – ୭

Ajab gajab,ajab, www.bhuyansblog.com
ଆପଣଙ୍କ ବ୍ୟାଙ୍କ୍ ରୁ କେହି ଟଙ୍କା ଉଠେଇ ନେଇଛି କି??
ଅବା ଆପଣ ଲଟେରୀ କିମ୍ବା ଅନ୍ୟ କିଛି ଲାଳସା ରେ ଏଟିଏମ୍ ପିନ୍ କହିବା ପରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇ ଯାଇଛି କି??
ତେବେ ଚାଲନ୍ତୁ ଆଜିର ତଥ୍ଯ ଏହି ବିଷୟରେ…
ଆପଣଙ୍କୁ ପୁଣି ଥରେ କହି ରଖୁଛି । ପୁରା ପଢ଼ିବେ ନହେଲେ ଭବିଷ୍ୟତ ରେ ଯଦି କିଛି ଘଟିଲା ମୋତେ ଦୋଷ ଦେବେନି।  ହଁ ଯଦି ନ ଘଟିଲା , ତେବେ ମଧ୍ୟ ମୋତେ ଦୋଷ ଦେଇ ପାରିବେ ନାହିଁ ।
ନମସ୍କାର ବନ୍ଧୁଗଣ , ମୁଁ ନୀଳମାଧବ ଆଜି ପୁଣି ଥରେ କିଛି ବିଶେଷ ତଥ୍ୟ ଆପଣଙ୍କ ପାଇଁ ଆଣିଛି । ଏହି ତଥ୍ଯ ରୁ ଆପଣ ନିଶ୍ଚୟ ସାହାଯ୍ୟ ପାଇବେ ।
ତେବେ ଆରମ୍ଭ କରିବା…..
ଦେଖିଥିବେ ଏମିତି ବହୁତ୍ କେସ ଦେଖିବାକୁ ମିଳୁଛି
ଯେ କାହାର ବ୍ୟାଙ୍କ୍ ରୁ ଟଙ୍କା ଉଠେଇ ନିଆ ଯାଉଛି
ବିଭିନ୍ନ ଲାଳସା ଦେଇ ଯେମିତି କି ???
କୌନ୍ ବନେଗା କରୋଡ଼ପତି ରେ ଆପଣ ଜିତିଛନ୍ତି ୨ଲକ୍ଷ ଟଙ୍କା ଆଉ ସେହି ଟଙ୍କା କୁ ପାଇବା ପାଇଁ ଆପଣ ଆମେ କହିବା ଅନୁସାରେ ଷ୍ଟେପ କରି ଚାଲନ୍ତୁ ଆଉ ଶେଷରେ ସବୁ ଟଙ୍କା ଗୋଲ ।
ଆରେ ବନ୍ଧୁ ଏତେ ଲୋଭ କଣ ପାଇଁ, ଆପଣ କଣ ଅମିତାଭ ବଚନ ଙ୍କ ପରିବାର ଲୋକ କି ଆପଣଙ୍କ ନମ୍ୱର୍ ରେ ସେ ଲକି ଡ୍ର ବାହାର କରି ଦେଉଛି ।
କ୍ଷମା କରିବେ, ଅଳ୍ପ ମଜାକ୍ କରିଦେଲି । ଦେହକୁ ନେବେନୀ । ବିଲକୁଲ୍ ନେବେ ନାହିଁ । 
ତେବେ ଏମିତି ବହୁତ୍ କେସ ଅଛି।  ଫୋନ୍ ପେ, ଗୁଗଲ ପେ, ୟୋନୋ ଏସବିଆଇ ଏମିତି ବହୁତ୍ ମାଧ୍ୟମରେ ଆପଣଙ୍କୁ ଚୁନା ଲଗେଇ ଟଙ୍କା ଉଡେଇ ନେଇ ଯାଉଛନ୍ତି ।
ତେବେ ଆଉ ମଜା କରିବାର ସମୟ ନାହିଁ।  ଚାଲନ୍ତୁ ସିରିଆସ ହୋଇଯିବା।  
MHA ଗୋଟିଏ ଏମିତି ଏକ ରାମ ବାଣ ତିଆରି କରିଛି ଯାହାର ଉପଚାର ରେ ଆପଣଙ୍କ ସବୁ ଟଙ୍କା ଫେରି ଆସିବ ର ୯୦ପ୍ରତିଶତ ଗାରେଣ୍ଟି ଦେଉଛି।  
କଣ ଆଉ କେମିତି ??
ଯେତେବେଳେ ଆପଣଙ୍କ ଟଙ୍କା ଚୋରି କିମ୍ବା ଫ୍ରଡ ହୋଇଗଲା ସେତେବେଳେ ଆପଣଙ୍କ ମୁଣ୍ଡ ତ କାମ କରିବ ନାହିଁ । ମାତ୍ର ଗୋଟିଏ ନମ୍ବର୍ ନିଶ୍ଚୟ ମନେ ରଖନ୍ତୁ ।
ସେ ନମ୍ବର୍ ହେଉଛି 155260
ହଁ ବନ୍ଧୁଗଣ ଏଇଟା ଗୋଟିଏ ହେଲ୍ପଲାଇନ ନମ୍ୱର୍ 
155260
155260
155260
ମୁଁ ତିନି ଥର ଏଥିପାଇଁ ଲେଖିଲି ଯେ । ତିନି ଥର ଶୁଭ ହୋଇଥାଏ । ଆଉ ସମସ୍ତଙ୍କ କାମ ମଧ୍ୟ ହୋଇ ଯାଏ।  ନା ନା ବନ୍ଧୁ ଗଣ, ଆପଣଙ୍କୁ ବାରମ୍ବାର ପଢେଇ ମନେ ରଖିବା ପାଇଁ ଲେଖିଛି !!!
ଏହି ନମ୍ୱର୍ ର କାମ କଣ ??
ଯେତେବେଳେ ଆପଣ ଙ୍କ ଟଙ୍କା ଚୋରି ହୋଇ ଯାଏ ସେ ସମୟରେ । ଆପଣଙ୍କ ଟଙ୍କା କୌଣସି ମାଧ୍ୟମରେ କଟି ଥିବ। ଯିଏ ଫ୍ରଡ କରନ୍ତି ସେ ସବୁବେଳେ ବେସରକାରୀ ବ୍ୟାଙ୍କ୍ ଦ୍ଵାରା ପଇସା ଉଠେଇବା ରେ ସକ୍ଷମ ହୁଅନ୍ତି।
 ଯଦି ଆପଣଙ୍କ ଖାତା SBI ରେ ଅଛି ତେବେ ଅନ୍ୟ ବ୍ୟାଙ୍କ୍ କୁ ଯିବା ପାଇଁ ଅଳ୍ପ ସମୟ ନିଏ ଏହା ଆପଣ ଜାଣିଥିବେ। 
ଆଉ ଏହି ସମୟ ର ଅନ୍ତରାଳ ଭିତରେ ଆପଣଙ୍କ କାମ ହୋଇଯିବ । 
କେମିତି ?
ଟଙ୍କା କଟି ଗଲା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର ରୁ ସମୟ ନଷ୍ଟ ନ କରି 155260 କୁ ଡ଼ାଇଲ କରନ୍ତୁ। 
ନିଜର ଖାତା ନମ୍ୱର୍, କୋଉ ବ୍ୟାଙ୍କ୍, କେତେବେଳେ, କୋଉ ସ୍ଥାନ ରୁ ଆଉ କେଉଁ ମାଧ୍ୟମରେ । ଏଟିଏମ୍ ନା ଫୋନ୍ ପେ ନା ଗୁଗଲ ପେ ଦ୍ଵାରା କଟିଛି ଇତ୍ୟାଦି ତଥ୍ୟ ତାଙ୍କୁ ଜଣାନ୍ତୁ । 
ଧ୍ୟାନ ଦେବେ , କେବଳ ଏହି ନମ୍ୱର୍ ରେ ହିଁ ଡ଼ାଇଲ କରିବେ । ମାତ୍ର ନିଜର ପିନ୍ କହିବେ ନାହିଁ କି କୌଣସି OTP କହିବେ ନାହିଁ।  ଏମିତି ରେ ସରକାରୀ ହେଲ୍ପଲାଇନ ଆପଣ ପୁଣି ଥରେ ଫ୍ରଡ ର ଶିକାର ହେବେ ନାହିଁ।  
ତେବେ..
ସେଠୀ ଫୋନ୍ ରିସିଭ କରିଥିବା ବ୍ୟକ୍ତି ଆପଣ ଯୋଉ ଡାଟା ମାନେ ଆପଣଙ୍କ ବ୍ୟାଙ୍କ୍ ଖାତା ଆଉ ସମୟ ,କେତେ ଟଙ୍କା କଟିଛି ଇତ୍ୟାଦି ସମସ୍ତ ବ୍ୟାଙ୍କ୍ କୁ ସଙ୍ଗେ ସଙ୍ଗେ ପଠେଇ ଦିଅନ୍ତି।  ମାନେ ଭାରତରେ ଯେତେକ ବ୍ୟାଙ୍କ୍ ଅଛି ତା ସହିତ ରିଜର୍ଭ ବ୍ୟାଙ୍କ୍ କୁ ମଧ୍ୟ ପଠେଇ ଦିଅନ୍ତି ।
ତଥା ଏହି କାମ ବହୁତ୍ ଶୀଘ୍ର ହୋଇଥାଏ।  ତେବେ ଯଦି ଅନ୍ୟ ବ୍ୟାଙ୍କ୍ ଖାତାକୁ Transfer ହେବା ସମୟରେ ଜଣା ପଡ଼ି ଯାଏ ତେବେ ସେ ବ୍ୟାଙ୍କ୍ ସେ ଟଙ୍କା କାରବାର କୁ ଅଧାରେ ରଖି ଦିଅନ୍ତି ଆଉ ଆପଣଙ୍କ ଟଙ୍କା ଆପଣଙ୍କ ପାଖକୁ ଫେରି ଆସେ।  
ତେବେ କୁହନ୍ତୁ ??? କେମିତି ଲାଗିଲା ଏହି ତଥ୍ଯ ।
ଧ୍ୟାନ ଦେବେ ସକାଳ ୯ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହା କାର୍ଯ୍ୟରତ ଅଟେ । 
ବିଶେଷ ଜାଣିବାକୁ ଚାହୁଁଛନ୍ତି ତେବେ Cyber Crime ସାଇଟ କୁ Visit କରି Complaint କରି ପାରିବେ ।
ଯଦି ବିଶ୍ୱାସ ହେଉନି ତେବେ ଆପଣ 155260 ନମ୍ୱର୍ କୁ ଗୁଗଲ କିମ୍ବା YouTube ରେ ଟାଇପ କରି ସର୍ଚ୍ଚ କରନ୍ତୁ ଏବଂ ଆପଣଙ୍କୁ ସବୁ ତଥ୍ଯ ମିଳିଯିବ । 
ତେବେ ବେଶୀ କହିବି ନାହିଁ …
ସମସ୍ତଙ୍କୁ ଏହି ଲିଙ୍କ୍ ସେୟାର କରି ଦିଅନ୍ତୁ । ସମସ୍ତଙ୍କୁ ପଢ଼େଇ ସଚେତନ କରାନ୍ତୁ ।
ଧନ୍ୟବାଦ ।
ସେୟାର କରିବାକୁ ଭୁଲିବେ ନାହିଁ !!!
If the contents are helpful to share them with your friends, Thanking You.

ଅଜବ ତଥ୍ଯ…2

ajab gajab tathya ajab gajab tathya in hindi image ajab gajab tathya image
ଅଜବ ତଥ୍ଯ 2
ଆପଣଙ୍କୁ ଚାକିରି ଦରକାର କିନ୍ତୁ ଆପଣଙ୍କ ପାଠ ମନେ ରହୁନି ???
କଣ ଆପଣ ମଧ୍ୟ ମୋ ପ୍ରଶ୍ନ ରେ ସହମତ ଅଛନ୍ତି ନା ? 
ଆପଣ ମଧ୍ୟ ପଢ଼ିବାକୁ ବହୁତ୍ ଇଚ୍ଛା ରଖନ୍ତି କିନ୍ତୁ ପଢ଼ିଲେ ମନେ ରହେନି ??
ଏବଂ ଆପଣ ଙ୍କ ପାଖେ ପଢ଼ିବା ପାଇଁ ଉପଯୁକ୍ତ ସମୟ ଥିଲେ ମଧ୍ୟ ଆପଣ ତାହାର ସଦୁପଯୋଗ କରି ପାରୁ ନାହାଁନ୍ତି ??
ତେବେ ଚାଲନ୍ତୁ ଉପରେ ଦିଆ ଯାଇଥିବା ସବୁ ପ୍ରଶ୍ନ ର ଉତ୍ତର ମୁଁ ଦେବାକୁ ଯାଉଛି । ତା ସହିତ ଏହାର ମଜାଦାର ପ୍ରତିକାର ମଧ୍ୟ କହିବି। 
ନମସ୍କାର ବନ୍ଧୁଗଣ ମୁଁ ନୀଳମାଧବ ଭୂୟାଁ, ଅଜବ ତଥ୍ଯ ର ଅନ୍ୟ ଏକ ଭାଗ ନେଇ ଆପଣଙ୍କୁ ଉପସ୍ଥାପନା କରିବାକୁ ଯାଉଛି । ଏମିତି ମୋ ବ୍ଲଗ୍ କୁ Visit କରୁଥାନ୍ତୁ ଏବଂ ନୂଆ ନୁଆ ତଥ୍ୟ ପଢ଼ିବାକୁ ପାଆନ୍ତୁ।
.
.
.
.
.
ଏହି ସମସ୍ୟା ପ୍ରାୟ ସମସ୍ତ ଛାତ୍ର ଛାତ୍ରୀ ଅନୁଭବ କରି ଥାଆନ୍ତି। ସ୍କୁଲ୍ ଏବଂ କଲେଜ୍ ସମୟରେ ଆମ ପାଖରେ ଯଥେଷ୍ଟ ସମୟ ଥାଏ। କିଛି ଛାତ୍ର ଛାତ୍ରୀ ମନ ଦେଇ ପାଠ ପଢନ୍ତି ତ ଆଉ କିଛି ପଢ଼ିବାକୁ ଇଚ୍ଛା ରଖନ୍ତି କିନ୍ତୁ ସମ୍ଭବ ହୁଏ ନାହିଁ । 
ଏହି ସମସ୍ୟା ପ୍ରାୟତଃ କଲେଜ ସ୍ତରରୁ ଆରମ୍ଭ ହୋଇଯାଏ । ଦେଖୁ ଦେଖୁ କଲେଜ୍ ସ୍ତର ଅତିକ୍ରମ କରିବା ପରେ । ଆମର ପ୍ରଥମ ଚିନ୍ତା ଚାକିରି ଟିଏ ନିହାତି ଦରକାର । ଏମିତି ରେ ଯେଉଁ ଛାତ୍ର, ଛାତ୍ରୀ ଙ୍କ ବାପା ମା ଙ୍କର ଅଜସ୍ର ସମ୍ପତି ଅଛି ସେମାନଙ୍କୁ ଚାକିରି କରିବା ଦରକାର ନାହିଁ !!! ଠିକ୍ କହିଲି କି?? 
ବନ୍ଧୁଗଣ ମୁଁ ଅଳ୍ପ ମଜା କରି ଦେଉଛି । ଦେହକୁ ନେବେ ନାହିଁ କିନ୍ତୁ ଯାହାର ବାପା ମା ଙ୍କ ଅଜସ୍ର ଟଙ୍କା ପଇସା ଥିଲେ ମଧ୍ୟ ସେମାନେ ମଧ୍ୟ ଚାକିରି କରିବାର ଇଚ୍ଛା ରଖନ୍ତି କାରଣ । ନିଜେ ଦୁନିଆ ଆଗରେ ସଫଳ ହେବାକୁ ଚାହାନ୍ତି । ଆଉ ଯେଉଁମାନେ ଚାକିରି କରୁ ନାହାନ୍ତି ।ବାପା ମା ଙ୍କ ଧନ ସଂପତ୍ତି ର ଆଶ୍ରା ରେ ବଞ୍ଚିବାକୁ ଚାହାନ୍ତି ତେବେ ” ବସି ଖାଇଲେ ନଦୀ ବାଲି ସରେ” ଭଳି ଦିନେ ତାହା ମଧ୍ୟ ସରି ଯିବ ।   
ତେବେ ଚାକିରି କଣ ପାଇଁ ଦରକାର??
କାରଣ ଚାକିରି ଏମିତି ଗୋଟିଏ ପନ୍ଥା ଯାହା ଆପଣ ଙ୍କ ଜିବନ ର ସବୁ ସ୍ବାର୍ଥ କୁ ଧିରେ ଧୀରେ ପୂରଣ କରିଦିଏ । ମାତ୍ର ସେହି ଚାକିରି ପାଇଁ ତୁମକୁ ପାଠ ପଢ଼ିବାକୁ ପଡ଼ିବ । କାରଣ ପୂର୍ବେ କୁହନ୍ତି ଲୋକମାନଙ୍କୁ ଘରୁ ଡାକି ଚାକିରି ଦେଉଥିଲେ କିନ୍ତୁ ଏବେ ଘରୁ ଡାକି ଚାକିରି ଦେବା ଲୋକ କେହି ନାହାନ୍ତି ?? ଚାକିରି କଣ ଦେବେ ଆପଣ ଙ୍କ ଗୋଡ଼  ଟାଣିବାକୁ ଲୋକ ମିଳିବେ। ଯଦି କେଉଁ ଚାକିରି ର ପଦ ପାଇଁ ଫର୍ମ ପୂରଣ ପାଇଁ ମଧ୍ୟ ଲୋକେ ଆପଣଙ୍କୁ କହିବେ ନାହିଁ କାରଣ ଲୋକମାନଙ୍କ ଚିନ୍ତା ଧାରା ଏମିତି ହୋଇଗଲାଣି ଯେ ନିଜ ଗାଁ ରେ ଚିକେନ ଭାତ ଭୋଜି ହୋଇଥିବ ତେବେ ଲୋକେ ତୁମକୁ ନ ଡାକି ପ୍ରଥମେ ଯାଇ ଖାଇ ଆସନ୍ତି କାରଣ ତୁମକୁ ଡାକିଲେ ଚିକେନ୍ ଶୀଘ୍ର ସରିଯିବ ନା?? 
ମୁଁ କଣ କହିବାକୁ ଚାହୁଁଚି ଆପଣ ଠିକ୍ ବୁଝି ପାରୁ ଥିବେ ଏବଂ ଏହି ପ୍ରକାର ର ଲୋକ ଆପଣଙ୍କ ଆଖ ପାଖ ରେ ନିଶ୍ଚୟ ଥିବେ। ଭଲ ହେବ ସେମାନଙ୍କ ଠାରୁ ଆପଣ ଦୂରେଇ ରୁହନ୍ତୁ । 
ଦେଖ କଥା କଥାରେ ପୁଣି ମଜା !! ମଜା ତ କରିଦେଲି କିନ୍ତୁ ଏହା ନିରାଟ ସତ୍ୟ । ଆଜି କାଲି ଦୁନିଆରେ ଲୋକମାନେ କେବେ ଚାହିଁବେ ନାହିଁ କି ତୁମର ଭଲ ଚାକିରି ଟିଏ ହେଉ ?? କାରଣ ସ୍ୱାର୍ଥପର ଦୁନିଆରେ ତୁମକୁ ଆଗକୁ ବଢ଼ିବାକୁ କେବଳ ତୁମର ବାପା ମା ଛଡ଼ା ଆଉ କେହି ତୁମକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବେ ନାହିଁ । 
ତେବେ ପର ଲୋକ କଥା ଛାଡ଼ନ୍ତୁ । କାରଣ ” ପର କଥା ମୁଣ୍ଡ ବ୍ୟଥା ” ଆପଣ ପର କଥା ଶୁଣିବେ ତେବେ ଆଗକୁ ବଢିବା ଅସମ୍ଭବ । 
ତେବେ ଏହାର ପ୍ରତିକାର କଣ ??
ଆପଣଙ୍କୁ ଚାକିରି ଟିଏ ନିହାତି ଦରକାର ? ଏବଂ ଆଜି କାଲି ଚାକିରି ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ।  ପ୍ରତିଯୋଗିତା ମୂଳକ ଅର୍ଥ ?? ଆଜି କାଲି କେବଳ ପଢ଼ିଲେ ଚାକିରି ହେବ ନାହିଁ।  ସେଥିପାଇଁ ତୁମକୁ କଡ଼ା ପରିଶ୍ରମ କରିବାକୁ ପଡିବ । 
ଏବେ ଆପଣ କହିବେ, ମୋତେ ଚାକିରି ଦରକାର ମାତ୍ର କଡ଼ା ପରିଶ୍ରମ ମୋ ଦ୍ଵାରା ସମ୍ଭବ ହେବ ନାହିଁ।  ମୁଁ କହିବି କଡ଼ା ପରିଶ୍ରମ ଯଦି କରିବ ନାହିଁ ତେବେ VPN ଅନ୍ କର ଆଉ PUBG ଖେଳ । କଣ ଠିକ୍ କହିଲି ନା?? ହଁ PUBG ରୁ ମନେ ପଡ଼ିଲା। PUBG ଖେଳିବା ପାଇଁ ମଧ୍ୟ ତୁମକୁ କିଛି ନିୟମ ପାଳନ କରିବାକୁ ପଡେ ନହେଲେ ତୁମେ ଅଳ୍ପ ସମୟ ମଧ୍ୟରେ ହରିବୋଲ ହୋଇଯିବ । ମାନେ କିଛି ନିୟମ ପାଳି ତୁମେ PUBG ଖେଳିଲେ ଆପଣ ଚିକେନ ଡିନର କିମ୍ବା ମଟନ୍ ଡିନର ମିଳେ !!!
ତେବେ ଯଦି ଆପଣ PUBG ଖେଳିବା ପାଇଁ ସମୟ ଏବଂ ନିୟମ ପାଳନ କରୁଛନ୍ତି ତେବେ ପଢ଼ିବା ପାଇଁ ମଧ୍ୟ ସମୟ ଏବଂ ନିୟମ ପାଳନ କରିଲେ ଆପଣ ଙ୍କ ପାଠ ମଧ୍ୟ ମନେ ରହିବ ତା ସହିତ ଆପଣ ସଫଳ ମଧ୍ୟ ହୋଇ ପାରିବେ । 
ତେବେ ଡେରି କାହିଁକି PUBG ଡିଲିଟ କର ଏବଂ Free Fire ଡାଉନଲୋଡ କର । ଆରେ ଭୁଲ କହିଦେଲି କି !!! ଭୁଲ ତ କହିଲି ତେବେ PUBG ହେଉ ଅବା Free Fire ହେଉ ସବୁ Uninstall କର ଏବଂ ପାଠ ପଢ଼ାରେ ମନ ଦିଅ । 
କଡ଼ା ପରିଶ୍ରମ ଅର୍ଥ ମାଟି ବୋହିବା କୁ କହୁ ନାହିଁ । ମାନେ ତୁମକୁ ଅତ୍ୟଧିକ ସମୟ ପାଠ ପଢିବା ପାଇଁ ପଡ଼ିବ । 
ହଁ ରହିଲା କଥା ମନ ରହୁନି ବୋଲି ।  ତେବେ ଏହାର ପ୍ରତିକାର ମଧ୍ୟ ଅଛି !!!
ପଢ଼ିବା ର ଗୋଟିଏ ସମୟ ସୀମା ଧାର୍ଯ୍ୟ କର ଏବଂ ସେହି ସମୟ ସୀମା ରେ ଗୋଟିଏ ନିୟମ ରଖ ଯେ କେବଳ ମୁଁ ପାଠ ପଢିବି । ମାନେ ଯଦି ସନ୍ଧ୍ୟା ୭ ଟା ରେ ଆପଣ ପଢ଼ିବାକୁ ବସିଲେ ତେବେ ଆପଣଙ୍କୁ ଗୋଟିଏ ନିୟମ ଲାଗୁ କରି ପାରନ୍ତି ତାହା ହେଲା । ମୋତେ ହାରାହାରି ୨ ଘଣ୍ଟା ପାଠ ପଢ଼ିବାର ଅଛି।  ଠିକ୍ ସେମିତି ଦିନ ବେଳା ମଧ୍ୟ ଆପଣ ଙ୍କ ଉପଯୁକ୍ତ ସମୟ ବାହାର କରନ୍ତୁ । 
ପୁଣି ଆପଣ କହିବେ ଯେତେ ପଢ଼ିଲେ ମଧ୍ୟ ମୋର ମନେ ରହୁନି !!! ତେବେ ମନେ ରହିବ କେମିତି କୁହ ?? କାହାର କେତେ ସମସ୍ୟା, କାହାର ଘର ସମସ୍ୟା ଥିଲେ ତ କାହାର ଅନ୍ୟ କିଛି ସମସ୍ୟା । ତେବେ ମୋର କହିବା ଅର୍ଥ ଯଦି ଆପଣ ଙ୍କ ପାଖେ ସମସ୍ୟା ରହିବ ନାହିଁ ତେବେ ଆପଣ ଚାକିରି କରିବା ପାଇଁ ଇଚ୍ଛା କରି ନଥାନ୍ତେ । 
ମୁଁ କହିବି ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣ ମୁକେଶ ଅମ୍ବାନୀ ପରିବାର ର ସଦସ୍ୟ ନୁହନ୍ତି। ଯିଏ ଚାକିରି ଖୋଜେ ସେ ନିଶ୍ଚୟ ଗରିବ କିମ୍ବା ମଧ୍ୟମ ପରିବାର ର ସଦସ୍ୟ ଟିଏ। ତେବେ ଆପଣଙ୍କ ଘରେ ଏବଂ ଆପଣକୁ ଟଙ୍କା ନିହାତି ଦରକାର ତେବେ ସେଥିପାଇଁ ଚାକିରି ଆପଣକୁ ନିତାନ୍ତ ଆବଶ୍ୟକ । ନିଜର ଭବିଷ୍ୟତ ପାଇଁ ତୁମକୁ, ତୁମର ଚିନ୍ତା କୁ ଦୂର କରି ମନ ଦେଇ ପାଠ ପଢ଼ିବା ପାଇଁ ପଡ଼ିବ।  
କେମିତି?? 
ଯେଉଁ ସମୟରେ ପାଠ ପଢ଼ିବା ପାଇଁ ସମୟ ସ୍ଥିର କରୁଛ ସେତେବେଳେ ନିଜର ମୋବାଇଲ୍ ଡାଟା ଅଫ୍ କର । ଅନ୍ ସ୍କ୍ରିନ ନୋଟିଫିକେସନ କୁ ସେଟିଂ ରେ ଯାଇ ଅଫ୍ କର ଏବଂ ଯେଉଁ ସମୟ ଆପଣ ପଢ଼ିବା ପାଇଁ ବସିବେ ସେହି ସମୟ ମୋବାଇଲ ଠାରୁ ଦୂରେଇ ରୁହନ୍ତୁ । 
ଅନ୍ୟ ଏକ ପ୍ରଶ୍ନ ଆପଣଙ୍କ ମୁଣ୍ଡରେ ଘୁରି ବୁଲୁଛି । ତାହା ହେଲା, ଆପଣ YouTube ର କିଛି Study ଚାନେଲ୍ କୁ ଦେଖୁଛନ୍ତି । ସେ ସମୟରେ ମୋବାଇଲ୍ ତ ପାଖରେ ରହିବା ଦରକାର ନା?? 
ହଁ, ଏହି ପ୍ରଶ୍ନ ପାଇଁ ମୁଁ କହିବି ଯେ ଆପଣ YouTube ଦେଖନ୍ତୁ । ମୁଁ ମନା କରୁ ନାହିଁ କିନ୍ତୁ ଆପଣଙ୍କ ଅନ୍ୟ Notification, ଯେମିତି Whatsapp, Telegram, Instagram, ଫେସବୁକ୍ ଇତ୍ୟାଦି ର Notification କୁ ଅଫ୍ କରି ଦିଅନ୍ତୁ।  YouTube ଦେଖିବା ସମୟରେ ଯେମିତି ଆପଣଙ୍କ ଫୋକସ ଗୁଲୁଆ କମେଡି ଉପରେ ଧ୍ୟାନ ନ ଯିବା ଦରକାର । ହଁ କମେଡି ଦେଖି ପାରନ୍ତି କିନ୍ତୁ  ତାହା ପଢ଼ିବା ସମୟରେ ନୁହଁ ଏବଂ ଯେଉଁ ସମୟରେ ଆପଣ ପଢ଼ିବେ ସେ ସମୟରେ ଆପଣଙ୍କ ସ୍ପିସିଆଲ ଲୋକ ଆପଣଙ୍କୁ ଡିଷ୍ଟର୍ବ କରିବେ ନାହିଁ  ଯେମିତି ସେମାନଙ୍କୁ ସେ ସମୟରେ ବ୍ଲାକ ଲିଷ୍ଟ କରି ପାରନ୍ତି କିମ୍ବା ପୂର୍ବରୁ କଥା ହୋଇ ମନା କରି ପାରନ୍ତି । ଯଦି ଆପଣଙ୍କ ସ୍ପେସିଆଲ ଲୋକ ନାହାନ୍ତି ତେବେ ଆପଣ ସବୁଠୁ ଶୁଖି ଜୀବନ ବିତାଉଛନ୍ତି ଏବଂ ଆପଣଙ୍କ ଚାକିରି ଶୀଘ୍ର ହୋଇଯିବ ବୋଲି ଗାରେଣ୍ଟି ଦେଇ ପାରିବି।  
ତେବେ ସବୁ ର ମୂଳ କାରଣ ହେଉଛି ମୋବାଇଲ । ମୋବାଇଲ କୁ କମ୍ ବ୍ଯବହାର କରନ୍ତୁ । ଆଉ ଯଦି କରୁଛନ୍ତି ତେବେ ମୋର ନିୟମ ପାଳନ କରନ୍ତୁ।  
ତଥାପି ଆପଣ ଙ୍କ ମନେ ରହୁନି??? 
ତେବେ ଆପଣ ଅନ୍ୟ କିଛି କଥା ପାଇଁ ବହୁତ୍ ଚିନ୍ତା କରୁଛନ୍ତି । ମୁଁ କହିବି ଯେଉଁ ସମୟରେ ଆପଣ ପଢ଼ିବା ପାଇଁ ବସୁଛନ୍ତି ତା ପୂର୍ବରୁ । ମୋର ଏହି ସୂତ୍ର କୁ କାମରେ ଲଗାନ୍ତୁ । ତାହା ହେଲା !!  ଆପଣ ଶାନ୍ତି ମୁଦ୍ରା ରେ ବସନ୍ତୁ ଯଦି ଚେୟାର ରେ ବସନ୍ତି ତେବେ ସାଧାରଣ ଭାବରେ ବସନ୍ତୁ । ଆଖିକୁ ବନ୍ଦ କରି ନିଜ ର ସବୁ ଇଚ୍ଛା କୁ ନିଜର ମଥା ର ମଧ୍ୟ ଭାଗରେ କେନ୍ଦ୍ରିତ କରନ୍ତୁ ଏବଂ ଆପଣ ଙ୍କ ପ୍ରିୟ ଭଗବାନ ଙ୍କୁ ସ୍ମରଣ କରନ୍ତୁ । ଏହା କେବଳ ୨ ମିନିଟ୍ ହେବା ଦରକାର ।  ଦେଖିବେ କିଛି ସମୟ ଭିତରେ ଯେଉଁ ଚିନ୍ତା ଭିତରେ ଥିବେ ଆପଣ ନିଶ୍ଚୟ ସେଠୁ ବାହାରି ଆସିବେ। ଏହି ସୂତ୍ର ବ୍ଯବହାର ସମୟରେ  ଚିନ୍ତା ଠାରୁ ଦୁରେଇ ଯିବାକୁ ଚେଷ୍ଟା କରନ୍ତୁ । 
ଏହା କେବଳ ପଢ଼ିବା ପୂର୍ବରୁ ନୁହଁ । ଆପଣ ସେହି ସମୟରେ ମଧ୍ୟ କରି ପାରିବେ ଯେଉଁ ସମୟରେ ଆପଣ ବହୁତ୍ ଚିନ୍ତାରେ ଗ୍ରସିତ ହେଉଛନ୍ତି । ଏହା ର ସମୟ ସୀମା କୁ ଧ୍ୟାନ ରଖିବେ, କେବଳ ୨ ମିନିଟ୍ । ଥରେ ଏହି ସୂତ୍ର କୁ କରିବାକୁ ଚେଷ୍ଟା କରନ୍ତୁ ଏବଂ ଆପଣକୁ ନିଶ୍ଚୟ ଶାନ୍ତି ଅନୁଭବ ହେବ । ତାପରେ ଆପଣ ନିଜ ପାଠ ପଢା କୁ ଆରମ୍ଭ କରି ପାରିବେ।  ହଁ ପାଠ ପଢ଼ିବା ପାଇଁ ଆପଣଙ୍କୁ ମନରେ ନ ପଢି ଅଳ୍ପ ଶବ୍ଦ କରି ପଢନ୍ତୁ ଯେମିତି ଆପଣ ଯାହା ପଢନ୍ତି ତାହା ଆପଣଙ୍କ କାନରେ ବାଜିବା ଦରକାର।  
କେଉଁ ସମୟ ଆପଣଙ୍କ ପାଇଁ ଠିକ୍ ସମୟ ତାହା ଆପଣ ସ୍ଥିର କରନ୍ତୁ । ମାତ୍ର ଯେତେବେଳେ ପଢ଼ିବା ପାଇଁ ସମୟ ଧାର୍ଯ୍ୟ କରିବେ ତେବେ ସେହି ସମୟ ଆପଣଙ୍କ ଆଖ ପାଖ ଶାନ୍ତମୟ ପରିବେଶ ରହିବା ଦରକାର।   
ଆପଣ ପଢନ୍ତୁ ଏବଂ ନିଜ ଜୀବନରେ ଉଚିତ୍ ଚାକିରି ଲାଭ କରନ୍ତୁ ଏହା ମୋର ଆଶା ଏବଂ ବିଶ୍ୱାସ ଯେ ଆପଣ ମୋ କଥା କୁ ପାଳନ କରିବେ । ତେବେ ମୁଁ ପୁଣି କହି ରଖୁଛି ଆପଣ ନିଶ୍ଚୟ ସଫଳ ହେବେ।  
ତେବେ ଡେରି କାହିଁକି । ଏହି ନିୟମ କୁ ପାଳନ କରିବା ଆରମ୍ଭ କରି ଦିଅନ୍ତୁ । ତେବେ ଆପଣଙ୍କ ସଫଳ ଭବିଷ୍ୟତ ପାଇଁ ମୁଁ ଭଗବାନ ପାଖେ ପାର୍ଥନା କରିବି ଯେ ଆପଣ ଦୁନିଆରେ ସର୍ବୋଚ୍ଚ ହେବାକୁ ବହୁ ବାଧା ବିଘ୍ନ ଆସିଲେ ମଧ୍ୟ ତାକୁ ପାର କରି ଆପଣ ନିଜକୁ ସଫଳ ମଣିଷ ହେବାକୁ ପଛ ଘୁଂଚା ଦେବେ ନାହିଁ ।
ଆପଣଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ 
Best of Luck… 
ଏହା ଅଜବ ତଥ୍ଯ ନୁହଁ ତ ଏହା ହେଉଛି ଆପଣଙ୍କ ଜିବନର ବଦଳିବା ପାଇଁ ଏକ ବାର୍ତ୍ତା । ଯଦି ଏହି ବାର୍ତ୍ତା କିମ୍ବା ତଥ୍ୟ ହେଉ । ଯଦି ଆପଣଙ୍କୁ ପସନ୍ଦ ହୋଇଛି ତେବେ ଆପଣ ନିଶ୍ଚିତ ଭାବେ ପାଳନ କରିବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଏହି ତଥ୍ୟ ଲିଙ୍କ୍ କୁ ସେଣ୍ଡ କରିବେ ।
ଲିଙ୍କ୍ କୁ କପି କରନ୍ତୁ ଏବଂ ସେୟାର କରନ୍ତୁ ।
ତେବେ ଉପରେ ଥିବା ପ୍ରଶ୍ନ ର ଉତ୍ତର ଆପଣ ପାଇ ପାରିଥିବେ । ଅନ୍ୟ ଯଦି କିଛି ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଛି ତେବେ ନିଶ୍ଚୟ ପଚାରି ପାରନ୍ତି । 
ଧନ୍ୟବାଦ…
By. Nilamadhab Bhuyan
If the contents helpful so share to your friends, Thanking You.